ରୋଇବା ପାଇଁ ଜମି ପ୍ରସ୍ତୁତି ଅଧିବେଶନ ୩.୯ ରୋଇବା ପାଇଁ ଜମି ପ୍ରସ୍ତୁତି I ଉଦ୍ଦେଶ୍ୟ ଚାଷୀମାନଙ୍କୁ ଶିକ୍ଷାଦାନ କରିବା କରିବା ଯେ ରୋଇବା ପୂର୍ବରୁ ଜମି ପ୍ରସ୍ତୁତି କଲେ ତଳିର ଉତ୍ତମ ବୃଦ୍ଧି ହୋଇଥାଏ I ପଦ୍ଧତି ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ରୋଇବା ପୁର୍ବରୁ ଜମି ପ୍ରସ୍ତୁତିର ମହତ୍ୱ ବିଷୟରେ ବୁଝାଇବେ I ଏହାପରେ ଚାଷୀମାନଙ୍କୁ ପ୍ରଦର୍ଶନ କରିବା ପାଇଁ କ୍ଷେତ୍ର ପରିଦର୍ଶନରେ ନିଆଯିବ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ଚାଷୀର କ୍ଷେତ I ଦରକାରୀ ସାମଗ୍ରୀ ପୋଷ୍ଟର, ମୂଳ ସାର, ଫାଉଡା, ବିହନ, ପ୍ରଦର୍ଶନ ପାଇଁ ଚାଷୀର କ୍ଷେତ I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୧୦ ମିନିଟ୍ | କ୍ଷେତ୍ର ପରିଦର୍ଶନ ୬୦ ମିନିଟ୍ | ପୃଷ୍ଠଭୁମୀ ତଳିର ସୁସ୍ଥ ବର୍ଦ୍ଧନ ପାଇଁ ଜମି ପ୍ରସ୍ତୁତି ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ I ଚାଷୀମାନେ ରୋଇବା ପୂର୍ବରୁ ଜମି ପ୍ରସ୍ତୁତିକରଣ ବିଷୟରେ ଜାଣିବା ଦରକାର କାରଣ ସେମାନେ ନିୟମିତ ଭାବେ ପ୍ରତ୍ୟେକ ଋତୁରେ ଫସଲର ଉତ୍ତମ ବର୍ଦ୍ଧିଷ୍ନୁ ଅବସ୍ଥା ପାଇଁ ଏହି ପ୍ରକ୍ରିୟାକୁ ଆଦୃତ କରିବେ I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଅଂଶଗ୍ରହଣକାରୀମାନଙ୍କୁ କୁହନ୍ତୁ ଯେ ତଳି ରୋଇବା ପୂର୍ବରୁ ଜମିକୁ ଭଲଭାବରେ ପ୍ରସ୍ତୁତ କରିବା ଆବଶ୍ୟକ I ଏହାସହ ସେମାନଙ୍କୁ ପଚାରନ୍ତୁ ଯେ ତଳି ରୋଇବା ପୂର୍ବରୁ ବର୍ତ୍ତମାନ ସେମାନେ ଜମି ପ୍ରସ୍ତୁତି ପାଇଁ କ'ଣ ସବୁ କାର୍ଯ୍ୟ କରନ୍ତି I ଚାଷୀମାନେ ସମ୍ମୁଖିନ ହେଉଥିବା ଅସୁବିଧା ବିଷୟରେ ପଚାରନ୍ତୁ I ଯଦି କୌଣସି ଚାଷୀ ଜମି ପ୍ରସ୍ତୁତିରେ ବହୁତ ଭଲ ଲାଭ ପାଇଛନ୍ତି, ତା'ଙ୍କୁ ନିଜର ଅନୁଭବ ଦଳର ଅନ୍ୟ ସଦସ୍ୟଙ୍କ ସହ ବାଣ୍ଟିବାକୁ କୁହନ୍ତୁ I ସୋପାନ -୨: ଜମି ପ୍ରସ୍ତୁତି କିପରି କରିବେ: ଅଂଶଗ୍ରହଣକାରୀମାନଙ୍କୁ ନିକଟବର୍ତ୍ତୀ ଏକ ଜମିକୁ ନେଇ ଜମି ପ୍ରସ୍ତୁତିର ପ୍ରକ୍ରିୟାକୁ ଦେଖାନ୍ତୁ I ଜମି ପ୍ରସ୍ତୁତିର ବିଭିନ୍ନ ଚରଣ ହେଉଛି: ତଳି ରୋଇବାର ତିନି ଦିନ ପୂର୍ବରୁ ଜମିକୁ ଭଲକରି କାଦୁଅ କରନ୍ତୁ I ଶେଷ ପର୍ଯ୍ୟାୟ ହଳ କଲା ବେଳେ ମୁଳ ସାର ବ୍ୟବହାର କରନ୍ତୁ I ଚାରା ରୋପଣ କରିବା ପାଇଁ ଗର୍ତ୍ତ କରନ୍ତୁ I ଗର୍ତ୍ତରେ ଜୈବିକ ଖତ ଓ ସାର ବ୍ୟବହାର କରନ୍ତୁ I ରୋଗ ପୋକ ଆକ୍ରମଣରୁ ରକ୍ଷାକରିବା ଆଇଁ ନିମ୍ବ କିମ୍ବା କରଞ୍ଜ ତେଲ ପିଡିଆ ପ୍ରୟୋଗ କରନ୍ତୁI ଉଇ ଆକ୍ରମଣରୁ ସୁରକ୍ଷା ପାଇଁ କ୍ଲୋରୋପାଇରିଫୋସ୍ ଗୁଣ୍ଡ ବ୍ୟବହାର କରନ୍ତୁ I ଉପସଂହାର ସୁନିଶ୍ଚିତ କରନ୍ତୁ ଯେ ଅଂଶଗ୍ରହଣକାରୀମାନେ ଜମି ପ୍ରସ୍ତୁତିର ମହତ୍ୱ ବିଷୟରେ ବୁଝିଛନ୍ତି ଏବଂ ତଳିକୁ ସଠିକ ଉପାୟରେ ରୋଇବା ପ୍ରକ୍ରିୟାକୁ ଜାଣିପାରିଛନ୍ତି I ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ପରିବା ଚାର ରୋପଣ କରିବା ପାଇଁ ସେମାନେ କିପରି ଭାବେ ଗର୍ତ୍ତକରିବେ ଏବଂ ସଠିକ ପ୍ରକ୍ରିୟା ବିଷୟରେ ସେମାନଙ୍କର ମାର୍ଗ ଦର୍ଶନ କରନ୍ତୁ I ରୋଇବା ଅଧିବେଶନ ୩.୧୦ ରୋଇବା I ଉଦ୍ଦେଶ୍ୟ ସଠିକ କୌଶଳରେ ରୋଇଲେ ମିଳୁଥିବା ସୁବିଧା ବିଷୟରେ ଚାଷୀମାନଙ୍କୁ ସଚେତନ କରିବା I ପଦ୍ଧତି ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ରୋଇବାର ସଠିକ କୌଶଳ ବିଷୟରେ ବୁଝାଇବେI ଏହାପରେ ଚାଷୀମାନଙ୍କୁ ରୋଇବା ପଦ୍ଧତ୍ତି ପ୍ରଦର୍ଶନ କରିବା ପାଇଁ କ୍ଷେତ୍ର ପରିଦର୍ଶନରେ ନିଆଯିବ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ଚାଷୀର କ୍ଷେତ I ଦରକାରୀ ସାମଗ୍ରୀ ପୋଷ୍ଟର, ଦଉଡି, ମାପିବା ଟେପ୍, ବାଡି, ପରିଦର୍ଶନ ପାଇଁ ଚାଷୀର କ୍ଷେତ I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୧୦ ମିନିଟ୍ | କ୍ଷେତ୍ର ପରିଦର୍ଶନ ୬୦ ମିନିଟ୍ | ପୃଷ୍ଠଭୁମୀ ରୋଇବା ପ୍ରକ୍ରିୟା ହେଉଛି ତଳି ଘରାରୁ ତଳି ନେଇ ମୁଖ୍ୟ ଜମିରେ ପୁନର୍ବାର ରୋପଣ କରିବା I ଜମିରେ ରୋଇବା ପାଇଁ ସୁସ୍ଥ ତଳି ବାଛିବା ପାଇଁ ଏହି ପ୍ରକ୍ରିୟା ସାହାଯ୍ୟ କରିଥାଏ I ମାଟିଭିତରେ ଚେର ଭଲ ଭାବେ ପ୍ରବେଶ କରିବାପାଇଁ ଏହା ସାହାଯ୍ୟ କରିଥାଏ I ଏହା ମଧ୍ୟ ତଳିକୁ ସଠିକ ସ୍ଥାନରେ ରୋପଣ କରିବା ପାଇଁ ସାହାଯ୍ୟ କରିଥାଏ ଯେପରିକି ସବୁ ଚାରାକୁ ସମାନ ପ୍ରକାରେ ଜଳ, ପୋଷକ ଏବଂ ସୁର୍ଯ୍ୟାଲୋକ ମିଳିପାରିବ I ବୁଣା ଚାଷ ଅପେକ୍ଷା ରୁଆ ଚାଷରେ ସବୁବେଳେ ଅଧିକ ଅମଳ ମିଳିଥାଏ I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଚାଷୀମାନଙ୍କୁ ପଚାରନ୍ତୁ ଯେ ସେମାନେ ବର୍ତ୍ତମାନ ତଳି ଘରାରୁ ତଳି ନେଇ ମୁଖ୍ୟ ଜମିରେ ରୋଇବା ପାଇଁ କେଉଁ ପଦ୍ଧତି ଆଦୃତ କରୁଛନ୍ତି, ଗୋଟିଏ ବୁଦାରେ କେତେଗୋଟି ଚାରା ରୁଅନ୍ତି, ରୁଆ ଚାଷର ଉପାଦେୟତା ସବୁ କ’ଣ ଏବଂ ସେମାନେ ଏହି ପଦ୍ଧତି ଅନୁସରଣ କରିବାବେଳେ କିଛି ସମସ୍ୟାର ସମ୍ମୁଖିନ୍ନ ହୋଇଥାଆନ୍ତି I ସୋପାନ -୨: ସାବଧାନତା : ତଳି ଓପାଡିଲା ପରେ ସାଧାରଣ ଭାବେ କିଛି ଚାଷୀ ତଳିକୁ ପାଣିରେ ଧୋଇ ଦିଅନ୍ତି I ଚାଷୀମାନଙ୍କୁ ଏପରି କରିବାକୁ ବାରଣ କରନ୍ତୁ, କାରଣ ଏହା ସଠିକ ପଦ୍ଧତି ନୁହେଁ I ତଳିକୁ ସିଧାସଳଖ ମୁଖ୍ୟ ଜମିରେ ରୋଇବା ଉଚିତ I ସୋପାନ -୩: ତଳି ରୁଆ କିପରି କରାଯିବ: ଶ୍ରେଣୀ କକ୍ଷରେ ଅଂଶଗ୍ରହଣକାରୀମାନଙ୍କୁ ତଳି ରୋଇବାର ପଦ୍ଧତି ବୁଝାଇ ସାରିଲା ପରେ, ଏହାକୁ ପ୍ରଦର୍ଶିତ କରିବା ପାଇଁ ସେମାନଙ୍କୁ କୌଣସି ଚାଷୀଙ୍କ ଜମିକୁ ନେଇ ତଳି କେମିତି ରୁଆ ଯାଏ, ପ୍ରଦର୍ଶିତ କରନ୍ତୁ I ତଳି ଘରାରେ ବିହନ ବୁଣିବାର ତିନି ରୁ ଚାରି ସପ୍ତାହ ପରେ ତଳି ଓପାଡନ୍ତୁ I ତଳି ଓପାଡିବାର ସାତଦିନ ପୂର୍ବରୁ ଏକରୁ ଦୁଇ ଗ୍ରାମ ପ୍ରତି ବର୍ଗ ମିଟର ହିସାବରେ ଥିମେଣ୍ଟ ପ୍ରୟୋଗ କରନ୍ତୁ କିମ୍ବା ଏକ ଲିଟର ପାଣିରେ ଦୁଇ ମି.ଲି. କ୍ଲୋରୋପାଇରିଫୋସ ଅଥବା ଏକ ଗ୍ରାମ କାର୍ବନଡାଜିଅମ୍ ମିଶ୍ରଣ କରି ସିଞ୍ଚନ କରନ୍ତୁ I ରୋଇବା ପରେ କୌଣସି ରୋଗ ପୋକ ଆକ୍ରମଣରୁ ଏହା ଫସଲକୁ ରକ୍ଷା କରିବ I ଧାନ ଫସଲ ପାଇଁ ଗୋଟିଏ ବୁଦାରେ ଦୁଇଗୋଟି ତଳି ରୁଅନ୍ତୁ I ରୋଇଲା ସଅମୟରେ ତଳିଗୁଡିକ ସିଧା ହୋଇଥିବା ଉଚିତ I ଧାନ ତଳି ରୋଇବା ସମୟରେ ଗଛ କୁ ଗଛ ମଧ୍ୟରେ ସଠିକ ବ୍ୟବଧାନ ରଖିବା ଉଚିତ I ଗଛ କୁ ଗଛ ମଧ୍ୟରେ ସଠିକ ବ୍ୟବଧାନ ବଜାୟ ରଖିବା ଧାନ ତଳି ରୋଇବାର ଏକ ମୁଖ୍ୟ ଦିଗ I ଗଛ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ରଖାଗଲେ ଅମଳ ୨୫ ରୁ ୪୦ ଶତାଂଶ ଅଧିକ ହୋଇଥାଏ I ଏହା ସହିତ ଚାଷ ନିବେଶ, ଶ୍ରମ ଏବଂ ଅନ୍ୟ ଜିନିଷରେ ମଧ୍ୟ ସଞ୍ଚୟ ହୋଇଥାଏ I ପରିବା ତଳିକୁ ରୋଇବା ପାଇଁ ପରିବହନ କରି ନେଲାବେଳେ ଧ୍ୟାନ ରଖିବାକୁ ହେବ ଯେ, ଯେପରିକି ତାହା ନଷ୍ଟ ହୋଇ ନ ଯାଏ I ତଳିଗୁଡିକ ଯେପରି ରାସାୟନିକ ସାରର ସିଧା ସଳଖ ସଂସ୍ପର୍ଶରେ ଆସିବ ନାହିଁ ସୁନିଶ୍ଚିତ କରନ୍ତୁI ରୋଇଲା ବେଳେ ଜମି ଓଦା ଥିବା ଉଚିତ, କିନ୍ତୁ ଅଧିକ ପାଣି ଜମିଗଲେ ତଳିସବୁ ମରିଯାଏ (ଧାନ ତଳି ବ୍ୟତିତ) I ସୋପାନ -୪: ମୃତ୍ତିକାର ଅବସ୍ଥା ଅନୁଯାୟୀ କେତେବେଳେ ତଳି ରୋଇବା ଉଚିତ: ଦୋରସା କିମ୍ବା ଚିକିଟା ମାଟିରେ ତଳି ରୁଆ ଅନ୍ତିମ ପର୍ଯ୍ୟାୟ ହଳ କରିବାଠାରୁ ଏକରୁ ତିନିଦିନ ପର୍ଯ୍ୟନ୍ତ ବିଳମ୍ବ କରାଯାଏ କାରଣ ତଳିକୁ ଧରିରଖିବା ପାଇଁ ମାଟି ବହୁତ ଦୁର୍ବଳ ଥାଏ I କିଛି ବାଲିଆ ମାଟିରେ ମଇ ଦେବାର କିଛି ଘଣ୍ଟା ମଧ୍ୟରେ ରୁଆ ଯାଇଥାଏ ନତୁବା ମାଟି ଟାଣ ହୋଇଯାଇଥାଏ ଏବଂ ହାତରେ ତଳି ରୋଇବା କାଠିକର ହୋଇଥାଏ I ଯେଉଁ ଅଞ୍ଚଳରେ ସ୍ୱଳ୍ପ ବୃଷ୍ଟିପାତ ହୋଇଥାଏ ଏବଂ ମାଟି ଅଧିକ ଟାଣ ଥାଏ, ସେଠାରେ ଏକ ବାଡି ସାହାଯ୍ୟରେ ମାଟିରେ ଏକ ଗର୍ତ୍ତକରିବା ପରେ ତଳିକୁ ରୁଆ ଯାଏ I ଉପସଂହାର ଅଧିବେଶନକୁ ସମାପ୍ତକରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ତଳି ଘରାରୁ ତଳି ନେଇ ମୁଖ୍ୟ ଜମିରେ ତଳି ରୋଇବା ପ୍ରକ୍ରିୟା ବିଷୟରେ ବୁଝିଲେ ନା ନାହିଁ I ଚାଷୀମାନଙ୍କୁ ସ୍ପଷ୍ଟଭାବେ କହିବା ଦରକାର ଯେ ଜମିକୁ ଅନ୍ତିମ ଚରଣ ହଳକରିସାରିବା ପରେ କେବଳ ସୁସ୍ଥ ତଳିକୁ ରୋଇବା ପାଇଁ ପରେ ମୁଖ୍ୟ ଜମିକୁ ନିଆଯିବ I ଯଦି ସେମାନଙ୍କର କିଛି ସନ୍ଦେହ ଥାଏ, ତାହାକୁ ଦୂର କରନ୍ତୁ I ଆଧାର – ପୋର୍ଟାଲ ଟିମ