ଅଧିବେଶନ ୧. ୧ |
କୁକୁଡା ପାଳନ କାହିଁକି? |
ଉଦ୍ଦେଶ୍ୟ |
କୁକୁଡା ପାଳନକୁ ଏକ ବୈକଳ୍ପିକ ଜୀବିକା ଭାବେ ଗ୍ରହଣ କରିବା ପାଇଁ ଚାଷୀମାନଙ୍କୁ ଦିଗ୍ ଦର୍ଶନ ଦେବା I |
ପଦ୍ଧତି |
ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଯନ କରାଯିବ ଏବଂ ସିଆରପିମାନେ ଅଧିବେଶନର ବିଷୟବସ୍ତୁକୁ ବ୍ୟାଖ୍ୟାନ ଓ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I |
ଅଂଶଗ୍ରହଣକାରୀ |
ସ୍ଵୟଂ ସହାୟକ ଦଳ ଓ ସମୂହର ମହିଳା ଚାଷୀ I ପ୍ରକଳ୍ପ ଗ୍ରାମଗୁଡିକର ଅନ୍ୟାନ୍ୟ ଚାଷୀ I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I |
ଦରକାରୀ ସାମଗ୍ରୀ |
ପୋଷ୍ଟର I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ I |
ଅଣ୍ଡା ଓ ମାଂସ ଉତ୍ପାଦନ ପାଇଁ କୁକୁଡା ପାଳନ କରାଯାଏ I ସାମ୍ପ୍ରତିକ ଭାବେ, କୁକୁଡା ପାଳନ ଏକ ବୃତ୍ତି ହିସାବରେ ଲୋକପ୍ରିୟତା ହାସଲ କରିଛି ଏବଂ ଆଧୁନିକ ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟାର ସଫଳ ଆଦୃତ ଫଳରେ ଏକ ଲାଭଜନକ ବ୍ୟବସାୟିକ ବୃତ୍ତିର ମାନ୍ୟତା ପାଇଛି I ଯଦି ଏହାକୁ ଠିକ୍ ଭାବରେ ପରିଚାଳନା କରାଯାଇପାରିବ ଏହା ଏକ ଲାଭଜନକ ନିରନ୍ତର ବିକଳ୍ପ ଜୀବିକା ଭାବେ ପ୍ରମାଣିତ ହୋଇ ପାରିବ I ତେଣୁ ଚାଷୀମାନେ ଏହି ବିଷୟରେ ଦିଗ୍ ଦର୍ଶନ ତଥା ଉତ୍ସାହ ଆବଶ୍ୟକ କରନ୍ତି I
ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନା ଆରମ୍ଭ କରି ଦଳରେ ଥିବା ଅଂଶଗ୍ରହଣକାରୀଙ୍କୁ ପଚାରନ୍ତୁ କି ସେମାନେ କୁକୁଡା ପାଳନ ବିଷୟରେ ଜାଣିଛନ୍ତି କି ଏବଂ ଏହା ଖାଦ୍ୟ ହିସାବରେ ବ୍ୟବହାର କରିବା ତଥା ରୋଜଗାର ପାଇଁ ଏହାକୁ ଆୟକାରୀ ବୈକଳ୍ପିକ ଜୀବିକା ଭାବେ ଗ୍ରହଣକରିବା ସେମାନଙ୍କ ପାଇଁ କେତେଦୁର ସହାୟକ ହେବ I ତା'ପରେ ଚାଷୀମାନଙ୍କୁ କୁକୁଡା ଫାର୍ମ ସ୍ଥାପନକରି ସେମାନଙ୍କର ପରିବାରର ଆୟ ବୃଦ୍ଧିକରିବାକୁ ପ୍ରବର୍ତ୍ତାନ୍ତୁ I
ସୋପାନ -୨: କୁକୁଡା ଚାଷ କ'ଣ: ଚାଷୀମାନଙ୍କୁ କୁକୁଡା ପାଳନର ଅର୍ଥ ବୁଝାନ୍ତୁ I ଖାଦ୍ୟ ପାଇଁ କୁକୁଡା, ବତକ ଏବଂ ହଂସ ପରି ଗୃହପାଳିତ ପକ୍ଷୀ ପାଳନକରି ମାଂସ ଓ ଅଣ୍ଡା ଉତ୍ପାଦନ କରିବାକୁ କରିବାକୁ କୁକୁଡା ଚାଷ କୁହାଯାଏ I ପକ୍ଷୀ ପାଳନ ବହୁଳ ଭାବରେ କରାଯାଏ ଏବଂ କୁକୁଡା ପାଳନ ସବୁଠାରୁ ଅଧିକ କରାଯାଏ I ଅଣ୍ଡା ଓ ମାଂସକୁ ଖାଦ୍ୟ ରୁପେ ପାଇବା ପାଇଁ ଦେଶରେ ବାର୍ଷିକ ୫୦ ଅୟୁତରୁ ବି ଅଧିକ କୁକୁଡା ପାଳନ କରାଯାଏ I ଅଣ୍ଡା ପାଇବା ପାଇଁ ପାଳନ କରାଯାଉଥିବା କୁକୁଡାକୁ 'ଲେୟର୍' କୁହାଯାଏ ଏବଂ ମାଂସ ପାଇଁ ପାଳନ କରାଯାଉଥିବା କୁକୁଡାକୁ 'ବ୍ରୟଲର୍' କୁହାଯାଏ I କୁକୁଡା ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଏକ ପୁଷ୍ଟିକର ଖାଦ୍ୟ I ପ୍ରତ୍ୟେକ ଅଣ୍ଡାରେ ପ୍ରୋଟିନ୍ (୬.୨ ଗ୍ରାମ୍), ସ୍ନେହସାର (5.5 ଗ୍ରାମ୍), ଶ୍ୱେତସାର (୦.୫ ଗ୍ରାମ୍) ଏବଂ ଖଣିଜ ଲବଣ (୦.୫ ଗ୍ରାମ୍) ପର୍ଯ୍ୟନ୍ତ ପୋଷକ ରହିଥାଏ I ଉଭୟ ଅଣ୍ଡା ଓ ମାଂସ ପାଇଁ ଭଲ ବଜାର ଚାହିଦା ରହିଛି I
ସୋପାନ -୩: କୁକୁଡା ଚାଷର ସୁବିଧା ସବୁ କଣ ?: କୁକୁଡାଚାଷକୁ ଏକ ଆୟକାରୀ କାର୍ଯ୍ୟକ୍ରମ ଭାବରେ ଆଦୃତ କରିବାର ସୁବିଧା ସବୁ ବିଷୟରେ ଚାଷୀମାନଙ୍କୁ ଜଣାନ୍ତୁ I କୁକୁଡାଚାଷର ପ୍ରମୁଖ ସୁବିଧା ସବୁକୁ ତଳେ ଉଲ୍ଲେଖ କରାଯାଇଛି :
ସୋପାନ - ୪: କୁକୁଡା ଫାର୍ମକୁ ଲାଭକାରୀ ସଂସ୍ଥା ହିସାବରେ ପରିଚାଳନା କରିବା ପାଇଁ କିଛି ପନ୍ଥା : କୁକୁଡା ପାଳନଦ୍ୱାରା ପ୍ରତ୍ୟେକ ପକ୍ଷୀଠାରୁ ବର୍ଷକୁ ୩୦୦ ରୁ ୩୨୦ ଅଣ୍ଡା ମିଳିଥାଏ I ବ୍ରୟଲର୍ କୁକୁଡା କ୍ଷେତ୍ରରେ, ପ୍ରତ୍ୟେକ ପକ୍ଷୀର ଓଜନ ୩୦ରୁ ୩୫ ଦିନ ମଧ୍ୟରେ ୧.୮ ରୁ ୨ କିଲୋଗ୍ରାମ୍ ହେବା ଦରକାର I ଚାଷୀମାନଙ୍କୁ ଜଣାଇବା ଦରକାର କି ସମସ୍ତ ସକାରାତ୍ମକ ଉପାଦାନ ସତ୍ତ୍ୱେ, ଯଦି ନିମ୍ନଲିଖିତ ପଦକ୍ଷେପ ନିଆ ନ ଯାଏ କୁକୁଡାପାଳନ ଶ୍ରମ ଅନୁଯାୟୀ ଲାଭାଦାୟକ ହୋଇ ନ ପାରେ :
ଅଧିବେଶନର ଶେଷ ଆଡକୁ ଏକ ମୁଖର କିମ୍ବା ପ୍ରଗତିଶୀଳ ଚାଷୀଙ୍କୁ (ଯିଏ ଆଗରୁ କୁକୁଡା ପାଳନ କରୁଥିବେ) ଅଧିବେଶନ କାର୍ଯ୍ୟବାହୀର ସାରାଂଶକୁ ସଂକ୍ଷେପରେ ପୁନରାବୃତ୍ତି କରିବାକୁ କୁହନ୍ତୁ ଆଉ ଏକ କୁକୁଡା ଫାର୍ମକୁ ସଫଳତାର ସହ ଚଳାଇବା ପାଇଁ "କରନ୍ତୁ ଓ କରନ୍ତୁ ନାହିଁ" ବିଷୟରେ ବର୍ଣ୍ଣନା କରିବାକୁ କୁହନ୍ତୁ I ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ କେତେଜଣ ଏହି କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଆଗ୍ରହୀ ଅଛନ୍ତି ଏବଂ ଆପଣଙ୍କ ତରଫରୁ କେଉଁ ପ୍ରକାର ଉପଦେଶ ଓ ପରାମର୍ଶ ସମ୍ବନ୍ଧୀୟ ସାହାଯ୍ୟ କରକାର କରନ୍ତି I
ଆଧାର - ପୋର୍ଟାଲ ଟିମ
Last Modified : 2/11/2020