ଅଧିବେଶନ ୨.୧ |
ଛେଳି ପାଳନର ଉଦ୍ଦେଶ୍ୟ I |
ଉଦ୍ଦେଶ୍ୟ |
ଚାଷୀମାନଙ୍କୁ ଛେଳି ପାଳନର ଉପାଦେୟ଼ତା ବିଷୟରେ ଶିକ୍ଷାଦାନ କରିବା I |
ପଦ୍ଧତି |
ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଯନ କରାଯିବ ଏବଂ ସିଆରପିମାନେ ଅଧିବେଶନର ବିଷୟବସ୍ତୁକୁ ବ୍ୟାଖ୍ୟାନ ଓ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I |
ଅଂଶଗ୍ରହଣକାରୀ |
ସ୍ଵୟଂ ସହାୟକ ଦଳ ଓ ସମୂହର ମହିଳା ଚାଷୀ ଏବଂ ଅଗ୍ରଣୀ ଅନ୍ୟାନ୍ୟ ଚାଷୀ I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I |
ଦରକାରୀ ସାମଗ୍ରୀ |
ପୋଷ୍ଟର I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୧୫ ମିନିଟ୍ I |
ପୃଷ୍ଠ ଭୁମୀ
ଗତ କିଛି ଦିନ ମଧ୍ୟରେ ଛେଳି ଚାଷ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇପାରିଛି I ବଜାର ଚାହିଦାରେ ଉନ୍ନତି ହେବା ଫଳରେ ଏହା ଏକ ଲାଭଜନକ ବୃତ୍ତି ହେବା ସହ, ଆୟର ଏକ ଉତ୍ତମ ମାଧ୍ୟମ ହୋଇ ପାରିଛି I ଅଭାବ ସମୟରେ, ଛେଳି ବିକ୍ରିକରି ଅର୍ଥ ରୋଜଗାର କରିହେବ I ଓଡିଶା ରାଜ୍ୟରେ ଛେଳି ଚାଷ ପାଇଁ ବହୁତ ଅଧିକ ସୁଯୋଗ ଅଛି I
ସୋପାନ-ପର-ସୋପାନ କାର୍ଯ୍ୟକ୍ରମ
ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଛେଳି ପାଳନର ଉପାଦେୟତା ବିଷୟରେ ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା କରନ୍ତୁ I ଯେଉଁମାନଙ୍କର ଛେଳି ନାହିଁ, ତାଙ୍କୁ ଛେଳି ପାଳନ ନ କରିବାର କାରଣ ପଚାରନ୍ତୁ I
ସୋପାନ -୨: ଛେଳି ପାଳନର ଉପାଦେୟତା: ଅଂଶଗ୍ରହଣକାରୀମାନଙ୍କୁ ଛେଳି ପାଳନର କିଛି ଉପାଦେୟତା ବିଷୟରେ ବୁଝାନ୍ତୁ:
ସୋପାନ -୩: ଛେଳିମାନଙ୍କ ବିଷୟରେ କିଛି ଦରକାରୀ ସୂଚନା: ଛେଳି ସମ୍ବନ୍ଧୀୟ କିଛି ପ୍ରମୁଖ ବିଷୟ ବୁଝାନ୍ତୁ I ଯେଉଁ ଚାଷୀମାନେ ବର୍ତ୍ତମାନ ଛେଳି ପାଳନ କରୁଛନ୍ତି ତଥା ଯେଉଁମାନେ ଭବିଷ୍ୟତରେ କରିବାକୁ ଚାହୁଁଛନ୍ତି, ସେହିମାନଙ୍କ ପାଇଁ ଏହି ପ୍ରଶିକ୍ଷଣ ଉପାଦେୟ ହେବ:
ଉପସଂହାର
ଅଧିବେଶନ ଶେଷ ଆଡକୁ ଯେଉଁ ଅଂଶଗ୍ରହଣକାରୀମାନଙ୍କର ଛେଳି ନାହିଁ, ପଚାରନ୍ତୁ କି ସେମାନେ ବର୍ତ୍ତମାନ ଛେଳିଚାଷ କରିବାକୁ ଆଗ୍ରହୀ ହେବେ କି I
ଅଧିବେଶନ ୨.୨ |
ଛେଳିର ପ୍ରଜାତି I |
ଉଦ୍ଦେଶ୍ୟ |
ବିଭିନ୍ନ ପ୍ରଜାତିର ଛେଳି ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ଶିକ୍ଷା ଦେବା I |
ପଦ୍ଧତି |
ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଯନ କରାଯିବ ଏବଂ ସିଆରପିମାନେ ଅଧିବେଶନର ବିଷୟବସ୍ତୁକୁ ବ୍ୟାଖ୍ୟାନ ଓ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I |
ଅଂଶଗ୍ରହଣକାରୀ |
ସ୍ଵୟଂ ସହାୟକ ଦଳ ଓ ସମୂହର ମହିଳା ଚାଷୀ ଓ ଅନ୍ୟାନ୍ୟ ପ୍ରଗତିଶୀଳ ଚାଷୀ I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I |
ଦରକାରୀ ସାମଗ୍ରୀ |
ପୋଷ୍ଟର I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ – ୧୫ ମିନିଟ୍ I |
ପୃଷ୍ଠ ଭୁମୀ
ସାଧାରଣତଃ ଛେଳି ପାଳନର ଦୁଇଟି ଉଦ୍ଦେଶ୍ୟ ଥାଏ, ଯଥା ଉଭୟ ମାଂସ ଓ ଦୁଧ ପାଇବା ପାଇଁ I କିନ୍ତୁ, ଓଡିଶାରେ ଛେଳି ପାଳନ ମୁଖ୍ୟତଃ ମାଂସ ପାଇଁ କରାଯାଇଥାଏ I ଉନ୍ନତ ପ୍ରଜାତିର ଛେଳିଙ୍କର ଓଜନ ଅଧିକ ହୋଇଥାଏ I ଏକା ଥରକେ ଏକରୁ ଅଧିକ ଛୁଆ ପ୍ରସବ କରୁଥିବାରୁ ଏହା ଅଧିକ ଲାଭ ଦାୟକ ହୋଇଥାଏI
ସୋପାନ-ପର-ସୋପାନ କାର୍ଯ୍ୟକ୍ରମ
ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଅଂଶଗ୍ରହଣକାରୀମାନଙ୍କୁ ସେମାନେ ପାଳନ କରୁଥିବା ଛେଳିଙ୍କର ବିଶିଷ୍ଟ ଲକ୍ଷଣସବୁକୁ ଉଲ୍ଲେଖ କରିବାକୁ କୁହନ୍ତୁ I ଏହା ସହ, ସେମାନେ ପାଳନ କରୁଥିବା ଛେଳିଙ୍କର ପ୍ରଜାତିର ନାମକୁ ପଚାରନ୍ତୁ I ସେମାନଙ୍କ ସହ ଅଲୋଚନା କରନ୍ତୁ କି ସେମାନେ ସ୍ଥାନୀୟ କିମ୍ବା ଉନ୍ନତ ପ୍ରଜାତିର ଛେଳି ପାଳନ କରିବାକୁ ଚାହୁଁଛନ୍ତି I
ସୋପାନ -୨: ଛେଳିଙ୍କ ପ୍ରଜାତି: ଅଂଶଗ୍ରହଣକାରୀଙ୍କୁ ବୁଝାନ୍ତୁ କି, ଓଡିଶାରେ ଦୁଇ ପ୍ରକାରର ଛେଳି ଦେଖାଯାଆନ୍ତି ଯଥା ବ୍ଲାକ୍ ବେଙ୍ଗାଲ୍ ଓ ଗଞ୍ଜାମ ପ୍ରଜାତିର ଛେଳି I
ବ୍ଲାକ୍ ବେଙ୍ଗାଲ୍ ପ୍ରଜାତି: ଏହା କେନ୍ଦୁଝର, ମଯୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଦେଖାଯାଏ I ଏହା ଆକାରରେ ଛୋଟ ଓ ସାଧାରଣତଃ କଳା ରଙ୍ଗର I କିନ୍ତୁ, କିଛି ଜାଗାରେ ଧଳା ଓ ଲାଲ ଧୁଷର ରଙ୍ଗର ଛେଳି ମଧ୍ୟ ଦେଖାଯାଆନ୍ତି I ଶିଙ୍ଗ ଦୁଇଟି ଛୋଟ ଓ ଉପର ମୁହାଁ ହୋଇଥାଏ I କାନ ଯୋଡିକ ମଧ୍ୟ ଛୋଟ ହୋଇଥାଏ I ବୟସ୍କ ମାଈ ଛେଳିର ଓଜନ ୧୫ ରୁ ୨୦ କେ.ଜି. ପର୍ଯ୍ୟନ୍ତ ଓ ବୁଦାର ଓଜନ ୨୦ ରୁ ୨୫ କେ.ଜି. ପର୍ଯ୍ୟନ୍ତ ହୋଇଥାଏ I
ଗଞ୍ଜାମ ପ୍ରଜାତି: ଏହା ଗଞ୍ଜାମ, ଗଜପତି, ନୟାଗଡ ଓ କନ୍ଧମାଳ ଜିଲ୍ଲାରେ ଦେଖାଯାଏ I ଗୋଡ ଲମ୍ବା ହୋଇଥାଏ, ଦେହର ରଙ୍ଗ ଲାଲ କିମ୍ବା କଳା ହୋଇଥାଏ I ଏହି ପ୍ରଜାତିର ଛେଳି ଥରକୁ ଗୋଟିଏ ଛୁଆକୁ ଜନ୍ମ ଦେଇଥାଏ I ବୟସ୍କ ଛେଳିର ଓଜନ ୧୮ ରୁ ୨୦ କେ.ଜି. ପର୍ଯ୍ୟନ୍ତ ହୋଇଥାଏ I
ରାଜ୍ୟରେ, ଆହୁରି ଅନେକ ଅନ୍ୟାନ୍ୟ ପ୍ରଜାତିର ଛେଳି ସ୍ଥାନ ଅନୁସାରେ ଦେଖାଯାଆନ୍ତି I ଏହା ସବୁ ହେଇଛି ଘୁମୁସର, ମାରାଗୁଡା, ଡାଳୁଆ, ମାଲକାନଗିରି, କେନ୍ଦୁଝର, ରାଇଘର ପ୍ରଜାତିର ଛେଳି ଇତ୍ୟାଦି I
ସୋପାନ -୩: ଛେଳି କିଣିବା ସମୟରେ ବିଚାରକୁ ନେବା ପାଇଁ କିଛି ବିନ୍ଦୁ: ଛେଳି କିଣିବା ସମୟରେ ଅଂଶଗ୍ରହଣକାରୀମାନଙ୍କୁ ନିମ୍ନ ଲିଖିତ ବିଷୟରେ ଧ୍ୟାନ ରଖିବାକୁ କୁହନ୍ତୁ:
ଉପସଂହାର
ଅଧିବେଶନ ସମାପ୍ତ କରିବା ଆଗରୁ, ଜଣେ ଅଂଶଗ୍ରହଣକାରୀଙ୍କୁ ଛେଳି ପ୍ରଜାତିର ନାମ ସବୁକୁ କହିବା ପାଇଁ କୁହନ୍ତୁ ଏବଂ ସେ ପାଳନ କରିଥିବା ଛେଳିର ପ୍ରଜାତିକୁ ଚିହ୍ନଟ କରିବାକୁ କରନ୍ତୁ I ଏହାସହ, ଛେଳି କିଣିବା ପୁର୍ବରୁ କ'ଣ ସବୁ ବିଷୟ ସେମାନେ ବିଚାରକୁ ନେବେ, ବର୍ଣ୍ଣନା କରିବାକୁ କୁହନ୍ତୁ I
ଆଧାର – ପୋର୍ଟାଲ ଟିମ
Last Modified : 2/11/2020