ଅଧିବେଶନ ୧.୬ |
ବାଡି ଅଗଣା କୁକୁଡା ପାଳନ I |
ଉଦ୍ଦେଶ୍ୟ |
ବାଡି ଅଗଣା କୁକୁଡା ପାଳନକରିବା ପାଇଁ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I |
ପଦ୍ଧତି |
ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ପୋଷ୍ଟର ମାଧ୍ୟମରେ ବାଡି ଅଗଣା କୁକୁଡା ପାଳନକରିବା ପାଇଁ ଚାଷୀମାନଙ୍କୁ ବୁଝାଇବେ I |
ଅଂଶଗ୍ରହଣକାରୀ |
ସ୍ଵୟଂ ସହାୟକ ଦଳ ଓ ସମୂହର ମହିଳା ଚାଷୀ ଏବଂ ସେମାନଙ୍କର ସ୍ୱାମୀ I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ ମଞ୍ଚ I |
ଦରକାରୀ ସାମଗ୍ରୀ |
ପୋଷ୍ଟର I ଅଗଣା କୁକୁଡା ପାଳନ କରାଯାଉଥିବା ଏକ ସ୍ଥାନ I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୩୦ ମିନିଟ୍ I |
ଗ୍ରାମାଞ୍ଚଳରେ ରହୁଥିବା ଗରୀବମାନେ କମ ନିବେଶରେ ପାରିବାରିକ ଆୟକୁ ବଢାଇବା ପାଇଁ ଅଗଣା କୁକୁଡା ପାଳନକୁ ଏକ ଉପଯୁକ୍ତ ବୃତ୍ତି ଭାବରେ ଗ୍ରହଣ କରିପାରିବେ I
ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ କି ସେମାନେ କେବେ ବି ବାଡି ଅଗଣା କୁକୁଡା ପାଳନ ଦେଖିଛନ୍ତି କି ? ଏଥି ସହିତ ଏହା ମଧ୍ୟ ପଚାରନ୍ତୁ କି ଏହାକୁ ଏକ ଆନୁଷାଙ୍ଗିକ ବୃତ୍ତି ଭାବରେ ଆରମ୍ଭ କରିବା ପାଇଁ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଅଛି କି ? ଯଦି ନାଁ, ତେବେ ଏହି ବିଷୟରେ କେଉଁ ପ୍ରକାର ସୂଚନା ସେମାନଙ୍କ ପାଖରେ ନାହିଁ ଯଦ୍ୱାରା ସେମାନଙ୍କୁ ଉପଯୁକ୍ତ ଦିଗ୍ ଦର୍ଶନ ଦେଇ ବାଡି ଅଗଣା କୁକୁଡା ପାଳନ କରିବା ପାଇଁ ଉତ୍ସାହିତ କରାଯାଇ ପାରିବ I ଏହି ବୃତ୍ତିକୁ କରିବା ପାଇଁ ପ୍ରତ୍ୟେକ ଦିନରେ ଖୁବ କମ ସମୟ ଖର୍ଚ୍ଚ କରିବାକୁ ପଡିଥାଏ I
ସୋପାନ -୨: ବାଡି ଅଗଣା କୁକୁଡା ପାଳନ କ'ଣ ?: ବାଡି ଅଗଣା କୁକୁଡା ପାଳନ ଗ୍ରାମୀଣ ଲୋକଙ୍କ ଦ୍ୱାରା କରାଯାଉଥିବା ଏକ ବହୁ ପ୍ରାଚୀନ ଚଳଣି I ଘର ଅଗଣାରେ ଛୋଟ ଆକାରରେ କୁକୁଡା ପାଳନ କରିବାକୁ ଏହା ବୁଝାଏ I ଏହି ପ୍ରଣାଳୀରେ ପକ୍ଷୀମାନଙ୍କ ଉପରେ ଲାଗାତାର ନଜର ରଖା ଯାଇପାରିବ I ଅନେକ ପରିବାର ଏପରି କୁକୁଡା ପାଳନ ନିଜ ଖାଦ୍ୟ ସକାସେ ଅଣ୍ଡା ଓ ମାଂସ ପାଇବା ପାଇଁ କରନ୍ତି ଆଉ ଅଳ୍ପ କିଛି ପରିବାର ଏହାକୁ ଏକ ବ୍ୟବସାୟିକ ଉଦ୍ୟୋଗ ଭାବରେ ଚଲାନ୍ତି I
ସୋପାନ -୩: ଅଳ୍ପ ନିବେଶ ବ୍ୟବସାୟ: ଏହି ବ୍ୟବସାୟକୁ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଦେଶୀୟ ସାମଗ୍ରୀକୁ ବ୍ୟବହାର କରି ଆରମ୍ଭ କରିହେବ I କୌଣସି ବଡ଼ ନିବେଶର ଆବଶ୍ୟକତା ନାହିଁ I କୁକୁଡାଙ୍କ ପାଇଁ ଏକ ଛୋଟ ଘର ମାଟି କାନ୍ଥ ସାହାଯ୍ୟରେ ନିର୍ମାଣ କରିହେବ I ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ସାମଗ୍ରୀ ଯଥା ଟିଣ, ଜିଙ୍କ୍ ପାତ୍ର କିମ୍ବା ବାଉଁଶକୁ ଆହାର ପାତ୍ର ଭାବରେ ବ୍ୟବହାର କରିହେବ I ପକ୍ଷୀମାନଙ୍କୁ ପାଣି ଦେବା ପାଇଁ ମାଟି ହାଣ୍ଡି, ଟିଣ ପାତ୍ର ଇତ୍ୟାଦି ବ୍ୟବହାର କରାଯାଇପାରିବ I ବାଉଁଶ ପେଟି ବା ଡାଲା ଅଣ୍ଡା ସଂଗ୍ରହ କରିବା ପାଇଁ ବ୍ୟବହାର କରାଯାଇପାରିବ I ଯେହେତୁ ଏଥିରେ ଅଧିକ ନିବେଶ ଜଡିତ ନାହିଁ, କୌଣସି ଅଘଟଣରୁ ଅଧିକ ପକ୍ଷୀ ମୃତ୍ୟୁହାର ହେବା ସତ୍ୱେ ପରିବାରର ବହୁତ କିଛି କ୍ଷତି ହେବ ନାହିଁ I ବର୍ଷାଦିନେ ପକ୍ଷୀମାନଙ୍କୁ ବାହାରକୁ ଛଡାଯାଏ ନାହିଁ I ସେମାନଙ୍କୁ ବର୍ଷାବୁନ୍ଦାରୁ ରକ୍ଷାକରିବା ପାଇଁ କୁକୁଡା ଘର ଚାରିପାଖେ ଅଖା ବସ୍ତା ଝୁଲାଇ ରଖିବା ଦରକାର I ପକ୍ଷୀମାନେ ପୋକଯୋକ, ପରିବା ଅପଶିଷ୍ଟ ତଥା ଅଳିଆ ଗଦାରୁ ଖାଦ୍ୟ ଖାଇଥାଆନ୍ତି I ପକ୍ଷୀମାନଙ୍କୁ ଅନ୍ୟାନ୍ୟ ଆହାର ଯଥା ଧାନ ଚଷୁ, ଚାଉଳ କଣିକା, ସଶ୍ୟ, ତେଲ ପିଡିଆ, ଶୁଖିଲା ମାଛ ଓ ହାଡ ଗୁଣ୍ଡ ଇତ୍ୟାଦି ମଧ୍ୟ ଦିଆ ଯିବା ଉଚିତ I ପ୍ରତ୍ୟେକ ପକ୍ଷୀଙ୍କୁ ଦିନକୁ ୫୦ ଗ୍ରାମ୍ ମିଶ୍ରିତ ଆହାର ଦିଆଯିବା ଆବଶ୍ୟକ I
ସୋପାନ -୪: ଉନ୍ନତ ପ୍ରଜାତି: ଚାଷୀ ମାନେ ସ୍ଥାନୀୟ ପ୍ରଜାତି ଅଗଣାରେ ପାଳନ କରିପାରିବେ, କିନ୍ତୁ ଏହି ସବୁ ପ୍ରଜାତି ଧିରେ ଧିରେ ବଢନ୍ତି ଆଉ କମ ସଂଖ୍ୟକ ଅଣ୍ଡା ଦେଇଥାଆନ୍ତି I ଆଜିକାଲି ଅନେକ ଉନ୍ନତ ପ୍ରଜାତିକୁ ବିକଶିତ କରାଯାଇଛି ଯାହା ଦେଶୀୟ ପକ୍ଷୀ ପରି ଦେଖା ଯାଏ I ଏମାନଙ୍କ ମଧ୍ୟରେ ବନରାଜ, ଗିରିରାଜ, ଗ୍ରାମ ପ୍ରିୟା, ଓୟୁଏଟି ସିନ୍ଥେଟିକ୍, ବ୍ଲାକ୍ ରକ୍ ଇତ୍ୟାଦି ମହତ୍ୱପୂର୍ଣ୍ଣ I ଏହି ପ୍ରଜାତି ସବୁର ସବିଶେଷ ତଥ୍ୟ ତଳେ ଦିଆ ଯାଇଛି:
ସୋପାନ -୫: ବାଡି ଅଗଣା କୁକୁଡା ପାଳନ ଉଦ୍ୟୋଗର ଉପାଦେୟତା:
ସିଆରପିମାନେ ବାଡି ଅଗଣା କୁକୁଡା ପାଳନ କରିବା ପାଇଁ ଇଚ୍ଛା କରୁଥିବା ଚାଷୀମାନଙ୍କୁ ପରାମର୍ଶ ଦେବା ଉଚିତ I ଚାଷୀମାନଙ୍କୁ ନିକଟବର୍ତ୍ତୀ ବାଡି ଅଗଣା କୁକୁଡା ପାଳନ କରାଯାଉଥିବା ଜାଗାକୁ ନେଇ ପ୍ରଦର୍ଶନ କରନ୍ତୁ I
ଆଧାର – ପୋର୍ଟାଲ ଟିମ
Last Modified : 2/11/2020