ମଡ୍ୟୂଲ୍ – ୨: ସୁସ୍ଥ ଖାଦ୍ୟ ଥାଳୀ
ଅଧିବେଶନ୨.୧
|
ସୁସ୍ଥ ଖାଦ୍ୟ ଥାଳୀ I
|
ଉଦ୍ଦେଶ୍ୟ
|
ଚାଷୀମାନଙ୍କୁ ବିଭିନ୍ନ ଖାଦ୍ୟ ଶ୍ରେଣୀର ମହତ୍ୱ ବିଷୟରେ ବୁଝାଇବା ଏବଂ ଏକ ସନ୍ତୁଳିତ ଆହାର ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ସାହାଯ୍ୟ କରିବା I
|
ପଦ୍ଧତି
|
ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଏକ ସୁସ୍ଥ ଓ ସନ୍ତୁଳିତ ଆହାର ପ୍ରସ୍ତୁତ କରିବାର ପ୍ରଣାଳୀ ବିଷୟରେ ବୁଝାଇବେ I
|
ଅଂଶଗ୍ରହଣକାରୀ
|
ସ୍ୱୟଂ ସହାୟକ ଦଳ ଓ ସମୂହର ମହିଳା ସଦସ୍ୟା I
|
ସଭା ସ୍ଥାନ
|
ଗୋଷ୍ଠୀ ସଭାଗୃହ କିମ୍ବା କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I
|
ଦରକାରୀ ସାମଗ୍ରୀ
|
ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ହେଉଥିବା ଖାଦ୍ୟର ତାଲିକା ସହ ପୋଷକତତ୍ୱର ପରିମାଣ ଦର୍ଶାଉଥିବା ଏକ ପୋଷ୍ଟର I
|
ସମୟସୀମା
|
ଶ୍ରେଣୀ କକ୍ଷ ଅଧିବେଶନ- ୬୦ ମିନିଟ୍ ।
|
ପୃଷ୍ଠଭୁମୀ
ଏକ ସୁସ୍ଥ ଖାଦ୍ୟ ଥାଳୀ ଅନେକ ପ୍ରକାର ଶ୍ୱେତସାର-ରହିତ ପରିବା ଓ ଫଳକୁ ନେଇ ପ୍ରସ୍ତୁତ ହେବା ଦରକାର ଯାହା ବିଭିନ୍ନ ରଙ୍ଗ ଦେଇଥାଏ ଯଥା ଲାଲ୍, ସବୁଜ, ହଳଦିଆ, ଧଳା, ବାଇଗଣୀ ଏବଂ ନାରଙ୍ଗୀ I ଆମ ଶରୀର ବିଭିନ୍ନ ପ୍ରକାର ପୋଷକ ଦରକାର କରିଥାଏ ଯାହା ଆମେ ଉତ୍ପାଦନ ଓ ରୋଷେଇ କରୁଥିବା ଖାଦ୍ୟରେ ବିଭିନ୍ନ ମାତ୍ରାରେ ରହିଥାଏ I କିନ୍ତୁ, ଉଚିତ ଖାଦ୍ୟର ପରିମାଣ ଜଣେ ବ୍ୟକ୍ତିର ବୟସ ଏବଂ ଜୀବନ ଚକ୍ର ଉପରେ ନିର୍ଭର କରିଥାଏ I ବିଭିନ୍ନ ଖାଦ୍ୟ ଶ୍ରେଣୀରୁ କେତେ ପରିମାଣର ଖାଦ୍ୟ ଗ୍ରହଣ କରିବା ଉଚିତ ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ବୁଝିବାରେ ସାହାଯ୍ୟ କରିବ I
ସୋପାନ-ପର-ସୋପାନ କାର୍ଯ୍ୟକ୍ରମ
ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ : ଅଂଶଗ୍ରହଣକାରୀମାନଙ୍କ ସହ ବିମର୍ଶ କରି ସେମାନଙ୍କୁ ପଚାରନ୍ତୁ ଯେ ପ୍ରତିଦିନ ସେମାନେ କେଉଁ ସବୁ ଖାଦ୍ୟ ଖାଇଥାଆନ୍ତି ଏବଂ ସେମାନେ ଏଥିରେ ଥିବା ପୋଷକର ପରିମାଣକୁ ଜାଣିଛନ୍ତି କି I ଅଂଶଗ୍ରହଣକାରୀମାନଙ୍କ ସହ କିଛି ବ୍ୟଞ୍ଜନ ବିଷୟରେ ଆଲୋଚୋନା କରନ୍ତୁ ଯାହା ସେମାନଙ୍କୁ ଆନ୍ଦୋଳିତ କରିବ ଏବଂ ପରେ ସେମାନଙ୍କୁ କୁହନ୍ତୁ ଯେ କେଉଁ ଖାଦ୍ୟ କେତେ ପରିମାଣରେ ପୋଷକ ଅଛି ଓ ଏହା ଉତ୍ତମ ସ୍ୱାସ୍ଥ୍ୟପାଇଁ କାହିଁକି ଅପରିହାର୍ଯ୍ୟ ଅଟେ I
ସୋପାନ - ୨: ସନ୍ତୁଳିତ ଆହାର ପ୍ରସ୍ତୁତ କରିବା : ଅଂଶଗ୍ରହଣକାରୀମାନଙ୍କୁ ଦୃଢତାର ସହ କୁହନ୍ତୁ ଯେ ଉଚିତ ଖାଦ୍ୟର ପରିମାଣ ଜଣେ ବ୍ୟକ୍ତିର ବୟସ ଏବଂ ଜୀବନ ଚକ୍ର ଉପରେ ନିର୍ଭର କରିଥାଏ I ସେମାନଙ୍କୁ ବୁଝାନ୍ତୁ ଯେ ଏକ ସୁସ୍ଥ ଥାଳୀରେ ୫୦% ଶ୍ୱେତସାର, ୧୫% ପୁଷ୍ଟିସାର, ସାମାନ୍ୟ ସ୍ନେହସାର, ବିଭିନ୍ନ ଭିଟାମିନ ଏବଂ ଫଳ ରହିବା ଉଚିତ I ତଳେ ପ୍ରଦର୍ଶନ କରାଯାଇଥିବା ପରି ଏକ ବୃତ୍ତ ଆଙ୍କନ୍ତୁ ଏବଂ ସେଥିରେ ଏହି ସବୁର ଅନୁପାତକୁ ଦର୍ଶାନ୍ତୁ ।
ସୋପାନ - ୩ : ଏକ ସୁସ୍ଥ ଖାଦ୍ୟ ଥାଳୀ କାହାକୁ ନେଇ ଗଠିତ ? : ଭଲ ଖାଇବା ଅର୍ଥ ହେଉଛି ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବା I ଛଅ ମାସ ପର୍ଯ୍ୟନ୍ତ ଶିଶୁ ଖାଉଥିବା ମା'କ୍ଷୀର କୁ ଛାଡିଦେଲେ ଅନ୍ୟ କୌଣସି ଗୋଟିଏ ପ୍ରକାର ଖାଦ୍ୟରେ ଆମ୍ଭମାନଙ୍କ ଶରୀର ଦରକାର କରୁଥିବା ସମସ୍ତ ପୋଷକ ରହି ନ ଥାଏ I ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ଫଳରେ ଆମ ଶରୀର ଦରକାର କରୁଥିବା ସମସ୍ତ ପୋଷକ ମିଳିଥାଏ Iଋତୁକାଳୀଣ ଏବଂ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଖାଦ୍ୟକୁ ଚୟନ କଲେ ନିମ୍ନ ନିର୍ଦ୍ଧାରିତ ମାନକ ଅନୁସାରେ ଖାଦ୍ୟ ଖାଇବା ଆନନ୍ଦପ୍ରଦ, ସ୍ୱାସ୍ଥ୍ୟକର ଏବଂ ଉଚିତ ଦାମରେ କ୍ରୟଯୋଗ୍ୟ ହୋଇ ପାରିବ I
- ପ୍ରତ୍ୟେକ ଭୋଜନରେ ମୂଳ ଖାଦ୍ୟ ଖାଆନ୍ତୁ : ଯେ କୌଣସି ଭୋଜନରେ ଅଧିକାଂଶ ଭାଗ ମୂଳ ବା ପ୍ରଧାନ ଖାଦ୍ୟ ରହିବା ଉଚିତ Iଏହି ପ୍ରକାର ଖାଦ୍ୟ ଅପେକ୍ଷାକୃତ ଶସ୍ତା ଏବଂ ଅଧିକ ପରିମାଣରେ ଶକ୍ତି ଓ କିଛି ପୁଷ୍ଟିସାର ଯୋଗାଇଥାଏ I ପ୍ରଧାନ ଖାଦ୍ୟ ମଧ୍ୟରେ ଶସ୍ୟ (ଯେପରିକି ଚାଉଳ, ମକା, ବାଜରା, ଜୱାର, ଗହମ ଏବଂ ବାର୍ଲି), ଶ୍ୱେତସାରଯୁକ୍ତ ମୂଳ, (ଯେପରିକି ଆଳୁ, କନ୍ଦମୂଳ,ଗୟାଆଳୁ, ମାଟିଆଳୁ) ଏବଂ ଶ୍ୱେତସାରଯୁକ୍ତ ଫଳ (ଯେପରିକି କଦଳୀ) ଅନ୍ତର୍ଭୁକ୍ତ I କିନ୍ତୁ, ପ୍ରଧାନ ବା ମୂଳ ଖାଦ୍ୟ ଶରୀର ଆବଶ୍ୟକ କରୁଥିବା ସମସ୍ତ ପୋଷକ ପ୍ରଦାନ କରି ନ ଥାଏ I ଅଧିକ ଶକ୍ତି, ପୁଷ୍ଟିସାର ଓ ଅଣୁପୋଷକ ପାଇଁ ଅନ୍ୟାନ୍ୟ ଖାଦ୍ୟ ଖାଇବା ନିତାନ୍ତ ଆବଶ୍ୟକ I
- ଯଦି ସମ୍ଭବ ହୁଏ, ଚଣା ଜାତୀୟ ଖାଦ୍ୟ ପ୍ରତିଦିନ ଖାଆନ୍ତୁ : ଏହି ସବୁ ଖାଦ୍ୟରୁ ଜଣେ ବ୍ୟକ୍ତିକୁ ତାହାର ଶରୀରକୁ ସୁଧାରିବା ତଥା ଶକ୍ତିଶାଳୀ ମାଂସପେଶୀ ଗଠନ କରିବା ପାଇଁ ଦରକାରୀ ପୁଷ୍ଟିସାର ମିଳିଥାଏ I ଏହି ସବୁ ଖାଦ୍ୟ ଭିଟାମିନ୍, ଖଣିଜ ଲବଣ ଏବଂ ତନ୍ତୁ ପ୍ରଦାନ କରିଥାଏ ଯାହା ଆମର ରୋଗ ପ୍ରତିଶେଧକ ଶକ୍ତିକୁ ସକ୍ରିୟ ରଖିଥାଏ I ଚଣା ଜାତୀୟ ଖାଦ୍ୟ ମଧ୍ୟରେ ବିନ୍ସ, ମଟର, ଡାଲି, ଚିନା ବାଦାମ (ଚିନା ବାଦାମ ମିଶ୍ରଣ ସହିତ) ଏବଂ ସୋୟାବିନ ଅନ୍ତର୍ଭୁକ୍ତ Iପ୍ରଧାନ ଖାଦ୍ୟ ସହ ଏହାକୁ ଖାଇଲେ ଆହାରରେ ପୁଷ୍ଟିସାରର ମାତ୍ରା ଅଧିକ ହୋଇଥାଏ I ପଶୁମାନଙ୍କ ଠାରୁ ମିଳୁଥିବା ଖାଦ୍ୟ ଯଥା ଗୋମାଂସ ଏବଂ କୁକୁଡା ମାଂସ ଅପେକ୍ଷା ଚଣା ଜାତୀୟ ଖାଦ୍ୟ ପୁଷ୍ଟିସାରର ଏକ ଶସ୍ତା ଉତ୍ସ ଏବଂ ଯଦି ସମ୍ଭବ ହୁଏ ଏହାକୁ ସବୁଦିନେ ଖାଇବା ଉଚିତ I
- ନିୟମିତ ଭାବେ ନିରାମିଷ ଓ ଦୁଗ୍ଧ ଉତ୍ପାଦ ଖାଆନ୍ତୁ : ଆର୍ଥିକ ଅବସ୍ଥା ବିଚାରକୁ ନେଇ ଯେତେଥର ସମ୍ଭବ ପଶୁଙ୍କ ଠାରୁ ମିଳୁଥିବା ଖାଦ୍ୟ ଏବଂ ମାଛ ଖାଇବା ଉଚିତ I ଏହିସବୁ ଖାଦ୍ୟ ଉତ୍ତମ ମାନର ପ୍ରୋଟିନ, ଭିଟାମିନ୍, ଖଣିଜ ଲବଣ ଏବଂ ଅତିରିକ୍ତ ଶକ୍ତି ପ୍ରଦାନ କରିଥାଆନ୍ତି I ସେମାନେ ମାଂସପେଶୀକୁ ଦୃଢ କରିବା ସହ ରୋଗ ପ୍ରତିଶେଧକ ପ୍ରଣାଳୀକୁ ଶକ୍ତିଶାଳୀ କରିଥାଆନ୍ତି I ଏହି ସବୁ ଖାଦ୍ୟ ମଧ୍ୟରେ ସବୁ ପ୍ରକାର ଖାଦ୍ୟୋପୋଯୋଗୀ ପଶୁ ମାଂସ, ପକ୍ଷୀ ମାଂସ (କୁକୁଡା ମାଂସ ସହ), ମାଛ, ଅଣ୍ଡା ଏବଂ ଦୁଗ୍ଧ ଜାତୀୟ ଦ୍ରବ୍ୟ ଯଥା ଖିର, ଚଲ୍ହା, ଖଟା ଦୁଗ୍ଧ, ଦହି ଓ ଛେନା ଅନ୍ତର୍ଭୁକ୍ତ I
- ସବୁଦିନେ ଫଳ ଓ ପରିବାପତ୍ର ଖାଆନ୍ତୁ : ପରିବା ଓ ଫଳ ସନ୍ତୁଳିତ ଭୋଜନର ଏକ ମହତ୍ୱପୂର୍ଣ୍ଣ ଅଂଶ ଅଟେ I ଶରୀରର କାର୍ଯ୍ୟକ୍ଷମତାକୁ ବଜାୟ ରଖିବା ତଥା ରୋଗ ପ୍ରତିଷେଧକ ଶକ୍ତିକୁ ମଜବୁତ କରିବାପାଇଁ ପରିବା ଓ ଫଳ ଆବଶ୍ୟକ ହେଉଥିବା ଭିଟାମିନ୍ ଓ ଖଣିଜ ଲବଣ ପ୍ରଦାନ କରିଥାଆନ୍ତି I ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଏହିସବୁ ଖାଦ୍ୟ ବିଶେଷତଃ ଏଚଆଇଭି/ଏଡସ୍ ସଂକ୍ରମିତ ବ୍ୟକ୍ତିମାନଙ୍କ ପାଇଁ ଆବଶ୍ୟକ I ଯେତେ ପ୍ରକାର ସମ୍ଭବ ସେତେ ଅଧିକ ପ୍ରକାର ଏହିପରି ଖାଦ୍ୟ କରନ୍ତୁ କାରଣ ପ୍ରତ୍ୟେକ ପ୍ରକାର ଖାଦ୍ୟ ବିଭିନ୍ନ ପ୍ରକାର ଭିଟାମିନ୍ ଓ ଖଣିଜ ଲବଣ ପ୍ରଦାନ କରିଥାଏ I ଏକ ଅନୁମୋଦିତ ସୂଚୀ ତଳେ ପ୍ରଦାନ କରାଯାଇଅଛି I
- ଭିଟାମିନ୍ 'କ' ର ଉତ୍ତମ ଉତ୍ସ : ସବୁଜ ପତ୍ରିଳ ପରିବା (ପାଳଙ୍ଗ, କଖାରୁ, ଗୟାଆଳୁ ପତ୍ର), ଶିମଳା ମିର୍ଚ, ଗାଜର, ହଳଦିଆ ପିଚ୍ ଫଳ, ଯେତୁଆ, ଅମୃତଭଣ୍ଡା ଏବଂ ଆମ୍ବ I
- ଭିଟାମିନ୍ 'ଗ' ର ଉତ୍ତମ ଉତ୍ସ : ବିଲାତି ବାଇଗଣ, ବନ୍ଧାକୋବି, କମଳ, ନାରଙ୍ଗୀ, ମୌସମୀ, ଲେମ୍ବୁ, ପିଜୁଳି, ଆମ୍ବ, କୃଷ୍ଣ ଫଳ, ସପୁରୀ, ତୁତ ଫଳ ଏବଂ ବାଓବା ଫଳI
- ଚର୍ବି, ତେଲ, ଚିନିଏବଂ ମିଠା-ଯୁକ୍ତ ଖାଦ୍ୟ ବ୍ୟବହାର କରନ୍ତୁ : ଚର୍ବି, ତେଲ ଏବଂ ଚିନି ଶକ୍ତି ପାଇବା ପାଇଁ ଉତ୍ତମ ଉତ୍ସ ଏବଂ ଶରୀର ଓଜନ ବୃଦ୍ଧି କରିବା ପାଇଁ ସାହାଯ୍ୟ କରିଥାଏ I ଏହି ସବୁ ଦ୍ରବ୍ୟ ଖାଦ୍ୟକୁ ସୁଗନ୍ଧିତ କରିବା ସହ ଭୋକ ବୃଦ୍ଧିରେ ସହାୟକ କରିଥାଏ I ସୁସ୍ଥ ତଥ୍ୟ ସନ୍ତୁଳିତ ଆହାର ପାଇଁ ଚର୍ବି ଏବଂ ତେଲ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଆନ୍ତି I ଏପରିକି କମ ପରିମାଣର ଚର୍ବି ଏବଂ ତେଲ ବହୁତ ଅଧିକ ଶକ୍ତି ପ୍ରଦାନ କରିଥାଏ I ଚର୍ବି ଏବଂ ତେଲ ମଧ୍ୟରେ ଲହୁଣୀ, ଘୁଷୁରୀ ଚର୍ବି, କୃତ୍ରିମ ଲହୁଣୀ, ଖାଇବା ତେଲ (ବନସ୍ପତି, ନଡିଆ, ତାଳ ତେଲ ଇତ୍ୟାଦି), କ୍ରିମ, ମେୟୋନାଇଜ ଏବଂ ନଡିଆ କ୍ରିମ ଅନ୍ତର୍ଭୁକ୍ତ I ଆଭାକଡ଼ୋ, ତୈଲବୀଜ (ସୁର୍ଯ୍ୟମୁଖୀ, ଚିନା ବାଦାମ ଏବଂ ରାଶି), ଚର୍ବିଳ ମାଂସ ଓ ମାଛ, ଦହି ଓ ଛେନାରେ ମଧ୍ୟ ଚର୍ବି ଓ ତେଲ ମିଳିଥାଏ I ଚିନି ଏବଂ ଚିନି-ଯୁକ୍ତ ଖାଦ୍ୟ ଭିତରେ ମହୁ, ଜାମ, ଚିନି, କେକ୍ ଓ ବିସ୍କୁଟ ଅନ୍ତର୍ଭୁକ୍ତ ଯଦ୍ୟପୀ ଚର୍ବି ଓ ଚିନି ଶକ୍ତିରେ ଭଲ ଉତ୍ସ, କିନ୍ତୁ ଏହି ସବୁ ଦ୍ରବ୍ୟରେ ଅନ୍ୟାନ୍ୟ ପୋଷକ ନ ଥାଏ I ତେଣୁ ଏହି ସବୁ ଖାଦ୍ୟ ପଦାର୍ଥକୁ ଅନ୍ୟାନ୍ୟ ଖାଦ୍ୟ ସହ ଖାଇବା ଉଚିତ, ଖାଦ୍ୟ ବଦଳରେ ନୁହେଁ I
- ବହୁତ ଅଧିକ ସ୍ଵଚ୍ଛ ଓ ସୁରକ୍ଷିତ ପିଇବା ପାଣି ପିଅନ୍ତୁ : ଜୀବନ ପାଇଁ ପାଣି ମହତ୍ୱପୂର୍ଣ୍ଣ ଏବଂ ଏହା ପ୍ରତିଦିନ ଦରକାର I ଜଣେ ବ୍ୟକ୍ତିପାଇଁ ଦିନକୁ ପାଖାପାଖି ଆଠ କପ୍ ତରଳ ପଦାର୍ଥ ଦରକାର ହୋଇଥାଏ I ଅତ୍ୟଧିକ ଗରମ ସମୟରେ, କାମ କଲାବେଳେ, ଅଧିକ ଝାଳ ବୋହିଲେ କିମ୍ବା ତରଳ ଝାଡା, ବାନ୍ତି କିମ୍ବା ଜ୍ୱର ହେଲେ ଶରୀରରୁ କ୍ଷୟ ହୋଇଥିବା ଜଳୀୟ ଅଂଶକୁ ପୂରଣ କରିବା ପାଇଁ ଅଧିକ ପାଣି ପିଇବାକୁ ପଡିଥାଏ I ଯଦି ପିଇବା ପାଣି ଏକ ସୁରକ୍ଷିତ କୁଅ କିମ୍ବା ନଳକୂପରୁ ସଂଗ୍ରହ କରାଯାଉଥାଏ ଏହାକୁ ଏକ ସଫା ପାତ୍ରରେ ରଖିବା ଗୁରୁତ୍ୱପୂର୍ଣ୍ଣ I ଯଦି ପାଣିକୁ ଅସୁରକ୍ଷିତ କୁଅ କିମ୍ବା ନଦୀରୁ ଅଣାଯାଉଥାଏ ଏହାକୁ ଅତି କମ୍ ଦଶ ମିନିଟ ଫୁଟାଇ ଏକ ସଫା ପାତ୍ରରେ ରଖିବା ଉଚିତ (ଖାଦ୍ୟ ସ୍ୱଚ୍ଛତା ବିଷୟରେ ଦିଆ ଯାଇଥିବା ଉପଦେଶକୁ ଦେଖନ୍ତୁ) I ପାଣି ପିଇବା ସହ, ଫଳ ରସ, ସୁପ, ପରିବାପତ୍ର, ଫଳ ଏବଂ ରସାଳ/ଝୋଳ ଯୁକ୍ତ ଭୋଜନରୁ ମଧ୍ୟ ତରଳ ପଦାର୍ଥ ମିଳିଥାଏ I କିନ୍ତୁ, ଭୋଜନ ସମୟରେ ଚା କିମ୍ବା କଫି ପିଇବା ପରିହାର କରନ୍ତୁ କାରଣ ଏହା ଭୋଜନରୁ ଲୌହକଣିକାକୁ ଶୋଷଣ କରିବା କମ କରିଦେଇଥାଏ I ମଦ୍ୟପାନ ଦେହରୁ ଜଳୀୟ ଅଂଶକୁ ବାହାର କରି ଦେଇଥାଏ ଏବଂ ଏଥିପାଇଁ କେବଳ କମ ମାତ୍ରାରେ ପିଇବା ଉଚିତ Iଏହା ଔଷଧର କାର୍ଯ୍ୟକାରୀତାକୁ ମଧ୍ୟ କମ କରିଦେଇପାରେ I
ଉପସଂହାର
ଅଧିବେଶନର ଶେଷ ଆଡକୁ କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ଏକ ସୁସ୍ଥ ଖାଦ୍ୟ ଥାଳୀ ବିଷୟରେ ବର୍ଣନା କରିବାକୁ କୁହନ୍ତୁ I ଏହା ସହ ସେମାନଙ୍କୁ ପଚାରନ୍ତୁ ଯେ ଆମେ ଯଦି ଆମ ଭୋଜନରେ ବିଭିନ୍ନ ପ୍ରକାର ଖାଦ୍ୟ ରଖିବା ନାହିଁ, କେଉଁ ସବୁ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ I
ଆଧାର – ପୋର୍ଟାଲ ଟିମ