ଅଧିବେଶନ ୪.୧ |
ଦୈନଦିନ ଭୋଜନରେ ପନିପରିବାର ମହତ୍ୱ I |
ଉଦ୍ଦେଶ୍ୟ |
ସେମାନଙ୍କର ଆହାରରେ ପରିବାପତ୍ରର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I |
ପଦ୍ଧତି |
ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଏକ ପୋଷ୍ଟର ଦେଖାଇ ନିଜ ନିଜର ଦୈନଦିନ ଭୋଜନରେ ପନିପରିବାକୁ ଅନ୍ତର୍ଭୁକ୍ତ କରିବା ପାଇଁ କହିବା ସହ ବିଭିନ୍ନ ପରିବାରେ ଥିବା ପୋଷକର ମାତ୍ରା ବିଷୟରେ ସେମାନଙ୍କୁ ବୁଝାଇବେ I |
ଅଂଶଗ୍ରହଣକାରୀ |
ସ୍ୱୟଂ ସହାୟକ ଦଳ ଓ ସମୂହର ମହିଳା ସଦସ୍ୟା I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ କିମ୍ବା କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I |
ଦରକାରୀ ସାମଗ୍ରୀ |
ପୋଷ୍ଟର I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୧୦ ମିନିଟ୍ | |
ପାକଶାଳା ବଗିଚାର ଅନେକ ଉପାଦେୟତା ଅଛି I ଚାଷୀମାନଙ୍କ ମଧ୍ୟରେ ପୁଷ୍ଟିକର ଉଦ୍ୟାନ ବିଷୟରେ ସଚେତନତା ସୃଷ୍ଟି କରାଯାଇ ପାରିବ I ପ୍ରତିଦିନ ସତେଜ ପରିବା ପାଇବା ପାଇଁ ପାକଶାଳା ବଗିଚା ଏକ ପ୍ରଭାବୀ ପଦ୍ଧତି I ଏହି ପ୍ରଣାଳୀରେ ପରିବା ଉତ୍ପାଦନ କଲେ ପଇସା ଖର୍ଚ୍ଚ କରି ପରିବା କିଣିବାକୁ ପଡିବ ନାହିଁ ଏବଂ କମ୍ ପରିଶ୍ରମରେ ଖାଦ୍ୟ ମିଳିପାରିବ I
ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଚାଷୀମାନଙ୍କ ସହ ବିମର୍ଶ କରି ପଚାରନ୍ତୁ ଯେ ସେମାନେ ପ୍ରତିଦିନ ସତେଜ ପରିବା ପାଉଛନ୍ତି କି I ସେମାନଙ୍କୁ ପଚାରନ୍ତୁ ଯେ ସେମାନେ ସଠିକ ପରିମାଣର ପରିବାପତ୍ର ପାଉଛନ୍ତି କି I ଏଥିସହ ସେମାନଙ୍କ ସହ ଆଲୋଚନା କରନ୍ତୁ କି ସେମାନେ ଯଥେଷ୍ଟ ପରିମାଣରେ ପରିବା କିପରି ଭାବରେ ପାଇ ପାରିବେ I
ସୋପାନ -୨: ଅଂଶଗ୍ରହଣକାରୀମାନଙ୍କୁ ପାକଶାଳା ବଗିଚାର ନିମ୍ନଲିଖିତ ଉପାଦେୟତା ବିଷୟରେ ବୁଝାନ୍ତୁ:
ସୋପାନ -୩: ଅଂଶଗ୍ରହଣକାରୀମାନଙ୍କୁ ସେମାନେ ପ୍ରତିଦିନ ଆବଶ୍ୟକ କରୁଥିବା ପନିପରିବାର ପରିମାଣ ବିଷୟରେ ସଚେତନ କରନ୍ତୁ I ସେମାନଙ୍କୁ ବୁଝାନ୍ତୁ ଯେ ଏକ ବୟସ୍କ ବ୍ୟକ୍ତି ଦିନକୁ ପ୍ରାୟ ୩୫୦ ଗ୍ରାମ ପରିବା ଆବଶ୍ୟକ କରେ I ଛଅ ଜଣ ସଦସ୍ୟ ବିଶିଷ୍ଟ ଗୋଟିଏ ପରିବାରର ଦିନକୁ ୨୧୦୦ ଗ୍ରାମ ପରିବାର ଆବଶ୍ୟକତା ରହିଥାଏ I ଭୋଜନରେ ବିଭିନ୍ନ ପ୍ରକାର ପରିବାପତ୍ର ଯଥା ସବୁଜ ପରିବା, ବିନ୍ସ, ମୂଳ ଜାତୀୟ ପନିପରିବା, ସାଲାଡ଼ ଇତ୍ୟାଦି ଅନ୍ତର୍ଭୁକ୍ତ କରିବାପାଇଁ ସେମାନଙ୍କୁ ପରାମର୍ଶ ଦିଅନ୍ତୁ I ସ୍ୱାସ୍ଥ୍ୟ ପାଇଁ ଲେମ୍ବୁ, ଅମୃତ ଭଣ୍ଡା, ସଜନା ଛୁଇଁ ଅତି ଉତ୍ତମ I ସେମାନଙ୍କୁ କୁହନ୍ତୁ ଯେ ଏକ ପାକଶାଳା ବଗିଚା ପ୍ରସ୍ତୁତ କଲାବେଳେ ବିଭିନ୍ନ ପ୍ରକାର ପରିବା ଚାଷ କରିବା ଉଚିତ ଯଦ୍ୱାରା ସେମାନେ ଏକ ସନ୍ତୁଳିତ ଆହାର ପାଇପାରିବେ I
ସୋପାନ -୪: ସେମାନଙ୍କୁ ବୁଝାନ୍ତୁ ଯେ ପରିବାପତ୍ରରେ ବିଭିନ୍ନ ପ୍ରକାର ପୋଷକ ରହିଥାଏ ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ I ବିଭିନ୍ନ ପ୍ରକାର ପରିବାରେ ରହିଥିବା ପୋଷକ ମାତ୍ରା ବିଷୟରେ ସଚେତନ କରିବାପାଇଁ ନିମ୍ନ ପ୍ରଦତ୍ତ ଚାର୍ଟ ଅଂଶଗ୍ରହଣକାରୀମାନଙ୍କୁ ଦେଖାନ୍ତୁ I:
ଫସଲ |
ଶ୍ୱେତସାର, |
ପୁଷ୍ଟିସାର |
ଭିଟାମିନ୍ ଓ ଖଣିଜ ଲବଣ |
ବାଇଗଣ |
୪ |
୧.୪ |
୦.୩ |
ବିଲାତି ବାଇଗଣ |
୩.୪ |
୧.୯ |
୦.୬ |
ବନ୍ଧାକୋବି |
୨୨.୬ |
୧.୦ |
୦.୬ |
ମୂଳା |
୩.୪ |
୦.୭ |
୦.୮ |
ଗାଜର |
୧୦.୭ |
୦.୯ |
୧.୧ |
ସାରୁ |
୨୧.୦ |
୩.୦ |
୧.୭ |
ଓଲୁଓ |
୧୮.୪ |
୧.୨ |
୦.୮ |
ପିଆଜ |
୧୧.୦ |
୧.୨ |
୦.୪ |
ଅଦା |
୧୨.୦ |
୨.୩ |
୧.୨ |
ଭେଣ୍ଡି |
୬.୪ |
୧.୯ |
୦.୭ |
ବିନ୍ସ |
୪.୫ |
୧.୭ |
୦.୫ |
ଝୁଡଙ୍ଗ |
୮.୦ |
୪.୩ |
୦.୯ |
କଖାରୁ |
୪.୬ |
୧.୪ |
୦.୬ |
କାକୁଡି |
୨.୫ |
୦.୪ |
୦.୩ |
କଲରା |
୯.୮ |
୨.୧ |
୧.୪ |
ତରଭୁଜ |
୩.୩ |
୦.୨ |
୦.୩ |
ସଜନା ଛୁଇଁ |
୪.୦ |
୨.୫ |
୨.୦ |
ପାଳଙ୍ଗ |
୨.୯ |
୨.୦ |
୧.୭ |
ଅଧିବେଶନର ଶେଷ ଆଡକୁ ଜଣେ ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ନିଜ ନିଜର ପାକଶାଳା ବଗିଚାରେ କେଉଁ ପ୍ରକାର ପନିପରିବା ଚାଷ କରିଥାଆନ୍ତି I ଏକ ସନ୍ତୁଳିତ ଆହାର ପାଇବା ପାଇଁ ନିଶ୍ଚିତ କରନ୍ତୁ ଯେ ସେମାନେ ପାକଶାଳା ବଗିଚାରେ ସବୁ ପ୍ରକାର ପରିବା ଯଥା ସବୁଜ ପନିପରିବା, ମୁଳ ଜାତୀୟ ପରିବା ଏବଂ ବିନ୍ସ ଚାଷ କରିବାର ଉପାଦେୟତାକୁ ଠିକ ଭାବରେ ବୁଝିଛନ୍ତି I
ଆଧାର – ପୋର୍ଟାଲ ଟିମ
Last Modified : 5/9/2020