ମଡ୍ୟୂଲ୍– ୪: ପାକଶାଳା ବଗିଚା ଅଧିବେଶନ ୪.୧ ଦୈନଦିନ ଭୋଜନରେ ପନିପରିବାର ମହତ୍ୱ I ଉଦ୍ଦେଶ୍ୟ ସେମାନଙ୍କର ଆହାରରେ ପରିବାପତ୍ରର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I ପଦ୍ଧତି ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଏକ ପୋଷ୍ଟର ଦେଖାଇ ନିଜ ନିଜର ଦୈନଦିନ ଭୋଜନରେ ପନିପରିବାକୁ ଅନ୍ତର୍ଭୁକ୍ତ କରିବା ପାଇଁ କହିବା ସହ ବିଭିନ୍ନ ପରିବାରେ ଥିବା ପୋଷକର ମାତ୍ରା ବିଷୟରେ ସେମାନଙ୍କୁ ବୁଝାଇବେ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଓ ସମୂହର ମହିଳା ସଦସ୍ୟା I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ କିମ୍ବା କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I ଦରକାରୀ ସାମଗ୍ରୀ ପୋଷ୍ଟର I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୧୦ ମିନିଟ୍ | ପୃଷ୍ଠଭୁମୀ ପାକଶାଳା ବଗିଚାର ଅନେକ ଉପାଦେୟତା ଅଛି I ଚାଷୀମାନଙ୍କ ମଧ୍ୟରେ ପୁଷ୍ଟିକର ଉଦ୍ୟାନ ବିଷୟରେ ସଚେତନତା ସୃଷ୍ଟି କରାଯାଇ ପାରିବ I ପ୍ରତିଦିନ ସତେଜ ପରିବା ପାଇବା ପାଇଁ ପାକଶାଳା ବଗିଚା ଏକ ପ୍ରଭାବୀ ପଦ୍ଧତି I ଏହି ପ୍ରଣାଳୀରେ ପରିବା ଉତ୍ପାଦନ କଲେ ପଇସା ଖର୍ଚ୍ଚ କରି ପରିବା କିଣିବାକୁ ପଡିବ ନାହିଁ ଏବଂ କମ୍ ପରିଶ୍ରମରେ ଖାଦ୍ୟ ମିଳିପାରିବ I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଚାଷୀମାନଙ୍କ ସହ ବିମର୍ଶ କରି ପଚାରନ୍ତୁ ଯେ ସେମାନେ ପ୍ରତିଦିନ ସତେଜ ପରିବା ପାଉଛନ୍ତି କି I ସେମାନଙ୍କୁ ପଚାରନ୍ତୁ ଯେ ସେମାନେ ସଠିକ ପରିମାଣର ପରିବାପତ୍ର ପାଉଛନ୍ତି କି I ଏଥିସହ ସେମାନଙ୍କ ସହ ଆଲୋଚନା କରନ୍ତୁ କି ସେମାନେ ଯଥେଷ୍ଟ ପରିମାଣରେ ପରିବା କିପରି ଭାବରେ ପାଇ ପାରିବେ I ସୋପାନ -୨: ଅଂଶଗ୍ରହଣକାରୀମାନଙ୍କୁ ପାକଶାଳା ବଗିଚାର ନିମ୍ନଲିଖିତ ଉପାଦେୟତା ବିଷୟରେ ବୁଝାନ୍ତୁ: ସବୁଦିନେ ସତେଜ ପରିବା ମିଳିପାରିବ I ନିଜ ଉଦ୍ୟାନରୁ ପରିବା ଉତ୍ପାଦନ କରି ଖାଇଲେ ଆତ୍ମତୃପ୍ତି ମିଳିଥାଏ I ବଳକା ପାଣି ଓ ଆବର୍ଜନାକୁ ବ୍ୟବହାର କରି ପରିବା ଚାଷ କରିହେବ I ପନିପରିବା କିଣିବା ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡି ନ ଥାଏI କମ ପରିଶ୍ରମରେ ପୁଷ୍ଟିକର ଖାଦ୍ୟ ମିଳିପାରିବ I ଅବସର ସମୟର ଉତ୍ତମ ବିନିଯୋଗ ହୋଇ ପାରିବ I ଶାରୀରିକ ଶ୍ରମ ଫଳରେ ଦେହ ସୁସ୍ଥ ରୁହେ I ସୋପାନ -୩: ଅଂଶଗ୍ରହଣକାରୀମାନଙ୍କୁ ସେମାନେ ପ୍ରତିଦିନ ଆବଶ୍ୟକ କରୁଥିବା ପନିପରିବାର ପରିମାଣ ବିଷୟରେ ସଚେତନ କରନ୍ତୁ I ସେମାନଙ୍କୁ ବୁଝାନ୍ତୁ ଯେ ଏକ ବୟସ୍କ ବ୍ୟକ୍ତି ଦିନକୁ ପ୍ରାୟ ୩୫୦ ଗ୍ରାମ ପରିବା ଆବଶ୍ୟକ କରେ I ଛଅ ଜଣ ସଦସ୍ୟ ବିଶିଷ୍ଟ ଗୋଟିଏ ପରିବାରର ଦିନକୁ ୨୧୦୦ ଗ୍ରାମ ପରିବାର ଆବଶ୍ୟକତା ରହିଥାଏ I ଭୋଜନରେ ବିଭିନ୍ନ ପ୍ରକାର ପରିବାପତ୍ର ଯଥା ସବୁଜ ପରିବା, ବିନ୍ସ, ମୂଳ ଜାତୀୟ ପନିପରିବା, ସାଲାଡ଼ ଇତ୍ୟାଦି ଅନ୍ତର୍ଭୁକ୍ତ କରିବାପାଇଁ ସେମାନଙ୍କୁ ପରାମର୍ଶ ଦିଅନ୍ତୁ I ସ୍ୱାସ୍ଥ୍ୟ ପାଇଁ ଲେମ୍ବୁ, ଅମୃତ ଭଣ୍ଡା, ସଜନା ଛୁଇଁ ଅତି ଉତ୍ତମ I ସେମାନଙ୍କୁ କୁହନ୍ତୁ ଯେ ଏକ ପାକଶାଳା ବଗିଚା ପ୍ରସ୍ତୁତ କଲାବେଳେ ବିଭିନ୍ନ ପ୍ରକାର ପରିବା ଚାଷ କରିବା ଉଚିତ ଯଦ୍ୱାରା ସେମାନେ ଏକ ସନ୍ତୁଳିତ ଆହାର ପାଇପାରିବେ I ସୋପାନ -୪: ସେମାନଙ୍କୁ ବୁଝାନ୍ତୁ ଯେ ପରିବାପତ୍ରରେ ବିଭିନ୍ନ ପ୍ରକାର ପୋଷକ ରହିଥାଏ ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ I ବିଭିନ୍ନ ପ୍ରକାର ପରିବାରେ ରହିଥିବା ପୋଷକ ମାତ୍ରା ବିଷୟରେ ସଚେତନ କରିବାପାଇଁ ନିମ୍ନ ପ୍ରଦତ୍ତ ଚାର୍ଟ ଅଂଶଗ୍ରହଣକାରୀମାନଙ୍କୁ ଦେଖାନ୍ତୁ I: ଫସଲ ଶ୍ୱେତସାର, ପୁଷ୍ଟିସାର ଭିଟାମିନ୍ ଓ ଖଣିଜ ଲବଣ ବାଇଗଣ ୪ ୧.୪ ୦.୩ ବିଲାତି ବାଇଗଣ ୩.୪ ୧.୯ ୦.୬ ବନ୍ଧାକୋବି ୨୨.୬ ୧.୦ ୦.୬ ମୂଳା ୩.୪ ୦.୭ ୦.୮ ଗାଜର ୧୦.୭ ୦.୯ ୧.୧ ସାରୁ ୨୧.୦ ୩.୦ ୧.୭ ଓଲୁଓ ୧୮.୪ ୧.୨ ୦.୮ ପିଆଜ ୧୧.୦ ୧.୨ ୦.୪ ଅଦା ୧୨.୦ ୨.୩ ୧.୨ ଭେଣ୍ଡି ୬.୪ ୧.୯ ୦.୭ ବିନ୍ସ ୪.୫ ୧.୭ ୦.୫ ଝୁଡଙ୍ଗ ୮.୦ ୪.୩ ୦.୯ କଖାରୁ ୪.୬ ୧.୪ ୦.୬ କାକୁଡି ୨.୫ ୦.୪ ୦.୩ କଲରା ୯.୮ ୨.୧ ୧.୪ ତରଭୁଜ ୩.୩ ୦.୨ ୦.୩ ସଜନା ଛୁଇଁ ୪.୦ ୨.୫ ୨.୦ ପାଳଙ୍ଗ ୨.୯ ୨.୦ ୧.୭ ଉପସଂହାର ଅଧିବେଶନର ଶେଷ ଆଡକୁ ଜଣେ ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ନିଜ ନିଜର ପାକଶାଳା ବଗିଚାରେ କେଉଁ ପ୍ରକାର ପନିପରିବା ଚାଷ କରିଥାଆନ୍ତି I ଏକ ସନ୍ତୁଳିତ ଆହାର ପାଇବା ପାଇଁ ନିଶ୍ଚିତ କରନ୍ତୁ ଯେ ସେମାନେ ପାକଶାଳା ବଗିଚାରେ ସବୁ ପ୍ରକାର ପରିବା ଯଥା ସବୁଜ ପନିପରିବା, ମୁଳ ଜାତୀୟ ପରିବା ଏବଂ ବିନ୍ସ ଚାଷ କରିବାର ଉପାଦେୟତାକୁ ଠିକ ଭାବରେ ବୁଝିଛନ୍ତି I ଆଧାର – ପୋର୍ଟାଲ ଟିମ