ଅଧିବେଶନ ୪.୨ |
ପାକଶାଳା ବଗିଚା ପାଇଁ ସ୍ଥାନ ଚୟନ I |
ଉଦ୍ଦେଶ୍ୟ |
ପାକଶାଳା ବଗିଚା ପାଇଁ ସଠିକ ସ୍ଥାନ ଚୟନ କରିବା ପାଇଁ ଚାଷୀ ମାନଙ୍କୁ ଶିକ୍ଷାଦାନ କରିବା I |
ପଦ୍ଧତି |
ପାକଶାଳା ବଗିଚା ପାଇଁ ସ୍ଥାନ ନିରୁପଣ ସମୟରେ ଚାଷୀମାନେ କେଉଁ ସବୁ ଦିଗକୁ ବିଚାରକୁ ନେବା ଆବଶ୍ୟକ, ସେହି ସବୁ ବିଷୟରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ବୁଝାଇବେ I ତାହାପରେ ସେମାନଙ୍କୁ ଏକ ପାକଶାଳା ବଗିଚାକୁ ପରିଦର୍ଶନରେ ନିଆଯିବ I |
ଅଂଶଗ୍ରହଣକାରୀ |
ସ୍ୱୟଂ ସହାୟକ ଦଳ ଓ ସମୂହର ମହିଳା ସଦସ୍ୟା I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ କିମ୍ବା କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପାକଶାଳା ବଗିଚାକୁ ପରିଦର୍ଶନରେ ଯିବା I |
ଦରକାରୀ ସାମଗ୍ରୀ |
କ୍ଷେତ୍ର ପରିଦର୍ଶନ I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୧୦ ମିନିଟ୍ । କ୍ଷେତ୍ର ପରିଦର୍ଶନ - ୩୦ ମିନିଟ୍ I |
ପୃଷ୍ଠଭୁମୀ
ପାକଶାଳା ବଗିଚା ପ୍ରସ୍ତୁତ କଲାବେଳେ ଏକ ଉପଯୁକ୍ତ ସ୍ଥାନ ନିରୁପଣ କରିବା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଯାହାଫଳରେ ପାକଶାଳା ବଗିଚାରୁ ପନିପରିବା ନିରନ୍ତରଭାବେ ଉପଲବ୍ଧ ହୋଇପାରିବେ I ଉପଯୁକ୍ତ ସ୍ଥାନ ଅଭାବରେ ପନିପରିବା ଭଲ ଭାବରେ ବଢିପାରେ ନାହିଁ I ଏହି ଜାଗାଟି ଉର୍ବର ହୋଇଥିବା ଆବଶ୍ୟକ ଏବଂ ଉତ୍ତମ ଜଳ ନିଷ୍କାସନ ସୁବିଧା ଥିବା ଉଚିତ I ଏହାସହ ଜାଗାଟି ଘର ପାଖରେ ଅବସ୍ଥିତ ହୋଇଥିବା ଦରକାର ଯାହା ଫଳରେ ଏହା ଉପରେ ସହଜରେ ଦୃଷ୍ଟି ରଖି ହେବ I
ସୋପାନ - ପର - ସୋପାନ କାର୍ଯ୍ୟକ୍ରମ
ସୋପାନ - ୧ : ପ୍ରାରମ୍ଭିକ ଅଭ୍ୟାସ : ଚାଷୀମାନଙ୍କୁ ପଚାରନ୍ତୁ ଯେ ପାକଶାଳା ବଗିଚା କରିବା ପାଇଁ କେଉଁ ପ୍ରକାର ସ୍ଥାନ ଉପଯୁକ୍ତ ହେବ I
ସୋପାନ - ୨ : ପାକଶାଳା ବଗିଚା ପାଇଁ ସ୍ଥାନ ନିରୁପଣ କରିବା ସମୟରେ ନିମ୍ନ ଲିଖିତ ଦିଗସବୁକୁ ଧ୍ୟାନରେ ରଖିବାକୁ ଅଂଶଗ୍ରହଣକାରୀମାନଙ୍କୁ କୁହନ୍ତୁ:
ସୋପାନ - ୩: ଅଂଶଗ୍ରହଣକାରୀମାନେ ଏକ ଆଦର୍ଶ ପାକଶାଳା ବଗିଚା ବିଷୟରେ ହୃଦବୋଧ କରିବା ପରେ ସେମାନଙ୍କୁ ଏକ ପାକଶାଳା ବଗିଚାର ପରିଦର୍ଶନରେ ନିଅନ୍ତୁ ଯେଉଁଠି ସେମାନେ ନିଜେ ଏହାକୁ ଦେଖି ଶିକ୍ଷାଲାଭ କରିପାରିବେ I
ଉପସଂହାର
ପାକଶାଳା ବଗିଚା ପାଇଁ ସ୍ଥାନ ନିରୂପଣ ସମୟରେ କେଉଁସବୁ ଦିଗକୁ ବିଚାରକୁ ନେବା ଆବଶ୍ୟକ ଅଧିବେଶନକୁ ସମାପ୍ତ କରିବା ପୁର୍ବରୁ ଅଂଶଗ୍ରହଣକାରୀମାନଙ୍କୁ ପୁନର୍ବାର ବର୍ଣ୍ଣନା କରିବାକୁ କୁହନ୍ତୁ I
ଅଧିବେଶନ ୪.୩ |
ଋତୁ ଅନୁଯାୟୀ ଫସଲ ଚୟନ I |
ଉଦ୍ଦେଶ୍ୟ |
ଋତୁ ଅନୁଯାୟୀ ନିର୍ଦ୍ଧିଷ୍ଟ ପନିପରିବା ଚାଷ କରିବାର ମହତ୍ୱ ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I |
ପଦ୍ଧତି |
ଋତୁ ଅନୁଯାୟୀ କେଉଁ ସବୁ ପନିପରିବା ଚାଷ କରିବା ଉଚିତ ସିଆରପିମାନେ ଅଂଶ ଗ୍ରହଣକାରୀ ମାନଙ୍କୁ ବୁଝାଇବେ I |
ଅଂଶଗ୍ରହଣକାରୀ |
ସ୍ୱୟଂ ସହାୟକ ଦଳ ଓ ସମୂହର ମହିଳା ସଦସ୍ୟା I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ କିମ୍ବା କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ ମଞ୍ଚ I |
ଦରକାରୀ ସାମଗ୍ରୀ |
ପୋଷ୍ଟର I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୧୦ ମିନିଟ୍ I |
ପୃଷ୍ଠଭୁମୀ
ଓଡିଶାରେ ଖରିଫ, ରବି ଓ ଗ୍ରୀଷ୍ମ ଋତୁରେ ସାଧାରଣତଃ ପନି ପରିବା ଚାଷ କରାଯାଇଥାଏ I କିନ୍ତୁ ସବୁ ଋତୁରେ ସବୁ ପ୍ରକାର ଫସଲ ଚାଷ କରିହେବ ନାହିଁ I କିଛି ଫସଲ ଖରିଫ ଋତୁରେ ଭଲ ବଢି ଥାଆନ୍ତି, ଅନ୍ୟ କିଛି ଫସଲ ରବି ଋତୁରେ ଭଲ ବଢନ୍ତି ତଥା ଆଉ କିଛି ଫସଲ ଗ୍ରୀଷ୍ମ ଋତୁରେ ଭଲ ବଢି ଥାଆନ୍ତି I ଏଥିପାଇଁ ସ୍ଥାନୀୟ ଜଳବାୟୁକୁ ବିଚାରକରି ଫସଲକୁ ଚୟନ କରିବା ଉଚିତ I ଋତୁ ଅନୁଯାୟୀ ଫସଲ ଚାଷ କରିବା ପାଇଁ ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ଶିକ୍ଷାଦାନ କରିଵ I
ସୋପାନ - ପର - ସୋପାନ କାର୍ଯ୍ୟକ୍ରମ
ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ : ଚାଷୀମାନଙ୍କୁ ପଚାରନ୍ତୁ ସେମାନେ ବିଭିନ୍ନ ଋତୁରେ ସାମାନ୍ୟତଃ କେଉଁ ପ୍ରକାର ପନିପରିବା ଚାଷ କରିଥାଆନ୍ତି I ଏହାସହ ସେମାନଙ୍କର ସହ ତାଙ୍କର ଅଧିକ ପସନ୍ଦଯୋଗ୍ୟ ପରିବା ବିଷୟରେ ଆଲୋଚନା କରନ୍ତୁ I
ସୋପାନ - ୨: ସେମାନଙ୍କୁ ବୁଝାନ୍ତୁ ଯେ ବିଭିନ୍ନ ପନିପରିବା ଚାଷ କରିବା ଦ୍ୱାରା ମୃତ୍ତିକାସ୍ୱାସ୍ଥ୍ୟରେ ଉନ୍ନତ୍ତି ହୋଇଥାଏ I ଅଧିକନ୍ତୁ ଅନେକ ପ୍ରକାରର ପନିପରିବା ଚାଷକଲେ ଖାଇବାପାଇଁ ଅଧିକ ଇଚ୍ଛା ହୋଇଥାଏ କାରଣ ଏକା ପ୍ରକାର ଖାଦ୍ୟକୁ ବାରମ୍ବାର ଖାଇବାର ବିତୃଷ୍ଣତାକୁ ଏହା କମ କରିଥାଏ I
ସୋପାନ - ୩ : ତଳେ ପନିପରିବାର ତାଲିକା ସହ ସେମାନଙ୍କର ଚାଷୋପୋଯୋଗୀ ଋତୁର ଏକ ସୂଚୀ ପ୍ରଦାନ କରାଯାଇଅଛି I ପାକଶାଳା ବଗିଚାରେ ଋତୁ ଅନୁଯାୟୀ ନିର୍ଦ୍ଧିଷ୍ଟ ପ୍ରକାର ପନିପରିବା ଫସଲ ଚାଷ କରିବା ବିଷୟରେ ଶିକ୍ଷାଦାନ କରିବା ପାଇଁ ଅଂଶଗ୍ରହଣକାରୀମାନଙ୍କୁ ଏହି ସୂଚୀକୁ ଦର୍ଶାନ୍ତୁ I
ଖରିଫ୍ ଋତୁ |
ରବି ଋତୁ |
ଗ୍ରୀଷ୍ମ ଋତୁ |
ବାଇଗଣ, ଝୁଡଙ୍ଗ, ସାରୁ, |
ମୂଳା, ବିଲାତି ବାଇଗଣ , ବନ୍ଧାକୋବି, |
କଖାରୁ, କଲରା, ଜହ୍ନି, |
ଦେଶୀ ଆଳୁ, ଭେଣ୍ଡି, ଲଙ୍କା, କନ୍ଦ ମୂଳ, |
ଫୁଲକୋବି, ମଟର, ବିନ୍ସ, ଗାଜର, |
ଲାଉ, କାକୁଡି, ବାଇଗଣ, |
କଖାରୁ, କଲରା, |
ଶିମଳା ମିର୍ଚ, ପାଳଙ୍ଗ |
ଝୁଡଙ୍ଗ, ଭେଣ୍ଡି, ଲଙ୍କା , ସାରୁ, |
କାକୁଡି, ଜହ୍ନି, |
|
ଖଡା ସାଗ ଇତ୍ୟାଦି |
ଲାଉ, ଖଡା ସାଗ |
|
|
ଟୀକା : ଓଡିଶାର ଆଭ୍ୟନ୍ତରିଣ ଜିଲ୍ଲାରେ ଖରିଫ ଋତୁରେ ବିଭିନ୍ନ ପରିବାପତ୍ର ଯଥା ମୂଳା, ବିଲାତି ବାଇଗଣ, ବନ୍ଧାକୋବି ଏବଂ ଫୁଲକୋବି ଚାଷ କରାଯାଇ ପାରିବ I
ଉପସଂହାର
ଅଧିବେଶନ ସମାପ୍ତ କଲାବେଳେ ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଆଗାମୀ କୃଷି ଋତୁରେ କେଉଁ ପ୍ରକାର ପନିପରିବା ଚାଷ କରିବେ, ନିଷ୍ପତ୍ତି ନେଇ ସାରିଛନ୍ତି କି I
ଆଧାର – ପୋର୍ଟାଲ ଟିମ
Last Modified : 7/1/2020