ଅଧିବେଶନ ୪.୮ ରୋପଣ କରିବାର ଦୂରତା I ଉଦ୍ଦେଶ୍ୟ ଗଛ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ରଖିବାର ଆବଶ୍ୟକତା ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦାନ କରିବା I ପଦ୍ଧତି ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଏହାର ବିଷୟବସ୍ତୁକୁ ବ୍ୟାଖ୍ୟାନ ମାଧ୍ୟମରେ ଅଧିବେଶନକୁ ସଞ୍ଚାଳନ କରିବେ I ତା’ ପରେ ସେମାନଙ୍କୁ କ୍ଷେତ୍ର ପରିଦର୍ଶନରେ ନିଆଯିବ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଓ ସମୂହର ମହିଳା ସଦସ୍ୟା I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ କିମ୍ବା କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ କ୍ଷେତ୍ର ପରିଦର୍ଶନପାଇଁ ପାକଶାଳା ବଗିଚାକୁ ପରିଦର୍ଶନ I ଦରକାରୀ ସାମଗ୍ରୀ ଦଉଡି, ଟେପ୍, ଖତ, କମ୍ପୋଷ୍ଟ I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୧୦ ମିନିଟ୍ | କ୍ଷେତ୍ର ପରିଦର୍ଶନ - ୩୦ ମିନିଟ୍ I ପୃଷ୍ଠଭୁମୀ ଯଦି ଗଛ ମଧ୍ୟରେ ଉପଯୁକ୍ତ ଦୂରତା ରକ୍ଷା କରାଯାଏ, ତାହାହେଲେ ସେମାନେ ସଠିକ ପରିମାଣର ପାଣି, ସୂର୍ଯ୍ୟାଲୋକ ଓ ପୋଷକ ପାଇଥାଆନ୍ତି I ଧାଡି ରୁଆ ଏକ ଉତ୍ତମ ପଦ୍ଧତ୍ତି କାରଣ ଏହା ଭଲ ଜଳସେଚନ ପରିଚାଳନା କରିବା ସହ ଆନ୍ତଃଚାଷ କାର୍ଯ୍ୟ ଏବଂ ଅମଳରେ ସାହାଯ୍ୟ କରିବ I ଏହି ପ୍ରଶିକ୍ଷଣ ଟୁଲ୍ ଅଂଶଗ୍ରହଣକାରୀମାନଙ୍କୁ ଗଛ ମଧ୍ୟରେ ଉପଯୁକ୍ତ ଦୂରତା ରକ୍ଷାକରିବାର ଉପାଦେୟତା ବିଷୟରେ ଶିକ୍ଷା ଦାନ କରିବ I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ ୧ : ପ୍ରାରମ୍ଭିକ ଅଭ୍ୟାସ : ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ସେମାନେ ସାଧାରଣ ଭାବେ ଗଛ ମଧ୍ୟରେ କେତେ ବ୍ୟବଧାନ ରଖନ୍ତି I ଏହାସହ ସେମାନଙ୍କୁ ପଚାରନ୍ତୁ ଯେ ଗଛ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ରଖିବାର ଉପାଦେୟତା ବିଷୟରେ ସେମାନେ ଜାଣି ଅଛନ୍ତି କି ? କମ କିମ୍ବା ଅଧିକ ବ୍ୟବଧାନରେ ଚାରା ରୋପିଲେ ହେଉଥିବା ଅସୁବିଧା ସବୁକୁ ସେମାନଙ୍କ ସହ ଆଲୋଚନା କରନ୍ତୁ I ସୋପାନ ୨: ଚାଷୀମାନଙ୍କୁ ବୁଝାନ୍ତୁ ଯେ ଯଦି ଗଛ ମଧ୍ୟରେ ଉପଯୁକ୍ତ ଦୂରତା ରକ୍ଷା କରାଯାଏ, ତାହାହେଲେ ଏହା ଭଲ ଜଳସେଚନ ପରିଚାଳନା କରିବା ସହ ଅନ୍ତଃକୃଷି କାର୍ଯ୍ୟ ଏବଂ ଅମଳରେ ସାହାଯ୍ୟ କରିବ I ଏହା ସହିତ ସଠିକ ବାୟୁ ସଞ୍ଚାଳନ ସହ ଗଚ୍ଛ ଧାଡି ଭିତରେ ସୁର୍ଯ୍ୟାଲୋକ ପ୍ରବେଶ କରିପାରୁଥିବାରୁ ରୋଗ ପୋକର ଆକ୍ରମଣ କମ ହୋଇଥାଏ I ଏହାଦ୍ୱାରା ଉପଯୁକ୍ତ ଗଛ ସଂଖ୍ୟା ରଖି ଅଧିକ ଉତ୍ପାଦନ ପାଇହେବ I ସୋପାନ ୩ : ଏହି ଚାର୍ଟକୁ ଦେଖାନ୍ତୁ ଏବଂ କିଛି ପରିବା ଫସଲର ଚାରା ରୋପଣ ବେଳେ ଉପଯୁକ୍ତ ବ୍ୟବଧାନ ରଖିବା ପାଇଁ ସେମାନଙ୍କୁ ବୁଝାନ୍ତୁ: ଫସଲ ରୋପଣ ଦୂରତା (ସେ.ମିxସେ.ମି.) ବାଇଗଣ ୬୦x ୪୫ ଲଙ୍କା, ଭେଣ୍ଡି ୫୦x ୩୦ ବିନ୍ସ ୪୫x ୨୫ ଝୁଡଙ୍ଗ ୪୫x ୧୦-୧୫ କଖାରୁ ୧୫୦x ୧୫୦ କାକୁଡି, ଜହ୍ନି, କଲରା, ଲାଉ ୧୨୦x ୧୨୦ ସାରୁ, ଶିମଳା ମିର୍ଚ ୬୦x ୩୦ ବିଲାତି ବାଇଗଣ ୬୦-୭୫x ୩୦-୪୫ ଫୁଲକୋବି ୬୦x ୩୦-୪୫ ବନ୍ଧାକୋବି ୪୫-୬୦x ୩୦-୪୦ ମଟର, ମୂଳା, ଗାଜର ୩୦x ୧୦ ଗୁଆଁର ୪୫x ୧୫ ଉପସଂହାର ଅଧିବେଶନର ଶେଷ ଆଡକୁ ଅଂଶଗ୍ରହଣକାରୀମାନଙ୍କୁ ଗଛ ମାନଙ୍କ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ରଖିବାର ଉପକାରିତା ବିଷୟରେ ପଚାରନ୍ତୁ I ଏହା ସହ କିଛି ପରିବା ଫସଲର ନାମକୁ କହି ରୋପଣ ବ୍ୟବଧାନକୁ କହିବାକୁ ଚାଷୀମାନଙ୍କୁ ଉତ୍ସାହିତ କରନ୍ତୁ I ଆଧାର – ପୋର୍ଟାଲ ଟିମ