অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରକରଣ ଅଧ୍ୟୟନ: ଉନ୍ନତ୍ତ କୃଷି ପଦ୍ଧତ୍ତିର ଆଦୃତି

ପ୍ରଗତିଶୀଳ ଚାଷୀ

ଏହା ଏକ ମହିଳା ଚାଷୀଙ୍କ ଅଧ୍ୟୟନ ପ୍ରକରଣ ଯିଏ ପାଥୱେଜ୍ ଇଣ୍ଡିଆ ପ୍ରକଳ୍ପରେ ଜଡିତ ହେଲାପରେ ଅନେକ ଉନ୍ନତ କୃଷି ପଦ୍ଧତି ନିଜ ଚାଷ ଜମିରେ ଆଦୃତ କରିଅଛନ୍ତି I ଏହା ତାଙ୍କର ଲାଭ ପରିମାଣକୁ ବଢାଇବାରେ ସାହାଯ୍ୟ କରିଅଛି I ସିଆରପିମାନେ ଅଧିବେଶନକୁ ସଞ୍ଚାଳନ କରିବା ପାଇଁ ଏହି ପ୍ରଗତିଶୀଳ ଚାଷୀଙ୍କ ଉଦାହରଣ ଦେଇ ପାରିବେ ଯାହାଦ୍ୱାରା ଅନ୍ୟ ଚାଷୀମାନେ ଉତ୍ସାହିତ ହେବେ I

ଶ୍ରୀମତୀ ରଖିମା ପ୍ରଧାନଙ୍କର ସଫଳତାର ଗାଥା

ଏହା ହେଉଛି କନ୍ଧମାଳ ଜିଲ୍ଲାର ଗ୍ରେସିଙ୍ଗିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁରୁପାତି ଗ୍ରାମରେ ରହୁଥିବା ସୁକଦେବ ପ୍ରଧାନଙ୍କର ସ୍ତ୍ରୀ ଶ୍ରୀମତୀ ରଖିମା ପ୍ରଧାନଙ୍କର ସଫଳତାର ଗାଥା I ଶ୍ରୀମତୀ ପ୍ରଧାନ ଏକ ଗରୀବ ପରିବାରରେ ରହୁଥିବା ଦଳିତ ବର୍ଗର ଜଣେ ମହିଳା I କୃଷି ଏବଂ ମୂଲ ଲାଗିବା ହେଉଛି ତାଙ୍କର ଜୀବିକାର ମୁଖ୍ୟ ଉତ୍ସ I ଏହା ସହିତ ଜୀବିକା ପାଇଁ ଏହି ପରିବାର ନିକଟବର୍ତ୍ତୀ ଗ୍ରାମ-ଜଙ୍ଗଲରୁ ଅଣ-କାଠ ବନଜାତ ଦ୍ରବ୍ୟ ସଂଗ୍ରହ କରିଥାଏ I କନ୍ଧମାଳ ଜିଲ୍ଲାରେ କେୟାର ଇଣ୍ଡିଆ ସହାୟତା ପ୍ରାପ୍ତ ଏକ ସ୍ୱୟଂ ସେବୀ ସଂସ୍ଥା 'ପ୍ରଦାତା' ଦ୍ୱାରା କାର୍ଯ୍ୟାନ୍ନିତ ହେଉଥିବା ପାଥୱେଜ୍ ଇଣ୍ଡିଆ ପ୍ରକଳ୍ପର ସେ ଜଣେ ଲାଭାର୍ଥୀ I

ପ୍ରଶିକ୍ଷଣରେ ଶିକ୍ଷାଦାନରେ ପ୍ରଭାବିତ ହୋଇ ସଫଳ ଚାଷୀ

୨୦୧୩ ଖରିଫ ଋତୁରେ ସିଆରପିଙ୍କ ଦ୍ୱାରା ସଞ୍ଚାଳିତ ହେଉଥିବା ସମସ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସେ ଥିଲେ ଜଣେ ସକ୍ରିୟ ଅଂଶଗ୍ରହଣକାରୀ I ଏହିସବୁ ପ୍ରଶିକ୍ଷଣରେ ଶିକ୍ଷାଦାନ କରାଯାଉଥିବା ପଦ୍ଧତ୍ତି ବିଷୟରେ ସେ ଏତେ ପ୍ରଭାବିତ ହୋଇଯାଇଥିଲେ ଯେ, ସେ ସଫଳତାର ସହ ନିଜ ସ୍ୱାମୀଙ୍କୁ ଏହି ପଦ୍ଧତ୍ତି ସବୁକୁ ଆଦୃତ କରିବା ପାଇଁ ପ୍ରବର୍ତ୍ତାଇଥିଲେ I ବର୍ତ୍ତମାନ ସେମାନେ ବିଭିନ୍ନ ପ୍ରକାର ଉନ୍ନତ କୃଷି ପଦ୍ଧତ୍ତି ଯଥା ମାଟି ପରୀକ୍ଷା, ଗଭୀର ହଳ କରିବା, ଧଣିଚା ଚାଷ କରିବା (ସବୁଜ ଖତ), ବିହନ ବିଶୋଧନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କରିବା ତଥା ଧାନ ଚାଷ ପାଇଁ ଅନୁମୋଦିତ ରୋଗ ପୋକ ନିୟନ୍ତ୍ରଣ ପଦ୍ଧତ୍ତି ସବୁକୁ ଆଦୃତ କରୁଅଛନ୍ତି I ଏହିସବୁ ଉନ୍ନତ କୃଷି ପଦ୍ଧତ୍ତି କରିବା ଫଳରେ ସେମାନେ ଗତ ବର୍ଷ ଅପେକ୍ଷା ଶତକଡା ୧୬ ପ୍ରତିଶତ ଅଧିକ ଅମଳ ପାଇଥିଲେ I

ଏହି ସଫଳତା ସେମାନଙ୍କର ଅଶା ଓ ଆକାଙକ୍ଷାକୁ ଅଧିକ ବୃଦ୍ଧିକରିଅଛି ଏବଂ ସେମାନେ ଏହି ସବୁ ଉନ୍ନତ କୃଷି ପ୍ରଣାଳୀ ଆଗାମୀ ଖରଫ ଋତୁରେ ମଧ୍ୟ ଆଦୃତ କରିବା ପାଇଁ ମନସ୍ଥ କରିଅଛନ୍ତି I ଏହାସହ ସେମାନେ ଅନ୍ୟସବୁ ସାଥୀ ଚାଷୀମାନଙ୍କୁ ଏ ସବୁ ପ୍ରଣାଳୀ ଆଦୃତ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି I

ଆଧାର – ପୋର୍ଟାଲ ଟିମ

Last Modified : 2/8/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate