ଫସଲ ସୁରକ୍ଷାକାରୀ ବିଷ (ଫସଲ ସୁରକ୍ଷାକାରୀ ବିଷର ପରିବହନ, ମହଜୁଦ ଏବଂ ନିଷ୍କୃତି ସମୟରେ ସାବଧାନତା)
ଅଧିବେଶନ ୭.୨
|
ଫସଲ ସୁରକ୍ଷାକାରୀ ବିଷ ର ପରିବହନ, ମହଜୁଦ ଏବଂ ନିଷ୍କୃତି କରିବା ସମୟରେ ସାବଧାନତା I
|
ଉଦ୍ଦେଶ୍ୟ
|
ଫସଲ ସୁରକ୍ଷାକାରୀ ବିଷ ର ପରିବହନ, ମହଜୁଦ ଏବଂ ନିଷ୍କୃତି କରିବା ସମୟରେ ସାବଧାନତା ଗ୍ରହଣ ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I
|
ପଦ୍ଧତି
|
ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଫସଲ ସୁରକ୍ଷାକାରୀ ବିଷ କୁ ଖାଦ୍ୟ ପଦାର୍ଥଠାରୁ ଦୂରେଇ ରଖିବା, ଏହାକୁ ସିଧା ସୂର୍ଯ୍ୟକିରଣ ଠାରୁ ରକ୍ଷା କରିବା, ଏହାକୁ ଉପଯୁକ୍ତ ବାୟୁ ସଞ୍ଚାଳନ ସ୍ଥାନରେ ରଖିବା, ଏବଂ ଗର୍ତ୍ତରେ ଖାଲି ଡବା/ଟିଣ ସବୁକୁ ନିଷ୍କୃତି କରିବା ବିଷୟରେ ଅଂଶଗ୍ରହଣକାରୀମାନଙ୍କୁ ବୁଝାଇବେ I
|
ଅଂଶଗ୍ରହଣକାରୀ
|
ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I
|
ସଭା ସ୍ଥାନ
|
ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I
|
ଦରକାରୀ ସାମଗ୍ରୀ
|
ପୋଷ୍ଟର, କିଛି ଫସଲ ରକ୍ଷଣ ରସାୟନ ବ୍ରାଣ୍ଡର ପ୍ୟାକେଟ୍, ସୁରକ୍ଷା ଉପକରଣ, ସ୍ପ୍ରେୟର ଇତ୍ୟାଦି I
|
ସମୟସୀମା
|
ଶ୍ରେଣୀ କକ୍ଷ ଅଧିବେଶନ- ୩୦ ମିନିଟ୍ |
|
ଉପସଂହାର
ବଜାରରେ ମିଳୁଥିବା ସମସ୍ତ ପ୍ରକାର ରାସାୟନିକ କୀଟ ନାଶକ ସଦା ସର୍ବଦା ମଣିଷଙ୍କ ପାଇଁ ଅତ୍ୟନ୍ତ ବିଷାକ୍ତ ହୋଇଥାଏ I ଏହା ମାଟି, ଜଳ ଏବଂ ପରିବେଶକୁ ମଧ୍ୟ ଦୂଷିତ କରିଥାଏ I ତେଣୁ ଫସଲ ସୁରକ୍ଷାକାରୀ ବିଷର ପରିବହନ, ମହଜୁଦ ଏବଂ ନିଷ୍କୃତି କରିବା ସମୟରେ ଚାଷୀମାନେ ଆବଶ୍ୟକ ସାବଧାନତା ଗ୍ରହଣ କରିବା ଉଚିତ I ଫସଲ ସୁରକ୍ଷାକାରୀ ବିଷର ପରିବହନ, ମହଜୁଦ ଏବଂ ନିଷ୍କୃତି କରିବା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଏହି ରଶିକ୍ଷଣ ଟୁଲ୍ ଚାଷୀମାନଙ୍କର ମାର୍ଗ ଦର୍ଶନ କରିବ I
ସୋପାନ-ପର-ସୋପାନ କାର୍ଯ୍ୟକ୍ରମ
ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଚାଷୀମାନଙ୍କସହ ବିଚାର ବିମର୍ଶ କରନ୍ତୁ ଯେ ସେମାନେ ଫସଲ ସୁରକ୍ଷାକାରୀ ବିଷର ପରିବହନ, ମହଜୁଦ ଏବଂ ନିଷ୍କୃତି କିପରି ଭାବେ କରି ଥାଆନ୍ତି I ସେମାନଙ୍କୁ ପଚାରନ୍ତୁ ଯେ ସେମାନେ ଏହି ଔଷଧ କ୍ରୟ କରି ଘରକୁ ଏବଂ ନିଜ ଚାଷ ଜମିକୁ ପରିବହନ କରି ନେବା ସମୟରେ କିଛି ସତର୍କତା ଅବଲମ୍ବନ କରିଥାଆନ୍ତି ନା ନାହିଁ I
ସୋପାନ -୨: ଫସଲ ସୁରକ୍ଷାକାରୀ ବିଷର ପରିବହନ କରିବା ସମୟରେ ସତର୍କତାମୂଳକ ପଦକ୍ଷେପ: ଫସଲ ସୁରକ୍ଷାକାରୀ ବିଷକୁ ପରିବହନ କଲା ବେଳେ ଆବଶ୍ୟକ ସତର୍କତା ମୂଳକ ପଦକ୍ଷେପର ଏକ ସୂଚୀ ତଳେ ପ୍ରଦତ୍ତ ଅଛି I ଦିଆଯାଇଥିବା ପ୍ରତ୍ୟେକ ଦିଗ ସବୁକୁ ଚାଷୀମାନଙ୍କୁ ବୁଝାନ୍ତୁ I
- ପରିବହନ ସମୟରେ ଏହି ବିଷକୁ ସହଯାତ୍ରୀ ଏବଂ ଖାଦ୍ୟ ପଦାର୍ଥଠାରୁ ଦୂରରେ ରଖନ୍ତୁ: ଫସଲ ସୁରକ୍ଷାକାରୀ ବିଷ କୁ ଅନ୍ୟ ଯାତ୍ରୀ କିମ୍ବା ପଶୁ ଯାତ୍ରା କରୁଥିବା ବାହନରେ ବୋଝେଇ କରନ୍ତୁ ନାହିଁ I କିନ୍ତୁ ଯଦି ଏହା ଅପରିହାର୍ଯ୍ୟ ହୋଇଥାଏ, ତେବେ ଏହି ଫସଲ ସୁରକ୍ଷାକାରୀ ବିଷକୁ ସହ ଯାତ୍ରୀ କିମ୍ବା ପଶୁମାନଙ୍କଠାରୁ ଅପହଞ୍ଚ ଦୂରତାରେ ରଖନ୍ତୁ I
- ଫସଲ ସୁରକ୍ଷାକାରୀ ବିଷକୁ ସିଧା ସଳଖ ବର୍ଷା କିମ୍ବା ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆଣନ୍ତୁ ନାହିଁ: ଫସଲ ସୁରକ୍ଷାକାରୀ ବିଷ ବର୍ଷା କିମ୍ବା ସୂର୍ଯ୍ୟକିରଣର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଲେ ଏହା ଗଳିତ ହେବା ସମ୍ଭାବନା ଥାଏ ଏବଂ ରାସାୟନିକ ପ୍ରତିକ୍ରିଆ ହେବାର ଆଶଙ୍କା ଥାଏ I
- ଫସଲ ସୁରକ୍ଷାକାରୀ ବିଷକୁ ପିଲା ମାନଙ୍କ ହାତ ପାଆନ୍ତା ଠାରୁ ଦୂରେଇ ରଖନ୍ତୁ: ଫସଲ ସୁରକ୍ଷାକାରୀ ବିଷକୁ ପିଲା ଓ ମନସିକ ଅସନ୍ତୁଳିତ ବ୍ୟକ୍ତିମାନଙ୍କ ଠାରୁ ଅପହଞ୍ଚ ଦୂରତାରେ ରଖିବା ନିତାନ୍ତ ଆବଶ୍ୟକ I ଏହାର ଦୁରୁପୋଯୋଗକୁ ରୋକିବା ପାଇଁ ଏହାକୁ ତାଲା ପକାଇ ରଖିବା ଭଲ I
- କୌଣସି ଫସଲ ସୁରକ୍ଷାକାରୀ ବିଷକୁ ଓଦାଳିଆ/ବନ୍ଦ କୋଠରୀରେ ଖୋଲନ୍ତୁ ନାହିଁ: ଯଦି କୋଠରୀରେ ବାୟୁ ସଞ୍ଚାଳନର ସୁବିଧା ନାହିଁ, ସେଠାରେ ଫସଲ ସୁରକ୍ଷାକାରୀ ବିଷ ଉତ୍ପାଦକୁ ଖୋଲନ୍ତୁ ନାହିଁ, କାରଣ ଏହା ଶ୍ୱାସ-ଜନିତ ସମସ୍ୟା ସୃଷ୍ଟି କରିପାରେ I
- ଫସଲ ରକ୍ଷାକାରୀ ରସାୟନକୁ ପାକଶାଳା ପାଖରେ ମହଜୁଦ ରଖନ୍ତୁ ନାହିଁ: ପାକାଶାଳା କିମ୍ବା ଖାଦ୍ୟ ପଦାର୍ଥ ଏବଂ ଖାଇବା ଜିନିଷ ରଖାଯାଉଥାଏ, ସେଠାରେ ଫସଲ ସୁରକ୍ଷାକାରୀ ବିଷକୁ ରଖନ୍ତୁ ନାହିଁ କାରଣ ଏହା ଖାଦ୍ୟ ପଦାର୍ଥକୁ ଦୂଷିତ କରିପାରେ I
- କୌଣସି ପ୍ରକାର ଅଘଟଣ ହେଲେ ଡାକ୍ତରୀ ଚିକିତ୍ସା କରନ୍ତୁ: ଫସଲ ସୁରକ୍ଷାକାରୀ ବିଷ ଉତ୍ପାଦର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଗ୍ରହଣ କରିଥିଲେ, ଏହାର କୁପ୍ରଭାବକୁ ପ୍ରତିହତ କରିବା ପାଇଁ ସାଙ୍ଗେ ସାଙ୍ଗେ ଡାକ୍ତରୀ ଚିକିତ୍ସା କରିବା ଉଚିତ I
- ଫସଲ ରକ୍ଷାକାରୀ ରସାୟନର ଦୁରୁପୋଯୋଗ କରି ବାତାବରଣକୁ ଦୂଷିତ କରନ୍ତୁ ନାହିଁ: ସବୁବେଳ ଯତ୍ନ ନେବା ଦରକାର ଯେ, କିଛି ଫସଲ ସୁରକ୍ଷାକାରୀ ବିଷ ଉତ୍ପାଦର ଅବଶେଷ ରହିଯାଇଥିବା ଖୋଲା ପ୍ୟାକେଟଗୁଡିକ ଏଣେ ତେଣେ ଫୋପାଡନ୍ତୁ ନାହିଁ କାରଣ ଏହା ପର୍ଯ୍ୟାବରଣକୁ ଦୂଷିତ କରିପାରେ I ଯଦି ଏହା ପିଲାମାନଙ୍କ ସଂସ୍ପର୍ଶରେ ଆସେ, ତେବେ ସେମାନଙ୍କ ଉପରେ ଏହାର କ୍ଷତି କାରକ ପ୍ରଭାବ ପଡିବ I
- ଫସଲ ସୁରକ୍ଷାକାରୀ ବିଷ ଥିବା ପାତ୍ରକୁ ଖାଦ୍ୟ କିମ୍ବା ପାଣି ରଖିବା ପାଇଁ ବ୍ୟବହାର କରନ୍ତୁ ନାହିଁ: ଫସଲ ସୁରକ୍ଷାକାରୀ ବିଷ ଉତ୍ପାଦ ଥିବା ପାତ୍ରକୁ କୌଣସି ପରିସ୍ଥ୍ତିତିରେ ପୁନର୍ବାର ବ୍ୟବହାର କରିବା ଉଚିତ ନୁହେଁ, କାରଣ ଏହାଦ୍ୱାରା ରସାୟନର ପରୋକ୍ଷ ସେବନ ହେବା ଫଳରେ ଏହାର କ୍ଷତି କାରକ ପ୍ରଭାବ ପଡିପାରେ I
- ବ୍ୟବହୃତ ହୋଇଥିବା ଫସଲ ରକ୍ଷାକାରୀ ରସାୟନ ପ୍ୟାକେଟ ସବୁକୁ ସଠିକ ଭାବେ ନିଷ୍କୃତ କରନ୍ତୁ: ଖାଲି ଔଷଧ ଉତ୍ପାଦ ପ୍ୟାକେଟ ସବୁକୁ ଜନ ବସତି ଅଞ୍ଚଳରୁ ତଥା ଜଳ ଉତ୍ସଠାରୁ ଦୂରରେ ଖାଲି ସ୍ଥାନରେ ନିଷ୍କୃତ କରନ୍ତୁ I
ଉପସଂହାର
ଅଧିବେଶନକୁ ସମାପ୍ତ କରି ଚାଷୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଫସଲ ସୁରକ୍ଷାକାରୀ ବିଷ ଉତ୍ପାଦସବୁକୁ ବଜାରରୁ କ୍ରୟ କଲାପରେ କେଉଁଠାରେ ମହଜୁଦ କରି ରଖନ୍ତି ଏବଂ ବ୍ୟବହାର କଲାପରେ ଖାଲି ପ୍ୟାକେଟ ଗୁଡିକ କିପରି ଭାବେ ନିଷ୍କୃତ କରନ୍ତି I ସେମାନଙ୍କୁ ମନେ ପକାନ୍ତୁ ଯେ ଏହାକୁ ଠିକ ଭାବେ ସଞ୍ଚାଳନ ନ କଲେ କେଉଁ ପ୍ରକାର କ୍ଷତି କାରକ ପ୍ରଭାବ ପଡିପାରେ I
ଆଧାର – ପୋର୍ଟାଲ ଟିମ
Last Modified : 2/11/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.