ଲକ୍ଷ୍ୟ ଅଧିବେଶନର ଶେଷ ଆଡକୁ ଅଂଶଗ୍ରହଣକାରୀମାନେ ଜାଣିପାରିବେ ଯେ ଉତ୍ପାଦ ଜମା-ସଂଗ୍ରହ ଏବଂ ବଜାର ସଲଗ୍ନତା ପାଇଁ ବଜାର ସୂଚନା ମହତ୍ୱପୂର୍ଣ୍ଣ I ଶିକ୍ଷଣ ଉଦ୍ଦେଶ୍ୟ ଚାଷୀମାନଙ୍କୁ ସଚେତନ କରିବା ଦରକାର ଯେ ଉତ୍ପାଦର ପ୍ରଚଳିତ ବଜାର ଦର ସଂଗ୍ରହକରି ଦଳର ସଦସ୍ୟମାନଙ୍କ ମଧ୍ୟରେ ବିତରଣ କରିବା ଆବଶ୍ୟକ ଯାହାଦ୍ୱାରା ସେମାନେ ସଠିକ ନିର୍ଣୟ ନେଇ ପାରିବେ I ଚାଷୀମାନଙ୍କୁ ହୃଦୟଙ୍ଗମ କରାଇବା ଦରକାର ଯେ ନିୟମିତ ବ୍ୟବଧାନରେ ବଜାର ଚାହିଦା ଧାରା, ଉତ୍ପାଦର ମାନ, କାରବାର ସମ୍ବନ୍ଧୀୟ ସର୍ତ୍ତାବଳୀ ସମ୍ପର୍କରେ ବଜାର ସୂଚନା ସଂଗ୍ରହ କରିବା ଉଚିତ I ପ୍ରୟୋଜନ ବଜାର ସୂଚନା ବିପଣନ ପ୍ରକ୍ରିୟାର ଏକ ମହତ୍ୱପୂର୍ଣ୍ଣ ଅଂଶ I ତେଣୁ କ୍ଷେତ୍ର ସହାୟକ ଉତ୍ପାଦର ବର୍ତ୍ତମାନ ଦର ସମ୍ପର୍କରେ ସୂଚନା ସଂଗ୍ରହ କରି ସମୂହମାନଙ୍କୁ ନିଷ୍ପତ୍ତି ନେବା ପାଇଁ ପ୍ରଦାନ କରିବା ନିତାନ୍ତ ଆବଶ୍ୟକ I ବଜାର ଚାହିଦା, ଉତ୍ପାଦର ମାନ, ବ୍ୟାପାରର ସର୍ତ୍ତାବଳୀ ବିଷୟରେ ବଜାର ସୂଚନା ନିରନ୍ତର ଭାବେ ଟେଲିଫୋନ କିମ୍ବା ବିଭିନ୍ନ ବଜାରକୁ ନିଜେ ଯାଇ ନିୟମିତ ବ୍ୟବଧାନରେ ସଂଗ୍ରହ କରିବା ଆବଶ୍ୟକ I ଦଳର ନେତାମାନେ ବଜାର ଏବଂ ଚାଷୀମାନଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷାକରିବା ଉଚିତ I ବଜାର ସୂଚନାକୁ ଫଳକରେ ଲେଖି ଚାଷୀମାନଙ୍କ ଗୋଚରାର୍ଥେ ଗ୍ରାମର ଏକ ସାଧାରଣ ସ୍ଥାନରେ ପ୍ରଦର୍ଶନ କରିବା ଉଚିତ I ଏହି ସୂଚନାକୁ ଆଧାରକରି ସମୂହ ଗୁଡିକ ବିକ୍ରୟ ନିଷ୍ପତ୍ତି ନେଇ ପାରିବେ I ବଜାର ସମ୍ବନ୍ଧୀୟ ଜ୍ଞାନ ଅଧିବେଶନ ୫.୧ ବଜାର ସମ୍ବନ୍ଧୀୟ ଜ୍ଞାନ I ଉଦ୍ଦେଶ୍ୟ ଉତ୍ପାଦର ଜମା-ସଂଗ୍ରହ ପ୍ରକ୍ରିୟା ଓ ବଜାର ସଲଗ୍ନତା ପାଇଁ ବଜାର ସୂଚନାର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ସଚେତନ କରିବା I ପଦ୍ଧତି ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ବ୍ୟାଖ୍ୟାନ ମାଧ୍ୟମରେ ଅଧିବେଶନକୁ ସଞ୍ଚାଳନ କରିବେ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଓ ସମୁଦାୟର ମହିଳା ସଦସ୍ୟା ତଥା ପରିବାରର ପୁରୁଷ ମାନେ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ, କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ ମଞ୍ଚ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I ଦରକାରୀ ସାମଗ୍ରୀ ପୋଷ୍ଟର, ଫ୍ଲିପ୍-ଚାର୍ଟ୍, ଲେଖିବା ପାଇଁ କଲମ I ସମୟସୀମା ବ୍ୟାଖ୍ୟାନ - ୨୦ ମିନିଟ୍ I ପୃଷ୍ଠଭୁମୀ ଉତ୍ପାଦର ଜମା-ସଂଗ୍ରହ ପ୍ରକ୍ରିୟା ଓ ବଜାର ସଲଗ୍ନତା ପାଇଁ ବଜାର ସୂଚନା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ I ତେଣୁ ସହାୟକ/ଏନିମେଟର/କୃଷକ ନେତାମାନେ ବଜାର ଧାରା ସମ୍ପର୍କରେ ସୂଚନା ସଂଗ୍ରହ କରି ସମୂହମାନଙ୍କୁ ନିଷ୍ପତ୍ତି ନେବା ପାଇଁ ପ୍ରଦାନ କରିବା ନିତାନ୍ତ ଆବଶ୍ୟକ I ବଜାର ଚାହିଦା, ଉତ୍ପାଦର ମାନ, ବ୍ୟାପାରର ସର୍ତ୍ତାବଳୀ ବିଷୟରେ ବଜାର ସୂଚନା ନିରନ୍ତର ଭାବେ ଟେଲିଫୋନ କିମ୍ବା ବିଭିନ୍ନ ବଜାରକୁ ନିଜେ ଯାଇ ନିୟମିତ ବ୍ୟବଧାନରେ ସଂଗ୍ରହ କରିବା ଆବଶ୍ୟକ I ସୋପାନ - ପର - ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ : ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ କି ସେମାନେ ଉତ୍ପାଦର ପ୍ରଚଳିତ ବଜାର ଦର, ବଜାର ଚାହିଦା, ମାନ ଓ କାରବାରର ସର୍ତ୍ତାବଳୀ ସମ୍ବନ୍ଧରେ ବଜାର ସୂଚନା କିପରି ଭାବରେ ସଂଗ୍ରହ କରି ଥାଆନ୍ତି I ସେମାନଙ୍କୁ ପଚାରନ୍ତୁ ଯେ ବଜାରଦରର ଧାରା ଜାଣିବା ପାଇଁ ସେମାନେ ଆଖ ପାଖର ବଜାରକୁ ପରିଦର୍ଶନରେ ଯାଆନ୍ତି କି I ସୋପାନ - ୨: ସୂଚନା ଏକତ୍ରୀକରଣ : ଦଳର ନେତାମାନେ ବଜାର ଏବଂ ଚାଷୀମାନଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷାକରିବା ଉଚିତ I ବଜାର ସୂଚନାକୁ ଫଳକରେ ଲେଖି ଚାଷୀମାନଙ୍କ ଗୋଚରାର୍ଥେ ଗ୍ରାମର ଏକ ସାଧାରଣ ସ୍ଥାନରେ ପ୍ରଦର୍ଶନ କରିବା ଉଚିତ I ଏହି ସୂଚନାକୁ କେବଳ ଆଧାରକରି ସମୂହ ଗୁଡିକ ବିକ୍ରୟ ନିଷ୍ପତ୍ତି ନେଇ ପାରିବେ I ସେମାନଙ୍କ ପାଖରେ ନିମ୍ନ ଉଲ୍ଲିଖିତ ବଜାର ସୂଚନା ରହିଥିବା ଦରକାର: ଆଖପାଖ ବଜାରରେ ଥିବା ବ୍ୟାପାରୀ ସବୁ I ବିଭିନ୍ନ ବଜାରରେ ପ୍ରଚଳିତ ଦର I ତ୍ୱରିତ ବଜାର ସମ୍ପର୍କ ସମୟରେ ଗୁଣବତ୍ତାର ମାନଦଣ୍ଡ I ଏହି କାର୍ଯ୍ୟ କରିବା ପାଇଁ ହେବାକୁ ଥିବା ବିପଣନ ଖର୍ଚ୍ଚ I ବ୍ୟାପାରୀଙ୍କ ସହ ସମ୍ପର୍କ କରିବା ପାଇଁ ସେମାନଙ୍କ ଯୋଗାଯୋଗ ନମ୍ବର I ସୋପାନ - ୩ : ସୂଚନା ବିତରଣ : ବଜାର ସୂଚନାକୁ ଅନ୍ୟ ଦଳ ସଦସ୍ୟମାନଙ୍କ ମଧ୍ୟରେ ପ୍ରସାର କରିବା ପାଇଁ ଦଳର ନେତା ଓ କ୍ଷେତ୍ର ସହାୟକକାରୀଙ୍କ ଭୂମିକା ବିଷୟରେ ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ I ଏହି ଭୂମିକାସବୁ ତଳେ ଉଲ୍ଲେଖ କରାଯାଇଛି : ନିୟମିତ ଅନ୍ତରାଳରେ ବଜାର ସୂଚନା ପ୍ରସାରଣ କରିବା ପାଇଁ ସ୍ୱୟଂ ସହାୟକ ଦଳ ସ୍ତରରେ ସଭା/ବୈଠକ କରିବା ଉଚିତ I ସମୂହର ନେତାମାନେ ପ୍ରତି ଦୁଇ ତିନି ଦିନରେ ଥରେ ବଜାର ସୂଚନା ସଂଗ୍ରହ କରିବା ଉଚିତ କାରଣ ଚାହିଦା ଓ ଆପୁର୍ତ୍ତୀ ଭିତ୍ତିରେ ଉତ୍ପାଦର ଦର ବଦଳି ଥାଏ ଏବଂ ଏହା ଅନ୍ତିମ ବଜାରରେ ପ୍ରଚଳିତ ମୁଲ୍ୟର ଧାରା (Price Trend) ଦ୍ୱାରା ପ୍ରଭାବିତ ହୋଇଥାଏ I ଗ୍ରାମରେ ରଖାଯାଇଥିବା ସୂଚନା ଫଳକକୁ ନିୟମିତ ଭାବେ ଅଦ୍ୟତନ (Update) କରନ୍ତୁ I ଏହି ବଜାର ସୂଚନା ଫଳକରେ ବିଭିନ୍ନ ଫସଲ ଓ ବନଜାତ ଦ୍ରବ୍ୟର ନ୍ୟୁନତମ ସହାୟକ ମୁଲ୍ୟ ସହ ଏହିସବୁ ଉତ୍ପାଦର ଖୋଲା ବଜାରରେ ପ୍ରଚଳିତ ଥିବା ଦର ମଧ୍ୟ ଲେଖା ଯାଇଥିବା ଦରକାର I ଦଳର ନେତାମାନେ ବଜାର ଏବଂ ଚାଷୀମାନଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷାକରିବା ଉଚିତ I ସେମାନେ ଉତ୍ପାଦର ଦର, ମାନ ଏବଂ ବଜାର ଧାରା ବିଷୟରେ ବଜାର ସୂଚନା ସଂଗ୍ରହକରି ଏହାକୁ ଦଳର ସଦସ୍ୟଙ୍କ ମଧ୍ୟରେ ପ୍ରସାରଣ କରିବା ଉଚିତ I ନେତାମାନେ ବ୍ୟାପାରୀମାନଙ୍କ ଯୋଗାଯୋଗ ନମ୍ବର ରଖିବା ଉଚିତ ଏବଂ ବଜାର ସୂଚନା ପାଇବାପାଇଁ ସେମାନଙ୍କ ସହ ଉତ୍ତମ ସମ୍ପର୍କ ରଖିବା ଆବଶ୍ୟକ I ନେତାମାନେ ଏକ ନିର୍ଦ୍ଦିଷ୍ଟ ବ୍ୟାପାରୀଙ୍କଠାରୁ ପାଇଥିବା ସୂଚନାକୁ ପ୍ରାମାଣିକ କରିବା ପାଇଁ ଏହାକୁ ସେହି ବଜାରର ଅନ୍ୟ ବ୍ୟାପାରୀମାନଙ୍କୁ ପୁନର୍ବାର ପଚାରି ଯାଞ୍ଚକରିବା ଉଚିତ I ଯେତେବେଳେ ଦଳର ନେତାମାନେ ଏକ ନିର୍ଦ୍ଦିଷ୍ଟ ବଜାରରେ ବିଭିନ୍ନ ବ୍ୟାପାରୀମାନଙ୍କ ଠାରୁ ଅଲଗା ଅଲଗା ଦର ପାଇବେ, ସେମାନେ ବ୍ୟାପାରୀମାନେ ଦେଇଥିବା ବିଭିନ୍ନ ଦରର ହାରାହାରି ମୁଲ୍ୟକୁ ଗଣନା କରି ଏହାକୁ ଦଳର ସଦସ୍ୟମାନଙ୍କୁ ଜଣେଇବା ଦରକାର I ନେତାମାନେ ବୃହତ୍ ବଜାର ଖୋଜିବା ଦରକାର I ଭଲ ଅଭ୍ୟାସକାରୀ ଓ ବିଶେଷଜ୍ଞମାନେ ବିତରଣ କରୁଥିବା ଭଲ ଅଭ୍ୟାସସବୁକୁ ନେତାମାନେ ନିରନ୍ତରଭାବେ ଦଳର ସଦସ୍ୟମାନଙ୍କ ଭିତରେ ପ୍ରସାରିତ କରିବା ଉଚିତ I ଜମା-ସଂଗ୍ରହ ପ୍ରକ୍ରିୟା କାର୍ଯ୍ୟକାରୀ କଲାବେଳେ ଦଳର ନେତାମାନେ ବିଭିନ୍ନ ବଜାରକୁ ଯାଇ କାରବାରର ଦିଗସବୁକୁ ବୁଝିବାକୁ ଚେଷ୍ଟା କରିବା ଉଚିତ I ଦଳର ସଦସ୍ୟମାନଙ୍କୁ ପାଳି କରି ଆଖପାଖରେ ଥିବା ହାଟ ଓ ଅନ୍ୟ ସହରରେ ଥିବା ବଜାରରୁ ସୂଚନା ସଂଗ୍ରହ କରିବା ପାଇଁ ପ୍ରେରଣା ଦିଅନ୍ତୁ I ଗ୍ରାମରେ ଥିବା ବ୍ୟାପାରୀ ତଥା ସେମାନଙ୍କର ନିଜ ଗ୍ରାମ ତଥା ଆଖ ପାଖ ଗ୍ରାମରେ ପ୍ରଚଳିତ କୁଚଣୀ ଦର ଉପରେ ଦୃଷ୍ଟି ରଖନ୍ତୁ I ସୋପାନ -୪ : ବିକ୍ରିକରିବା ପାଇଁ ଯୋଜନା କଲାବେଳେ ମନେ ରଖିବା କିଛି ବିନ୍ଦୁ: ଉତ୍ପାଦକୁ ବିକ୍ରି କଲାବେଳେ ଚାଷୀମାନେ ନିମ୍ନ ଉଲ୍ଲିଖିତ ଦିଗସବୁକୁ ଧ୍ୟାନରେ ରଖିବା ଉଚିତ - ବଜାର ସୂଚନା – ଏକ ନିର୍ଦ୍ଦିଷ୍ଟ ଦିନରେ ବିଭିନ୍ନ ବଜାରେ ମିଳୁଥିବା ଦରଉପରେ ନଜର ରଖିବା I ବିକ୍ରୟ ଦର ସ୍ଥିରକରିବା ସମୟରେ, ପରବର୍ତ୍ତୀ ଉଚ୍ଚ ବଜାରରେ ମିଳୁଥିବା ଦରକୁ ନେଇ ଏଥିରେ ନିକଟତମ ବଜାରରୁ ଅନୁସାଙ୍ଗିକ ଖର୍ଚ୍ଚକୁ ଯୋଡନ୍ତୁ I ଯଦି ମୋଟ ଖର୍ଚ୍ଚ ସମାନ କିମ୍ବା ଉଚ୍ଚଶ୍ରେଣୀ ବଜାରରୁ ଅଧିକ ହୁଏ, ତେବେ ନିକଟବର୍ତ୍ତୀ ବଜାରରେ ବିକ୍ରୟ କରିବା ଉଚିତ I ବଜାର ଧାରା ଓ ବ୍ୟାପାର ଦିନ ପ୍ରଚଳିତ ଦରକୁ ଭିତ୍ତିକରି ବ୍ୟାପାରୀ ସହ ମୂଲଚାଲ ଓ ଦର ସ୍ଥିରୀକରଣ କରନ୍ତୁ I ଉପସଂହାର ଅଧିବେଶନର ଶେଷ ଆଡକୁ, ଏକ ନିର୍ଦ୍ଦିଷ୍ଟ ଉତ୍ପାଦକୁ ବିକ୍ରୟ କରିବାପାଇଁ ସ୍ଥିତି ପ୍ରସ୍ତୁତ କରି ଚାଷୀମାନଙ୍କୁ ପଚାରନ୍ତୁ ଏହି କାମକୁ ପୁରା କରିବା ପାଇଁ ସେମାନେ ପ୍ରକ୍ରିୟାକୁ କିପରି ଆରମ୍ଭ କରିବେ I ମଧ୍ୟସ୍ଥିଙ୍କ ଉପରେ ନିର୍ଭର ନ କରି ଚାଷୀମାନେ ନିଜେ ବଜାର ସୂଚନା ସଂଗ୍ରହ କରିବାକୁ ସମର୍ଥ ହେଉଥିବା ଦରକାର I ଆଧାର – ପୋର୍ଟାଲ ଟିମ