ଅଧିବେଶନ ୪.୬ ବ୍ୟପାରୀଙ୍କ ସହ ମୁଲଚାଲ, ବଜାର ସଲଗ୍ନତା ଏବଂ ଲାଭ ବଣ୍ଟନ I ଉଦ୍ଦେଶ୍ୟ ବଜାର ଗତିଶୀଳତା ବିଷୟରେ ଚାଷୀମାନଙ୍କ ସଚେତନତା ବୃଦ୍ଧିକରିବା ଏବଂ ବ୍ୟପାରୀଙ୍କ ସହ ମୁଲଚାଲ କରି ବଳକା ଉତ୍ପାଦକୁ ଲାଭଦାୟକ ବଜାରରେ ବିକ୍ରୟ କରିବା ପାଇଁ ସଚେତନ କରିବା I ପଦ୍ଧତି ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଜମା-ସଂଗ୍ରହ ପ୍ରକ୍ରିୟା ଓ ଅଭ୍ୟାସ ବିଷୟରେ ପ୍ରସ୍ତୁତ ପୋଷ୍ଟର ପ୍ରଦର୍ଶନ ତଥା ବ୍ୟାଖ୍ୟାନ ମାଧ୍ୟମରେ ଅଧିବେଶନକୁ ସଞ୍ଚାଳନ କରିବେ I ଏହାପରେ କେୟାର ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଏହି ସମ୍ବନ୍ଧୀୟ ଏକ ଫିଲ୍ମ ପ୍ରଦର୍ଶନ କରାଯିବ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଓ ସମୁଦାୟର ମହିଳା ସଦସ୍ୟା ତଥା ପରିବାରର ପୁରୁଷ ମାନେ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକକ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I ଦରକାରୀ ସାମଗ୍ରୀ ପୋଷ୍ଟର ଓ ଫିଲ୍ମ ପ୍ରୋଜେକ୍ଟର I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | ଫିଲ୍ମ ପ୍ରଦର୍ଶନ – ୧୫ମିନିଟ୍ | ପୃଷ୍ଠଭୁମୀ ବଜାର ସଲଗ୍ନତା ଅନ୍ୱେଷଣ କରିବା ମହତ୍ୱପୂର୍ଣ୍ଣ ଏବଂ ଏହାସହ ବ୍ୟାପାରୀମାନଙ୍କ ନକ୍ସାକରଣ କରିବା ଦରକାର ଯାହା ଆଖପାଖରେ ଥିବା ବିଭିନ୍ନ ବଜାର ସମ୍ବନ୍ଧରେ ଧାରଣା ଦେବ I ମୂଲଚାଲ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରଥମେ ସବୁ ବ୍ୟାପାରୀଙ୍କ ସୂଚୀକରଣ କରି ଯେଉଁମାନେ ସବୁଠାରୁ ଭଲ ଦର ଦେବେ ସେମାନଙ୍କୁ ସଂକ୍ଷିପ୍ତ ସୂଚୀକରଣ କରିବା ଆବଶ୍ୟକ I ବ୍ୟାପାରୀ ସହ ମୂଲଚାଲ ପ୍ରକ୍ରିୟା ଏବଂ ବିକ୍ରୟ କାର୍ଯ୍ୟକ୍ରମର ଆୟୋଜନ ସମ୍ବନ୍ଧରେ ଏହି ପ୍ରଶିକ୍ଷଣ ଟୁଲରେ ଅଲୋଚନା କରାଯାଇଛି I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ - ୧ : ପ୍ରାରମ୍ଭିକ ଅଭ୍ୟାସ : ଗତ ପାଞ୍ଚୋଟି ଅଧିବେଶନରେ ଅଲୋଚନା କରାଯାଇଥିବା ବିଷୟସବୁକୁ ଚାଷୀମାନଙ୍କୁ ମନେ ପକାଇ ବର୍ଣ୍ଣନା କରିବାକୁ କୁହନ୍ତୁ I ସେମାନଙ୍କୁ କୁହନ୍ତୁ କି ଏହି ଅଧିବେଶନ ସହିତ "ଉତ୍ପାଦର ଜମା-ସଂଗ୍ରହ" ବିଷୟରେ ପ୍ରଶିକ୍ଷଣ ସମାପ୍ତ ହେଲା ଏବଂ ବର୍ତ୍ତମାନ ସେମାନେ ଏହାକୁ ସଫଳତାର ସହିତ କାର୍ଯ୍ୟକାରୀ କରିପାରିବେ I ଚାଷୀମାନଙ୍କୁ କହିବା ଦରକାର ଯେ ରେକର୍ଡ଼ ରଖିବା ସବୁଠାରୁ ମହତ୍ୱପୂର୍ଣ୍ଣ ଅଭ୍ୟାସ କାରଣ ଏହା "ବ୍ୟବସାୟର ସଫଳତା ପାଇଁ ଯୋଗଦାନ କରିଥିବା କାରଣ ସବୁ କ'ଣ ଥିଲା" କିମ୍ବା "କେଉଁ ସବୁ କାରଣ ଯୋଗୁଁ ଏହା ବିଫଳ ହୋଇଥିଲା" ଏହାସବୁ ଜାଣିବାକୁ ସାହାଯ୍ୟ କରିବ ଏବଂ ଏହି ଅଭ୍ୟାସ ଭବିଷ୍ୟତ ଯୋଜନା ପାଇଁ "ଶିକ୍ଷଣୀୟ ବିନ୍ଦୁ" ଭାବରେ ପଥପ୍ରଦର୍ଶକ ଭାବେ କାମ କରିବ I ସୋପାନ -୨: ବଜାର ସଲଗ୍ନତା ଅନ୍ୱେଷଣ କରିବା ଏବଂ ବ୍ୟାପାରୀମାନଙ୍କ ନକ୍ସାକରଣ: ପ୍ରକଳ୍ପ କାର୍ଯ୍ୟାବଳୀ ପାଇଁ ବଜାର ସଲଗ୍ନତା ଅନ୍ୱେଷଣ କରିବା ଏବଂ ଏହାସହ ବ୍ୟାପାରୀମାନଙ୍କ ନକ୍ସାକରଣ କରିବା ଏକ ମହତ୍ୱପୂର୍ଣ୍ଣ ବିନ୍ଦୁ I ଉତ୍ପାଦକୁ ବିକିବା ପାଇଁ ଚାଷୀମାନଙ୍କୁ ଏହା ଆଖ ପାଖରେ ଥିବା ବଜାର ବିଷୟରେ ସୂଚନା ଦେବ I ଏହି କାର୍ଯ୍ୟବାହୀ ସମୟରେ କାରବାର ପାଇଁ ବ୍ୟାପାରୀର ଗ୍ରାମ ପରିଦର୍ଶନରେ ଆସିବା ଘଟଣା ସମୁଦାୟକୁ ବଜାର ସଲଗ୍ନତା ବିଷୟରେ ଅଧିକ ଆତ୍ମବିଶ୍ୱାସ ଦେବା ସହ ଗୁଣବତ୍ତାର ମାନ ନିୟନ୍ତ୍ରଣ, ସଂରକ୍ଷଣ, ବ୍ୟାପାରର ସର୍ତ୍ତାବଳୀ ଏବଂ ଅନ୍ୟ ସମ୍ବନ୍ଧୀତ ଦିଗ ବିଷୟରେ ବୁଝିବାକୁ ସାହାଯ୍ୟ କରିବ I ଯଦି ଆଶ୍ୱାସିତ ବଜାର ସଲଗ୍ନତା ସହ ଏହାର ସ୍ୱଚ୍ଛ ସର୍ତ୍ତାବଳୀର ରୁପରେଖ ଠିକ ଭାବେ ହୋଇଯାଏ, ତେବେ ଉତ୍ପାଦର ବିପଣନ ନିର୍ବିଘ୍ନ ହୋଇଥାଏ I ମୂଲଚାଲ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରଥମେ ସବୁ ବ୍ୟାପାରୀଙ୍କ ସୂଚୀକରଣ କରି ବଜାର ସୂଚନା ଅନୁସାରେ ଯେଉଁ ତିନି ରୁ ଚାରି ଜଣ ବ୍ୟାପାରୀ ସବୁଠାରୁ ଭଲ ଦର ଦେବାର ସମ୍ଭାବନା ଥିବ, ସେମାନଙ୍କୁ ସଂକ୍ଷିପ୍ତ ସୂଚୀକରଣ କରିବା ଆବଶ୍ୟକ I ସୋପାନ - ୩ : ମୂଲଚାଲ : ଚାଷୀମାନଙ୍କ ଜାଣିବାପାଇଁ ମୂଲଚାଲ କରିବାର ବିଭିନ୍ନ ଚରଣ ତଳେ ଉଲ୍ଲେଖ କରାଯାଇଛି: ମୂଲଚାଲ କରିବା ପାଇଁ ଚାଷୀମାନେ ସେମାନଙ୍କ ସହ ଉତ୍ପାଦର କିଛି ସାଧାରଣ ନମୁନା ରଖିବା ଉଚିତ I ମୂଲଚାଲ କରିବା ସମୟରେ ସମୂହ/ଗ୍ରାମରେ ସଂରକ୍ଷିତ ଥିବା ମୋଟ ପରିମାଣ ବିଷୟରେ ବ୍ୟାପାରୀକୁ ବୁଝାନ୍ତୁ I ବ୍ୟାପାରୀ ସହ ଅଲୋଚନା କଲାବେଳେ ସମ୍ପୁର୍ଣ ସର୍ତ୍ତାବଳୀ ଯଥା ପରିବହନ, ପ୍ରାପ୍ୟ, ମାଲ ବୋଝେଇ/ନିଷ୍କାସନ, ଓଜନ, ମାନକ ପ୍ୟାକିଙ୍ଗ୍ ଇତ୍ୟାଦି ବିଷୟରେ ସବିଶେଷ ତଥ୍ୟ ଆଣନ୍ତୁ I ବ୍ୟାପାରୀ ଯଦି ସବୁଠାରୁ ଭଲ ଦର ଦିଏ, ସେ ପାଉଥିବା ଦୀର୍ଘ ମିଆଦୀ ସୁବିଧାସବୁକୁ ବୁଝାନ୍ତୁ I ବ୍ୟାପାରୀକୁ ପ୍ରତିଶୃତି ଦିଅନ୍ତୁ ଯେ ବାଂଛିତ ମାନକୁ ବଜାୟ ରଖାଯିବ I ସମୁହ ଏହି ପ୍ରତିଶୃତିକୁ ସବୁବେଳେ ପାଳନ କରିବା ଉଚିତ I ବିଭିନ୍ନ ବ୍ୟାପାରୀମାନେ ପ୍ରସ୍ତାବ ଦେଉଥିବା ଦର ଓ ସର୍ତ୍ତାବଳୀ ସବୁକୁ ତୁଳନାକରିବା ପରେ ବିକ୍ରିକରିବା ନିଷ୍ପତ୍ତି ସମୂହର ସଦସ୍ୟମାନଙ୍କ ସହ ବିଚାର ବିମର୍ଶ କରି ନିଅନ୍ତୁ I ଉତ୍ପାଦର ମାନ ପରୀକ୍ଷା ତଥା ଏହାକୁ ନେବାପାଇଁ ବ୍ୟାପାରୀକୁ ଗ୍ରାମକୁ ଆସିବାକୁ ଜୋର ଦିଅନ୍ତୁ I ଗ୍ରାମକୁ ଆସି ଉତ୍ପାଦ ନେବାକୁ ରାଜିଥିବା ପ୍ରରିବହନକାରୀର ଯୋଗାଯୋଗ ବିବରଣୀ ଓ ତାହାର ଅବସ୍ଥିତି ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରନ୍ତୁ I ସବୁଠାରୁ ଭଲ ଦର ପାଇବା ପାଇଁ ଚିହ୍ନିତ ହୋଇଥିବା ସବୁ ପରିବହନକାରୀଙ୍କ ସହ ମୂଲଚାଲ କରନ୍ତୁ I ଏଥିପାଇଁ ହେବାକୁଥିବା ଖର୍ଚ୍ଚ ବିଷୟରେ ସବିଶେଷ ତଥ୍ୟ ଆଣନ୍ତୁ ଏବଂ ପରିବହନକାରୀଙ୍କ ସହ ଅଲୋଚନା କରିବା ପାଇଁ ଦଳର କିଛି ନେତାଙ୍କୁ ସାଙ୍ଗରେ ନେଇ ଯାଆନ୍ତୁ I ସୋପାନ - ୪: ବିକ୍ରୟ ଘଟଣା ଆୟୋଜନ କରିବା : ମୁଲଚାଲ କରିସାରିବା ପରେ ଚାଷୀମାନେ ନିର୍ଧାରଣ କରିବା ଉଚିତ ଯେ ସେହି ନିର୍ଦ୍ଦିଷ୍ଟ ଦିନ କେଉଁ ବ୍ୟାପାରୀ ସବୁଠାରୁ ଭଲ ଦର ପ୍ରଦାନ କରିବ I ତା' ପରେ ଏହି ପ୍ରକ୍ରିୟାରେ ସାମିଲ ହୋଇଥିବା ସବୁ ଚାଷୀ ନିମ୍ନ ଲିଖିତ ନିଷ୍ପତ୍ତି ନେବା ଉଚିତ: କେତେବେଳେ ବିକ୍ରୟ କରାଯିବ ଏବଂ କେଉଁ ଯାଗରେ ଏହାକୁ ଅୟୋଜନ କରାଯିବ ? ପରିବହନର ମାଧ୍ୟମ କ’ଣ ହେବ ଏବଂ ଏହାକୁ ବ୍ୟାପାରୀ ଯୋଗାଡ କରିବେ ନା ସମୂହ ଏହାକୁ ଯୋଗାଡ କରିବ I ବିଭିନ୍ନ ଗ୍ରାମରୁ ଉତ୍ପାଦକୁ ଗୋଟିଏ ସାଧାରଣ ସ୍ଥାନକୁ ଆଣିବା ପାଇଁ କେଉଁ ସ୍ଥାନୀୟ ପରିବହନକୁ ବ୍ୟବହାର କରାଯିବ I ଏହି ପୁରା ପ୍ରକ୍ରିୟା ପାଇଁ ହେବାକୁ ଥିବା ବିପଣନ ଖର୍ଚ୍ଚ ଏବଂ ଏହାପାଇଁ ପାଣ୍ଠି ସୁନିଶ୍ଚିତ କରିବା I ଛିଦ୍ରରହିତ ଅଖାବସ୍ତା ସୁନିଶ୍ଚିତ କରିବା I ପରିବହନ ହେବାକୁ ଥିଵ ବସ୍ତା ସଂଖ୍ୟା (ଉତ୍ପାଦର ପରିମାଣ) ବିଷୟରେ ନିଷ୍ପତ୍ତି ନେବା I ସମସ୍ତ ପ୍ରାଥମିକ ଉତ୍ପାଦନକାରୀ/ସଂଗ୍ରହକାରୀ, ସମୂହ ସଦସ୍ୟଙ୍କୁ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦେବା ସହ କାରବାରରେ ସ୍ୱଚ୍ଛତା ରକ୍ଷା କରିବାପାଇଁ ଦଳଗତ ବିକ୍ରୟକୁ ଗ୍ରାମରେ ଏକ ଘଟଣା ପରି ଆୟୋଜନ କରିବା ଉଚିତ I ଘଟଣା ପୁର୍ବରୁ, ଗ୍ରାମ୍ୟ ସ୍ତରରେ ସଭା କରି ବିଭିନ୍ନ କାର୍ଯ୍ୟାବଳୀ ଯଥା ଏକ ସାଧାରଣ ସ୍ଥାନକୁ ଜିନିଷସବୁକୁ ଆଣିବା, ଓଜନ କରିବା, ପ୍ୟାକିଙ୍ଗ୍ କରିବା, ଜିନିଷ ଉଠାଇବା, ପ୍ରତ୍ୟେକ ଚାଷୀର ଯୋଗଦାନକୁ ଲିପିବଦ୍ଧ କରିବା, ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଇତ୍ୟାଦି କାର୍ଯ୍ୟ ସମାପନ କରିବାପାଇଁ ସମସ୍ତ ହିତଧାରକଙ୍କ ଭୂମିକା ଓ ଦାୟୀତ୍ୱ ସ୍ଥିରୀକରଣ କରନ୍ତୁ I ପ୍ରାକ୍-ପ୍ରସ୍ତୁତିକରଣ ଅଭ୍ୟାସ ପାଇଁ ଆୟୋଜନ କରାଯାଉଥିବା ସଭାର ତାରିଖ, ସ୍ଥାନ ଏବଂ ସମୟ ସ୍ଥିରିକୃତ କରି ଗ୍ରାମରେ ସବୁ ସମ୍ବନ୍ଧୀୟଙ୍କୁ ଜଣାଇବା ଆବଶ୍ୟକ I ସହମତି ହୋଇଥିବା ପରିମାଣ, ମାନ ଏବଂ ଦଳଗତ ବିପଣନରେ ଅଂଶଗ୍ରହଣ କରିବା ସୁନିଶ୍ଚିତ କରିବାପାଇଁ ଚାଷୀମାନଙ୍କ ସମ୍ପର୍କରେ ରହିବା ସହାୟକମାନଙ୍କର ଦାୟୀତ୍ୱ ଅଟେ I ସୋପାନ - ୫ : ରେକର୍ଡ଼ ରଖିବା, ହିସାବ କରିବା ଏବଂ ଲାଭ/କ୍ଷତି ବାଣ୍ଟିବାର ନିଷ୍ପତ୍ତି : ଚାଷୀ/ସମୂହ ସ୍ତରରେ ରେକର୍ଡ଼ ରଖିବାପାଇଁ ପର୍ଯ୍ୟାପ୍ତ ପଦେକ୍ଷେପ ନେବା ଆବଶ୍ୟକ I ନିବେଶ ଓ ଅନ୍ୟାନ୍ୟ ଆର୍ଥିକ କାରବାରର ରେକର୍ଡ଼ ରଖିବା କାମ ସମାନ୍ୟତଃ ସ୍ୱୟଂ ସହାଯକ ଦଳ କିମ୍ବା ସମୂହର କମିଟି/ଦଳର ନେତାଙ୍କୁ ଦିଆଯାଇଥାଏ I ଅନେକ ପ୍ରକାର କାରଣ ବିଚାରକୁ ନେଇ ହିସାବ କରାଯାଏ ଯଥା ପ୍ରତ୍ୟେକ ଚାଷୀର ଉତ୍ପାଦ ଯୋଗଦାନ, ପରିବହନର ପ୍ରବନ୍ଧନ, ଦରକାର ହେଉଥିବା ଶ୍ରମ, ପରିବହନ ସମୟରେ ଓଜନହାନୀ, ବ୍ୟବହାର କରାଯାଇଥିବା ବସ୍ତା ସଂଖ୍ୟା ଇତ୍ୟାଦି I ବିକ୍ରୟ ପ୍ରକ୍ରିୟା ସମାପ୍ତି ପରେ ଚାଷୀମାନେ ଏକ ସଭାରେ ଏକତ୍ରିତ ହୋଇ ଲାଭ/କ୍ଷତିର ସମୀକ୍ଷା କରିବେ ଏବଂ ଲାଭ ବାଣ୍ଟିବାର ସୂତ୍ର ବିଷୟରେ ନିଷ୍ପତ୍ତି ନେବେ I କିଛି ସୂଚନା (ଟିପ୍ସ୍): ରେକର୍ଡ଼ ଦୁଇଟି ସ୍ତରର ରଖିବା ଉଚିତ: ସ୍ୱୟଂ ସହାଯକ ଦଳ ସ୍ତରରେ ତଥା କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ ସ୍ଥାରରେ ସବିଶେଷ ତଥ୍ୟ ଯଥା ସଦସ୍ୟ/ଚାଷୀର ନାମ, ଯୋଗଦାନ କରିଥିବା ମୋଟ ପରିମାଣ, ବସ୍ତା ସଂଖ୍ୟା ଇତ୍ୟାଦି ଲିପିବଦ୍ଧ କରିବାପାଇଁ ପ୍ରତ୍ୟେକ ଦଳ/କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲକୁ ଏକ ସରଳୀକୃତ ହିସାବ ରଖିବା ଫର୍ମାଟ ବିତରଣ କରିବା ଉଚିତ I ଯଦି ବିପଣନ ଖର୍ଚ୍ଚ ହୋଇଥାଏ, ତେବେ ଏହିସବୁ ଖର୍ଚ୍ଚ ଯଥା, ସ୍ଥାନୀୟ ପରିବହନ, ମାଲ ବୋଝେଇ/ନିଷ୍କାସନ, ପରିବହନ ସମୟରେ ଓଜନହାନୀ ଇତ୍ୟାଦିକୁ କାଟି ସର୍ବମୋଟ ଲାଭ ପରିମାଣକୁ ହିସାବ କରିବା ଦରକାର ଯାହା ଯୋଗଦାନ (ଉତ୍ପାଦର ପରିମାଣ) ଅନୁସାରେ ଚାଷୀମାନଙ୍କୁ ବିତରଣ କରାଯିବ I ହିସାବ ରଖିବା ପାଇଁ ଦଳର ନେତା ଏବଂ ଜଣେ ଦୁଇଜଣପ୍ରଗତିଶୀଳ ସଦସ୍ୟଙ୍କୁ ପ୍ରଶିକ୍ଷଣ ଦିଅନ୍ତୁ I ହିସାବକୁ ନିୟମିତ ଭାବେ ଅଦ୍ୟତନ କରିବା (up-dating) ପାଇଁ ଏନିମେଟର୍/ସ୍ୱୟଂ ସହାୟକ ଦଳ ନେତାଙ୍କୁ ଦାୟିତ୍ୱବାନ୍ କରନ୍ତୁ I ରେକର୍ଡ଼ ରକ୍ଷକଙ୍କ ମଧ୍ୟରେ ଗମ୍ଭୀରତା ଆଣିବା ପାଇଁ ବିଭିନ୍ନ ଅନ୍ତରାଳରେ ରେକର୍ଡ଼ ନିରୀକ୍ଷଣ କରନ୍ତୁ I ଯଦି ଏହି ଦଳରେ କେହି ସାକ୍ଷର ନେତା ନ ଥାଆନ୍ତି, ତେବେ ଗ୍ରାମରେ ଥିବା ସ୍ୱେଚ୍ଛାସେବୀଙ୍କୁ ରେକର୍ଡ଼ ରଖିବା ପାଇଁ ପରାମର୍ଶ ଦେବା ଉଚିତ I ନିଜର ଜ୍ଞାତ ପାଇଁ ସହାୟକକାରୀ ସବୁବେଳେ ରେକର୍ଡ଼ର ଏକ ନକଲ ରଖିବା ଉଚିତ I ସୋପାନ - ୬ : ପରବର୍ତ୍ତୀ ଉତ୍ପାଦ ପାଇଁ ଯୋଜନା କରିବା : ଗୋଟିଏ ଉତ୍ପାଦ ସଫଳତାର ସହ ସଲଗ୍ନତା ହୋଇ ଆର୍ଥିକ ଲାଭ ହେଲେ, ଏହି କର୍ଯ୍ୟାବଳୀର 'ଭଲ ଓ ଖରାପ' ଦିଗ ବିଷୟରେ ଗ୍ରାମବାସୀମାନଙ୍କ ସହ ଅଲୋଚନା କରିବା ଉଚିତ ଏବଂ ଯଦି ଆବଶ୍ୟକ ହୁଏ, ତେବେ ଏଥିପାଇଁ ମଧ୍ୟବର୍ତ୍ତୀ ଦିଗ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯାଇପାରେ I ପରବର୍ତ୍ତୀ ଦଳଗତ ବିକ୍ରୟ ପାଇଁ କର୍ଯ୍ୟାବଳୀ ଯୋଜନା ବିଷୟରେ ଅଲୋଚନା କରିବା ଦରକାର I ଆଗାମୀ ଉତ୍ପାଦ ପାଇଁ ପ୍ରାକ୍-ପ୍ରସ୍ତୁତିକରଣ ଆୟୋଜନର କାମ ଦଳର ନେତାଙ୍କୁ ଦିଆ ଯିବା ଉଚିତ I ଭବିଷ୍ୟତରେ ଭଲ ପ୍ରଦର୍ଶନ କରିବାକୁ ଦୁର୍ବଳ କାର୍ଯ୍ୟପରିସର ପାଇଁ ଦକ୍ଷତା ବିକାଶ ଯୋଜନା ପ୍ରସ୍ତୁତ କରିବା ଦରକାର I ଉପସଂହାର ପ୍ରତ୍ୟେକ ଚାଷୀଙ୍କୁ ପଚାରନ୍ତୁ ଯେ ଉପରୋକ୍ତ କାର୍ଯ୍ୟକୁ ପୂରା କରିବା ପାଇଁ ସେ କେଉଁ ଭୁମିକା ତୁଲାଇବାକୁ ଚାହୁଁଛନ୍ତି ଯେପରିକି ପୁରା ପ୍ରକ୍ରିୟାଟି ପାରଦର୍ଶୀ ଭାବେ ସବୁ ଚାଷୀଙ୍କ ମିଳିତ ଦାୟିତ୍ୱ ହେବ I ଆଧାର – ପୋର୍ଟାଲ ଟିମ