ହୋମ / କୃଷି / କୃଷି ନିର୍ଦେଶିକା / ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ (ଅଧିବେଶନ ୩)
ସେଆର କରନ୍ତୁ

ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ (ଅଧିବେଶନ ୩)

ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ (ଅଧିବେଶନ ୩) ବିଷୟରେ ସୂଚନା I

ଉପକ୍ରମିକା

ଧାନରୁଆ ଯନ୍ତ୍ର ବ୍ୟବହାର କରି ମସିଣା ପ୍ରକାର ତାଳି ରୋଇବାକୁ ଧାନର ଯାନ୍ତ୍ରିକ ରୋପଣ ପଦ୍ଧତି କୁହାଯାଇଥାଏ। ଏହି ଅଧିବେଶନ ରେ ଯାନ୍ତ୍ରିକ ପଦ୍ଧତିରେ ଧାନ ତାଳି ରୋପଣ ବିଷୟରେ ବିଷଦଭାବେ ଆଲୋଚନା କରାଯିବା ସହିତ ଦକ୍ଷିଣ ଏସିଆରେ ମିଳୁଥିବା ଧାନରୁଆ ଯନ୍ତ୍ର ,ସେସବୁର ବୈଶିଷ୍ଟ, କାର୍ଯ୍ୟ ପଦ୍ଧତି ଓ ପରିଚାଳନା ବିଷୟରେ ଆଲୋଚନା କରାଯାଇଛି ।

ଫସଲରୁ ଅଧିକ ଅମଳ ପାଇବା ନିମାନେ ଉନ୍ନତ ଚାଷ ପଦ୍ଧତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଅଧିବେଶନ ଖାଦ୍ୟସାର, ଅନାବନା ଘାସ, ଜଳ ଓ ରୋଗପୋକ ପରିଚାଳନା ସଂକ୍ଷିପ୍ତ ଭାବେ ଆଲୋଚନା କରାଯିବ । ଅନେକ କୃଷକ ଧାନରୁଆ ଯନ୍ତ୍ର କିଣି ନିଜେ ବ୍ୟବହାର କରୁଛନ୍ତି ଓ ଅନ୍ୟମାନକୁ ସୁଲଭ ମୂଲ୍ଯରେ ଭଡା ଦେଇ ଅର୍ଥ ଉପାର୍ଜନ କରୁଛନ୍ତି । ଏହାଦ୍ଵାରା ଗ୍ରାମାଞ୍ଚଳ ଉଦ୍ୟୋଗୀମାନଙ୍କ ପାଇଁ ବ୍ୟବସାୟ ତଥା ଅର୍ଥ ଉପାର୍ଜନ ନିମନ୍ତେ ନୂତନ ସୁଯୋଗ ସୃଷ୍ଟି କରିପାରିଛନ୍ତି । ଏହି ପୁଷ୍ଟିକରେ ଏ ସଙ୍କରନତିୟ ଅର୍ଥନୀତିକ ଅନୁଶୀଳନ ଏବନ କୃଷକ ଓ ସେବା ପ୍ରଦାନକାରୀଙ୍କ ଲାଭ ବିଷୟରେ ଆଲୋଚନା କରାଯାଇଛି । ଏହା ଫଳରେ ଶିକ୍ଷାର୍ଥୀମାନେ ଧାନ ରୁଆ ଯନ୍ତ୍ର ବ୍ୟବହାରକୁ ଏକ ବ୍ୟବସାୟ ଭାବେ ଗ୍ରହଣ କରିବା ବିଷୟରେ ଅବଗତ ହୋଇପାରିବେ।

ଏହି ତାଲିମ ଅଧିବେଶନ ଶେଷରେ ଶିକ୍ଷାର୍ଥୀମାନେ ନିମ୍ନଲିଖିତ କାର୍ଯ୍ୟ କରିବାକୁ ସକ୍ଷମ ହେଉଥିବା ଦରକାର ।

  • ଗୋଟିଏ ଧାନରୁଆ ଯନ୍ତ୍ର ବ୍ୟବହାର କରି ଚାଷ କରାଯାଇଥିବା ଧାନ ଫସଲ ରୁ ମିଳୁଥିବା ଲାଭ ବିଷୟରେ ବୁଝାଇ ପାରୁଥିବେ ।
  • ଧାନରୁଆ ଯନ୍ତ୍ର ର ବିଭିନ୍ନ ଅଂଶ ଚିହ୍ନିବା ସହିତ ଏହାର କାର୍ଯ୍ୟ ବିଷୟରେ ବୁଝାଇ ପାରୁଥିବେ ।
  • କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଅନୁସାରେ ଧାନରୁଆ ଯନ୍ତ୍ରର ଆବଶ୍ୟକୀୟ ପରିବର୍ତ୍ତନ କରିପାରୁଥିବେ ।
  • ଧାନରୁଆ ଯନ୍ତ୍ର ଆବଶ୍ୟକ କରୁଥିବା ରକ୍ଷଣାବେକ୍ଷଣ ଓ ମରାମତି ବିଷୟରେ ବୁଝିଥିବେ ।
  • କୃଷକ ମାନଙ୍କୁ ଧାନରୁଆ ଯନ୍ତ୍ର ଭଡା ଦେବା ଦ୍ଵାରା ହେଉଥିବା ଲାଭ ବିଷୟରେ କହିପାରୁଥିବେ।
  • ଧାନରୁଆ ଯନ୍ତ୍ର ଭଡା ଦେବାକୁ ବ୍ୟବସାୟ ଭାବେ ଗ୍ରହଣ କାଲେ ଆବଶ୍ୟକ ହେଉଥିବା ବ୍ୟୟ ଓ ମିଳୁଥିବା ଲାଭ ବିଷୟରେ ବୁଝାଇ ପାରୁଥିବେ ।

ଧାନର ଯାନ୍ତ୍ରିକ ରୋପଣ ପଦ୍ଧତି କଣ ?

ମ୍ୟାଟ  ବା ମସିଣା ନର୍ସରୀ ପଦ୍ଧତିରେ ପ୍ରସ୍ତୁତ କରାଯାଇଥିବା ଧାନ ତଳିକୁ ଧାନରୁଆ ଯନ୍ତ୍ର ସାହାଯ୍ୟରେ ରୋଇବାକୁ ଧାନର ଯାନ୍ତ୍ରିକ ରୋପଣ କୁହାଯାଏ।ପାରମ୍ପରିକ ପଦ୍ଧତିରେ ଏକ ଏକର ଜମିରେ ରୋଇବା ପାଇଁ ୮-୧୨ ଜଣ ଶ୍ରମିକ ଆବଶ୍ୟକ ହୋଇଥାଆନ୍ତି। ଏହି କାର୍ଯ୍ୟ ଅତନତା କଷ୍ଟକର ଓ ସମୟସାପେକ୍ଷ ଅଟେ।ତେବେ ଯଦି ଯନ୍ତ୍ରଚାଳିତ ଧାନରୁଆ ଯନ୍ତ୍ର ବ୍ୟବହାର କରାଯାଏ ,ତେବେ ଗୋଟିଏ ଦିନରେ ତିନି ଜଣ ଲୋକ ତିନି ରୁ ଚାରି ଏକର ଜମିରେ ଧାନ ରୋଇପରିବେ ।କୃଷି ଶ୍ରମିକ ମିଳୁ ନଥିବା ସ୍ଥାନ ବା ଅଧିକ ମଜୁରି ଦେବାକୁ ପଡୁଥିବା  ସ୍ଥାନରେ ଏହା ବେସ ଉପକାରୀ ହୋଇଥାଏ।

ଉପକାରିତା

  1. ମଜୁରି ବାବଡକୁ ଖର୍ଚ୍ଚ ହ୍ରାସ କରିବା (ଏକର ପ୍ରତି ୬୦୦ ଟଙ୍କା) ଓ ସେଚିତ ଜଳ ସଞ୍ଚଯ ହେବା (ଶତକଡା ୧୦ ଭାଗ ପର୍ଯ୍ୟନ୍ତ କମ)
  2. ଉପଯୁକ୍ତ ବୟସରେ ତଳିକୁ ଠିକ ସମୟରେ ରୋପଣ କରାଯାଇଥାଏ(୧୪-୧୮ ଦିନିଆ ତଳି)
  3. ଚେରରେ ରୋଇବା ଜନିତ ଆଘାତ ହ୍ରାସ
  4. ଠିକ ଦୂରତା ରକ୍ଷା କରିବା ସହିତ ସମୁଚିତ ଗଛ ସଂଖ୍ୟା ବଜାୟ ରଖାଯିବ (ବର୍ଗ ମିଟର ପ୍ରତି୨୬-୨୮ ବୁଡା ଓ ପ୍ରତି ୩   -୪ ତଳି)
  5. ପାରମ୍ପରିକ ପଦ୍ଧତି ତୁଳନାରେ ଅଧିକ ଅମଳ ।
  6. ଚେରରେ କମ ଆଘାତ ହେଉଥିବାରୁ ଫସଲରେ ରୋଗ ହେବାର ଆଶଙ୍କା ହ୍ରାସ ।
  7. କୃଷି ଶ୍ରମିକ ଙ୍କ ପାଇଁ କମ ପରିଶ୍ରମ ସହିତ ସ୍ୱାସ୍ଥ୍ୟ ହାନି ହେବାର ଆଶଙ୍କା ହ୍ରାସ
  8. ଧାନରୁଆ ଯନ୍ତ୍ର ଭଡା ଦେବାକୁ ବ୍ୟବସାୟ ଭାବେ ଗ୍ରହଣ କରିବା ଯୋଗୁଁ  ଗ୍ରାମୀଣ ଜୀବକ ଓ ମହିଳା ଙ୍କ ପାଇଁ ନିଯୁକ୍ତି ଓ ନୂତନ ଉଦ୍ଯୋଗ ନିମନ୍ତେ ସୁଯୋଗ
  9. ଆୟବୃଦ୍ଧି ସହିତ ଗ୍ରାମାଞ୍ଚଳ ରେ ଜୀବିକା ର ଉନ୍ନତି

ତାଲିମ ପାଇଁ ଆବଶ୍ୟକ ହେଉଥିବା ଯନ୍ତ୍ରପାତି ଓ ଉପକରଣ

  • ଧାନରୁଆ ଯନ୍ତ୍ର (ପଛରେ ଚାଲିବା ଓ ବସିବା ପ୍ରକାରର )
  • ସମାନ ଆକାରର ମସିଣା ତାଳି ଖଣ୍ଡ
  • ମସିଣା ତାଳି କାଟିବା ପାଇଁ ଦାଆ ବା ଧାରୁଆ ଛୁରୀ
  • ଧାନରୁଆ ଯନ୍ତ୍ର ର ତାଳି ପ୍ଲାଟଫୋରମ ଅନୁଯାୟୀ ମସିଣା ତାଳି ଆକାରମାପିବାନିମନ୍ତେ ସ୍କେଲ
  • ମସିଣା ତାଳି ଖଣ୍ଡ ବୋହିବା ପାଇଁ ଟ୍ରେ ବା ବ୍ୟାଗ
  • ଅନୁମୋଦିତ ପରିମାଣର ରାସାଯନିକ ସାର।
  • ହାଲୁକା ହଲ ହୋଇଥିବା (ଅଳ୍ପ କିମ୍ବା କାଦୁଅ ହୋଇ ନଥିବା )ଏକ ସମତଳ ଜମି(ଲୋକର ଲେବଲର ଦ୍ଵାରା ସମତୁଲ ହୋଇଥିଲେ ଭଲ)
  • ରୋଇବାର ୧୨ ଘଣ୍ଟା ପୂର୍ବରୁ ଜଳସେଚନ କରନ୍ତୁ।ଧାନରୁଆ ଯନ୍ତ୍ର ସାହାଯ୍ୟରେ ରୋଇବାବେଳେ ୧-୨ ସେ.ମି ପାଣି ରଖନ୍ତୁ।ଏହାଠାରୁ ଅଧିକ ପାଣିଥିଲେ ଜଳ ନିଷ୍କାସନ କରନ୍ତୁ ।
  • ଅନୁମୋଦିତ ଘାସମରା ଔଷଧା (ଘାସ ଗଜା ହେବ ପୂର୍ବରୁ ଏବନ ପରେ)

ଜମିରେ ପ୍ରୟୋଗାତ୍ମକ ତାଲିମ

ଉପକ୍ରମିକ ପ୍ରଦାନ ପରେ ଶିକ୍ଷାର୍ଥୀ ମାନଙ୍କୁ ପ୍ରୟୋଗାତ୍ମକ ତାଲିମ ପ୍ରଦାନ ପାଇଁ ଉଦ୍ଦିଷ୍ଟ ଜମିକୁ ନିଅନ୍ତୁ।ଏଠାରେ ପଛରେ ଚାଲିବା ଓ ବସିବା ପ୍ରକାରର ଧାନରୁଆ ଯନ୍ତ୍ରକୁ ପ୍ରସ୍ତୁତ କରି ରଖନ୍ତୁ।ଧାନରୁଆ ଯନ୍ତ୍ର ର  ବୈଶିଷ୍ଟ୍ୟ ଓ କାର୍ଯ୍ୟ ପଦ୍ଧତି ବିଷୟରେ ବୁଝାଇବା ନିମନ୍ତେ  ନିମ୍ନ ବର୍ଣ୍ଣନା ସହାୟକ ହେବ।

ଶକ୍ତିଚାଳିତ ଧାନରୁଆ ଯନ୍ତ୍ର (ପଛରେ ଚାଲିବା ପ୍ରକାର)

ବୈଶିଷ୍ଟ୍ୟ

ଭାରତରେ ସାଧାରଣତଃ କୁବୋଟା ଓ ମାହି ତରଫରୁ ଉନ୍ନତ ମାନର ଶକ୍ତିଚାଳିତ ଧାନରୁଆ ଯନ୍ତ୍ର ପ୍ରସ୍ତୁତ କରାଯାଇଥାଏ।ସାଧାରଣତଃ ଭାବେ ମିଳୁଥିବା ପଛରେ ଚାଲିବା ପ୍ରକାର ଧାନରୁଆ ଯନ୍ତ୍ର ର ବୈଶିଷ୍ଟ୍ୟ ନିମ୍ନରେ ପ୍ରଦାନ କରାଗଲା ।

ତଥ୍ୟାବଳୀ

ଲମ୍ବ(ସେ.ମି)

୨୪୫

ପ୍ରସ୍ଥ (ସେ.ମି)

୧୪୮

ଉଚ୍ଚତା(ସେ.ମି)

୮୪-୯୫

ଓଜନ(କିଲୋଗ୍ରାମ)

୧୭୦

ଧାଡିକୁ ଧାଡି ଦୂରତା (ସେ.ମି)

୩୦

ଧାଡି ମାଧାରେ ବୁଡାରୁ ବୁଡ ଦୂରତା (ସେ.ମି)

୧୧.୭/୧୩.୧/୧୪.୭

ଶକ୍ତି ଆବଶ୍ୟକତା (ଅଶ୍ଵ ଶକ୍ତି)

୩.୭ ପେଟ୍ରୋଲ ଇଞ୍ଜିନ

  • ପଛରେ ଚାଲିବା ପ୍ରକାର ଧାନରୁଆ ଯନ୍ତ୍ର ର ପେଟ୍ରୋଲ ଇଞ୍ଜିନ , ଟ୍ରାନ୍ସସମିସନ ,ପ୍ଳେଟ ,ରୋପଣ ଛକ ,ପେଣ୍ଡର ରଦ ,ରୋପଣ ମାର୍କର,ମଝି ଧାଡି ମାର୍କର ,ତାଳି ଚାପକ,ତାଳି ପ୍ଲାଟଫର୍ମ,ତାଳି ଟ୍ରେ ,ତାଳି ଟ୍ରେ ଉତ୍ତୋଳନ ଆଦି ଅଂଶ ରହିଥାଏ।
  • ସୁରକ୍ଷା କ୍ଲଚ ବ୍ୟବସ୍ଥା ଅତି ଗୁରୁତ୍ଵପୂର୍ଣ୍ଣ ।ଜମିରେ ପଥର ବା ଟେକା ଯୋଗୁଁ ଧାନରୁଅ ଯନ୍ତ୍ର ରେ ହେବାକୁ ଥିବା କ୍ଷତିକୁ ଏହା ରୋକିଥାଏ।
    1. ତାଳି ଟ୍ରେ :ଏହାକୁ ବଳକା ତାଳି ରଖିବା ପାଇଁ ବ୍ୟବହାର କରାଯାଏ।
    2. ତେଲ ଟାଙ୍କି ଦ୍ଵାରା ତେଲ ଭରିବା ପାଇଁ ଏହାକୁ ଖୋଲାଯାଏ ଓ ପରେ ବନ୍ଦ କରାଯାଏ।
    3. ତେଲ ଟାଙ୍କି:  ଧାନରୁଆ ଯନ୍ତ୍ର ଚଳାଇବା ପାଇଁ ଆବଶ୍ୟକ ତେଲ ରଖାଯାଏ।
    4. ଇଞ୍ଜିନ:ଏହା ଧାନରୁଆ ଯନ୍ତ୍ର କୁ ଚଳାଇଥାଏ।
    5. ଫ୍ଲୋଟିଙ୍ଗ ବୋର୍ଡ : ଧାନରୁଆ ଯନ୍ତ୍ର ଚଳାଇବା ବା ତାଳି ରୋଇବା ଅଥବା ବାଳକ ତାଳି ରଖିବା ପାଇଁ ଏହା ମୂଳ ଆଧାର ଭାବେ କାର୍ଯ୍ୟ କରେ ।
    6. ରୋପଣ ଛକ :କାଦୁଅ ରେ ରୋଇବା ପାଇଁ ଏହା ବ୍ଯ୍ବହାର କରାଯାଏ।
    7. ରୋପଣ ଆଙ୍ଗୁଠି :ତଳିକୁ ଉଠାଇ ନେଇ ରୋଇବା ପାଇଁ ଏହାକୁ ବ୍ୟବହାର କରାଯାଏ।
    8. ରୋପଣ ମାର୍କର : ଧାଡିରେ ସିଧା ଭାବେ ରୋଇବା ପାଇଁ ଏହା ବ୍ୟବହାର କରାଯାଇଥାଏ।
    9. ଫେଣ୍ଡର ରଡ:ଏହା ତଳି ଟ୍ରେ କୁ ଆଗକୁ ଗତିଶୀଳ କରିଥାଏ।
    10. ତଳି ଚାପକ :ଏହି ମସିଣା ତାଳି ଖଣ୍ଡକୁ ସିଧା ରଖିଥାଏ ଏବଂ ଅଙ୍କାବଙ୍କା ହେବାରୁ ରୋକିଥାଏ ।
    11. ତଳି ପ୍ଲାଟଫର୍ମ:ଏଥିରେ ରୋଇବା ପାଇଁ ତଳି ରଖାଯାଇଥାଏ।
    12. ମାଝି ଧାଡି ମାର୍କର: ଧାନରୁଆ  ଯନ୍ତ୍ର କୁ ସିଧା ଭାବେ ଚଳାଇବା ପାଇଁ ଏହା ସାହାଯ୍ୟ କରିଥାଏ।

ଶକ୍ତିଚାଳିତ ଧାନରୁଆ ଯନ୍ତ୍ର (ବସିବା ପ୍ରକାର)

କ. ଏକ ଚକ ବସିବା ପ୍ରକାର

ବୈଶିଷ୍ଟ୍ୟ : ଭାରତରେ ବହୁଳ ଭାବେ ଦେଖାଯାଉଥିବା ବସିବା ପ୍ରକାର ଧାନରୁଆ ଯନ୍ତ୍ର

  • ଏକ ଥରରେ ଆଠ ଧାଡି ତଳି ଯାଇପାରେ।
  • ଶକ୍ତି ପ୍ରବାହ ବ୍ୟବସ୍ଥାରେ ଏକ ଇଞ୍ଜିନ, ଭି ବେଲଟ, କୋଣ କ୍ଲଚ ଓ ଗିଆର ବାକ୍ସ ରହିଥାଏ। ଭି ବେଲଟ ଓ କ୍ଲଚ ସାହାଯ୍ୟରେ ଇଞ୍ଜିନ ରୁ ଧାନରୁଆ ଯନ୍ତ୍ର କୁ ଶକ୍ତି ପ୍ରବାହ ହୋଇଥାଏ।
  • ଗିଅର ବାକ୍ସ ସହିତ ସଂଯୁକ୍ତ ଏକ ଦଣ୍ଡ ଦ୍ଵାରା ରୋଇବା ପାଇଁ ଶକ୍ତି ହୋଇଥାଏ।
  • ଧାନ ରୋଇବା ବେଳେ କାଦୁଅରେ ଧାନରୁଆ ଯନ୍ତ୍ର ଚାଲିବା ପାଇଁ ସହାୟକ ହୋଇଥାଏ।
  • ସ୍କ୍ରୋଲ ଦଣ୍ଡ ତଳି ଟ୍ରେ ବାମ ଓ ଡାହାଣକୁ ଗତିଶୀଳ ହୋଇଥାଏ। ଏହାଦ୍ଵାରା ତଳି ଟ୍ରେ ତଳକୁ ଯାଇଥାଏ। ଯାହା ଫଳରେ ତଳିକୁ ନେଇ ମାଟିରେ ରୋଇବା ସହଜ ହୋଇଥାଏ।

ରୋଇବା ପ୍ରଣାଳୀ

ପ୍ରକାର :

କ୍ରାଙ୍କ ଦଣ୍ଡ କୁ ଅଲଗା କରି ରଡ ବ୍ୟବସ୍ଥା କୁ ତଳି ଚପକ ସଂଯୋଗ କରେ

ତଳି ରୋଇବା ସଂଖ୍ୟା :

ବର୍ଗମିଟର ପ୍ରତି ୩୪-୪୨ ବୁଦା (ଏହା ବୁଦାରୁ ବୁଦା ଦୂରତା ଉପରେ ନିର୍ଭର କରେ)

ମସିଣା ତଳିର ଓସାର :

୨୨.୫ ସେ.ମି

ରୋଇବା ଗଭୀରତା :

୦-୬ ସେ.ମି(ପରିବର୍ତ୍ତନଶୀଳ )

କ୍ଷମତା :

ଘଣ୍ଟାପ୍ରତି ୦.୩୨୫ ରୁ ୦.୫ ଏକର

ଖ . ଚାରି ଚକ ବସିବା ପ୍ରକାର ଧାନରୁଆ ଯନ୍ତ୍ର (ଜାପାନିଜ,କୋରିୟାନ )

ବୈଶିଷ୍ଟ୍ୟ

  • ବସିବା ପ୍ରକାର ଧାନରୁଆ ଯନ୍ତ୍ର
  • ଛଅଧାଡି ରୋଇବା କ୍ଷମତା ରହିଛି
  • ତ୍ଵରିତ କାର୍ଯ୍ୟ ବୈଶିଷ୍ଟ୍ୟ ରୋପଣ ବ୍ୟବସ୍ଥା (ଗୋଟିଏ ସୂର୍ଯ୍ୟ ଓ ୪ ଟି ଗ୍ରହ ଗିଅର ଦ୍ଵାରା ଇଞ୍ଜିନ ପରିଚାଳିତ ହୋଇଥାଏ)।ଏହାଦ୍ଵାରା  ରୋଇବା ବେଗ ତ୍ୱରାନ୍ୱିତ ହେବା ଯୋଗୁଁ ଦିନାକା ମାଧାରେ ଅଧିକ ଜମି ରୁଆ ଯାଇଥାଏ।
  • ବୁଦାରେ ତଳି ସଂଖ୍ୟା ,ରୋଇବା ଗଭୀରତା (ଆପେ ଆପେ ନିର୍ଦ୍ଧିଷ୍ଟ ଗଭୀରତା ବଜାୟ ରହେ।)ଓ ବୁଡାରୁ ବୁଦା ଦୂରତା ରେ ପରିବର୍ତ୍ତନ କରାଯାଇପାରେ ।
  • ଛଅଟି ତଳି  ରୟାକ ସହିତ ମିଳିଥାଏ।

ଗୁଣାବଳୀ

ସାମଗ୍ରିକ ଦୈର୍ଘ୍ୟ(ସେ.ମି.)

୩୦୨

ସାମଗ୍ରିକ ପ୍ରସ୍ଥ (ସେ.ମି.)

୨୧୪

ସାମଗ୍ରିକ ଉଚ୍ଚତା (ସେ.ମି.)

୧୫୩

ଓଜନ (କି.ଗ୍ରା)

୫୭୦

ଇଞ୍ଜିନ ପ୍ରକାର

୧୨ ଅଶ୍ଵ ଶକ୍ତି,୪ ସାଇକିଲ ,ଏଆର କୁଇଡ ଓ ଏଚଭି ଗ୍ୟାସେଲିନ

ସର୍ବାଧିକ କ୍ଷମତା (ମିନିଟ ପ୍ରତି ଘୂର୍ଣ୍ଣନ)

୧୨୦୦-୧୮୦୦

ଇଞ୍ଜିନ ଷ୍ଟାର୍ଟ

ବୈଦ୍ୟୁତିକ

ଚଳାଇବା ବିଭାଗ

ଷ୍ଟିଅରିଂ

ପାୱାର ଷ୍ଟିଅରିଂ

ଧାଡିକୁ ଧାଡି ଦୂରତା (ସେ.ମି)

୩୦

ରୋଇବା ଗଭୀରତା (ସେ.ମି.)

୧.୫ ରୁ ୪.୫

ଟାୟାର

ଆଗ ଚକ

ଡିସ୍କ ସହିତ ପଙ୍କଚର ଣ ହେଉଥିବା ଟାୟାର

ବ୍ୟାସ(ସେ.ମି.)

୬୫

ପଛ ଚକ

କଠିନ ରବର

ଗିଅର

 

ଆଗକୁ

୪ ଟି ବେଗ

ପଛକୁ

୧ ବେଗ

ରୋପଣ  ବିଭାଗ

ଧାଡି ସଂଖ୍ୟା

ବୁଦାରୁ ବୁଦା ଦୂରତା (ସେ.ମି)

୧୨ ରୁ ୨୨ (ଗଛ ସଂଖ୍ୟା ଉପରେ ନିର୍ଭର କରେ)

ରୋଇବା ବେଗ(ସେକେଣ୍ଡ ପ୍ରତି ମିଟର)

୦.୨୪-୧.୩୦

ଧାନରୁଆ ଯନ୍ତ୍ର ର ବିଭିନ୍ନ ଅଂଶ (ପଛରେ ଚାଲିବା ଓ ବସିବା ପ୍ରକାର)

ଶକ୍ତିଚାଳିତ ଧାନରୁଆ ଯନ୍ତ୍ର ର ଦୁଇଟି ମୁଖ୍ୟ ବିଭାଗ ଥାଏ। ତାହା ହେଲା -

  • ପରିବହନ
  • ରୋପଣ

ପରିବହନ

ରୋପଣ

  • ଡିଜେଲ ଇଞ୍ଜିନ
  • ଗିଅର ବାକ୍ସ,ରାସ୍ତାରେ ଯିବା ପାଇଁ ରବର ଚକ
  • ବୁଦାରୁ  ଦୂରତା ଓ ବେଗ ପରିବର୍ତ୍ତନ ପାଇଁ ଲିଭର
  • ପାୱାର ଟିଲର ଦ୍ଵାରା ଚାଳିତ ଦଣ୍ଡ
  • ଦନ୍ତୁରିତ ଇସ୍ପାତ ଚକ (କେବଳ ବସିବା ପ୍ରକାର ପାଇଁ )
  • ଡ୍ରାଇଭର ପାଇଁ ବସିବା ସ୍ଥାନ
  • ରୋପଣ ଟ୍ରେରେ ସହାୟତା କରଥିବା କରୁଥିବା ଦୁଇ ଜଣ ଙ୍କ ପାଇଁ ବସିବା ସ୍ଥାନ
  • ପ୍ଲୋଟିଙ୍ଗ ବୋର୍ଡ
  • ତଳି ପ୍ଲାଟଫର୍ମ
  • ବୁଦାରେ ତଳି ସଂଖ୍ୟା ନିଦ୍ଧାରଣ ପାଇଁ ସ୍କୃ ଲାଗିଥିବା ରୋପଣ ଆଙ୍ଗୁଠି
  • ଗଭୀରତା ନିର୍ଦ୍ଧାରଣ ଲିଭର
  • ଫ୍ଲୋଟ ବୋର୍ଡ ର ଉଚ୍ଛତା ପରିବର୍ତ୍ତନ ପାଇଁ ଚେନ
  • ଫ୍ଲୋଟ ଉତ୍ତୋଳୋନ ପାଇଁ ପେଡାଲ

ରୋପଣ ବିଭାଗ ନିୟନ୍ତ୍ରକ

  1. ବୁଦାରୁ ବୁଦା ଦୂରତା ନିୟନ୍ତ୍ରଣ :ଏହି ଯନ୍ତ୍ର ରେ ଥିବା ଏକ ଲିଭର ସାହାଯ୍ୟରେ ବୁଡାରୁ ବୁଦା ମାଧାରେ ଥିବା ଦୂରତା ନିୟନ୍ତ୍ରଣ କରାଯାଇଥାଏ। ଏଥି ସହିତ ସଂଯୁକ୍ତ ପ୍ଳେଟ ରେ ଦୂରତା ଚିହ୍ନିତ ହୋଇଥାଏ।
  2. ରୋପକ ମାର୍କର:ଯାନ୍ତ୍ରିକ ପଦ୍ଧତିରେ ଧାନ ରୋଇବାର ବଡ ଉପକାରିତା ହେଉଛି ସିଧା ଭାବେ ରୁଆଯିବା।ଏଥିପାଇଁ ପୂର୍ବଧାଡି ସହିତ ସମାନ୍ତରାଳ ଭାବରେ ନୂତନ ଧାଡି ରୁଆ ଯାଇଥାଏ।ଧାନରୁଆ ଯନ୍ତ୍ର ସହିତ ସଂଯୁକ୍ତ ଏକ ମାର୍କର ଦ୍ଵାରା ଏହା ସମ୍ଭବ ହୋଇଥାଏ। ଧାନରୁଆ ଯନ୍ତ୍ର ସହିତ ସଂଯୁକ୍ତ ଏକ ମାର୍କର ଦ୍ଵାରା ଏହା ସମ୍ଭବ ହୋଇଥାଏ ।ଧାନରୁଆ ଯନ୍ତ୍ର ଏପରି ଭାବେ ଚାଲିବା ଆବଶ୍ୟକ ଯେପରି ମାର୍କର ପୂର୍ବରୁ ରୁଆଯାଇଥିବା ଧାଡି ଉପରେ ଚାଲିବ ।
  3. ରୋପଣ କ୍ଲଚ :ରୋପଣ କ୍ଲଚ ,ତଳିକୁ ଉଠାଇ ନେଇ ରୋଇବାରେ ସାହାଯ୍ୟ କରୁଥିବା ଆଙ୍ଗୁଠିରେ ଶକ୍ତି ଯୋଗନାକୁ ନିୟନ୍ତ୍ରଣ କରିଥାଏ।
    • କ୍ଲଚକୁ କାର୍ଯ୍ୟରେ ଲଗାଇବା ଦରକାର : ଧାନ ତଳି ରୋଇବା ବେଳେ
    • କ୍ଲଚକୁ କର୍ଜ୍ଯମୁକ୍ତ କରିବା :
      • ତଳି ମ୍ୟାଟ ରଖିବା ବେଳେ
      • ପରିବହନ ପାଇଁ ଧାନରୁଆ ଯନ୍ତ୍ର ବ୍ୟବହାର ବେଳେ
      • ଧାନ ରୁଆ ଯାଉ ଣ ଥିବା ବେଳେ (ମୋଡ ବୁଲିବା ବେଳେ)
  4. ମୁଖ୍ୟ କ୍ଲଚ:: ଶକ୍ତି ପ୍ରବାହ ବନ୍ଦ କରିବା ଓ ସଂଯୋଗ କରିବା ପାଇଁ ମୁଖ୍ୟ କ୍ଲଚ ବ୍ୟବହାର କରାଯାଇଥାଏ।ଜମିରେ କାର୍ଯ୍ୟ କରିବା ବେଳେ ଉତ୍ତମ ଭାବେ ଇଞ୍ଜିନ ଚଳାଇବା ପାଇଁ କ୍ଲଚକୁ ବ୍ୟବହାର କରାଯାଏ।ନିମ୍ନରେ (କ)ବସିବା ପ୍ରକାର ଓ (ଖ) ପଛରେ  ଚାଲିବା ପ୍ରକାର ଧାନରୁଆ ଜନ୍ତ୍ର ର କ୍ଲଚ ବ୍ୟବସ୍ଥା ପ୍ରଦର୍ଶିତ ହୋଇଛି ।
  5. ଆସଲରେଟର: ବସିବା ପ୍ରକାର ଧାନରୁଆ ଜନ୍ତ୍ର ର ଷ୍ଟିଅରିଂ ପାଖରେ ଏବନ ପଛରେ ଚାଲିବା  ଧାନରୁଆ ଜନ୍ତ୍ର ର ହଣ୍ଡେଲ ଉପରେ ରହିଥିବା ଆସଲେରେତର ଦ୍ଵାରା ଜନ୍ତ୍ର ର ବେଗ ନିୟନ୍ତ୍ରଣ କରାଯାଇଥାଏ।ଉପଯୁକ୍ତ ବେଗ ନିମନ୍ତେ ନିର୍ମାଣକାରୀଙ୍କ ସୁପାରିସ ପାଳନ କରିବା ଉଚିତ।
  6. ପ୍ଲୋଟିଙ୍ଗ ବୋର୍ଡ :ଧାନରୁଆ  ଜନ୍ତ୍ର ର ନିମ୍ନ ଭାଗରେ ଥିବା ଏହି ବୋର୍ଡ ଜନ୍ତ୍ର କୁ ଚଳାଇବା ଓ ରୋଇବା ରେ କରିଥାଏ।ଏହା ମଧ୍ୟ ବାଳକ ତାଳି ରଖିବାରେ ସାହାଯ୍ୟ କରେ।

କ. ବସିବା ପ୍ରକାର ଜନ୍ତ୍ରରେ ଚେନ ସାହାଯ୍ୟ ରେ ସଂଯୁକ୍ତ ହୋଇଥିବା ଗୋଟିଏ ପେଡାଳ ଦ୍ଵାରା ପ୍ଲୋଟିଙ୍ଗ ବୋର୍ଡ ର ଗତି ନିୟନ୍ତ୍ରଣ କରାଯାଇଥାଏ।ଯଦି ଜନ୍ତ୍ର ଟି କେବେ କାଦୁଅ ରେ ପଶିଯାଏ,ତେବେ ହାତରେ ପୋଡାଜଳାକୁ ବାରମ୍ବାର ଦବାଇଲେ ଏହା ବାହାରି ଆସେ ।ଇଞ୍ଜିନ ଶକ୍ତି ସାହାଯ୍ୟରେ ମଧ୍ୟ ଯନ୍ତ୍ରକୁ କାଦୁଅ ରୁ ବାହାରକୁ ଅଣାଯାଇପାରିବ ।

ଖ.  ପଛରେ ଚାଲିବ ପ୍ରକାର ଧାନରୁଆ ଯନ୍ତ୍ର ରେ ଲିଭର ଗତି ଦ୍ଵାରା ହାଇଦ୍ରାଳିକ ବ୍ୟବସ୍ଥା ପରିଚାଳିତ ହୋଇଥାଏ।ଏହାଦ୍ଵାରା ପ୍ଲୋଟିଙ୍ଗ ବୋର୍ଡ ର ଗତି ନିୟନ୍ତ୍ରିତ ହୋଇଥାଏ।“ଅପ” ସ୍ଥାନରେ  ରହିଲେ ପ୍ଲୋଟିଙ୍ଗ ବୋର୍ଡ ଉପରକୁ ଉଠେ ଏବନ ଏହାର ବିପରୀତ ସ୍ଥାନରେ ରହିଲେ ତଳକୁ ଆସିଥାଏ।

ଫ୍ଲୋଟିଙ୍ଗ ବୋର୍ଡର ନିମ୍ନରେ ଥିବା ଏକ ଆୟତକର ପ୍ଳେଟ ରେ ଥିବା ମସୃଣ ଧାର ଯୋଗୁଁ (ସମ୍ମୁଖରୁ ପଛ ଆଡକୁ) ଜମିରେ ଗାର ପଡିଥାଏ । ଏହାଦ୍ଵାରା ଧାନରୁଆ ଜନ୍ତ୍ର ଉପଯୁକ୍ତ ଦିଗରେ ସିଧା ଭାବେ ଚାଲିଥାଏ।ଉଭୟ ପ୍ରକାର ଜନ୍ତ୍ର ଦ୍ଵାରା ଏହି ଗାର ପଡିବା ଯୋଗୁଁ ତାଳି ଭଲ ଭାବେ ରୁଆଯାଇପରିଥାଏ। ଏଥି ସହିତ ମଡା ଯାଉଥିବା ଦଳ ଖୁବ ଶୀଘ୍ର କିଆରି ସାରା ବ୍ୟାପିଯାଇଥାଏ।

ଧାନରୁଆ ଯନ୍ତ୍ରରେ ବିଭିନ୍ନ ଅଂଶର ସମଯୋଜନ(ଆଡଜଷ୍ଟମେଣ୍ଟ)

  1. ଭି-ବେଲ୍ଟ ତଦାରଖ
  2. ଭି ବେଲ୍ଟର ମଧ୍ୟ ସ୍ଥାନକୁ ଆଙ୍ଗୁଠିରେ ଚାପିଲେ ଏହା 1-2 ସେଣ୍ଟିମିଟର ତଳକୁ ଯାଉଥିଲେ,ଏହା ଠିକ ଭାବେ ରହିଛି ବୋଲି ଜଣାଯିବ। ଯଦି ଏହା ୨ ସେଣ୍ଟିମିଟର ରୁ ଅଧିକ ତଳକୁ ଯାଉଥାଏ।,ତେବେ ଇଞ୍ଜିନ ରାକର ସ୍ଥାନ ପରିବର୍ତ୍ତନ କରି ଏହାକୁ ଠିକ କରାଯାଇପାରିବ ।

  3. ପ୍ରଭେଦକାରୀ ଛୁଞ୍ଚି ତଦାରଖ ପାଇଁ ପାର୍ଶ୍ଵ  ବ୍ୟବଧାନ
    • ଉଭୟ ପାର୍ଶ୍ଵରେ ୧.୨୫ ମିଲିଲିଟର ବ୍ଯବଧାନ ରଖନ୍ତୁ ।
    • ଏଥିରେ ପରିବର୍ତ୍ତନ କରିବା ପାଇଁ ପ୍ରଥମେ କ୍ରଙ୍କର ଲକ ବୋଲ୍ଟ ଏବନ ଦଣ୍ଡର ନଟକୁ ଢିଲା କରନ୍ତୁ ।
    • ରୋପଣ ଦଣ୍ଡକୁ ବାମ ଓ ଦହନ କୁ ଘୁଞ୍ଚାନ୍ତୁ (କ୍ରଙ୍କକୁ ଧୀରେ ଧୀରେ ବାଡେଇ )ଯେପରି ପ୍ରଭେଦ ଛୁଞ୍ଚିର ପାଖ ଫାଙ୍କ ଓ ଚାରା ନିର୍ଗମନ ଦ୍ଵାରା ସମାନ ଭାବେ ରହିବା ।
    • ଏହି ଫାଙ୍କର ଆକାର ଅନୁସାରେ ରକର ଦଣ୍ଡ ଓ ରୋପଣ ଦଣ୍ଡ ମଧ୍ୟରେ ସ୍ପ୍ଲିଟ ସିମ ରଖନ୍ତୁ ।
    • ରୋପଣ ଦଣ୍ଡର ସ୍ଥାନ ପରିବର୍ତ୍ତନ ନିମନ୍ତେ ରାକର ଦଣ୍ଡ ଆଡକୁ ଘୁଞ୍ଚାଇବାକୁ ଥିଲେ ପ୍ରଥମେ ସମସ୍ତ ସିମ ବାହାର କରିବାକୁ ପଡିବ ।
    • ସ୍ଥାନ ପରିବର୍ତ୍ତନ କାରୀ ସେଟିଂ କରିବା ପରେ ସ୍ପ୍ଲିଟ ସିମ କୁ ପୂର୍ବ ସ୍ଥାନରେ ରଖନ୍ତୁ ।ଏହାପରେ ଲକ ବୋଲ୍ଟ ଓ ଫିକସିଙ୍ଗ ନଟକୁ ଟାଇଟ କରିବାକୁ ପଡିବ ।
  • ତଳି  ନିର୍ଗମନ ବେଲଟ ଠିକ କରିବା
    • ତଳି ନିର୍ଗମନ ବେଲଟ ଖସଡି ଯାଉଥିଲେ ଏବନ ସିଧା ଭାବେ ତଳି ଆସୁ ନଥିଲେ,ବେଲ୍ଟ ଅତ୍ୟଧିକ ଢିଲା ହୋଇଛି ବୋଲି ବୁଝିବାକୁ ହେବ ।ବେଲଟ କୁ ଟାଇଟ ବା ସିଧା କରିବା କରିବା ପାଇଁ ସ୍କୃ କୁ ଘଣ୍ଟା କଣ୍ଟା ର ବିପରୀତ ଦିଗରେ ଘୂରାଇବାକୁ ପଡିବ ।
    • ତଳି ନିର୍ଗମନ ବେଳେ ତଳି ପ୍ଲାଟଫର୍ମ  ଠିକ କାରୀ ଶବ୍ଦ କାଲେ ବେଲ୍ଟ ଅତ୍ୟଧିକ ଟାଇଟ ଅଛି ବୋଲି ଜଣାପଡିବ।ଘଣ୍ଟା କଣ୍ଟା ଚାଲିବ ଦିଗରେ ସ୍କୃ କୁ ଘୂରାଇଲେ ବେଲ୍ଟ ଢିଲା ହେବ ।
  • ରୋପଣ ଗଭୀରତା ନିର୍ଦ୍ଧାରଣ :
  • ନିମ୍ନଲିଖିତ ପଦ୍ଧତି ଅବଲମ୍ବନ କରି ଧାନରୁଆ ଯନ୍ତ୍ରର ଚାଳକ ରୋଇବାର ଗଭୀରତା ନିର୍ଦ୍ଧାରଣ କରିପାରିବେ ।କମ ଗଭୀରରେ ତଳି ରୁଆଗଲେ ଏହା ଜଳସେଚନ ବେଳେ ଭାସିଯିବା ର ଆଶଙ୍କା ଥାଏ। ସେହିପରି ଅଧିକ ଗଭୀରରେ ରୋଇଲେ ଜଳମଗ୍ନ ହୋଇ ତଳି ନଷ୍ଟ ହେବ ର ଆଶଙ୍କା ଥାଏ। ତେଣୁ ଉପଯୁକ୍ତ ଗଭୀରତା ରେ ତଳି ରୋଇବା ଆବଶ୍ୟକ ହୋଇଥାଏ।

  • ତଳି ଆସିବା ସଂଖ୍ୟା ନିର୍ଦ୍ଧାରଣ
  • ଧାନରୁଆ ଯନ୍ତରରେ ରୋଇବା ବେଳେ ବୁଡା ପ୍ରତି ୨-୩ ଟି ତଳି ରୁଆଯାଇଥାଏ।ଚାହିଁଲେ ନିମ୍ନ ପଦ୍ଧତିରେ ଏଥିରେ ପରିବର୍ତ୍ତନ କରାଯାଇପାରିବ । ଧାନରୁଆ ଯନ୍ତ୍ର ର ଚାଳକ ଏକଥା ଦେଖିବା ଦରକାର ଯେ ପ୍ରତ୍ୟେକ ଆଙ୍ଗୁଠି ରୋପଣ ପାଇଁ ସମାନ ସଂଖ୍ୟକ ତଳିଯୋଗାଇ ଡୁଛି ।ଅଧିକ ଅମଳ ପାଇବାପାଇନ ଉପଯୁକ୍ତ ସଂଖ୍ୟାରେ ତଳି ରୁଆଯିବା ଦରକାର।

  • ରୋପଣ ଆଙ୍ଗୁଠି ବଦଳ କରିବା :
  • ଧାନରୁଆ ଯନ୍ତରରେ ଥିବା ରୋପଣ ଆଙ୍ଗୁଠି ଶୀଘ୍ର ଘୋରି ହୋଇଯାଏ ।ଠିକ ଭାବେ ଚଳାଇବା ପାଇଁ ବାରମ୍ବାର ତଦାରଖ କରିବା ଦରକାର ।ନଷ୍ଟ ହୋଇଥିବା ଆଙ୍ଗୁଠି କୁ ତତକ୍ଷଣାତ ପରିବର୍ତ୍ତନ କରିବା ଆବଶ୍ୟକ ।ଏଥିପାଇଁ ପ୍ରଥମେ ରୋପଣ ଆଙ୍ଗୁଠି ସବୁର ସ୍କୃ ବାହାର କରି ଏହାର ପ୍ରେସର ଘୋଡାଣି ବାହାର କରନ୍ତୁ ।ନୂଆ ରୋପଣ ଆଙ୍ଗୁଠି ଲଗାଇ ସ୍କୃକୁ ତାଇତ ଓ ପ୍ରେସର କାଭର ଲଗାନ୍ତୁ।

    କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ

    ଜମି ପ୍ରସ୍ତୁତି ପାଇଁ କାର୍ଯ୍ୟ

    ପ୍ରୟୋଗାତ୍ମକ ତାଲିମ ପ୍ରଦାନର ଦିନେ ବା ଦୁଇ ଦିନ ପୂର୍ବରୁ ଉପଯୁକ୍ତ ପଦ୍ଧତିରେ ଜମି ପ୍ରସ୍ତୁତ କରନ୍ତୁ । ତାଲିମ ଦିନ ଶିକ୍ଷାର୍ଥୀମାନଙ୍କୁ ପ୍ରସ୍ତୁତ ହୋଇଥିବା ଜମି ଦେଖାଇ ଏଥିପାଇଁ କରାଯାଇଥିବା କାର୍ଯ୍ୟ ବିଷୟରେ ବୁଝାଇ ଦିଅନ୍ତୁ ।

    • ଗୋଟିଏ ଲଙ୍ଗଳ ବା କଟିଭେଟର ସାହାଯ୍ୟରେ ଜମିକୁ ୫-୭ ସେଣ୍ଟିମିଟର ହଳ କରନ୍ତୁ । ଜମିକୁ ହାଲ୍‌କା କାଦୁଅ କରି ମଇ ଦେଇ ସମତୁଲ କରନ୍ତୁ । ମାଟି ବସିଯିବା ପାଇଁ ୧୨-୧୪ ଘଣ୍ଟା ଛାଡ଼ି ଦିଅନ୍ତୁ ।
    • କାଦୁଅ କରିବାକୁ ନଥିଲେ, ଜମିକୁ ଲଙ୍ଗଳ ବା କଟିଭେଟର ସାହାଯ୍ୟରେ ଥରେ ବା ଦୁଇଥର ହଳ କରିବା ପରେ ମଇ ଦେଇ ସମତୁଲ କରି ଦିଅନ୍ତୁ ।
    • ଅଧ୍ୟକ ପରିମାଣରେ ଅନାବନା ଘାସ ଥିଲେ ହଳ କରିବାର ୨୪-୪୮ ଘଣ୍ଟା ପୂର୍ବରୁ ଶତକଡ଼ା ୧.୦-୧.୫ ଭାଗ ସ୍ଲାଇଫୋସେଟ (ରାଉଣ୍ଡ ଅପ୍ । ସ୍ଲାଇସେଲ) ଦ୍ରବଣ ସହିତ ୦.୧% ସରଫେଟାଣ୍ଟ ବା ଆମୋନିଅମ ସଫେଟ୍ ଅଥବା ଶତକଡ଼ା ୦.୩-୦.୫ ଭାଗ ପାରାଦ୍ଵାଟ (ଗ୍ରାମୋସ୍କୋନ) ଦ୍ରବଣ ଜମିରେ ପ୍ରୟୋଗ କରନ୍ତୁ ।
    • ତଳି ରୋଇବା ପୂର୍ବରୁ ହାଲୁକା ଭାବେ ଜଳସେଚନ କରନ୍ତୁ ଓ ବଳକା ଜଳ ନିଷ୍କାସନ କରନ୍ତୁ ।
    • ତଳି ରୋଇବା ବେଳେ କିଆରୀରେ ୨.୩-୩.୦ ସେଣ୍ଟିମିଟର ପାଣି ରଖନ୍ତୁ ।

    ତାଲିମ ଦିନ ରୋଇବା ପାଇଁ ପୂର୍ବରୁ ଗୋଟିଏ ତଳି ପଟାଳି ପ୍ରସ୍ତୁତ ହୋଇଥିବା ଦରକାର । ଏଥିସହିତ ରୋଇବା ନିମନ୍ତେ ଜମି ପ୍ରସ୍ତୁତ ହୋଇଥିବା ଆବଶ୍ୟକ । ପ୍ରୟୋଗାତ୍ମକ ତାଲିମ ପ୍ରଦାନ ନିମନ୍ତେ ନିମ୍ନ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।

    • କଟାଯାଇଥିବା ମସିଣା ଚାରାର ଆକାର, ଧାନରୁଆ ଯନ୍ତ୍ରର ତଳି ଟ୍ରେର ଆକାର ଅନୁସାରେ ହୋଇଥିବା ଦରକାର । ତଳିକୁ ସହଜରେ ଯନ୍ତ୍ରରେ ରଖୁବା ପାଇଁ ମସିଣା ତଳିକୁ ରୁଆ ଯାଉଥିବା କିଆରୀର ଉଭୟ ପାଖ ହିଡ଼ରେ ଆବଶ୍ୟକତା ଅନୁଯାୟୀ ରଖୁବା ।
    • ରୋଇବା କାର୍ଯ୍ୟ ଆରମ୍ଭ ପୂର୍ବରୁ ନିମ୍ନମତେ ଇଞ୍ଜିନ ପରୀକ୍ଷା କରିବା ଦରକାର ।
      1. ଇଞ୍ଜିନର ଇନ୍ଧନ ଟାଙ୍କି ଭର୍ତ୍ତି ହୋଇଛି କି ନାହିଁ ଦେଖନ୍ତୁ । ଖାଲିଥିଲେ  ଟାଙ୍କିରେ ଇନ୍ଧନ ଭକରନ୍ତୁ ।
      2. ତେଲକୁ ଖୋଲନ୍ତୁ ।
      3. ପ୍ରୋଟଲ ଖୋଲନ୍ତୁ ।
      4. ଦେଖନ୍ତୁ ଯେପରି କ୍ଲଚ ଛଡ଼ାଯାଇଥିବ ଓ ଗିଅର ନିଉଟ୍ରାଲ ଅବସ୍ଥାରେ ରହିଥିବ ।
    • ରୋଇବା ପାଇଁ ଜମିକୁ ଯିବା ପୂର୍ବରୁ ସମଗ୍ର ରୋପଣ ଅଙ୍ଗୁଠି କାର୍ଯ୍ୟ କରୁଛି କି ନାହିଁ ତଦାରଖ କରନ୍ତୁ ।
      1. ଧାନରୁଆ ଯନ୍ତ୍ରକୁ ସମତଳ ସ୍ଥାନରେ ରଖନ୍ତୁ ।
      2. ଇଞ୍ଜିନ ଚଲାନ୍ତୁ ।
      3. ଧାନରୁଆ ଯନ୍ତ୍ର ଚଳାଇବା ପାଇଁ ଗିଅର ପକାନ୍ତୁ ଏବଂ ଦେଖନ୍ତୁ ସମସ୍ତ ରୋପଣ ଅଙ୍ଗୁଠି କାର୍ଯ୍ୟକ୍ଷମ ଅଛି କି ନାହିଁ ।
    • ଫ୍ଲୋଟ ଠିକ୍ ସ୍ଥାନରେ ରହିଛି କି ନାହିଁ ଦେଖନ୍ତୁ । ସାଧାରଣତଃ ଝୋଟି ଗୋଟିଏ ଚେନ୍ ସାହାଯ୍ୟରେ ମୁଖ୍ୟ ଅଂଶ ସହିତ ସଂଯୁକ୍ତ ହୋଇଥାଏ ଏବଂ ଚେର ୫-୭ ଇଞ୍ଚ ଦୂରତା ମଧ୍ୟରେ ରହିଥାଏ ।
    • ପ୍ରଥମେ ଯନ୍ତ୍ର ଚଲାଇ ସମସ୍ତଙ୍କୁ ଧାନ ରୋଇବା ଦେଖାଇ ଦିଅନ୍ତୁ । ଏହାପରେ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଧାନରୁଆ ଯନ୍ତ୍ର ଚଳାଇବା ପାଇଁ କୁହନ୍ତୁ ।
    • ଜମିର ତିନି ପାର୍ଶ୍ୱରେ ଥିବା ହିଡ଼ ପାଖରୁ ଧାନରୁଆ ଯନ୍ତ୍ରର ଓସାର ଆକାରର ଜାଗା ଛାଡ଼ି ରୋଇବା ଆରମ୍ଭ କରନ୍ତୁ । ଏହା ଦ୍ୱାରା ପୂର୍ବରୁ ରୁଆଯାଇ ଥିବା କୌଣସି ଜମି ପାଇଁ କ୍ଷତି ପହଞ୍ଚି ନଥାଏ । ଚିତ୍ର ୧ ରେ ଦର୍ଶାଯାଇଥିବା ତୀର ଚିହ୍ନ ଅନୁସାରେ ଗତି କରି ତଳି ରୁଅନ୍ତୁ ।
    • ଟ୍ରେର ଉଦ୍ଦିଷ୍ଟ ସ୍ଥାନରେ ମସିଣା ତଳି ଖଣ୍ଡ ରଖନ୍ତୁ । ଏଥିସହିତ କିଛି ତଳିକୁ ଫ୍ଲୋଟ ବା ବ୍ୟାକରେ ରଖନ୍ତୁ । ଯଦି ରୋଇବା ବେଳେ ତଳି ସରିଯାଏ, ତେବେ ଫ୍ଲୋଟ ବା ବ୍ୟାରେ ଥିବା ତଳି ବ୍ୟବହାର କରାଯାଇପାରେ ।
    • ଧାନରୁଆ ଯନ୍ତ୍ରର ଚାଳକଙ୍କ ଛଡ଼ା ପଛରେ ବସିଥିବା ଜଣେ ବା ଦୁଇଜଣ ଲୋକ ସବୁ ରୋପଣ ଅଙ୍ଗୁଠି ତଳି ଉଠାଉଛି କି ନାହିଁ ତାହା ଉପରେ ନଜର ରଖୁବା କଥା । ଯଦି କୌଣସି ରୋପଣ ଅଙ୍ଗୁଠି ତଳି ନେଉ ନଥାଏ, ତେବେ ଏହାକୁ ମରାମତି କରନ୍ତୁ ବା ବଦଳାଇ ଦିଅନ୍ତୁ ।
    • ଉପଯୁକ୍ତ ସମୟରେ ଧାନରୁଆ ଯନ୍ତ୍ରରେ ତଳି ଭର୍ତ୍ତି କରନ୍ତୁ । ହିଡ଼ ମୁଣ୍ଡରେ ଏହି ଯନ୍ତ୍ରକୁ ବୁଲାଉଥିବା ବେଳେ ରୁଅନ୍ତୁ ନାହିଁ।
    • ଧାନ ରୋଇବାବେଳେ କୌଣସି ଚଳମାନ ଅଂଶକୁ ଛୁଅନ୍ତୁ ନାହିଁ । ଏହାଦ୍ଵାରା ଦୁର୍ଘଟଣା ରୋକାଯାଇପାରିବ ।
    • କୌଣସି ଅସ୍ବଭାବିକତା ଦେଖାଗଲେ ଯନ୍ତ୍ରକୁ ବ କରି ଏହାର । କାରଣ ଖୋଜନ୍ତୁ ଓ ତାହାର ନିରାକରଣ କରନ୍ତୁ ।
    • ଯଦି ଧାନରୁଆ ଯନ୍ତ୍ର କାଦୁଅରେ ପଶିଯାଏ, ବଳ ପ୍ରୟୋଗ କରି ଏହାକୁ ବାହାର କରନ୍ତୁ । ଯନ୍ତ୍ର ଉପରେ ଓଜନ କମାନ୍ତୁ (ତଳି, ଚାଳକ ବା ଅନ୍ୟ ବ୍ୟକ୍ତିଙ୍କୁ ବାହାର କରନ୍ତୁ) । ଏହାପରେ ପେଡ଼ାଲକୁ ଦାବି ଟ୍ରାନ୍ସମିସନ ଚକ ଆଗକୁ ଲଗାନ୍ତୁ ।
    • କୋଣରେ ଖାଲି ରହିଥିବା ସ୍ଥାନ ବା ରୁଆ ନ ହୋଇ ଖାଲି ରହିଥିବା ସ୍ଥାନକୁ ହାତରେ ତଳି ରୋଇ ପୂରଣ କରନ୍ତୁ ।

    କ’ଣ କରିବା ଉଚିତ୍ ଏବଂ କ’ଣ କରିବା ଅନୁଚିତ୍

    ଉଚିତ୍

    ଅନୁଚିତ୍

    • ଭଲ ଭାବେ ପ୍ରସ୍ତୁତ ହୋଇଥିବା ସମତଳ ଜମିରେ ଧାନ ତଳି ରୁଅନ୍ତୁ । ଯାନ୍ତ୍ରିକ ପଦ୍ଧତିରେ ତଳିରୁଆରୁ ସଫଳତା ପାଇବା ପାଇଁ ମାଟିକୁ ଭଲଭାବେ ବସି ଯିବାକୁ ଦିଅନ୍ତୁ ଓ ଉପଯୁକ୍ତ ପରିମାଣର ଜଳ ରଖନ୍ତୁ ।
    • ରୋଇବା ବେଳେ ଜମିରେ ୨-୩ ସେଣ୍ଟିମିଟର ଠିଆପାଣି ରଖନ୍ତୁ ।
    • ଉପଯୁକ୍ତ ବୟସର ସୁସ୍ମ ତଳି ବ୍ୟବହାର କରନ୍ତୁ ।
    • ଯନ୍ତ୍ରରେ ଲଦିବା ବେଳେ ମସିଣା ତଳିକୁ ଯନ୍ ସହକାରେ ଧରନ୍ତୁ ଯେପରି ଏହା ଭାଙ୍ଗି ନଯିବ ।
    • ରୋଇବା ପରେ ରୋପଣ ଆଙ୍ଗୁଠି ଉପରକୁ ରହିବା ଆବଶ୍ୟକ । ଏପରି ନ ହୋଇଥିଲେ ହାତରେ ଟେକି ଉପରକୁ ଉଠାଇ ଦିଅନ୍ତୁ ।
    • ସହଜରେ ଚାଲିବା ପାଇଁ ରୋପଣ ପ୍ଲାଟଫର୍ମକୁ ମଣ କରନ୍ତୁ ଏବଂ ହିଡ଼ ଅତିକ୍ରମ କରିବାବେଳେ ଏହାକୁ ଟେକି ଦିଅନ୍ତୁ ।
    • ରୋଇ ସାରିବା ପରେ ହାତରେ ରୁଆ ଯାଇଥିବା। ' ଧାନ ଫସଲ ପରି ଫସଲ ପରିଚାଳନା କରନ୍ତୁ ।
    • ଖାଲ ଜମିରେ ସମଗ୍ର ରତୁ ପାଣି ଜମି ରହୁଥିଲେ । ତଳି ରୋଇବା ପାଇଁ ଧାନରୁଆ ଯନ୍ତ୍ର ବ୍ୟବହାର କରନ୍ତୁ ନାହିଁ ।

    ଆଧାର - ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ,ସିଏସଇସା.ଓଆରଜି

    3.0
    ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

    ( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

    Enter the word
    ନେବିଗତିଓଂ
    Back to top