ଅଧିବେଶନ ୯.୨ ଅମଳ କରିବା ପଦ୍ଧତ୍ତି I ଉଦ୍ଦେଶ୍ୟ ରବି ଋତୁରେ ଫସଲର ସଠିକ ଅମଳ ପଦ୍ଧତ୍ତି ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I ପଦ୍ଧତି ବ୍ୟାଖ୍ୟାନ ଏବଂ ପୋଷ୍ଟର ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ସଠିକ ଅମଳ ପଦ୍ଧତ୍ତି ବିଷୟରେ ବୁଝାଇବେ I ଏହା ପରେ ସେମାନଙ୍କୁ ଚାଷୀର କ୍ଷେତକୁ ନେଇ ଏହାର ପ୍ରଦର୍ଶନ କରାଯିବ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର କ୍ଷେତ I ଦରକାରୀ ସାମଗ୍ରୀ ପୋଷ୍ଟର ଏବଂ ଏକ ଚାଷୀର ବିଲ ଯେଉଁଠାରେ ବର୍ତ୍ତମାନ ଅମଳ ହେଉଥିବ I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- 25 ମିନିଟ୍ | ପ୍ରଦର୍ଶନ – 30 ମିନିଟ୍ | ପୃଷ୍ଠଭୁମୀ ଚାଷୀମାନଙ୍କୁ ଜଣାନ୍ତୁ ଯେ ସେମାନେ ଉପଯୁକ୍ତ ଅମଳ ପଦ୍ଧତ୍ତି ଆଦୃତ କଲେ ଅନେକ ପ୍ରକାର ସୁବିଧା ପାଇବେ I ଉଦାହରଣସ୍ୱରୂପ ଉଚିତ ଅମଳ ପଦ୍ଧତି ଆଦୃତ କଲେ କମ ଶ୍ରମବଳ ଦରକାର ହୁଏ I ଏହାସହ ଫସଲର ଅବଶିଷ୍ଟାଂସ ମାଟିରେ ମିଶିଯିବା ଫଳରେ ମୃତ୍ତିକାର ଉର୍ବରତା ବୃଦ୍ଧି ପାଇଥାଏ I ଉପଯୁକ୍ତ ଭାବେ ଅମଳ କଲେ ଭଲ ମାନର ଶସ୍ୟ ଏବଂ ଫଳ ଉତ୍ପାଦିତ ହୋଇଥାଏ I ଏହି ପରିପେକ୍ଷୀରେ ଚାଷୀମାନେ ପ୍ରତ୍ୟେକ ଫସଲ ପାଇଁ ଆଦୃତ ଅମଳ ପଦ୍ଧତି ଜାଣିବା ଉଚିତ ଯଦ୍ୱାରା ସେମାନେ ଆବଶ୍ୟକ ହେଉଥିବା ଶ୍ରମ ଏବଂ ଅନ୍ୟାନ୍ୟ ଉପକରଣର ବ୍ୟବସ୍ଥା କରିପାରିବେ I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଅଧିବେଶନକୁ ସଞ୍ଚାଳନ କରିବା ପାଇଁ ସବୁ ଅଂଶଗ୍ରହଣକାରୀମାନଙ୍କୁ ଗ୍ରାମର ଏକ ସୁବିଧାଜନକ ସ୍ଥାନରେ ଏକତ୍ର କରନ୍ତୁ I ଅଧିବେଶନକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଅମଳ କରିବା ପାଇଁ କେଉଁ ସବୁ ପଦ୍ଧତିକୁ ଆଦୃତ କରିଥାନ୍ତି I ବିଭିନ୍ନ ପଦ୍ଧତିର ସୁବିଧା ଏବଂ ପରିସୀମାକୁ ଉଲ୍ଲେଖ କରିବା ପାଇଁ ସେମାନଙ୍କୁ କୁହନ୍ତୁ I ଏହାପରେ ବିଭିନ୍ନ ଚାଷୀମାନଙ୍କର ଆର୍ଥିକ କ୍ଷମତା ଅନୁଯାୟୀ ଶସ୍ୟ ଜାତୀୟ ଫସଲ ପାଇଁ ସେମାନେ ଆଦୃତ କରିଥିବା ବିଭିନ୍ନ ଅମଳ ପଦ୍ଧତି ବିଷୟରେ ଆଲୋଚନା କରନ୍ତୁ I ସୋପାନ -୨: ଅମଳର ପ୍ରକାର: ଚାଷୀମାନଙ୍କର ଆର୍ଥିକ କ୍ଷମତା ଅନୁଯାୟୀ ଫସଲ ଅମଳ କରିବା ପାଇଁ ଚାଷୀମାନେ ବିଭିନ୍ନ ପ୍ରକାର ପଦ୍ଧତି ଆଦୃତ କରିଥାଆନ୍ତି I କିଛି ଆର୍ଥିକ ଭାବେ ସ୍ୱଚ୍ଛଳ ଚାଷୀ ଅମଳ ପ୍ରକ୍ରିୟାକୁ ତ୍ୱରାନ୍ନିତ କରିବା ପାଇଁ କମ୍ବାଇନ ହାର୍ଭେଷ୍ଟର ବ୍ୟବହାର କରିଥାଆନ୍ତି I ଅମଳ ପାଇଁ ସଦା ସର୍ବଦା 'ଦା' ବ୍ୟବହାର କରାଯାଏ I କିଛି କ୍ଷେତ୍ରରେ ଏହାକୁ ଉପୁଡା ଯାଏ କିମ୍ବା ଫାଉଡା ବ୍ୟବହାର କରି ଖୋଳାଯାଇଥାଏ I ବାହାର ଆବରଣକୁ କ୍ଷତି ନ କରି ଫଳକୁ ତୋଳା ଯାଇଥାଏ I କିଛି ଫସଲ ଯଥା ପନିପରିବା ଏବଂ ଫଳ ଇତ୍ୟାଦି ଫସଲର ଅମଳ ପଦ୍ଧତି ନିମ୍ନରେ ପ୍ରଦତ୍ତ ଅଛି: କ୍ର.ନଂ. ଫସଲର ନାମ ଅମଳ ପଦ୍ଧତ୍ତି ୧ ଗହମ ସଧାରଣତଃ ଏକ ଦା’ ସାହାଯ୍ୟରେ ଅମଳ କରାଯାଇଥାଏ I କିଛି ଚାଷୀ ଶକ୍ତି ଚାଳିତ ଫସଲ କାଟିବା ଯନ୍ତ୍ର ବ୍ୟବହାର କରିଥାଆନ୍ତି I ୨ ପରିବା ମକା ପତ୍ରକୁ କ୍ଷତି ନ କରି ଭଣ୍ଡାଗୁଡିକୁ ହାତରେ ଗଛରୁ ତୋଳା ଯାଇଥାଏ I ଗଛରୁ ତୋଳିଲା ପରେ ଏହାକୁ ଛଡାଇବା ପାଇଁ ଏକ ଚାଳିଘରକୁ ନିଆଯାଏ I ଏହାପରେ ପଲିଥିନ ପ୍ୟାକେଟରେ ରଖି ବଜାରକୁ ପଠାଯାଇଥାଏ I ପ୍ରତି ଦୁଇ କିମ୍ବା ତିନି ସପ୍ତାହରେ ଥରେ ଅମଳ କରାଯାଇଥାଏ I ପରିବା ମକା ଅମଳ କରି ସାରିଲା ପରେ ସବୁଜ ଗଛ ସବୁକୁ ଗୋରୁ ଖାଦ୍ୟ ଭାବେ ବ୍ୟବହାର କରିହେବ I ୩ ମଧୁର ମକା ଏହାକୁ ଗଛରୁ ତୋଳି ସାଙ୍ଗେ ସାଙ୍ଗେ ଖାଇବା କିମ୍ବା ବଜାରକୁ ବିକ୍ରୟ କରିବା ପାଇଁ ପଠାଯିବା ଉଚିତ କାରଣ ବିଳମ୍ବ ହେଲେ ଏହାର ସ୍ୱାଦରେ ପରିବର୍ତ୍ତନ ହୋଇଥାଏ I ୪ ମୁଗ, ବିରି, କୋଳଥ ଫସଲକୁ ଦା’ ରେ କଟା ଯାଇଥାଏ I ଏହା ମୃତ୍ତିକା ଉର୍ବରତାରେ ସାହାଯ୍ୟ କରିଥାଏ I ଫସଲକୁ ଖରାରେ ଶୁଖାଯାଇଥାଏ I ପରେ ଏହାକୁ ବଳଦ ସାହାଯ୍ୟରେ ମଡାଯାଇଥାଏ କିମ୍ବା ଲାଠିରେ ପିଟି ଅମଳ କରାଯାଇଥାଏ I ୫ ସୋରିଷ ଫସଲକୁ ଦା’ ରେ କଟା ଯାଇଥାଏ I ଏହାକୁ ୪ ରୁ ୫ ଦିନ ପର୍ଯ୍ୟନ୍ତ ଖଳାରେ ରଖା ଯାଇଥାଏ ଏବଂ ଏହାପରେ ଆଉ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇ ଅମଳ କରାଯାଇଥାଏ I ୬ ପେଶୀ ଫସଲକୁ ଦା’ ରେ କଟା ଯାଇଥାଏ I ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଯାଇଥାଏ I ଏହାପରେ ଫସଲକୁ ପିଟି ଅମଳ କରାଯାଏ I ୭ ଆଳୁ ଫାଉଡା ସାହାଯ୍ୟରେ ଫସଲକୁ ଗଛରୁ ମାଟିରୁ ଖୋଳି ଅମଳ କରାଯାଇଥାଏ I ଯତ୍ନ ନେବା ଦରକାର ଯେପରି କି ଖୋଳିଲା ସମୟରେ ଆଳୁର ମୂଳ ନଷ୍ଟ ହୋଇ ନ ଯାଏ I ୮ ପିଆଜ ଫାଉଡା ସାହାଯ୍ୟରେ ଫସଲକୁ ଗଛରୁ ମାଟିରୁ ଖୋଳି ଅମଳ କରାଯାଇଥାଏ I ଗଛ ସବୁକୁ ଓପାଡି ବିଲ ଉପରେ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଶୁଖାନ୍ତୁ I ଏହାପରେ ଫସଲକୁ ତଳେ ଏକ ସପ୍ତାହ ପର୍ଯ୍ୟନ୍ତ ଶୁଖାଯାଏ I ଉତ୍ତମଭାବେ ବାୟୁ ସଞ୍ଚାଳିତ ହେଉଥିବା ସ୍ଥାନରେ ଏହାକୁ ସଂରକ୍ଷଣ କରି ରଖନ୍ତୁ I ୯ ରସୁଣ ଫସଲକୁ ଖୋଳି ସାରିଲା ପରେ ଏହାକୁ ଛାଇ ତଳେ ଶୁଖାନ୍ତୁ I ଏହାପରେ ବିଡା ବାନ୍ଧି ସଂରକ୍ଷଣ କରି ରଖନ୍ତୁ I ୧୦ ଅଦା ଫାଉଡା ସାହାଯ୍ୟରେ ଫସଲକୁ ଗଛରୁ ମାଟିରୁ ଖୋଳି ଅମଳ କରାଯାଇଥାଏ I ଅଦାକୁ ମାଟି ତଳେ ଗାତ କରି ସଂରକ୍ଷଣ କରି ରଖାଯାଏ I ଗର୍ତ୍ତର ପ୍ରସ୍ଥ ଏକ ମିଟର ଏବଂ ୩୦ ସେ.ମି. ଗଭୀର ହୋଇ ଥାଏ I ଗର୍ତ୍ତର ତଳେ ଏବଂ ଉପରେ ନଡା ରଖି ଘୋଡା ଯାଇଥାଏ ଏବଂ ପରେ ଏହାକୁ ମାଟି ଦ୍ୱାରା ଆବୃତ କରାଯାଇଥାଏ I ସୋପାନ -୩: ପ୍ରଦର୍ଶନ: ଶ୍ରେଣୀ-କକ୍ଷ ଅଧିବେଶନ ପରେ ଅଂଶଗ୍ରହଣକାରୀମାନଙ୍କୁ ଏକ ନିକଟବର୍ତ୍ତୀ ଚାଷୀର ବିଲକୁ ପ୍ରଦର୍ଶନରେ ନିଅନ୍ତୁ ଯେଉଁଠାରେ କିଛି ମୁଖ୍ୟ ଫସଲର ଅମଳ ହେଉଥିବ I ଅଂଶଗ୍ରହଣକାରୀମାନେ ଅମଳର ବିଭିନ୍ନ ଚରଣ ସବୁକୁ କେତେଦୁର ବୁଝିପାରିଛନ୍ତି, ଜାଣିବାପାଇଁ ସେମାନଙ୍କୁ ପଚାରନ୍ତୁ ଯେ ବର୍ତ୍ତମାନ ସେମାନେ ଦେଖୁଥିବା "ଅମଳ ଚରଣ"ର ନାମ କ'ଣ ? ସେମାନେ ଅମଳର ବିଭିନ୍ନ କାର୍ଯ୍ୟ ଯେପରିକି କାଟିବା, ଶୁଖାଇବା, ପରିବହନ କରିବା, ବସ୍ତାରେ ବାନ୍ଧିବା, ଅମଳ କରିବା, ସଫା କରିବା ଏବଂ ପ୍ୟାକିଙ୍ଗ କରିବା ଇତ୍ୟାଦିକୁ ଚିହ୍ନଟ କରିବା ସହ ଏହି ସବୁର ପ୍ରଭେଦକୁ ଜାଣି ପାରୁଥିବା ଉଚିତ I ସେହିପରି ଭାବେ ବିଭିନ୍ନ ଉପକରଣ ଯଥା ଦା, ଅମଳକରିବା ଯନ୍ତ୍ର, ଅଖା ବସ୍ତା ଇତ୍ୟାଦି ଦେଖାଇ ସେମାନଙ୍କୁ ପଚାରନ୍ତୁ ଯେ ଏହିସବୁ ଉପକରଣ ଅମଳ ସମୟରେ କ'ଣ କାମରେ ଆସିଥାଏ I ଅମଳର ବିଭିନ୍ନ ପଦ୍ଧତି ଯଥା କାଟିବା (ଧାନ), ତୋଳିବା (ପରିବା) ଏବଂ ଖୋଲିବା (ଆଳୁ) ଇତ୍ୟାଦି ଦେଖାଇବା ପାଇଁ ଏହିସବୁ ଫସଲ ଅମଳ ପର୍ଯ୍ୟାୟରେ ଥିବା ବିଭିନ୍ନ ଚାଷ ଜମିକୁ ଅଂଶଗ୍ରହଣକାରୀମାନଙ୍କୁ ନିଅନ୍ତୁ I ଉପସଂହାର ଅଧିବେଶନର ସମାପ୍ତି ପରେ ଆଶା କରାଯାଏ କି ସେମାନେ ଅମଳର ପଦ୍ଧତ୍ତି ସବୁକୁ ବୁଝିପାରିଛନ୍ତି ଏବଂ ସେମାନେ ଏହି 'ଜ୍ଞାନ କୌଶଳ'କୁ ପରିବାରର ପୁରୁଷ ସହ ଅନ୍ୟ ଚାଷୀମାନଙ୍କସହ ଆଲୋଚନା କରିବେ I ଆଧାର – ପୋର୍ଟାଲ ଟିମ