অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରବି ଫସଲର ଅମଳ (ବିହନ ଉତ୍ପାଦନ)

ଅଧିବେଶନ ୯.୪

ବିହନ ଉତ୍ପାଦନ I

ଉଦ୍ଦେଶ୍ୟ

ପରବର୍ତ୍ତୀ ଚାଷ ଋତୁରେ ଶସ୍ୟ୍, ପରିବା ଏବଂ ଫଳ ଚାଷ କରିବା ପାଇଁ ଉତ୍ତମ ମାନର ବିହନ ପାଇବାକୁ ଭଲ ବିହନ ସଂରକ୍ଷଣ କରିବାର ମହତ୍ୱ ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I

ପଦ୍ଧତି

ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଏହି ଅଧିବେଶନକୁ ସଞ୍ଚାଳନ କରିବେ ଏବଂ ବିହନ ଉତ୍ପାଦନ ପ୍ରକ୍ରିୟାକୁ ବୁଝାଇବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ ଏବଂ ପରିବାରର ପୁରୁଷମାନେ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୫ମିନିଟ୍ |

ପୃଷ୍ଠଭୁମୀ

ନିଜର ବିହନ ଉତ୍ପାଦନ କଲେ ଆଗାମୀ ଋତୁରେ ବୁଣା କାର୍ଯ୍ୟ କରିବା ଆରମ୍ଭ କରିବା ପାଇଁ ସମୟର ସଞ୍ଚୟ ହୋଇଥାଏ I ଏହାବାଦ, ନିଜର ବିହନ ଉତ୍ପାଦନ କଲେ ଖର୍ଚ୍ଚ ମଧ୍ୟ କମ ହୋଇଥାଏ I

ସୋପାନ - ପର - ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଚାଷୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଫସଲ ଚାଷ ପାଇଁ କେଉଁଠାରୁ ବିହନ ସଂଗ୍ରହ କରିଥାଆନ୍ତି I ବିହନ ମିଳୁଥିବା ବିଭିନ୍ନ ଉତ୍ସ ଯଥା ନିଜର ବିହନ, ଅନ୍ୟ ଚାଷୀମାନଙ୍କ ଠାରୁ ସଂଗୃହିତ ବିହନ ଏବଂ ବଜାରରୁ କିଣୁଥିବା ବିହନ ବିଷୟରେ ସେମାନଙ୍କ ସହ ଅଲୋଚନା କରନ୍ତୁ I

ସୋପାନ -: ନିଜର ବିହନ ଉତ୍ପାଦନ କରିବାର ଉଦ୍ଦେଶ୍ୟ: ଅନେକ ସମୟରେ ଚାଷୀମାନେ ଉତ୍ତମ ମାନର ବିହନ ପାଇବା ପାଇଁ ଅସୁବିଧାର ସମ୍ମୁଖିନ ହୋଇଥାଆନ୍ତି I ଠିକ ସମୟରେ ବିହନ ନ ମିଳିଲେ ବୁଣା କାର୍ଯ୍ୟ ବିଳମ୍ବ ହୋଇଯାଏ I ଏହା ବ୍ୟତୀତ ବିହନ ବଜାରରୁ କିମ୍ବା ଅନ୍ୟ ଚାଷୀଙ୍କ ଠାରୁ କିଣିବା ପାଇଁ ଅର୍ଥ ଖର୍ଚ୍ଚ ହୋଇଥାଏ I ଏହି ପ୍ରକାର ପରିସ୍ଥିତିରୁ ମୁକୁଳିବା ପାଇଁ ଚାଷୀମାନଙ୍କୁ ନିଜର ବିହନ ଉତ୍ପାଦନ କରିବା ପାଇଁ ଉତ୍ସାହିତ କରିବା ଉଚିତ I ଏହାପରେ ବୈଜ୍ଞାନିକମାନଙ୍କ ତତ୍ତ୍ୱାବଧନତାରେ ପ୍ରଜଜକ ବିହନ ଉତ୍ପାଦନ କରାଯାଏ I ପ୍ରଜଜକ ବିହନରୁ ବିହନ ପ୍ରମାଣିକରଣ ମାଧ୍ୟମରେ ପିଣ୍ଡ ବିହନ ଉତ୍ପାଦନ କରାଯାଏ ଏବଂ ପିଣ୍ଡବିହନରୁ ପ୍ରାମାଣିକ ବିହନ ଉତ୍ପାଦନ କରାଯାଇଥାଏ I କିନ୍ତୁ, ଚାଷୀମାନେ ନିଜ ଉତ୍ପାଦରୁ ସେମାନଙ୍କର ନିଜର ବିହନ ଉତ୍ପାଦନ କରିବା ଉଚିତ I

ସୋପାନ -: ଉତ୍ତମ ମାନର ବିହନ କିପରି ଉତ୍ପାଦନ କରିହେବ: ଚାଷୀମାନଙ୍କୁ କୁନନ୍ତୁ ଯେ ଉତ୍ତମ ମାନର ବିହନ ଉତ୍ପାଦନ କରିବା ପାଇଁ ନିମ୍ନ ଲିଖିତ ଦିଗସବୁକୁ ବିଚାରକୁ ନେବା ଉଚିତ:

  • ବିହନର ଉତ୍ସ ବିଶୁଦ୍ଧ ସୂତରୁ ଆଣିବାକୁ ସୁନିଶ୍ଚିତ କରନ୍ତୁ I ବିହନ ଉତ୍ପାଦନ ପାଇଁ ପିଣ୍ଡ ବିହନ କିମ୍ବା ପ୍ରାମାଣିକ ବିହନକୁ ବ୍ୟବହାର କରିବା ଉଚିତ I
  • ବିହନ ଉତ୍ପାଦନ ସମୟରେ ଅନ୍ୟ ଫସଲଠାରୁ ନ୍ୟୁନତମ ଅନ୍ତରଣ ଦୂରତା ବଜାୟ ରଖନ୍ତୁ I ବିହନ ଉତ୍ପାଦନ କରାଯାଉଥିବା ସମାନ ଫସଲର ଅନ୍ୟ କିସମ ଆଖ ପାଖରେ ଚାଷ କରିବା ଉଚିତ ନୁହେଁ I
  • ଆଗାମୀ ଋତୁରେ ବିହନ ଉତ୍ପାଦନ ପାଇଁ ବ୍ୟବହୃତ ହେବାକୁ ଥିବା ଜମିରୁ ଅନାବଶ୍ୟକ କିସମ ଏବଂ ଅନ୍ୟାନ୍ୟ ଫସଲ ସବୁକୁ ବାହାର କରି ଦିଅନ୍ତୁ I
  • ରୋଗ ପୋକ ଆକ୍ରମଣରୁ ପ୍ରତିରୋଧ କରିବା ପାଇଁ ଯତ୍ନ ନେବା ଉଚିତ I
  • ରୋଗାକ୍ରାନ୍ତ ଫଳ କିମ୍ବା ଶସ୍ୟରୁ ବିହନ ସଂଗ୍ରହ କରିବା ଉଚିତ ନୁହେଁ I
  • ଫଳ କିମ୍ବା ଶସ୍ୟ ସମ୍ପୂର୍ଣ ଭାବେ ପାକଳ ହୋଇଗଲା ପରେ ଅମଳ କରନ୍ତୁ I
  • ଭଲ ଭାବେ ଖରାରେ ଶୁଖାଇଲା ପରେ ବିହନକୁ ସଂରକ୍ଷଣ କରିବା ଉଚିତ I
  • ସଙ୍କର କିସମ ବିହନ ଉତ୍ପାଦନ କରିବା ଉଚିତ ନୁହେଁ I

ସୋପାନ -: କିଛି ଫସଲର ଅନ୍ତରଣ (Isolation) ଦୂରତା: ବିହନ ଉତ୍ପାଦନ ଉଦ୍ଦେଶ୍ୟରେ ଚାଷ କରାଯାଉଥିବା ଫସଲ ପାଇଁ ବ୍ୟବହୃତ ଜମି ଏବଂ ଆଖ ପାଖରେ ସେହି ଏକା ପ୍ରକାର ଫସଲ ଚାଷ କରାଯାଉଥିବା ଜମି ମଧ୍ୟରେ ଅନୁମୋଦିତ ନ୍ୟୁନତମ ଦୂରତା ରକ୍ଷା କରିବା ଆବଶ୍ୟକ I ଏହି ଦୂରତାକୁ ଅନ୍ତରଣ ଦୂରତା କୁହାଯାଏ I କିଛି ରବି ଫସଲ ପାଇଁ ନ୍ୟନତମ ଅନ୍ତରଣ ଦୂରତା ନିମ୍ନରେ ଉଲ୍ଲେଖ କରାଯାଇଅଛି :

କ୍ର. ନଂ.

ଫସଲର ନାମ

ଦୂରତା (ମିଟର)

ଧାନ ଓ ଗହମ

ମକା

୨୦୦

ବିରି, ମୁଗ, ମତର ଏବଂ ମାଣ୍ଡିଆ

୧୦

ହରଡ ଏବଂ ଟୋମାଟୋ

୨୫

ସୋରିଷ ଏବଂ ଭେଣ୍ଡି

୨୦୦

ବାଇଗଣ

୧୦୦

କଖାରୁ, କାକୁଡି, ଜହ୍ନି, କଲରା, ଛଛିନ୍ଦ୍ରା ଏବଂ ତରଭୂଜ

୫୦୦

ବନ୍ଧାକୋବି, ଫୁଲକୋବି ଏବଂ ମୂଳା

୧୦୦୦

ସୋପାନ -: କିଛି ପରିବା ଫସଲ ପାଇଁ ବିହନ ଉତ୍ପାଦନ ପ୍ରକ୍ରିୟା: ଏକ ପୋଷ୍ଟର ବ୍ୟବହାର କରି ଚାଷୀମାନଙ୍କୁ କିଛି ଫଳ ଏବଂ ପନିପରିବା ପାଇଁ ବିହନ କିପରି ଭାବେ ପ୍ରସ୍ତୁତ କରାଯାଏ ବୁଝାନ୍ତୁ I କିଛି ସାଧାରଣ ଫସଲ ପାଇଁ ବିହନ ଉତ୍ପାଦନ ପ୍ରଣାଳୀ ଚାଷୀମାନଙ୍କ ଅବଗତି ନିମନ୍ତେ କୁହନ୍ତୁ:

  • ବିଲାତି ବାଇଗଣ: ଅଧିକ ବିଳମ୍ବ ନ କରି ଫଳ ସବୁ ପାକଳ ହେବା ସାଙ୍ଗେ ସାଙ୍ଗେ ଅମଳ କରନ୍ତୁ I ଫଳକୁ ଦୁଇ ଭାଗରେ କାଟି ମଞ୍ଜିକୁ ବାର (୧୨) ଘଣ୍ଟା ପର୍ଯ୍ୟନ୍ତ ପାଣିରେ ରଖନ୍ତୁ I ପର ଦିନ ଏହାକୁ ଧୋଇ ଦେଇ ସଫା କରି ଦିଅନ୍ତୁ I ଶୁଖାଇଲା ପରେ ଏହାକୁ ସଂରକ୍ଷଣ କରି ରଖନ୍ତୁ I
  • ମଟର: ଛୁଇଁ ସବୁ ଶୁଖି ପାକଳ ହୋଇଗଲା ପରେ ଏହାକୁ ଅମଳ କରନ୍ତୁ I ମଞ୍ଜିସବୁ ଶୁଖିଗଲା ପରେ ଏହାକୁ ସଂରକ୍ଷଣ କରନ୍ତୁ I
  • ଭେଣ୍ଡି, ବିନ୍ସ , ଝୁଡଙ୍ଗ: ଫଳ ଶୁଖିଗଲା ପରେ ଅମଳ କରନ୍ତୁ I ଖରାର ଶୁଖାଇଲା ପରେ ମଞ୍ଜିସବୁକୁ ସଂଗ୍ରହ କରନ୍ତୁ I
  • କଖାରୁ, ତରଭୂଜ: ଫଳ ସବୁ ସମ୍ପୂର୍ଣ ଭାବେ ପାକଳ ହେବା ପରେ ଅମଳ କରନ୍ତୁ I ଏହାକୁ ଦୁଇ ଭାଗରେ କାଟିଦେଇ ମଞ୍ଜିସବୁକୁ ବାହାର କରନ୍ତୁ I ଏହାପରେ ମଞ୍ଜିସବୁକୁ ଖରାରେ ଶୁଖାଇ ସଂରକ୍ଷଣ କରନ୍ତୁ I
  • କାକୁଡି: ଫଳ ସବୁ ସମ୍ପୂର୍ଣ ଭାବେ ପାକଳ ହେବା ପରେ ଅମଳ କରନ୍ତୁ I ଏହାକୁ କାଟିଦେଇ ମଞ୍ଜିସବୁକୁ ବାହାର କରନ୍ତୁ I ଏହି ମଞ୍ଜିକୁ ଗୋଟିଏ ଦିନ ପାଇଁ ପାଣିରେ ରଖନ୍ତୁ I ମଞ୍ଜିସବୁକୁ ଅଲଗା କରିବା ପାଇଁ ଗୋଟିଏ କାଠିକୁ ବ୍ୟବହାର କରି ଘାଣ୍ଟନ୍ତୁ I ଏହାପରେ ମଞ୍ଜିକୁ ସଫାକରି ଏବଂ ଶୁଖାଇ ସଂରକ୍ଷଣ କରନ୍ତୁ I
  • ବାଇଗଣ: ଫଳ ସବୁ ସମ୍ପୂର୍ଣ ଭାବେ ପାକଳ ହେବା ପରେ ଅମଳ କରନ୍ତୁ I ଏହାକୁ କାଟିଦେଇ ଛୋଟ ଛୋଟ ଖଣ୍ଡକରି ପାଣିରେ ପକାନ୍ତୁ I ଏହି ଖଣ୍ଡସବୁକୁ ଚିପି ମଞ୍ଜିସବୁକୁ ବାହାର କରନ୍ତୁ ଏବଂ ଯେତେବେଳେ ମଞ୍ଜିସବୁ ତଳେ ବସିଯିବ, ଏହାକୁ ସଫାକରି ଖରାରେ ଚାରି ରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଖରାରେ ଶୁଖାନ୍ତୁ I

ଉପସଂହାର

ଜାଣିବାକୁ ଚେଷ୍ଟା କରନ୍ତୁ ଯେ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରୁ କେହି ନିଜ ଫସଲ ଉତ୍ପାଦନରୁ ବିହନ ସଂଗ୍ରହ କରିଅଛନ୍ତି କି I ସେମାନେ ଚାଷ କରୁଥିବା ଫସଲରୁ କେଉଁ ପ୍ରକାରେ ବିହନ ସଂଗ୍ରହ କରି ରଖି ପାରିବେ ପୁନର୍ବାର ବୁଝାନ୍ତୁ I ଏହି ଅଭ୍ୟାସ ଚାଷୀମାନଙ୍କୁ ଅଧିବେଶନରେ ଶିକ୍ଷା ଦିଆଯାଇଥିବା ବିଷୟକୁ ମନେ ପକାଇବାକୁ ସାହାଯ୍ୟ କରିବ I

ଆଧାର - ପୋର୍ଟାଲ ଟିମ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate