অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରବି ଫସଲର ପ୍ରାକ୍ -ବୁଣା ଅବସ୍ଥା (ବିହନ କିସମ ବାଛିବା)

ରବି ଫସଲର ପ୍ରାକ୍ -ବୁଣା ଅବସ୍ଥା (ବିହନ କିସମ ବାଛିବା)

ଅଧିବେଶନ ୨.୬

ବିହନ କିସମ ବାଛିବା I

ଉଦ୍ଦେଶ୍ୟ

ସ୍ଥାନୀୟ ବିହନ ତୁଳନରେ ଅଧିକ ଅମଳକ୍ଷମ ଓ ହାଇବ୍ରିଡ ବିହନ ବ୍ୟବହାର କଲେ ଅମଳ ଉପରେ ଏହାର ପ୍ରଭାବ ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା ଏବଂ ସୁସ୍ଥ ଓ ନୀରୋଗ ବିହନର ଉପାଦେୟତା ବିଷୟରେ ସଚେତନ କରିବା I

ପଦ୍ଧତି

ପୋଷ୍ଟର ଓ ପ୍ରଚାରପତ୍ର ବ୍ୟବହାର କରି ଅମଳ ବୃଦ୍ଧିକରିବା ପାଇଁ ଉତ୍ତମ ମାନର ବିହନ ବ୍ୟବହାର କରିବାର ଉପାଦେୟତା ବିଷୟରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରିବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ ମାନେ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର ଏବଂ ପ୍ରଚାର ପତ୍ର |

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ |

ପୃଷ୍ଠଭୁମୀ

ଉତ୍ତମ ଅମଳ ପାଇଁ ବିହନ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ I ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅଧିକ ଅମଳ ମିଳିଥାଏ I କିଛି କିସମର ରୋଗ ଏବଂ ପୋକ ଆକ୍ରମଣରୁ ରକ୍ଷା କରିବା ପାଇଁ ପ୍ରତିରୋଧକ ଶକ୍ତି ଅଛି I ଏହି ପ୍ରଶିକ୍ଷଣ ଟୁଲ୍ ବ୍ୟବହାର କରି ଚାଷୀମାନେ ଅମଳ ବୃଦ୍ଧି କରିପାରିବା ସହ ଅଧିକ ସକାରାତ୍ମକ ପରିଣାମ ପ୍ରାପ୍ତ କରିବେ I

ସୋପାନ - ପର - ସୋପାନ କାର୍ଯ୍ୟକ୍ରମ

ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ବିଭିନ୍ନ କିସମ ଯଥା ସ୍ଥାନୀୟ ବିହନ, ସଙ୍କର ବିହନ ଏବଂ ଅଧିକ ଅମଳକ୍ଷମ ବିହନ ବିଷୟରେ ଜାଣିଅଛନ୍ତି କି I ସେହିପରିଭାବେ ସେମାନଙ୍କୁ ପଚାରନ୍ତୁ ଯେ ସେମାନେ ଏକ ବିଶ୍ୱସ୍ତ ସ୍ଥାନରୁ କିପରି ଭାବେ ଉତ୍ତମ ବିହନ ପାଇ ପାରିବେ କାରଣ ଖରାପ ବିହନ ନିର୍ବାଚନ ସେମାନଙ୍କର ଉତ୍ପାଦର ବଜାର ମୂଲ୍ୟକୁ ପ୍ରଭାବିତ କରିପାରେ I

ସୋପାନ-: ଫସଲ ଚାଷ ପାଇଁ ବିହନ କିସମର ମହତ୍ତ୍ୱ: ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ଉତ୍ପାଦର ପରିମାଣ ଏବଂ ମାନ ଉପରେ ଉତ୍ତମ ବିହନ ନିର୍ବାଚନର ସିଧା ସଳଖ ପ୍ରତିକ୍ରିୟା ପଡିଥାଏ ଯାହା ଏହାର ମୂଲ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ I ସାମାନ୍ୟତଃ ଅଧିକ ଅମଳକ୍ଷମ ବିହନ ଅଧିକ ଅମଳ ଦେଇଥାଏ I ସେମାନଙ୍କର ଫସଲକୁ ଆକ୍ରାନ୍ତ କରୁଥିବା ସାମାନ୍ୟ ରୋଗ ପୋକ ବିଷୟରେ ପଚାରନ୍ତୁ ଏବଂ ବୁଝାନ୍ତୁ ଯେ କିଛି କିସମର ରୋଗ ପୋକ ପ୍ରତିରୋଧକାରୀ ଶକ୍ତି ରହିଅଛି ଯାହାକୁ ରୋଗ ପୋକ ପ୍ରବଣ ଅଞ୍ଚଳରେ ବ୍ୟବହାର କରାଯାଇ ପାରିବ I ଉଦାହରଣସ୍ୱରୂପ ବିଲାତି ବାଇଗଣରେ ଝାଉଁଳା ରୋଗର ଆଶଙ୍କା ରହିଥାଏ, ତେଣୁ ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଉତ୍କଳ କୁମାରୀ, ଉତ୍କଳ ରାଜା ଏବଂ ଉତ୍କଳ ପ୍ରଜ୍ଞା ପରି କିସମ ଚାଷ କରାଯାଇପାରେ I ସେହିପରି ଯେଉଁ ସବୁ ଅଞ୍ଚଳରେ ଭେଣ୍ଡିରେ ସାହେବୀ ଲାଗିଥାଏ ସେଠାରେ ଅର୍କ ଅନାମିକା କିସମ ବ୍ୟବହାର କରାଯାଇପାରେ I ସେମାନଙ୍କୁ ଗୁରୁତ୍ୱର ସହ କୁହନ୍ତୁ ଯେ ଭଲ ବିହନ ବ୍ୟବହାର କଲେ ଫସଲ ଏକା ସାଙ୍ଗରେ ପାକଳ ହୋଇଥାଏ I

ସୋପାନ -: ବିହନ ନିର୍ବାଚନ କରିବା ସମୟରେ ମନେ ରଖିବା ପାଇନ କିଛି ବିନ୍ଦୁ:

  • ଚାଷୀମାନଙ୍କୁ କୁହନ୍ତୁ ଯେ ସାମାନ୍ୟତଃ ତିନି ବର୍ଷରେ ଠାରେ ବିହନକୁ ବଦଳାଇବା ଉଚିତ I
  • ସୁସ୍ଥ ଏବଂ ନୀରୋଗ ବିହନ ବ୍ୟବହାର କରିବାର ଉପାଦେୟତା ବିଷୟରେ ସେମାନଙ୍କୁ ବୁଝାନ୍ତୁ I
  • ବ୍ୟବହୃତ ବିହନ ସମ୍ପୂର୍ଣ୍ଣ ଭାବେ ଶୁଦ୍ଧ ହୋଇଥିବା ଉଚିତ ଏବଂ ଏହା କୌଣସି ପ୍ରକାରେ ଦୂଷିତ ହୋଇ ନ ଥିବ I
  • ପୁରୁଣା ବିହନ ବ୍ୟବହାରରୁ ନିବୃତ ରୁହନ୍ତୁ I
  • ବିହନକୁ ସଦା ସର୍ବଦା ପ୍ରମାଣିତ ସ୍ଥାନରୁ ସଂଗ୍ରହ କରନ୍ତୁ I

ସୋପାନ : ବିଭିନ୍ନ ଫସଲର ଅନୁମୋଦିତ ବିହନ କିସମ: ନିମ୍ନ ପ୍ରଦତ୍ତ ଚାର୍ଟକୁ ଅଂଶଗ୍ରହଣକାରୀମାନଙ୍କୁ ପ୍ରଦର୍ଶନ କରନ୍ତୁ ଯେଉଁଥିରେ ବିହନର କିସମ ବିଷୟରେ ଉଲ୍ଲେଖ କରାଯାଇଅଛି I ଏହାକୁ ବ୍ୟବହାର କରି ଚାଷୀମାନେ ଆଗାମୀ ବର୍ଷ ପାଇଁ ଫସଲ ଖସଡା ପ୍ରସ୍ତୁତ କରିପାରିବେ I ତଳ ସୂଚୀରେ ଦିଆ ଯାଇଥିବା ଫସଲସବୁ ସାମାନ୍ୟତଃ ପ୍ରକଳ୍ପ ଜିଲ୍ଲାଗୁଡିକରେ ଚାଷ କରାଯାଇଥାଏ I

କ୍ର.ନଂ.

ଫସଲର ନାମ

ଅନୁମୋଦିତ ବିହନ କିସମ

ଶସ୍ୟ

 

୧.୧

ମକା

ନବଜୋତ୍, ବିଜୟା କମ୍ପୋଜିଟ୍, ବିଆଇଓ ୯୬୮୧, ପିଏସି-୭୦୫, ଡେକାନ ୧୦୯,

ଡାଲି ଜାତୀୟ ଫସଲ

୨.୧

ବିରି

ଟି-୯, ପ୍ରସାଦ, ମହୁରୀ, ଉଜାଲା, କେୟ୍ୟୁ

୨.୨

ମୁଗ

କାମଦେବ, ଦୁର୍ଗା, ଟି-୪୪, ପିଡିଏମ୍-୧୧୧, ପିଡିଏମ୍-୪୪,

ତୈଳବୀଜ

୩.୧

ଚିନା ବାଦାମ

ଜେଏଲ୍-୩୨, ଟିଏମଭି-୨, ଦେବୀ, ଏକେ ୧୨-୨୪, ସ୍ମ୍ରୁତୀ

୩.୨

ରାଶି

ନିର୍ମଳା, ପ୍ରାଚୀ, ଅମୃତ ଚିଲିକା

୩.୩

ସୋରିଷ

ଏମ-୨୭, ପାର୍ବତୀ, ଅନୁରାଧା, ସୁଶ୍ରୀ

ପନିପରିବା ଫସଲ

୪.୧

ଆଳୁ

କୁଫରୀ ଅଶୋକ, କୁଫରୀ ଚମତ୍କାର, କୁଫରୀ ସୁର୍ଯ୍ୟ, କୁଫରୀ ଜ୍ୟୋତି

୪.୨

ବିଲାତି ବାଇଗଣ

ଉତ୍କଳ ରାଜା, ରଜନୀ, ସ୍ୱର୍ଣ ସମ୍ପଦ, ମେଘା, ଉତ୍କଳ ପ୍ରଜ୍ଞା, ଉତ୍କଳ କୁମାରୀ

୪.୩

ଶିମଳା ମିର୍ଚ

କାଲିଫର୍ନିଆ ୱାଣ୍ଡର, ୟ୍ୱେଲୋ ୱାଣ୍ଡର, ଗ୍ରିନ୍ ଗୋଲ୍ଡ, , ଗୋଲ୍ଡେନ ସମର୍

୪.୪

ଫୁଲକୋବି

ମହାରାଜା, ହିମାନୀ, ଆର୍ଲି କୁମାରୀ, ସ୍ନୋ ବଲ୍, ହେମଲତା

୪.୫

ବନ୍ଧାକୋବି

ଗ୍ରିନ୍ ଗୋଲ୍ଡ,, ସୁଜାତା, ପୁସା ଡ୍ରମ ହେଡ୍, ଗ୍ରିନ୍ ଏକ୍ସପ୍ରେସ, କ୍ରାନ୍ତି

୪.୬

ମୂଳା

ଜାପାନିଜ ହୁୱାଇଟ୍, ପୁସା ଚେତକି, ସମର କୁଇନ୍, ନଂ ୧୧, ରଶ୍ମୀ

୪.୭

ଗାଜର

ଆର୍ଲି ନାନଟେସ, ପୁସା କେଶର, କୋରଲେସ

୪.୮

ବିନ୍ସ

ଅର୍କ କମଳା, ପନ୍ତ ଅନୁପମ, କନଟେଣ୍ଡର, ପୁସା ପାର୍ବତୀ

୪.୯

ପାଳଙ୍ଗ

ଅଲ୍ ଗ୍ରିନ୍, ବନାରସି, ରାଉଣ୍ଡ ଲିଫଡ୍, ସ୍ମୁଥ ଲିଫ୍

ଉପସଂହାର

ଅଧିବେଶନକୁ ସମାପ୍ତ କଲାବେଳେ ଦଳରୁ ଦୁଇଜଣ ଚାଷୀଙ୍କୁ ଆମନ୍ତ୍ରିତ କରନ୍ତୁ ଯଥା ଗତ କୃଷିଋତୁରେ ଯିଏ ସ୍ଥାନୀୟ କିସମ ବ୍ୟବହାର କରିଥିବେ ଏବଂ ଆଉଜଣେ ଯିଏ ସଙ୍କର କିସମ ବ୍ୟବହାର କରିଥିବେ I ସେମାନଙ୍କୁ ନିଜ ନିଜର ଅନୁଭବ ବର୍ଣ୍ଣନା କରିବାକୁ କୁହନ୍ତୁ ଯାହାଦ୍ୱାରା ଦଳର ଅନ୍ୟ ସଦସ୍ୟମାନେ ଉତ୍ତମ ବିହନ ବ୍ୟବହାରର ଉପାଦେୟତା ବିଷୟରେ ଅବଗତ ହୋଇ ପାରିବେ I ପୋଷ୍ଟରକୁ ବ୍ୟବହାର କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ସଠିକ କିସମ ଚୟନ କରିଅଛନ୍ତି କି, ଯଦି କରି ନାହାନ୍ତି ତେବେ ବିକଳ୍ପ ପସନ୍ଦ କ’ଣ ହେବା ଉଚିତ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate