ଅଧିବେଶନ ୧.୧ |
ପରିବାରର ପୁରୁଷ ମାନଙ୍କୁ ଜଡିତ କରିବା (ପ୍ରାକ୍-ବୁଣା ଅବସ୍ଥା ) I |
ଉଦ୍ଦେଶ୍ୟ |
ମହିଳାମାନଙ୍କ ସ୍ୱାମୀଙ୍କୁ ଏହି କାର୍ଯ୍ୟକ୍ରମ ବିଷୟରେ ପରିଚିତ କରାଇବା ତଥା ଏହା ସୁନିଶ୍ଚିତ କରିବା ଯେ ସେମାନେ ପାଥୱେଜ୍ ପ୍ରକଳ୍ପକୁ ବୁଝିଛନ୍ତି ଏବଂ ସେମାନେ ତାଙ୍କର ସ୍ତ୍ରୀଙ୍କୁ ସମର୍ଥନ କରି ନିଜକୁ ଏହି କାର୍ଯ୍ୟକ୍ରମରେ ନିଜକୁ ଜଡିତ କରେଇବା I |
ପଦ୍ଧତି |
ପୁରୁଷ ମାନଙ୍କୁ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ପରିଚିତ କରିବାପାଇଁ ସିଆରପି ମାନେ ଖେଳ ଏବଂ ପ୍ରଶ୍ନୋତ୍ତର ଅଧିବେଶନ ଆୟୋଜନ କରିବେ I |
ଅଂଶଗ୍ରହଣକାରୀ |
ମହିଳା ଚାଷୀ ଏବଂ ସେମାନଙ୍କର ସ୍ୱାମୀ I |
ସଭା ସ୍ଥାନ |
ଏକ ଗୋଲାକାର ଆକୃତି ପ୍ରସ୍ତୁତ କରିବା ତଥା ପୋଷ୍ଟର ପ୍ରଦର୍ଶନ କରିବା ପାଇଁ ଯଥେଷ୍ଟ ସ୍ଥାନ I |
ଦରକାରୀ ସାମଗ୍ରୀ |
ପୋଷ୍ଟର , ଫ୍ଲିପ୍-ଚାର୍ଟ୍ ଏବଂ କଲମ I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୪୫ମିନିଟ୍ I |
ସ୍ତ୍ରୀମାନଙ୍କୁ ସବୁ ପ୍ରକାର କାର୍ଯ୍ୟରେ ସହଯୋଗ କରିବା ପାଇଁ ପୁରୁଷଙ୍କୁ ବୁଝାଇ ପାଥୱେଜ୍ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ଆଣିବା ତଥା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହାସଲ କରିବା ପାଇଁ ଏହା ଏକ ଅଭ୍ୟାସ I ଯଦି ମହିଳା ଚାଷୀଙ୍କ ସ୍ୱାମୀମାନେ ଏହି କାର୍ଯ୍ୟକ୍ରମରେ ଯଥାଶୀଘ୍ର ଜଡିତ ହୁଅନ୍ତି, ତେବେ ସେମାନେ ନିଜର ସ୍ତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ କିପରି ଭାବେ ସହଯୋଗ କରିପାରିବେ ଏବଂ ସ୍ତ୍ରୀ ତଥା ପରିବାରର ଜୀବିକା ଉନ୍ନତିରେ କିପରି ଭାଗୀଦାର ହୋଇ ପାରିବେ, ଏହି ବିଷୟରେ ଭଲ ବୁଝିପାରିବେ I
ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ (ପୁରୁଷମାନଙ୍କୁ ସ୍ୱାଗତ କରିବା): ଏହି ଅଧିବେଶନ ପାଇଁ ଅଂଶଗ୍ରହଣକାରୀ ଏବଂ ସେମାନଙ୍କର ସ୍ୱାମୀମାନଙ୍କୁ ଗ୍ରାମର ଏକ ସୁବିଧାଜନକ ସ୍ଥାନରେ ଏକତ୍ର ହେବାକୁ କୁହାଯିବା ଦରକାର I ମହିଳା ଚାଷୀମାନଙ୍କୁ ଅଧିବେଶନକୁ ସ୍ୱାଗତ କରି ନିଜକୁ ପରିଚିତ କରିବାକୁ କୁହନ୍ତୁ I ସିଆରପିମାନେ ନିଜକୁ ପୁରୁଷମାନଙ୍କସହ ପରିଚିତ କରାଇ ପ୍ରକଳ୍ପର ଉଦ୍ଦେଶ୍ୟକୁ ବୁଝାନ୍ତୁ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଦେଇ ଏହି ଅଧିବେଶନର ପ୍ରୟୋଜନ ବିଷୟରେ ସେମାନଙ୍କୁ କୁହନ୍ତୁ I ପୁରୁଷମାନଙ୍କୁ ଏହି ପ୍ରକଳ୍ପର ମୁଖ୍ୟ ଧାରାରେ ସାମିଲ କରିବା ପାଇଁ ସେମାନଙ୍କୁ କୁହନ୍ତୁ ଯେ ଆଜି ଆମେ ଏକ ସଂକ୍ଷିପ୍ତ ଆପୋଷ ଆଲୋଚନା ଏବଂ ପ୍ରଶ୍ନୋତ୍ତର ଅଧିବେଶନ କରିବା I
ସୋପାନ ୨: ଏକ ସମୂହର ଶକ୍ତିକୁ ବୁଝାଇବା ପାଇଁ ଅଭ୍ୟାସ : ଉଭୟ ପୁରୁଷ ଓ ମହିଳାମାନଙ୍କୁ (ସିଆରପିଙ୍କ ସହ) ବୃତ୍ତାକାର ଭାବେ ବସିବାକୁ କୁହନ୍ତୁ ଯେପରିକି ଏହା ଏକ ବୃତ୍ତାକାର କାନ୍ଥ ପରି ଦେଖାଯିବ I ଜଣେ ବ୍ୟକ୍ତିଙ୍କୁ ଏହି ବୃତ୍ତର ମଧ୍ୟ ସ୍ଥାନକୁ ଆସିବାକୁ କୁହନ୍ତୁ ଏବଂ ତାଙ୍କ ଆଖିରେ ଅନ୍ଧପୁଟୁଳୀ ବାନ୍ଧି ଦିଅନ୍ତୁ I ଏହି ବ୍ୟକ୍ତିଙ୍କୁ କୌଣସି ଜଣେ ଅଂଶଗ୍ରହଣକାରୀଙ୍କ ସଂସ୍ପର୍ଶରେ ଆସିଲା ପର୍ଯ୍ୟନ୍ତ କିଛି ଦୂରକୁ ଘୁଞ୍ଚିବାକୁ କୁହନ୍ତୁ I ସେହି ଅଂଶଗ୍ରହଣକାରୀ ଅନ୍ଧପୁଟୁଳୀ ବନ୍ଧା ଯାଇଥିବା ବ୍ୟକ୍ତିଙ୍କୁ ବୃତ୍ତ ମଧ୍ୟରେ ବୁଲିବା ପାଇଁ ସାହାଯ୍ୟ କରିବେ I ଯେତେବେଳେ ସେ ଅନ୍ୟ ପାର୍ଶ୍ୱରେ ବସିଥିବା ଅନ୍ୟ ଏକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବେ, ସେହି ଅଂଶଗ୍ରହଣକାରୀ ଅନ୍ଧପୁଟୁଳୀ ବନ୍ଧା ଯାଇଥିବା ବ୍ୟକ୍ତିଙ୍କୁ ବୃତ୍ତ ମଧ୍ୟରେ ବୁଲିବା ପାଇଁ ସାହାଯ୍ୟ କରିବେ I କିଛି ଥର ଏହାକୁ ପୁରନରାବୃତ୍ତି କଲାପରେ ଅନ୍ଧପୁଟୁଳୀ ବନ୍ଧା ଯାଇଥିବା ବ୍ୟକ୍ତି ତଥା ବୃତ୍ତରେ ବସିଥିବା ଅନ୍ୟ ସଦସ୍ୟମାନଙ୍କୁ ନିମ୍ନ ଲିଖିତ ପ୍ରଶ୍ନସବୁ ପଚାରନ୍ତୁ I
ସୋପାନ ୩ : ପୁରୁଷମାନଙ୍କୁ ପାଥୱେଜ୍ କାର୍ଯ୍ୟକ୍ରମ ବିଷୟରେ ପରିଚିତ କରାଇବା : ପାଥୱେଜ୍ କାର୍ଯ୍ୟକ୍ରମ ବିଷୟରେ ପୁରୁଷମାନଙ୍କୁ ଦିଗ୍ ଦର୍ଶନ ଦେବାପାଇଁ ସେମାନଙ୍କୁ କିଛି ପ୍ରଶ୍ନ ପଚାରନ୍ତୁ ଏବଂ ସେମାନଙ୍କର ସ୍ତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସମ୍ମିଳିତ ହେଲାପରେ ସେମାନେ ଏହା ବିଷୟରେ ଯାହା କିଛି ଜାଣିଛନ୍ତି, କହିବାକୁ ଉତ୍ସାହିତ କରନ୍ତୁ I କିଛି ସାଙ୍କେତିକ ପ୍ରଶ୍ନ ନିମ୍ନରେ ପ୍ରଦତ୍ତ ହୋଇଛି :
ଅଂଶଗ୍ରହଣକାରୀମାନେ ସେମାନଙ୍କର ବିଚାର କହିଲାପରେ, ପୁରୁଷମାନଙ୍କୁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଦିଗସବୁକୁ ବୁଝାନ୍ତୁ I ସେମାନଙ୍କୁ କୁହନ୍ତୁ ଯେ ସେମାନଙ୍କର ସ୍ତ୍ରୀମାନଙ୍କୁ ବିଭିନ୍ନ ବିଷୟରେ ଯଥା, କୃଷି, ବିପଣନ, ପୁଷ୍ଟିକରତା ଏବଂ ଅନ୍ୟାନ୍ୟ ଦିଗ ବିଷୟରେ ଶିକ୍ଷାଦାନ କରାଯିବ ଯାହା ଘରେ ଓ ଜମିରେ ଦୈନଦିନ କାମକରିବା ପାଇଁ ସେମାନଙ୍କୁ ସାହାଯ୍ୟ କରିବ I ଏହାସହ ପାଥୱେଜ୍ କାର୍ଯ୍ୟକ୍ରମ ପୁରୁଷ ଓ ମହିଳାମାନଙ୍କୁ ଏକ ଉତ୍ତମ ବାତାବରଣ ପ୍ରଦାନ କରିବ ଯାହାଦ୍ୱାରା ସେମାନେ ନିଜ ମଧ୍ୟରେ ଥିବା ସମସ୍ୟାସବୁକୁ ଆଲୋଚନା କରିବା ସହ ମତାମତକୁ ବାଣ୍ଟି ପାରିବେ I କିଛି ବିଶେଷ ଅଧିବେଶନ ମଧ୍ୟ ଆୟୋଜନ କରାଯିବ ଯେଉଁଥିରେ ଅଂଶଗ୍ରହଣ କରିବାକୁ ପୁରୁଷମାନଙ୍କୁ ଜୋରଦେଇ ଉତ୍ସାହିତ କରାଯିବ ଯାହାଦ୍ୱାରା ସେମାନେ ବିଭିନ୍ନ ସୂଚନା ପାଇ ଉପକୃତ ହୋଇ ପାରିବେ I ଏହି ପ୍ରଶ୍ନୋତ୍ତର ମାଧ୍ୟମରେ ପୁରୁଷମାନେ ସ୍ୱାମୀ ଓ ସ୍ତ୍ରୀ ଭାବେ ଏହି କାର୍ଯ୍ୟକ୍ରମରେ ସମ୍ପୁର୍ଣ ରୂପେ ଜଡିତ ହେବାପାଇଁ ହୃଦୟଙ୍ଗମ କରିବେ I
ସୋପାନ ୪: ସ୍ୱାମୀ ଓ ସ୍ତ୍ରୀ କିପରି ଭାବେ ନିଜ ମଧ୍ୟରେ ପ୍ରତିଦାନ କରିବେ ଅଭ୍ୟାସ ଦ୍ୱାରା ଦର୍ଶାଯିବା :
ଅଂଶଗ୍ରହଣକାରୀମାନଙ୍କୁ ଦୁଇଗୋଟି ଦଳରେ ବିଭକ୍ତ କରନ୍ତୁ, ଯଥା, ଗୋଟିଏ ଦଳ ସବୁ ସ୍ୱାମୀମାନଙ୍କ ପାଇଁ ଏବଂ ଅନ୍ୟ ଦଳଟି ସ୍ତ୍ରୀମାନଙ୍କ ପାଇଁ I ସେମାନଙ୍କୁ କୁହନ୍ତୁ ଯେ ଯେଉଁ ମହିଳାମାନେ କୃଷି କାର୍ଯ୍ୟ କରନ୍ତି ସେମାନେ ଗୃହ କାର୍ଯ୍ୟ ଏବଂ ଚାଷ କାମ ପରି ଦୁଇଟି ଭୂମିକା ତୁଲାଇ ଥାଆନ୍ତି I ଏହି କାର୍ଯ୍ୟଭାରକୁ ଲାଘବ କରିବା ପାଇଁ କିଛି କାମକୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ମିଳିମିଶି କରିବା ଆବଶ୍ୟକ I ବର୍ତ୍ତମାନ ସେମାନଙ୍କର ଜୀବନସାଥୀମାନେ ଇଛାନୁସାରେ କେଉଁସବୁ କାମରେ ସାହାଯ୍ୟ କରିବେ ଜାଣିବା ପାଇଁ ଏକ ସଂକ୍ଷିପ୍ତ ଅଭ୍ୟାସ କରନ୍ତୁ I ପୁରୁଷ ଓ ମହିଳା ମାନେ ଦେଉଥିବା ଉତ୍ତରକୁ ପୃଥକ୍ ଭାବେ ଲେଖିବା ଆରମ୍ଭ କରନ୍ତୁ I
ସମୂହମାନେ ସୂଚୀକରଣ ସାରିବା ପରେ ସେମାନଙ୍କର ଅଜାଣତରେ ଉଭୟ ଦଳକୁ ଏକାଠି କରି ସୂଚୀଗୁଡିକୁ ମେଳ କରନ୍ତୁ I ଏହାପରେ ସଂକ୍ଷେପରେ ଏହି ଆଲୋଚନାକୁ ସମାପ୍ତ କରନ୍ତୁ :
ଉଭୟ ପୁରୁଷ ଓ ମହିଳା ମାନଙ୍କ ସହ ଆଲୋଚନା କରି ଜାଣିବାକୁ ଚେଷ୍ଟା କରନ୍ତୁ ଯେ ପରିବାରର କଲ୍ୟାଣ ପାଇଁ ସେମାନେ ବର୍ତ୍ତମାନର ମାନସିକତାକୁ ପରିବର୍ତ୍ତନ କରି ଏକାଠି କାମ କରିବାର ମାନସିକତାକୁ କେତେ ଦୂର ଆଦୃତ କରିପାରିବେ I
ସୋପାନ ୫ : ଆଲୋଚନାକୁ ସଂକ୍ଷିପ୍ତରେ ପର୍ଯ୍ୟାଲୋଚନା କରି ନିମ୍ନ ଲିଖିତ ବିନ୍ଦୁସବୁକୁ ବିଶେଷଦର୍ଶିତ କରନ୍ତୁ:
ସେମାନଙ୍କୁ ବୁଝାନ୍ତୁ ଯେ ପାଥୱେଜ୍ ପ୍ରକଳ୍ପ ଅଂଶଗ୍ରହଣକାରୀମାନଙ୍କୁ କୃଷି ଓ ବିପଣନ କୌଶଳ ବିଷୟକୁ ଦଳଗତ ଭାବେ ଶିକ୍ଷାଦାନ କରିବା ସହ ସେମାନଙ୍କର କୃଷି ଓ ଜୀବିକା ପାଇଁ ମହତ୍ୱପୂର୍ଣ୍ଣ ହେଉଥିବା ଇନପୁଟ, ସେବା ଏବଂ ଅଧିକାର ପାଇବା ପାଇଁ ଦଳ/ସମୂହ ଗୁଡିକୁ ଶକ୍ତିଶାଳୀ କରିବ I ସେମାନେ ବଜେଟ ପ୍ରସ୍ତୁତ କରିବା ଏବଂ ମୂଲଚାଲ କରିବା ବିଷୟରେ ଶିଖିବେ ଯାହା ପୁରୁଷମାନଙ୍କୁ ସାହାଯ୍ୟ କରିବା ସହ ପୂରା ପରିବାର ପାଇଁ ସହାୟକ ହେବ I ସେମାନେ ପୌଷ୍ଟିକତା ଏବଂ ସ୍ୱାସ୍ଥ୍ୟ ବିଷୟରେ ଶିକ୍ଷାଲାଭ କରିବେ, ଏବଂ ଏହି ସୂଚନା ପ୍ରାପ୍ତ କରିବେ ଯେ ପିତା ମାତା ନିଜ ପାଇଁ ତଥା ପିଲାମାନଙ୍କ ପାଇଁ ମିଳିତ ଭାବେ ଭଲ ନିଷ୍ପତ୍ତି ନେଇପାରିବେ I ସେମାନେ ନିଜ ନିଜର ସ୍ତ୍ରୀମାନଙ୍କୁ ପାଥୱେଜ୍ ପ୍ରକଳ୍ପରେ ଭାଗନେବାକୁ ସମର୍ଥନ କରିବା ପାଇଁ ଏହା ଉତ୍ସାହିତ କରିବ ଏବଂ ଆପଣା ସ୍ୱାର୍ଥକୁ ଆଡେଇ ନିଜର ସ୍ତ୍ରୀଙ୍କୁ ବିଭିନ୍ନ ଅଧିବେଶନରେ ଯୋଗଦେବାକୁ ସହଯୋଗ କରିବେ I
ଅଧିବେଶନର ଶେଷ ଆଡକୁ କିଛି ଅଂଶଗ୍ରହଣକାରୀଙ୍କୁ ପଚାରନ୍ତୁ କି ପାଥୱେଜ୍ ପ୍ରକଳ୍ପ ବିଷୟରେ ସେମାନେ କ'ଣ ବୁଝିଛନ୍ତି ଏବଂ ଏହା ସେମାନଙ୍କର ଜୀବନକୁ କିପରି ଭାବେ ଲାଭାନ୍ୱିତ କରିବ I ପୁରୁଷମାନଙ୍କୁ ପଚାରନ୍ତୁ ଯେ ଏହି ଅଭ୍ୟାସ ସେମାନଙ୍କୁ ଏହି କାର୍ଯ୍ୟକ୍ରମ ବିଷୟରେ ପରିଚିତ କରିପାରିଛି ନା ନାହିଁ ଏବଂ ସେମାନେ ଏହି କାର୍ଯ୍ୟକ୍ରମର ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ସିଆରପିଙ୍କ ଠାରୁ ଆଉ କେଉଁ ପ୍ରକାର ଅଧିକ ସାହାଯ୍ୟ ଚାହୁଁଛନ୍ତି I
ଆଧାର – ପୋର୍ଟାଲ ଟିମ
Last Modified : 7/15/2020