অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୁଗମୀକରଣ ଟୁଲ୍ (ପ୍ରଶିକ୍ଷଣକାରୀଙ୍କ ପାଇଁ ମତାମତ ଫର୍ମାଟ)

ମଡ୍ୟୂଲ୍ – ୫ : ପ୍ରଶିକ୍ଷଣକାରୀଙ୍କ ପାଇଁ ମତାମତ ଫର୍ମାଟ

ଅଧିବେଶନ ୧.୫

ସୁଗମକାରୀମାନଙ୍କ ପାଇଁ ଆତ୍ମ-ସମୀକ୍ଷା I

ଉଦ୍ଦେଶ୍ୟ

ସୁଗମକାରୀମାନଙ୍କୁ ନିଜର ପ୍ରଦର୍ଶନକୁ ନିଜ ଦୃଷ୍ଟିକୋଣ ତଥା ଅନ୍ୟମାନଙ୍କ ମତାମତ ଆଧାରରେ ଆତ୍ମ-ସମୀକ୍ଷା କରିବା ପଦ୍ଧତ୍ତି ବିଷୟରେ ଶିକ୍ଷାଦାନ କରିବା ଯାହା ସେମାନଙ୍କୁ ନିଜର ଦୋଷ ଦୁର୍ବଳତା ଚିହ୍ନଟକରିବାରେ ସାହାଯ୍ୟ କରିବ ଏବଂ ସୁଧାରୀକରଣ ପଦକ୍ଷେପ ନେବାସହ ନିଜ କାମରେ ମୂଲ୍ୟ ଯୋଗ କରି ପରିଣାମକୁ ଆହୁରି ଉନ୍ନତ୍ତ କରିବ I

ପଦ୍ଧତି

ଅଧିବେଶନକୁ ଶ୍ରେଣୀକକ୍ଷରେ ବ୍ୟାଖ୍ୟାନ ଏବଂ ଆଲୋଚନା ମାଧ୍ୟମରେ ସଞ୍ଚାଳନ କରାଯିବ I

ଅଂଶଗ୍ରହଣକାରୀ

ସୁଗମକାରୀ, ସିଆରପି, ଦଳର ନେତା/ପ୍ରଶିକ୍ଷଣକାରୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I

ଦରକାରୀ ସାମଗ୍ରୀ

ଫ୍ଲିପ ଚାର୍ଟ, କଲମ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୪୫ ମିନିଟ୍ |

ପୃଷ୍ଠଭୁମୀ

ସୁଗମକାରୀ ନିଜର ପ୍ରଶିକ୍ଷଣ କୌଶଳ ପ୍ରଦର୍ଶନକୁ ଉନ୍ନତ୍ତି କରିବା ପାଇଁ ନିଜର ପ୍ରଦର୍ଶନକୁ ମୂଲ୍ୟାଙ୍କନ କରି ପାରୁଥିବା ଉଚିତ I ଏଥିପାଇଁ ସେ ତିନିଗୋଟି ସୁତ୍ରରୁ ସମୀକ୍ଷା କରିପାରିବେ I ପ୍ରଥମ ସୂତ୍ରଟି ହେଉଛି 'ଆତ୍ମ ସମୀକ୍ଷା' I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ : ସୁଗମକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ କିପରି ଭାବେ ନିଜର ପ୍ରଦର୍ଶନକୁ ସମୀକ୍ଷା କରିବାକୁ ଚାହୁଁଛନ୍ତି I କିଏ ସମୀକ୍ଷା କରିବେ? ଏହି ସମ୍ବନ୍ଧରେ ସୁଗମକାରୀମାନଙ୍କର ମତାମତ ଜାଣିବାକୁ ଚେଷ୍ଟା କରନ୍ତୁ ଏବଂ ସେମାନଙ୍କୁ କୁହନ୍ତୁ ଯେ ସମୟ ସମୟରେ ସମସ୍ତଙ୍କର ଦୃଷ୍ଟିକୋଣରୁ ନିଜ ପ୍ରଦର୍ଶନର ଆତ୍ମ-ସମୀକ୍ଷା କଲେ ଏହା ନିଜର ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ I

ସୋପାନ - ୨: ପ୍ରଶିକ୍ଷାର୍ଥୀମାନଙ୍କଠାରୁ ମତାମତ ସଂଗ୍ରହ କରିବା :ସୁଗମକାରୀ ଅଂଶଗ୍ରହଣକାରୀମାନଙ୍କଠାରୁ ଆୟୋଜିତ କାର୍ଯ୍ୟକ୍ରମ ବିଷୟରେ ମତାମତ ସଂଗ୍ରହ କରିବା ଉଚିତ I ପ୍ରତ୍ୟେକ କାର୍ଯ୍ୟକ୍ରମରେ ସୁଗମକାରୀ ଅଂଶଗ୍ରହଣକାରୀମାନଙ୍କୁ ନିମ୍ନ ଉଲ୍ଲିଖିତ ପ୍ରଶ୍ନ ପଚାରି ଏହାକୁ ଫ୍ଲିପ ଚାର୍ଟରେ ଲିପିବଦ୍ଧ କରିବା ଉଚିତ, ଯଥା କେତେଜଣ ସହମତ ହୋଇ "ହଁ" ଉତ୍ତର ଦେଲେ ଏବଂ କେତେଜଣ ଅସହମତ ହୋଇ "ନାଁ" ଉତ୍ତର ଦେଲେ I

"ପ୍ରଶିକ୍ଷୀର୍ଥୀମାନଙ୍କ ପାଇଁ ମତାମତ ଫର୍ମ"

ସୋପାନ - ୩ : ଆତ୍ମ-ସମୀକ୍ଷା ବିବରଣ : ପ୍ରକଳ୍ପ ଅଧିକାରୀଙ୍କୁ ସୁଗମକାରୀ ପ୍ରତିମାସରେ ନିଜ ପ୍ରଦର୍ଶନର ବିବରଣୀ ଦେବା ପାଇଁ ନିମ୍ନ ଉଲ୍ଲିଖିତ ଫର୍ମାର୍ଟକୁ ବ୍ୟବହାର କରନ୍ତୁ I ପୂରଣ କରାଯାଇଥିବା ଫର୍ମାର୍ଟସବୁକୁ ପରବର୍ତ୍ତୀ ମାସର ପ୍ରଥମ ସପ୍ତାହରେ ପ୍ରେରଣ କରିବା ଦରକାର ଏବଂ ପ୍ରକଳ୍ପ ଅଧିକାରୀ ଆଗାମୀ ମାସର ମଧ୍ୟଭାଗ ସୁଦ୍ଧା ମତାମତ ଦେବା ଉଚିତ I ଏହି ମତାମତ ମୁଲ୍ୟ-ଯୋଗ ହୋଇପାରେ କିମ୍ବା ସୁଗମକାରୀମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଶଂସାପତ୍ର ହୋଇପାରେ I

ଆତ୍ମ-ସମୀକ୍ଷା ବିବରଣ ଫର୍ମ

ସୋପାନ - ୪ : ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରା ଅପ୍ରତ୍ୟାଶିତ ସମୀକ୍ଷା : ପ୍ରକଳ୍ପ ଅଧିକାରୀମାନେ ଅପ୍ରତ୍ୟାଶିତ ଭାବେ ଯେ କୌଣସି ଏକ ପ୍ରଶିକ୍ଷଣ ଅଧିବେଶନକୁ ପରିଦର୍ଶନ କରି ସୁଗମକାରୀଙ୍କ ପ୍ରଦର୍ଶନକୁ ନିମ୍ନ ଉଲ୍ଲିଖିତ ମାନଦଣ୍ଡରେ ମୂଲ୍ୟାଙ୍କନ କରିବା ଉଚିତ I

ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରା ଅପ୍ରତ୍ୟାଶିତ ସମୀକ୍ଷା ଫର୍ମ

ଉପସଂହାର

ଅଂଶଗ୍ରହଣକାରୀ ଏବଂ ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ମତାମତକୁ ଉପଯୁକ୍ତ ମହତ୍ୱ ଦେଲେ ସୁଗମକାରୀ ନିଜର ପ୍ରଦର୍ଶନରେ ଉନ୍ନତ୍ତି ଆଣିପାରିବେ I ନିଜର ଆତ୍ମ-ସମୀକ୍ଷା ବିବରଣ ପ୍ରସ୍ତୁତ କରିବା ସମୟରେ ସେ ପକ୍ଷପାତୀ ହେବା ଉଚିତ ନୁହେଁ I

ଆଧାର - ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate