ହୋମ / କୃଷି / ଜଳସେଚନ / ଓଡିଶା ଜଳସେଚନ ଆଇନ୍,୧୯୫୯ / ଜଳ ପ୍ରଣାଳୀ ମାନଙ୍କର ନିର୍ମାଣ ଏବଂ ରକ୍ଷଣାବେକ୍ଷଣା
ସେଆର କରନ୍ତୁ

ଜଳ ପ୍ରଣାଳୀ ମାନଙ୍କର ନିର୍ମାଣ ଏବଂ ରକ୍ଷଣାବେକ୍ଷଣା

ଜଳ ପ୍ରଣାଳୀ ମାନଙ୍କର ନିର୍ମାଣ ଏବଂ ରକ୍ଷଣାବେକ୍ଷଣା ସମ୍ବନ୍ଧରେ ସୂଚନା ।

ଜଳପ୍ରଣାଳୀମାନଙ୍କର ନିର୍ମାଣ

କୌଣସି ଜଳସେଚନ ପ୍ରକଳ୍ପର ଜଳ ବ୍ୟବହାର କରିବା ପାଇଁ,ଜଳପ୍ରଣାଳୀମାନ ଯେଉଁ ବ୍ୟକ୍ତିମାନେ ତଦ୍ଦ୍ଵାରା ଉପକୃତ ହେବେ ସେମାନଙ୍କର ଖରଚରେ ତାହା ନିର୍ମାଣ କରାଯିବ ।

ଆଗ୍ରହୀଥିବା ବ୍ୟକ୍ତିମାନଙ୍କ ଦରଖାସ୍ତ ବଳରେ ଜଳ ପ୍ରଣାଳୀ ମାନଙ୍କର ନିର୍ମାଣ, ପରିବର୍ଦ୍ଧନ, ବିକାଶ କିମ୍ବା ପରିବର୍ତ୍ତନ

  1. କୌଣସି ଜମିର ମାଲିକ କୌଣସି ଜଳସେଚନ ପ୍ରକଳ୍ପର ନିର୍ମାଣ,ପରିବର୍ଦ୍ଧନ,ବିକାଶ ପରିବର୍ତ୍ତନ କରାଇବାକୁ ଇଚ୍ଛାକଲେ,ସେ ସମ୍ପର୍କରେ ଇରିଗେସନ ଅଫିସରଙ୍କୁ ଦରଖାସ୍ତ କରିପାରିବେ। ଉକ୍ତ ଇରିଗେସନ ଅଫିସର ଧାର୍ଯ୍ୟ ହୋଇଥିବା ପ୍ରକାରେ ନୋଟିସ ଜାରି କରି ଏବଂ ତଦନ୍ତ କରିସାରି ସେପରି ଜଳପ୍ରଣାଳୀର ନିର୍ମାଣ,ପରିବର୍ଦ୍ଧନ,ବିକାଶ ବା ପରିବର୍ତ୍ତନ ପାଇଁ ଦରଖାସ୍ତକାରୀଙ୍କୁ ଅନୁମତି ଦେଇପାରନ୍ତି କିମ୍ବା ଦରଖାସ୍ତକାରୀ ଯଦି ଏପରି ଜଳପ୍ରଣାଳୀର ନିର୍ମାଣ,ପରିବର୍ଦ୍ଧନ,ବିକାଶ ବା ପରିବର୍ତ୍ତନ ସରକାରୀ ସଂସ୍ଥା ଦ୍ଵାରା କରାଇବାକୁ ଇଚ୍ଛା କରନ୍ତି, ତେବେ ଇରିଗେସନ ଅଫିସର ସତ୍ତ ସହ ତାଙ୍କୁ ସେଥିପାଇଁ ଅନୁମତି ଦେଇପାରନ୍ତି କିମ୍ବା;ଦରଖାସ୍ତକୁ ନାମଞ୍ଜୁର କରିପାରନ୍ତି।
  2. ଉପଦଫା(୧) ଅନୁଯାୟୀ ଅର୍ଡର ଦ୍ଵାରା କ୍ଷ୍ୟତିଗ୍ରସ୍ତ ହୋଇଥିବା ବ୍ୟକ୍ତି; ସେପରି ଅର୍ଡର ପାଇବା ଠାରୁ ୩୦ ଦିନ ମଧ୍ୟରେ ସେ ସମ୍ପର୍କରେ କଲେକ୍ଟରଙ୍କୁ ଅପିଲ କରିପାରିବେ ଏବଂ କଲେକ୍ଟର ଙ୍କ ନିଷ୍ପତ୍ତି ଏ କ୍ଷେତ୍ରରେ ଚୁଡାନ୍ତ ବୋଲି ବିବେଚିତ ହେବ।
  3. ଯଦି ଉପଦଫା(୧) ଅନୁଯାୟୀ କୌଣସି ଜମି ଦାଖଲ କରିବାକୁ ଆବଶ୍ୟକ ହୁଏ,ତେବେ କଲେକ୍ଟର ସେ ଉଦ୍ଦେଶ୍ୟରେ ଦରଖାସ୍ତ ପାଇଲେ,ସେପରି ଜମିକୁ ଓଡିଶା ଜମି ଦାଖଲ ଆଇନ,୧୯୪୮ଅନୁଯାୟୀ କିମ୍ବା ପ୍ରଚଳିତ ଅନ୍ୟ କୌଣସି ଜମି ଦଖଲ ଆଇନ ଅନୁଯାୟୀ ଦଖଲ କରିପାରନ୍ତି।

ଇରିଗେସନ ଅଫିସରଙ୍କ ଅନୁମତି  ବ୍ୟତୀତ କୌଣସି ଜଳପ୍ରଣାଳୀର ପରିବର୍ତ୍ତନ କରାଯାଇ ପାରିବ ନାହିଁ

ଦଫା ୧୨ ଅନୁଯାୟୀ ନିର୍ମାଣ କରାଯାଇଥିବା ବା ପରିବର୍ତ୍ତନ କରାଯାଇଥିବା କୌଣସି ଜଳପ୍ରଣାଳୀର ପରିବର୍ତ୍ତନ ଇରିଗେସନ ଅଫିସରଙ୍କ ସମ୍ମତି ବିନା କରାଯାଇ ପାରିବ ନାହିଁ।

ଜଳପ୍ରଣାଳୀରୁ ଜଳ ବ୍ୟବହାର କରୁଥିବା ଜମି ମାଲିକ ଓ ଦଖଲକାରୀମାନେ ବାଧ୍ୟ ହେବେ

  • ସେପରି ଜଳପ୍ରଣାଳୀର ମରାମତି ସହ ଉପଯୁକ୍ତ ରକ୍ଷଣାବେକ୍ଷଣ;
  • ଦଫା ୧୨ ଅନୁଯାୟୀ ବା ଅନ୍ୟ ପ୍ରକାରେ ସେପରି ଜଳପ୍ରଣାଳୀରୁ ଜଳ ବ୍ୟବହାର କରିବା ପାଇଁ ଉପଯୁକ୍ତ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ସୁବିଧା ଦେବା;
  • ସେପରି ଜଳପ୍ରଣାଳୀ ନିକଟସ୍ଥ କେନାଲ,ଜଳ ନିଃସାରଣ ପ୍ରଣାଳୀ ଓ ସର୍ବସାଧାରଣ ରାସ୍ତାର ଅବଶ୍ୟକୀୟ ମରାମତି ଓ ରକ୍ଷଣାବେକ୍ଷଣ କରିବା ଏବଂ ନିକଟସ୍ଥ ଜମିର ଦଖଲକାରୀମାନଙ୍କୁ ଯାତାୟାତ ପାଇଁ ସୁବିଧା ପ୍ରଦାନ କରିବା ।

କଥିତ  କର୍ତ୍ତବ୍ୟକୁ କାର୍ଯ୍ୟକାରୀ କରାଇବା

  1. କୌଣସି ଏକ ନିର୍ଦ୍ଧିଷ୍ଟ ଜଳପ୍ରଣାଳୀରୁ ଜଳ ବ୍ୟବହାର କରୁଥିବା କଥିତ ଜମିର ମାଲିକ ଓ ଦଖଲକରିମାନେ ଯଦି ଦଫା ୧୪ ପ୍ରକରଣ(କ)ଓ(ଗ) ଅନୁଯାୟୀ ସେମାନଙ୍କ ଉପରେ ନ୍ୟସ୍ତ କରାଯାଇଥିବା କର୍ତ୍ତବ୍ୟ ପୂରଣ ନା କରନ୍ତି,ତେବେ ଇରିଗେସନ ଅଫିସର ନୋଟିସ ଦ୍ଵାରା ସେପରି ନୋଟିସ ଜାରି ହେବାଠାରୁ ପଞ୍ଚଦିନ ମଧ୍ୟରେ ଆବଶ୍ୟକୀୟ କାର୍ଯ୍ୟ ଓ ମରାମତି କାର୍ଯ୍ୟ କରାଇବାକୁ ସେମାନଙ୍କୁ ବାଧ୍ୟ କରିପାରିବେ ଏବଂ ସେମାନେ ତାହା କାର୍ଯ୍ୟକାରୀ ନକଲେ ଇରିଗେସନ ଅଫିସର ତାହା ସେମାନଙ୍କ ତରଫରୁ କାର୍ଯ୍ୟକାରୀ କରାଇବେ।
  2. ଉପଦଫା (୨) ଅନୁଯାୟୀ କରାଯାଇଥିବା କାର୍ଯ୍ୟ ବା ମରାମତି ପାଇଁ ଇରିଗେସନ ଅଫିସର ଯେଉଁ  ଖର୍ଚ୍ଚ କରିବେ,ତାହା ସେପରି ଜଳପ୍ରଣାଳୀରୁ ଜଳ ବ୍ୟବହାର କରୁଥିବା ଓ କର୍ତ୍ତବ୍ୟ ସମ୍ପାଦନ କରି ନଥିବା ବ୍ୟକ୍ତିଙ୍କ ଠାରୁ ପ୍ରତି ଏକର ପିଛା ଜମି ପାଇଁ ବକେୟା ଭୂ-ରାଜସ୍ୱ ସଦୃଶ ଆଦାୟ କରାଯିବ।

ଜଳ ପ୍ରଣାଳୀ ସମ୍ପର୍କୀୟ ବିବାଦର ନିଷ୍ପତ୍ତ

ଯେତେବେଳେ ଦୁଇ କିମ୍ବା ତତୋଧିକ ବ୍ୟକ୍ତିମାନଙ୍କ ମଧ୍ୟରେ କୌଣସି ଜଳପ୍ରଣାଳୀର ବ୍ୟବହାର,ନିର୍ମାଣ ବା ରକ୍ଷଣାବେକ୍ଷଣ ସମ୍ପର୍କରେ ସେମାନଙ୍କ ଅଧିକାର ଓ କର୍ତ୍ତବ୍ୟ ପାଇଁ ବିବାଦ ଉପୁଜିବ,ନିର୍ମାଣ ବା ରକ୍ଷଣାବେକ୍ଷଣ ସମ୍ପର୍କରେ ସେମାନଙ୍କ ଅଧିକାର ଓ କର୍ତ୍ତବ୍ୟ ପାଇଁ ବିବାଦ ଉପୁଜିବା,କିମ୍ବା କୌଣସି ଜଳପ୍ରଣାଳୀର ଯୁଗ୍ମ ମାଲିକ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସେପରି ଜଳପ୍ରଣାଳୀର ନିର୍ମାଣ ବା ରକ୍ଷଣାବେକ୍ଷଣ ସମ୍ପର୍କୀୟ ଖର୍ଚ୍ଚ ପାଇଁ ସେମାନଙ୍କର ପ୍ରତ୍ୟେକଙ୍କର ଭାଗ ସମ୍ପର୍କରେ କିମ୍ବା ସେପରି ଖର୍ଚ୍ଚ ପାଇଁ ସେମାନେ ମିଳିତଭାବେ ଦେବାକୁ ଥିବା ଅର୍ଥ ପରିମାଣ ସମ୍ପର୍କରେ କିମ୍ବା କୌଣସି ଅଂଶୀଦାର ଖର୍ଚ୍ଚର ଭାଗ ନଦେବା ସମ୍ପର୍କରେ ଯଦି କୌଣସି ବିବାଦ ଉପୁଜେ,ତେବେ ବିବାଦମାନ ବ୍ୟକ୍ତିମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତି ବିବାଦର କାରଣ ଲିଖିତାକାରରେ ଇରିଗେସନ ଅଫିସରଙ୍କୁ ଜଣାଇ ପାରିବେ।

ତତ୍ପରେ,ଇରିଗେସନ ଅଫିସର ସେ ସମ୍ପର୍କରେ ତଦନ୍ତ କରିବେ ଏବଂ ଅର୍ଡର ପାସ କରିବେ।

ଇଋଗେସନ ଅଫିସରଙ୍କ ଅର୍ଡର ବିରୁଦ୍ଧରେ ସେପରି ଅର୍ଡର ପାସ ହେବାଠାରୁ ୩୦ ଦିନ ମଧ୍ୟରେ କଲେକ୍ଟରଙ୍କୁ ଅପିଲ କରାଯାଇପାରିବ ଏବଂ ଅପିଲରେ କଲେକ୍ଟର ଯାହା ନିଷ୍ପତ୍ତି କରିବେ,ଯଦି ଏହା କୌଣସି ଦେବାନୀ ଅଦାଲତଙ୍କର ଡିକ୍ରି ଦ୍ଵାରା ରଦ୍ଦ ନ ହୁଏ, ତେବେ ତାହା ଚୁଡାନ୍ତ ବୋଲି ବିବେଚିତ ହେବ।

ଜଳପ୍ରଣାଳୀ ପାଇଁ ଦାଖଲ କରାଯାଇଥିବା ଜମିକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବା

ଏହି ପରିଚ୍ଛେଦ ଅନୁଯାୟୀ କୌଣସି ଜଳପ୍ରଣାଳୀ ପାଇଁ ଯେଉଁ ଜମି ଦାଖଲ କରାଯାଇଥିବ, କଲେକ୍ଟରଙ୍କ ଅନୁମତି ବ୍ୟତୀତ ତାହା ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ।

ସରକାରଙ୍କ ଦ୍ଵାରା ଜଳପ୍ରଣାଳୀମାନଙ୍କ ନିର୍ମାଣ ଏବଂ ତହିଁର ଖର୍ଚ୍ଚ ଅଦାୟ କରାଯିବ

ଏହି ପରିଚ୍ଛେଦ ର ଦଫା ୧୨ ଓ ୧୩ ରେ ଯେକୌଣସି ବ୍ୟବସ୍ଥା ଥିବା ସତ୍ତ୍ୱେ,ରାଜ୍ୟ ସରକାର କୌଣସି ଜଳସେଚନ କାର୍ଯ୍ୟ ପାଇଁ ଜଳପ୍ରଣାଳୀର ନିର୍ମାଣ କରିବା ପ୍ରୟୋଜନୀୟ ମାନେ କରନ୍ତି,ତେବେ ସରକାରଙ୍କର ଖର୍ଚ୍ଚରେ ସେପରି ଜଳପ୍ରଣାଳୀର ନିର୍ମାଣ କରିବା ପ୍ରୟୋଜନୀୟମାନେ କରନ୍ତି, ତେବେ ସରକାରଙ୍କର ଖର୍ଚ୍ଚରେ ସେପରି ଜଳପ୍ରଣାଳୀ ର ନିର୍ମାଣ ଓ ରକ୍ଷଣାବେକ୍ଷଣ କରାଯାଇପାରେ।ସେପରି ଜଳପ୍ରଣାଳୀର ନିର୍ମାଣ ଓ ରକ୍ଷଣାବେକ୍ଷଣ କରାଯାଇପାରେ। ସେପରି ପ୍ରଣାଳୀରୁ ଜଳ ବ୍ୟବହାର କରୁଥିବା ଜମି ମାଲିକ ବା ଦଖଲକାରୀମାନଙ୍କଠାରୁ ବର୍ଦ୍ଦିତ ଜଳକର ଆକାରରେ କିମ୍ବା ପ୍ରତି ଏକର ପିଛା ସ୍ଵତନ୍ତ୍ର ହାରରେ ଅଦାୟ କରାଯିବ ।

ଉଲ୍ଲେଖ ଥାଉକି,ରାଜ୍ୟ ସରକାର କୌଣସି ସ୍ଵତନ୍ତ୍ର କାରଣରୁ ସେପରି ଜମିର ମାଲିକ ଏବଂ ଦଖଲକାରୀ ମାନଙ୍କୁ ସେପରି ଖର୍ଚ୍ଚ ପରିଶୋଧରୁ ସମ୍ପୂର୍ଣ କିମ୍ବା ଆଂଶିକଭାବେ ଛାଡି ଦେଇପାରନ୍ତି।

ଅତୀତରେ ସରକାରଙ୍କ ଦ୍ଵାରା କରାଯାଇଥିବା ଖର୍ଚ୍ଚର ଅଦାୟ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା

ଏହି ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ, କୌଣସି ଜଳସେଚନ ପ୍ରକଳ୍ପ ବା ହୀରାକୁଦ ନଦୀବନ୍ଧ ଯୋଜନା ଅନୁଯାୟୀ କୌଣସି ଜଳସେଚନ ପ୍ରଣାଳୀର ନିର୍ମାଣ ଓ ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା କରାଯାଇଥିବା ଖର୍ଚ୍ଚ ମାନ,(ଓଡିଶା ଟେନା ସ ରିଲିଫ ଆକ୍ଟ,୧୯୫୫ ଅଧୀନରେ ସୁରକ୍ଷିତ ହୋଇଥିବା ପ୍ରଜାଙ୍କବ୍ୟତୀତ)ସେପରି ଜଳପ୍ରଣାଳୀରୁ ଜଳ ବ୍ୟବହାର କରୁଥିବା ଜମି ମାଲିକ ବା ଦଖଲକାରୀମାନଙ୍କଠାରୁ ବର୍ଦ୍ଧିତ ଜଳକର ଆକାରରେ କିମ୍ବା ପ୍ରତି ଏକର ପିଛା ସ୍ଵତନ୍ତ୍ର ହାରରେ ଅଦାୟ କରାଯିବ;

ଉଲ୍ଲେଖ ଥାଉକି, ରାଜ୍ୟ ସରକାର କୌଣସି ସ୍ଵତନ୍ତ୍ର କାରଣରୁ ସେପରି ଜମି ମାଲିକ ଏବଂ ଦଖଲକାରୀ ମାନଙ୍କୁ ସେପରି ଖର୍ଚ୍ଚ ପରିଶୋଧରୁ ସମ୍ପୂର୍ଣ କିମ୍ବା ଆଂଶିକଭାବେ ଛାଡ ଦେଇପାରନ୍ତି।

ଆଧାର - ଦ ଲ ହାଉସ

5.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top