ସେଆର କରନ୍ତୁ

ଜଳଯୋଗାଣ

ଜଳଯୋଗାଣ ସମ୍ବନ୍ଧରେ ସୂଚନା ।

ନିୟମ ଅନୁଯାୟୀ ଜଳ ଯୋଗାଣ

ରାଜ୍ୟ ସରକାରଙ୍କ ଦ୍ଵାରା ସମୟକୁ ସମୟ ଧାର୍ଯ୍ୟ କରାଯାଇଥିବା ନିୟମ ବ ଅର୍ଡର ଅନୁଯାୟୀ କୌଣସି ଜଳସେଚନ ପ୍ରକଳ୍ପରୁ ଜଳଯୋଗାଣ ଧାର୍ଯ୍ୟ କରାଯାଇଥିବା ନିୟମ ବା ଅର୍ଡର ଅନୁଯାୟୀ କୌଣସି ଜଳସେଚନ ପ୍ରକଳ୍ପରୁ ଜଳଯୋଗାଣ ଧାର୍ଯ୍ୟ କରାଯାଇଥିବା ହାରରେ ବା ସର୍ତ୍ତରେ କରାଯିବ।

ଲିଖିତ ଦରଖାସ୍ତ ମାଧ୍ୟମରେ ଜଳଯୋଗାଣ

  1. କୌଣସି ଜଳସେଚନ ପ୍ରକଳ୍ପରୁ ଜଳ ବ୍ୟବହାର କରିବା ପାଇଁ,ଇଚ୍ଛା କରୁଥିବା ବ୍ୟକ୍ତି ସେଥିପାଇଁ ଏକ ଲିଖିତ ଦରଖାସ୍ତ ରାଜ୍ୟସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା ବ୍ୟକ୍ତି ସେଥିପାଇଁ ଏକ ଲିଖିତ ଦରଖାସ୍ତ ରାଜ୍ୟ ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା ଫର୍ମ ରେ ଏବନ ପ୍ରଣାଳୀରେ ଧାର୍ଯ୍ୟ କରାଯାଇଥିବା କର୍ତ୍ତୁପକ୍ଷଙ୍କୁ ଦେବେ:
  2. ଉଲ୍ଲେଖ ଥାଉକି, କୌଣସି ଶସ୍ୟର ଜଳସେଚନ ପାଇଁ “କିମ୍ବା କୌଣସି ରବି ଫସଲର ଜଳସେଚନ ପାଇଁ’ ଯେଉଁଥିପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ଦଫା ୨୮ ଅନୁଯାୟୀ ବାଧ୍ୟତାମୂଳକ ଜଳକର ଲାଗୁ କରାଯାଇଛି,ସେଥିପାଇଁ କୌଣସି ଦରଖାସ୍ତ ଦେବାର ଆବଶ୍ୟକତା ନାହିଁ ।

    • ରବି ଫସଲ  ପାଇଁ ଜଳଯୋଗାଣ ଧାର୍ଯ୍ୟ ହୋଇଥିବା ପଦ୍ଧତି ଓ ସର୍ତ୍ତ ସାପେକ୍ଷ ହେବ।
  3. ଜଳସେଚନ ବ୍ୟତୀତ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ଜଳଯୋଗାଣ- ଯଦି ଜଳସେଚନ ବ୍ୟତୀତ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ଜଳଯୋଗାଣ- ଯଦି ଜଳସେଚନ ବ୍ୟତୀତ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ଜଳଯୋଗାଣ ପାଇଁ ଦରଖାସ୍ତ କରାଯାଇଥାଏ,ତେବେ ସେଥିପାଇଁ କ୍ଷମତାପ୍ରାପ୍ତ ଥିବା ଅଫିସର ଏହି ଆଇନ ଅଧୀନରେ ପ୍ରଣୀତ ହୋଇଥିବା ନିଯମାବଳୀ ଅନୁଯାୟୀ ସେପରି ସ୍ଵତନ୍ତ୍ର ସର୍ତ୍ତ, କଟକଣା ଓ ସ୍ଵତନ୍ତ୍ର ହାର ସହ ସେପରିଭାବେ ଜଳଯୋଗାଣ ପାଇଁ ଅନୁମତି ଦେଇପାରନ୍ତି।

ଜଳଯୋଗାଣ ବନ୍ଦ କରିବାପାଇଁ କ୍ଷମତା

ନିମ୍ନବର୍ଣ୍ଣିତ ପରିସ୍ଥିତି ବ୍ୟତୀତ ଅନ୍ୟ କୌଣସି କ୍ଷେତ୍ରରେ କୌଣସି ଜଳପ୍ରଣାଳୀ କୁ ଜଳଯୋଗାଣ ବନ୍ଦ କରାଯିବ ନାହିଁ ବା କୌଣସି ବ୍ୟକ୍ତି ଯେ ସେପରି ଜଳ ବ୍ୟବହାର କରିବା ପାଇଁ କ୍ଷମତାପ୍ରାପ୍ତ, ତାଙ୍କୁ ଜଳଯୋଗାଣ ବନ୍ଦ କରାଯିବ ନାହିଁ, ଯଥା-

  • ଯେତେବେଳେ କୌଣସି କାର୍ଯ୍ୟ ସମ୍ପାଦନ ପାଇଁ କ୍ଷମତାପ୍ରାପ୍ତ କର୍ତ୍ତୁପକ୍ଷ ଯେତେଦିନ ପର୍ଯ୍ୟନ୍ତ ଜଳଯୋଗାଣ ବନ୍ଦ କରିବାକୁ ଆଦେଶ ଦେବେ,ସେତେଦିନ ପର୍ଯ୍ୟନ୍ତ ଜଳଯୋଗାଣ ବନ୍ଦ ରଖାଯିବ;
  • କୌଣସି ଜଳପ୍ରଣାଳୀ ଯେଉଁଠାକୁ ଜଳଯୋଗାଣ ହେଉଛି,ସେପରି ଜଳପ୍ରଣାଳୀରୁ ଜଳ ନଷ୍ଟ ନ ହେବା ନିମନ୍ତେ ସେପରି ଜଳପ୍ରଣାଳୀର ମରାମତି ପାଇଁ ଯେତେଦିନ ଆବଶ୍ୟକ ହେବ,ସେତେଦିନ ପର୍ଯ୍ୟନ୍ତ ଜଳଯୋଗାଣ ବନ୍ଦ ରଖାଯିବ;
  • ଯେତେବେଳେ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କୁ ଆଇନତଃ ଜଳଯୋଗାଣ କରାଯିବା ଦରକାର,ସେମାନଙ୍କୁ ପର୍ଯ୍ୟାୟକ୍ରମେ ଜଳଯୋଗାଣ କରାଯିବା ପାଇଁ ଯେତେ ସମୟ ଲାଗିବ,ସେତେଦିନ ପର୍ଯ୍ୟନ୍ତ ଜଳଯୋଗାଣ ବନ୍ଦ ରଖାଯିବ;
  • ଜଳର ଅସଦୁପୋଯୋଗ ବା ନଷ୍ଟ ହେବା ପ୍ରତିକାର ନିମି ଯେତେ ସମୟ ଆବଶ୍ୟକ ହେବ,ସେତେଦିନ ପର୍ଯ୍ୟନ୍ତ ଜଳଯୋଗାଣ ବନ୍ଦ ରଖାଯିବ;
  • ଏଥିପାଇଁ କ୍ଷମତାପ୍ରାପ୍ତ ଥିବା ଅଫିସରଙ୍କଦ୍ଵାରା ସମୟକୁ ସମୟ ବିଜ୍ଞପ୍ତି ଜରିଆରେ ଧାର୍ଯ୍ୟ କରାଯାଇଥିବା ସମୟମାନଙ୍କ ପାଇଁ;
  • ଏଥିପାଇଁ କ୍ଷମତାପ୍ରାପ୍ତ ଥିବା ଅଫିସରଙ୍କ ଦ୍ଵାରା କୌଣସି ଜଳପ୍ରଣାଳୀର ପରିବର୍ତ୍ତନ ପାଇଁ ନିଷ୍ପତ୍ତି ଶେଷ ହୋଇନଥିଲେ,ସେଥିପାଇଁ ଯେତେ ସମୟ ଲାଗିବା,ସେତେଦିନ ପର୍ଯ୍ୟନ୍ତ ଜଳଯୋଗାଣ ବନ୍ଦ ରଖାଯିବ।

ଜଳଯୋଗାଣ ସମୟ ସୀମା

ଯେତେବେଳେ ଏକ କିମ୍ବା ଏକାଧିକ ଶସ୍ୟମନ ସଠିକ ଭାବେ ବୃଦ୍ଧି ପାଇଲା ପର୍ଯ୍ୟନ୍ତ ଜଳ ବ୍ୟବହାର ପାଇଁ ଅନୁମତି ଦିଆଯିବ ।

  • କୌଣସି ସମ୍ପତ୍ତିର ହସ୍ତାନ୍ତର କରାଗଲେ ସେପରି ସମ୍ପତ୍ତି ପାଇଁ କରାଯାଉଥିବା ଜଳଯୋଗାଣ ମଧ୍ୟ ହସ୍ତାନ୍ତର ହୁଏ ।
  • କୌଣସି ଜମି ବା ଅଚଳନ୍ତ ସମ୍ପତ୍ତି ପାଇଁ ଜଳଯୋଗାଣ ପାଇଁ ଥିବା ଅଧିକାର,ସେପରି ଜମି ବା ଅଚଳନ୍ତି ସମ୍ପତ୍ତିର ହସ୍ତାନ୍ତର ସହ ହସ୍ତାନ୍ତର ହୁଏ।

ଅନ୍ୟାନ୍ୟ କ୍ଷେତ୍ରରେ ଜଳ ବ୍ୟବହାର କରିବାର ଅଧିକାର,କ୍ଷମତାପ୍ରାପ୍ତ ଅଫିସରଙ୍କ ଅନୁମତି ବିନା ହସ୍ତାନ୍ତର କରାଯାଇ ପାରିବ ନାହିଁ-କୌଣସି ଜଳସେଚନ ପ୍ରକଳ୍ପରୁ ଜଳ ବ୍ୟବହାର କରିବା ପାଇଁ ଅଧିକାର ଲାଭ କରିଥିବା ବ୍ୟକ୍ତି,ସେଥିପାଇଁ ଧାର୍ଯ୍ୟ ହୋଇଥିବା ପ୍ରକାରେ ରାଜିନାମା ହୋଇନଥିଲେ,ସେ ଜଳ ବ୍ୟବହାର ପାଇଁ ଯେଉଁ ଅଧିକାର ପାଇଛନ୍ତି,ତାହାକୁ ଅନ୍ୟା କୌଣସି ବ୍ୟକ୍ତିଙ୍କୁ କ୍ଷମତାପ୍ରାପ୍ତ ଅଫିସରଙ୍କ ଅନୁମତି ବିନା ବିକ୍ରୟ କରିପାରିବେ ନହିଁ,ଭଡା ଲଗାଇ ପାରିବେ ନାହିଁ ବା ଅନ୍ୟ କୌଣସି ପ୍ରକାରେ ହସ୍ତାନ୍ତର କରିପାରିବେ ନାହିଁ।

ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଦାବି କରାଯାଇପାରିବ ନାହିଁ

  1. ସରକାରଙ୍କ ନିୟନ୍ତ୍ରଣ ବହିର୍ଭୂତ କୌଣସି କାରଣ ଯୋଗୁଁ କୌଣସି ଜଳସେଚନ ପ୍ରକଳ୍ପରୁ ଜଳଯୋଗାଣ ବନ୍ଦ ରହିବା ହେତୁ କିମ୍ବା ସେହି ଜଳସେଚନ ପ୍ରକଳ୍ପର ମରାମତି ଆଦିକାର୍ଯ୍ୟ ହେତୁ କିମ୍ବା ସେହି ଜଳସେଚନ ପ୍ରକଳ୍ପରେ ସଠିକ ଭାବେ ଜଳପ୍ରବାହ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ହେତୁ ଯେଉଁ କ୍ଷତି ଘଟିବ,ସେଥିପାଇଁ ଜଳକର ହାର କମାଇବା ବ୍ୟତୀତ ଅନ୍ୟ କୌଣସି ଦାବି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଦାଏର କରାଯାଇପାରିବ ନାହିଁ ।
  2. ଅନ୍ୟ କୌଣସି କାରଣରୁ ବାଧାସୃଷ୍ଟି କରାଗଲେ ସେଥିପାଇଁ ଦାବି- ଉପରିକଥିତ ଉପଦଫାରେ ନିର୍ଦ୍ଧିଷ୍ଟ ଥିବା କାରଣ ବ୍ୟତୀତ ଅନ୍ୟ କୌଣସି କାରଣରୁ କୌଣସି ଜଳସେଚନ ପ୍ରକଳ୍ପରୁ କୌଣସି ଜମିର ଜଳସେଚନ ପାଇଁ ଜଳଯୋଗାଣ ବାଧାସୃଷ୍ଟି କରାଗଲେ ସେଥିପାଇଁ ଦରଖାସ୍ତ କରାଗଲେ କଲେକ୍ଟର ଯେପରି ଉପଯୁକ୍ତ ଭବିବେ,ସେପରି ଭାବେ ଜଳକରରୁ ରିହାତି ଦେଇପାରିବେ ଏବଂ କଲେକ୍ଟରଙ୍କ ନିଷ୍ପତ୍ତି ଏ କ୍ଷେତ୍ର ରେ ଚୁଡାନ୍ତ ବୋଲି ବିବେଚିତ ହେବ ।

ଜମି ଉପରେ ଜଳମୁକ୍ତ ଭାବେ ପ୍ରବାହିତ ପାଇଁ ଜମିର ମାଲିକ ଓ ଦାଖଲକାରୀମାନେ ସୁବିଧା ଦେବା ଉଚିତ

  1. କୌଣସି ଜଳସେଚନ ପ୍ରକଳ୍ପ ଅଧୀନରେ ଜଳସେଚନ ପାଇଁ ଆଦେଶ  ଯୋଗ୍ୟ ଜମିରେ ଜଳସେଚନ ବା ଜଳନିଃଶରଣ ପାଇଁ,ସେପରି ଜମିର ମାଲିକ ବା ଦାଖଲକାରୀମାନେ ଜମି ଉପରେ ଜଳମୁକ୍ତ ଭାବେ ପ୍ରବାହିତ ହେବ ପାଇଁ,ସେମାନଙ୍କର ଜମିର ଅଯଥା କ୍ଷତି ନ ଘଟାଇ ସୁବିଧା ଦେବା ଦରକାର ।
  2. ଯଦି ଜମିର ମାଲିକ ଓ ଦାଖଲକାରୀମାନେ ସେମାନାଙ୍କର ଜମି ଉପରେ ଜଳମୁକ୍ତ ଭାବେ ପ୍ରବାହିତ ହେବାକୁ ସୁବିଧା ପ୍ରଦାନ ନ କରନ୍ତି,ତେବେ ଇରିଗେସନ ଅଫିସର ଜଳମୁକ୍ତ ଭାବେ ପ୍ରବାହିତ ହେବ ପାଇଁ ଉପଯୁକ୍ତ ପଦକ୍ଷେପ ନେଇପାରିବେ ଏବଂ ସେଥିପାଇଁ ଯାହା ଖର୍ଚ୍ଚ ହୋଇଥିବ ତାହା ଜମିର ମାଲିକ ଓ ଦଖଲକାରୀମାନଙ୍କ ଠାରୁ ଧାର୍ଯ୍ୟ ହୋଇଥିବା ପ୍ରକାରେ ଅଦାୟ କରାଯିବ ।

ଆଧାର - ଦ ଲ ହାଉସ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top