ହୋମ / କୃଷି / ଜଳସେଚନ / ଓଡିଶା ଜଳସେଚନ ଆଇନ୍,୧୯୫୯ / ଜଳସେଚନ ଆଇନ, ୧୯୫୯ (ପ୍ରାରମ୍ଭିକ)
ସେଆର କରନ୍ତୁ

ଜଳସେଚନ ଆଇନ, ୧୯୫୯ (ପ୍ରାରମ୍ଭିକ)

ଓଡିଶା ଜଳସେଚନ ଆଇନ (ପ୍ରଥମ ପରିଚ୍ଛେଦ) ର ସୂଚନା ।

ସଂକ୍ଷିପ୍ତ ଶିରୋନାମା ଓ ପରିସର

  1. ଏହି ଆଇନ ଓଡିଶା ଜଳସେଚନ ଆଇନ,୧୯୫୯ ରୂପେ କଥିତ ହେବ ।
  2. ଏହା ସାରା ଓଡିଶା ରାଜ୍ୟ ପ୍ରତି ପ୍ରଯୁଜ୍ୟ ।

ପ୍ରୟୋଗ ବା କାର୍ଯ୍ୟକାରୀତା

ଦଫା ୧ ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ ହେବ। ରାଜ୍ୟ ସରକାର ସରକାରୀ ଗେଜେଟରେ ବିଜ୍ଞପ୍ତି ପ୍ରକାଶ କରି ଏହି ଆଇନର ସମସ୍ତ ବା କୌଣସି ଶ୍ରେଣୀର ଜଳସେଚନ କାର୍ଯ୍ୟମାନଙ୍କ ପାଇଁ ଲାଗୁ କରିପାରନ୍ତି। ଏହା ପରେ ସେହିପ୍ରକାରେ ରାଜ୍ୟ ସରକାର ସରକାରୀ ଗେଜେଟ ରେ ବିଜ୍ଞପ୍ତି ପ୍ରକାଶ କରି ରାଜ୍ୟର କୌଣସି ଅଞ୍ଚଳ ବା ଜଳସେଚନ କାର୍ଯ୍ୟକୁ ଏହି ଆଇନର ବ୍ୟବସ୍ଥା ମଧ୍ୟରୁ  ବାଦ ଦେଇ ପାରନ୍ତି।

ପ୍ରତ୍ୟାହାର ଏବଂ ସଂରକ୍ଷଣ

ଦଫା ୨ ଅନୁଯାୟୀ ରାଜ୍ୟର କୌଣସି ଅଞ୍ଚଳ ବା ଜଳସେଚନ କାର୍ଯ୍ୟ ପ୍ରତି ଏହି ଆଇନର ସମସ୍ତ ବା କୌଣସି ବ୍ୟବସ୍ଥା ଲାଗୁ ହେବା ସମୟରେ, ସେହି ଅଞ୍ଚଳରେ ଏହି ଆଇନ ର ତଫସିଲରେ ଉଲ୍ଲେଖ ନ ଥିବାଆଇନ, ନିଯମାବଳୀ ଓ ଆଦେଶନାମା ଯାହାକି ସେହି ଅଞ୍ଚଳ ବା ସେପରି ଜଳସେଚନ କାର୍ଯ୍ୟ ପ୍ରତି ଲାଗୁ ହେଉଥିଲା,ତାହା ଏହାଦ୍ଵାରା ପ୍ରତ୍ୟାହାର କରି ନିଆଗଲା-

ଉଲ୍ଲେଖ ଥାଉକି, ସେପରି କାଟଖାଇ ଯାଇଥିବା ଆଇନ,ନିଯମାବଳୀ ଓ ଅର୍ଡର ନିମ୍ନଲିଖିତ କ୍ଷେତ୍ରରେ କୌଣସି ପ୍ରତିବନ୍ଧ ସୃଷ୍ଟି କରିବା ନ।ହିଁ –

  • ସେପରି ଆଇନ,ନିୟମାବଳୀ ଏବଂ ଆଦେଶନାମା ଅନୁଯାୟୀ କରାଯାଇଥିବା କାର୍ଯ୍ୟମାନଙ୍କ କ୍ଷେତ୍ରରେ ;କିମ୍ବା
  • ସେପରି ଆଇନ,ନିୟମାବଳୀଓ ଆଦେଶନାମା ଅଧୀନରେ ଲାଭ କରାଯାଇଥିବା ବା ଉଦ୍ଦବ ହୋଇଥିବା ଅଧିକାର,ସୁବିଧା ଓ ଦାୟିତ୍ଵ ଆଦି କ୍ଷେତ୍ରରେ; କିମ୍ବା
  • ସେପରି ଆଇନ,ନିୟମାବଳୀ ବା ଅର୍ଡର ଅନୁଯାୟୀ କୌଣସି ଅପରାଧ ପାଇଁ ହୋଇଥିବା ଦଣ୍ଡାଦେଶ କ୍ଷେତ୍ରରେ; କିମ୍ବା
  • ସେପରି ଆଇନ,ନିଯମାବଳୀ ବା ଆଦେଶନାମା ଅନୁଯାୟୀ କୌଣସି ଅଧିକାର,ସୁବିଧା ଓ ଦାୟିତ୍ଵ କ୍ଷେତ୍ରରେ କରାଯାଇଥିବା ତଦନ୍ତ ଗ୍ରହଣ କରାଯାଇଥିବା କାର୍ଯ।ନୁଷ୍ଠାନ ବା କୌଣସି ଅପରାଧ ପାଇଁ ହୋଇଥିବା ଦଣ୍ଡାଦେଶ କିମ୍ବା ସେଥିପାଇଁ କରାଯିବାକୁ ଥିବା ତଦନ୍ତ,ଗ୍ରହଣ କରାଯିବାକୁ ଥିବା କାର୍ଯ୍ୟାନୁଷ୍ଠାନ ଓ ହେବାକୁ ଥିବା ଦଣ୍ଡାଦେଶ କାଏମ ରହିବ, ଯେପରିକି ଏହି ଆଇନ ବଳବତ୍ତର ନଥିଲା।

ସଂଜ୍ଞା

ଏହି ଆଇନରେ କୌଣସି ବିଷୟ ବା ପ୍ରସଙ୍ଗତ ଅସଙ୍ଗତି ନଥିଲେ-

  1. “ରାଜସ୍ୱ ପର୍ଷଦ” ଅର୍ଥ ଓଡିଶା ରାଜସ୍ୱ ପର୍ଷଦ ଆଇନ,୧୯୫୧ ଅନୁଯାୟୀ ଗଠିତ ଏବଂ ଓଡିଶା ରାଜସ୍ୱପର୍ଷଦ ସଂଶୋଧିତ ଆଇନ,୧୯୫୭ ଅନୁଯାୟୀ ସଂଶୋଧିତ ରାଜସ୍ୱ ପର୍ଷଦକୁ ବୁଝାଇବ।
  2. “କଲେକ୍ଟର” ଅର୍ଥ ଜିଲ୍ଲା କଲେକ୍ଟରଙ୍କୁ ବୁଝାଇବ ଏବଂ ଏଥି ମଧ୍ୟରେ ଡେପୁଟି କମିଶନର ବା ରାଜ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତ ଅନ୍ୟ କୌଣସି ଅଫିସର ଯେ କି ଜଣେ କଲେକ୍ଟରଙ୍କର କ୍ଷମତା ପ୍ରୟୋଗ କରିବାକୁ କ୍ଷମତାପ୍ରାପ୍ତ,ତାଙ୍କୁ ବୁଝାଇବ।
  3. “କମିଶନର” ଅର୍ଥ ଓଡିଶା ଡିଭିଜନାଲ କମିଶନର ଆଇନ,୧୯୫୭ରେ ଯେପରିଭାବେ ସଂଜ୍ଞା ନିରୂପଣ କରାଯାଇଛି,ସେହି ଅର୍ଥରେ ବୁଝାଇବ।
  4. “ବାଧ୍ୟତାମୂଳକ ମୌଳିକ ଜଳକର” କହିଲେ କୌଣସି ଜଳସେଚନ ପ୍ରକଳ୍ପ ମଧ୍ୟରେ ଆଦେଶପ୍ରାପ୍ତ କୃଷିଯୋଗ୍ୟ ଅଞ୍ଚଳରେ ଜଳଯୋଗାଣ ନିମିତ୍ତ ପ୍ରତି ଏକର ପିଛା ଜମି ପାଇଁ ଆଦେଶପ୍ରାପ୍ତ ହୋଇଥିବା କୃଷିପୋଯୋଗୀ ଜମିକୁ କୁହାଯାଏ।
  5. ”ଆଦେଶପ୍ରାପ୍ତ କୃଷିଯୋଗ୍ୟ ଅଞ୍ଚଳ” କହିଲେ କୌଣସି ଜଳସେଚନ ପ୍ରକଳ୍ପ ମଧ୍ୟରେ ଜଳସେଚନ ପାଇଁ ଆଦେଶପ୍ରାପ୍ତ ହୋଇଥିବା କୃଷିପୋଯୋଗୀ ଜମିକୁ କୁହାଯାଏ।
  6. “ଜଳନିଷ୍କାସନ ପ୍ରକଳ୍ପ” କହିଲେ ନଷ୍ଟ ହେଉଥିବା କିମ୍ବା ବଳକା ରହୁଥିବା ଜଳର ଅପସାରଣ  ନିମିତ୍ତ ବ୍ୟବହୃତ ସମସ୍ତ ପ୍ରକାର ପ୍ରକୃତିକ ବା କୃତିମ ଜଳପ୍ରଣାଳୀ ଏଥି ମଧ୍ୟରେ ଅନ୍ତର୍ଭୁକ୍ତ ହେବ; ଏବଂ
  7. “ଜଳସେଚନ ଅଧିକାରୀ” ଅର୍ଥ କୌଣସି ଜଳସେଚନ ପ୍ରକଳ୍ପ ଉପରେ ନିୟନ୍ତ୍ରଣ ଓ କ୍ଷେତ୍ରାଧିକାର ଥିବା ଏହି ଆଇନ ଅନୁଯାୟୀ ନିଯୁକ୍ତ କୌଣସି ଅଫିସର ଏବଂ ଏଥି ମଧ୍ୟରେ ”ଅତିରିକ୍ତ ଜଳସେଚନ ଅଧିକାରୀ” ମଧ୍ୟ ଅନ୍ତର୍ଭୁକ୍ତ ହେବେ ।
  8. “ଜଳସେଚନ ରାଜସ୍ୱ” ଅର୍ଥ କୌଣସି ଜଳସେଚନ ପ୍ରକଳ୍ପର ଜଳ ବ୍ୟବହାର ପାଇଁ ବା ଜଳ ବ୍ୟବହାର ପାଇଁ ବା ଜଳ ବ୍ୟବହାର ପାଇଁ ବା ଜଳ ବ୍ୟବହାର ଅଧିକାର ପାଇଁ ସରକାରଙ୍କୁ ଦିଆଯାଉଥିବା ଅର୍ଥ ପରିମାଣକୁ ବୁଝାଏ।
  9. “ଜଳସେଚନ ପ୍ରକଳ୍ପ” କହିଲେ ଏଥିରେ ନିମ୍ନଲିଖିତ ବିଷୟମାନ ଅନ୍ତର୍ଭୁକ୍ତ ହେବ -
    • ଜଳଯୋଗାଣ ବା ଜଳ ଗଛିତ ରଖିବା ନିମି ରାଜ୍ୟ ସରକାରଙ୍କ ଦ୍ଵାରା ବା ପଞ୍ଚାୟତ ସମିତି ଦ୍ଵାରା ନିର୍ମାଣ କରାଯାଇଥିବା ଓ ନିୟନ୍ତ୍ରିତ ହେଉଥିବା ସମସ୍ତ ପ୍ରକାର ଜଳପ୍ରପାତ,ପୁଷ୍କରିଣୀ,ଆନିକଟ,ଡ୍ୟାମ,କେନାଲ, ବ୍ୟାରେଜ,ଜଳପ୍ରଣାଳୀ,ପାଣିକଳ,କୂପ,ନଳକୂପ ଓ ଉସଛକୂପ;
    • ସେପରି ଜଳପ୍ରପାତ,ପୁଷ୍କରିଣୀ,ଆନିକଟ, ଡ୍ୟାମ,କେନାଲ,ବ୍ୟାରେଜ,ଜଳପ୍ରଣାଳୀ,ପାଣିକଳ,କୂପ, ନଳକୂପ ଓ ଉସ୍ଚକୂପ ସହିତ ସଂଯୁକ୍ତ କରାଯାଇଥିବା ବନ୍ଧ,ବାଡ ଓ ଜଳନିଷ୍କାରଣ ପ୍ରଣାଳୀ ଆଦି କାର୍ଯ୍ୟମାନ ଓ ସେପରି ଜଳପ୍ରପାତ,ପୁଷ୍କରିଣୀ,ଆନିକଟ,ଡ୍ୟାମ,କେନାଲ,ବ୍ୟାରେଜ,ଜଳପ୍ରଣାଳୀ,ପାଣିକଳ,କୂପ,ନଳକୂପ ଓ ଊସ୍ଛକୂପ ଆଦିର ନିର୍ମାଣ ଓ ନିର୍ବାହ ପାଇଁ ତିଆରି କରାଯାଇଥିବା ସମସ୍ତ ରାସ୍ତାମାନ;
    • ଏହି ଆଇନରେ ସଂଜ୍ଞା ନିରୂପଣ କରାଯାଇଥିବା ସମସ୍ତ ପ୍ରକାର ଜଳାଶୟ ଓ ଜଳ ନିଷ୍କାରଣ ପ୍ରଣାଳୀ;
    • ସେପରି ଜଳପ୍ରପାତ ପୁଷ୍କରିଣୀ,ଆନିକଟ,ଡ୍ୟାମ,କେନାଲ,ବ୍ୟାରେଜ,ଜଳପ୍ରଣାଳୀ,ପାଣିକଳ,କୂପ, ନଳକୂପ ଓ ଉସ୍ଛକୁପ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଙ୍କ ଦ୍ଵାରା ଦଖଲ କରାଯାଇଥିବା ସମସ୍ତ ଜମି ଏବଂ ସେପରି ଜମି ଉପରେ ରାଜ୍ୟ ସରକାରଙ୍କର ବା ରାଜ୍ୟ ସରକାରଙ୍କ ଦ୍ଵାରା ଦଖଲରେ ଥିବା ପୁରାତନ କୋଠାଘର,ଯନ୍ତ୍ରପାତି ଦ୍ଵାରା ଓ ଅନ୍ୟାନ୍ୟ ନିର୍ମାଣ କରାଯାଇଥିବା ଜିନିଷମାନ;
  10. “ଜଳସେଚନ ପାଇଁ ଆଦେଶ ଯୋଗ୍ୟ ଜମି” କହିଲେ କୌଣସି ଜଳସେଚନ ପ୍ରକଳ୍ପ ଅଧୀନରେ ଜଳସେଚିତ ହେଉଥିବା ବା ଜଳସେଚନ ପାଇଁ ଉପଯୁକ୍ତ ବିବେଚିତ ହେଉଥିବା ଜମିକୁ ବୁଝାଇବ ଏବଂ ସେଥି ମଧ୍ୟରେ ଈରିଗେସନ ଅଫିସର ବା କଲେକ୍ଟରଙ୍କ ମତାନୁଯାୟୀ ସେପରି ଜଳପ୍ରକଳ୍ପରୁ ପରୋକ୍ଷଭାବେ ଜଳସେଚନର ସୁବିଧାଲାଭ କରୁଥିବା କୃଷି ଉପଯୋଗୀ ଜମି ମଧ୍ୟ ଅନ୍ତର୍ଭୁକ୍ତ ହେବ।
    • “ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ”କହିଲେ,ଯେଉଁ ଜଳସେଚନ ପ୍ରକଳ୍ପ ଅଧୀନରେ ଦୁଇହଜାର ହେକ୍ଟର ଆଦେଶପ୍ରାପ୍ତ କୃଷିଯୋଗ୍ୟ ଜଳସେଚିତ ଜମିରୁ ଅଧିକା ନଥିବ,ତାକୁ ବୁଝାଇବ।“
  11. “ଦାଖଲକାରୀ” ଅର୍ଥ କୌଣସି ଜମି ବା ସମ୍ପତ୍ତିର ଦଖଲକାରୀ ଯେକି ସେପରି ଜମି ବା ସମ୍ପତି ଚାଷକାର୍ଯ୍ୟ ପାଇଁ ବ୍ୟବହାର କରୁଛନ୍ତି କିମ୍ବା ଯାହାଙ୍କ ଦଖଲରେ ସେପରି ଜମି ବା ସମ୍ପତି ରହିଅଛି,ତାହାଙ୍କୁ ବୁଝାଇବ।
  12. “ନିର୍ଗମ ପଥ କହିଲେ କୌଣସି ଜଳସେଚନ ପ୍ରକଳ୍ପ ରେ ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ମାଣ କରାଯାଇଥିବା ନିର୍ଗମ ପଥ,ଯାହା ମଧ୍ୟ ଦେଇ ଜଳାଶୟ କିମ୍ବା କ୍ଷେତ୍ରକୁ ଜଳ ସିଧାସଳଖ ପ୍ରବାହିତ ହୋଇଥାଏ,ତାହାକୁ ବୁଝାଇବ।
  13. “ମାଲିକ” କହିଲେ କୌଣସି ବ୍ୟକ୍ତି ଯାହାଙ୍କର ଜମି ବା ସମ୍ପତିରେ ମାଲିକାନା ସ୍ଵତ୍ତ ଅଛି, ତାହାଙ୍କୁ ବୁଝାଇବ।
  14. “ଧାର୍ଯ୍ୟ” କହିଲେ ଏହି ଆଇନ ଅନୁଯାୟୀ ପ୍ରଣୀତ ନିଯମାବଳୀ ଦ୍ଵାରା ହୋଇଥିବା ଧାର୍ଯ୍ୟକୁ ବୁଝାଇବ।
    • “ରବି ଫସଲ” କହିଲେ ରାଜ୍ୟ ସରକାରଙ୍କ ଦ୍ଵାରା ରବି ଫସଲ ରୂପେ ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ଫସଲକୁ ବୁଝାଇବ।
    • “ମୁଖ୍ୟ ଉତ୍ପାଦିତ ଶସ୍ୟ” ଅର୍ଥ ରାଜ୍ୟ ସରକାରଙ୍କ ଦ୍ଵାରା ବିଜ୍ଞପ୍ତିରେ ପ୍ରକାଶପାଇଥିବା ଶସ୍ୟ କୁ ବୁଝାଇବ ଏବଂ ବିଭିନ୍ନ ଅଞ୍ଚଳ ପାଇଁ ବିଭିନ୍ନ ପ୍ରକାର ଶସ୍ୟ ମୁଖ୍ୟ ଉତ୍ପାଦିତ ଶସ୍ୟ ରୂପେ ବିଜ୍ଞପ୍ତିରେ ପ୍ରକାଶ କରାଯାଇପାରେ।
  15. “ନୌକା” କହିଲେ ଏଥି ମଧ୍ୟରେ ଡଙ୍ଗା,କାଠଗଣ୍ଡି ଓ ଅନ୍ୟାନ୍ୟ ଭାସମାନ ପଦାର୍ଥମାନ ଅନ୍ତର୍ଭୁକ୍ତ ହେବ।
  16. “ଜଳଉପକାର” ଅର୍ଥ କୌଣସି ଜଳସେଚନ ପ୍ରକଳ୍ପର ମରାମତି ନିମନ୍ତେ ସେପରି ଜଳସେଚନ ପ୍ରକଳ୍ପ ମଧ୍ୟରେ ଜଳସେଚନ ପାଇଁ ଆଦେଶଯୋଗ୍ୟ ଜମି ପାଇଁ ସମୟକୁ ସମୟ ଯେଉଁ ଅର୍ଥ ପରିମାଣ ଦିଆହୁଏ,ତାହାକୁ ବୁଝାଇବ।
  17. “ଜଳପ୍ରବାହ” ଅର୍ଥ ରାଜ୍ୟ ସରକାରଙ୍କ ଖରଚରେ ନିର୍ବାହ କରାଯାଇନଥିବା କୌଣସି ଜଳପ୍ରଣାଳୀ ବା ପାଣିକଳ,ଯାହାକୁ  କି କୌଣସି ଜଳସେଚନ ପ୍ରକଳ୍ପରୁ ଜଳ ଯୋଗାଇ ଦିଆଯାଇଥାଏ, ତାହାକୁ ବୁଝାଇବ।
  18. “ଜଳକର” ଅର୍ଥ କୌଣସି ଶସ୍ୟ ପାଇଁ ଯୋଗାଣ ନିମିତ୍ତ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଅର୍ଥ ପରିମାଣକୁ ବୁଝାଇବ।

ବିଶ୍ଳେଷଣ –ଯେତେବେଳେ ଜଳସେଚନ ପାଇଁ ଜଳକର ଲାଗୁ କରାଯିବ,ସେତେବେଳେ ପ୍ରତି ଏକର ପିଛା ଜମିରେ କୌଣସି ଏକ ଶସ୍ୟ ପାଇଁ ହେବା ଦରକାର।

ଆଧାର - ଦ ଲ ହାଉସ

1.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top