ହୋମ / କୃଷି / ଜଳସେଚନ / ଓଡିଶା ଜଳସେଚନ ଆଇନ୍,୧୯୫୯ / ଜଳସେଚନ ପ୍ରକଳ୍ପମାନଙ୍କର ନିର୍ମାଣ ଏବଂ ରକ୍ଷଣ।ବେକ୍ଷଣ
ସେଆର କରନ୍ତୁ

ଜଳସେଚନ ପ୍ରକଳ୍ପମାନଙ୍କର ନିର୍ମାଣ ଏବଂ ରକ୍ଷଣ।ବେକ୍ଷଣ

ଜଳସେଚନ ପ୍ରକଳ୍ପମାନଙ୍କର ନିର୍ମାଣ ଏବଂ ରକ୍ଷଣ।ବେକ୍ଷଣର ସୂଚନା ।

ପ୍ରବେଶ କରିବା ଏବଂ ସର୍ଭେ କରିବା ଆଦି କ୍ଷମତା

କୌଣସି ଇରିଗେସନ ଅଫିସର କିମ୍ବା ଇରିଗେସନ ଅଫିସରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରୁଥିବା କୌଣସି ବ୍ୟକ୍ତି -

  • କୌଣସି ଜଳସେଚନ ପ୍ରକଳ୍ପ ବା ଜଳପ୍ରଣାଳୀର ନିକଟବର୍ତ୍ତୀ ଜମିରେ କିମ୍ବା ଯେଉଁ ଜମିରେ ଜଳସେଚନ ପ୍ରକଳ୍ପ ବା ଜଳ ପ୍ରଣାଳୀ ନିର୍ମାଣ କରାଯିବ,ସେପରି ଜମିରେ ପ୍ରବେଶ କରିପାରିବେ ଓ ସେହି ଜମିର ସର୍ଭେ କରାଇ ପାରିବେ;
  • ଭୂମିତଳ ମାଟିକୁ ଖୋଲାଇପାରିବେ ଏବଂ ଛିଦ୍ର କରାଇ ପାରିବେ;
  • ଜମି-ଚିହ୍ନ, ସ୍ତର-ଚିହ୍ନ ଏବଂ ପାଣିମାପ ଆଦି ନିର୍ମାଣ କରାଇ ବସାଇ ପାରିବେ;
  • କଥିତ ଇରିଗେସନ ଅଫିସରଙ୍କ ଦାୟିତ୍ଵରେ ଥିବା କୌଣସି ଜଳସେଚନ ପ୍ରକଳ୍ପ ବା ଜଳପ୍ରଣାଳୀ କିମ୍ବା ପରିକଳ୍ପନା କରାଯାଇଥିବା ଜଳସେଚନ ପ୍ରକଳ୍ପ ବା ଜଳପ୍ରଣାଳୀ କିମ୍ବା ପରିକଳ୍ପନା କରାଯାଇଥିବା ଜଳସେଚନ ପ୍ରକଳ୍ପ ବା ଜଳସେଚନ ପ୍ରଣାଳୀ ସମ୍ପର୍କରେ ତଦନ୍ତ ଓ ଅନ୍ୟ।ନ୍ୟ ଆବଶ୍ୟକୀୟ କାର୍ଯମାନ ଆରମ୍ଭ କରାଇ ପାରିବ;
  • ସେପରି ତଦନ୍ତ କାର୍ଯ୍ୟ ସମ୍ପୂର୍ଣ କରିବା ନିମି,ଆବଶ୍ୟକ ପଡିଲେ ଫସଲ,ବାଡ ବା ଜଙ୍ଗଲର କୌଣସି ଭାଗ କାଟି ପରିଷ୍କାର କରାଇ ପାରିବେ;ଏବଂ
  • ଜଳଯୋଗାଣ ବ୍ୟବହାର ସମ୍ପର୍କରେ ତଦନ୍ତ ବା ନିୟନ୍ତ୍ରଣ ନିମନ୍ତେ କିମ୍ବା ଜଳସେଚିତ ହେଉଥିବା ବା ଜଳସେଚନ ରାଜସ୍ୱ ଦିଆଯାଉଥିବା ଜମି ସମ୍ପର୍କରେ ମାପଚୁପ କରିବା ପାଇଁ ଏବଂ କୌଣସି ଜଳସେଚନ ପ୍ରକଳ୍ପର ଯଥାର୍ଥ ନିୟନ୍ତ୍ରଣ ଏବଂ ରକ୍ଷଣାବେକ୍ଷଣ ଆବଶ୍ୟକୀୟ କାର୍ଯମାନଙ୍କ ପାଇଁ କୌଣସି ଜମି ବା ଘରବାଡିରେ ପ୍ରବେଶ କରିପାରିବେ;

ଉଲ୍ଲେଖ ଥାଉକି, ଯଦି ଉକ୍ତ ଇରିଗେସନ ଅଫିସର ବା ଇରିଗେସନ ଅଫିସରଙ୍କ ଦ୍ଵାରା ନିର୍ଦ୍ଦେଶପ୍ରାପ୍ତ କୌଣସି ବ୍ୟକ୍ତି କୌଣସି ଗୃହ ବା ବାସଗୃହର ଅଗଣା ମଧ୍ୟକୁ ପ୍ରବେଶ କରିବାକୁ ସ୍ଥିର କରନ୍ତି,ତେବେ ସେପରିଭାବେ ପ୍ରବେଶ କରିବାକୁ ସ୍ଥିର କରନ୍ତି,ତେବେ ସେପରିଭାବେ ପ୍ରବେଶ କରିବା ପାଇଁ ଏକ ଲିଖିତ ନୋଟିସ ଉକ୍ତ ଘର ବା ଅଗଣାର ମାଲିକଙ୍କୁ ଅନ୍ତତଃ ଚବିଶ ଘଣ୍ଟା ପୂର୍ବରୁ ଦେବେ।

  1. ଏହି ଦଫା ଅନୁଯାୟୀ ଇରିଗେସନ ଅଫିସର କୌଣସି ଜମି ବା ଘର ମଧ୍ୟରେ ପ୍ରବେଶ କରିବା ପରେ ଏବଂ ସେ ସ୍ଥାନ ପରିତ୍ୟାଗ କରିବା ପୂର୍ବରୁ,ଏହି ଦଫା ଅନୁଯାୟୀ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବା ଦ୍ଵାରା ସେପରି ଘର ବା ଜମିର ମାଲିକଙ୍କର ଯେଉଁ କ୍ଷତି ଘଟିଥିବ,ତାଙ୍କୁ ସେଥିପାଇଁ କ୍ଷତିପୂରଣ ଦେବେ ଏବଂ କ୍ଷତିପୂରଣ ପରିମାଣ ସମ୍ପର୍କରେ ଯଦି କୌଣସି ପ୍ରଶ୍ନ ଉଠେ,ତେବେ ସେ ଘଟଣାଟିର ନିଷ୍ପତି ପାଇଁ କଲେକ୍ଟରଙ୍କୁ ଉଲ୍ଲେଖ କରିବେ। କଲେକ୍ଟରଙ୍କ ନିଷ୍ପତି ଚୁଡାନ୍ତ ବୋଲି ବିବେଚିତ ହେବ ଏବଂ ଏହାକୁ ରଦ୍ଦ କରିବା ପାଇଁ ବା ପରିବର୍ତ୍ତନ କରିବା ପାଇଁ କୌଣସି ଦେବାନୀ ମାମଲା ଦାଏର କରାଯାଇ ପାରିବ ନାହିଁ।
  2. ଯେଉଁ କ୍ଷେତ୍ରରେ ରାଜ୍ୟ ସରକାର କୌଣସି ପରିକଳ୍ପିତ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଇବାକୁ ଚାହୁଁଛନ୍ତି,ସେଥିପାଇଁ ଉପଦଫା (୧) ଅନୁଯାୟୀ ତଦନ୍ତ ଓ ସର୍ଭେ କାର୍ଯ୍ୟ ଶେଷ ହେବା ପରେ,ସେପରି ପ୍ରକଳ୍ପର ବିବରଣୀ ଓ ସେ ସ୍ଥାନର ଅବସ୍ଥିତି ଏବଂ ସେପରି ପ୍ରକଳ୍ପ ଦ୍ଵାରା ଉପକୃତ କିମ୍ବା କ୍ଷତିଗ୍ରସ୍ତ ହେଉଥିବା ଅଞ୍ଚଳର ବିବରଣୀ ଓ ସେ ସ୍ଥାନର ଅବସ୍ଥିତି ଏବଂ ସେପରି ପ୍ରକଳ୍ପ ଦ୍ଵାରା ଉପକୃତ କିମ୍ବା କ୍ଷତିଗ୍ରସ୍ତ ହେଉଥିବା ଅଞ୍ଚଳର ବିବରଣୀ ସହ ଏବଂ ସେଥିପାଇଁ ଆଗ୍ରହୀ ଥିବା ବ୍ୟକ୍ତିମାନଙ୍କ ଠାରୁ ନିର୍ଦ୍ଧିଷ୍ଟ କର୍ତ୍ତୁପକ୍ଷଙ୍କ ନିକଟରେ  ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଅଭିଯୋଗ ବା ପ୍ରସ୍ତାବ ଦାଖଲ କରିବାକୁ ମଗାଇ ପାରିବେ।

ସେପରି ଅଭିଯୋଗ ବା ପ୍ରସ୍ତାବମାନଙ୍କର ଉପରୋକ୍ତ କର୍ତ୍ତୁପକ୍ଷଙ୍କ ଦ୍ଵାରା ଧାର୍ଯ୍ୟ ହୋଇଥିବା ପ୍ରକାରରେ ଶୁଣାଣୀ ଏବଂ ବିଚାର କରାଯିବ। ତଦନ୍ତ ଶେଷ ହେବା ପରେ ଉକ୍ତ କର୍ତ୍ତୁପକ୍ଷଙ୍କ ଦ୍ଵାରା ଧାର୍ଯ୍ୟ ହୋଇଥିବା ପ୍ରକାରରେ ଶୁଣାଣି ଏବଂ ବିଚାର କରାଯିବ। ତଦନ୍ତ ଶେଷ ହେବା ପରେ ଉକ୍ତ କତ୍ତୁପକ୍ଷ ପ୍ରୋସିଡିଙ୍ଗମାନଙ୍କର ସମସ୍ତ ରେକର୍ଡ ସହ ତାଙ୍କର ସୁପାରିସ ରାଜ୍ୟ ସରକାରଙ୍କ ନିକଟକୁ ବିଚାର ପାଇଁ ପଠାଇବେ ଏବଂ ସେ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତ ଚୁଡାନ୍ତ ବୋଲି ବିବେଚିତ ହେବ;

ଉଲ୍ଲେଖ ଥାଉକି, ଏହି ଉପଦଫାରେ ଥିବା ବ୍ୟବସ୍ଥା ଅନୁଯାୟୀ କୌଣସି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପ୍ରତି ଲାଗୁ ହେବ ନ।ହିଁ ଏବଂ ସେପରି ଜଳସେଚନ ପ୍ରକଳ୍ପ ପାଇଁ ଧାର୍ଯ୍ୟ କରାଯାଇଥିବା ପଦ୍ଧତି ଅବଲମ୍ବନ କରାଯିବ।

ବିଶ୍ଳେଷଣ- ଏହି ଉପଦଫା ଉଦ୍ଦେଶ୍ୟରେ କୌଣସି ପରିକଳ୍ପିତ ଜଳସେଚନ ପ୍ରକଳ୍ପର ନିର୍ମାଣ କହିଲେ ଏଥି ମଧ୍ୟରେ ସେପରି ଜଳସେଚନ ପ୍ରକଳ୍ପ ର ନିର୍ମାଣ କହିଲେ ଏଥି ମଧ୍ୟରେ ସେପରି ଜଳସେଚନ ପ୍ରକଳ୍ପର ପରିବର୍ତନ ବା ଉନ୍ନତି ମଧ୍ୟ ଅନ୍ତର୍ଭୁକ୍ତ ହେବ-

  • ସେପରି ଜଳସେଚନ ପ୍ରକଳ୍ପର ଅନିକଟମାନଙ୍କର ବୃଦ୍ଧି କରାଗଲେ;କିମ୍ବା
  • ସେପରି ଜଳସେଚନ ପ୍ରକଳ୍ପ ଯେଉଁ ଶ୍ରେଣୀର ଅନ୍ତର୍ଭୁକ୍ତ ହୋଇଥାଏ,ଯଦି ତାହାଠାରୁ ଉଚ୍ଚତର ଶ୍ରେଣୀର ଅନ୍ତର୍ଭୁକ୍ତ କରାଯାଏ।

ମରାମତି ଏବଂ ଦୁର୍ଘଟଣାର ପ୍ରତିରୋଧ ପାଇଁ ପ୍ରବେଶ କରିବାକୁ କ୍ଷମତା

  • କୌଣସି ଜଳସେଚନ ପ୍ରକଳ୍ପରେ ଦୁର୍ଘଟଣା ଘଟିଲେ ବା ଦୁର୍ଘଟଣା ଘଟିବାର ଆଶଙ୍କା ଦେଖାଦେଲେ,କୌଣସି ଇରିଗେସନ ଅଫିସର ବା ତାଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରୁଥିବା କୌଣସି ବ୍ୟକ୍ତି ସେପରି ଜଳସେଚନ ପ୍ରକଳ୍ପର ନିକଟବର୍ତ୍ତୀ ଜମିରେ ପ୍ରବେଶ କରିପାରିବେ,ଏବଂ ସେପରି ଜଳସେଚନ ପ୍ରକଳ୍ପ ମରାମତି ନିମନ୍ତେ କିମ୍ବା ଦୁର୍ଘଟଣା ପ୍ରତିରୋଧ ପାଇଁ ଅବଶ୍ୟକୀୟ ପଦକ୍ଷେପମାନ ଗ୍ରହଣ କରିପାରିବେ।
  • ସେପରି ଜଳସେଚନ ପ୍ରକଳ୍ପର ନିକଟବର୍ତ୍ତୀ ଜମିରେ ପ୍ରବେଶ ପାଇଁ କିମ୍ବା ସେହି ଜମିରେ କୌଣସି କାର୍ଯ୍ୟ କରାଯିବା ପାଇଁ,ସେ ଜମି ମାଲିକଙ୍କରଯେଉଁ କ୍ଷତି ଘଟିବ,ସମ୍ପୃକ୍ତ ଇରିଗେସନ ଅଫିସର ତାଙ୍କୁ ସେଥିପାଇଁ ଏକ ମାସ ମଧ୍ୟରେ କ୍ଷତିପୂରଣ ଦେବେ। ଯଦି ଇରିଗେସନ ଅଫିସର ଦ୍ଵାରା ଦିଆଯାଇଥିବା କ୍ଷତିପୂରଣ ଗ୍ରହଣୀୟ ନହୁଏ ତେବେ ଇରିଗେସନ ଅଫିସର ସେ ସମ୍ପର୍କରେ କଲେକ୍ଟରଙ୍କୁ ଉଲ୍ଲେଖ କରିବେ। କଲେକ୍ଟର କ୍ଷତିପୂରଣର ପରିମାଣ ସମ୍ପର୍କରେ ତଦନ୍ତ କରିବା ପାଇଁ ସମ୍ପୃକ୍ତ ଇରିଗେସନ ଅଫିସର ଓ ଜମିର ମାଲିକଙ୍କୁ ତାଙ୍କ ନିକଟରେ ଏକ ନିର୍ଦ୍ଧିଷ୍ଟ ତାରିଖରେ ହଜାର ହେବା ପାଇଁ ଏକ ନୋଟିସ ଦେବେ। ତଦନ୍ତ କରିସାରି,କଲେକ୍ଟର ସେ ଜମି

ମାଲିକଙ୍କୁ ତାଙ୍କ ନିକଟରେ ଏକ ନିର୍ଦ୍ଧିଷ୍ଟ ତାରିଖ ହଜାର ହେବା ପାଇଁ ଏକ ନୋଟିସ ଦେବେ। ତଦନ୍ତ କରିସାରି, କଲେକ୍ଟର ସେ ଜମି ମାଲିକଙ୍କୁ ତାଙ୍କର କ୍ଷତିପୂରଣ ଦେବେ।

ଅବରୁଦ୍ଦ ପ୍ରତିରୋଧ ବା ଅବରୋଧ ଦୂରୀକରଣ କରିବା ପାଇଁ ଆଦେଶ କରିବାକୁ କ୍ଷମତା

ଯେତେବେଳେ  କୌଣସି ନଦୀ,ଝରଣା,ଜଳପ୍ରପାତ,ଜଳପ୍ରକଳ୍ପ କିମ୍ବା ଜଳ ନିଃସାରଣ ପ୍ରକଳ୍ପରେ ଅବରୁଦ୍ଧ ଘଟିବା ହେତୁ କୌଣସି ଜମି ବା ସର୍ବସାଧାରଣଙ୍କର ସ୍ୱାସ୍ଥ୍ୟ ବା ସୁବିଧା ପ୍ରତି କ୍ଷତି ବା ଅଣିଷ୍ଠ ଘଟୁଛି,ସେତେବେଳେ ରାଜ୍ୟ ସରକାର ଗେଜେଟରେ ବିଜ୍ଞପ୍ତି ପ୍ରକାଶ କରି,ବିଜ୍ଞପ୍ତିରେ ପ୍ରକାଶ କରାଯାଇଥିବା ସୀମା ମଧ୍ୟରେ କୌଣସି ଅବରୋଧ ଘଟାଇବାକୁ ବାରଣ କରିପାରିବେ ବା ଘଟିଥିବା ଅବରୁଦ୍ଦର ଦୂରୀକରଣ ପାଇଁ ଆଦେଶ ଦେଇପାରିବେ।

ଅବରୋଧର ଦୂରୀକରଣ ନିମି କ୍ଷମତା

  • କଲେକ୍ଟର ବା ରାଜ୍ୟ ସରକାରଙ୍କ ଦ୍ଵାରା କ୍ଷମତାପ୍ରାପ୍ତ କୌଣସି ଇରିଗେସନ ଅଫିସର,ବିଜ୍ଞପ୍ତି ପ୍ରକାଶ କରାଯିବା ପରେ, ଅବରୁଦ୍ଧ ଘଟାଇଥିବା ବ୍ୟକ୍ତିଙ୍କୁ ଅର୍ଡରରେ ଲିପିବଦ୍ଧ କରାଯାଇଥିବା ସମୟ ମଧ୍ୟରେ ଅବରୁଦ୍ଦ ଦୂରୀକରଣ କରିବା ପାଇଁ ଅର୍ଡର ଦେଇପାରିବେ।
  • ଯଦି ସେପରି ବ୍ୟକ୍ତି ଅର୍ଡରରେ ଲିପିବଦ୍ଧ କରାଯାଇଥିବା ସମୟ ମଧ୍ୟରେ ଅବରୁଦ୍ଧ ଦୁରିକରଣ ନକରନ୍ତି,ତେବେ କଲେକ୍ଟର ବା ଇରିଗେସନ ଅଫିସର ସେପରି ଅବରୁଦ୍ଧ ଦୁରିକରଣ କରାଇ ପାରିବେ ଏବଂ ସେପରି ଅବରୁଦ୍ଧ ଦୂରୀକରଣ ପାଇଁ ଯାହା ଖର୍ଚ୍ଚ ହେବ, ତାହା ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ବକେୟା ରାଜସ୍ୱ ସଦୃଶ ଆଦାୟ କରାଯିବ;ଉଲ୍ଲେଖ ଥାଉକି,ଜରୁରୀ ପରିସ୍ଥିତି କ୍ଷେତ୍ରରେ କଲେକ୍ଟର ବା ରାଜ୍ୟ ସରକାରଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଇରିଗେସନ ଅଫିସର ବିଜ୍ଞପ୍ତି ପ୍ରକାଶ କରାଯିବ। ପୂର୍ବରୁ ମଧ୍ୟ ସେପରି ଅବରୁଦ୍ଧର ଦୂରୀକରଣ କରାଇ ପାରିବେ ଏବଂ ସେଥିପାଇଁ କରାଯାଇଥିବା  ଖର୍ଚ୍ଚ ଉପରିକଥିତ ପ୍ରକାରେ ଆଦାୟ କରାଯିବ।

ରାଜ୍ୟ ସରକାର କେନାଲ ଅତିକ୍ରମ କରିବା ପାଇଁ ବ୍ୟବସ୍ଥା

  • ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ମାଣ କରାଯାଇଥିବା ଏବଂ ରକ୍ଷଣାବେକ୍ଷଣ କରାଯାଇଥିବା କେନାଳର ନିକଟବର୍ତ୍ତୀ ଜମିର ଅଧିବାସୀମାନଙ୍କୁ କେନାଲ ଅତିକ୍ରମ କରିବା ପାଇଁ ଯାତାୟାତର ସୁବିଧା ରାଜ୍ୟ ସରକାରଙ୍କର ଖର୍ଚ୍ଚରେ ଯୋଗାଇ ଦିଆଯିବ।
  • ଯେଉଁଠାରେ କେନାଲ ଅତିକ୍ରମ କରିବା ପାଇଁ ସୁବିଧା ନହିଁ, ସେପରି କେନାଲ ନିକଟବର୍ତ୍ତୀ ଜମିର ଅନ୍ଯୁନ ପ ଜଣ ବ୍ୟକ୍ତି ସେ ସମ୍ପର୍କରେ ସେମାନଙ୍କର ଦସ୍ତଖତ ସହ ଏକ ଲିଖିତ ବିବୃତି କଲେକ୍ଟରଙ୍କୁ ଦେବେ। କଲେକ୍ଟର ସମ୍ପୃକ୍ତ ଘଟଣା ସମ୍ପର୍କରେ ତଦନ୍ତ କରିବେ ଏବଂଏଥିପାଇଁ ପଦକ୍ଷେପ ନେବାକୁ ଯଦି ଉପଯୁକ୍ତ ମନେ କରନ୍ତି,ତେବେ ସେ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ।

ଜରୁରୀ ବା ଅତ୍ୟାବଶ୍ୟକ ପରିସ୍ତ୍ଥିତିରେ ଶ୍ରମିକ ନିଯୁକ୍ତି କରିବା ପାଇଁ କ୍ଷମତା

  • ଯେଉଁ କ୍ଷେତ୍ରରେ କୌଣସି ଇରିଗେସନ ଅଫିସର ବା ତାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା କୌଣସି ଅଫିସର ଜାଣିବାକୁ ପାଇବେ ଯେ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ କୌଣସି ଜଳସେଚନ ପ୍ରକଳ୍ପର କ୍ଷତି ଘଟିପାରେ ଏବଂ ତଦ୍ୱାରା ସର୍ବସାଧାରଣଙ୍କର କ୍ଷତି ଘଟିପାରେ କିମ୍ବା ଜଳସେଚନ କାର୍ଯ୍ୟକ୍ରମରେ ବାଧ୍ୟ ଉପୁଜିପାରେ ଏବଂ ସେପରି ଜଳସେଚନ ପ୍ରକଳ୍ପର କ୍ଷୟକ୍ଷତି ଯୁକ୍ତିଯୁକ୍ତ ସମୟରେ ପ୍ରତିରୋଧ କରିବା ପାଇଁ ସାଧାରଣ-ଭାବେ ଶ୍ରମିକ ମିଳିପାରିବେ ନାହିଁ, ତେବେ ସମ୍ପୃକ୍ତ ଇରିଗେସନ ଅଫିସର ବା ତାଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରୁଥିବା କୌଣସି ଅଫିସର ସର୍ବସାଧାରଣ ଘୋଷଣାନାମା ଦ୍ଵାରା ବା ଡେଙ୍ଗୁରା ପିଟି ସେପରି ଜଳସେଚନ ପ୍ରକଳ୍ପର ପା ମାଇଲ ମଧ୍ୟରେ ଅବସ୍ଥିତ ପ୍ରତ୍ୟକ ଜଳସେଚିତ ଜମିର ମାଲିକ ଏବଂ ତାଙ୍କ ଦ୍ଵାରା ନିଯୁକ୍ତ କୃଷି ଶ୍ରମିକ ମାନେ ବ୍ୟକ୍ତିଗତ ଭାବେ ହଜାର ହେବାକୁ ନିର୍ଦ୍ଦେଶ ଦେଇପାରିବେ ଏବଂ ସେପରି ଜଳସେଚନ ପ୍ରକଳ୍ପର ନିରାପତ୍ତା ପାଇଁ କରାଯିବାକୁ ଥିବା କାର୍ଯ୍ୟମାନ ସେମାନଙ୍କ ମଧ୍ୟରେ ବଣ୍ଟନ କରିପାରିବେ।
  • ଯଦି ଇରିଗେସନ ଅଫିସର ବା ତାଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରୁଥିବା ଅଫିସରଙ୍କ ମତାନୁଯାୟୀ ସେପରି ଜଳସେଚନ ପ୍ରକଳ୍ପରେ କାର୍ଯ୍ୟ କରିବା ପାଇଁ ଯଥେଷ୍ଟ ସଂଖ୍ୟକ ଲୋକ ନ ମିଳନ୍ତି,ତେବେ ସେ ଉପଦଫା(୧) ଅନୁଯାୟୀ ଯେ କୌଣସି ସମୟରେ ସେପରି ଜଳସେଚନ ପ୍ରକଳ୍ପର ପଞ୍ଚମଇଲ ମଧ୍ୟରେ ଥିବା ସମସ୍ତ କୃଷକ ଓ କୃଷି ଶ୍ରମିକମାନଙ୍କର କିମ୍ବା ସମସ୍ତ ଅଧିବାସୀମାନଙ୍କର ଉପସ୍ଥିତି ଆବଶ୍ୟକ କରିପାରନ୍ତି।
  • ୱାର୍କସ ଡିପାରଟମେନଣ୍ଟ ଦ୍ଵାରା ନିର୍ଦ୍ଧାରିତ କରାଯାଇଥିବା ମଜୁରୀହାର,ସେପରି ଜଳସେଚନ ପ୍ରକଳ୍ପରେ ଦିନବେଳା କାର୍ଯ୍ୟ କରିବା ନିମନ୍ତେ ଦିଆଯିବ ଏବଂ ରାତ୍ର ସମୟରେ କାର୍ଯ୍ୟ ପାଇଁ ସେହି ମାଜୁରୀହାରର ଦୁଇଗୁଣ ମାଜୁରୀ ଦିଆଯିବ। କୌଣସି ବ୍ୟକ୍ତି ଯେ ଘୋଷଣାନାମା ଅନୁଯାୟୀ କାର୍ଯ୍ୟ କରୁଛନ୍ତି ଓ ତଦ୍ୱାରା ତାଙ୍କର ନିଜ କାର୍ଯ୍ୟ କରିବାକୁ ବଞ୍ଚିତ ହୋଇଛନ୍ତି,ସେଥିପାଇଁ ତାଙ୍କୁ ସମୁଦାୟ ସମୟ ପାଇଁ ପ୍ରାପ୍ୟ ଦିଆଯିବ।

ଯେଉଁ ବ୍ୟକ୍ତି ବୟସ,ଲିଙ୍ଗ,ସ୍ୱାସ୍ଥ୍ୟ ବା ଶାରୀରିକ ଅକର୍ମଣ୍ୟତା ହେତୁ କାର୍ଯ୍ୟ କରିବା ପାଇଁ ଅନୁପଯୁକ୍ତ, ତାଙ୍କୁ ଏହି ଦଫାନୁଯାୟୀ କାର୍ଯ୍ୟ କରିବା ପାଇଁ ଅନୁପଯୁକ୍ତ,ତାଙ୍କୁ ଏହି ଦଫାନୁଯାୟୀ କାର୍ଯ୍ୟ କରିବାକୁ ବାଧ୍ୟ କରାଯିବ ନ।ହିଁ ।

ଆଧାର - ଦ ଲ ହାଉସ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top