ସେଆର କରନ୍ତୁ

ଦଣ୍ଡ ବ୍ୟବସ୍ଥା

ଓଡିଶା ଜଳସେଚନ ଆଇନ, ୧୯୫୯ ଆଇନ ଅନୁଯାୟୀ ଦଣ୍ଡ ବ୍ୟବସ୍ଥା ସମ୍ବନ୍ଧରେ ସୂଚନା ।

ଜଳସେଚନ ପ୍ରକଳ୍ପ ଇତ୍ୟାଦି ର ନଷ୍ଟ ବା କ୍ଷତି ଘଟାଇବା

ଯଦି କୌଣସି ବ୍ୟକ୍ତି ଜାଣିଶୁଣି ଓ କୌଣସି ପ୍ରକାର କ୍ଷମତାପ୍ରାପ୍ତ ନ ହୋଇ-

  1. କୌଣସି ଜଳସେଚନ ପ୍ରକଳ୍ପ ର କ୍ଷତି ଘଟାନ୍ତି,ପରିବର୍ତ୍ତନ କରନ୍ତି,ହ୍ରାସ କରନ୍ତି କିମ୍ବା ଅବରୋଧ କରନ୍ତି;
  2. କୌଣସି ଜଳସେଚନ ପ୍ରକଳ୍ପ ରୁ ଜଳଯୋଗାଣ କ୍ଷେତ୍ର ରେ ବଧ ସୃଷ୍ଟି କରନ୍ତି ବା ଅନ୍ୟ କୌଣସି ପ୍ରକାରେ ହସ୍ତକ୍ଷେପ କରନ୍ତି;
  3. କୌଣସି ଜଳସେଚନ ପ୍ରକଳ୍ପର ଜଳ କୁ ଦୂଷିତ କରନ୍ତି;
  4. କୌଣସି ଜଳସେଚନ ପ୍ରକଳ୍ପରେ କ୍ଷତି ଘଟାଇଲା ଭଳି ନଦୀ,ଝରଣା ବା ଜଳପ୍ରପାତରେ ହସ୍ତକ୍ଷେପ କରନ୍ତି;
  5. କୌଣସି ଜମି ଚିହ୍ନ,ସ୍ତର ଚିହ୍ନ ବା ପାଣିମାପ ଚିହ୍ନ କୁ ବିକୃତ ବା ନଷ୍ଟ କରନ୍ତି;
  6. କୌଣସି ଜଳସେଚନ ପ୍ରକଳ୍ପରେ ବ୍ୟବହୃତ ଉପକରଣମାନଙ୍କୁ ନଷ୍ଟ କରନ୍ତି ବା ବିଗାଡିଦିଅନ୍ତି ବା ନଷ୍ଟ କରି ଦିଅନ୍ତି;
  7. କୌଣସି ଜଳପ୍ରକଳ୍ପ ସହିତ ସମ୍ପୃକ୍ତ କୌଣସି ବନ୍ଧା ବା ଜଳପ୍ରଣାଳୀ ଉପରେ ସେଥିପାଇଁ ଥିବା ନିଷେଧାଦେଶକୁ ଅମାନ୍ୟ କରି ପଶୁ ଓ ଯାନବାହାନ ନେବା ଆଣିବା କରନ୍ତି;
  8. କୌଣସି କେନାଲ ବା ନଦୀ ବନ୍ଧରେ ଗୋମହିଷାଦୀ ପଶୁ ଚାରାଣ କରନ୍ତି,କିମ୍ବା ସେପରି କେନାଲ ବା ନଦୀବନ୍ଧରେ ଜାଣିଶୁଣି ଗୋ-ମହିଷାଦି ପଶୁ ବନ୍ଧାବନ୍ଧି କରନ୍ତି କିମ୍ବା ସେପରି କେନାଲ ବା ନଦୀ ବନ୍ଧରେ ଥିବା ଘାସ ଓ ଅନ୍ୟାନ୍ୟ ବୃକ୍ଷମାନଙ୍କୁ କଟାକଟି କରନ୍ତି;
  9. ଦଫା ୧୦ ଅନୁଯାୟୀ ମରାମତି କରାଯାଉଥିବା କୌଣସି କାର୍ଯ୍ୟରେ ଯୁକ୍ତି ଯୁକ୍ତ କାରଣ ନଥାଇ ସହଯୋଗ ନ କରନ୍ତି ବା ସାହାଯ୍ୟ ପ୍ରଦାନ ନ କରନ୍ତି;
  10. ଏହି ଆଇନ ଅଧୀନରେ ପ୍ରଣୀତ କୌଣସି ନିୟମର ଖିଲାପ ଘଟାନ୍ତି;
  11. କୌଣସି କେନାଳରେ ରାଜ୍ୟ ସରକାରଙ୍କ ଦ୍ଵାରା ହୋଇଥିବା ନିଷେଧାଦେଶକୁ ଅମାନ୍ୟ କରି ନୌକା ଆଦି ପରିବହନ କରନ୍ତି;
  12. କୌଣସିକେନାଳରେ ନୌଚାଳନା କରୁଥିବା ସମୟରେ କେନାଳରେ ଓ ସେଠାରେ ଥିବା ନୌକାମାନଙ୍କର ନିରାପତ୍ତା ପାଇଁ ସତର୍କତାମୂଳକ ପଦକ୍ଷେପ ନା ନିଅନ୍ତି;
  13. କୌଣସି ଜଳପ୍ରଣାଳୀ ର ଜଳ ନଷ୍ଟ ନା ହେବା ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ନ କରନ୍ତି କିମ୍ବା କୌଣସି ଜଳ ପ୍ରଣାଳୀର ଜଳ ଯୋଗାଣରେବ ହସ୍ତକ୍ଷେପ କରନ୍ତି ବା ନିୟମ ବହିର୍ଭୂତଭାବେ ଜଳ ବ୍ୟବହାର କରନ୍ତି ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ତାଙ୍କର ଆଇନତଃ ଜଳ ବ୍ୟବହାରରେ ବାଧ୍ୟ ଦିଅନ୍ତି;

ଯଦି ସେପରି କାର୍ଯ୍ୟମନ ଭାରତୀୟ ଦଣ୍ଡବିଧି ଆଇନର”ଅନିଷ୍ଟ” ଅପରାଧ ସଂଜ୍ଞା ମାଧରେ ନା ଆସେ, ତେବେ ସେ  ମାଜିଷ୍ଟ୍ରେଟଙ୍କ ଦ୍ଵାରା ଦୋଷୀ ସାବ୍ୟସ୍ତ ହେଲେ ସେପରି ପ୍ରତେକ ଅପରାଧ ପାଇଁ ସର୍ବାଧିକ ଦୁଇଶତ ଟଙ୍କା ଜୋରିମାନା ଦାଣ୍ଡରେ;କିମ୍ବା ସର୍ବାଧିକ ଏକ ମାସ ଜେଲ ଦାଣ୍ଡରେ କିମ୍ବା ଉଭୟ ଦାଣ୍ଡରେ ଦଣ୍ଡିତ ହୋଇପାରନ୍ତି ।

ଜଳସେଚନ ପ୍ରକଳ୍ପ ଆଦିର କ୍ଷତି ଘଟାଇବା

ଯଦି କୌଣସି ବ୍ୟକ୍ତି କ୍ଷମତାପ୍ରାପ୍ତ ନ ହୋଇ-

  1. କୌଣସି ଜଳସେଚନ ପ୍ରକଳ୍ପକୁ କାଟି ଦିଅନ୍ତି ବା ତହିଁରେ ଛିଦ୍ର କରନ୍ତି କିମ୍ବା ସେପରି ଜଳସେଚନ ପ୍ରକଳ୍ପର କୌଣସି ପ୍ରକାରେ କ୍ଷତି ଘଟାନ୍ତି;
  2. କୌଣସି ଜଳସେଚନ ପ୍ରକଳ୍ପର ସୁଇସକୁ ଖୋଲି ଦିଅନ୍ତି,ବନ୍ଦ କରି ଦିଅନ୍ତି ବା ଅବରୋଧ କରନ୍ତି;
  3. କୌଣସି ନଦୀ, ଝରଣା ବା ଜଳପ୍ରପାତରେ ବନ୍ଧା ପକାଇ ଜଳର ମାର୍ଗ ପରିବର୍ତ୍ତନ କରନ୍ତି ଓ ସେଥିପାଇଁ ବାରଣ ସତ୍ତ୍ୱେ ଯଦି ତାହାର ଦୂରୀକରଣ ନା ଘଟାନ୍ତି;

ଯଦି ସେପରି କରଜ୍ୟମାନ ଭାରତୀୟ ଦଣ୍ଡବିଧ ଆଇନର”ଅନିଷ୍ଟ” ଅପରାଧ ସଂଜ୍ଞା ମଧ୍ୟରେ ନା ଆସେ,ତେବେ ତାଙ୍କୁ କୌଣସି ପ୍ରଥମ ଶ୍ରେଣୀୟ ବା ଦ୍ଵିତୀୟ ଶ୍ରେଣୀୟ  ମାଜିଷ୍ଟ୍ରେଟ ଦୋଷୀ ସାବ୍ୟସ୍ତ କରି ସେପରି ପ୍ରତେକ ଅପରାଧ ପାଇଁ ସର୍ବାଧିକ ପଞ୍ଚାଶତ ଟଙ୍କା ଜୋରିମାନା ଦଣ୍ଡରେ କିମ୍ବା ସର୍ବାଧିକ ଛଅମାସ ଜେଲ ଦଣ୍ଡ ରେ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରିପାରନ୍ତି ।

ଅବରୋଧର ଦୂରୀକରଣ ଏବଂ କ୍ଷତିର ମରାମତି

ଯେଉଁ କ୍ଷେତ୍ରରେ କୌଣସି ବ୍ୟକ୍ତି ଏହି ଦଫା ର ପୂର୍ବବର୍ତ୍ତୀ ଶେଷୋକ୍ତ ଦୁଇ ଦଫା ମଧ୍ୟରୁ କୌଣସି ଏକ ଦଫାନୁଯାୟୀ ଦୋଷୀ ସାବ୍ୟସ୍ତ ହୁଅନ୍ତି,ସେ କ୍ଷେତ୍ରରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ମାଜିଷ୍ଟ୍ରେଟ,ସେପରି ଅବରୋଧ ଦୂରୀକରଣ ବା କ୍ଷତିର ମରାମତି ପାଇଁ,ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସେସ କରିବାକୁ ନିର୍ଦ୍ଦେଶ ଦେଇପାରିବେ। ଯଦି ସେପରି ବ୍ୟକ୍ତି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସେପରି ଦିଆଯାଇଥିବା ନିର୍ଦ୍ଦେଶକୁ ପାଳନ ନା କରନ୍ତି,ବା ତହିଁ ରେ ଅବହେଳା ଘଟାନ୍ତି,ତାହାହେଲେ ଇରିଗେସନ ଅଫିସର ସେପରି ଅବରୋଧ ଦୂରୀକରଣ ବା କ୍ଷତିର ମରାମତି କରାଯାଇପାରିବେ। ସେଥିପାଇଁ ଯାହା ଖର୍ଚ୍ଚ ହୋଇଥିବ,ତାହା ସେପରି ବ୍ୟକ୍ତିଙ୍କ ଠାରୁ ବକେୟା ଭୂ-ରାଜସ୍ୱ ସଦୃଶ କଲେକ୍ଟରଙ୍କ ଦ୍ଵାରା ଅଦାୟ କରାଯିବ।

କେନାଲ ପାଇଁ ନିଯୁକ୍ତ ବ୍ୟକ୍ତିମାନେ ଅପରାଧୀମାନଙ୍କୁ ହଜାତକ ନେଇ ପାରିବେ

କୌଣସି ପ୍ରକଳ୍ପର ଦାୟିତ୍ଵରେ ଥିବା ବା ସେଥିପାଇଁ  ନିଯୁକ୍ତ ହୋଇଥିବା ବ୍ୟକ୍ତି ବିନା ୱାର ରେ କୌଣସି ବ୍ୟକ୍ତିଙ୍କୁ ହାଜତକୁ ପଠାଇପାରିବେ; ଯଦି ସେ ବ୍ୟକ୍ତି-

  • କୌଣସି ଜଳସେଚନ ପ୍ରକଳ୍ପର ଜାଣିଶୁଣି କ୍ଷତି ଘଟାନ୍ତି ବା ଅବରୁଦ୍ଧ ଘଟାନ୍ତି, କିମ୍ବା
  • କୌଣସି ଭାବେ କ୍ଷମତାପ୍ରାପ୍ତ ନା ହୋଇ ସେପରି ଜଳ ପ୍ରକଳ୍ପର ଜଳ ଯୋଗାଣରେ ବଧା ସୃଷ୍ଟି କରନ୍ତି ବା ଜଳସେଚନ ପ୍ରକଳ୍ପର କ୍ଷତି ଘଟାଇବା ଭଳି କାର୍ଯ୍ୟ କରନ୍ତି ଏବଂ ତାଙ୍କୁ ହାଜତକୁ ପଠାଇବା ସମୟରେ ନିକଟସ୍ଥ ମାଜିଷ୍ଟ୍ରେଟ କିମ୍ବା ନିକଟସ୍ଥ ପୋଲିସ ଥାନାରେ ହଜାର କରାଇବେ,ଓ ଟଙ୍କା ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ୟାନ୍ୟ ଆଇନ ଅଧୀନରେ ଅଭିଯୁକ୍ତ କରିବା ବିଷୟକ ସେଭିଙ୍ଗ

ଏହି ଆଇନରେ ଯେ କୌଣସି ବ୍ୟବସ୍ଥା ଥିବା ସତ୍ତ୍ୱେ,ଏହି ଆଇନ ଅଧୀନରେ କୃତ ବା ଅକୃତ କୌଣସି ଦଣ୍ଡନୀୟ ଅଭିଯୋଗ ଦାଏର କରାଯାଇପାରିବ:

ଉଲ୍ଲେଖ ଥାଉକି,କୌଣସି ଏକ ଅପରାଧ ପାଇଁ କୌଣସି ବ୍ୟକ୍ତିଙ୍କୁ ଏକାଧିକ ଥର ଦଣ୍ଡିତ କରାଯିବ ନାହିଁ ।

ଅଦାୟ କରାଯାଇଥିବା ଜୋରିମାନା ସଂବାଦଦାତାଙ୍କୁ ପୁରସ୍କାର

ଯେଉଁ କ୍ଷେତ୍ରରେ କୌଣସି ବ୍ୟକ୍ତି ଏହି ଆଇନ ଅନୁଯାୟୀ କୌଣସି ଅପରାଧ ପାଇଁ ଜୋରିମାନା ଦାଣ୍ଡରେ ଦଣ୍ଡିତ ହେବେ,ତାଙ୍କୁ ଦଣ୍ଡ ପ୍ରଦାନ କରିଥିବା କୋର୍ଟ ସେପରି ଜୋରିମାନା ସଂପୂର୍ଣ୍ଣଭାବେ ବା ତହିଁର କୌଣସି ଅଂଶ,ଯେଉଁ ବ୍ୟକ୍ତି ଅପରାଧ ବା ଅପରାଧୀଙ୍କୁ ଆବିଷ୍କାର କରିବା ପାଇଁ ସମ୍ବାଦ ଦେଇଥିବେ, ତାଙ୍କୁ ପୁରସ୍କାର ସ୍ୱରୂପ ଦିଆଯିବାକୁ ଅର୍ଡର ପାସ କରିପାରିବେ । ଯଦି ଉକ୍ତ କୋର୍ଟ ଙ୍କ ନିଷ୍ପତ୍ତି ବିରୁଦ୍ଧରେ ଅପିଲ କିମ୍ବା ରିଭିଜନ ହୋଇ ପରିବାର ବ୍ୟବସ୍ଥା ଥାଏ,ତାହା ହେଲେ ଅପିଲ ବା ରିଭିଜନ ସମୟ ସୀମା ଶେଷ ନ ହେବା ପର୍ଯ୍ୟନ୍ତ କିମ୍ବା ଯଦି ଅପିଲ ବା ରିଭିଜନ କରାଯାଇଥାଏ,ତହିଁର ବିଚାର ଶେଷ ନହେବା ପର୍ଯ୍ୟନ୍ତ,ସେପରି ପୁରସ୍କାର ଦିଆଯାଇପରିବା ନାହିଁ।

ଅପରାଧ ରଫା କରିବା

  1. ଏହି ଆଇନ ଅନୁଯାୟୀ ବା ଏହି ଆଇନ ଅଧୀନରେ ପ୍ରଣୀତ ନିଯମାବଳୀ ଅନୁଯାୟୀ କୌଣସି ଅପରାଧ ଘଟାଇବା ବ୍ୟକ୍ତିଙ୍କ ଠାରୁ,ଇରିଗେସନ ଅଫିସର ସେପରି ଅପରାଧ ପାଇଁ କ୍ଷତିପୂରଣ ସ୍ୱରୂପ ସର୍ବାଧିକ ଦୁଇଶତ ଟଙ୍କା ଗ୍ରହଣ କରିପାରିବେ।
  2. ସେପରି ଅର୍ଥ ପରିମାଣ ଗ୍ରହଣ କରାଯିବା ପରେ,ସେପରି ବ୍ୟକ୍ତିଙ୍କୁ ହାଜତରୁ ଖଲାସ କରି ଦିଆଯିବ,ଏବଂ ରଫା କରାଯାଇଥିବା ଅପରାଧ ପାଇଁ ତାଙ୍କ ବିରୁଦ୍ଧରେ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ  ।
  3. କୌଣସି ଅପରାଧ ରଫା କରିବା ପାଇଁ, ତତସମ୍ପର୍କୀୟ ପଦ୍ଧତି ଅନୁସରଣ କରିବା ପାଇଁ, ଏହି ଆଇନ ଅଧୀନରେ ନିଯମାବଳୀ ପ୍ରଣଯନ କରାଯାଇପାରେ ।

ଆଧାର - ଦ ଲ ହାଉସ

5.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top