ସେଆର କରନ୍ତୁ

ବିବିଧ

ଓଡିଶା ଜଳସେଚନ ଆଇନ ବିବିଧ ବିଷୟରେ ସୂଚନା।

ଅଫିସର ମାନଙ୍କର ନିଯୁକ୍ତି ଏବଂ ଜଳସେଚନ କାର୍ଯ୍ୟ ତଦାରଖ କରିବା

ରାଜ୍ୟ ସରକାର ବା ରାଜ୍ୟ ସରକାରଙ୍କ ଦ୍ଵାରା କ୍ଷମତାପ୍ରାପ୍ତ କୌଣସି ଅଫିସର ଏହି ଉଦ୍ଦେଶ୍ୟରେ ପ୍ରଣୟନ କରଜିଥିବା ନିୟମାବଳୀ ସାପେକ୍ଷରେ-
    • ସେପରି ଉପାଧିଧାରୀ ଅଫିସରମାନଙ୍କୁ ନିଯୁକ୍ତ କରିପାରିବେ,ସେମାନଙ୍କର କ୍ଷେତ୍ରାଧିକାର ନିରୂପଣ କରିପାରିବେ ଏବଂ ଏହି ଆଇନ ଅନୁଯାୟୀ ସେମାନଙ୍କର କ୍ଷମତା ଓ କର୍ତ୍ତବ୍ୟ ସ୍ଥିର କରିପାରିବେ;
    • ରାଜ୍ୟ ସରକାର ବା ସେପରି ଅଫିସର ଅନ୍ୟ କୌଣସି ସରକାରୀ ବିଭାଗରେ ଥିବା ଅଫିସରଙ୍କୁ ବା ଅନ୍ୟ କୌଣସି ବ୍ୟକ୍ତି ଙ୍କୁ ଏହି ଆଇନ ଅନୁଯାୟୀ କ୍ଷମତା ଓ ଦାୟିତ୍ଵ ଅର୍ପଣ କରିପାରନ୍ତି;

    ଉଲ୍ଲେଖ ଥାଉକି,ଏହି ଦଫାନୁଯାୟୀ ନ୍ୟସ୍ତ କରାଯାଇଥିବା କ୍ଷମତା ଓ ଦାୟିତ୍ଵ କୁ ରାଜ୍ୟ ସରକାର ବା ତାଙ୍କ ଦ୍ଵାରା କ୍ଷମତା ପ୍ରାପ୍ତ ଅଫିସର ଯେକୌଣସି ସମୟରେ ପ୍ରତ୍ୟାହାର କରିନେଇ ପାରନ୍ତି ବା ତହିଁରେ ପରିବର୍ତ୍ତନ  ଆଣିପାରନ୍ତି ।

ରାଜ୍ୟ ସରକାର ଜଳସେଚନ ପ୍ରକଳ୍ପମାନଙ୍କର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ବାର୍ଷିକ ଇନସପେକସନ ରିପୋର୍ଟ ରେ ନିର୍ଦ୍ଦେଶ ଦେଇପାରିବେ ।

ଅପିଲ

ଏହି ଆଇନ ଅଧୀନରେ ପ୍ରଣୀତ ନିୟମାବଳୀର ବ୍ୟବସ୍ଥା ସପକ୍ଷରେ, ଏହି ଆଇନର ପରିଚ୍ଛେଦ ୨,୩,୪ ଓ ୫ ଅଧୀନରେ, ଇରିଗେସନ ଅଫିସର ବା ଇରିଗେସନ ଅଫିସରଙ୍କ ଦ୍ଵାରା କ୍ଷମତାପ୍ରାପ୍ତ କୌଣସି ଅଫିସର ଙ୍କ ଦ୍ଵାରା ପାସ କରାଯାଇଥିବା ଅର୍ଡର ବିରୁଦ୍ଧରେ ବା କଲେକ୍ଟରଙ୍କର  ଦ୍ଵାରା ପାସ କରାଯାଇଥିବା ଅର୍ଡର ବିରୁଦ୍ଧରେ ସେପରି ଆର୍ଡର ପାସ ହେବାଠାରୁ ୩୦ ଦିନ ମଧ୍ୟରେ ଯଥାକ୍ରମେ କଲେକ୍ଟରଙ୍କୁ ଓ କମିଶନରଙ୍କୁ ଅପିଲ କରାଯାଇପାରିବ ।

ରିଭିଜନ କ୍ଷମତା

  1. ବୋର୍ଡ ଅଫ ରେଭିନ୍ୟୁ କିମ୍ବା କମିଶନର ତାଙ୍କର ଅଧସ୍ତନ କୌଣସି ଅଫିସର ଙ୍କ ଦ୍ଵାରା ନିଆଯାଇଥିବା ନିଷ୍ପତ୍ତି ଓ ପାସ କରାଯାଇଥିବା ଅର୍ଡରର ସତ୍ୟତା,ବୈଧତା ଓ ଔଚିତତ୍ୟତା ସମ୍ପର୍କରେ ସନ୍ତୋଷଜଣକ ହେବା ନିମନ୍ତେ ସେପରି ଅଫିସରଙ୍କ ଦ୍ଵାରା ଏହି ଆଇନ ଅଧୀନରେ ଗ୍ରହଣ କରାଯାଇଥିବା ସମସ୍ତ ପ୍ରୋସିଡିଙ୍ଗରେ ରେକର୍ଡକୁ ମଗାଇପାରିବେ ଓ ଯାଞ୍ଚ କରିପାରିବେ।
  2. କୌଣସି କେସ ରେ ରେକର୍ଡ ଯାଞ୍ଚ କରିବା ସମୟରେ,ଯଦି ବୋର୍ଡ ଅଫ ରେଭେନ୍ୟୁ କିମ୍ବା କମିଶନର ସେପରି ଅଫିସରଙ୍କ ଦ୍ଵାରା ନିଆଯାଇଥିବା ନିଷ୍ପତ୍ତି ଓ ପାସ କରାଯାଇଥିବା ଅର୍ଡର ବା ନିଷ୍ପତ୍ତି ପରିବର୍ତ୍ତନ କରିପାରିବେ କିମ୍ବା ସେପରି ଉପଯୁକ୍ତ ମାନେ କରିବେ ସେପରି ଭାବେ ଅର୍ଡର ପାସ କରିପାରିବେ:

ଉଲ୍ଲେଖ ଥାଉକି, କୌଣସି ପକ୍ଷଙ୍କୁ  ଶୁଣାଣିର ଯଥେଷ୍ଟ ସୁଯୋଗନ ଦେଇ ସେପରି ପକ୍ଷଙ୍କର କ୍ଷତି କଲାଭଳି କୌଣସି ଅର୍ଡର ପାସ କରାଯିବ  ନାହିଁ ।

ଏହି ଆଇନ ଅଧୀନରେ ଥିବା ଅପରାଧମନ ଧତ୍ତବ୍ୟମୂଳକ

ଫଉଜଦାରୀ କାର୍ଯ୍ୟବିଧି ଆଇନ,୧୯୭୩ରେ ଯେକୌଣସି ବ୍ୟବଥ ଥିବା ସତ୍ତ୍ୱେ,ଏହି ଆଇନ ଅଧୀନରେ ସଂଗଠିତ ହେଉଥିବା ସମସ୍ତ ଦଣ୍ଡନୀୟ ଅପରାଧମନ କର୍ତ୍ତବ୍ୟମୂଳକ ଅଟେ ।

ସାକ୍ଷୀମାନଙ୍କୁ ତଲବ କରିବା ଓ ଜେରା କରିବା

ଏହି ଆଇନ ଅନୁଯାୟୀ ତଦନ୍ତ କରିବାକୁ କ୍ଷମତାପ୍ରାପ୍ତ ହୋଇଥିବା କୌଣସି ଅଫିସର, ଦେବାନୀ କାର୍ଯ୍ୟବିଧି ଆଇନ  ଅନୁଯାୟୀ ସାକ୍ଷୀମାନଙ୍କୁ ତଲବ କରିବା ଓ ଜେରା କରିବା ଏବଂ ଦଲିଲ ପାତ୍ର ଆଦି ଉପସ୍ଥାପିତ କରାଇବା କ୍ଷମତା ପ୍ରୟୋଗ କରିପାରିବେ ଏବଂ ସେପରି କରାଯାଇଥିବା ପ୍ରତ୍ୟେକ ତଦନ୍ତ ଏକ ଯୁଡିସିଆଲ ପ୍ରୋଷିଡିଙ୍ଗ ରୂପେ ବିବେଚିତ ହେବ ।

ନୋଟିସ ଜାରି କରିବାର ପ୍ରଣାଳୀ

ଏହି ଆଇନ ଅନୁଯାୟୀ ପ୍ରତ୍ୟେକ ନୋଟିସ ଦେବାନୀ କାର୍ଯ୍ୟବିଧି ଆଇନର ବ୍ୟବସ୍ଥାନୁଯାୟୀ ଜାରୀ କରାଯିବ।

ଦେବାନୀ କାର୍ଯ୍ୟବିଧି ଆଇନର କ୍ଷେତ୍ରାଧିକର ଉପରେ ପ୍ରତିବନ୍ଧକ

ଏହି ଆଇନର ଦଫା ୧୬ ଏବଂ ୩୫ ରେ ଥିବା ବ୍ୟବସ୍ଥା ବ୍ୟତୀତ କୌଣସି ଦେବାନୀ ଅଦାଲତ ଏହି ଆଇନ ସମ୍ପର୍କୀୟ କୌଣସି ମାମଲା ବିଚାର ପାଇଁ ଗ୍ରହଣ କରିପାରିବେ ନାହିଁ ।

ନିୟମାବଳୀ ପ୍ରଣୟନ ପାଇଁ କ୍ଷମତା

  1. ରାଜ୍ୟ ସରକାର ଏହି ଆଇନର ସମସ୍ତ ବା କୌଣସି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଇବା ଉଦ୍ଦେଶ୍ୟରେ, ସେ ଉଦ୍ଦେଶ୍ୟରେ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରି ଏହି ଆଇନର ବ୍ୟବସ୍ଥାକୁ ଖାପ ଖୁଆଇଲା ଭଳି ନିୟମମାନ ପ୍ରଣୟନ କରିପାରିବେ ।
  2. ପୂର୍ବୋକ୍ତ କ୍ଷମତାମାନଙ୍କର କୌଣସି ବିରୁଦ୍ଧାଚରଣ ନ କରି ଏହି ଆଇନ ଅଧୀନରେ ଧାର୍ଯ୍ୟ ହେବାକୁ ଥିବା କୌଣସି ବିଷୟରେ ସେପରି ନିୟମମାନ ପ୍ରଣୟନ କରାଯାଇପାରେ ।
  3. ଏହି ଦଫାନୁଯାୟୀ ପ୍ରଣୟନ କରାଯାଇଥିବା ନିୟମମାନ, ପ୍ରଣୀତ ହେବା ପରେ ରାଜ୍ୟ ବିଧାନସଭା ସମୁଦାୟ ଚଉଦ ଦିନ ପାଇଁ ଅଧିବେଶନରେ ଥିବା ସମୟରେ ଉପସ୍ଥାପିତ କରାଯିବ ଏବଂ ବିଧାନସଭା ଦ୍ଵାରା କରାଯାଇଥିବା ପରିବର୍ତ୍ତନ ସାପେକ୍ଷରେ  ସେପରି ନିୟମାବଳୀ କାର୍ଯ୍ୟକାରୀ ହେବ: ଉଲ୍ଲେଖ ଥାଉକି,କଥିତ ସମୟ ସୀମା ଶେଷ ନ ହେବା ପର୍ଯ୍ୟନ୍ତ, ଦଫା ୨୦ରେ ଉଲ୍ଲେଖ ଥିବା ଜଳକର ସମ୍ପର୍କରେ ନିୟମମାନ ପ୍ରଣୀତ ହୋଇ ନାହିଁ ବୋଲି ଧରାଯିବା ।

ସତ୍ତ୍ଵଲିପିର ରିଭିଜନ

  1. ଅନ୍ୟ କୌଣସି ପ୍ରଚଳିତ ଆଇନ କିମ୍ବା ଚୁକ୍ତି,ପ୍ରଥା,ପରମ୍ପରା ବ ଚଳଣିରେ ଯେକୌଣସି ବ୍ୟବସ୍ଥା ଥିବା ସତ୍ତ୍ୱେ ରାଜ୍ୟସରକାର ରେଣ୍ଟ ସେଟେଲ୍ମେଣ୍ଟ ଚାଲିଥିବା ସମୟରେ କୌଣସି ରେଭିନ୍ୟୁ ଅଫିସରଙ୍କୁ କୌଣସି ଜମି ସମ୍ପର୍କରେ ନିମ୍ନ ବ୍ୟବସ୍ଥା ମଧ୍ୟରୁ କୌଣସି ଏକ ବ ଉଭୟ ବ୍ୟବସ୍ଥାକୁ ଭିତ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇପାରିବେ-
    • ସେପରି ଜମି ପୂର୍ବେ ଯେଉଁ ସୂତ୍ରରୁ ଜଳସେଚିତ ହେଉଥିଲା, ଇରିଗେସନ ଅଫିସରଙ୍କ ସହ ପରାମର୍ଶ କରି ଅନ୍ୟ କୌଣସି ଏକ ଜଳସେଚନର ମାଧ୍ୟମ ପ୍ରଦାନ କରିବା; ଏବଂ
    • ଯେଉଁ କ୍ଷେତ୍ରରେ ସେପରି ଜମିର ଜଳସେଚନ ଦେୟ ସହ ଖଜଣା ଏକାଠି ହୋଇ ଅଦାୟ କରାଯାଉଥାଏ,ସେପରି ଜମିର ଖଜନରୁ ଜଳସେଚନ ସମ୍ପର୍କୀୟ ଦେୟକୁ ପୃଥକ କରିବା  ।
  2. ରେଭିନ୍ୟୁ ଅଫିସର ଉପଦଫା(୧) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିବା ପରେ,ସମ୍ପୃକ୍ତ ଜମିର ସତ୍ତ୍ଵଲିପିକୁ ତଦନୁଯାୟୀ ସଂଶୋଧନ କରିବେ ଏବଂ ସେ ସମ୍ପର୍କରେ କ୍ଷେତ୍ରାଧିକର ଥିବା ଇରିଗେସନ ଅଫିସରଙ୍କୁ ଜଣାଇବେ, ଯେ କି ତଦନୁଯାୟୀ ଜଳସେଚନ ଦେୟ ନିର୍ଦ୍ଧାରାଣ କରିବେ।
  3. ସଂଶୋଧନ କରାଯାଇସାରିବା ପରେ, ରେଭିନ୍ୟୁ ଅଫିସର ଜମିର ଖଜଣା ପୁନଃ ନିର୍ଦ୍ଧାରଣ କରିପାରିବେ।
  4. ଆଗ୍ରହୀଥିବା ବ୍ୟକ୍ତିମାନଙ୍କୁ ଶୁଣାଣୀର ଯଥେଷ୍ଟ ସୁଯୋଗ ନ ଦେଇ ରେଭିନ୍ୟୁ ଅଫିସର ଏହି ଦଫା ଅଧୀନରେ କୌଣସି ଚୁଡାନ୍ତ ଅର୍ଡର ପାସ କରିପାରିବେ ନାହିଁ ।
  5. ରେଭିନ୍ୟୁ ଅଫିସରଙ୍କ ଦ୍ଵାରା ଏହି ଦଫାନୁଯାୟୀ ପାସ କରାଯାଇଥିବା ଅର୍ଡର ବିରୁଦ୍ଧରେ,ସେପରି ଅର୍ଡର ପାସ ହେବା ତାରିଖ ଠାରୁ ୩୦ ଦିନ ମଧ୍ୟରେ ଧାର୍ଯ୍ୟ କର୍ତ୍ତୁପକ୍ଷଙ୍କୁ ଅପିଲ କରାଯାଇପାରିବ ।

ଉତ୍ତମ ବିଶ୍ଵାସ ଅନୁଯାୟୀ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କର ସୁରକ୍ଷା ଏବଂ ମାମଲା କିମ୍ବା ଅଭିଯୋଗ ଦାଏର କରିବାର ସମୟ ସୀମା

  1. ଏହି ଆଇନ ଅନୁଯାୟୀ କ୍ଷମତାପ୍ରାପ୍ତ ଥିବା କୌଣସି ଅଫିସର ବା କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ, ସେ ଏହି ଆଇନ ବା ଏହି ଆଇନ ଅଧୀନରେ ପ୍ରଣୀତ ନିୟମାବଳୀ ଅନୁଯାୟୀ ଉତ୍ତମ ବିଶ୍ଵାସରେ କରିଥିବା କାର୍ଯ୍ୟ ପାଇଁ କୌଣସି ମାମଲା ବା ଅଭିଯୋଗ ଦାଏର କରାଯାଇପାରିବ ନାହିଁ ।
  2. ଏହି ଆଇନ ଅନୁଯାୟୀ କ୍ଷମତାପ୍ରାପ୍ତ ଥିବା କୌଣସି ଅଫିସର ବା କୌଣସି ବ୍ୟକ୍ତି ବିରୁଦ୍ଧରେ ସେ ଉତ୍ତମ ବିଶ୍ଵାସରେ  କରିଥିବା କାର୍ଯ୍ୟ ପାଇଁ, ଅଭିଯୋଗ ହେବା ତାରିଖଠାରୁ ଛଅମାସ ମଧ୍ୟରେ ଯଦି ମାମଲା ବା ଅଭିଯୋଗ  ଦାଏର କରା ନ ଯାଏ,ତେବେ ତାହା ଗ୍ରହଣୀୟ ହେବା ନାହିଁ ।

ଅସୁବିଧା ଦୂରୀକରଣ ପାଇଁ କ୍ଷମତା

ଏହି ଆଇନର ବ୍ୟବସ୍ଥାମାନଙ୍କୁ କାର୍ଯ୍ୟକାରୀ କରାଇବାରେ ଯଦି କୌଣସି ଅସୁବିଧା ଦେଖାଦିଏ,ତେବେ ତାହାର ଦୂରୀକରଣ ନିମନ୍ତେ ରାଜ୍ୟ ସରକାର ଏହି ଆଇନ ଅନୁଯାୟୀ ଯୁକ୍ତି ଯୁକ୍ତିଯୁକ୍ତ ପଦକ୍ଷେପ ନେଇ ପାରିବେ ।

୧୯୭୪ ମସିହାରେ ୨୧ ନମ୍ବର ଓଡିଆ ଆଇନର ଦଫା ୧୨ ସେଭିଙ୍ଗ- ଏହି ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ମୂଳ ଆଇନର ଦଫା ୨୧ ଅନୁଯାୟୀ କୌଣସି ବ୍ଲକରେ ଅବସ୍ଥିତ ଜମି ସମ୍ପର୍କରେ ସମ୍ପାଦନ କରାଯାଇଥିବା ଚୁକ୍ତିନାମର ମିଆଦ ନ ପୂରିବା ପୂର୍ବରୁ ଏହି ଆଇନ ଦ୍ଵାରା ସଂଶୋଧିତ ମୂଳ ଆଇନର ବ୍ୟବସ୍ଥା ସେପରି ଚୁକ୍ତିନାମା ପ୍ରତି ଲାଗୁ ହେବା ନାହିଁ ଏବଂ ସେପରି ଚୁକ୍ତିନାମ ଉପରିକଥିତ ସମୟ ମଧ୍ୟରେ ବଳବତ୍ତର ରହିବା। ।

ତଫସିଲ

(ଦ୍ରଷ୍ଟବ୍ୟ- ଦଫା ୩)

ସଂକ୍ଷିପ୍ତ ଶିରୋନାମା

  • ବେଙ୍ଗଲ ଇରିଗେସନ ଆକ୍ଟ   ୧୮୭୬ ।
  • ସେଣ୍ଟ୍ରାଲ ପ୍ରଭିନସେସ ଇରିଗେସନ ଆକ୍ଟ,୧୯୩୧।
  • ନର୍ଦନ ଇଣ୍ଡିଆ କ୍ୟାନଲ ଆଣ୍ଡ ଡ୍ରେନେଜ ଆକ୍ଟ, ୧୮୭୩ ।
  • ମାଦ୍ରାସ ଇରିଗେସନ ସେସ ଆକ୍ଟ ୧୮୬୫

 

ପରିସର

  • ରାଜ୍ୟ ସହ ମିଶ୍ରଣ ପୁର୍ବରୁ ପୁରାତନ କଟକ,ପୁରୀ ଓ ବାଲେଶ୍ଵର ଜିଲ୍ଲା ଏବଂ ଫୁଲବାଣୀ ଜିଲ୍ଲାର କନ୍ଧମାଳ ସବଡିଭିଜନ ।
  • କଳାହାଣ୍ଡି ଜିଲ୍ଲାର ନୂଆପଡା ସବଡିଭିଜନର ପୂର୍ବତନ କେନ୍ଦ୍ର ପ୍ରଦେଶ ଅଞ୍ଚଳ ଏବଂ ସମ୍ବଲପୁର ଜିଲ୍ଲାର ସଦର ସବଡିଭିଜନରେ ଥିବା ପୂର୍ବତନ କେନ୍ଦ୍ର ପ୍ରଦେଶ ଅଞ୍ଚଳ ।
  • ୧୯୩୬ ମସିହାରେ ଓଡ଼ିଶାକୁ ହସ୍ତାନ୍ତରେ କରାଯାଇଥିବା ସମ୍ବଲପୁର ଜିଲ୍ଲାର ଷ୍ଟେଟ ଏରିଆ ଓ କେନ୍ଦ୍ର ପ୍ରଦେଶ ବ୍ୟତୀତ ଅନ୍ୟ ସମସ୍ତ ଅଞ୍ଚଳ।
  • ଗଞ୍ଜାମ ଏବଂ କୋରାପୁଟ ଜିଲ୍ଲା ଏବଂଫୁଲବାଣୀ ଜିଲ୍ଲାର ବାଲିଗୁଡା ସବଡିଭିଜନ ।

ଆଧାର - ଦ ଲ ହାଉସ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top