ବର୍ଷାଧର ଉପରେ ନିର୍ଭର କରି କରାଯାଇଥିବା ଚାଷକୁ ସାଧାରଣତଃ ବର୍ଷଧାର ଚାଷ କୁହାଯାଏ । ଆମ ରାଜ୍ୟରେ ବର୍ଷାଧାର ଉପରେ ନିର୍ଭର କରି ୭୦ ପ୍ରତିଶତ ଚାଷ ଜମିରେ ଫସଲ ଚାଷ ହୋଇଥାଏ ।
ବୃଷ୍ଟିପୁଷ୍ଟି ଅଞ୍ଚଳରେ ଅଧିକ ପରିମାଣରେ ଜଳସେଚନ ବ୍ୟବସ୍ଥା କରାଯାଇ ପାରିବ ନାହିଁ । ଚାଷୀଙ୍କର ଜମିର ପରିମାଣ କମ୍ ଓ ଯୋତ ଟୁକୁରା ଟୁକୁରା ହୋଇ ରହିଥାଏ । ନୂତନ ଚାଷ କୌଶଳ ଅନୁସରଣ କରିବାର କ୍ଷମତା ଏମାନଙ୍କର ସୀମିତ ; ଫଳରେ ଚାଷୀମାନେ ପାରମ୍ପରିକ ଚାଷ ପଦ୍ଧତି ଅନୁସରଣ କରନ୍ତି । ଏହିପରି ବହୁବିଧି ସମସ୍ୟା ରହିଥିଲେ ମଧ୍ୟ ମରୁଡ଼ିର ମୁକାବିଲା ଏବଂ ବୃଷ୍ଟିପୃଷ୍ଟ ଚାଷର ବିକାଶ ପାଇଁ ବୈଷୟିକ କୌଶଳ ବାହାରିଲାଣି । ଏହି କୌଶଳ ଚାଷୀମାନେ ଅନୁସରଣ କରିପାରିଲେ ଧୂସର ଜମିରେ ମଧ୍ୟ ସବୁଜିମା ଭରିଯିବା ।
ଫସଲ ଯୋଜନା
ମୌସୁମୀ ବର୍ଷା ଆରମ୍ଭ ଓ ଶେଷ ବ୍ୟବଧାନକୁ ବର୍ଷାକାଳୀନ ଫସଲ ବୃଦ୍ଧି ସମୟ କୁହାଯାଏ । ଏହାପରେ ମାଟିରେ ସଂଚିତ ଜଳର ପରିମାଣ ଅନୁସାରେ ରବି ଋତୁର ଫସଲ ବୃଦ୍ଧି ସମୟ ସ୍ଥିର କରାଯାଏ । ଫସଲ ବୃଦ୍ଧି ରିତୁକୁ ବିଚାରକୁ ନେଇ ବର୍ଷକାଳୀନ ଫସଲ ଆଗୁଆ ବୁଣି ଆଗତୁରା ଅମଳ କରିବା ପରେ ମାଟିର ବତରକୁ ବିନିଯୋଗ କରି ଦ୍ଵିତୀୟ ଫସଲଟିଏ ନିଆଯାଇପାରିବା । ଏପରି ଫସଲ ଯୋଜନାଟିଏ ସ୍ଥିର କଲାବେଳେ ଯେଉଁ କେତେକ ଦିଗ ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ ସେଗୁଡିକ ହେଲା :
ସ୍ଵସ୍ଥାନ ଜଳ ସଂରକ୍ଷଣ
ବର୍ଷାଜଳ ଯେଉଁ ସ୍ଥାନରେ ପଡେ ସେହି ସ୍ଥାନରେ ଏହାକୁ ସଂରକ୍ଷଣ କରିବାକୁ ସ୍ଵସ୍ଥାନ ଜଳ ସଂରକ୍ଷଣ କୁହାଯାଏ । ବର୍ଷାର ତୀବ୍ରତା ତୁଳନାରେ ମାଟି ମଧ୍ୟକୁ ପ୍ରବେଶ କରୁଥିବା ଜଳର ଗତି କମ ହେଲେ ମାଟି ଉପରେ ଜଳ ବୋହିଯାଏ । ଏ ପ୍ରକାର ଜଳକ୍ଷୟକୁ ବନ୍ଦ କରି ଏହାକୁ ଫସଲ ଉତ୍ପାଦନ ପାଇଁ ମାଟି ମଧ୍ୟରେ ସଂଚିତ କରି ରଖିବା ପାଇଁ କେତେକ କୌଶଳ ଅନୁସରଣ କରାଯାଏ । ସେଗୁଡିକ ହେଲା –
ଏହି ସବୁ କୌଶଳ ଅନୁସରଣ କରିବା ପୂର୍ବରୁ ବର୍ଷା ପରିମାଣ , ମୃତ୍ତିକାର ବୟନ , ଜମିର ଅବସ୍ଥିତି , ଚାଷ କରାଯାଉଥିବା ଫସଲ ଏବଂ ଚାଷ ପ୍ରଣାଳୀକୁ ବିଚାରକୁ ନେବା ଆବଶ୍ୟକ ।
ବର୍ଷାଜଳ ଅମଳ ଓ ବିନିଯୋଗ
ଭୂପୃଷ୍ଠ ପରିବାହୀ ଜଳକୁ ସଂଗ୍ରହ କରି ସାଇତି ରଖି ପାରିଲେ ବର୍ଷାଦିନିଆ ଫସଲର ସଂକଟ କାଳିରେ ଏହାକୁ ଜୀବନ ରକ୍ଷାକାରୀ ଜଳସେଚନ ରୂପେ ବ୍ୟବହାର କରଯାଇପାରିବା କିମ୍ବା ରବି ଫସଲ ପାଇଁ ବ୍ୟବହାର କରାଯାଇପାରିବ । ଯେଉ କୌଶଳ ମାଧ୍ୟମରେ ଏପରି କୌଶଳ ମାଧ୍ୟମରେ ଏପରି ବର୍ଷାଜଳ ଅମଳ କରାଯାଇପାରିବ ସେଗୁଡିକ ହେଲା –
ଜଳ ଅମଳ ପ୍ରକଳ୍ପ ନିର୍ମାଣ କାଳର ଭୂତଳ ପତନର ଉନ୍ନତି ଘଟେ; ଯାହାକି ଫସଲ ଚାଷ ପାଇଁ ଅନୁକୂଳ ।
ବୈକଳ୍ପିକ ଭୂ – ବିନିଯୋଗ
ପାହାଡିଆ ଓ ସମତଳ ଅଞ୍ଚଳରେ ହିଡ ନଥିବା ଢିପ ଜମିରେ କ୍ଷେତ୍ର ଫସଲ ପରିବର୍ତ୍ତେ ବିକଳ୍ପ ଚାଷ କଲେ ଜଳ ଓ ମାଟି ସଂରକ୍ଷଣ ସହିତ ଫସଲ ଅମଳରେ ସ୍ଥିରତା ଆସିଥାଏ । ଏହିପରି ଚାଷ ପ୍ରଣାଳୀ ଗୁଡିକ ହେଲା :
ଏହି ପ୍ରକାର ବିକଳ୍ପ ଚାଷ ପ୍ରଣାଳୀ ଅନୁସରଣ କଲାବେଳେ ଜଳବାଯୁ , ମୃତ୍ତିକା ଓ ବର୍ଷର ପରିମାଣକୁ ବିଚାରକୁ ନେବା ଆବଶ୍ୟକ ।
ସମନ୍ଵିତ ଜଳ ବିଭାଜିକା ପରିଚାଳନା
ଜଳବିଭାଜିକା ଅଞ୍ଚଳରେ ବର୍ଷା ଜଳକୁ ସଂରକ୍ଷଣ କରିବା ସହିତ ମୃତ୍ତିକା କ୍ଷୟକୁ ମଧ୍ୟ ନିରୋଧ କଟଜୟ ଏଲକା ଚାଷ ଉପଯୋଗୀ ଅଞ୍ଚଳ ସୃଷ୍ଟି କରାଯାଏ । ଜମିର ସାମର୍ଥ୍ୟକୁ ଚାହିଁ ଏହାର ସୁବିନିଯୋଗ କରାଯାଏ । ସାଧାରଣତଃ ଜଳ ବିଭାଜିକା ଅଞ୍ଚଳରେ ଯେଉଁ ସବୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଏ । ସେଗୁଡିକ ହେଲା –
ଜଳ ବିଭାଜିକା ମଧ୍ୟରେ ଜମିର ଉପଚାର କରିବା ସହିତ ଉନ୍ନତ ଚାଷ କୌଶଳ ଅନୁସରଣ କରାଯାଏ । ବୃକ୍ଷରୋପଣ , କୃଷି ଜଙ୍ଗଲ , ଫଳଚାଷ ଓ ଫସଲ ଚାଷ ସହୀୟତ ଆନୁଷଙ୍ଗିକ କୃଷି ହିସାବରେ ଗୋପାଳନ , ବତକ ଚାଷ , କୁକୁଡା ଚାଷ , ଛେଳି – ମେଣ୍ଢା ଚାଷ , କୁଟୀର ଶିଳ୍ପ ଇତ୍ୟାଦି କରାଯାଇ ଏହି ଅଞ୍ଚଳରେ ସମନ୍ୱିତ ବିକାଶ କରାଯାଏ ।
ପ୍ରତିପୋଷଣକ୍ଷମ ବୃଷ୍ଟିପୁଷ୍ଟ ଚାଷ ପାଇଁ ଚାଷୀମାନେ କେତେକ ନିର୍ଦ୍ଧିଷ୍ଟ କୌଶଳ ଉପରେ ନିର୍ଭର କରିବା ଆବଶ୍ୟକ ।
ପ୍ରତିଷେଧକ ବ୍ୟବସ୍ଥା -
ଜମିର ସାମର୍ଥ୍ୟକୁ ଚାହିଁ ବୃକ୍ଷରୋପଣ , ଫଳଚାଷ , ବାଉଁଶ ଚାଷ , ଘାସ ଚାଷ , ଔଷଧୀୟ ବୃକ୍ଷ ଚାଷ ଇତ୍ୟାଦି କରାଯାଏ । ସାମୂହିକ ଭାବରେ ଗାଁ ଲୋକମାନେ ପ୍ରତିପୋଷଣ କ୍ଷମ ବୃଷ୍ଟି ପୃଷ୍ଟ ଚାଷ କୌଶଳ ଅନୁସରଣ କରିବା ଉଚିତ ।
ଆଧାର - ମିଳିତ ଜାତିସଂଘ ଉନ୍ନୟନ କାର୍ଯ୍ୟକର୍ମ ଓ ଭାରତ ସରକାରଙ୍କ ସାହାଯ୍ୟପ୍ରାପ୍ତ, କୃଷି ସାଂପ୍ରସାରଣ ପରିଚଳନା ପ୍ରତିଷ୍ଠାନ, ଭୂବନେଶ୍ଵର
Last Modified : 7/4/2020