ଜଳଛାୟା କ’ଣ ?
ଜଳଛାୟା ହେଉଛି ଏକ ଜିଓ – ଜାଇଡ୍ରୋଲୋଜିକାଲ ୟୁନିଟ ବା ଏକ ଅଞ୍ଚଳ ଯାହାର ଜଳ ଗୋଟିଏ ପଏଣ୍ଟରେ ନିଷ୍କାସିତ ହୋଇଥାଏ ।
ଜଳଛାୟା ପ୍ରକଳ୍ପର ମୌଳିକ ଉପାଦାନ
ୟୁନିଟ ଅଞ୍ଚଳ ହେଉଛି ନିଷ୍କାସନ ପଏଣ୍ଟ ଚାରିପଟେ ପ୍ରାୟ ୧୦୦୦-୫୦୦୦ ହେକ୍ଟ୍ର । ପ୍ରକଳ୍ପର ଅବଧି ହେଉଛି ୫ ବର୍ଷ ।
ଆଇ.ଡବ୍ଲୁ.ଏମ୍.ପି. ଅଧିନରେ ଲୋକମାନଙ୍କର ଅଂଶଗ୍ରହଣ ଜରିଆରେ ବୃଷ୍ଟିଜଳ ପ୍ଲାବିତ/ପତିତ ଅଞ୍ଚଳର ବିକାଶ କରାଯାଇଥାଏ । ଭୂସଂପଦ ମନ୍ତ୍ରଣାଳୟର କ୍ଷେତ୍ରୀୟ ବିକାଶ କାର୍ଯ୍ୟକ୍ରମ ଯଥା ମରୁଡି ପ୍ରବଣ ଅଞ୍ଚଳ କାର୍ଯ୍ୟକ୍ରମ, ମରୁ ଅଞ୍ଚଳ ବିକାଶ କାର୍ଯ୍ୟକ୍ରମ, ଏବଂ ସମନ୍ଵିତ ଜଳଛାୟା ଅଞ୍ଚଳ କାର୍ଯ୍ୟକ୍ରମ ସବୁକୁ ଏକତ୍ରିତ କରି ଏକକ ପରବର୍ତ୍ତିତ କାର୍ଯ୍ୟକ୍ରମରେ ପରିଣତ କରି ଏହାକୁ ସମନ୍ଵିତ ଜଳଛାୟା ପରିଚାଳନା କାର୍ଯ୍ୟକ୍ରମ ନାମକରଣ କରାଯାଇଛି । ଏହା ୨୦୦୯ ଫ୍ରେବୃୟାରୀ ୨୬ ତାରିଖଠାରୁ କାର୍ଯ୍ୟକାରୀ କରାଯାଇଛି । ସମ୍ବଳର ସର୍ବୋଚ୍ଚ ଉପଯୋଗ, ଧାରଣଶୀଳ ଲାଭ ହାସଲ ତଥା ସମନ୍ଵିତ ଯୋଜନା ଲାଗି ଏହି ସବୁ କାର୍ଯ୍ୟକ୍ରମର ଏକତ୍ରିକରଣ କରାଯାଇଛି ।
ଆଇ.ଡବ୍ଲୁ.ଏମ୍.ପି.ର ଆଭିମୁଖ୍ୟ ସବୁ ହେଲା :-
ଆଇ.ଡବ୍ଲୁ.ଏମ୍.ପି.ର ମୁଖ୍ୟ ଉପାଦାନ ସବୁ ନିମ୍ନରେ ପ୍ରଦତ୍ତ ହୋଇଛି : -
ଜଳଛାୟା ପ୍ରକଳ୍ପ ଅଧିନରେ ମୁଖ୍ୟ କାର୍ଯ୍ୟ ସବୁ ହେଲା :-
ନୂତନ ପ୍ରକଳ୍ପ ସବୁ ଚୟନ କଲାବେଳେ ରାଜ୍ୟ ସରକାରମାନେ ନିମ୍ନ ସବୁ ପ୍ରତି ଧ୍ୟାନ ଦିଅନ୍ତି : -
ଦାରିଦ୍ର୍ୟ ସୂଚକାଙ୍କ ( ଲୋକସଂଖ୍ୟା ତୁଳନାରେ ଗରିବଙ୍କ ପ୍ରତିଶତ) ତଫସିଲ ଭୁକ୍ତ ଜାତି/ଉପଜାତି ଲୋକ ପ୍ରତିଶତ, ବାସ୍ତବିକ ମଜୁରୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପ୍ରତିଶତ, ଭୂତଳ ଜଳର ସ୍ଥିତି, ଆର୍ଦ୍ରତା ସୂଚକାଙ୍କ/ଡି.ପି.ଏପି./ଡି.ଡି.ପି ବ୍ଲପକ, କୃଷି ଜଳ ପ୍ଲାବିତ ଅଞ୍ଚଳରେ କୃଷିର ସ୍ତର, ପାନୀୟ ଜଳ ଅଭାବର ସ୍ଥିତି, ପତିତ ଜମି, ଜମିର ଉତ୍ପାଦକତା ସ୍ତର, ନିକଟରେ ଜଳଛାୟାର ଅବସ୍ଥିତି, ସମତଳ ଅଞ୍ଚଳରେ କ୍ଲଷ୍ଟର ପଦ୍ଧତି ।
ପ୍ରକଳ୍ପ ଅବଧିକୁ ନମନୀୟ ରଖାଯାଉଛି ଏବଂ ଏହା ୪ ରୁ ୬ ବର୍ଷ ମଧ୍ୟରେ ହୋଇପାରେ ।
ସମତ ଅଞ୍ଚଳରେ ଏକର ପିଛା ୟୁନଟ ବ୍ୟୟ ହେଉଛି ୧୨୦୦୦ଟଙ୍କା ଏବଂ ପାର୍ବତ୍ୟ ଓ କଷ୍ଟସାଧ୍ୟ ଅଞ୍ଚଳ ପାଇଁ ୟୁନିଟ ବ୍ୟୟ ହେଉଛି ହେକ୍ଟର ପିଛା ୧୫୦୦୦ ଟଙ୍କା । ଏହି ଅର୍ଥ ପ୍ରକଳ୍ପ ଅଧିନରେ ଯୋଗାଇ ଦିଆଯାଇଥାଏ । ସୁତରାଂ ୫୦୦୦ ହେକ୍ଟର ବିଶିଷ୍ଟ ଜଳଛାୟା ପ୍ରକଳ୍ପ ଲାଗି ବଜେଟ ହେବ ୬୦୦ ଲକ୍ଷ ଟଙ୍କା ।
ପାଣ୍ଠି ତିନି କିସ୍ତିରେ ୨୦ପ୍ରତିଶତ, ୫୦ ପ୍ରତିଶତ ଓ ୩୦ ପ୍ରତିଶତ ହାରରେ ଯୋଗାଇ ଦିଆଯାଇଥାଏ ।
ପ୍ରକଳ୍ପ ଅନୁମୋଦନ ତାରିଖରୁ ପ୍ରକଳ୍ପର ଆରମ୍ଭ ତାରିଖ ବୋଲି ଧରାଯାଏ ।
ପାଣ୍ଠି ସାଧାରଣତଃ ଏକ ଜାତୀୟକରଣ ବ୍ୟାଙ୍କରେ ଖୋଲା ଯାଇଥିବା ଯୁଗ୍ମ ଆକାଉଣ୍ଟ ଜରିଆରେ ଅପରେଟ କରାଯାଇଥାଏ । ଏହି ଆକାଉଣ୍ଟକୁ ଜଳଛାୟା ପ୍ରକଳ୍ପ ଆକାଉଣ୍ଟ ବୋଲି କୁହାଯାଏ । ଏହାକୁ ଜଳଛାୟା ସଚିବ ତଥା ଡବ୍ଲୁ . ଡି.ଟି.ର ମନୋନୀତ ବ୍ୟକ୍ତି ଯୁଗ୍ମ ଭାବରେ ଅପରେଟ କରିଥାନ୍ତି ।
ଜଳଛାୟାର ବିକାଶ ଲାଗି ଯେଉଁ ପ୍ରକଳ୍ପ ଅଞ୍ଚଳ ହାତକୁ ନିଆଯିବ ତାହା ଜିଲ୍ଲା ପରସପେକ୍ଟିଭ ଯୋଜନା ଅନ୍ତର୍ଭୁକ୍ତ ହୋଇଥିବା ଦରକାର । ସବୁ ଜିଲ୍ଲା ପରସପେକ୍ଟିଭ ଯୋଜନା ସବୁ ରାଜ୍ୟ ସ୍ତରରେ ଏକତ୍ରିତ କରାଯାଇଥାଏ । ଏସବୁକୁ ନେଇ ରାଜ୍ୟ ପରସପେକ୍ଟିଭ ଓ ଷ୍ଟ୍ରାଟେଜିକ ଯୋଜନା ୧୫ ବର୍ଷ ଲାଗି ପ୍ରସ୍ତୁତ କରାଯାଏ ଏହାକୁ ୧୧ ଯୋଜନାରୁ ୧୪ ଯୋଜନା ପର୍ଯ୍ୟନ୍ତ ହେବ । ଏଭଳି ଯୋଜନା ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟର ସବୁ ବୃଷ୍ଟି ଜଳପ୍ଲାବିତ ତଥା ପତିତ ଅଞ୍ଚଳ ଜଳଛାୟାର ବିକାଶ କରିବା।
ଏସ୍.ଏଲ୍.ଏନ୍.ଏ. ବୈଠକରେ ପ୍ରାଥମିକ ପ୍ରକଳ୍ପ ରିପୋର୍ଟ ସବୁ ଉପରେ ଆଲୋଚନା କରାଯାଏ ତଥା ଅନୁମୋଦନ ମଧ୍ୟ କରାଯାଏ । ତାପରେ ଅନୁମୋଦିତ ରିପୋର୍ଟ ଗୁଡ଼ିକୁ ଆଇ.ଡବ୍ଲୁ.ଏମ୍.ଏ. ରିଷ୍ଟଅରିଂ କମିଟିର ସମୀକ୍ଷା ଓ ଅନୁମୋଦନ ଲାଗି ଉପସ୍ଥାପନ କରାଯାଏ । ଷ୍ଟିଅରିଂ କମିଟିର ଅନୁମୋଦନ ପରେ ପ୍ରକଳ୍ପ ଗୁଡ଼ିକୁ ଏସ୍.ଏଲ୍.ଏନ୍.ଏ. ଦ୍ଵାରା ମଞ୍ଜୁର କରାଯାଏ ।
ଜଳଛାୟା ବିକାଶ ପାଣ୍ଠି ହେଉଛି ଗୋଷ୍ଠୀ ସଂପତ୍ତି ଉପରେ ନିର୍ମିତ ସଂପଦ ତଥା ପ୍ରକଳ୍ପ ସଂପନ୍ନ ହେବା ପରେ ତାହାର ରକ୍ଷାଣବେକ୍ଷଣ ଲାଗି ଉର୍ଦ୍ଧିଷ୍ଟ । ତେବେ ବ୍ୟକ୍ତିଗତ ହିତ ଲାଗି ଉର୍ଦ୍ଧିଷ୍ଟ କାର୍ଯ୍ୟଗୁଡିକ ପାଇଁ ଏହି ପାଣ୍ଠି ଅଧିନରେ ରକ୍ଷଣାବେକ୍ଷଣ / ମରାମତି ଲାଗି ପାଣ୍ଠି ମିଳିବ ନାହିଁ ।
ଯେଉଁ ହିତାଧିକାରୀ ମାନଙ୍କ ଜମି ଉପରେ କାର୍ଯ୍ୟ ସଂପନ୍ନ ହୋଇଛି ସେମାନଙ୍କ ଅବଦାନକୁ ନେଇ ଏହି ପାଣ୍ଠି ଗଠନ କରାଯାଇଥାଏ । ଏହି ଅବଦାନ ରାଶି ହେଉଛି ପ୍ରକଳ୍ପ ବ୍ୟୟର ଅନ୍ୟୂନ ୧୦ ପ୍ରତିଶତ ରାଶି । ତେବେ ତହସିଲ ଭୁକ୍ତ ଜାତି/ଉପଜାତି ଓ ବିପିଏଲ୍ ପରିବାରଙ୍କ କ୍ଷେତ୍ରରେ ଏହା ୫ ପ୍ରତିଶତ ହେବ । ଏହି ଅବଦାନ ମୁଦ୍ରା ବା ସାମଗ୍ରୀ ହୋଇପାରେ । ତେବେ ଅନ୍ୟ ବ୍ୟୟ ସଘନ ଚାଷ ବ୍ୟବସ୍ଥା ଯଥା ଜଳଜୀବ ଚାଷ, ଉଦ୍ୟାନ କୃଷି, ଆଗ୍ରୋ – ଫରେଷ୍ଟ୍ରି, ପଶୁ ପାଳନ ଆଦି ଘରୋଇ ଜମି ଉପରେ ହେଲେ ଯେଉଁଥିରେ ସିଧାସଳଖ ଲାଭ ବ୍ୟକ୍ତିଗତ ଚାଷୀଙ୍କ ଲାଗି ହୋଇଥାଏ, ସେ ସ୍ଥଳରେ ଅବଦାନ ସାଧାରଣ ବର୍ଗର ଚାଷୀଙ୍କ ଲାଗି ୪୦ ପ୍ରତିଶତ, ତହସିଲ ଭୁକ୍ତି ଜାତି / ଉପଜାତି ହିତାଧିକାରୀଙ୍କ ଲାଗି ୨୦ ପ୍ରତିଶତ ହେବ ।
ଜଳଛାୟା ଲୋକମାନଙ୍କୁ ଜଳଛାୟା ପ୍ରକଳ୍ପ ଯୋଜନା ଓ କାର୍ଯ୍ୟାନ୍ଵୟନ ପାଇଁ ସୁଯୋଗ ଦେଇଥାଏ ।
ଗୋଷ୍ଠୀ ଗଠନ
ସମ ମନୋଭାବ ସଂପନ୍ନ ଲୋକମାନେ ଉପଯୋଗକାରୀ ଗୋଷ୍ଠୀ ବା ଆତ୍ମ ସହାୟତା ଗୋଷ୍ଠୀ ଗଠନ କରିପାରନ୍ତି । ସେମାନେ ଜୀବନଧାରଣ ଯେଉଁ ସଂପଦା ଉପରେ ନିର୍ଭରଶୀଳ ତାହାର ବିକାଶ ଦାୟିତ୍ଵ ତୁଲାଇଥାନ୍ତି ।
ଆତ୍ମ ସହାୟତା ଗୋଷ୍ଠୀ କ’ଣ ? ସେମାନେ ଆଇ.ଡବ୍ଲୁ.ଏମ୍.ପି. ଅଧିନରେ କିଭଳି ଉପକୃତ ହୋଇଥାନ୍ତି ?
ଜଳଛାୟା କମିଟି ସାଧାରଣତଃ ଗରିବ, କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଚାଷୀ ପରିବାର, ଭୂମି ଓ ସଂପଦହୀନ କୃଷି ଶ୍ରମିକ, ମହିଳା, ତହସିଲ ଭୁକ୍ତ ଜାତି ଓ ଉପଜାତି ଲୋକଙ୍କୁ ନେଇ ଗଠିତ ଆତ୍ମ ସହାୟତା ଗୋଷ୍ଠୀ ସବୁକୁ ନେଇ ଗଠିତ ହୋଇଥାଏ । ଗୋଷ୍ଠୀମାନଙ୍କର ସମାନ ପରିଚୟ ଓ ସ୍ଵାର୍ଥ ଥିବା ଦରକାର ତଥା ସେମାନେ ଜଳଛାୟା ଉପରେ ନିର୍ଭରଶୀଳ ହୋଇଥିବେ । ପ୍ରତ୍ୟେକ ଆତ୍ମ ସହାୟତା ଗୋଷ୍ଠୀକୁ ରିଭଲଭିଂ ପାଣ୍ଠି ଯୋଗାଇ ଦିଆଯାଇଥାଏ । ଏହି ପାଣ୍ଠି କେତେ ହେବ ତାହା ଭୂ ସଂପଦ ବିଭାଗ ନିର୍ଦ୍ଧାରିତ କରିଥାନ୍ତି ।
କେଉଁମାନେ ଯୋଗ୍ୟ ବିବେଚିତ ହେବେ ?
ଯେଉଁ ମାନେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜଳଛାୟା ଉପରେ ନିର୍ଭରଶୀଳ ଥିବେ ସେମାନେ କାର୍ଯ୍ୟକ୍ରମର ହିତାଧିକାରୀ ହେବା ଲାଗି ଯୋଗ୍ୟ ବିବେଚିତ ହେବେ ।
ଏଥିରୁ କ'ଣ ଲାଭ ମିଳେ ?
ଜଳଛାୟା ପ୍ରକଳ୍ପ ଭୂମି, ବୃକ୍ଷରାଶି ଓ ଜଳ ସମ୍ପଦର ବିକାଶ ଓ ସଂରକ୍ଷଣ ଲାଗି ସୁଯୋଗ ଦେଇଥାଏ । ଏହା ମଧ୍ୟ ସଂପଦହୀନ ଲୋକମାନଙ୍କୁ ଜୀବନଧାରଣ ସୁଯୋଗ ବିଭିନ୍ନ ଆୟ ସୃଷ୍ଟିକାରୀ କାର୍ଯ୍ୟ ଦ୍ଵାରା ଯୋଗାଇ ଦେବା ସଙ୍ଗେ ସଙ୍ଗେ ଜଳଛାୟା କାର୍ଯ୍ୟ ଜରିଆରେ କର୍ମନିଯୁକ୍ତି ମଧ୍ୟ ଯୋଗାଇଦେଇଥାଏ ।
ଜଣେ ଗ୍ରାମବାସୀଛାୟା, ସଂପର୍କରେ ସବୁ ପ୍ରକାର ଦ୍ଵନ୍ଦ ନିମ୍ନ ମାନଙ୍କଠାରୁ ସୃଷ୍ଟି କରିପାରିବେ –
ଅଭିଯୋଗ/ ତୋଷରପାତ ସ୍ଥିତିରେ କାହାକୁ ଯୋଗାଯୋଗ କରିବାକୁ ହେବ ?
ବ୍ୟକ୍ତି ଗ୍ରାମ ପଞ୍ଚାୟତ / ସି.ଇ.ଓ. ଜିଲ୍ଲା ପରିଷଦ / ଜିଲ୍ଲା କଲେକ୍ଟର/ ସିଇଓ, ଏସ୍.ଏଲ୍.ଏନ୍.ଏ/ ରାଜ୍ୟ ସରକାରଙ୍କ ବିଭାଗୀୟ ଶୀର୍ଷ ମନ୍ତ୍ରଣାଳୟର ସଚିବଙ୍କୁ ସାକ୍ଷାତ କରିପାରିବେ । ବ୍ୟକ୍ତି ଯୁଗ୍ମ ସଚିବ, ଭୂ ସଂପଦ ବିଭାଗ, ଭାରତ ସରକାରଙ୍କୁ ମଧ୍ୟ ଯୋଗାଯୋଗ କରିପାରିବେ ।
ଆଇ.ଡବ୍ଲୁ.ଏମ୍.ପି. ଅଧିନରେ ଗ୍ରାମ ପଞ୍ଚାୟତମାନଙ୍କୁ ନିମ୍ନ ଭୂମିକା ନିଭାଇବାକୁ ପଡିବ : -
ଆଇ.ଡବ୍ଲୁ.ଏମ୍.ପି. ଅଧିନରେ କିଏ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଏଜେନ୍ସି ହୋଇପାରିବେ ?
ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଏଜେନ୍ସି ସବୁ ରାଜ୍ୟସ୍ତରୀୟ ନୋଡାଲ୍ ଏଜେନ୍ସି ଦ୍ଵାରା ଚୟିତ ଓ ଅନୁମୋଦିତ ହୋଇଥାନ୍ତି । ଏହି ଏଜେନ୍ସି ସବୁ ସଂଶ୍ଳିଷ୍ଟ ଲାଇନ ବିଭାଗ, ରାଜ୍ୟ ସରକାରଙ୍କ ଅଧିନସ୍ଥ ସ୍ଵୟଂଶାସିତ ସଂସ୍ଥା, ସରକାରୀ ପ୍ରତିଷ୍ଠାନ, ଗବେଷଣା ପ୍ରତିଷ୍ଠାନ, ମଧ୍ୟମ ପଞ୍ଚାୟତ, ସ୍ଵେଚ୍ଛାସେବୀ ସଂଗଠନର ସବୁ ହୋଇପାରନ୍ତି ।
ତେବେ ପ୍ରକଳ୍ପ କାର୍ଯ୍ୟାନ୍ଵିୟନ ଏଜେନ୍ସି ସବୁର
ଜଣେ ସାଧାରଣ ବ୍ୟକ୍ତି ଆଇ.ଡବ୍ଲୁ.ଏମ୍.ପି.ରୁ କିଭଳି ଲାଭାନ୍ଵିତ ହୋଇପାରିବେ ?
ଆଇ.ଡବ୍ଲୁ.ଏମ୍.ପି. ଅଧିନରେ ଜଳଛାୟା ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ଅଞ୍ଚଳରେ ରହୁଥିବା ଲୋକମାନେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ପ୍ରଚଳିତ ବିଭିନ୍ନ କାର୍ଯ୍ୟରୁ ଲାଭାନ୍ଵିତ ହୋଇଥାନ୍ତି । ଏହିସବୁ କାର୍ଯ୍ୟ ମଧ୍ୟରେ ରହିଛି ସର୍ବସାଧାରଣ ସଂପଦା ଯଥା – ପୋଖରୀ, କୂପ, ଚାରଣଭୂମି, ବଗିଚା ଆଦିର ନିର୍ମାଣ ଓ ରକ୍ଷାଣବେକ୍ଷଣ । ସଂପଦାହୀନ ଲୋକମାନଙ୍କ ଲାଗି ଜୀବନଧାରଣ କାର୍ଯ୍ୟ ସବୁ ହାତକୁ ନିଆଯାଇଥାଏ । ଭୂ ସ୍ଵତ୍ତ୍ଵାଧିକାରୀ ମାନଙ୍କ ପାଇଁ କୃଷି ଉତ୍ପାଦନ ଓ ମାଇକ୍ରୋଉଦ୍ୟୋଗ କାର୍ଯ୍ୟ ସବୁ ପ୍ରକଳ୍ପ ଅଞ୍ଚଳରେ ହାତକୁ ନିଆଯାଏ । ସାଧାରଣ ଲୋକ ପ୍ରଶିକ୍ଷଣ ହାସଲ ଯଥା – ଏସ୍.ଏଚ୍.ଜିର ସଦସ୍ୟ ହୋଇ ଆୟ ସୃଷ୍ଟିକାରୀ କାର୍ଯ୍ୟପାଇଁ କ୍ଷମତା ବିକାଶ ଯୋଗୁଁ ଲାଭାନ୍ଵିତ ହୋଇପାରିବେ । ଜଳଛାୟା ପ୍ରକଳ୍ପ ମଧ୍ୟ ଚେକ୍ ଡ୍ୟାମ୍, ଜଳ ଅମଳ ବ୍ୟବସ୍ଥା ନିର୍ମାଣ, ତଥା ମୃତ୍ତିକା ଓ ଆର୍ଦ୍ରତା ସଂରକ୍ଷଣ କାର୍ଯ୍ୟ ଯଥା ବନ୍ଧ ନିର୍ମାଣ, ବନୀକରଣ, ଉଦ୍ୟାନ କୃଷିର ବିକାଶ, ଗୋଚାରା, ଇନ୍ଧନ, କାଠ ଓ ଉଦ୍ୟାନ କୃଷି ଉତ୍ପାଦର ବିକାଶ, ଚାରଣ ଭୂମିର ବିକାଶ, ମହୁମାଛି ଚାଷ, କୁକୁଡା, ଛେଳି ପାଳନ, ମତ୍ସ୍ୟ ଚାଷ ଆଦି ଦ୍ଵାରା ସାଧାରଣ ଲୋକଙ୍କୁ କର୍ମନିଯୁକ୍ତି ସୁଯୋଗ ଯୋଗାଇ ଦେଇଥାଏ ।
ଆଧାର – ଜମିଜମା ସଂପଦ ବିଭାଗ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ଭାରତ ସରକାର
Last Modified : 6/23/2020