অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନାଗରିକ ସନନ୍ଦ

ନାଗରିକ ସନନ୍ଦକୃଷି ବିଭାଗ ମୁଖ୍ୟତଃ ୩ ଗୋଟି ଭାଗରେ ବିଭକ୍ତ ହୋଇଛି । ସେଗୁଡ଼ିକ ହେଲା - କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ , ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ମିଶନ ନିର୍ଦ୍ଦେଶାଳୟ । ଏହା ବ୍ୟତୀତ ଅନେକ ଗୁଡ଼ିଏ ସ୍ୱୟଂଶାସିତ ସଂସ୍ଥା ଏହି ବିଭାଗ ଅଧୀନରେ କାର୍ଯ୍ୟ କରୁଛି । ସେଗୁଡ଼ିକ ହେଲା, ଓଡ଼ିଶା ରାଜ୍ୟ ବିହନ ନିଗମ (ଓ.ଏସ୍.ଏସ୍.ସି.), ଓଡ଼ିଶା କୃଷି ଶିଳ୍ପ ନିଗମ (ଓ.ଏ.ଆଇ.ସି.), କୃଷି ପ୍ରୋତ୍ସାହନ ଓ ପୁଞ୍ଜିଲଗାଣ ନିଗମ ଓଡ଼ିଶା, ଲିମିଟେଡ୍ (ଆପିକଲ୍), ଓଡ଼ିଶା ରାଜ୍ୟ ବିହନ ଓ ଜୈବ ଉପାଦାନ ପ୍ରମାଣନ ସଂସ୍ଥା, କୃଷି ସମ୍ପ୍ରସାରଣ ପରିଚାଳନା ପ୍ରତିଷ୍ଠାନ (ଇମେଜ୍), ଓଡ଼ିଶା କାଜୁ ଉନ୍ନୟନ ନିଗମ । ଉପରୋକ୍ତ ତିନି ଗୋଟି ବିଭାଗ ମଧ୍ୟରେ କୃଷି ନିର୍ଦ୍ଦେଶାଳୟ ହେଉଛି ସର୍ବ ପୁରାତନ । ୧୯୪୫ ମସିହାରେ ଏହା ଉନ୍ନୟନ ନିର୍ଦ୍ଦେଶାଳୟ ଭାବେ କାର୍ଯ୍ୟାରମ୍ଭ କରିଥିଲା ଓ ପରେ ପରେ ଏହା କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଓଡ଼ିଶା ଭାବେ ପୁନଃ ନାମିତ ହୋଇଛି ଏବଂ ଏଥିରୁ ୧୯୭୭ ଓ ୧୯୭୮ ମସିହାରେ ଅନ୍ୟ ଦୁଇଟି ନିର୍ଦ୍ଦେଶାଳୟ ପୃଥକ ହୋଇଛି ।

ଉନ୍ନତ କୃଷି ଜ୍ଞାନକୌଶଳ ହସ୍ତାନ୍ତର, କୃଷକମାନଙ୍କୁ ସମୟୋଚିତ କୃଷି ସାମଗ୍ରୀ ଯୋଗାଣ, ସମ୍ପ୍ରସାରଣ କର୍ମଚାରୀ ଓ କୃଷକ ମାନଙ୍କ ଦକ୍ଷତା ବୃଦ୍ଧି, କୃଷି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ଓ କୃଷକଙ୍କ ଆର୍ଥିକ ସ୍ଥିତିର ସାମଗ୍ରିକ ବିକାଶ ମାଧ୍ୟମରେ କୃଷି କ୍ଷେତ୍ରରେ ବିକାଶ ହିଁ ଏହି ନିର୍ଦ୍ଦେଶାଳୟର ମୁଖ୍ୟ କାର୍ଯ୍ୟ ।

ମୁଖ୍ୟ କାର୍ଯ୍ୟାବଳୀ

  • ଗବେଷଣା ପ୍ରତିଷ୍ଠାନରୁ ଉଦ୍ଭବ ହୋଇଥିବା ଉନ୍ନତ ଜ୍ଞାନକୌଶଳକୁ କୃଷକଙ୍କ ନିକଟରେ ପହଞ୍ଚାଇବା ।
  • ବିଭିନ୍ନ ବିକାଶ ମୂଳକ ଯୋଜନା ସମ୍ବନ୍ଧରେ କୃଷକମାନଙ୍କୁ ସଚେତନ କରାଇବା ଏବଂ ଏହାକୁ କାର୍ଯ୍ୟକାରୀ କରିବା।
  • କୃଷକମାନଙ୍କୁ ତାଲିମ ପ୍ରଦାନ କରିବା ଓ କ୍ଷେତ୍ର ପ୍ରଦର୍ଶନ ଆୟୋଜନ କରିବା ।
  • ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ଆୟୋଜନ କରିବା ।
  • ରାଜ୍ୟ ମଧ୍ୟରେ ଓ ରାଜ୍ୟ ବାହାରକୁ ଶିକ୍ଷାମୂଳକ ଗସ୍ତ ଆୟୋଜନ କରିବା ।
  • ବିଭାଗୀୟ ଫାର୍ମ ଓ କୃଷକଙ୍କ କ୍ଷେତରେ ଗୁଣାତ୍ମକ ବିହନ ଉତ୍ପାଦନ କରିବା ।
  • ବିଭାଗୀୟ ବିହନ ବିକ୍ରୟ କେନ୍ଦ୍ର ମାଧ୍ୟମରେ କୃଷକମାନଙ୍କୁ ଗୁଣାତ୍ମକ ବିହନ ଯୋଗାଣ କରିବା ।
  • କୃଷକମାନଙ୍କୁ ରାସାୟନିକ ସାର ଓ କୀଟନାଶକ ଯୋଗାଣରେ ସନ୍ନିରୀକ୍ଷଣ କରିବା ।
  • କୃଷି ଯନ୍ତ୍ରପାତିର ପ୍ରସାର କରିବା ।
  • ଘରୋଇ ଉଠାଜଳସେଚନ କାର୍ଯ୍ୟକ୍ରମ ଜରିଆରେ ସମ୍ଭାବ୍ୟ ଜଳସେଚନ ବ୍ୟବସ୍ଥା ସୃଷ୍ଟି କରିବା ।
  • ବିହନ, ସାର ଓ କୀଟନାଶକର ଗୁଣାତ୍ମକମାନ ନିର୍ଦ୍ଧାରଣ କରିବା ।
  • ମୃତ୍ତିକା ପରୀକ୍ଷା, କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ ଓ ମୃତ୍ତିକା ଖାଦ୍ୟସାର ଭିତ୍ତିକ ବିଭିନ୍ନ ଫସଲ ପାଇଁ ସାର ଅନୁମୋଦନ ।
  • ତାଲିମ ମାଧ୍ୟମରେ କୃଷି ସମ୍ପ୍ରସାରଣ ଅଧିକାରୀ / କର୍ମରୀଙ୍କୁ ସାମ୍ପ୍ରତିକ ଜ୍ଞାନରେ ସମୃଦ୍ଧ କରିବା।
  • ବିଶେଷତଃ ଜଳସେଚିତ ଜମି ପାଇଁ ଉପଯୁକ୍ତ ଫସଲ ପର୍ଯ୍ୟାୟ ସମ୍ବନ୍ଧୀୟ ପରାମର୍ଶ ପ୍ରଦାନ କରିବା ।
  • କୃଷକମାନଙ୍କୁ ଫସଲ ବୀମାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରୋତ୍ସାହିତ କରିବା ଓ ବୀମା ଉଦେ୍ଧଶ୍ୟରେ ହରଡ, ଅଳସୀ ଓ କପା ଫସଲ ପାଇଁ ଅମଳ ଅଟକଳ କରିବା।
  • ପ୍ରାକୃତିକ ବିର୍ଯ୍ୟୟ ପ୍ରଭାବିତ କୃଷକମାନଙ୍କୁ ବିର୍ଯ୍ୟୟ ରିଲିଫ୍ ପାଣ୍ଠି ରିହାତି ପ୍ରଦାନ କରିବା ।
  • କୃଷି ସମ୍ପ୍ରସାରଣ ମାଧ୍ୟମରେ ଆଧୁନିକ ଜ୍ଞାନ କୌଶଳ ହସ୍ତାନ୍ତର କରିବା ଓ କୃଷି ଯାନ୍ତ୍ରିକୀକରଣ, ବିହନ ପ୍ରତିବଦଳ, ଉଦ୍ଭିଦ ସୁରକ୍ଷା, ମୃତ୍ତିକା ଓ ଜଳ ପରିଚାଳନାକୁ ପ୍ରୋତ୍ସାହିତ କରିବା ।
  • ଉତ୍ତମ ଉତ୍ପାଦନ ପାଇଁ ଗୁଣାତ୍ମକ କୃଷି ସାମଗ୍ରୀ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ।
  • ପ୍ରଦର୍ଶନ କ୍ଷେତ୍ର ଆୟୋଜନ କରିବା ।
  • କୃଷକଙ୍କ ଦକ୍ଷତା ବୃଦ୍ଧି ।
  • ଆନୁଷଙ୍ଗିକ ବିଭାଗ / ସଂସ୍ଥା ସହିତ ସହଯୋଗ ସ୍ଥାପନ କରିବା ।
  • କୃଷି ଉଦ୍ୟୋଗୀକରଣକୁ ପ୍ରୋସାହିତ କରିବା ।
  • କୃଷକଙ୍କ ପାଇଁ ଅନୁଦାନ / ରିହାତି ବ୍ୟବସ୍ଥା କରାଇବା ।
  • ରାଜ୍ୟର କୃଷି ବିକାଶ ପାଇଁ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ।
  • ଆଧୁନିକ ଜ୍ଞାନ କୌଶଳ ହସ୍ତାନ୍ତର ମାଧ୍ୟମରେ ଅନିବଚ୍ଛିନ୍ନ ଭାବେ ଫସଲ ଉତ୍ପାଦନ ବୃଦ୍ଧି କରିବା।
  • ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ପାଣ୍ଠିର ବିନିଯୋଗ କରିବା ।

ନିର୍ଦ୍ଦେଶାଳୟ

ଏହି ନିର୍ଦ୍ଦେଶାଳୟ “କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ , ଓଡ଼ିଶା” ଭାବେ ନାମିତ ଓ ଭୁବନେଶ୍ୱରସ୍ଥ “ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ” ପରିସରରେ ଅବସ୍ଥିତ । ଗ୍ରାମପଞ୍ଚାୟତ, ବ୍ଲକ, ସବ୍ଡିଭିଜନ, ଜିଲ୍ଲା ଓ ରାଜ୍ୟ ସ୍ତରରେ ଏହାର କାର୍ଯ୍ୟାଳୟ ଥାଇ ଏହି ନିର୍ଦ୍ଦେଶାଳୟ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେଉଅଛି । ଏହି ନିର୍ଦ୍ଦେଶାଳୟ ର କର୍ମଚାରୀ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ପ୍ରତ୍ୟେକ କୃଷକ ପରିବାରଙ୍କ ନିକଟରେ ପହଞ୍ଚିବାର ସୁଯୋଗ ପାଇଛନ୍ତି । ଅନ୍ୟାନ୍ୟ ବିଭାଗ ତୁଳନାରେ ଏହା ସମ୍ପୂର୍ଣ୍ଣଭାବେ ଅଦ୍ୱିତୀୟ ।

ରାଜ୍ୟରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ , ଓଡ଼ିଶା ଏହି ନିର୍ଦ୍ଦେଶାଳୟ ର ମୁଖ୍ୟ ଅଟନ୍ତି । ତାଙ୍କୁ ୨ଜଣ ଅତିରିକ୍ତ କୃଷି ନିର୍ଦ୍ଦେଶକ ଓ ୪ ଜଣ ଯୁଗ୍ମ କୃଷି ନିର୍ଦ୍ଦେଶକ ବୈଷୟିକ ସହାୟତା ପ୍ରଦାନ କରିଥାଆନ୍ତି । ବିଭିନ୍ନ ସ୍ତରରେ ରହି ଯେଉଁ ଅଧିକାରୀମାନେ ନିଷ୍ପତ୍ତି ନେବାରେ ସାହାଯ୍ୟ କରନ୍ତି ସେମାନେ ହେଲେ:

  • କୃଷି ଉନ୍ନୟନ ଓ ସମ୍ପ୍ରସାରଣ ପଦ୍ଧତି ପାଇଁ ଅତିରିକ୍ତ ନିର୍ଦ୍ଦେଶକ (ସମ୍ପ୍ରସାରଣ) ।
  • କୃଷି ଯାନ୍ତ୍ରିକୀକରଣ, ଜଳସେଚନ ଓ ଅନ୍ୟାନ୍ୟ ଯାନ୍ତ୍ରିକ ଉନ୍ନୟନ ବିଷୟ ପାଇଁ ଅତିରିକ୍ତ ନିର୍ଦ୍ଦେଶକ (ଯାନ୍ତ୍ରିକ) ।
  • ଆର୍ଥିକ ବିଷୟ ପାଇଁ ଅର୍ଥ ପରାମର୍ଶଦାତା ତଥା ମୁଖ୍ୟ ହିସାବ ଅଧିକାରୀ ।
  • ପ୍ରଶାସନିକ ବିଷୟ ପାଇଁ ଯୁଗ୍ମ କୃଷି ନିର୍ଦ୍ଦେଶକ (ପ୍ରଶାସନ) ।
  • ବୈଷୟିକ ବିଷୟ ପାଇଁ ଯୁଗ୍ମ କୃଷି ନିର୍ଦ୍ଦେଶକ ।
  • ଉପ କୃଷି ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ସହକାରୀ ନିର୍ଦ୍ଦେଶକ ।

କ୍ଷେତ୍ରିୟ ପ୍ରଶାସନ

ସମ୍ପ୍ରତି ରାଜ୍ୟରେ ପ୍ରତ୍ୟେକ ରାଜସ୍ୱ ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ ମୋଟ ୩୦ଟି କୃଷି ମଣ୍ଡଳ ରହିଛି । ପ୍ରତ୍ୟେକ ମଣ୍ଡଳର ମୁଖ୍ୟ ହେଉଛନ୍ତି ଉପ କୃଷି ନିର୍ଦ୍ଦେଶକ (ଡି.ଡି.ଏ.) । ମଣ୍ଡଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ ପାଇଁ ବିଶେଷଜ୍ଞମାନେ ଅଛନ୍ତି । ପୁନଶ୍ଚ ଜିଲ୍ଲାର ଉପଜିଲ୍ଲା ସ୍ତରରେ ୮୦ଟି କୃଷି ଜିଲ୍ଲା ରହିଛି । ଏହାର ମୁଖ୍ୟ ହେଉଛନ୍ତି ଜିଲ୍ଲା କୃଷି ଅଧିକାରୀ । କୃଷିକ୍ଷେତ୍ରରେ ସାମଗ୍ରିକ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ସନ୍ନିରୀକ୍ଷଣ ଓ ପର୍ଯ୍ୟବେକ୍ଷଣରେ ସହାୟତା ପାଇଁ ବୈଷୟିକ ଅଧିକାରୀମାନେ ଅଛନ୍ତି ।

ରାଜ୍ୟରେ ୩୧୪ଟି ବ୍ଳକ ପାଇଁ ପ୍ରତ୍ୟେକ ବ୍ଳକରେ ସହକାରୀ କୃଷି ଅଧିକାରୀ (ଏ.ଏ.ଓ.) ଅଛନ୍ତି । ତାଙ୍କ ଠାରେ କୃଷି କାର୍ଯ୍ୟକ୍ରମର ସନ୍ନିରୀକ୍ଷଣ ପାଇଁ କୃଷି ଅଧିଦର୍ଶକ (ଏ.ଓ.) ଓ ଗ୍ରାମ୍ୟ କୃଷି କର୍ମଚାରୀ (ଭି.ଏ.ଡବ୍ଲୁ.) ରହିଛନ୍ତି । କୃଷି ଅଧିଦର୍ଶକ ଓ ଗ୍ରାମ୍ୟ କୃଷି କର୍ମଚାରୀ ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଛନ୍ତି ଓ ସେମାନେ କୃଷକଙ୍କ ଦୈନନ୍ଦିନ କାର୍ଯ୍ୟ ସହିତ ସମ୍ପୃକ୍ତ ଥାଆନ୍ତି ।

ନିର୍ଦ୍ଦେଶାଳୟର ଶ୍ରେଣୀବଦ୍ଧତା

ଠିକଣା: କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ , ଓଡ଼ିଶା ବିଭାଗୀୟ ମୁଖ୍ୟ ବିଲଡିଂ, ଭୁବନେଶ୍ୱର-୧, ଜିଲ୍ଲା- ଖୋର୍ଦ୍ଧା, ଓଡ଼ିଶା- ୭୫୬୦୦୧ ଜିଲ୍ଲା କାର୍ଯ୍ୟାଳୟ: ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଦପ୍ତରରେ ଉପ କୃଷି ନିର୍ଦ୍ଦେଶକ ଓ ସବ୍ଡିଭିଜନ୍ ସ୍ତରରେ ଜିଲ୍ଲା କୃଷି କାର୍ଯ୍ୟାଳୟ ରହିଛି । ବିଭିନ୍ନ ସ୍ତରରେ ଯୋଗାଯୋଗ ବ୍ୟକ୍ତିଙ୍କ ତାଲିକା ଅଧ୍ୟାୟ-୬ ରେ ପ୍ରଦାନ କରାଯାଇଛି । ବ୍ଳକ ସ୍ତରୀୟ: ୩୧୪ଟି ବ୍ଳକରେ ସହକାରୀ କୃଷି ଅଧିକାରୀ ଅଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ଅଣଯୋଜନାର ଆର୍ଥିକ ଆବଣ୍ଟନରେ ଓ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଆର୍ଥିକ ସହାୟତା ଓ ଆର୍ଥିକ ଅନୁଦାନରେ ନିର୍ଦ୍ଦେଶାଳୟ କାର୍ଯ୍ୟକ୍ରମ ସମ୍ପାଦନ କରାଯାଏ । ବିଭିନ୍ନ କୃଷକ ହିତ କାର୍ଯ୍ୟକ୍ରମ / ଯୋଜନା ବିଶଦଭାବେ ବର୍ଣ୍ଣିତ ହୋଇଛି । ନିର୍ଦ୍ଦେଶାଳୟ ର ସମସ୍ତ କର୍ମଚାରୀଙ୍କ ଦରମା, ଗସ୍ତ ଖର୍ଚ୍ଚ ଓ ଅନ୍ୟାନ୍ୟ ମିଶ୍ରିତ ବ୍ୟୟ ମୁଖ୍ୟତଃ ରାଜ୍ୟ ସରକାରଙ୍କ ଅଣଯୋଜନାରୁ ଖର୍ଚ୍ଚ କରାଯାଇଥାଏ ।

ଆଧାର - କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ଓଡିଶା ସରକାର

Last Modified : 7/22/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate