অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଭିନ୍ନ ପଦବୀର ଦାୟିତ୍ଵ ଏବଂ ବିଭିନ୍ନ ରାଜସ୍ଵ ଜିଲ୍ଲା ସ୍ତରୀୟ ଯୋଗାଯୋଗ ଅଧିକାରୀ

ବିଭିନ୍ନ ପଦବୀର ଦାୟିତ୍ଵ ଏବଂ ବିଭିନ୍ନ ରାଜସ୍ଵ ଜିଲ୍ଲା ସ୍ତରୀୟ ଯୋଗାଯୋଗ ଅଧିକାରୀ

ବିଭିନ୍ନ ପଦବୀର ଦାୟିତ୍ଵ

  • ବ୍ଲକ ସ୍ତରରେ ଅବସ୍ଥାପିତ ସହକାରୀ କୃଷି ଅଧିକାରୀଙ୍କ(ଏ.ଏ.ଓ.) ଙ୍କ ଦାୟିତ୍ଵ
    1. ପ୍ରତ୍ୟେକ ସହକାରୀ କୃଷି ଅଧିକାରୀ ନିଜ ବ୍ଲକରେ ନିଜ ମଣ୍ଡଳ ଦାୟିତ୍ଵରେ ରହନ୍ତି ଓ କାର୍ଯ୍ୟକାରୀ ହେଉଥିବା ଯୋଜନା ସମେତ କୃଷକଙ୍କ ପାଇଁ ବହୁ ଉଦ୍ଦେଶ୍ୟମୂଳକ ଓ ଫଳପ୍ରଦ ସମ୍ପ୍ରସାରଣ ସେବା ଯୋଗାଇବାରେ ଏକ ପ୍ରୋତ୍ସାହନ ପ୍ରଦାନକାରୀ ଓ କାର୍ଯ୍ୟ ସୁଗମକାରୀ ଭୂମିକା ଗ୍ରହଣ କରିଥାନ୍ତି ।
    2. ସେ ଫଳପ୍ରଦ ଯୋଜନା ମାଧ୍ୟମରେ ପ୍ରମାଣିତ ଓ ଉତ୍ପାଦନକ୍ଷମ ଜ୍ଞାନକୌଶଳକୁ ମଧ୍ୟରେ ପ୍ରସାର କରିଥାନ୍ତି । ଜମି ଓ ଜଳର ସୁବିନିଯୋଗ କରି ଏକକ କ୍ଷେତ୍ରରେ ଉତ୍ପାଦନକତା ବୃଦ୍ଧି ହିଁ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେବା ଆବଶ୍ୟକ ।
    3. କୃଷି ଉନୟନ୍ନ ଜରିଆରେ ଗ୍ରାମାଞ୍ଚଳ ଅର୍ଥନୀତିର ସମନ୍ଵିତ ବିକାଶ ହେଉଛି ତାଙ୍କର ପ୍ରାଥମିକ ଦାୟିତ୍ଵ । ସେ ପ୍ରତ୍ୟେକ ଗ୍ରାମକୃଷି କର୍ମଚାରୀ, କୃଷି ଅଧିଦର୍ଶକଙ୍କ ଅଧୀନରେ ଥିବା ସେଚକୂପ, ଗଭୀର ନଳକୂପ,ଅଗଭୀର ନଳକୂପରୁ ଉପଲବଧ ଜଳର ସର୍ବଶ୍ରେଷ୍ଟ ବିନିଯୋଗ ପାଇଁ ଏକ ସମନ୍ଵିତ ଫସଲ ଯୋଜନା ପ୍ରସ୍ତୁତ କରିବେ ।
    4. ଗ୍ରାମ ୱାରୀ/ଗ୍ରାମ ପଞ୍ଚାୟତ ୱାରୀ / ସର୍କଲ ୱାରୀ ଋତୁଭିତ୍ତିକ ଫସଲ ଉତ୍ପାଦନ କାର୍ଯ୍ୟକ୍ରମର ତଥ୍ୟ ରଖିବେ ଓ ପ୍ରତ୍ୟେକ ଗ୍ରାମ୍ୟ କୃଷି କର୍ମଚାରୀ/ କୃଷି ଅଧିଦର୍ଶକଙ୍କ ପାଇଁ ଏହି ଲକ୍ଷ୍ୟ ସ୍ଥିର କରିବେ । ଏଥିରେ ଫସଲ ଉତ୍ପାଦକତା ବୃଦ୍ଧି ନିମନ୍ତେ ବିହନ ପ୍ରତିବଦଳ ହାର ବୃଦ୍ଧି ପାଇଁ କାର୍ଯ୍ୟଯୋଜନା,ସାର ବ୍ୟବହାର ପରିମାଣ, ଜୈବ ସାର ବ୍ୟବହାର, ମୃତ୍ତିକା ପରୀକ୍ଷା ମିଶନ ସହିତ ମୃତ୍ତିକା ପରୀକ୍ଷା, ଉନ୍ନତ କୃଷି ଯନ୍ତ୍ରପାତି, ଜଳସେଚନ ଓ ଋଣ ସହାୟତା ଆଦି ଅନ୍ତର୍ଭୁକ୍ତ କରିବେ ।
    5. ପାକ୍ଷିକ ତାଲିମରେ କୃଷି ଅଧିଦର୍ଶକ/ ଗ୍ରାମ୍ୟ କୃଷି କର୍ମଚାରୀ ସମସ୍ତ ଯୋଜନା ଲକ୍ଷ୍ୟ ହାସଲର ଏକ ସମ୍ମିଳିତ ମୂଲ୍ୟାୟନ କରିବେ ।
    6. ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମେତ ଜମି ବିନିଯୋଗର ମୌଳିକ ତଥ୍ୟ ସଂଗ୍ରହ, ବୃଷ୍ଟିପାତ, ଉତ୍ସ ଅନୁଯାୟୀ ସମ୍ଭାବ୍ୟ ଜଳସେଚନ, ଫସଲ ପରିସଂଖ୍ୟାନ, ଅମଳ ଆକଳନ, ଫସଲକାଟ ପରୀକ୍ଷଣ, ହିତାଧିକାରୀ ଚୟନ ଓ ପ୍ରଦର୍ଶନ କ୍ଷେତ୍ରର ସ୍ଥାନ ନିରୂପଣ, ବିହନ ପୁଡିଆ ସମ୍ବନ୍ଧରେ ଗ୍ରାମ୍ୟ କୃଷି କର୍ମଚାରୀ, କୃଷି ଅଧିଦର୍ଶକଙ୍କୁ ମାର୍ଗଦର୍ଶନ କରାଇବେ । ଏହା ବ୍ୟତିତ ଫସଲ ବିବିଧିକରଣ ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ, ଅନ୍ତଃଫସଲ ଓ ମିଶ୍ରିତ ଫସଲ, ପ୍ରତ୍ୟେକ କେନାଲ ଜଳସେଚନ, ଉଠାଜଳସେଚନ ପ୍ରକଳ୍ପ, ସେଚକୂପ, ଜଳ ଅମଳ ପ୍ରକଳ୍ପର ଚାଷଙ୍କ ପାଇଁ ଫସଲ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ସେ ପରାମର୍ଶ ଦେବେ ।
    7. ପ୍ରତି ମାସରେ ଅନ୍ତତଃପକ୍ଷେ ଥରେ ସେ ପ୍ରତ୍ୟେକ ଗ୍ରାମ୍ୟ କୃଷି କର୍ମଚାରୀ/ କୃଷି ଅଧିଦର୍ଶକ ମଣ୍ଡଳପରିଦର୍ଶନ କରିବେ । ଗୋଟିଏ ଫସଲ ଋତୁରେ ଗ୍ରାମ୍ୟ କୃଷି କର୍ମଚାରୀ ସର୍କଲର ପ୍ରତ୍ୟେକ ୟୁନିଟ ପରିଦର୍ଶନ କରିବା ପାଇଁ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଯୋଜନା କରିବେ । ସେ ତାଙ୍କର ମାସିକ ଅଗ୍ରିମ ଗ୍ରସ୍ତ କାର୍ଯ୍ୟକ୍ରମ ଜିଲ୍ଲା କୃଷି ଅଧିକାରୀ/ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀଙ୍କୁ ପୂର୍ବମାନ ୧୦ ତାରିଖ ସୁଦ୍ଧା ଓ ଗସ୍ତ ପଞ୍ଜିକା ପରବର୍ତ୍ତୀ ମାସ ୧୦ ତାରିଖ ସୁଦ୍ଧା ପ୍ରଦାନ କରିବେ ।
    8. ସେ ତାଙ୍କର କ୍ଷେତ୍ର ପରିଦର୍ଶନ ସମୟରେ ଗ୍ରାମ୍ୟକୃଷି କର୍ମଚାରୀ/ କୃଷି ଅଧିଦର୍ଶକଙ୍କ କାର୍ଯ୍ୟ ନିରୀକ୍ଷଣ କରିବେ ଓ ପ୍ରଦର୍ଶନ କ୍ଷେତ୍ର,ବିହନ, ପୁଡିଆ, ପରୀକ୍ଷଣ, ଫସଲକାଟ, ରୋଗ ପୋକ ପରିସ୍ଥିତି ସମ୍ବନ୍ଧରେ କ୍ଷେତ୍ର ପର୍ଯ୍ୟବେକ୍ଷଣ କରିବେ ଓ ଗ୍ରାମ୍ୟ କୃଷି କର୍ମଚାରୀ/କୃଷି ଅଧିଦର୍ଶକଙ୍କ ଦ୍ଵାରା ଆୟୋଜିତ ବୈଠକରେ ଯୋଗ ଦେବେ ।
    9. ସେ ଗ୍ରାମ୍ୟ କୃଷି କର୍ମଚାରୀ/କୃଷି ଅଧିଦର୍ଶକଙ୍କ ପଞ୍ଜିକା/ରେଜିଷ୍ଟର ଯାଞ୍ଚ କରିବେ ଓ ତାଙ୍କର ପର୍ଯ୍ୟବେକ୍ଷଣ ଲିପିବଦ୍ଧ କରିବେ ।
    10. ସେ ସୋମବାର ଦିନ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ଓ ସପ୍ତାହର ମଙ୍ଗଳବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଓ ବୈଠକ ବ୍ୟତିତ କ୍ଷେତ୍ର ପରିଦର୍ଶନରେ ଯିବେ । ସେ ବ୍ଲକରେ ପାକ୍ଷିକ ତାଲିମରେ ଓ ସମୀକ୍ଷା ବୈଠକରେ ଉପସ୍ଥିତ ରହି ଏହାର ଆୟୋଜନ କରିବେ । ସେ ପୂର୍ବାହ୍ନରେ କ୍ଷେତ୍ର ପରିଦର୍ଶନ କରି ଅପରାହ୍ନରେ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ଉଚିତ  ।
    11. ସେ ତାଙ୍କର ପାଖରେ ଗ୍ରାମ୍ୟ କୃଷି କର୍ମଚାରୀ/ କୃଷି ଅଧିଦର୍ଶକଙ୍କ ସ୍ଥରୀକୃତ ପରିଦର୍ଶନ କାର୍ଯ୍ୟକ୍ରମ ରଖିବେ ଓ ପ୍ରତ୍ୟେକ ଗ୍ରାମ୍ୟକୃଷି କର୍ମଚାରୀ/ କୃଷି ଅଧିଦର୍ଶକଙ୍କ ପ୍ରଗତି ସମ୍ବନ୍ଧରେ ସମୀକ୍ଷା କରିବେ ।
    12. ସେ ଗ୍ରାମ୍ୟକୃଷି କର୍ମଚାରୀ / କୃଷି ଅଧିଦର୍ଶକଙ୍କ ଦ୍ଵାରା ସଂଗୃହିତ ଫସଲ ଋଣ, ସେଚକୂପ, ଅଗଭୀର, ଗଭୀର ନଳକୂପ, କୃଷି ସହାୟକ କେନ୍ଦ୍ର, କୃଷି ଯନ୍ତ୍ରପାତି ପାଇଁ ଆବେଦନ ପତ୍ରଗୁଡିକର ସଙ୍କଳନ କରିବେ ଓ ସମ୍ପ୍ରକ୍ତ କତ୍ତୃପକ୍ଷଙ୍କ ନିକଟକୁ ପ୍ରେରଣ କରିବେ / ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟାରମ୍ଭ ଚିଠି ପ୍ରଦାନ କରିବେ ।
    13. ସେ ପ୍ରତ୍ୟେକ ଶୁକ୍ରବାର/ ଶନିବାର ଦିନ ତାଙ୍କ ମୁଖ୍ୟ ଦପ୍ତରରେ ଏଗ୍ରୋକ୍ଳିନିକରେ ଉପସ୍ଥିତ ରହିବେ ଓ କ୍ଷେତ୍ର ସମସ୍ୟା ଗୁଡିକୁ ରେଜିଷ୍ଟରରେ ଲେଖି ରଖିବେ ।
    14. ସେ ବ୍ଲକ ସ୍ତରୀୟ ସମ୍ପୃକ୍ତ ବିଭାଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ପଞ୍ଚୟାତ ସମିତି ସଭ୍ୟଙ୍କ ସହିତ ଖୁବ ନିବିଡ ସମନ୍ଵୟ ସ୍ଥାପନ କରିପାରିବେ ।
    15. ବ୍ଲକ ବିହନ ବିକ୍ରୟ କେନ୍ଦ୍ର ତାଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣରେ କାର୍ଯ୍ୟ କରେ ଓ ସେ କୃଷକଙ୍କ ଆବଶ୍ୟକତା ଅନୁଯାୟୀ କୃଷି ସାମଗ୍ରୀର ଉପଲବଦ୍ଧତା ଓ ବିକ୍ରୟ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥାନ୍ତି । ସେ ଯେ କୌଣସି ସମୟରେ ଷ୍ଟକ ଓ ଷ୍ଟୋର ଯାଞ୍ଚ କରିପାରିବେ ।
    16. ସେ ତାଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଗ୍ରାମ୍ୟ କୃଷି କର୍ମଚାରୀ / କୃଷି ଅଧିଦର୍ଶକଙ୍କ ଗୁପ୍ତ ଚରିତ୍ର ପଞ୍ଜିକା ଲେଖି ଉପଯୁକ୍ତ ଅଧିକାରୀଙ୍କ ନିକଟକୁ ପ୍ରେରଣ କରିପାରିବେ ।
    17. ସେ ଚିନି କଳ ଗୁଡିକ ସହିତ ସଂଯୋଗ ସ୍ଥାପନ କରିବେ ଓ ଅଞ୍ଚଳଭିତ୍ତିକ ଅଧିକାଳ ଅର୍ଥ ବରାଦି ବ୍ୟବସାୟିକ ଫସଲ ଚାଷକୁ ପ୍ରୋତ୍ସାହିତ କରିବେ ।
    18. ସେ ସାର/ ବିହନ ନିରୀକ୍ଷଣ ଭାବେ କାର୍ଯ୍ୟ କରିବେ ଓ ତାଙ୍କ ପରିସର ମଧ୍ୟରେ ସରକାରଙ୍କ ଦ୍ଵାରା ବିଜ୍ଞପିତ ଅନ୍ୟାନ୍ୟ କୃଷି ନିୟମଗୁଡିକକୁ ନିର୍ଭୟରେ ଓ ବିନା ପକ୍ଷପାତିତାରେ କାର୍ଯ୍ୟକାରୀ କରିବେ ଓ ନିୟନ୍ତ୍ରଣ ନିୟମ/ ନିର୍ଦ୍ଦେଶଗୁଡିକୁ କଠୋର ଭାବେ ପାଳନ କରିବେ ।
    19. ସେ ବ୍ଲକ ପ୍ରଶାସନ କୁ ଯେ କୌଣସି ପ୍ରାକୃତିକ ଦୁର୍ବିପାକ/ ଫସଲ ମହାମାରୀ ସମ୍ବନ୍ଧୀୟ ତଥ୍ୟ ପ୍ରସ୍ତୁତ କାରାବାରେ ସାହାଯ୍ୟ କରିବେ ଓ ଏହିପରି ପରିସ୍ଥିତିତର ମୁକାବିଲା କରିବା ପାଇଁ ନିଜକୁ ବିଭିନ୍ନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବେ ।
    20. ସେ କୃଷି ଉଦ୍ୟୋଗୀମାନଙ୍କ ପାଇଁ ମାର୍ଗଦର୍ଶକ କରାଇବା ଓ କୃଷି ସହାୟକ କେନ୍ଦ୍ର ମାଧ୍ୟମରେ ପ୍ରଗତି ହାସଲ ପାଇଁ ପ୍ରେରଣା ପ୍ରଦାନ କରିବେ ।
    21. ସେ ବ୍ଲକ ଅନ୍ୟାନ୍ୟ କନିଷ୍ଟ କୃଷି ଅଧିକାରୀଙ୍କ ପରାମର୍ଶ କ୍ରମେ ଉପରିସ୍ଥ ଅଧିକାରୀଙ୍କ ନିକଟରେ ବ୍ଲକ ଏକ ସମ୍ମିଳିତ ତଥ୍ୟ ପ୍ରସ୍ତୁତ ଓ ଉପସ୍ଥାପନ ପାଇଁ ଦାୟୀ ରହିବେ ।
    22. ସେ ବ୍ଲକରେ କାର୍ଯ୍ୟ କରୁଥିବା ଅନ୍ୟାନ୍ୟ କନିଷ୍ଟ କୃଷି ଅଧିକାରୀଙ୍କ ବାର୍ଷିକ କାର୍ଯ୍ୟ ପ୍ରକ୍ରିୟା ସମ୍ବନ୍ଧରେ ଏକ ଅସ୍ଥାୟୀ ମନ୍ତବ୍ୟ ଗୁପ୍ତ ଚରିତ୍ର ପଞ୍ଜିକା ପ୍ରଦାନ କରୁଥିବା କର୍ତ୍ତୃପକ୍ଷଙ୍କୁ ଦେଇ ପାରିବେ ।
    23. ସେ ନିଜ ସର୍କଲ ମଧ୍ୟରେ ଏପରିକି ସର୍କଲ ବାହାରେ ଥିବା ଗ୍ରାମ୍ୟ କୃଷି କର୍ମଚାରୀ/ କୃଷି ଅଧିଦର୍ଶକ କାର୍ଯ୍ୟ ଆକଳନ କରିବା ପାଇଁ ଅପ୍ରତ୍ୟାଶିତ ପରିଦର୍ଶନ କରିପାରିବେ ଓ କାର୍ଯ୍ୟ ଅବହେଳା ସମ୍ବନ୍ଧରେ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଜଣାଇ ପାରିବେ ।
    24. ସେ କୃଷି ଅଧିଦର୍ଶକ/ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ସାହାଯ୍ୟରେ ପଞ୍ଚାୟତ ଅଞ୍ଚଳ ପାଇଁ ଫସଲ ଯୋଜନା ପ୍ରସ୍ତୁତ କରିବେ ଓ ବୈଠକରେ ଉପସ୍ଥିତ ରହିବେ ।
    25. ସେ ସଫଳ ଲକ୍ଷ୍ୟ ହାସଲ ଗୁଡିକର ପ୍ରକାଶନ ପାଇଁ ଲିଖିତ ପ୍ରମାଣ ରଖିବେ ।
    26. କୃଷିର ବିକାଶ ପାଇଁ ତାଙ୍କର କର୍ତ୍ତବ୍ୟ ଭାବେ ଯେ କୌଣସି ଦାୟିତ୍ଵ ନ୍ୟସ୍ତ କରାଯାଇପାରିବ ।
  • ଉନ୍ନୀତ ମଣ୍ଡଳରେ କୃଷି ଅଧିଦର୍ଶକଙ୍କ ଦାୟିତ୍ଵ
    1. ପ୍ରତ୍ୟେକ କୃଷି ଅଧିଦର୍ଶକ ନିଜର ମୁଖ୍ୟଦପ୍ତର ଗ୍ରାମ ପଞ୍ଚାୟତ ସହିତ ୩-୫ଟି ଗ୍ରାମ ପଞ୍ଚାୟତ ଦାୟିତ୍ଵରେ ରହିବେ।
    2. ଉପକୃଷି ନିର୍ଦ୍ଦେଶକ ଜିଲ୍ଲା କୃଷି ଅଧିକାରୀଙ୍କ ପରାମର୍ଶ କ୍ରମେ ଗ୍ରାମ ପଞ୍ଚାୟତ ନିର୍ଦ୍ଧାରଣ କରିବେ ।
    3. ନିଜ କାର୍ଯ୍ୟ ପରିସର ମଧ୍ୟରେ ଗ୍ରାମ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟ ସନ୍ନିରୀକ୍ଷୀଣ କରିବେ ।
    4. ତାଙ୍କ କାର୍ଯ୍ୟ ପରିସର ମଧ୍ୟରେ ଥିବା ଗ୍ରାମ ପଞ୍ଚାୟତରେ ଅନ୍ତତଃ ପକ୍ଷେ ପ୍ରତି ଦୁଇମାସରେ ଥରେ ସମସ୍ତ ଗ୍ରାମ ପରିଦର୍ଶନ କରିବା ପାଇଁ ଏକ ବାର୍ଷିକ ଗସ୍ତ ଯୋଜନା ପ୍ରସ୍ତୁତ କରି ନିୟନ୍ତ୍ରିତ କରୁଥିବା ଅଧିକାରୀଙ୍କୁ ପ୍ରଦାନ କରିବେ ।
    5. ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପାକ୍ଷିକ ତାଲିମ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ଵାରା ସମୟାନୁଯାୟୀ ଆହୃତ ସମୀକ୍ଷା ବୈଠକରେ ଯୋଗ ଦେବେ ।
    6. ସେ ମୁଖ୍ୟ ଦପ୍ତର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ବନ୍ଧରେ ଏକ ବାର୍ତ୍ତା ଛାଡି ଯାଇଥିବେ ଯାହାକି ପରିଦର୍ଶକ ଅଧିକାରୀଙ୍କୁ ସାହାଯ୍ୟ କରିବ ।
    7. ସେ ନିଜର ମଣ୍ଡଳ ଫସଲର ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ସନ୍ନିରୀକ୍ଷୀଣ ପାଇଁ ଏକ ମୌଳିକ ରେକର୍ଡ ରଖିଥିବା ଆବଶ୍ୟକ ।
    8. ସେ କ୍ଷେତ୍ର ପ୍ରଦର୍ଶନ, ବିହନ ପୁଡିଆ, ବିହନଗ୍ରାମ, ବିହନ ଗ୍ରାମ ଯୋଜନା, ଫସଲର ବିବିଧିକରଣ, ନୂତନ ଫସଲ କିସମର ଚାଷ ଓ ଦଳଗତ ଆଲୋଚନା ସହିତ ଅନ୍ୟାନ୍ୟ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ, ସଂଗଠନ ଓ ନିରୀକ୍ଷୀଣ କରିବେ ।
    9. ବିହନ ପ୍ରତିବଦଳ ହାର ସନ୍ନିରୀକ୍ଷୀଣ କରିବେ ଓ କୃଷକଙ୍କ ଦ୍ଵାରା ଗୁଣାତ୍ମକ ବିହନର କ୍ରୟ ଓ ବ୍ୟବହାର ସମ୍ବନ୍ଧରେ ସୁନିଶ୍ଚିତ କରାଇବେ ।
    10. ତାଙ୍କର କ୍ଷେତ୍ର ପରିଦର୍ଶନ ସମୟରେ ସେ କରିଥିବା କାର୍ଯ୍ୟାବଳୀର ଏକ ରେକର୍ଡ ରଖିବେ । ଏହା ବ୍ୟତିତ ସେ ମଧ୍ୟ କୃଷକଙ୍କ ପ୍ରତିକ୍ରିୟା ସମେତ ପର୍ଯ୍ୟବେକ୍ଷଣ ଓ ସମସ୍ୟା ପୃଥକା ଭାବେ ଏକ ରେଜିଷ୍ଟରରେ ରଖିବେ ।
    11. ରେଜିଷ୍ଟର ଗୁଡିକ ତାଙ୍କୁ ନିୟନ୍ତ୍ରଣ କରୁଥିବା ସହକାରୀ କୃଷି ଅଧିକାରୀ, କନିଷ୍ଟ କୃଷି ଅଧିକାରୀଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯାଞ୍ଚ କରିବେ ।
    12. ତାଙ୍କ ମଣ୍ଡଳପାଇଁ ବିଭିନ୍ନ କୃଷି ସାମଗ୍ରୀର ଆବଶ୍ୟକତା ଆକଳନ କରିବେ ।
    13. ତାଙ୍କ ମଣ୍ଡଳରେ ଆଧୁନିକ କୃଷି ଯନ୍ତ୍ରପାତି ଓ ଉପକରଣର ବ୍ୟବହାର ଅଗଭୀର ନଳକୂପ, ମଧ୍ୟମ ନଳକୂପ, ଗଭୀର ନଳକୂପ ଓ ସେଚ କୂପ ଖନନ ଦ୍ଵାରା ସମ୍ଭାବ୍ୟ ଜଳସେଚନ ସୃଷ୍ଟି ପୂର୍ବକ ପ୍ରୋତ୍ସାହନ ପ୍ରଦାନ କରିବେ । ସେ ମଧ୍ୟ ଯୋଗ୍ୟ ବିବେଚିତ କୃଷକମାନଙ୍କ ଠାରୁ ଆବେଦନ ପତ୍ର ସଂଗ୍ରହ କରିବେ ।
    14. ସମସ୍ତ ପ୍ରକାର ଫସଲକାଟରେ ଉପସ୍ଥିତ ରହି ଆୟୋଜିତ କରିବେ ଓ ତଥ୍ୟ ପ୍ରଦାନ କରିବେ ।
    15. ଗ୍ରାମ ପଞ୍ଚାୟତ ବୈଠକରେ ନିୟମିତ ଭାବେ ଯୋଗ ଦେବେ ।
    16. ପୋକ ସର୍ବେକ୍ଷଣ କାର୍ଯ୍ୟ ଆୟୋଜନ କରିବେ ଓ ତାଙ୍କ କାର୍ଯ୍ୟ ପରିସର ମଧ୍ୟରେ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଠାରୁ ପୋକ ସର୍ବେକ୍ଷଣ ଫର୍ମ ସଂଗ୍ରହ କରି ଉପରିସ୍ଥ କାର୍ଯ୍ୟାଳୟକୁ ସୂଚନା ପ୍ରଦାନ କରିବେ ।
    17. ଧାର୍ଯ୍ୟଲକ୍ଷ୍ୟ ଅନୁଯାୟୀ ମୃତ୍ତିକା ନମୂନା ସଂଗ୍ରହ କରିବେ ଓ କୃଷକଙ୍କୁ ମୃତ୍ତିକା ପରୀକ୍ଷା ପାଇଁ ପ୍ରୋତ୍ସାହନ ଦେବେ ଓ ଚାଷୀଙ୍କ କ୍ଷେତରେ ଏହି ଅନୁମୋଦନ ଅନୁସରଣ ନିମନ୍ତେ ଏହାର ରେକର୍ଡ ରଖିବେ ।
    18. ନିଜ ଅଞ୍ଚଳରେ ଜୈବିକ କୃଷି ପାଇଁ ପ୍ରୋତ୍ସାହନ ଦେବେ ।
    19. କୌଣସି ପ୍ରାକୃତିକ ଦୁର୍ବିପାକ, ପ୍ରତିକୂଳ ପାଣିପାଗ ଓ ଫସଲ ଅବସ୍ଥା ସମ୍ବନ୍ଧରେ ତତକ୍ଷଣାତ ସହକାରୀ କୃଷି ଅଧିକାରୀଙ୍କୁ ଜଣାଇବେ ।
    20. ଉଚ୍ଚ ପଦାଧିକାରୀ ଯେପରି ଓ ଯେତେବେଳେ ପରାମର୍ଶ ଦେବେ ତନଦନୁଯାୟୀ ପ୍ରଭାବିତ ଘର / ହିତାଧିକାରୀଙ୍କୁ ବିପର୍ଯ୍ୟୟ ରିଲିଫ ପାଣ୍ଠି ରିହାତି ପ୍ରଦାନରେ ସାହାଯ୍ୟ କରିବେ ।
    21. ଜାତୀୟ ଖାଦ୍ୟ ନିରାପତ୍ତା ମିଶନ/ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ମୁଖ୍ୟ କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରିବେ ।
    22. ସେ ସମ୍ପୃକ୍ତ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ବାର୍ଷିକ କାର୍ଯ୍ୟ ପ୍ରକ୍ରିୟା ସମ୍ବନ୍ଧରେ ଗୁପ୍ତ ଚରିତ୍ର ପଞ୍ଜିକା ପ୍ରଦାନ କରୁଥିବା କର୍ତ୍ତୃପକ୍ଷ ଙ୍କୁ ତାଙ୍କର ଅସ୍ଥାୟୀ ମନ୍ତବ୍ୟ ଦେଇ ପାରିବେ ।
    23. ଏହା ବ୍ୟତୀତ ଉଚ୍ଚ କର୍ତ୍ତୃପକ୍ଷ ଯେତେବେଳେ ଯେଉଁ କାର୍ଯ୍ୟ ନିର୍ଦ୍ଧାରଣ କରିବେ ତାହା ସମ୍ପାଦନ କରିବେ ।
  • ମୃତ୍ତିକା ପରୀକ୍ଷାଗାରରେ କାର୍ଯ୍ୟରତ କୃଷି ଅଧିଦର୍ଶକଙ୍କ ଦାୟିତ୍ଵ ।
    1. ମୃତ୍ତିକା ନମୂନା ସଂଗ୍ରହ କରିବା ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରେରଣ କରିବା ।
    2. ପରୀକ୍ଷାଗାରରେ କାର୍ଯ୍ୟରତ ମୃତ୍ତିକା ରସାୟନବିତ / ସରକାରୀ କୃଷି ଅଧିକାର/ କନିଷ୍ଠ କୃଷି ଅଧିକାରୀଙ୍କ ପରାମର୍ଶ କ୍ରମେ ମୃତ୍ତିକା ନମୂନା ବିଶ୍ଲେଷଣ କରିବା ।
    3. ବିଶ୍ଲେଷଣ କରାଯାଇଥିବା ଫଳାଫଳ ଅନୁଯାୟୀ ମୃତ୍ତିକା ପରୀକ୍ଷା ରିପୋର୍ଟ ପ୍ରସ୍ତୁତ କରିବା।
    4. ସମସ୍ତ ନିୟମିତ ରେଜିଷ୍ଟର ପ୍ରସ୍ତୁତ କରିବା ।
    5. ପରୀକ୍ଷାଗାରକୁ ପରିଷ୍କାରା ପରିଚ୍ଛନ୍ନ ରଖିବା ଦାୟିତ୍ଵ ।
    6. ପରୀକ୍ଷାଗାରରେ ଉତ୍ତମ ପରିଚାଳନା ନିମନ୍ତେ ମୃତ୍ତିକା ରସାୟନବିତ ଓ ଅନ୍ୟାନ୍ୟ କର୍ତ୍ତୃପକ୍ଷ ପ୍ରଦତ୍ତ ଯେ କୌଣସି ଦାୟିତ୍ଵ ସମ୍ପର୍ଣ୍ଣ କରିବେ ।
  • ସାର / କୀଟନାଶକ ପରୀକ୍ଷାଗାରରେ କାର୍ଯ୍ୟରତ କୃଷି ଅଧିଦର୍ଶକଙ୍କ ଦାୟିତ୍ଵ
    1. ନମୂନା ବିଶ୍ଳେଷଣ କରିବାର ସହକାରୀ କୃଷି ଅଧିକାରୀଙ୍କୁ ସହାୟତା ପ୍ରଦାନ କରିବା ।
    2. ପରୀକ୍ଷାଗାରକୁ ପରିଷ୍କାରା ପରିଚ୍ଛନ୍ନ ରଖିବା ଦାୟିତ୍ଵ  ।
    3. କର୍ତ୍ତୃପକ୍ଷଙ୍କ ଚାହିଁବା ଅନୁଯାୟୀ ପରୀକ୍ଷାଗାରର ଷ୍ଟକ ଓ ଷ୍ଟୋର ଦାୟିତ୍ଵରେ ରହିବା ।
    4. ପରୀକ୍ଷାଗାରର ଉତ୍ତମ ପାଇଚାଳନା ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦ୍ଵାରା ପ୍ରଦତ୍ତ ଯେକୌଣସି ସମ୍ପର୍ଣ୍ଣ କାର୍ଯ୍ୟ କରିବେ ।
  • ବିହନ ପରୀକ୍ଷାରେ କାର୍ଯ୍ୟରତ କୃଷି ଅଧିଦର୍ଶକଙ୍କ ଦାୟିତ୍ଵ
    1. ବିଶ୍ଳେଷଣ ପାଇଁ ପ୍ରାପ୍ତ ବିହନ ନମୂନାର ପଞ୍ଜିକରଣ କରିବା ଦାୟିତ୍ଵ ।
    2. ସାମହିକ ଶ୍ରମିକ ନିୟୋଜନ ଓ ସେମାନଙ୍କ କାର୍ଯ୍ୟ ନିର୍ଦ୍ଧାରଣ ପାଇଁ ଯତ୍ନ ନେବା ।
    3. ବିହନ ଗଣନା, ପର୍ଯ୍ୟବେକ୍ଷନର ରେକର୍ଡ ଓ ବିହନ ପରୀକ୍ଷା ସବଷ୍ଟ୍ରାଟା ଓ ମିଡିଆ ପ୍ରସ୍ତୁତ ପାଇଁ ଦାୟୀ ରହିବା ।
    4. ବିହନ ପରୀକ୍ଷା ପଦ୍ଧତିରେ ସମ୍ପୃକ୍ତ ଅଧିକାରୀଙ୍କୁ ସହାୟତା ପ୍ରଦାନ କରିବା ।
    5. ପରୀକ୍ଷାଗାରକୁ ପରିଷ୍କାର ଓ କାର୍ଯ୍ୟକ୍ଷମ ରଖିବା ପାଇଁ ଯତ୍ନବାନ ହେବା ।
    6. ଷ୍ଟୋର ଦାୟିତ୍ଵରେ ଥିବା ବ୍ୟକ୍ତି ଠାରୁ ଷ୍ଟକ ଗ୍ରହଣ କରି ଏହାର ବିନିଯୋଗ ପାଇଁ ଦାୟୀ ରହିବା ।
    7. ସମ୍ପୃକ୍ତ ଅଧିକାରୀଙ୍କ ପରାମର୍ଶ କ୍ରମେ ବିଶ୍ଳେଷଣ କାର୍ଡ / ରିପୋର୍ଟ ପ୍ରସ୍ତୁତ କରିବା ।
    8. ପରୀକ୍ଷାଗାରର ଉତ୍ତମ ପରିଚାଳନା ପାଇଁ ଉପରିସ୍ଥ କର୍ତ୍ତୃପକ୍ଷ ଙ୍କ ଦ୍ଵାରା ନିର୍ଦ୍ଧାରିତ ଯେ କୌଣସି କାର୍ଯ୍ୟ କରିବା ।
  • ଜିଲ୍ଲା କୃଷି ଅଧିକାରୀ/ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଉଦ୍ଭିଦ ସୁରକ୍ଷା ସହକାରୀ ଭାବେ କାର୍ଯ୍ୟରତ କୃଷି ଅଧିଦର୍ଶକଙ୍କ ଦାୟିତ୍ଵ
    1. ସେ ଅଞ୍ଚଳର ଉଦ୍ଭିଦ ସୁରକ୍ଷା କାର୍ଯ୍ୟାବଳିରେ ଉଦ୍ଭିଦ ସୁରକ୍ଷା ଅଧିକାରୀ/ ସରକାରୀ କୃଷି ଅଧିକାରୀ (ରୋଗ ପୋକ ସର୍ବେକ୍ଷଣ)ଙ୍କୁ ସହାୟତା ପ୍ରଦାନ କରିବା ।
    2. ଉଦ୍ଭିଦ ସୁରକ୍ଷା ଅଧିକାରୀ/ସହକାରୀ କୃଷି ଅଧିକାରୀ (ଉଦ୍ଭିଦ ସୁରକ୍ଷା)ଙ୍କ ପରାମର୍ଶ କ୍ରମେ କ୍ଷେତରୁ ସଂଗୃହିତ ରୋଗ ପୋକ ସର୍ବେକ୍ଷଣ ରିପୋର୍ଟର ଏକତ୍ରିକରଣ କରିବା ।
    3. ଜୈବ ନିୟନ୍ତ୍ରଣ ଏଜେଣ୍ଟ/ ଜୈବ ସାର ବିକ୍ରୟ/ ବ୍ୟବହାରକୁ ପ୍ରୋତ୍ସାହନ ଦେବା ।
    4. କର୍ତ୍ତୃପକ୍ଷ ଙ୍କ ଚାହିଁବା ଅନୁଯାୟୀ ବିଭିନ୍ନ ଯୋଜନାର ଷ୍ଟକ ଓ ସ୍ତୋର୍ଲ କାର୍ଯ୍ୟଭାର ନେବା ।
    5. ସେ ଅଞ୍ଚଳରେ ରୋଗ ପୋକ ସମସ୍ୟା ନିୟନ୍ତ୍ରଣ ପାଇଁ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିର୍ଦ୍ଧାରିତ ଯେ କୌଣସି ଦାୟିତ୍ଵ ତୁଲାଇବା।
  • ଉପକୃଶୀଳ ନିର୍ଦ୍ଦେଶକ (ଉଦ୍ଭିଦ ସୁରକ୍ଷା) ଙ୍କ ଅଧିନରେ ବ୍ୟାକ୍ଟେରିଆ ଇନୋକୁଲମ ପ୍ରୟୋଗଶାଳାରେ କାର୍ଯ୍ୟରତ କୃଷି ଅଧିଦର୍ଶକ ଦାୟିତ୍ଵ
    1. ପ୍ରୟୋଗଶାଳାର ଷ୍ଟକ ଏବଂ ଷ୍ଟୋର ରଖିବା ।
    2. ଉତ୍ପାଦନ ଓ ବିକ୍ରୟ ରେଜିଷ୍ଟର ପ୍ରସ୍ତୁତ କରିବା  ।
    3. ଉପଯୁକ୍ତ ସମୟରେ ବିକରିଳ କରିବା ଓ ବିକ୍ରି ଟଙ୍କା ପୈଠ କରିବେ  ।
    4. ଜୈବ ସାରର ଉତ୍ପାଦନ ପଦ୍ଧତିରେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ସହାୟତା ପ୍ରଦାନ କରିବା ।
    5. ପ୍ରୟୋଗଶାଳା ପରିଚ୍ଛନ୍ନତା ପାଇଁ ଦାୟୀ ରହିବା ।
    6. ମାସିକ ପ୍ରଗତି ରିପୋର୍ଟ ଓ ଅନ୍ୟାନ୍ୟ ରିପୋର୍ଟ ପ୍ରସ୍ତୁତ କରିବା ।
    7. ପ୍ରୟୋଗଶାଳାର ଉତ୍ତମ ପରିଚାଳନା ପାଇଁ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିର୍ଦ୍ଧାରିତ ଅନ୍ୟ ଯେ କୌଣସି ଦାୟିତ୍ଵକୁ ସମ୍ପର୍ଣ୍ଣ କରିବା ।
  • ବିହନ ବିକ୍ରେୟ କେନ୍ଦ୍ରରେ ଅବସ୍ଥାପିତ କୃଷି ଅଧିଦର୍ଶକଙ୍କ ଦାୟିତ୍ଵ
    1. ପ୍ରଦର୍ଶନ କ୍ଷେତ୍ର/ବିହନ ପୁଡିଆର ସମସ୍ତଳ ଉପାଦାନ ସମେତ ବିହନ,କୃଷି ଯନ୍ତ୍ରପାତି, ସାର ଭଳି କୃଷି ସାମଗ୍ରୀ ଗ୍ରହଣ କରି ଷ୍ଟକରେ ରଖିବେ ।
    2. ସମୟ ଅନୁଯାୟୀ ବିହନ ବିକ୍ରେୟ କେନ୍ଦ୍ର ଖୋଲା ରଖିବା, ବିହନ ବିକ୍ରୟ କରିବେ ଓ କୃଷି ସାମଗ୍ରୀଗୁଡିକୁ ଚାଷୀଙ୍କ ମଧ୍ୟରେ ବଣ୍ଟନ କରିବେ ।
    3. ବ୍ଲକର ସହକାରୀ କୃଷି ଅଧିକାରୀ ଓ ଅନ୍ୟାନ୍ୟ ଉଚ୍ଚପଦସ୍ଥ କର୍ତ୍ତୃପକ୍ଷଙ୍କ ତଦାରଖ ନିମନ୍ତେ ବିକ୍ରୟ କେନ୍ଦ୍ରର ସମସ୍ତ ରେକର୍ଡ ଓ ଟଙ୍କା ଦାଖଲ ସମ୍ବନ୍ଧୀୟ ତଥ୍ୟ ରଖିବେ ।
    4. ବିହନ ବିକ୍ରୟ ପୂର୍ବରୁ ବିହନ ଗଜା ପରୀକ୍ଷା ରଖିବା ।
    5. ବିକ୍ରୟ କେନ୍ଦ୍ରର ନିରାପତ୍ତା ଓ ପରିଷ୍କାର ପରିଚ୍ଛନ୍ନତାକୁ ସୁନିଶ୍ଚିତ କରିବେ ।
    6. ନିୟମିତ ଭାବେ ପାକ୍ଷିକ / ସମୀକ୍ଷା ବୈଠକରେ ଯୋଗ ଦେବେ ।
    7. ଜଗୁଆଳ / ସାମୟିକ ଶ୍ରମିକ ସଠିକ କାର୍ଯ୍ୟକାରିତା ବିଷୟରେ ଅବଗତ ରହି ସହକାରୀ କୃଷି ଅଧିକାରୀଙ୍କୁ ଜଣାଇବେ ।
    8. ବ୍ଲକ ସ୍ତରରେ ମୃତ୍ତିକା ନମୂନା ବିଶ୍ଳେଷଣ କରିବାରେ ସହକାରୀ କୃଷି ଅଧିକାରୀଙ୍କୁ ସହାୟତା ପ୍ରଦାନ କରିବେ ।
    9. ସହକାରୀ କୃଷି ଅଧିକାରୀଙ୍କ ଅନୁପସ୍ଥିତିରେ କୃଷକମାନଙ୍କୁ ବୈଷୟିକ ପରାମର୍ଶ ପ୍ରଦାନ କରିବେ ।
    10. ସହକାରୀ କୃଷି ଅଧିକାରୀଙ୍କ ପରାମର୍ଶ କ୍ରମେ ପ୍ରଦର୍ଶନ କ୍ଷେତ୍ର / ବିହନ ପୁଡିଆ ଦ୍ରବ୍ୟ ବଣ୍ଟନ ପାଇଁ ଗ୍ରାମ୍ୟ କୃଷି କର୍ମଚାରୀ / କୃଷକଙ୍କ ମଧ୍ୟରେ ବାଣ୍ଟିବେ ।
    11. ଷ୍ଟକ ଓ ମୂଲ୍ୟ ତାଲିକା ପ୍ରଦର୍ଶନ କରିବେ ।
    12. ବିକ୍ରୟ କେନ୍ଦ୍ରର ଉତ୍ତମ ପରିଚାଳନା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିର୍ଦ୍ଧାରିତ ଯେ କୌଣସି କାର୍ଯ୍ୟ କରିବେ ।
  • ସରକାରୀ କୃଷି ଫାର୍ମରେ କାର୍ଯ୍ୟରତ କୃଷି ଅଧିଦର୍ଶକଙ୍କ ଦାୟିତ୍ଵ
    1. ଚାଷ ଉପଯୋଗୀ ଜମିର ବିନିଯୋଗ ପାଇଁ ଫାର୍ମ ପରିଚାଳନା ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଫାର୍ମ ପାଇଁ ଫସଲ ଯୋଜନା ପ୍ରସ୍ତୁତ କରିବେ ।
    2. ଫସଲ ଋତୁ ଆରମ୍ଭ ହେବା ପୂର୍ବରୁ କୃଷି ସାମଗ୍ରୀ ଆଗକୁ ଗଚ୍ଛିତ ରଖିବେ ଓ ଏହାକୁ ଉପଯୁକ୍ତ ଆର୍ଥିକ ପଦ୍ଧତି ଅନୁଯାୟୀ କ୍ରୟ କରିବେ ।
    3. ଫାର୍ମ ବଳଦ/ କୃଷି ଯନ୍ତ୍ରପାତିଗୁଡିକୁ ସୁରକ୍ଷିତ ରଖିବା ଓ ଫସଲ ଋତୁ ଆରମ୍ଭ ହେବା ଆଗରୁ ଏହାକୁ କାର୍ଯ୍ୟକ୍ଷମ ଅବସ୍ଥାରେ ରଖିବା ।
    4. ସ୍ଥାୟୀ ଶ୍ରମିକ ସାମୟିକ ଶ୍ରମିକଙ୍କ ମଧ୍ୟରେ କାର୍ଯ୍ୟ ଆବଣ୍ଟନ କରି କୃଷି କାର୍ଯ୍ୟର ସନ୍ନୀରୀକ୍ଷୀଣ କରିବେ ଓ ଫସଲ ଋତୁ ମଧ୍ୟରେ କାର୍ଯ୍ୟ ନିରୀକ୍ଷଣ କରିବେ ।
    5. ସରକାରଙ୍କ ଅନୁମୋଦନ ବ୍ୟୟପରିମାଣ ଅନୁଯାୟୀ ବିହନ ଫସଲର ଚାଷ ଖର୍ଚ୍ଚ ଅନୁସରଣ କରାଯିବା ଉଚିତ । ଏହାର ଯେ କୌଣସି ବ୍ୟତିକ୍ରମ ଯୁକ୍ତିଯୁକ୍ତ ହୋଇଥିବ ଓ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଓଡିଶାଙ୍କ ଦ୍ଵାରା ଅନୁମୋଦନ ହେବା ଆବଶ୍ୟକ ।
    6. ଫାର୍ମ ଉତ୍ପାଦିତ ଦ୍ରବ୍ୟଗୁଡିକ ସମୟୋଚିତ ପ୍ରକ୍ରିୟାକରଣ, ବ୍ୟାଗ ଭର୍ତ୍ତି କରିବା ଓ ଟ୍ୟାଗ ଲଗାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ।
    7. ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଠିକ ସମୟରେ ମାସିକ ପ୍ରଗତି ରିପୋର୍ଟ ପ୍ରଦାନ କରିବେ ।
    8. ଫାର୍ମକୁ ଲାଭପ୍ରଦ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ।
    9. ଫାର୍ମକୁ ଏଭଳି ପରିଷ୍କାର ପରିଚ୍ଛନ୍ନ ରଖିବା ଆବଶ୍ୟକ, ଯାହାଦ୍ୱାରା ନୂତନ ଉନ୍ନତ ଜ୍ଞାନ କୌଶଳ ପ୍ରଦର୍ଶନ ନିମନ୍ତେ ଏହା ଏକ ନମୂନା ମଞ୍ଚ ହୋଇପାରିବେ।
    10. ଫାର୍ମରେ ଜୈବିକ କୃଷି ଓ ଆଧୁନିକ ଫସଲ ଜ୍ଞାନକୌଶଳର ପ୍ରୋତ୍ସାହନ କରିବେ ।
    11. ଫାର୍ମର ସମ୍ପତ୍ତି ନିଲାମ ବ୍ୟବସ୍ଥାର ସୁରକ୍ଷା କରାଯାଇ ଏହାର ନଷ୍ଟାବଶେଷକୁ ବିକ୍ରୟ କରି ରାଜସ୍ୱ ପରିମାଣକୁ ସର୍ବାଧିକ କରାଇବା ।
    12. ଫାର୍ମ ଉତ୍ତମ ପରିଚାଳନା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିର୍ଦ୍ଧାରିତ ଯେ କୌଣସି କାର୍ଯ୍ୟ ସମ୍ପର୍ଣ୍ଣ କରିବା।
    13. ପ୍ରତ୍ୟେକ ଫସଲ ଋତୁରେ ଫସଲ ଅମଳ ଆକଳନ କରିବା ପାଇଁ ନିୟୋଜିତ ଅଧିକାରୀଙ୍କୁ ଫସଲ କାଟରେ ସହାୟତା କରିବେ ।
    14. ଫାର୍ମ ପୁସ୍ତିକାରେ ଜିନିସ ତାଲିକା,ଆୟତନ,ଉତ୍ପାଦନ, ଉତ୍ପାଦକତା, ମୃତ୍ତିକାବିଶ୍ଲେଷଣ, ବ୍ୟୟ ଓ ରାଜସ୍ଵ ରସିଦ ସମ୍ବନ୍ଧୀୟ ସୂଚନା ଲେଖି ରଖିବେ ।
    15. ଫାର୍ମର ଉତ୍ତମ ପରିଚାଳନା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିର୍ଦ୍ଧାରିତ ଯେ କୌଣସି କାର୍ଯ୍ୟ ସମ୍ପନ୍ନ କରିବା ।
  • ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଦାୟିତ୍ଵ
    1. ଗୋଟିଏ କିମ୍ବା ଦୁଇଟି ଗ୍ରାମପଞ୍ଚାୟତ କୁ ନେଇ ଗଠିତ ଏକ ଗ୍ରାମ୍ୟ କୃଷି କର୍ମଚାରୀ ମଣ୍ଡଲରେ ଜଣେ ଗ୍ରାମ୍ୟ କୃଷି କର୍ମଚାରୀ ରହିବେ । କୃଷି ପରିବାର ସଂଖ୍ୟା ଭିତ୍ତିରେ ମଣ୍ଡଲର ଗ୍ରାମ ଗୁଡିକୁ ୮ ୟୁନିଟରେ ବିଭକ୍ତ କରାଯିବ ।
    2. ସପ୍ତାହକ ମଧ୍ୟରେ ୪ ଦିନ କ୍ଷେତ୍ର ପରିଦର୍ଶନ କରି ପ୍ରତି ପକ୍ଷରେ ତାଙ୍କ ମଣ୍ଡଲରେ ଥିବା ସମସ୍ତ ୟୁନିଟକୁ ଗସ୍ତ କରିବେ । ଏହି ସମୟରେ ସେ ଷୋମବାରରୁ ଗୁରୁବାର ମଧ୍ୟରେ ପୂର୍ବାହ୍ନରେ କ୍ଷେତ ପରିଦର୍ଶନ କରି ଅପରାହ୍ନ ମୁଖ୍ୟ ଦପ୍ତରରେ କାର୍ଯ୍ୟାଳୟ କରିବେ । ଏହା କରିବାରେ ବିଫଳ ହେଲେ ସେ ଏହି ଶୁକ୍ରବାରରୁ ରବିବାର ମଧ୍ୟରେ ଗସ୍ତ କରିବେ ।
    3. ନିଜ ମଣ୍ଡଲରେ ମୌଳିକ ରେକର୍ଡ ସହିତ ତୁଳନା କରି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧିକୁ ସନ୍ନିରୀକ୍ଷୀଣ କରିବେ ।
    4. ବିହନ ପୁଡିଆ,ବିହନ ଗ୍ରାମ ଯୋଜନା, ଫସଲ କାର୍ଯ୍ୟକ୍ରମର ବିବିଧିକରଣ,ନୂତନ ଫସଲ/କିସମ ଚାଷ ଓ ଦଳଗତ ଆଲୋଚନା ସହିତ ଅନ୍ୟାନ୍ୟ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ, ସଂଗଠନ ଓ ନିରୀକ୍ଷଣ କରିବେ ।
    5. ସହକାରୀ କୃଷି ଅଧିକାରୀଙ୍କ ପ୍ରଦତ୍ତ ଧାର୍ଯ୍ୟଲକ୍ଷ୍ୟ ଅନୁୟାଯୀ ନିଜ ମଣ୍ଡଳବିହନ ଜୈବସାର, ଯନ୍ତ୍ରପାତି, ଶକ୍ତି ଚାଳିତ ଯନ୍ତ୍ର, ଫରୁଆ ଜଳସେଚନ ପାଇଁ ଉଦ୍ଦିଷ୍ଟ ରିହାତି ପରିମାଣ ବିନିଯୋଗ କରିବା ।
    6. କୃଷକଙ୍କ ଦ୍ଵାରା ଗୁଣାତ୍ମକ ବିହନର କ୍ରୟ ଓ ବିନିଯୋଗ ପାଇଁ ପ୍ରୋତ୍ସାହିତ / ଉତ୍ସାହିତ କରିବା ।
    7. ତାଙ୍କ କ୍ଷେତ୍ର ପରିଦର୍ଶନ ସମୟରେ ସେ କରୁଥିବା କାର୍ଯ୍ୟାବଳିର ରେକର୍ଡ ପ୍ରସ୍ତୁତ କରିବେ ଓ ରେଜିଷ୍ଟରରେ ପୃଥକ ଭାବେ ପର୍ଯ୍ୟବେକ୍ଷଣ ଓ କୃଷକଙ୍କ ସମସ୍ୟା ସମେତ ତାଙ୍କ ପ୍ରତିକ୍ରିୟା ରେକର୍ଡ କରିବେ । କ୍ଷେତ୍ର ପରିଦର୍ଶନ ସମୟରେ ସେ ଭେଟିଥିବା କୃଷକମାନଙ୍କ ଦସ୍ତଖତ ରଖିବେ ।
    8. ଆଗ୍ରହୀ କୃଷକ ଗୋଷ୍ଠୀଙ୍କ ସହିତ ଆଲୋଚନା କରି ତାଙ୍କ ମଣ୍ଡଳ ପାଇଁ ଆବଶ୍ୟକୀୟଲ କୃଷି ସାମଗ୍ରୀର ଆକଳନ କରିବା ।
    9. ସମସ୍ତ ପ୍ରକାର ଫସଲକାଟରେ ଉପସ୍ଥିତ ରହି ଏହାର ଆୟୋଜନ କରିବେ ।
    10. ଗ୍ରାମ ପଞ୍ଚାୟତ ବୈଠକରେ ସେ ନିୟମିତ ଭାବେ ଯୋଗଦେବେ ଓ ଗ୍ରାମ ପଞ୍ଚାୟତ କୃଷି ଉନ୍ନୟନ ଯୋଜନା ସମ୍ବନ୍ଧରେ ଜଣାଇବେ ।
    11. ପୋକ ସର୍ବେକ୍ଷଣ କାର୍ଯ୍ୟକରିବେ , ସର୍ବେକ୍ଷଣ ଫର୍ମ ପ୍ରସ୍ତୁତ କରି କୃଷି ଅଧିଦର୍ଶକଙ୍କୁ ପ୍ରଦାନ କରିବେ ।
    12. ଧାର୍ଯ୍ୟଲକ୍ଷ୍ୟ ଅନୁଯାୟୀ ମୃତ୍ତିକା ନମୂନା ସଂଗ୍ରହ କରିବେ ଓ କୃଷକଙ୍କ ମଧ୍ୟରେ ମୃତ୍ତିକା ପରୀକ୍ଷାକୁ ପ୍ରୋତ୍ସାହିତ କରିବେ ଓ କୃଷକଙ୍କ କ୍ଷେତ୍ରରେ ଅନୁମୋଦନକୁ ଅନୁସରଣ କରିବେ ।
    13. ନିଜ କାର୍ଯ୍ୟ ପରିସରରେ ଜୈବିକ କୃଷିକୁ ପ୍ରୋତ୍ସାହତ କରିବେ ।
    14. ନିଜ କାର୍ଯ୍ୟ ପରିସରରେ ଜୈବିକ କୃଷିକୁ ପ୍ରୋତ୍ସାହିତ କରିବେ ।
    15. ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଧାରିତ ଅନୁଯାୟୀ ପ୍ରଭାବିତ ଘର/ହିତାଧିକାରୀଙ୍କୁ ଦୁର୍ବିପାକ ରିଲିଫ ପାଣ୍ଠିର ରିହାତି ପ୍ରଦାନ କରିବା କାର୍ଯ୍ୟରେ ସହାୟତା କରିବେ।
    16. ଜାତୀୟ ଖାଦ୍ୟ ନିରାପତ୍ତା ମିଶନ/ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ମୁଖ୍ୟ କାର୍ଯ୍ୟରେ ସକ୍ରିୟଭାବେ ସାମିଲ ହେବେ ।
    17. ପଞ୍ଚାୟତରାଜ, ଜଳସମ୍ବଳ, ସମବାୟ, ବ୍ୟବସାୟିକ ବ୍ୟାଙ୍କ ଭଳି ଆନୁଷଙ୍ଗିକ କ୍ଷେତ୍ରରେ ଅଧିକାରୀଙ୍କ ସମସ୍ୟା ସମାଧାନରେ ସେମାନଙ୍କ ସହାୟତା ଲାଭ କରିବେ । ଯେ କୌଣସି ସ୍ଥୁଳରେ ଉପୁଜିଥିବା ସମସ୍ୟା ସମ୍ବନ୍ଧରେ ସେ ସରକାରୀ କୃଷି ଅଧିକାରୀଙ୍କୁ ଅବଗତ କରାଇବେ ।
    18. କୃଷକ /କୃଷି ଜୀବି ମହିଳାଙ୍କ ଉତ୍ସାହିତ କରି ସ୍ଵୟଂସହାୟକ ଗୋଷ୍ଠୀ ଗଠନ ଓ "ଆତ୍ମା" କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା।
    19. ଏହା ବ୍ୟତିତ ଉପସ୍ଥିତ କର୍ତ୍ତୃପକ୍ଷ ଦ୍ଵାରା ନ୍ୟସ୍ତ କରାଯାଇଥିବା ଯେ କୌଣସି କାର୍ଯ୍ୟ ସମ୍ପର୍ଣ୍ଣ କରିବା ।
    20. ଫସଲ ଉତ୍ପାଦକତା, କୃଷି ସାମଗ୍ରୀ ବ୍ୟବହାର, କୃଷକ କର୍ମଜୀବି ମହିଳା ଓ ଯୁବକଙ୍କ ଦକ୍ଷତା ବୃଦ୍ଧି ଓ କୃଷି ପଦ୍ଧତି ଗ୍ରହଣରେ ଅଧିକରୁ ଅଧିକ ସଫଳ ହେବା ପାଇଁ ଚେଷ୍ଟିତ ହେବେ , ଯାହାର ଅନ୍ତିମ ଲକ୍ଷ୍ୟ ହେଉଛି ନିଜ ମଣ୍ଡଲାରେ ଥିବା କୃଷକଙ୍କ ମଧ୍ୟରେ ଓ ବାହାରେ ଆତ୍ମବିଶ୍ଵାସ ସୃଷ୍ଟି କରି ଅଧିକରୁ ଆର୍ଥିକ ଲାଭ ହାସଲ କରିବା ।
    21. ନିଜ ମଣ୍ଡଲରେ କୃଷି କାର୍ଯ୍ୟକ୍ରମ ଅନୁଧ୍ୟାନ କରିବା, ବିଭିନ୍ନ କୃଷି ପରିସ୍ଥିତି ସମ୍ବନ୍ଧରେ ଅବଗତ ରହିବା ଓ ବିଭିନ୍ନ ବର୍ଗ କୃଷକମାନଙ୍କର ଏକ ବେଞ୍ଚମାର୍କ ସର୍ଭେ କରିବା । ତାଙ୍କ ମୌଳିକ ସୂଚନା ରେଜିଷ୍ଟର ରେ ଜମି ବିନିଯୋଗ, ଆୟତନ, ଉତ୍ପାଦନ ଓ ଉତ୍ପାଦକତା ପରିସଂଖ୍ୟାନ, ଫସଲ ପର୍ଯ୍ୟାୟ ଅନୁସରଣ , ଚାଷ କରାଯାଉଥିବା ଫସଲ କିସମ, ବର୍ଷା ଜଳସେଚନ ସୁବିଧା ଓ କୃଷି ସାମଗ୍ରୀ ଯୋଗାଣ ବ୍ୟବସ୍ଥା ସମ୍ବନ୍ଧୀୟ ତଥ୍ୟ ରହିବା ଓ ଏହାର ଏକ ନକଲ ସହକାରୀ କୃଷି ଅଧିକାରୀଙ୍କୁ ପ୍ରଦାନ କରିବେ । ଏହିପରି ସଂଗୃହିତ ମୌଳିକ ସୂଚନାଗୁଡିକୁ ସମୟ ଅନୁସାରେ ନବୀକୃତ କରାଯିବ ।

ବିଭିନ୍ନ ରାଜସ୍ଵ ଜିଲ୍ଲା / ସବଡିଭିଜନ ସ୍ତରୀୟ ଯୋଗାଯୋଗ ଅଧିକାରୀ

କ୍ର .ସଂ

ରାଜସ୍ଵ ଜିଲ୍ଲାର ନାମ

ରାଜସ୍ଵ ଜିଲ୍ଲା/ ସୁବଡିଭିଜନ ସ୍ତରୀୟ ଯୋଗାଯୋଗ ବ୍ୟକ୍ତି

ଅନ୍ୟ ଯୋଗାଯୋଗ ବ୍ୟକ୍ତି

ବାଲେଶ୍ଵର

କ) ଉପ କୃଷି ନିର୍ଦ୍ଦେଶକ, ବାଲେଶ୍ଵର, ସା/ପୋ.ଅ.- ବାଲିଆ,ଜିଲ୍ଲା - ବାଲେଶ୍ଵର

ଫୋନ : ୦୬୭୮୨-୨୯୨୧୨୭

ଖ) ଜିଲ୍ଲା କୃଷି ଅଧିକାରୀ, ବାଲେଶ୍ଵର

ଫୋନ :୦୬୭୮୨-୨୬୨୦୬୮

ଜିଲ୍ଲା କୃଷି ଅଧିକାରୀ, ଜଳେଶ୍ଵର ଞ୍ଚ

ଜିଲ୍ଲା କୃଷି ଅଧିକାରୀ, ନିଳଗିରି ଞ୍ଚ

ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ, ସୋରୋ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ , ସିମୁଳିଆ , ପ୍ରତ୍ୟେକ ବ୍ଲକ ସହକାରୀ କୃଷି ଅଧିକାରୀ ,

ଭଦ୍ରକ

କ) ଉପ କୃଷି ନିର୍ଦ୍ଦେଶକ, ଭଦ୍ରକ ଞ୍ଚ

ଖ) ଜିଲ୍ଲା କୃଷି ଅଧିକାରୀ, ଭଦ୍ରକ ଫୋନ : ୦୬୭୮୪-୨୫୦୯୦୬

ଜିଲ୍ଲା କୃଷି ଅଧିକାରୀ, ଧାମନଗର ଞ୍ଚ ପ୍ରତ୍ୟେକ ବ୍ଲକ ସହକାରୀ କୃଷି ଅଧିକାରୀ

ବଲାଙ୍ଗିର

କ) ଉପକୃଷି ନିର୍ଦ୍ଦେଶକ, ବଲାଙ୍ଗୀରି

ସା/ପୋ.ଅ- ବଲାଙ୍ଗୀରି ,

ଫୋନ:୦୬୬୫୨-୨୫୦୧୯୫

ଖ) ଜିଲ୍ଲା କୃଷି ଅଧିକାରୀ, ବଲାଙ୍ଗୀରି ଫୋନ:୦୬୬୫୨-୨୫୦୦୭୩

ଗ) ଜିଲ୍ଲା କୃଷି ଅଧିକାରୀ,ଟିଟିଲାଗଡ

ଫୋନ:୦୬୬୫୫-୨୨୦୧୬୮

ଜିଲ୍ଲା କୃଷି ଅଧିକାରୀ, ପାଟଣାଗଡ ଞ୍ଚ

ପ୍ରତ୍ୟେକ ବ୍ଲକ ସହକାରୀ କୃଷି ଅଧିକାରୀ ।

 

ସୁବର୍ଣ୍ଣପୁର

କ) ଉପକୃଷି ନିର୍ଦ୍ଦେଶକ, ସୋନପୁର ଞ୍ଚ

ଖ) ଜିଲ୍ଲା କୃଷି ଅଧିକାରୀ, ସୋନପୁର ।

ଫୋନ: ୦୬୬୫୪-୨୨୦୦୨୨୮

ଜିଲ୍ଲା କୃଷି ଅଧିକାରୀ, ଞ୍ଚ ବିରାମହାରାଜପୁର , ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଡୁଙ୍ଗିରିପାଳ୍ଳି

ପ୍ରତ୍ୟେକ ବ୍ଲକ ସହକାରୀ କୃଷି ଅଧିକାରୀ ।

କଟକ

କ) ଉପ କୃଷି ନିର୍ଦ୍ଦେଶକ, କଟକ

ସା/ପୋ.ଅ- ନୂଆବଜାର, ଜିଲ୍ଲା- କଟକ

ଫୋନ: ୦୬୭୧-୨୪୪୨୬୫୪

ଖ) ଜିଲ୍ଲା କୃଷି ଅଧିକାରୀ, କଟକ ଫୋନ : ୦୬୭୧-୨୪୪୨୪୯୬

ଗ) ଜିଲ୍ଲା କୃଷି ଅଧିକାରୀ, ଆଠଗଡ,

ଫୋନ:୦୬୭୨୩-୨୨୦୨୨୬

ଘ) ଜିଲ୍ଲା କୃଷି ଅଧିକାରୀ, ବାଙ୍କୀ

ଫୋନ: ୦୬୭୨୩-୨୪୦୨୬୨

ଜିଲ୍ଲା କୃଷି ଅଧିକାରୀ, ସାଲେପୁର ପ୍ରତ୍ୟେକ ବ୍ଲକ ସହକାରୀ କୃଷି ଅଧିକାରୀ ।

 

ଜଗତସିଂହ ପୁର

କ) ଉପ କୃଷି ନିର୍ଦ୍ଦେଶକ , ଜଗତସିଂହପୁର ଞ୍ଚ

ଖ) ଜିଲ୍ଲା କୃଷି ଅଧିକାରୀ, ଜଗତସିଂହପୁର

ଫୋନ: ୦୬୭୨୪-୨୨୦୦୬୧

ଜିଲ୍ଲା କୃଷି ଅଧିକାରୀ, ତିର୍ତ୍ତୋଲ ଞ୍ଚ

ପ୍ରତ୍ୟେକ ବ୍ଲକ ସହକାରୀ କୃଷି ଅଧିକାରୀ

ଯାଜପୁର

କ) ଉପ କୃଷି ନିର୍ଦ୍ଦେଶକ, ଯାଜପୁର ଞ୍ଚ

ଖ) ଜିଲ୍ଲା କୃଷି ଅଧିକାରୀ, ଯାଜପୁର

ଫୋନ: ୦୬୭୨୪-୨୨୦୦୬୧

ଜିଲ୍ଲା କୃଷି ଅଧିକାରୀ, ଯାଜପୁର ରୋଡ ଞ୍ଚ

ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ , ଧର୍ମଶାଳା, ପ୍ରତ୍ୟେକ ବ୍ଲକ ସହକାରୀ କୃଷି ଅଧିକାରୀ ।

କେନ୍ଦ୍ରାପଡା

କ) ଉପ କୃଷି ନିର୍ଦ୍ଦେଶକ , କେନ୍ଦ୍ରାପଡା ଞ୍ଚ

ଖ) ଜିଲ୍ଲା କୃଷି ଅଧିକାରୀ, କେନ୍ଦ୍ରାପଡା ,

ଫୋନ: ୦୬୭୨୭-୨୩୨୨୧୨

ଜିଲ୍ଲା କୃଷି ଅଧିକାରୀ, ପଟ୍ଟାମୁଣ୍ଡାଇ ଞ୍ଚ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ମାର୍ସାଘାଇ ପ୍ରତ୍ୟେକ ବ୍ଲକ ସହକାରୀ କୃଷି ଅଧିକାରୀ ।

ଢେଙ୍କାନାଳ

କ) ଉପ କୃଷି ନିର୍ଦ୍ଦେଶକ, ଢେଙ୍କାନାଳ

ସା/ପୋ/ଜିଲ୍ଲା- ଢେଙ୍କାନାଳ

ଫୋନ: ୦୬୭୬୨-୨୨୪୬୬୨

ଖ) ଜିଲ୍ଲା କୃଷି ଅଧିକାରୀ, ଢେଙ୍କାନାଳ ଫୋନ: ୦୬୭୬୨-୨୨୪୫୪୫

ଗ) ଜିଲ୍ଲା କୃଷି ଅଧିକାରୀ, କାମାକ୍ଷାନଗର ଫୋନ: ୦୬୭୬୯-୨୭୦୪୫୭

ଜିଲ୍ଲା କୃଷି ଅଧିକାରୀ, ହିନ୍ଦୋଳ ଞ୍ଚ

ପ୍ରତ୍ୟେକ ବ୍ଲକ ସହକାରୀ କୃଷି ଅଧିକାରୀ ।

୧୦

ଅନୁଗୋଳ

କ) ଉପ କୃଷି ନିର୍ଦ୍ଦେଶକ, ଅନୁଗୋଳ ଞ୍ଚ

ଖ) ଜିଲ୍ଲା କୃଷି ଅଧିକାରୀ, ଅନୁଗୋଳ,

ଫୋନ: ୦୬୭୬୪-୨୩୦୩୫୧

ଗ)ଜିଲ୍ଲା କୃଷି ଅଧିକାରୀ, ତାଳଚେର

ଫୋନ: ୦୬୭୬୦-୨୪୦୨୭୩

ଜିଲ୍ଲା କୃଷି ଅଧିକାରୀ, ଆଠମଲ୍ଲିକ ଞ୍ଚ

ଜିଲା କୃଷି ଅଧିକାରୀ, ପାଲଲହଡା ଞ୍ଚ

ପ୍ରତ୍ୟେକ ବ୍ଲକ ସହକାରୀ କୃଷି ଅଧିକାରୀ

୧୧

ଗଞ୍ଜାମ

କ) ଉପ କୃଷି ନିର୍ଦ୍ଦେଶକ, ଗଞ୍ଜାମ

ସା/ପୋ - ବ୍ରହ୍ମପୁର

ଫୋନ:୦୬୮୦୨-୨୯୦୨୩୯

ଖ) ଉପ କୃଷି ନିର୍ଦ୍ଦେଶକ, ବ୍ରହ୍ମପୁର,

ଫୋନ: ୦୬୮୦-୨୨୬୧୯୩

ଗ) ଜିଲ୍ଲା କୃଷି ନିର୍ଦ୍ଦେଶକ, ଆସ୍କା,

ଫୋନ:୦୬୮୨୨-୨୭୬୨୧

ଘ) ଜିଲ୍ଲା କୃଷି ଅଧିକାରୀ, ଛତ୍ରପୁର

ଫୋନ:୦୬୮୧୧-୨୬୩୯୦୫

ଜିଲ୍ଲା କୃଷି ଅଧିକାରୀ ଖଲ୍ଲିକୋଟ ଞ୍ଚ

ଜିଲ୍ଲା କୃଷି ଅଧିକାରୀ, ଭଞ୍ଜନଗର ଞ୍ଚ

ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ , ଦିଗପହଣ୍ଡି

ପ୍ରତ୍ୟେକ ବ୍ଲକ ସହକାରୀ କୃଷି ଅଧିକାରୀ ।

 

୧୨

ଗଜପତି

କ) ଉପଜିଲ୍ଲା ନିର୍ଦ୍ଦେଶକ, ଗଜପତି ଞ୍ଚ

ଖ) ଜିଲ୍ଲା କୃଷି ଅଧିକାରୀ, ପାରଳାଖେମୁଣ୍ଡି

ଫୋନ: ୦୬୮୧୫-୨୨୨୨୪୩

ଜିଲ୍ଲା କୃଷି ଅଧିକାରୀ, ଞ୍ଚ ଆର. ଉଦୟଗିରି

ପ୍ରତ୍ୟେକ ବ୍ଲକର ସହକାରୀ କୃଷି ଅଧିକାରୀ ।

୧୩

କଳାହାଣ୍ଡି

କ) ଉପ କୃଷି ନିର୍ଦ୍ଦେଶକ, କଳାହାଣ୍ଡି

ସା/ପୋ- ଭବାନୀପାଟଣା ,

ଫୋନ: ୦୬୬୭୦-୨୩୦୭୫୧

ଖ) ଜିଲ୍ଲା କୃଷି ଅଧିକାରୀ, ଭବାନୀପାଟଣା

ଫୋନ:୦୬୬୭୦-୨୩୦୨୭୨

ଗ) ଜିଲ୍ଲା କୃଷି ଅଧିକାରୀ, ଧର୍ମଗଡ

ଫୋନ: ୦୬୬୭୨-୨୪୨୨୫୬

ଜିଲ୍ଲା ଅଧିକାରୀ, ନର୍ଲା ଞ୍ଚ

ପ୍ରତ୍ୟେକ ବ୍ଲକ ସହକାରୀ କୃଷି ଅଧିକାରୀ ।

 

୧୪

ନୂଆପଡା

କ) ଉପ କୃଷି ନିର୍ଦ୍ଦେଶକ, ନୂଆପଡା ଞ୍ଚ

ଖ) ଜିଲ୍ଲା କୃଷି ଅଧିକାରୀ,ଖଡିଆଳ

ଫୋନ:୦୬୬୭୧-୨୩୨୨୪୦

ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ, ଞ୍ଚ ନୂଆପଡା

ପ୍ରତ୍ୟେକ ବ୍ଲକ ସହକରି କୃଷି ଅଧିକାରୀ ।

 

୧୫

କନ୍ଧମାଳ

କ) ଉପ କୃଷି ନିର୍ଦ୍ଦେଶକ, କନ୍ଧମାଳ,

ସା/ପୋ.ଅ- ଫୁଲବାଣୀ

ଫୋନ: ୦୬୮୪୨-୨୫୩୭୭୩

ଖ) ଜିଲ୍ଲା କୃଷି ଅଧିକାରୀ, ଫୁଲବାଣୀ ଫୋନ: ୦୬୮୪୨-୨୫୩୬୨୩

ଜିଲ୍ଲା କୃଷି ଅଧିକାରୀ, ଜି ଉଦୟଗିରି ଞ୍ଚ

ଜିଲ୍ଲା କୃଷି ଅଧିକାରୀ, ବାଲିଗୁଡା ଞ୍ଚ

ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ, ନୂଆଗାଁ

ପ୍ରତ୍ୟେକ ବ୍ଲକ

ସହକାରୀ କୃଷି ଅଧିକାରୀ ।

୧୬

ବୌଦ୍ଧ

କ) ଉପ କୃଷି ନିର୍ଦ୍ଦେଶକ, ବୌଦ୍ଧ ଞ୍ଚ

ଖ) ଜିଲ୍ଲା କୃଷି ଅଧିକାରୀ, ବୌଦ୍ଧ

ଫୋନ: ୦୬୮୪୧-୨୨୨୦୦୪

ପ୍ରତ୍ୟେକ ବ୍ଲକ ସହକାରୀ କୃଷି ଅଧିକାରୀ

୧୭

କେନ୍ଦୁଝର

କ) ଉପ କୃଷି ନିର୍ଦ୍ଦେଶକ, କେନ୍ଦୁଝର

ସା/ପୋ.ଅ - କେନ୍ଦୁଝର

ଫୋନ: ୦୬୭୬୬-୨୫୫୫୯୬

ଖ) ଜିଲ୍ଲା କୃଷି ଅଧିକାରୀ , ଚମ୍ପୁଆ

ଫୋନ : ୦୬୭୬୭-୨୪୦୨୨୩୨

ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ, ଞ୍ଚ ଘାଟଗାଁ

ପ୍ରତ୍ୟେକ ବ୍ଲକ ସହକାରୀ କୃଷି ଅଧିକାରୀ ।

 

୧୮

କୋରାପୁଟ

କ) ଜିଲ୍ଲା କୃଷି ଅଧିକାରୀ, କୋରାପୁଟ

ଫୋନ: ୦୬୮୫୨-୨୫୧୨୬୮

ଖ) ଜିଲ୍ଲା କୃଷି ଅଧିକାରୀ,ଜୟପୁର ,

ଫୋନ: ୦୬୮୫୪-୨୩୦୬୧୬

ଜିଲ୍ଲା କୃଷି ଅଧିକାରୀ, ଲକ୍ଷ୍ମୀପୁର ଞ୍ଚ

ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ନନ୍ଦପୁର

ପ୍ରତ୍ୟେକ ବ୍ଲକ ସହକାରୀ କୃଷି ଅଧିକାରୀ ।

୧୯

ରାୟଗଡା

କ) ଉପ କୃଷି ନିର୍ଦ୍ଦେଶକ, ରାୟଗଡା,

ଖ) ଜିଲ୍ଲା କୃଷି ଅଧିକାରୀ, ଗୁଣୁପୁର

ଫୋନ: ୦୬୮୫୭-୨୫୦୪୯୬

ଜିଲ୍ଲା କୃଷି ଅଧିକାରୀ, ମୁନିଗୁଡା ଞ୍ଚ

ପ୍ରତ୍ୟେକ ବ୍ଲକ ସହକାରୀ କୃଷି ଅଧିକାରୀ ।

୨୦

ମାଲକାନଗିରି

କ) ଉପ କୃଷି ନିର୍ଦ୍ଦେଶକ, ମାଲକାନାଗିରି

ଖ) ଜିଲ୍ଲା କୃଷି ଅଧିକାରୀ , ମାଲକାନଗିରି

ଫୋନ: ୦୬୮୬୧-୨୩୦୨୪୨

ଜିଲ୍ଲା କୃଷି ଅଧିକାରୀ, କାଲିମେଳା ଞ୍ଚ

ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ, ଗୋବିନ୍ଦ ପାଲି

ପ୍ରତ୍ୟେକ ବ୍ଲକ ସହକାରୀ କୃଷି ଅଧିକାରୀ ।

ଆଧାର - କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ଓଡିଶା ସରକାର

Last Modified : 7/6/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate