অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିହନ ବଣ୍ଟନ

କୃଷି ଉତ୍ପାଦନ ପାଇଁ ବିହନ ଏକ ପ୍ରମୁଖ କୃଷି ସାମଗ୍ରୀ । ଏହା ଉପରେ ଅନ୍ୟାନ୍ୟ କୃଷି ସାମଗ୍ରୀର ଦକ୍ଷତା ଓ କାର୍ଯ୍ୟକାରିତା ନିର୍ଭର କରିଥାଏ । ସାର, ଜଳସେଚନ ଓ ଉଦ୍ଭିଦ ସୁରକ୍ଷା ଭଳି ବିହନର ଉତ୍ତମ ଅଙ୍କୁରୋଦଗମ, ଚାରାର ପୃଷ୍ଠତା ଓ ଆନୁବଂଶୀୟ ଶୁଦ୍ଧତା ହେଉଛି ଖୁବ୍ ଗୁରୁତ୍ଵପୂର୍ଣ୍ଣ । ଏହା ସ୍ୱତଃ ସିଦ୍ଧ ଯେ କେବଳ ଉନ୍ନତ ଗୁଣାତ୍ମକ ବିହନ ବ୍ୟବହାର ଯୋଗୁଁ ଅମଳ ୧୮ ପ୍ରତିଶତ ଅଧିକ ହୋଇଥାଏ । କୃଷି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ନିମନ୍ତେ ବିଭିନ୍ନ କୃଷି ଜଳବାୟୁ ମଣ୍ଡଳ ପାଇଁ ପର୍ଯ୍ୟାପ୍ତ ପରିମାଣର ବିହନ ସୁଲଭ ମୂଲ୍ୟରେ ଓ ଉପଯୁକ୍ତ ସମୟରେ ଉପଲବ୍ଧ ହେବା ଖୁବ୍ ଗୁରୁତ୍ଵପୂର୍ଣ୍ଣ ଅଟେ ।

ପ୍ରତ୍ୟେକ ବ୍ଳକରେ ଦୁଇଗୋଟି ବିଭାଗୀୟ ବିହନ ବିକ୍ରୟ କେନ୍ଦ୍ର ରହିଛି । ଏହି କେନ୍ଦ୍ର ମାଧ୍ୟମରେ କୃଷକଙ୍କୁ ଗୁଣାତ୍ମକ ବିହନ ଯୋଗାଇ ଦିଆଯାଏ । ଏହା ବ୍ୟତୀତ କୃଷକଙ୍କ ନକଟରେ ବିହନ ଯୋଗାଇ ଦେବା ପାଇଁ ଘରୋଇ ବିହନ ବିକ୍ରେତାମାନଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । ଅଞ୍ଚଳଭିତ୍ତିରେ କୃଷକଙ୍କ ଫସଲ ଓ କିସମକୁ ଦୃଷ୍ଟିଦେଇ ଚାଷ ଋତୁର ଆରମ୍ଭରେ ଏହି ବିହନ ବିକ୍ରୟ କେନ୍ଦ୍ର ମାଧ୍ୟମରେ ବିହନ ଯୋଗାଇ ଦିଆଯାଏ । ଗ୍ରାମ୍ୟକୃଷି କର୍ମଚାରୀ / କୃଷି ଓଭରସିଅର କୃଷକଙ୍କ ଆବଶ୍ୟକତା ଅନୁଯାୟୀ ବିହନ ବରାଦି ସଂଗ୍ରହ କରନ୍ତି । ଉପକୃଷି ନିର୍ଦ୍ଦେଶକ ମଣ୍ଡଳ ସ୍ତରରେ ଜିଲ୍ଲାର ମୋଟ ବିହନ ଆବଶ୍ୟକତା ହିସାବ କରାଯାଇ ବିହନ ଯୋଗାଣ ପାଇଁ ନିର୍ଦ୍ଦେଶାଳୟ କୁ ପ୍ରେରଣ କରାଯାଏ । ଏକ ନିର୍ଦ୍ଧିଷ୍ଟ ଋତୁ ପାଇଁ ଓଡ଼ିଶା ରାଜ୍ୟ ବିହନ ନିଗମ/ ବିଭାଗୀୟ ଫାର୍ମ/ ଜାତୀୟ ବିହନ ନିଗମର ବିହନ ଉପଲବ୍ଧତାକୁ ବିଚାର କରି ନିର୍ଦ୍ଦେଶାଳୟ ସ୍ତରରେ କିସମ ଅନୁଯାୟୀ ବିହନ ବଣ୍ଟନ ଯୋଜନା ପ୍ରସ୍ତୁତ କରାଯାଏ । ତଦନୁଯାୟୀ ରାଜ୍ୟ ବିହନ ନିଗମ ଉପକୃଷି ନିର୍ଦ୍ଦେଶକ ଙ୍କୁ ବିହନ ଯୋଗାଇ ଦିଅନ୍ତି । ଉପକୃଷି ନିର୍ଦ୍ଦେଶକ ମାନେ ଏହି ବିହନକୁ ବଭିନ୍ନ ବିହନ ବିକ୍ରୟ କେନ୍ଦ୍ରକୁ ଯୋଗାଇ ଥାଆନ୍ତି ।

ବିହନ ବିକ୍ରୟ ମୂଲ୍ୟ ନିର୍ଦ୍ଧାରଣ

ସରକାରୀ ସ୍ତରରେ ବିଭିନ୍ନ ବିହନର ବିକ୍ରୟ ମୂଲ୍ୟ ରାଜ୍ୟ ବିହନ ମୂଲ୍ୟ ନିର୍ଦ୍ଧାରଣ କମିଟି ନାମକ ଏକ ବୈଧାନିକ କମିଟି ଦ୍ୱାରା ସ୍ଥିରୀକୃତ କରାଯାଏ । ବିହନର କ୍ରୟ ମୂଲ୍ୟ, ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍.ଏସ୍.ପି.) ଓ ରିହାତି ଉପାଦାନ ଭିତ୍ତିରେ ବିଭିନ୍ନ ବିହନର ବିକ୍ରୟ ମୂଲ୍ୟ ଧାର୍ଯ୍ୟ କରାଯାଏ ।

  • ବିହନ ବିକ୍ରେତାମାନଙ୍କୁ ରାଜ୍ୟ ସାରା ବିହନ ବିକି୍ର କରିବା ପାଇଁ ବିହନ ଲାଇସେନସ୍ ପ୍ରଦାନ କରାଯାଏ । ରାଜ୍ୟସ୍ତରରେ ଅତିରିକ୍ତ କୃଷି ନିର୍ଦ୍ଦେଶକ (ସମ୍ପ୍ରସାରଣ) ଓ ଯୁଗ୍ମକୃଷି ନିର୍ଦ୍ଦେଶକ (ଫାର୍ମ ଓ ବିହନ) ହେଉଛନ୍ତି ଲାଇସେନ୍ସ ପ୍ରାଧିକାରକ ।
  • ବିହନ ବଣ୍ଟନ ସମ୍ବନ୍ଧୀୟ ଯେ କୌଣସି କ୍ଷେତ୍ରାଗତ ଅଭିଯୋଗ ଅନୁସନ୍ଧାନ ପୂର୍ବକ ବ୍ୟବସ୍ଥା କରାଯାଏ ।
  • ବିହନ ବଣ୍ଟନ ଜନିତ ଖାଉଟି ଅସନ୍ତୋଷ ଘଟଣାଗୁଡିକର ସଯନô ସହିତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଏ ।
  • ବିହନର ଦୈନନ୍ଦିନ ଯୋଗାଣ ଓ ବିକ୍ରୟ ମାଧ୍ୟମରେ ବିହନ ବଣ୍ଟନ ବ୍ୟବସ୍ଥାର ସନ୍ନିରୀକ୍ଷଣ କରାଯାଏ ।

ବିହନ ଗ୍ରାମ ଯୋଜନା

ଷାଠିଏ ମସିହାର ମଧ୍ୟଭାଗରୁ ସଂଗଠିତ ବିହନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସତ୍ତ୍ୱେ ବିହନ ପ୍ରତିବଦଳ ହାର ମାତ୍ର ୧୫ପ୍ରତିଶତରେ ପହଞ୍ଚିଛି । ୮୫ ପ୍ରତିଶତ ହେଉଛି ସଞ୍ଚିତ କୃଷି କ୍ଷେତ ବିହନ । ଏଣୁ ଫସଲ ଉତ୍ପାଦନ / ଉତ୍ପାଦକତା ବୃଦ୍ଧି କରିବା ପାଇଁ କୃଷି କ୍ଷେତ ସଞ୍ଚିତ ବିହନର ପରିମାଣ ବୃଦ୍ଧି କରିବା ଆବଶ୍ୟକ । ବିଭିନ୍ନ ସ୍ତର, ବିଶେଷତଃ କୃଷକଙ୍କ ସ୍ତରରେ ବିହନ ଉତ୍ପାଦନ , ବିହନ ବଣ୍ଟନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦିଗଗୁଡିକୁ ଉନ୍ନତ ଓ ଦୃଢୀଭୂତ କରିବାକୁ କୃଷକ ସଞ୍ଚିତ ବିହନ ଫସଲ ଉତ୍ପାଦନ କାର୍ଯ୍ୟକ୍ରମରେ ୮୦- ୮୫ ପ୍ରତିଶତ ବ୍ୟବହୃତ ହୋଇଥାଏ । ଏହି ବିହନର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ୫୦ ପ୍ରତିଶତ ରିହାତିରେ ପିଣ୍ଡ / ପ୍ରାମାଣିକ ବିହନ ଯୋଗାଣ ପାଇଁ ଆର୍ଥିକ ସହାୟତା ଯୋଗାଇବା ସହିତ ବିହନ ଉତ୍ପାଦନ ଓ କୃଷକମାନଙ୍କୁ ଜ୍ଞାନ କୌଶଳ ହସ୍ତାନ୍ତର ପାଇଁ ତାଲିମ ବ୍ୟବସ୍ଥା ରହିଛି ।

ପଦକ୍ଷେପ

  1. ବିଶେଷତଃ ନିର୍ଦ୍ଧିଷ୍ଟ ଫସଲର ଏକଚକିଆ / ଚକଡା ଚାଷ ପାଇଁ ସର୍ବନିମ୍ନ ୫୦ ଜଣ ଆଗ୍ରହୀ ଚାଷୀଙ୍କୁ ଚିହ୍ନଟ କରାଯାଏ ।
  2. ଏହି ଚାଷୀଙ୍କ ସଂଖ୍ୟା ୫୦ରୁ ଅଧିକ ହୋଇ ସର୍ବାଧିକ ୧୫୦ ହୋଇପାରିବ ।
  3. ସମସ୍ତ ଚାଷୀ ଗୋଟିଏ ଫସଲ ଚାଷ କରନ୍ତି । ଏହି ସମସ୍ତ ଚାଷୀଙ୍କ ସହମତିରେ ଫସଲ କିସମ ସ୍ଥିର କରାଯାଏ ।
  4. ଏହି ଚିହ୍ନଟ କରାଯାଇଥିବା କୃଷକଙ୍କୁ ୫୦ ପ୍ରତିଶତ ରିହାତିରେ ପିଣ୍ଡ / ପ୍ରାମାଣିକ ବିହନ ଯୋଗାଇ ଦିଆଯାଏ । କୃଷକଙ୍କୁ ଅଧାଏକର ପର୍ଯ୍ୟନ୍ତ ଅନୁମତି ଦିଆଯାଏ ।
  5. କୃଷକମାନଙ୍କୁ ବିହନ ଉତ୍ପାଦନ ଓ ବିହନ ଉତ୍ପାଦନ ଜ୍ଞାନକୌଶଳ ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯାଏ । ତାଲିମର ଅବଧି ୩ ଦିନ ହୋଇଥାଏ । ବିହନ ବୁଣା ହେବା ସମୟରେ କୃଷକମାନଙ୍କୁ ପ୍ରଥମ ଦିନିକିଆ ତାଲିମ ପ୍ରଦାନ କରାଯାଏ। ଦ୍ୱିତୀୟ ଦିନିକିଆ ତାଲିମ ଫସଲର ଫୁଲ ଆରମ୍ଭ ହେବା ସମୟରେ ଦିଆଯାଏ । ତୃତୀୟ ଦିନିକିଆ ତାଲିମ ଫସଲ ଅମଳ ହେବାପରେ, ବିହନ ପ୍ରକ୍ରିୟାକରଣ ହେବା ସମୟରେ ଦିଆଯାଏ । ଏଥିରେ ବିହନ ପରିଷ୍କାର, ବିହନ ବର୍ଗୀକରଣ, ବିହନ ବିଶୋଧନ, ବିହନ ସାଇତା, ବିହନ ଗଣ୍ଠିଲିକରଣ ଆଦି ସମ୍ବନ୍ଧୀୟ ତାଲିମ ଦିଆଯାଏ ।

ବିହନ ଉତ୍ପାଦନ ପାଇଁ କୃଷକ ତାଲିମର ବ୍ୟୟ ବିବରଣୀ

କାର୍ଯ୍ୟ ପ୍ରକାର ଖର୍ଚ୍ଚ ପରିମାଣ (ଟଙ୍କା)

  1. ୧୦୦ ଜଣ କୃଷକ ୩ ଦିନ ଜଳଖିଆ ଖର୍ଚ୍ଚ ବାବଦକୁ ଚାଷୀ ପ୍ରତି ଦିନକୁ ୨୫ ଟଙ୍କା (୧୦୦x ୩ x ୨୫ ) ୭୫୦୦ ।
  2. ସ୍ଥାନୀୟ ଭାଷାରେ ପ୍ରକାଶିତ ପୁସ୍ତିକା/ଷ୍ଟେସନାରୀ ୧୫୦୦ ।
  3. କାର୍ଯ୍ୟକାରୀ ସଂସ୍ଥାର ମୋଟାମୋଟି ପରିଚାଳନା ଦେୟ ୪୫୦୦
  4. ସମ୍ବଳ ବ୍ୟକ୍ତିମାନଙ୍କ ପାଇଁ ପାରିତୋଷିକ ଦିନକଉ ୩୦୦ ଟଙ୍କା ହିସାବରେ  ୩ ଦିନ ୯୦୦  ।
  5. ଅନ୍ୟାନ୍ୟ ଆପଦକାଳୀନ ଖର୍ଚ୍ଚ ୬୦୦ ମୋଟ ୧୫୦୦୦ ।

ଓଡ଼ିଶା ରାଜ୍ୟ ବିହନ ନିଗମ ଲିଃ.ର ବିହନ ଗ୍ରାମ ଯୋଜନା ମଧ୍ୟ ଏହି ନିର୍ଦ୍ଦେଶାଳୟ ଦ୍ୱାରା ସନ୍ନିରୀକ୍ଷଣ କରାଯାଏ । ଏହା ବ୍ୟତୀତ ରାଜ୍ୟ ପାଇଁ ବିଭିନ୍ନ ଫସଲର ପ୍ରଜଜକ ବିହନ ଆବଶ୍ୟକତା ସରକାରଙ୍କୁ ପ୍ରଦାନ କରାଯାଏ । ପ୍ରଜଜକଙ୍କ ଦ୍ୱାରା ଉଦ୍ଭବ ନୂତନ କିସମଗୁଡ଼ିକ ରାଜ୍ୟ ବିହନ ସବ୍କମିଟିର ଆବଶ୍ୟକୀୟ ଅନୁମୋଦନ ପରେ ମୁକ୍ତିଲାଭ ପାଇଁ ଭାରତ ସରକାରଙ୍କ ନିକଟକୁ ପ୍ରେରଣ କରାଯାଏ ।

ଯୋଗାଯୋଗ ବ୍ୟକ୍ତି

  • ରାଜ୍ୟସ୍ତରୀୟ - ଯୁଗ୍ମ କୃଷି ନିର୍ଦ୍ଦେଶକ (ଫାର୍ମ ଓ ବିହନ) ଫୋନ- ୦୬୭୪-୨୩୨୩୩୬୭
  • ମଣ୍ଡଳ ସ୍ତରୀୟ - ମଣ୍ଡଳ ଉପ କୃଷି ନିର୍ଦ୍ଦେଶକ
  • ଓଡ଼ିଶା ରାଜ୍ୟ ବିହନ ନିଗମ - ୦୬୭୪-୨୩୪୦୫୭୩

ବିର୍ଯ୍ୟୟ ରିଲିଫ୍ ପାଣ୍ଠି (ସି.ଆର୍.ଏଫ୍.)

ବନ୍ୟା, ବାତ୍ୟା, ମରୁଡ଼ି, ତୁଷାର ସ୍ଖଳନ, ଆକସ୍ମିକ ବୃଷ୍ଟିଝଡ, ଭୂମିକମ୍ପ, ସୁନାମି, ନିଆଁ , କୁଆପଥର, ଭୂମିସ୍ଖଳନ ଓ ପୋକ ମହାମାରୀ ଆଦି ଦୁର୍ବିାକ ଜନିତ ଫସଲ କ୍ଷତିର ଭରଣା ପାଇଁ ବିର୍ଯ୍ୟୟ ରିଲିଫ୍ ପାଣ୍ଠିରୁ କୃଷି ସାମଗ୍ରୀରେ ସହାୟତା ପ୍ରଦାନ କରାଯାଏ । ବିର୍ଯ୍ୟୟ ରିଲିଫ୍ ପାଣ୍ଠିରୁ ସମୟ ଅନୁଯାୟୀ ଥିବା ବ୍ୟବସ୍ଥାରୁ ୫୦ ପ୍ରତିଶତ ଓ ତତୋଽଧିକ ଫସଲ ହାନି ଜନିତ କ୍ଷତି ସହୁଥିବା କୃଷକମାନଙ୍କୁ କୃଷି ସାମଗ୍ରୀ ରିହାତି ପ୍ରଦାନ କରାଯାଏ । ଫସଲ କ୍ଷତିର ଆକଳନ କରିବା ପାଇଁ ଗ୍ରାମକୁ ଏକକ ଭାବେ ଗ୍ରହଣ କରାଯାଏ । ଗୋଟିଏ ଗ୍ରାମର ୫୦ ପ୍ରତିଶତରୁ ଅଧିକ ଜମିର ୫୦ ପ୍ରତିଶତ କିମ୍ବା ତତୋଽଧିକ ଫସଲ ହାନି ଘଟିଥିଲେ ସେ ଗ୍ରାମର ସମସ୍ତ ଜମିର ଫସଲ ରିହାତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଏ । ପ୍ରତ୍ୟେକ ଅଣଜଳସେଚିତ ଜମିର କୃଷକ ହେକ୍ଟର ପ୍ରତି ୨୦୦୦ଟଙ୍କା ରିହାତି ପାଇବା ବେଳେ ଜଳସେଚିତ ଜମିର କୃଷକ ହେକ୍ଟର ପ୍ରତି ୪୦୦୦ଟଙ୍କା ପାଇବେ । ଜଣେ କୃଷକ ସର୍ବନିମ୍ନ ୨୫୦ଟଙ୍କାରୁ କମ୍ ପାଇବେ ନାହିଁ । କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କ ବ୍ୟତୀତ ଅନ୍ୟ କୃଷକ ମଧ୍ୟ ଏହି ସହାୟତା ପାଇ ପାରିବେ । ୫୦ ପ୍ରତିଶତ ବା ତତୋଽଧିକ ଫସଲ ହାନି ହୋଇଥିବା ପ୍ରତି କୃଷକଙ୍କୁ ୧ ହେକ୍ଟର ଓ ପରବର୍ତ୍ତୀ ଦୁର୍ବିାକ କ୍ଷେତ୍ରରେ ୨ ହେକ୍ଟର ପର୍ଯ୍ୟନ୍ତ ଏହି ସହାୟତା ଦିଆଯାଏ ।

ଜଣେ ଦୁର୍ବି।କ ପ୍ରଭାବିତ କୃଷକ ଏଥି।ଇଁ ବ୍ଳକରେ ଥିବା କୃଷି ବିଭାଗର ଗ୍ରାମ୍ୟ କୃଷି କର୍ମଚାରୀ / କୃଷି ଓଭରସିଅର୍ / ସହକାରୀ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରିାରିବେ ।

ଯୋଗାଯୋଗ ବ୍ୟକ୍ତି

  • ରାଜ୍ୟସ୍ତରୀୟ- ଯୁଗ୍ମ କୃଷି ନିର୍ଦ୍ଦେଶକ (ଫାର୍ମ ଓ ବିହନ)ଫୋନ୍ - ୦୬୭୪-୨୩୨୩୩୬୭ ସହକାରୀ କୃଷି ନିର୍ଦ୍ଦେଶକ - ୨-ଫୋନ୍-୦୬୭୪-୨୩୨୩୩୯୩
  • ଜିଲ୍ଲାସ୍ତରୀୟ - ଉପ କୃଷି ନିର୍ଦ୍ଦେଶକ / ଜିଳ୍ଲା କୃଷି ଅଧିକାରୀ

ସାର ଓ ଏହାର ସନ୍ନିରୀକ୍ଷଣ

ପଦ୍ଧତି ରାଜ୍ୟର ପୂର୍ବ ବର୍ଷର ସାର ବିନିଯୋଗକୁ ବିଚାର କରି ଜିଲ୍ଲା ୱାରୀ ସାର ଆବଶ୍ୟକତା ପ୍ରସ୍ତୁତ କରାଯାଇ ରାଜ୍ୟ ପାଇଁ ସାର ଆବଣ୍ଟନ ନିମନ୍ତେ ଭାରତ ସରକାରଙ୍କ ନିକଟକୁ ଏହା ପ୍ରେରଣ କରାଯାଏ । ଭାରତ ସରକାରଙ୍କ ରାସାୟନିକ ଓ ସାର ବିଭାଗ ବିଭିନ୍ନ ସାରର କମ୍ପାନୀ ୱାରୀ ମାସିକ ଆବଣ୍ଟନ ଜଣାଇ ଦିଅନ୍ତି । ଭାରତ ସରକାରଙ୍କ ଆବଣ୍ଟନ ଅନୁସାରେ ସାର ପ୍ରସ୍ତୁତକର୍ତ୍ତାମାନେ ସେମାନଙ୍କ ଘରୋଇ ବିକ୍ରେତା ନେଟ୍ୱାର୍କ ଓ ଓଡ଼ିଶା କୃଷି ଶିଳ୍ପ ନିଗମ (ଓ.ଏ.ଆଇ.ସି.) ଓଡ଼ିଶା ରାଜ୍ୟ ସମବାୟ ବିଣନ ସଂଘ (ଓ.ଏସ୍.ସି ଏମ୍. ଏଫ୍.) ମାଧ୍ୟମରେ ବିଭିନ୍ନ ଜିଲ୍ଲାକୁ ବିଭିନ୍ନ ସାର ଯୋଗାଣ କରିଥାଆନ୍ତି । ମଣ୍ଡଳ ସ୍ତରରେ ଯୁଗ୍ମ ମାନ ନିର୍ଦ୍ଧାରଣ ନିରୀକ୍ଷକ, ବ୍ଳକସ୍ତରରେ ସହକାରୀ କୃଷି ଅଧିକାରୀଙ୍କୁ ସାର ନିରୀକ୍ଷକ ଭାବେ ଘୋଷଣା କରାଯାଇଛି । ସେମାନେ ବିକ୍ରୟ କେନ୍ଦ୍ରରୁ ସାର ନମୂନା ସଂଗ୍ରହ କରି ଏହାର ଗୁଣାତ୍ମକ ମାନ ପରୀକ୍ଷା କରିବା ପାଇଁ ସାର ପରୀକ୍ଷାଗାରକୁ ପ୍ରେରଣ କରନ୍ତି । ପୁନଶ୍ଚ କଳା ବଜାରୀ ନ ହେବା ପାଇଁ ଆବଶ୍ୟକ ହେଲେ ସେମାନେ ମଧ୍ୟ ଆଇନଗତ କାର୍ଯ୍ୟରେ ଦ(ଏଫ.ସି.ଓ.-୧୯୮୫ ଅନୁସାରେ) ସମ୍ପୃକ୍ତ ରହନ୍ତି । ଏଥିାଇଁ ରାଜ୍ୟରେ ଭୁବନେଶ୍ୱର ଓ ସମ୍ବଲପୁର ଠାରେ ଗୋଟିଏ ଲେଖାଏଁ ମୋଟ ଦୁଇଟି ସାର ପରୀକ୍ଷାଗାର ରହିଛି।

ଆନୁଷ୍ଠାନିକ ସଂସ୍ଥା ଓ ସାର ପ୍ରସ୍ତୁତକର୍ତ୍ତା / ପୁଲ୍ ହେଣ୍ଡଲିଂ ଏଜେନ୍ସି (ପି.ଏଚ.ଏ.)ଙ୍କୁ ନିର୍ଦ୍ଦେଶାଳୟ ସ୍ତରରେ ସାର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ (ଏଫ.ଆର୍.ସି.) ପ୍ରଦାନ କରାଯାଏ । ଜିଲ୍ଲାସ୍ତରରେ ଜିଲ୍ଲା କୃଷି ଅଧିକାରୀଙ୍କୁ ସାର ଲାଇସେନ୍ସିଂ ପ୍ରାଧିକାରକ ଭାବେ ଘୋଷଣା କରାଯାଇଛି । ଜିଲ୍ଲା ସ୍ତରରେ ସେମାନେ ନିଜ ଅଞ୍ଚଳରେ ସାର ବିକ୍ରୟ କରିବା ପାଇଁ ପାଇକାରୀ ଓ ଖୁଚୁରା ବିକ୍ରେତାଙ୍କୁ ଲାଇସେନସ୍ ପ୍ରଦାନ କରନ୍ତି । ସାର ପ୍ରସ୍ତୁତ କର୍ତ୍ତା ଓ ପୁଲ୍ ହ୍ୟାଣ୍ଡଲିଂ ସଂସ୍ଥାମାନେ ଏହି ନିର୍ଦ୍ଦେଶାଳୟ ରୁ ସାର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ ପାଇବା ପାଇଁ ଏକ ପଦ୍ଧତି ଅନୁସରଣ କରାଯାଏ ।

  1. ସାର ରେଜିଷ୍ଟ୍ରେସନ ସାର୍ଟିଫିକେଟ ପାଇବା ପାଇଁ ଫର୍ମ ‘ଏ’ରେ ଆବେଦନ କରାଯାଏ । ଉତ୍ସ ସାର୍ଟିଫିକେଟ ଫର୍ମାଟ ‘ଓ’ରେ ପ୍ରଦାନ କରାଯାଏ । ଅନ୍ୟାନ୍ୟ ନଥିତ୍ର ମଧ୍ୟରେ ଦୋଷୀ ସାବ୍ୟସ୍ତ ହୋଇ ନ ଥିବା ପ୍ରମାଣ ପତ୍ର, ପ୍ରସ୍ତୁତକର୍ତ୍ତାଙ୍କ କ୍ଷମତା ପ୍ରଦାନ ଚିଠି, ଜିନିଷର ବିଶ୍ଳେଷଣ ବିବରଣୀ, ପ୍ରକଳ୍ପ ବିବରଣୀ (କେବଳ ପ୍ରସ୍ତୁତକର୍ତ୍ତାଙ୍କ ପାଇଁ) ଗୋଦାମ ତାଲିକାର ଦୁଇକିତା ନକଲ, ଭାଟ୍ ପ୍ରଦାନ ସାର୍ଟିଫିକେଟ୍ (ଟିନ୍ ନମ୍ବର) ଘରମାଲିକ ସହିତ ଦଲିଲ୍ ଚୁକ୍ତିନାମା, ଉପଲବଧ୍ ଥିଲେ ଅନ୍ୟ ରାଜ୍ୟର ଏଫ.ଆର୍.ସି. ନକଲ, ପ୍ରଦୂଷଣ ନିୟନ୍ତଣ ବୋର୍ଡ଼ର (କେବଳ ପ୍ରସ୍ତୁତକର୍ତ୍ତାଙ୍କ ପାଇଁ) ଅନୁମତି ବିବରଣୀ, ଉପଯୁକ୍ତ ହେଡ଼ ଅଫ ଆକାଉଣ୍ଟରେ ଟ୍ରେଜେରୀ ଚାଲାଣ ମାଧ୍ୟମରେ ସରକାରୀ ଦେୟ ପ୍ରଦାନ ଇତ୍ୟାଦି ।
  2. ଉପରୋକ୍ତ ନଥିଗୁଡ଼ିକୁ ନିର୍ଦ୍ଦେଶାଳୟ ର ଉପକୃଷି ନିର୍ଦ୍ଦେଶକ (ସମ୍ପ୍ରସାରଣ)ଙ୍କୁ ପ୍ରଦାନ କରାଯାଏ । ଏହା ପାଇବା ପରେ ସମ୍ପୃକ୍ତ ଆବେଦନକାରୀଙ୍କ ଗୋଦାମ ଘର ଜଣେ ଦାୟିତ୍ୱସମ୍ପନ୍ନ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯାଏ । ଗୋଦାମଘର ଯାଞ୍ଚ ସରିବା ପରେ ସରକାରୀ ଦେୟ ପୈଠ ପାଇଁ ଟ୍ରେଜେରୀ ଚାଲାଣକୁ ପଞ୍ଜିକରଣ କର୍ତ୍ତୃକ୍ଷ ଅନୁମୋଦନ କରିଥାନ୍ତି (ମିଶ୍ରିତ ସାର, ଜୈବିକ ସାର ଓ ଜୈବସାର ପାଇଁ ୨୨୫୦ଟଙ୍କା ଓ ମିଶ୍ରିତ ଅଣୁସାର ପାଇଁ ୧୦୦୦ଟଙ୍କା) । ସମ୍ପୃକ୍ତ ଫାର୍ମ ସପକ୍ଷରେ ସାର ପଞ୍ଜିକରଣ ପ୍ରମାଣପତ୍ର ପ୍ରଦାନ କରାଯାଏ । ପଞ୍ଜିକରଣ ପ୍ରାଧିକାରକ ଏହାକୁ ନିଲମ୍ବନ ବା ବାତିଲ କରି ନ ଥିଲେ ୩ ବର୍ଷ ପାଇଁ ବଳବତ୍ତର ରହେ ।

ରାଜ୍ୟର କୃଷକମାନଙ୍କ ମଧ୍ୟରେ ଉତ୍ତମଭାବେ ସାର ଯୋଗାଣ କରିବା ପାଇଁ ଆନୁଷ୍ଠାନିକ ସଂସ୍ଥା ସମେତ ବର୍ତ୍ତମାନ ୮୬୦୭ଟି ସାର ବିକ୍ରୟ କେନ୍ଦ୍ର ରହିଛି । ସାରର କଳାବଜାର, ଗୁଣାତ୍ମକ ଅବକ୍ଷୟ ଓ ଚୋରା କାରବାର ତଥ୍ୟ ଉପକୃଷି ନିର୍ଦ୍ଦେଶକ (ମାନ ନିର୍ଦ୍ଧାରଣ) ପ୍ରାପ୍ତ ହେଲେ ଦାୟିତ୍ୱ ସମ୍ପନ୍ନ ଅଧିକାରୀମାନଙ୍କ ଦ୍ୱାରା ଅନୁସନ୍ଧାନ କରାଯାଇ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଏ ।

ଯୋଗାଯୋଗ ବ୍ୟକ୍ତି

  • ରାଜ୍ୟ ସ୍ତରୀୟ
  • ଯୁଗ୍ମ କୃଷି ନିର୍ଦ୍ଦେଶକ (ସ୍ୱତନ୍ତ୍ର ଯୋଜନା ଓ ଫସଲ) ଫୋନ୍ -୦୬୭୪-୨୩୨୩୩୬୬
  • ଉପ କୃଷି ନିର୍ଦ୍ଦେଶକ (ସମ୍ପ୍ରସାରଣ) ଫୋନ୍ -୦୬୭୪-୨୩୨୩୩୭୬
  • ଜିଲ୍ଲାସ୍ତରୀୟ- ଉପ କୃଷି ନିର୍ଦ୍ଦେଶକ /ଜିଲ୍ଲା କୃଷି ଅଧିକାରୀ

ଉଦ୍ଭିଦ ସୁରକ୍ଷା

ଫସଲ ଉତ୍ପାଦନ ରେ ଉଦ୍ଭିଦ ସୁରକ୍ଷା ଏକ ମୁଖ୍ୟ ଦିଗ । ଏହାର କେତେକ ମୁଖ୍ୟ କାର୍ଯ୍ୟାବଳୀର ସାରାଂଶ ନିମ୍ନରେ ପ୍ରଦାନ କରାଯାଇଛି ।

  • ଉଦ୍ଭିଦ ସୁରକ୍ଷା କୀଟନାଶକର ମାନ ନିର୍ଦ୍ଧାରଣ ଓ ଆଇନ୍ ବ୍ୟବସ୍ଥା ।
  • ସି.ଆଇ.ବି. ନିୟମ ଅନୁଯାୟୀ ବିଶଦ ନିରୀକ୍ଷଣ ପରେ କୀଟନାଶକ ପ୍ରସ୍ତୁତ ଲାଇସେନସ୍ ପ୍ରଦାନ କରାଯାଏ ।
  • ଭାରତ ସରକାରଙ୍କ ଅନୁମୋଦନ କ୍ରମେ ଧୂମାୟିତ ଓ ବ୍ୟବସାୟିକ ରୋଗପୋକ ନିୟନ୍ତ୍ରଣ କାର୍ଯ୍ୟ ପାଇଁ ଲାଇସେନସ୍ ପ୍ରଦାନ।
  • କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପରାମର୍ଶ ଅନୁସାରେ ବିଭିନ୍ନ ଯୋଜନାରେ ଆବଶ୍ୟକ ହେଉଥିବା କୀଟନାଶକର ମୂଲ୍ୟ ସ୍ଥିର କରିବା ।
  • ନିୟମିତ ଭାବେ ସାପ୍ତାହିକ ରୋଗପୋକ ଓ ଫସଲ ପାଗ ପରିସ୍ଥିତିର ସନ୍ନିରୀକ୍ଷଣ କରିବା ଓ ସରକାରଙ୍କୁ ତଥ୍ୟ ପ୍ରଦାନ କରିବା ।
  • ପୋକର ଜରୁରୀ ଓ ମହାମାରୀ ଅବସ୍ଥାର ସନ୍ନିରୀକ୍ଷଣ କରାଯାଏ ।ଏଥିାଇଁ ଓ.ୟୁ.ଏ.ଟି. ର ବୈଜ୍ଞାନିକ, କୃଷି ବିଜ୍ଞାନକେନ୍ଦ୍ର, ମୁଖ୍ୟ ଦପ୍ତରର ଅଧିକାରୀ ବୃନ୍ଦ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଡ଼େୁଟେସନ୍ ମାଧ୍ୟମରେ ପ୍ରେରଣ କରାଯାଏ । ସେମାନେ କୃଷକଙ୍କ ସହିତ ଦଳଗତ ଆଲୋଚନା କରି ଥାଆନ୍ତି । ବିସ୍ତୃତ ଅଞ୍ଚଳରେ କୀଟନାଶକ ସିଞ୍ଚନ କିମ୍ବା କୃଷକଙ୍କ ଅଂଶ ଗ୍ରହଣ ମାଧ୍ୟମରେ ପୋକର ଦମନ ପାଇଁ କୀଟନାଶକ ଯୋଗାଣ କରାଯାଏ ।
  • ଉଦ୍ଭିଦ ସୁରକ୍ଷା ପାଇଁ ଉଦ୍ଧିଷ୍ଟ ବିର୍ଯ୍ୟୟ ରିଲିଫ ପାଣ୍ଠିର ବିନିଯୋଗ ଓ ସନ୍ନିରୀକ୍ଷଣ କରିବା ।
  • କୃଷକମାନଙ୍କୁ ସମ୍ମନ୍ନିତ ରୋଗପୋକ ପରିଚାଳନା (ଆଇ.ପି.ଏମ୍.) ଉପାଦାନ ବିଷୟରେ ଅବଗତ କରିବା ଓ ଫସଲ ସୁରକ୍ଷା ପାଇଁ ପରିବେଶ ଅନୁକୂଳ କୀଟନାଶକ ବ୍ୟବହାର କରିବା ପାଇଁ ଆଇ.ପି.ଏମ୍. ରେ କୃଷକକ୍ଷେତ୍ର ବିଦ୍ୟାଳୟ ଆୟୋଜନ କରିବା ।
  • ମାସିକ ଉଦ୍ଭିଦ ସୁରକ୍ଷା ବାର୍ତ୍ତା ପ୍ରକାଶ କରାଯାଇ “ଆତ୍ମା’ ଜରିଆରେ କୃଷକଙ୍କ ମଧ୍ୟରେ ବଣ୍ଟନ ।
  • ଫସଲରେ ମହାମାରୀ ପରିସ୍ଥିତି ସୃଷ୍ଟି କରୁଥିବା କେତେକ ପୋକଙ୍କ ନିୟନ୍ତଣ ପଦକ୍ଷେପ ସମ୍ବନ୍ଧରେ ବିସ୍ତୃତ ପ୍ରଚାର କରାଯାଏ । ଲିଫ୍ଲେଟ୍, ପୋଷ୍ଟର ଓ ପାମ୍ପଲେଟ୍ ଛପାଇ ଏହାର ବଣ୍ଟନ ମାଧ୍ୟମରେ ୧୦୦ପ୍ରତିଶତ ବିହନ ବିଶୋଧନ ଅଭିଯାନ, ଅପମିଶ୍ରିତ କୀଟନାଶକ ବିରୁଦ୍ଧରେ ଅଭିଯାନ କରାଯାଏ ।
  • ଫସଲ ପୋକମାନଙ୍କର ଜୈବ ନିୟନ୍ତ୍ରଣ - ଟ୍ରାଇକୋଗ୍ରାମା ଅଣ୍ଡା ପରଜୀବୀ, ବ୍ରାକନ ଶୂକ ପରଜୀବୀ, କ୍ରାଇସୋପର୍ଲା ଶିକାରୀ ପୋକ ସଂଖ୍ୟା ବଢାଯାଇ ଜମିରେ ଛାଡ଼ିବା ପାଇଁ କୃଷକମାନଙ୍କୁ ଯୋଗାଇ ଦିଆଯାଏ । ଏହାଦ୍ୱାରା ଜମିରେ ପ୍ରାକୃତିକ ଶତ୍ରୁମାନଙ୍କର ସଂରକ୍ଷଣ ଓ ସଂଖ୍ୟାବୃଦ୍ଧି ଘଟିଥାଏ । ଜୈବ କବକନାଶକ ମଧ୍ୟ ପରୀକ୍ଷାମୂଳକ ଭାବେ ଉତ୍ପାଦନ କରାଯାଏ । ରାଜ୍ୟରେ ୮ ଗୋଟି ଜୈବ ନିୟନ୍ତ୍ରଣ କେନ୍ଦ୍ର କାର୍ଯ୍ୟ କରୁଅଛି । ସେଗୁଡିକ ହେଲା ଭୁବନେଶ୍ୱର, ଟାଙ୍ଗୀ, ନୟାଗଡ, ବ୍ରହ୍ମୁର, ଜଗତସିଂହପୁର, ବାଲେଶ୍ୱର, ବାରିଦା ଓ ସୁନ୍ଦରଗଡ ।
  • ଜୈବସାର ଉତ୍ପାଦନ - ଶହୀଦ ନଗରସ୍ଥ ବ୍ୟାକ୍ଟେରିଆ ଇନୋକୁଲେସନ୍ ପ୍ରୟୋଗ ଶାଳାରେ ରାଇଜୋବିୟମ୍, ଫସଫୋବ୍ୟାକ୍ଟର, ଆଜୋଟୋବ୍ୟାକ୍ଟର ଓ ଆଜୋସ୍ପିରିଲମ କଲଚର ପ୍ରସ୍ତୁତ କରାଯାଉଛି । ଆଇସୋପମ୍, ଏନ୍.ଏଫ.ଏସ୍.ଏମ୍. ଯୋଜନାରେ ବାର୍ଷିକ ୨୦ ମେଟ୍ରିକ ଟନ୍ ଜୈବସାର ପ୍ରସ୍ତୁତ କରାଯାଇ ।  କୃଷକ ମାନଙ୍କୁ ରିହାତି ଦରରେ ଯୋଗାଇ ଦିଆଯାଉଛି ।

ଯୋଗାଯୋଗ

ବ୍ୟକ୍ତି ରାଜ୍ୟସ୍ତରୀୟ: ଉପ କୃଷି ନିର୍ଦ୍ଦେଶକ (ଉଦ୍ଭିଦ ସୁରକ୍ଷା), ବରମୁଣ୍ଡା, ଭୁବନେଶ୍ୱର, ଫୋନ୍: ୦୬୭୪ – ୨୫୬୨୭୯୯

ଆଧାର - କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ଓଡିଶା ସରକାର

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate