ସ୍ଥୂଳ କୃଷି କ୍ଷେତ୍ର ପରିଚାଳନା (କର୍ମ ଯୋଜନା)
ଧାନ ଉନ୍ନୟନ (୨୦୦୮-୨୦୦୯ )
ରାଜ୍ୟରେ ମୁଖ୍ୟ ଖାଦ୍ୟ ଉପଯୋଗୀ ଫସଲ ଭାବେ ଧାନ ପ୍ରାୟ ୪୫ ଲକ୍ଷ ହେକ୍ଟର ଜମିରେ ଚାଷ କରାଯାଉଛି ଏବଂ ଏହାର ଉତ୍ପାଦନ ହେଉଛି ୭୭ ଲକ୍ଷ ଟନ । ୪୨ ଲକ୍ଷ ହେକ୍ଟର ଜମିରେ ଖରିଫ ଧାନ ଚାଷ ହୋଇଥାଏ । ଏଥିରୁ ୧୦ ଲକ୍ଷ ହେକ୍ଟର ଉଚ୍ଚ ଜମି, ୧୬ ଲକ୍ଷ ହେକ୍ଟର ମଧ୍ୟମ କିସମ ଜମି ଓ ୧୬ ଲକ୍ଷ ଖାଲ ଜମି । ଖରିଫ ଧାନ ଜମିର ୩୬% ଜଳସେଚିତ । ରବି ଋତୁରେ ୩ ଲକ୍ଷ ହେକ୍ଟର ଜମିରେ ଧାନଚାଷ କରାଯାଏ । ଏଥିସହିତ ସମସ୍ତ ଅଞ୍ଚଳ ଜଳସେଚିତ ଓ ଅଧିକ ଅମଳକ୍ଷମ ଧାନ ଚାଷ କରାଯାଇଥାଏ । ହେକ୍ଟର ପ୍ରତି ଚାଉଳ ଅମଳ ଜାତୀୟ ସ୍ତରରେ ୨୧ କ୍ଵିଣ୍ଟାଲ ଥିବା ବେଳେ ରାଜ୍ୟସ୍ତରରେ ଏହା ହେକ୍ଟର ପ୍ରତି ୧୭ କ୍ଵିଣ୍ଟାଲ ହୋଇଛି । ୨୦୦୭-୦୮ ବର୍ଷରେ ବିଗତ ବର୍ଷ ଅପେକ୍ଷା ହେକ୍ଟର ପ୍ରତି ୧.୪୫ କ୍ଵିଣ୍ଟାଲର ରେକର୍ଡ ଉତ୍ପାଦକତା ବୃଦ୍ଧି କରାଯାଇ ପାରିଛି ।
ପ୍ରଦର୍ଶନ ଓ ତାଲିମ, ପ୍ରାମାଣିକ ବିହନ ଉତ୍ପାଦନ ପାଇଁ ପ୍ରୋତ୍ସାହନ, ପ୍ରାମାଣିକ ବିହନ ବ୍ୟବହାରରେ ରିହାତି, ସବୁଜ ସାର ବ୍ୟବହାର, ମିଶ୍ରିତ ଫସଲ ଚାଷ ଇତ୍ୟାଦି ଜରିଆରେ ଉନ୍ନତ ଚାଷ ପଦ୍ଧତିର ପ୍ରୋତ୍ସାହନ ପାଇଁ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ରେ
ଗୁରୁତ୍ଵ ପ୍ରଦାନ କରାଯାଇଅଛି । ସେହିପରି ରାଜ୍ୟ ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ପ୍ରଦର୍ଶନ କ୍ଷେତ୍ର ଓ ତାଲିମ କାର୍ଯ୍ୟକ୍ରମ ଜରିଆରେ ସଘନ ଧାନ ଚାଷ ପଦ୍ଧତି କୁ ପ୍ରୋତ୍ସାହନ କରାଯାଉଛି
ଉପଯୋଜନା |
ଧାନ ଉତ୍ପାଦନ କାରୀଙ୍କ ପାଇଁ ସୁବିଧା |
ସଙ୍କର/ଅଧିକ ଅମଳ କ୍ଷମ ଧାନରେ ଶ୍ରୀ ପ୍ରଣାଳୀ ରେ କୃଷକଙ୍କ ଠାରୁ କୃଷକ ପ୍ରଦର୍ଶନ କ୍ଷେତ୍ର |
ଅତ୍ୟାବଶ୍ୟକ କୃଷି କୃଷି ଯନ୍ତ୍ରପାତିର ମୂଲ୍ୟ ବାବଦକୁ ପ୍ରତି ୦.୪ ହେକ୍ଟର ପ୍ରଦର୍ଶନ କ୍ଷେତ୍ର ପାଇଁ ୩୦୦୦ ଟଙ୍କା |
ଧାନ ପର୍ଯ୍ୟବେସିତ ଫସଲ ପର୍ଯ୍ୟାୟରେ ମିଶ୍ରିତ ଫସଲ ପ୍ରଦାର୍ଶନ କ୍ଷେତ୍ର |
ଅତ୍ୟାବଶ୍ୟକ କୃଷିସାମଗ୍ରୀ ୩୦୦୦ ଟଙ୍କା।
|
ପ୍ରାମାଣିକ ଧାନ ବିହନ ବଣ୍ଟନରେ ରିହାତି |
କ୍ଵିଣ୍ଟାଲ ପ୍ରତି ୫୦୦ ଟଙ୍କା ରିହାତି । |
ପ୍ରାମାଣିକ ଧାନ ବିହନ ଉତ୍ପାଦନରେ ପ୍ରୋତ୍ସାହନ |
କ୍ଵିଣ୍ଟାଲ ପ୍ରତି ୧୦୦ ଟଙ୍କା ରିହାତି । |
ସବୁଜସାର ବିହନ ବଣ୍ଟନରେ ରିହାତି |
ଧଣିଚା ବିହନରେ କ୍ଵିଣ୍ଟାଲ ପ୍ରତି ୨୦୦ଟଙ୍କା ରିହାତି। |
କୃଷକ କ୍ଷେତ୍ର ବିଦ୍ୟାଳୟ ମାଧ୍ୟମରେ ଆଗୁଆ ଧାନ ଉତ୍ପାଦନକାରୀ କୃଷକଙ୍କ ସ୍ଵତନ୍ତ୍ର ତାଲିମ |
କୃଷକ କ୍ଷେତ୍ର ବିଦ୍ୟାଳୟ ମାଧ୍ୟମରେ ୪୦ ଜଣ ଧାନ ଚାଷୀଙ୍କ ପାଇଁ ୧୭୦୦ ଟଙ୍କାର ବ୍ୟବସ୍ଥା । |
ଉନ୍ନତ ଧାନ ଚାଷ ସମ୍ବନ୍ଧୀୟ ଜ୍ଞାନ ଆହାରଣ ପାଇଁ ରାଜ୍ୟର ଧାନ ଚାଷୀଙ୍କ ପାଇଁ ଅନ୍ୟ ରାଜ୍ୟକୁ ଶିକ୍ଷାମୂଳକ ଗସ୍ତ କାର୍ଯ୍ୟକ୍ରମ |
ପ୍ରତ୍ୟେକ କୃଷକଙ୍କ ପାଇଁ ୩୦୦୦ ଟଙ୍କା ବ୍ୟବସ୍ଥା |
ଉନ୍ନତ ଧାନ ସମ୍ବନ୍ଧୀୟ ଜ୍ଞାନ ଆହରଣ ପାଇଁ ଧାନଚାଷକୁ ରାଜ୍ୟ ମଧ୍ୟରେ ଅନ୍ୟ ଅଞ୍ଚଳକୁ ଶିକ୍ଷାମୂଳକ ଗସ୍ତ କାର୍ଯ୍ୟକ୍ରମ |
ପ୍ରତି କୃଷକଙ୍କ ପାଇଁ ୧୨୫୦ ଟଙ୍କା ବ୍ୟବସ୍ଥା । |
ରାଜ୍ୟର କୃଷକମାନଙ୍କ ବିଭିନ୍ନ ଫସଲର ଉନ୍ନତ ଚାଷ ପଦ୍ଧତି ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ ପାଇଁ ସୂଚନା ସମ୍ପ୍ରସାରଣ ଦ୍ରବ୍ୟ ଯୋଗାଣ |
୧୫.୦୦ ଲକ୍ଷ ଟଙ୍କା ବ୍ୟବସ୍ଥା । |
କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ସରକାରଙ୍କ ପ୍ରବର୍ତ୍ତିତ ଯୋଜନା ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ସମସ୍ତ ବ୍ଲକରେ ଗୋଟିଏ ଲେଖାଏଁ କୃଷକ ସମ୍ପର୍କ ମେଳା ଆୟୋଜିତ କରାଯାଉଛି । |
ପ୍ରତି କୃଷକ ସମ୍ପର୍କ ମେଳା ପାଇଁ ୩୦,୦୦୦ ଟଙ୍କା ଖର୍ଚ୍ଚ |
ଫସଲ ଋତୁ ଆରମ୍ଭ ଅକ୍ଷୟ ତୃତୀୟା ଅବସରରେ ସମସ୍ତ କୃଷି ଜିଲ୍ଲାରେ କୃଷକ ଦିବସ ପାଳନ |
ପ୍ରତ୍ୟେକ କୃଷି ଜିଲ୍ଲା ପାଇଁ ୭୫୦୦ ଟଙ୍କା |
କୃଷି ପ୍ରଦର୍ଶନୀ ଆୟୋଜନ ପାଇଁ ପ୍ରତ୍ୟେକ ରାଜସ୍ଵ ଜିଲ୍ଲାରେ ଜିଲ୍ଲା ମହୋତ୍ସବ |
ପ୍ରତ୍ୟେକ ରାଜସ୍ଵ ଜିଲ୍ଲା ପାଇଁ ୧୦,୦୦୦ ଟଙ୍କା । |
ଯୋଗାଯୋଗ ବ୍ୟକ୍ତି :
ସ୍ତର |
ଯୋଗାଯୋଗ ବ୍ୟକ୍ତି |
ରାଜ୍ୟ |
ଯୁଗ୍ମ କୃଷି ନିର୍ଦ୍ଦେଶକ (ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଓ ଫସଲ ) ଫୋନ :୦୬୭୪-୨୩୨୩୩୬୬ କ୍ଷେତ୍ର ବିଜ୍ଞାନୀ (ଧାନ) ଫୋନ : ୦୬୭୪-୨୩୨୩୩୬୯ |
ମଣ୍ଡଳ |
ସମସ୍ତ ଉପକୃଷି ନିର୍ଦ୍ଦେଶକ |
ଜିଲ୍ଲା/ ସବ୍ ଡିଭିଜନ୍ |
ସମସ୍ତ ଜିଲ୍ଲା କୃଷି ଅଧିକାରୀ ଓ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ । |
ବ୍ଲକ |
ସମସ୍ତ ସହକାରୀ କୃଷି ଅଧିକାରୀ |
ଗ୍ରାମପଞ୍ଚାୟତ |
ସମସ୍ତ କୃଷି ଅଧିଦର୍ଶନ ଓ ଗ୍ରାମ୍ୟ କୃଷି କର୍ମଚାରୀ । |
ଆଖୁ ଉନ୍ନୟନ ୨୦୦୮-୦୯
ରାଜ୍ୟରେ ପ୍ରାୟ ୪୦,୦୦୦ ହେକ୍ଟର ଜମିରେ ଆଖୁ ଚାଷ କରାଯାଉଛି । ରାଜ୍ୟରେ ୬ ଟି ଆଖୁ କଳ ରହିଛି ଏବଂ ପ୍ରାୟ ୬ ଲକ୍ଷ ମେଟ୍ରିକ ଟନ ଆଖୁ ପେଶା ଯାଇଥାଏ । ରାଜ୍ୟରେ ହାରାହାରି ଚିନି ଉତ୍ପାଦନ ପ୍ରାୟ ୫୦,୦୦୦ ମେଟ୍ରିକ ଟନ ।
ରାଜ୍ୟ ଅଣଯୋଜନାରେ କେଦ୍ରିୟ ପ୍ରବର୍ତ୍ତିତ କର୍ମଯୋଜନା କାର୍ଯ୍ୟକାରୀ ହେଉଅଛି । ଆଖୁ ଚାଷର ଆୟତନ, ଉତ୍ପାଦନ, ଉତ୍ପାଦକତା ବୃଦ୍ଧି ନିମନ୍ତେ ଓ ସମ୍ପ୍ରତି ଥିବା ଚିନିଶିଳ୍ପଗୁଡିକରେ କଞ୍ଚାମାଲ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଏହି ଦୁଇଟି ଯୋଜନା ଆରମ୍ଭ କରାଯାଇଛି । ଆଖୁ ଉତ୍ପାଦନକାରୀ କୃଷକମାନଙ୍କୁ ନିମ୍ନ ପ୍ରକାରେ ବିଭିନ୍ନ ସହାୟତା ଓ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।
କ୍ର.ସଂ |
ରାଜ୍ୟ ଅଣଯୋଜନା/କେନ୍ଦ୍ରୀୟ ପ୍ରବର୍ତ୍ତନ ଯୋଜନା |
ଯୋଜନା |
ଉପାଦାନ |
ଆଖୁଚାଷୀଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରୋତ୍ସାହନ/ ସହାୟତା |
1 |
ରାଜ୍ୟ ଅଣଯୋଜନା |
ଆଖୁ ଉନ୍ନୟନ |
ପ୍ରୟୋଗାତ୍ମକ ପରୀକ୍ଷଣ ତଥା ନୂତନ କିସମର ବିହନ ବୃଦ୍ଧି କରିବା |
କୃଷକମାନଙ୍କୁ ନୂତନ କିସମର ଗୁଣାତ୍ମକ ଆଖୁ ବିହନ ଅନୁମୋଦିତ ସରକାରୀ ଦରରେ ଯୋଗାଣ |
2 |
କେନ୍ଦ୍ରୀୟ ପ୍ରବର୍ତ୍ତନ ଯୋଜନା |
ଆଖୁ ଉନ୍ନୟନ |
କୃଷକ କ୍ଷେତ୍ର ବିଦ୍ୟଳୟ |
୨୫ ଜଣ ଆଖୁ ଚାଷୀଙ୍କ ପାଇଁ ତାଲିମ, ସମସ୍ତ କୃଷକ କ୍ଷେତ୍ର ବିଦ୍ୟାଳୟ ପାଇଁ ୧୫୦୦୦ ଟଙ୍କା |
3 |
କେନ୍ଦ୍ରୀୟ ପ୍ରବର୍ତ୍ତନ ଯୋଜନା |
ଆଖୁ ଉନ୍ନୟନ |
ମୂଳି ଆଖୁ ଫସର ପରିଚାଳଣା ପ୍ରଦର୍ଶନ କ୍ଷେତ୍ର |
ଏକର ପ୍ରତି ୩୫୦୦ ଟଙ୍କାର କୃଷି ସାମଗ୍ରୀ ସହାୟତା |
4 |
କେନ୍ଦ୍ରୀୟ ପ୍ରବର୍ତ୍ତନ ଯୋଜନା |
ଆଖୁ ଉନ୍ନୟନ |
ମାନ୍ଦା ପ୍ରଣାଳୀ ପ୍ରଦର୍ଶନ କ୍ଷେତ୍ର |
ପ୍ରତି ୧.୨୫ ଏକର ପାଇଁ ୭୫୦୦ ଟଙ୍କାର କୃଷି ସାମଗ୍ରୀ ସହାୟତା । |
5 |
କେନ୍ଦ୍ରୀୟ ପ୍ରବର୍ତ୍ତନ ଯୋଜନା |
ଆଖୁ ଉନ୍ନୟନ |
ଅନ୍ତଃ ଫସଲ ପ୍ରଦର୍ଶନ କ୍ଷେତ୍ର |
ପ୍ରତି ୦.୫୦ଏକର ପାଇଁ ୫୦୦ ଟଙ୍କାର କୃଷି ସାମଗ୍ରୀ ସହାୟତା । |
6 |
କେନ୍ଦ୍ରୀୟ ପ୍ରବର୍ତ୍ତନ ଯୋଜନା |
ଆଖୁ ଉନ୍ନୟନ |
ଆଖୁ ବିହନ ଉତ୍ପାଦନ କାରୀ ଚାଷୀଙ୍କୁ ପ୍ରୋତ୍ସାହନ |
ରାଜ୍ୟରେ ଆଖୁ କଳ ଜରିଆରେ ଏକର ପ୍ରତି ୮୦୦ ଟଙ୍କା ପ୍ରୋତ୍ସାହନ |
7 |
କେନ୍ଦ୍ରୀୟ ପ୍ରବର୍ତ୍ତନ ଯୋଜନା |
ଆଖୁ ଉନ୍ନୟନ |
ବ୍ୟବସାୟିକ ଚାଷ ନିମନ୍ତେ ଗୁଣାତ୍ମକ ବିହନ ପାଇଁ ରିହାତି |
ଚିନିଶିଳ୍ପ/ବିଭାଗ ଦ୍ଵାରା ଏକର ପ୍ରତି ୪୦୦ ଟଙ୍କା ରିହାତି । |
8 |
କେନ୍ଦ୍ରୀୟ ପ୍ରବର୍ତ୍ତନ ଯୋଜନା |
ଆଖୁ ଉନ୍ନୟନ |
କୃଷକଙ୍କ ପାଇଁ ଶିକ୍ଷା ମୂଳକ ଗସ୍ତ (ରାଜ୍ୟ ମଧ୍ୟରେ) |
ଅଂଶ ଗ୍ରହଣ କରିଥିବା ସମସ୍ତ ଆଖୁ ଚାଷୀଙ୍କ ପାଇଁ ୧୨୫୦ ଟଙ୍କାର ଭ୍ରମଣ ଖର୍ଚ୍ଚ |
9 |
କେନ୍ଦ୍ରୀୟ ପ୍ରବର୍ତ୍ତନ ଯୋଜନା |
ଆଖୁ ଉନ୍ନୟନ |
କୃଷକଙ୍କ ପାଇଁ ଶିକ୍ଷା ମୂଳକ ଗସ୍ତ (ରାଜ୍ୟ ବାହାରେ ) |
ଅଂଶ ଗ୍ରହଣ କରିଥିବା ସମସ୍ତ ଆଖୁ ଚାଷୀଙ୍କ ପାଇଁ 3000 ଟଙ୍କାର ଭ୍ରମଣ ଖର୍ଚ୍ଚ |
ଯୋଗାଯୋଗ ବ୍ୟକ୍ତି
କ୍ର.ସଂ |
ସ୍ତର |
ଠିକଣା ସହିତ ଯୋଗାଯୋଗ ବ୍ୟକ୍ତି |
୧. |
ରାଜ୍ୟ |
କ୍ଷେତ୍ର ବିଜ୍ଞାନୀ (ଆଖୁ)କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଓଡିଶା, ଭୁବନେଶ୍ଵର ଫୋନ:୦୬୭୪-୨୩୨୩୪୦୮ |
>
୨ |
ଜିଲ୍ଲା |
ସମସ୍ତ ଜିଲ୍ଲା କୃଷି ନିର୍ଦ୍ଦେଶକ |
୩ |
ସବ୍ ଡିଭିଜନ୍ |
ସମସ୍ତଜିଲ୍ଲା /ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ |
୪ |
ବ୍ଲକ |
ସମସ୍ତ ସରକାରୀ କୃଷି ଅଧିକାରୀ |
୫ |
ଗ୍ରାମ ପଞ୍ଚାୟତ |
ସମସ୍ତ କୃଷି ଅଧିଦର୍ଶକ/ଗ୍ରାମ୍ୟ କୃଷି କର୍ମଚାରୀ |
୬ |
ସ୍ଵତନ୍ତ୍ର |
କୀଟତତ୍ଵବିତ, ଆଖୁ, ବଙ୍କା,ଫୋନ :୦୬୭୨୩-୨୪୦୩୨୩, ଆଖୁ ପ୍ରକଳ୍ପ କାର୍ଯ୍ୟାଳୟ, ନୟାଗଡ ଫୋନ : ୦୬୭୫୩-୨୫୨୦୭୧ ଆଖୁ ଉନ୍ନୟନ ଅଧିକାରୀ, ବରଗଡ |
ଆଖୁ କଳ
ମାଣ୍ଡିଆ ଉନ୍ନୟନ (୨୦୦୮-୨୦୦୯ )
ସାଧାରଣତଃ ରାଜ୍ୟର କୋରାପୁଟ, ଗଞ୍ଜାମ, ଗଜପତି , ରାୟଗଡା , ଜିଲ୍ଲାରେ ଖରିଫ ଋତୁରେ ଅଣଜଳସେଚିତ ଉଚ୍ଚଜମିରେ ମାଣ୍ଡିଆ ଏକ ମୁଖ୍ୟ ମୋଟା ଶସ୍ୟ ଜାତୀୟ ଫସଲ ଭାବେ ଚାଷ କରାଯାଇଥାଏ । ଏହା ଓଡିଶାର ଆଦିବାସୀ ଲୋକଙ୍କ ପାଇଁ ଏକ ପୃଷ୍ଟିଯୁକ୍ତ ଓ ମୁଖ୍ୟ ଖାଦ୍ୟ । ସ୍ଥାନୀୟ କିସମ ବିହନରେ ଆଦିବାସୀ ଚାଷୀମାନଙ୍କ ଦ୍ଵାରା ଏହା ବିସ୍ତ୍ରୁତ ଭାବେ ଚାଷ କରାଯାଇଥାଏ । ରାଜ୍ୟରେ ମାଣ୍ଡିଆର ଉତ୍ପାଦକତା ହେଉଛି ହେକ୍ଟର ପ୍ରତି ୮୮୩ କି .ଗ୍ରା ।
ସ୍ଥୂଳ କୃଷି କ୍ଷେତ୍ର ପରିଚାଳନା ଅନ୍ତର୍ଗତ କର୍ମ ଯୋଜନାରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମାଣ୍ଡିଆ ଉନ୍ନୟନ ଏକ କେନ୍ଦ୍ରୀୟ ପ୍ରବତ୍ତିତ ଯୋଜନା । ଏହା କେନ୍ଦ୍ର ଓ ରାଜ୍ୟର ୯୦.୧୦ପାଣ୍ଠି ବ୍ୟବସ୍ଥାରେ କାର୍ଯ୍ୟ କରୁଛି ।
ମାଣ୍ଡିଆ ଉନ୍ନୟନର ବିଭିନ୍ନ ଉପାଦାନ ସହିତ ସହାୟତା ବ୍ୟବସ୍ଥା ନିମ୍ନରେ ପ୍ରଦତ୍ତ ହୋଇଛି ।
କ୍ର.ସଂ |
ଉପାଦାନ |
ୟୁନିଟ |
ସହାୟତା ପରିମାଣ (ଟଙ୍କା ) |
୧ |
ମାଣ୍ଡିଆ ଉନ୍ନତ ଚାଷ ପଦ୍ଧତିର ପ୍ରଦର୍ଶନ କ୍ଷେତ୍ର |
ଏକର |
୫୦୦ |
୨ |
ମାଣ୍ଡିଆ ଉତ୍ପାଦନ କୌଶଳ ପାଇଁ କୃଷକ କ୍ଷେତ୍ର ବିଦ୍ୟାଳୟ (ସମସ୍ତ କୃଷକ କ୍ଷେତ୍ର ବିଦ୍ୟାଳୟ ୧ ଏକର ପ୍ରଦର୍ଶନ କ୍ଷେତ୍ର ପାଇଁ ୨ଦିନ ତାଲିମ) |
ସଂଖ୍ୟା |
୮୫୦୦ |
୩ |
ରାଜ୍ୟ ମଧ୍ୟରେ ଶିକ୍ଷାମୂଳକ ଗସ୍ତ |
ସଂଖ୍ୟା |
୧୨୫୦ |
୪ |
ରାଜ୍ୟ ବାହାରକୁ ଶିକ୍ଷା ମୂଳକ ଗସ୍ତ (୩୦ ଜଣ କୃଷକ +୨ ମାର୍ଗଦର୍ଶକ ଅଧିକାରୀ) |
ଦଳ |
୯୬,୦୦୦ |
୫ |
ପ୍ରାମାଣିକ ବିହନ ବଣ୍ଟନ |
କ୍ଵିଣ୍ଟାଲ |
୪୦୦ |
ଯୋଗାଯୋଗ ବ୍ୟକ୍ତି
ଉପକୃଷି ନିର୍ଦ୍ଦେଶକ, ଫୋନ :୦୬୭୪-୨୩୨୩୩୭୯
ତୈଳ ବୀଜ, ଡାଲି ଫସଲ ,ତାଳତେଲ ଓ ମକାର ସମନ୍ଵିତ (ଆଇସୋପମ) ଯୋଜନା-୨୦୦୮-୦୯
ତୈଳବୀଜ କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହେବ ଉଦ୍ଦେଶ୍ୟରେ ତୈଳବୀଜ ଫସଲରେ ବୈଷୟିକ ମିଶନ ୧୯୮୬ ମସିହା ମଇ ମାସରେ ଆରମ୍ଭ କରାଯାଇଥିଲା । ତା ପରେ ୧୯୯୦, ୧୯୯୨,-୯୩ ଓ ୧୯୯୫-୯୬ ମସିହାରେ ଯଥାକ୍ରମେ ଡାଲି, ମକା , ଏହି ବୈଷୟିକ ମିଶନରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଉପରୋକ୍ତ ଫସଲଗୁଡିକରେ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇଁ ଭାରତ ସରକାରଙ୍କ କୃଷି ଓ ସମବାୟ ବିଭାଗ ଟି.ଏମ.ଓ.ପି. ଅନ୍ତର୍ଭୁକ୍ତ ନିମ୍ନ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା କାର୍ଯ୍ୟକାରୀ କରିଥିଲେ ।
ଏହି କାର୍ଯ୍ୟକ୍ରମଗୁଡିକର କାର୍ଯ୍ୟକାରିତା ଶୈଳୀରେ ଆଞ୍ଚଳିକ ବିଭେଦ ରହୁଥିବାରୁ ରାଜ୍ୟମାନ ଙ୍କୁ ନମନୀୟତା ପ୍ରଦାନ ଫସଲ ବିବିଧିକରଣ ପ୍ରୋତ୍ସାହନ, ପାଇଁ କାର୍ଯ୍ୟକ୍ରମଗୁଡିକର ଐକକେନ୍ଦ୍ରୀୟ ପ୍ରଚେଷ୍ଟା ଓ ଯୋଜନା କମିଶନଙ୍କ ପରାମର୍ଶ ଦୃଷ୍ଟିରୁ ୧୦ମ ପଞ୍ଚବାର୍ଷିକ ଯୋଜାନାରେ ୨୦୦୪-୦୫ ବର୍ଷରୁ ଉପରୋକ୍ତ ୪ ଟି ଯୋଜନାଗୁଡିକର ରୂପାନ୍ତରିତ ଓ ମିଶ୍ରଣ କରାଯାଇ ଗୋଟିଏ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ତୈଳବୀଜ, ଡାଲି, ତାଳତେଲ ଓ ମକାର ସମନ୍ଵିତ ଯୋଜନା କେନ୍ଦ୍ର ଓ ରାଜ୍ୟର ୭୫.୨୫ ପାଣ୍ଠି ଯୋଗାଣରେ କାର୍ଯ୍ୟକାରୀ ହୋଇ ଆସୁଛି ।
ଆଇସୋପମ୍ ଯୋଜନାର ଉପାଦାନ ଓ ସହାୟତା ପରିମାଣ ନିମ୍ନରେ ପ୍ରଦତ୍ତ ହୋଇଛି ।
ଯୋଗାଯୋଗ ବ୍ୟକ୍ତି
ଆଇସୋପମ୍(ଡାଲି) ରେ ରିହାତି/ ପ୍ରୋତ୍ସାହନ
କ୍ର.ସଂ |
ଉପାଦାନ |
ୟୁନିଟ |
ସହାୟତା ପରିମାଣ (ଟଙ୍କାରେ) |
(କ) ବିହନ |
|||
୧ |
ପ୍ରଜଜକ ବିହନ |
କ୍ଵିଣ୍ଟାଲ |
ସମସ୍ତ ଖର୍ଚ୍ଚ |
୨ |
ପିଣ୍ଡ ବିହନ |
କ୍ଵିଣ୍ଟାଲ |
୧୦୦୦ |
୩ |
ପ୍ରାମାଣିକ ବିହନ ଉତ୍ପାଦନ |
କ୍ଵିଣ୍ଟାଲ |
୧୦୦୦ |
୪ |
ପ୍ରାମାଣିକ ବିହନ ବଣ୍ଟନ |
କ୍ଵିଣ୍ଟାଲ |
୧୦୦୦ |
୫ |
ବିହନ ପୁଡିଆ ବଣ୍ଟନ |
କ୍ଵିଣ୍ଟାଲ |
୧୦୦୦ |
ଜ୍ଞାନ କୌଶଳ ହସ୍ତାନ୍ତର |
|||
୬ |
ବ୍ଲକ ପ୍ରଦର୍ଶନ କ୍ଷେତ୍ର |
|
|
|
କ)ହରଡ/ମୁଗ/ବିରି/ଝୁଡଙ୍ଗ / କୋଳଥ/ଖେସାରୀ |
ହେକ୍ଟର |
୨୦୦୦ |
|
ଖ) ମସୁର |
ହେକ୍ଟର |
୨୨୦୦ |
|
ଗ)ବୁଟ/ମଟର |
ହେକ୍ଟର |
୨୫୦୦ |
|
ଘ)ରାଜମା |
ହେକ୍ଟର |
୩୫୦୦ |
୭ |
କୃଷକ ତାଲିକା |
ସଂଖ୍ୟା |
୫୦ଜଣ କୃଷକଙ୍କ ପାଇଁ ୧୫୦୦ |
୮ |
ରାଇଜୋବିୟମ କଲଚର/ପି.ଏସ.ବି. |
ହେକ୍ଟର |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ ୧୦୦ |
୯ |
ତୃଣ ନାଶକ |
ହେକ୍ଟର |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ ୫୦୦ |
୧୦ |
ନ୍ୟୁକ୍ଲିୟର ପଲିଭୂତାଣୁ |
ହେକ୍ଟର |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ ୨୫୦ |
ଆଇ.ପି .ଏମ ପ୍ରଦର୍ଶନ କ୍ଷେତ୍ର ତଥା କୃଷକ କ୍ଷେତ୍ର ବିଦ୍ୟାଳୟ |
|||
୧୧ |
ହରଡ |
ସଂଖ୍ୟା |
୨୨୬୮୦ |
୧୨ |
ଉଦ୍ଭିଦ ସୁରକ୍ଷା ରାସାୟନିକ |
ହେକ୍ଟର |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ ୧୦୦ |
୧୩ |
ଜିପସମ ଯୋଗାଣ |
ହେକ୍ଟର |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ ୭୫୦ |
ଗ)କୃଷି ଯନ୍ତ୍ରିକୀକରଣ |
|||
୧୪ |
ଉଦ୍ଭିଦ ସୁରକ୍ଷା |
ସଂଖ୍ୟା |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ ୮୦୦ |
୧୫ |
ସ୍ପ୍ରିଙ୍କଲର ସେଟ |
ହେକ୍ଟର |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ୭୫୦୦ |
ଘ) ନୂତନ ପ୍ରୋତ୍ସାହନ |
|||
୧୬ |
ଅନୁସାର ଯୋଗାଣ |
ହେକ୍ଟର |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ ୫୦୦ |
୧୭ |
ସାଇତା କୋଠି (୧.୧୦କ୍ଵିଣ୍ଟାଲ) |
ସଂଖ୍ୟା |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ ୩୦୦ |
୧୮ |
ଜିଆ ଖତ (କ୍ଷୁଦ୍ର ୟୁନିଟ |
ସଂଖ୍ୟା |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ୨୦୦୦ |
ଆଇସୋପମ୍ (ମକା) ରେ ରିହାତି/ପ୍ରୋତ୍ସାହନ |
|||
୧ |
ପ୍ରାମାଣିକ ବିହନ ବଣ୍ଟନ |
କ୍ଵିଣ୍ଟାଲ |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ୧୨୦୦ |
୨ |
ଆଇ.ପି .ଏମ କ୍ଷେତ୍ର ପ୍ରଦର୍ଶନ |
ସଂଖ୍ୟା |
୨୨୬୮୦ |
୩ |
ବ୍ଲକ ପ୍ରଦର୍ଶନ କ୍ଷେତ୍ର |
ହେକ୍ଟର |
୪୦୦୦ |
୪ |
କୃଷକ ତାଲିମ |
ସଂଖ୍ୟା |
୫୦ ଜଣ କୃଷକଙ୍କ ପାଇଁ ୧୫୦୦୦ |
୫ |
ପି .ଏସ .ବି |
ହେକ୍ଟର |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ୧୦୦ |
୬ |
ଉଦ୍ଭିଦ ସୁରକ୍ଷା ଯନ୍ତ୍ରପାତି ବଣ୍ଟନ |
ସଂଖ୍ୟା |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ ୮୦୦ |
୭ |
କର୍ମଚାରୀ ଓ ଆପଦକାଳୀନ ଖର୍ଚ୍ଚ |
ଟଙ୍କା |
|
୮ |
ଜଳ ଉତ୍ସରୁ ଜମି ପର୍ଯ୍ୟନ୍ତ ଜଳ ନେବା ପାଇଁ ପାଇପ |
ସଂଖ୍ୟା |
୧୫୦୦୦ |
ଆଇସୋପମ୍ (ତୈଳବୀଜ)ରେ ରିହାତି / ପ୍ରୋତ୍ସାହନ କ ) ବିହନ |
|||
୧ |
ପ୍ରଜଜକ ବିହନ |
କ୍ଵିଣ୍ଟାଲ |
ସମସ୍ତ ଖର୍ଚ୍ଚ |
୨ |
ପିଣ୍ଡ ବିହନ |
କ୍ଵିଣ୍ଟାଲ |
୧୦୦୦ |
୩ |
ପ୍ରାମାଣିକ ବିହନ ଉତ୍ପାଦନ |
କ୍ଵିଣ୍ଟାଲ |
୧୦୦୦ |
୪ |
ପ୍ରାମାଣିକ ବିହନ ବଣ୍ଟନ |
କ୍ଵିଣ୍ଟାଲ |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ ୧୨୦୦ |
5 |
ବିହନ ପୁଡିଆ ବଣ୍ଟନ |
ସଂଖ୍ୟା |
ବିନା ମୂଲ୍ୟ ରେ |
ଖ) ଜ୍ଞାନ କୌଶଳ ହସ୍ତାନ୍ତର |
|||
୬ |
ବ୍ଲକ ପ୍ରଦର୍ଶନ କ୍ଷେତ୍ର |
|
|
|
କ)ହରଡ+ଚିନାବାଦାମ |
ହେକ୍ଟର |
୪୦୦୦ |
|
ଖ)ସୂର୍ଯ୍ୟମୁଖୀ |
ହେକ୍ଟର |
୨୫୦୦ |
|
ଗ)ସୋରିଷ |
ହେକ୍ଟର |
୨୦୦୦ |
|
ଘ)ଅଳସି/ରାଶି |
ହେକ୍ଟର |
୧୫୦୦ |
୭ |
କୃଷକ ତାଲିମ |
ସଂଖ୍ୟା |
୫୦ ଜଣ କୃଷକଙ୍କ ପାଇଁ ୧୫୦୦୦ |
୮ |
ରାଇଜୋବିୟମ କଲଚର/ପି.ଏସ.ବି. |
ହେକ୍ଟର |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ ୧୦୦ |
୯ |
ତୃଣନାଶକ |
ହେକ୍ଟର |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ୫୦୦ |
୧୦ |
ହରଡରେ ଆଇ.ପି.ଏମ ପ୍ରଦର୍ଶନ କ୍ଷେତ୍ର ତଥା କୃଷକ କ୍ଷେତ୍ର ବିଦ୍ୟାଳୟ |
ସଂଖ୍ୟା |
୨୨୬୮୦ |
୧୧ |
ଉଦ୍ଭିଦ ସୁରକ୍ଷା ରାସାୟନିକ |
ହେକ୍ଟର |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ ୫୦୦ |
୧୨ |
ଜିପସମ ଯୋଗାଣ |
ହେକ୍ଟର |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ୭୫୦ |
ଗ) କୃଷି ଯାନ୍ତ୍ରୀକୀକରଣ |
|||
୧୩ |
ଉଦ୍ଭିଦ ସୁରକ୍ଷା ଯନ୍ତ୍ରପାତି |
ସଂଖ୍ୟା |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ ୮୦୦ |
୧୪ |
ହେକ୍ଟର |
ହେକ୍ଟର |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ୭୫୦୦ |
ଘ) ନୂତନ ପ୍ରୋତ୍ସାହନ |
|||
୧୫ |
କୃଷି ଯନ୍ତ୍ରପାତି |
ସଂଖ୍ୟା |
|
|
କ) ହସ୍ତ ଚଳିତ/ବଳଦଚାଳିତ |
ସଂଖ୍ୟା |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ୨୫୦୦ |
ଖ)ଶକ୍ତି ଚାଳିତ |
ସଂଖ୍ୟା |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ୧୫,୦୦୦ |
|
୧୬ |
ଅଣୁସାର ଯୋଗାଣ |
ହେକ୍ଟର |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ ୫୦୦ |
୧୭ |
ଜିଆଖତ (ବୃହତ ୟୁନିଟ) |
ସଂଖ୍ୟା |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ୧୦୦୦୦ |
୧୮ |
ରାଜ୍ୟ ବାହାରକୁ କୃଷକଙ୍କ ଶିକ୍ଷା ମୂଳକ ଗସ୍ତ |
ସଂଖ୍ୟା |
ମୂଲ୍ୟର ୫୦ ପ୍ରତିଶତ ସର୍ବାଧିକ୩୦୦୦ |
ଜୈବିକ କୃଷି ପାଇଁ ଜାତୀୟ ପ୍ରକଳ୍ପ ଏକ କେନ୍ଦ୍ରୀୟ ଯୋଜନା । ଓଡିଶାର କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ “ଜୈବିକ ପ୍ରକୋଷ୍ଠ ” ଦ୍ଵାରା ଏହି ଯୋଜନାର କାର୍ଯ୍ୟକାରିତା ସନ୍ନିରୀକ୍ଷୀଣ କରାଯାଉଅଛି । ଏହି ଯୋଜନା ରାଜ୍ୟର ନିମ୍ନ କାର୍ଯ୍ୟକ୍ରମ ଗ୍ରହଣ ପୂର୍ବକ ଜୈବିକ କୃଷି ପାଇଁ ପ୍ରୋତ୍ସାହନ ପ୍ରଦାନ କରୁଛି ।
ଜିଆ ପ୍ରଜନନ କେନ୍ଦ୍ର
୧୫୦ ଟି.ପି.ଏ. ଦକ୍ଷତା ବିଶିଷ୍ଠ ଏକ ଜିଆ ପ୍ରଜନନ କେନ୍ଦ୍ର ସ୍ଥାପନ ପାଇଁ ୬ ଲକ୍ଷ ଟଙ୍କା ଆର୍ଥିକ ବ୍ୟୟରେ ୨୫% ରିହାତିରେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି ।
କମ୍ପୋଷ୍ଟ ଉତ୍ପାଦନ କେନ୍ଦ୍ର ସ୍ଥାପନ
ଏହି ଯୋଜନାରେ ଫଳ ଓ ପନିପରିବାର ନିଷ୍ଟାବଶେଷରେ ୧୦୦ (ଟି.ପି.ଏ.) କ୍ଷମତା ବିଶିଷ୍ଟ ଏହି କେନ୍ଦ୍ର ସ୍ଥାପନ ପାଇଁ ଉତ୍ସାହିତ କରାଯାଇଛି । ଏହି ପରି ସମସ୍ତ କେନ୍ଦ୍ର ପାଇଁ ପ୍ରାୟ ୧୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ୨୫ % ରିହାତିରେ ସର୍ବାଧିକ ୩୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇ ପାରିବ ।
ଜୈବସାରା ଉତ୍ପାଦନ ୟୁନିଟ୍
ଏହି ଯୋଜାନାରେ ଜୈବସାର ଉତ୍ପାଦନ ୟୁନିଟ ସ୍ଥାପନ ପାଇଁ ସହାୟତା ପ୍ରଦାନ କରାଯାଉଛି । ୧୫୦ ଟି.ପି.ଏ. ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି ୟୁନିଟ ପ୍ରସ୍ତାବିତ ଆର୍ଥିକ ଖର୍ଚ୍ଚ ହେଉଛି ୯୧ ଲକ୍ଷ ଟଙ୍କା । ଏହି ଯୋଜନାରେ ୨୫ %ରିହାତିରେ ସର୍ବାଧିକ ୨୨.୭୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇ ପାରିବ । ବ୍ୟବସାୟିକ ବ୍ୟାଙ୍କ, ଆଞ୍ଚଳିତ ଗ୍ରାମ୍ୟ ବ୍ୟାଙ୍କଗୁଡିକ ଦ୍ଵାରା ଅର୍ଥ ଯୋଗାଣ ପାଇଁ ନାବାର୍ଡ ଏହି ଯୋଜନା ସ୍ଵୀକୃତି ପାଇଁ ପ୍ରେରଣ କରିଛି ।
ସେବା ପ୍ରଦାନକାରୀ
ଜୈବିକ କୃଷିରେ ସେବା ପ୍ରଦାନକାରୀମାନେ ମୁଖ୍ୟ ସଂଯୋଗକାରୀ । ଉତ୍ପାଦନକାରୀ ଗୋଷ୍ଠୀ ପ୍ରମାଣପତ୍ର ହାସଲ ଜରିଆରେ ପ୍ରମାଣପତ୍ର ଖର୍ଚ୍ଚ ବହୁ ପରିମାଣରେ ହ୍ରାସ କରିବାରେ ଏମାନେ ସାହାଯ୍ୟ କରିଥାନ୍ତି । ଏହି ଯୋଜନାରେ ସର୍ବନିମ୍ନ ୧୫୦୦କୃଷକଙ୍କୁ ଏକ ଦଳରେ ଜୈବିକ ଚାଷ କରିବା ପାଇଁ ସହାୟତା ପ୍ରଦାନ କରିବା ନିମନ୍ତେ ୩.୦୦ ଲକ୍ଷ ଟଙ୍କାର ଏକ ସହାୟତା ସେବା ପ୍ରଦାନକାରୀଙ୍କୁ ଦିଆଯାଇଥାଏ ।
ଉପରୋକ୍ତ ଉପାଦାନ ବ୍ୟତିତ ଏହି ଯୋଜନାରେ କୃଷକ ତାଲିମ,କୃଷି ସାମଗ୍ରୀ ଉତ୍ପାଦନ ଓ ଗୁଣାତ୍ମକ ମାନ ନିର୍ଦ୍ଧାରଣ ତାଲିମ , ଜୈବିକ କୃଷି ପାଇଁ କୃଷକଙ୍କୁ ତାଲିମ ପ୍ରଦାନ, ଜୈବିକ କୃଷି ସାମଗ୍ରୀର କ୍ଷେତ୍ର ପ୍ରଦର୍ଶନ ଓ କୃଷକ ମେଳା, ସମୃଦ୍ଧ ଜୈବଗ୍ୟାସ ସ୍ଲରି ବିନିଯୋଗ ପ୍ରଦର୍ଶନ କ୍ଷେତ୍ର ଓ କୃଷକ ମେଳା ତଥ୍ୟ ଭିତ୍ତିକ ୟୁନିଟ ସ୍ଥାପନ , ନମୁନା ଜୈବିକ ଫାର୍ମ ସ୍ଥାପନ କରିବା, ନୂତନ ଉଦ୍ୟମ ଆଦିକୁ ପ୍ରୋତ୍ସାହିତ କରାଯାଇଥାଏ ।
ଯୋଗାଯୋଗ ବ୍ୟକ୍ତି
ଶହୀଦନଗର , ଭୁବନେଶ୍ଵର
ଫୋନ/ଫ୍ୟାକ୍ସ :୦୬୭୪-୨୫୪୬୪୭୭
E mail: sbcorissa@gmail.com
୨୦୦୮ ମସିହାରୁ ଭାରତ ସରକାରଙ୍କ ଏକ ସ୍ତରୀୟ ଯୋଜନା “ମୃତ୍ତିକା ସ୍ୱାସ୍ଥ୍ୟ ଓ ଉର୍ବରତା ପରିଚାଳନା ପାଇଁ ଜାତୀୟ ପ୍ରକଳ୍ପ “ କାର୍ଯ୍ୟକାରୀ ହେଉଅଛି ।
ଉଦ୍ଦେଶ୍ୟ
ମୃତ୍ତିକା ପରୀକ୍ଷା ଓ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା କାର୍ଯ୍ୟକ୍ରମରେ ଘରୋଇ / ସରକାରୀ କ୍ଷେତ୍ରରେ ଅଂଶ ଗ୍ରହଣକୁ ଉତ୍ସାହିତ କରିବା ।
ଉପାଦାନ
ସହାୟତା : ଏହି କାର୍ଯ୍ୟକାରୀ ସଂଗଠନକୁ ୫୦ ପ୍ରତିଶତ ସର୍ବାଧିକ ୩୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ ।
ବାର୍ଷିକ ୪୦୦୦ ମାଟି ନମୂନା ବିଶ୍ଳେଷଣ ଦକ୍ଷତା ଥିବା ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ସ୍ଥାପନ କରିବା ।
ସହାୟତା : ଏହି କାର୍ଯ୍ୟକ୍ରମ ଗ୍ରହଣ କରୁଥିବା ସଂଗଠନକୁ ୭୫%ସର୍ବାଧିକ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ ।
ଅଣୁସାର ବିଶ୍ଳେଷଣ ପାଇଁ ବ୍ୟବହୃତ ହେଉଥିବା ଖୁବ କ୍ଷୁର୍ଣ୍ଣ ସମ୍ବେଦନଶୀଳ “ଆଟୋମେଟିକ ଆବରଜରସନ ସ୍ପ୍ରେକ୍ରୋମିଟର “କ୍ରୟ ପାଇଁ ବର୍ତ୍ତମାନ କାର୍ଯ୍ୟକରୁଥିବା ମୃତ୍ତିକା ପରୀକ୍ଷା ପ୍ରୟୋଗଶାଳାକୁ ୧୦ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯାଉଛି ।
ଏହି ପରି ପରୀକ୍ଷାଗାର ସ୍ଥାପନ ପାଇଁ ୫୦ ଲକ୍ଷ ଟଙ୍କା ଯୋଗାଇ ଦିଆଯାଉଛି ।
ବିଭିନ୍ନ ପ୍ରକାର ସାର ପରୀକ୍ଷା ଓ ଗୁଣାତ୍ମକ ପରିମାପକ ଜାଣିବା ପାଇଁ ବର୍ତ୍ତମାନ ଥିବା ସାର ମାନ ନିର୍ଦ୍ଧାରିତ ପରୀକ୍ଷାଗାରର ଦୃଢୀକରଣ ପାଇଁ ପରୀକ୍ଷାଗାର ପ୍ରତି ୨୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଛି ।
ସାଧାରଣତଃ ସାର ପରୀକ୍ଷାଗାର ଗୁଡିକ ମାନ ନିର୍ଦ୍ଧାରଣ ଅଧୀନରେ କାର୍ଯ୍ୟ କରିଥାଏ । ସାରା ନିରୀକ୍ଷକ ଙ୍କ ଦ୍ଵାରା ସଂଗୃହିତ ହୋଇଥିବା ସାର ପରୀକ୍ଷାଗରରେ ପରୀକ୍ଷା କରାଯାଇଥାଏ । କୃଷକ ବ୍ୟବହାର କରୁଥିବା ସାରର ମାନ ପରୀକ୍ଷା ପାଇଁ ସମ୍ପ୍ରତି ଯଥେଷ୍ଟ ସୁଯୋଗ ନାହିଁ ।
ଏହି ନୂତନ ଭାବେ ଆରମ୍ଭ କରାଯାଇଥିବା ଯୋଜନା ପରାମର୍ଶ ପ୍ରଦାନ ଉଦ୍ଦେଶ୍ୟ ସାର ପରୀକ୍ଷାଗାର ସ୍ଥାପନ ପାଇଁ ସୁଯୋଗ ହେଇଥାଏ । ଏ ପ୍ରକାର ପରୀକ୍ଷାଗାର ସ୍ଥାପନ ପାଇଁ ୧୦ ଲକ୍ଷ ଟଙ୍କାର ପାଣ୍ଠି ପ୍ରଦାନ କରାଯାଉଛି ।
ଗୁଣାତ୍ମକ ଜୈବିକଖତ ପ୍ରସ୍ତୁତିରେ ପ୍ରୋତ୍ସାହନ ଦେବା ପାଇଁ ଏହି ଯୋଜନାରେ ହେକ୍ଟର ପ୍ରତି ୫୦୦ ଟଙ୍କା ସହାୟତା ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମ ୧୦ ଜଣିଆ ହିତାଧିକାରୀଙ୍କୁ ନେଇ କାର୍ଯ୍ୟ କରିବ ।
ଏହି ଯୋଜନାରେ ଅଣୂସାର ଅଭାବ ଅଞ୍ଚଳରେ ଖାଦ୍ୟସାର ଅସନ୍ତୁଳତାକୁ ହ୍ରାସ କରି ଅନୁସାର ବ୍ୟବହାରକୁ ଉତ୍ସାହିତ କରିବା ଦ୍ଵାରା ମୂର୍ତ୍ତିକା ସ୍ୱାସ୍ଥ୍ୟ ବଜାୟ ରଖି ହେବ ଓ ସାର ପ୍ରୟୋଗର ସର୍ବଶ୍ରେଷ୍ଟ ଲାଭ ହାସଲ କରାଯାଇ ପାରିବ । ଏଥିପାଇଁ ହେକ୍ଟର ପ୍ରତି ୫୦୦ ଟଙ୍କା ସହାୟତା ପ୍ରଦାନ କରାଯାଉଛି ।
ଯୋଗାଯୋଗ ବ୍ୟକ୍ତି
ରାଜ୍ୟ ସ୍ତରୀୟ: |
(୧) ଉପକୃଷି ନିର୍ଦ୍ଦେଶକ (ସମ୍ପ୍ରସାରଣ )ଫୋନ/ଫ୍ୟାକ୍ସ:୦୬୭୪-୨୩୨୩୩୭୨ (୨) ଇମେଜ ଭୁବନେଶ୍ଵର ଫୋନ /ଫ୍ୟାକ୍ସ :୦୬୭୪-୨୫୬୨୧୫୧ |
ଜିଲ୍ଲା ସ୍ତରୀୟ : |
ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ଆତ୍ମା |
ଏଗ୍ରୀସନେଟ ଏକ କେନ୍ଦ୍ରୀୟ ପ୍ରବାର୍ତ୍ତିତ ଯୋଜନା । ଏହା ବ୍ଲକ ପର୍ଯ୍ୟନ୍ତ ସୂଚନା ଯୋଗାଯୋଗ ବୈଷୟିକ ଭିତ୍ତିଭୂମି ୱେବ ସକ୍ଷମ ସୂଚନା, ନିଷ୍ପତି ସହାୟତା ପଦ୍ଧତି ପ୍ରସାର କରି ଓଡିଶାର ସମସ୍ତ କୃଷକଙ୍କ ନିକଟରେ କୃଷି ସମ୍ପୃକ୍ତି ସମସ୍ତ ସୂଚନା ପହଞ୍ଚାଇବା ନିମନ୍ତେ ସଶକ୍ତିକରଣ କରିବା ପୂର୍ବକ ଏହା କୃଷି ସମ୍ବଳର ଉପଯୁକ୍ତ ବିନିଯୋଗ କରିବାରେ ସହାୟକ ହେବ । ରାଜ୍ୟରେ ଏଗ୍ରୀସନେଟ ପ୍ରକଳ୍ପ କାର୍ଯ୍ୟକରି କରିବା ପାଇଁ ଓଡିଶା ରାଜ୍ୟ କୃଷି ବିଭାଗ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ର ବୈଷୟିକ ସହାୟତା ଉପଯୋଗ କରିଥାଏ ।
ଉଦ୍ଦେଶ୍ୟ :
ଏହି ପ୍ରକଳ୍ପର ମୁଖ୍ୟ ସେବା ହେଉଛି କୃଷକଙ୍କୁ କୃଶୀଳ ସାମଗ୍ରୀ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା । ଏହା ଦ୍ଵାରା ସେମାନେ କୃଷି ସାମଗ୍ରୀର ଯୋଗାଣ ଶୁଙ୍ଖଳା ସହିତ ଗୁଣାତ୍ମକ ମାନ ଓ ଉପଲବ୍ଧ ସମ୍ବନ୍ଧରେ ସତର୍କ ହୋଇଥାନ୍ତି । ଏହା ବ୍ୟତିତ ଏହା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ସମ୍ବନ୍ଧୀୟ ସୂଚନା, ମୃତ୍ତିକା ପରୀକ୍ଷା ଫଳାଫଳ ଅନୁଯାୟୀ ପରାମର୍ଶ, ନିର୍ବିଚାର ସାର ବ୍ୟବହାର ଜନିତ ମୃତ୍ତିକା ସ୍ୱାସ୍ଥ୍ୟ ହାନୀକୁ ହ୍ରାସ କରିବା , କୃଷି ଉତ୍ପାଦକତା ଓ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ସମ୍ପ୍ରସାରଣ ଜ୍ଞାନକୌଶଳ ବିଷୟରେ ଅବଗତ କରାଇ କୃଷକ ଜ୍ଞାନ ପରିସରକୁ ଉନ୍ନତ କରିବା ଆଦି କାର୍ଯ୍ୟ କରିବ । ଏହି ପ୍ରକଳ୍ପର ମୁଖ୍ୟ କାର୍ଯ୍ୟ ହେଲା ସୂଚନା ଯୋଗାଯୋଗ ପ୍ରଯୁକ୍ତି ଭିତ୍ତିଭୂମିକୁ ବ୍ଲକସ୍ତର ପର୍ଯ୍ୟନ୍ତ ନେବା , ଅନଲାଇନ ସୂଚନା ପ୍ରଦାନ ନିମନ୍ତେ ସୂଚନା ପଦ୍ଧତିର ବିକାଶ କରିବା, କୃଷକ ହେଇପ୍ ଡେସ୍କ, କୃଷି ଡାଟାବେସ ହେଲପ ନିଷ୍ପତି ସହାୟକ ପଦ୍ଧତି ଓ ତାଲିମର ବିକାଶ କରିବା ।
ଫଳାଫଳ
ଯୋଗାଯୋଗ କାର୍ଯ୍ୟାଳୟ :
ଫୋନ :୦୬୭୪-୨୩୯୧୬୪୩, ୧୫୫୧ (ନିଃଶୁଳ୍କ)
ଆଧାର - କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ଓଡିଶା ସରକାର
Last Modified : 7/22/2019