କୃଷି ନିର୍ଦ୍ଦେଶାଳୟର କୃଷି ଯାନ୍ତ୍ରିକବିଭାଗ କୃଷି ଯାନ୍ତ୍ରିକୀକରଣ, ଜଳ ନିଧି କାର୍ଯ୍ୟକ୍ରମ, ଆତ୍ମ ନିଯୁକ୍ତି ଯୋଜନା ଓ ସାଧାରଣ ଭିତ୍ତିଭୂମି ବିକାଶ କାର୍ଯ୍ୟଭଳି ଯାନ୍ତ୍ରିକ ଯୋଜନା କାର୍ଯ୍ୟକାରିତାର ସନ୍ନିରୀକ୍ଷୀଣ ସମ୍ପୃକ୍ତ । ନିର୍ଦ୍ଦେଶାଳୟ ଅତିରିକ୍ତ କୃଷି ନିର୍ଦ୍ଦେଶକ ହେଉଛନ୍ତି ପ୍ରମୁଖ ଅଧିକାରୀ । ସାଧାରଣ ଭାବେ ଜନତା ଓ ବିଶେଷତଃ କୃଷକମାନଙ୍କ ଅବଗତି ନିମନ୍ତେ ଯୋଜନାଗତ ବିଶଦ ସୂଚନା ଜଣାଇ ଦିଆଗଲା ।
ବିଭିନ୍ନ କ୍ଷେତ ଫସଲର ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ନିମନ୍ତେ ନିର୍ଦ୍ଦେଶାଳୟ ରିହାତିରେ କୃଷକମାନଙ୍କ ମଧ୍ୟରେ ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରସାର କରୁଅଛି । ଏହା ମଧ୍ୟ ଓଡିଶାରେ କୃଷି କ୍ଷେତ୍ରରେ ଶକ୍ତି ସାମଗ୍ରୀ ବୃଦ୍ଧି କରି ଏହାକୁ ଜାତୀୟ ହାର ସହିତ ସମକକ୍ଷ କରାଇବା ପାଇଁ ସାହାଯ୍ୟ କରିଥାଏ । ମୁଖ୍ୟ କୃଷି ଯନ୍ତ୍ରପାତିଗୁଡିକ ହେଲା ଟ୍ରାକ୍ଟର,ପାୱାର ଟିଲର, ସ୍ଵୟଂଚାଳିତ ଧାନ କଟା ଯନ୍ତ୍ର, ସ୍ଵୟଂଚାଳିତ ଧାନ ରୁଆ ଯନ୍ତ୍ର , ଶକ୍ତିଚାଳିତ ଧାନ ଅମଳଯନ୍ତ୍ର, ଶକ୍ତି ଚଳିତ କୃଷି ଯନ୍ତ୍ରପାତି ଓ ଅନ୍ୟାନ୍ୟ ସ୍ୱଳ୍ପ ଖର୍ଚ୍ଚ ବିଶିଷ୍ଟ ହସ୍ତଚାଳିତ ବଳଦଟଣା ଯନ୍ତ୍ରପାତି । ଯେକୌଣସି କୃଷକ ଏଥିରେ ଉପକୃତ ହେବାକୁ ହେଲେ ବ୍ଲକ ସ୍ତରରେ ଗ୍ରାମ୍ୟ କୃଷି କର୍ମଚାରୀ/ ସହକାରୀ କୃଷି ଅଧିକାରୀ ସହିତ ଯୋଗାଯୋଗ କରିବେ । ରିହାତି ପରିମାଣ ବାଦ ଦେଇ ସେମାନଙ୍କୁ ଯନ୍ତ୍ରପାତି ଯୋଗାଇ ଦିଆଯିବ । ଏଥିରେ ସମ୍ପୃକ୍ତ ଅନ୍ୟାନ୍ୟ ସଂସ୍ଥାଗୁଡିକ ହେଲା ବିଭିନ୍ନ ନିର୍ମାଣ ୟୁନିଟ, ଯୋଗାଣକରି, ଓଡିଶା କୃଷିଶିଳ୍ପ ନିଗମ, ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ, କୃଷି ଯନ୍ତ୍ରପାତି କାରଖାନା ଓ କୃଷି ପ୍ରୋତ୍ସାହନ ଓ ପୁଞ୍ଜି ଲଗାଣ ନିଗମ । ସାଧାରଣ ଅନୁସୂଚିତ ଜାତି ଓ ଜନଜାତି ଲୋକ ସଂଖ୍ୟା ଅନୁଯାୟୀ କର୍ମଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଜାତୀୟ ଖାଦ୍ୟ ନିରାପତ୍ତା ମିସନ, ଆଇସୋପମର ପାଣ୍ଠି ବ୍ୟବସ୍ଥା ଅନୁସାରେ ନିର୍ଦ୍ଦେଶାଳୟରୁ ବିଭିନ୍ନ କୃଷି ଯନ୍ତ୍ରପାତି ଧାର୍ଯ୍ୟଲକ୍ଷ କ୍ଷେତ୍ର କର୍ମଚାରୀଙ୍କୁ ଜଣାଇ ଦିଆଯାଏ ।
କୃଷକ କିଭଳି ଉପକୃତ ହେବେ
କୃଷକ ପଞ୍ଚାୟତ ସ୍ତରରେ ଗ୍ରାମ୍ୟ କୃଷି କର୍ମଚାରୀ ଓ ବ୍ଲକ ସ୍ତରରେ ସହକାରୀ କୃଷି ଅଧିକାରୀଙ୍କ ନିକଟକୁ ଯାଇ କ୍ରୟ କରିବାକୁ ଥିବା ଯନ୍ତ୍ରପାତି ବିଷୟରେ ଜଣାଇବେ । ଧାର୍ଯ୍ୟ ଲକ୍ଷ ଅନୁଯାୟୀ ସହକାରୀ କୃଷି ଅଧିକାରୀ ଯୋଗାଣକାରୀଙ୍କୁ ପିରମିଟ ଓ ଯୋଗାଣ ନିର୍ଦ୍ଦେଶନାମା ପ୍ରଦାନ କରିବେ । ଯୋଗାଣକାରୀ ରିହାତି ବାଦ ଦେଇ ଯନ୍ତ୍ରପାତି ଯୋଗାଇ ଦେବେ । ଯୋଜନାକୁ ବିଶେଷ ଭାବେ ପ୍ରସାର କରିବା ପାଇଁ ସଭା, ସଂଗୋଷ୍ଠୀ ଓ ତାଲିମ ମାଧ୍ୟମରେ ସଚେତନତା ଶିବିର ଆୟୋଜନ କରାଯାଉଛି ।
କୃଷି ଯନ୍ତ୍ରିକୀକରଣରେ ଥିବା ରିହାତି ବ୍ୟବସ୍ଥା
ଅଗଷ୍ଟ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ରାଜ୍ୟକୃଷିନୀତି ୨୦୦୮ ରେ ପ୍ରାୟ ସମସ୍ତ କୃଷି ଯନ୍ତ୍ରପାତିରେ ରିହାତି ପରିମାଣ ଆଖିଦୃଶିଆ ଭାବେ ବୃଦ୍ଧି ପାଇଥିବାରୁ ଏହା ରାଜ୍ୟର କୃଷକମାନଙ୍କ ପାଇଁ ଏକ ବର ଦାନ ହେବ । ବିଭିନ୍ନ କୃଷି ଯନ୍ତ୍ରପାତିରେ ପ୍ରଦାନ କରାଯାଉଥିବା ରିହାତି ନିମ୍ନରେ ଉଲ୍ଲେଖ କରାଯାଇଛି ।
କ |
ଟ୍ରାକ୍ଟର |
ଟ୍ରାକ୍ଟର ମୂଲ୍ୟର ୫୦% ସର୍ବାଧିକ ୯୦,୦୦୦ ଟଙ୍କା,୪୦ ପି.ଟି.ଓ. ଏଚ. ପି |
ଖ |
ପାୱାର ଟିଲର |
(କ)ମୂଲ୍ୟର ୫୦% ସର୍ବାଧିକ ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ୮ ବି.ଏଚ.ପି.ରୁ ଅଧିକ କ୍ଷମତା ପାୱାର ଟିଲର |
ଗ |
ସ୍ଵୟଂଚଳିତ ଧାନ କଟା ଧାନ ରୁଆ ଯନ୍ତ୍ର ଓ ଅନ୍ୟାନ୍ୟ ସ୍ଵୟଂ ଚଳିତ ଯନ୍ତ୍ର |
ମୂଲ୍ୟର ୫୦% ସର୍ବାଧିକ ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ |
ଘ |
ସ୍ଵତନ୍ତ୍ର ଶକ୍ତିଚାଳିତ ଯନ୍ତ୍ର |
କ) ମୂଲ୍ୟର ୫୦%,ସର୍ବାଧିକ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ସ୍ଵତନ୍ତ୍ର ଶକ୍ତି ଚାଳିତ ଯନ୍ତ୍ର ଯଥା:ଆଳୁ ଲଗାଇବା ଯନ୍ତ୍ର, ଆଳୁ ଖୋଳିବା ଯନ୍ତ୍ର ଚିନାବାଦାମ ଖୋଳିବା ଯନ୍ତ୍ର, ଟ୍ରାକ୍ଟର ଚାଳିତ ଧାନକଟା ଯନ୍ତ୍ର, ପରିଷ୍କାର ଓ ବର୍ଗୀକରଣ କରିବା ଯନ୍ତ୍ର, ସୁଖାଇବା ଯନ୍ତ୍ର, ମୂଳି ପରିଷ୍କାର ଓ ବର୍ଗୀକରଣ ଯନ୍ତ୍ର, ଶକ୍ତି ଚାଳିତ ଘାସ ବଛା ଯନ୍ତ୍ର, ଗାଜର ଅମଳ ଯନ୍ତ୍ର, ମଟର ଚାଳିତ କଦଳୀ ପଟୁଆ ତିଆରି ଯନ୍ତ୍ର । ଖ) ମୂଲ୍ୟର ୫୦% ସର୍ବାଧିକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ସ୍ଵତନ୍ତ୍ର ଶକ୍ତି ଚାଳିତ ଯନ୍ତ୍ର ଯଥା: ବିନା ହଳ-ବିହନ-ସାର ବୁଣା ଯନ୍ତ୍ର,ଆଖୁ କଟା ଓ ଲଗାଇବା ଯନ୍ତ୍ର, ହାପି ସିଡର, ପନିପରିବା ଲଗାଇବା ଯନ୍ତ୍ର । |
ଙ |
ହସ୍ତଚାଳିତ ଯନ୍ତ୍ରପାତି |
ମୂଲ୍ୟର ୫୦% ସର୍ବାଧିକ ୪,୦୦୦ଟଙ୍କା |
ଚ ଛ |
ପଶୁଚଳିତ ଯନ୍ତ୍ରପାତି ପଶୁଚାଳିତ କ୍ୟାରିଅର |
ମୂଲ୍ୟର ୫୦% ସର୍ବାଧିକ ୧୨,୦୦୦ ଟଙ୍କା ମୂଲ୍ୟର ୫୦%, ସର୍ବାଧିକ ୧୨,୦୦୦ ଟଙ୍କା ପଶୁ ଚାଳିତ ସ୍ଵତନ୍ତ୍ର ଯନ୍ତ୍ରପାତି ଯଥା- କ) ମଲଟି ଟୁଲ ବାର\କ୍ୟାରିଅର (ସର୍ବନିମ୍ନ ୪ ଗୋଟି ସଂଯୋଗ ) ଖ) ପ୍ରାକ ଗଜା ଧାନ ବୁଣା ଯନ୍ତ୍ର । |
ଜ |
ଶକ୍ତି ଚାଳିତ ଯନ୍ତ୍ର (ଟ୍ରାକ୍ଟର, ପାୱାର ଟିଲର ଚାଳିତ)ଟ୍ରାକ୍ଟର ଓ ପାୱାରଟିଲର ଚାଳିତ ସମସ୍ତ ପାରମ୍ପରିକ ଯନ୍ତ୍ରପାତିର ଆବଶ୍ୟକୀୟ ଅନ୍ତର୍ଭୁକ୍ତ । |
୧) ମୂଲ୍ୟର ୫୦%, ସର୍ବାଧିକ ୨୦,୦୦୦ ଟଙ୍କା ଅତ୍ୟାବଶ୍ୟକୀୟ ଟ୍ରାକ୍ଟର ଚାଳିତ ଯନ୍ତ୍ରପାତି ଯଥା :- ମୋଡପତ୍ର \ ହାରୋ, ତଥା ଫର୍ଟିଲାଇଜର ଡ୍ରିଲ । ୨) ପାୱାରଟିଲର ଚାଳିତ ଯନ୍ତ୍ରପାତି ଯଥା - ହାରୋ ଓ ସିଡଡ୍ରିଲ ପାଇଁ ସେଟ ପ୍ରତି ୫୦%,ସର୍ବାଧିକ ୨୦,୦୦୦ ଟଙ୍କା । |
ଝ |
ଶକ୍ତି ଚାଳିତ ଅମଳ ଯନ୍ତ୍ର (ସମସ୍ତ ପ୍ରକାର) |
ମୁଖ୍ୟର ୫୦%, ସର୍ବାଧିକ ୨୪,୦୦୦ ଟଙ୍କା । |
ଞ |
ଡିଜେଲ\ଇଲେକ୍ଟ୍ରିକ ପମ୍ପ ସେଟ |
ମୂଲ୍ୟର ୫୦%, ସର୍ବାଧିକ ୧୦,୦୦୦ ଟଙ୍କା ଡିଜେଲ / ଇଲେକ୍ଟ୍ରିକ ପମ୍ପ ସେଟ ୭.୫ ବି. ଏଚ.ପି. / ୫ କିଲୋ ୱାଟ । |
ଟ |
କୋନୋ ୱିଡର |
ପ୍ରତି ଚାଷୀଙ୍କ ପାଇଁ ୩,୦୦୦ ଟଙ୍କା ସହାୟତା କିମ୍ବା ମୁକ୍ଷର ୫୦% ରିହାତି ମଧ୍ୟରୁ ଯେଉଁଠି କମ । |
ଠ |
ଫସଲ ସୁରକ୍ଷା ଯନ୍ତ୍ରପାତି ୧) ହସ୍ତଚାଳିତ ୨)ଶକ୍ତି ଚାଳିତ ୩)ଟ୍ରାକ୍ଟର ମାଉଣ୍ଟେଡ଼୍ ୪) ଏରୋ- ବ୍ଳାଷ୍ଟ ସ୍ପେୟାର |
ମୂଲ୍ୟ ୫୦% ସର୍ବାଧିକ ୧୬୦୦ ଟଙ୍କା ମୂଲ୍ୟ ୫୦% ସର୍ବାଧିକ ୪,୦୦୦ ଟଙ୍କା ମୂଲ୍ୟ ୫୦% ସର୍ବାଧିକ ୮,୦୦୦ ଟଙ୍କା ମୂଲ୍ୟ ୫୦% ସର୍ବାଧିକ ୫୦,୦୦୦ ଟଙ୍କା |
ଡ |
କମ୍ବାଇନ ହାର୍ଭେଷ୍ଟର ୧) ସ୍ଵୟଂ ଚାଳିତ ଟ୍ରାକ ଟାଇପ ୨) ସ୍ଵୟଂ ଚାଳିତ ହ୍ଵିଲ ଟାଇପ ୩)ଟ୍ରାକ୍ଟର ମାଉଣ୍ଟେଡ କମ୍ବାଇନ |
ମୂଲ୍ୟ ୫୦% ସର୍ବାଧିକ ୪ ଲକ୍ଷ ମୂଲ୍ୟ ୫୦% ସର୍ବାଧିକ ୩ ଲକ୍ଷ ମୂଲ୍ୟ ୫୦% ସର୍ବାଧିକ ୩ ଲକ୍ଷ (ଟ୍ରାକ୍ଟରବ୍ୟତିତ କେବଳ କମ୍ବାଇନ ପାଇଁ ରିହାତି ଦିଆଯିବ ।
|
କ୍ର.ସଂ |
ପ୍ରକଳ୍ପ |
ରିହାତି ବ୍ୟବସ୍ଥା |
୧ |
ଅଗଭୀର ନଳକୂପ |
ପ୍ରକଳ୍ପ ଖର୍ଚ୍ଚର ୫୦ପ୍ରତିଶତ ସର୍ବାଧିକ ୨୦,୦୦୦ ଟଙ୍କା |
୨ |
ଗଭୀର ନଳ କୂପ |
ପ୍ରକଳ୍ପ ଖର୍ଚ୍ଚର ୫୦ପ୍ରତିଶତ ସର୍ବାଧିକ ୫୦,୦୦୦ ଟଙ୍କା |
୩ |
ସେଚ କୂପ |
ପ୍ରକଳ୍ପ ଖର୍ଚ୍ଚର ୫୦ପ୍ରତିଶତ ସର୍ବାଧିକ ୫୦,୦୦୦ ଟଙ୍କା |
୪ |
ନଦୀ ଉଠା ଜଳ ସେଚନ ପ୍ରକଳ୍ପ |
ପ୍ରକଳ୍ପ ଖର୍ଚ୍ଚର ୫୦ପ୍ରତିଶତ ସର୍ବାଧିକ ୪୦,୦୦୦ ଟଙ୍କା |
ଜମି ଆକାର ନିର୍ବିଶେଷରେ ଜେନ ବ୍ୟକ୍ତି ବିଶେଷ, କେତେକ ବ୍ୟକ୍ତିଙ୍କ ସଂଗଠନ, ପୁଞ୍ଜିକୃତ ଅଣସରକାରୀ ସଂଗଠନ, କୃଷକଙ୍କ ଜମିରେ ଚୁକ୍ତିଭିତ୍ତିକ କୃଷି ପ୍ରତି ପ୍ରୋତ୍ସାହନ ହେଉଥିବା କମ୍ପାନୀ ହିତାଧିକାରୀ ଭାବେ ଏହି ସୁବିଧା ହାସଲ କରି ପାରିବେ । ଏପରି ପ୍ରତିଷ୍ଠା କରାଯାଇଥିବା ଘରୋଇ ଉଠା ଜଳସେଚନ ପ୍ରକଳ୍ପ କେବଳ ଜଳସେଚନ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ । ନିଜ ଅର୍ଥ ଓ ବ୍ୟାଙ୍କ ଆର୍ଥିକ ସହାୟତା ପାଇଁ ଏହି ରିହାତି ପ୍ରଯୁଜ୍ୟ ହେବ ।
କୃଷକ ସହକାରୀ କୃଷି ଅଧିକାରୀ /କନିଷ୍ଠ ଉଦ୍ୟାନ କୃଷି ଅଧିକାରୀଙ୍କୁ ନିର୍ଦ୍ଧିଷ୍ଟ ଫର୍ମରେ ଆବେଦନ, ଯିଏ କି ପ୍ରସ୍ତାବିତ ପ୍ରକଳ୍ପ ସମ୍ଭାବନା ଓ ଅନ୍ୟାନ୍ୟ ବୈଷୟିକ ପରିମାପକ ଦେଖି ୭ ଦିନ ମଧ୍ୟରେ କାର୍ଯ୍ୟ ଅଗ୍ରସର ଚିଠି ପ୍ରଦାନ କରିବେ । ପ୍ରାଧିକୃତ କାର୍ଯ୍ୟନିର୍ବାହୀଙ୍କ ଦ୍ଵାରା ଏହି କାର୍ଯ୍ୟ ସମ୍ପନ୍ନ କରାଯାଏ । ରିହାତି ନ ଥିବା ଅବଶିଷ୍ଟ ଅର୍ଥ ପରିମାଣ ହିତାଧିକାରୀ ବହନ କରନ୍ତି । ପ୍ରକଳ୍ପ ସମାପ୍ତି ପରେ ଏହା ନିରୀକ୍ଷକଙ୍କ ଦ୍ଵାରା ତଦାରଖ କରାଯାଇଥାଏ ଓ କୃଷି ସହାୟକ କେନ୍ଦ୍ର କାର୍ଯ୍ୟନିର୍ବାହୀଙ୍କ ଅଙ୍ଗୀକାରବଦ୍ଧତା ଓ ନିରୀକ୍ଷକ ବିଲ ଭଳି ଆବଶ୍ୟକୀୟ କାଗଜ ପତ୍ର ସହିତ ଆପିକଲର ରିହାତି ମଞ୍ଜୁରୀ ପାଇଁ ଅନୁମୋଦନ କରନ୍ତି । ଘରୋଇ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ମୁଖ୍ୟ ନିୟମ ପ୍ରଦାନ କରାଯାଇଛି ।
ଅଗଭୀର ନଳକୂପ
ଗଭୀର ନଳକୂପ
ସେଚକୂପ
ଏଲଟି ଲାଇନର ଏକ କିମି ମଧ୍ୟରେ ଜଳଉତ୍ସ ଥିଲେ ସେଠାରେ ଥିବା ଫମ୍ପସେଟ ବିଦ୍ୟୁତ ସଂଯୋଗ (ରିହାତି ଓ ବିନା ରିହାତିରେ ସୁବିଧା ରହିଛି )। ପ୍ରକଳ୍ପ ଖର୍ଚ୍ଚରେ ୭୦%ଓ ୮୦% ରିହାତି ଯଥାକ୍ରମେ ଅଣ କେବିକେ ଜିଲ୍ଲା ଓ କେବିକେ ଜିଲା /ବ୍ଲକ ପାଇଁ ରହିଛି । ହିତାଧିକାରୀମାନେ ନିଶ୍ଚିତ ଭାବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବେ ।
କୃଷିନୀତି ୨୦୦୮ରେ ବହୁ ସଂଖ୍ୟକ ପ୍ରକଳ୍ପ ବିଜ୍ଞପିତ ହୋଇଛି ବେରୋଜଗାର ଯୁବକମାନଙ୍କର ନିଜସ୍ଵ କୃଷି ଉଦ୍ୟୋଗ ସ୍ଥାପନ ପାଇଁ ବିଶେଷ ଭାବେ ସହାୟକ ହୋଇପାରିବ । ଏଥିରେ ଥିବା ରିହାତି ବ୍ୟବସ୍ଥା ନିମ୍ନରେ ପ୍ରଦତ୍ତ ହୋଇଛି ।
ସ୍ଥାୟୀ ପୁଞ୍ଜିର ୨୫%(ଜମି ମୂଲ୍ୟ ବ୍ୟତୀତ)ସର୍ବାଧିକ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ (ଅନୁସୂଚିତ ଜାତି /ଜନଜାତି/ମହିଳା କୃଷି ଉଦ୍ୟୋଗୀ ସମେତ କୃଷି ଓ ଆନୁଷଙ୍ଗିକ ବିଭାଗର ସ୍ନାତକଙ୍କ ପାଇଁ ୩୩% ସର୍ବାଧିକ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ)
ଯୋଗାଯୋଗ ବ୍ୟକ୍ତି
ରାଜ୍ୟ ସ୍ତରୀୟ |
ଅତିରିକ୍ତ ଯୁଗ୍ମ କୃଷି ନିର୍ଦ୍ଦେଶକ (ଯାନ୍ତ୍ରିକ) ୦୬୭୪-୨୩୨୩୩୭୦ |
ଜିଲ୍ଲା ସ୍ତରୀୟ |
ଉପକୃଷି ନିର୍ଦ୍ଦେଶକ/ଜିଲ୍ଲାକୃଷି ଅଧିକାରୀ ସହକାରୀ କୃଷି ଯନ୍ତ୍ରି |
ବ୍ଲକ ସ୍ତରୀୟ |
ସହକାରୀ କୃଷି ଅଧିକାରୀ /ଗ୍ରାମ କୃଷି କର୍ମଚାରୀ |
ଭାରତରେ ୨୦୦୭-୦୮ ମସିହା ଠାରୁ ଧାରାବାହିକ ଭାବେ ଧାନ ଓ ଡାଲି ଜାତୀୟ ଫସଲର ଆୟତନ ଓ ଉତ୍ପାଦକତା ବୃଦ୍ଧି ପାଇଁ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ (ଏନ.ଏଫ.ଏସ.ଏମ.)ନାମକ ଏକ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଆରମ୍ଭ କରାଯାଇଛି । ଏନ.ଏଫ.ଏସ.ଏମ.-ଧାନ ରାଜ୍ୟରେ ୧୫ ଗୋଟି ଜିଲ୍ଲାରେ ଓ ଏନ.ଏଫ.ଏସ.ଏମ- ଡାଲି ୧୦ ଗୋଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି । ଓଡିଶାରେ ନିମ୍ନ ଆଭିମୁଖ୍ୟ ଓ ଅଭିଯାନ ଗ୍ରହଣ ପୂର୍ବକ ଏହି ଦୁଇଟି ଫସଲର ଐକ୍ୟ କେନ୍ଦ୍ରୀୟ ବିକାଶ ପାଇଁ ମିଶନ ଲକ୍ଷ୍ୟ ରଖାଯାଇଛି ।
ଉଦ୍ଦେଶ୍ୟ
ରାଜ୍ୟ ପାଇଁ ଜାତୀୟ ନିରାପତ୍ତା ମିଶନ ନିମ୍ନ ଆଭିମୁଖ୍ୟ ରଖିଛି ।
ପଦକ୍ଷେପ
ଉପରୋକ୍ତ ଲକ୍ଷ୍ୟ ହାସଲ ପାଇଁ ମିଶନ ନିମ୍ନ ପଦକ୍ଷେପ ଗ୍ରହଣ କରିବ ।
ଏନ.ଏଫ.ଏସ.ଏମ.-ଧାନ ଓ ଏନ.ଏଫ.ଏସ.ଏମ.-ଡାଲି ଓଡିଶାରେ ମୋଟ ୨୧ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ୪ ଟି ଜିଲ୍ଲା ଉଭୟରେ ଅନ୍ତର୍ଭୁକ୍ତ ହୋଇଛନ ।
କ୍ର. ସଂ |
ଏନ.ଏଫ.ଏସ.ଏମ.-ଧାନ |
ଏନ.ଏଫ.ଏସ.ଏମ.-ଡାଲି |
୧ ୨ ୩ ୪ ୫ ୬ ୭ ୮ ୯ ୧୦ ୧୧ ୧୨ ୧୩ ୧୪ ୧୫ |
ବଲାଙ୍ଗିର କଳାହାଣ୍ଡି କେନ୍ଦୁଝର ନୟାଗଡ ଯାଜପୁର ଢେଙ୍କାନାଳ ଅନୁଗୋଳ ନୂଆପଡା ମାଲକାନାଗିରି ନବରଙ୍ଗରପୁର କନ୍ଧମାଳ ବୌଦ୍ଧ ଦେବଗଡ ଝାରସୁଗୁଡା ସୁନ୍ଦରଗଡ |
ବଲାଙ୍ଗିର କଳାହାଣ୍ଡି କେନ୍ଦୁଝର ନୟାଗଡ ବରଗଡ କଟକ ଗଞ୍ଜାମ ଖୋର୍ଦ୍ଧା ପୁରୀ ରାୟଗଡା |
ଏନ.ଏଫ.ଏସ.ଏମ. ରେ ରିହାତି/ ସହାୟତା
ଏନ.ଏଫ.ଏସ.ଏମ.-ଡାଲି
କ୍ର. ସଂ |
କାର୍ଯ୍ୟକ୍ରମ |
ୟୁନିଟ |
ସହାୟତା ବ୍ୟବସ୍ଥା ଟଙ୍କାରେ |
୧
|
ବିହନ କ)ପ୍ରଜନନ ବିହନ କ୍ରୟ |
କ୍ଵିଣ୍ଟାଲ |
|
ଖ) ପିଣ୍ଡ ଓ ପ୍ରାମାଣିକ ବିହନ ଉତ୍ପାଦନ |
କ୍ଵିଣ୍ଟାଲ |
୧୦୦୦ |
|
ଗ) ପ୍ରାମାଣିକ ବିହନ ବଣ୍ଟନ ସହାୟତା |
କ୍ଵିଣ୍ଟାଲ |
୧୨୦୦ |
|
ଘ)ରାଜ୍ୟ ବିହନ ପ୍ରମାଣୀକରଣ ସଂସ୍ଥା ଦୃଢୀକରଣ |
|
|
|
୨ |
ସମନ୍ଵିତ ଖାଦ୍ୟସାର ପରିଚାଳନା କ )ଜିପସମ ଯୋଗାଣ |
ହେକ୍ଟର |
୭୫୦ |
ଖ) ଅଣୁସାର ଯୋଗାଣ |
ହେକ୍ଟର |
୫୦୦ |
|
୩ |
ସମନ୍ଵିତ ରୋଗ ପୋକ ପରିଚାଳନା |
ହେକ୍ଟର |
୭୫୦ |
୪ |
ସ୍ପ୍ରିଙ୍କଲର ସେଟ ବଣ୍ଟନ |
ସଂଖ୍ୟା |
୧୦,୦୦୦ |
୫ |
କ) ଶ୍ରେଷ୍ଠ କାର୍ଯ୍ୟ କରୁଥିବା ଜିଲ୍ଲାର ପୁରସ୍କାର ସମେତ ସମ୍ପ୍ରସାରଣ ତାଲିମ , ଗଣମାଧ୍ୟମ ଅଭିଯାନ |
|
|
୧) କୃଷକ କ୍ଷେତ୍ର ବିଦ୍ୟାଳୟରେ ତାଲିମ |
ସଂଖ୍ୟା |
୧୭୦୦୦ |
|
୨)ତାଲିମ ପ୍ରଦାନକାରୀଙ୍କ ପାଇଁ ରାଜ୍ୟସ୍ତରୀୟ ତାଲିମ |
ସଂଖ୍ୟା |
୧,୦୦୦୦୦ |
|
୩) ସର୍ବଶ୍ରେଷ୍ଠ କୃତି ହାସଲ କରିଥିବା ଜିଲ୍ଲା ପାଇଁ ପୁରସ୍କାର |
ସଂଖ୍ୟା |
୫,୦୦୦୦୦ |
|
ସ୍ଥାନୀୟ ପ୍ରୋତ୍ସାହନ |
|||
କ୍ର. ସଂ |
ଏନ.ଏଫ.ଏସ.ଏମ.-ଡାଲି |
ୟୁନିଟ |
ସହାୟତା ବ୍ୟବସ୍ଥା ଟଙ୍କାରେ |
୧ |
ସାମୁହିକ ଖଳା (୨୦ମିଟର X୨୦ ମିଟର ଆକାର) |
ସଂଖ୍ୟା |
୩,୩୬୦୦୦ |
୨ |
ଧାନ-ଡାଲି ଫସଲ ପର୍ଯ୍ୟାୟରେ ପାଇରା ଚାଷ ପରିଚାଳନା (୦.୪୦ହେକ୍ଟର ଜମି) |
ସଂଖ୍ୟା |
୨୦୦୦ |
ଏନ.ଏଫ.ଏସ.ଏମ.- ଧାନ
ଉନ୍ନତ ଚାଷ ପଦ୍ଧତି ସମ୍ବନ୍ଧୀୟ |
|||
୧) |
ପ୍ରଦର୍ଶନ କ୍ଷେତ୍ର(୦.୪ହେକ୍ଟର ଜମିର ଏକ ପ୍ରଦର୍ଶନ କ୍ଷେତ୍ର |
ସଂଖ୍ୟା |
୨୫୦୦ |
୨) |
ସଘନ ଧାନ ଚାଷ ପଦ୍ଧତିର ପ୍ରଦର୍ଶନ କ୍ଷେତ୍ର |
ସଂଖ୍ୟା |
୩୦୦୦ |
୩) |
ସଙ୍କର ଧାନ ଚାଷ ଜ୍ଞାନ କୌଶଳ |
ସଂଖ୍ୟା |
୩୦୦୦ |
୪) |
ସଙ୍କର ଧାନ ବିହନ ପ୍ରୋତ୍ସାହନ ପାଇଁ ସହାୟତା |
|
|
|
କ)ସଙ୍କର ଧାନ ବିହନ ଉତ୍ପାଦନ ପାଇଁ ସହାୟତା |
କ୍ଵିଣ୍ଟାଲ |
୧୦୦୦ |
|
ଖ) ସଙ୍କର ଧାନ ବିହନ ବଣ୍ଟନ ପାଇଁ ସହାୟତା |
କ୍ଵିଣ୍ଟାଲ |
୨୦୦୦ |
୫ |
ଅଧିକ ଅମଳକ୍ଷମ ଧାନ ବିହନ ବଣ୍ଟନରେ ସହାୟତା |
କ୍ଵିଣ୍ଟାଲ |
୫୦୦ |
୬ |
ବିହନ ପୁଡିଆ (୫୦ହେକ୍ଟରପାଇଁ ଗୋଟିଏ ପୁଡିଆ) |
ସଂଖ୍ୟା |
ସମସ୍ତ ଖର୍ଚ୍ଚ |
୭ |
ଅଣୁସାର ପାଇଁ ପ୍ରୋତ୍ସାହନ |
ହେକ୍ଟର |
୫୦୦ |
୮ |
ଅମ୍ଳମାଟିରେ ଚୂନ ପ୍ରୟୋଗରେ ପ୍ରୋତ୍ସାହନ |
ହେକ୍ଟର |
୫୦୦ |
୯ |
କୋନୋ ଉଇଡର ଓ ଅନ୍ୟାନ୍ୟ କୃଷି ଯନ୍ତ୍ରପାତିରେ ପ୍ରୋତ୍ସାହନ |
ସଂଖ୍ୟା |
୩୦୦୦ |
୧୦ |
ଉଦ୍ଭିଦ ସୁରକ୍ଷା ରାସାୟନିକ ଦ୍ରବ୍ୟ ଓ ଜୈବ କୀଟନାଶକରେ ସହାୟତା |
ହେକ୍ଟର |
୫୦୦ |
୧୧ |
କୃଷକଙ୍କ ତାଲିମ (କୃଷକ କ୍ଷେତ୍ର ବିଦ୍ୟାଳୟ ପ୍ରକାରେ) |
ସଂଖ୍ୟା |
୧୭୦୦୦ |
୧୨ |
ସର୍ବଶ୍ରେଷ୍ଠ କୃତୀ ହାସଲ କରିଥିବା ଜିଲ୍ଲା ପାଇଁ ପୁରସ୍କାର (ବର୍ଷକୁ ଗୋଟିଏ ଜିଲ୍ଲା) |
|
|
ସ୍ଥାନୀୟ ପ୍ରୋତ୍ସାହନ
କ୍ର. ସଂ |
ଏନ.ଏଫ.ଏସ.ଏମ.- ଧାନ
|
ୟୁନିଟ |
ସହାୟତା ବ୍ୟବସ୍ଥା ଟଙ୍କାରେ |
୧ |
ସାମୁହିକ ଖଳା (୩୦ମିଟର X୩୦ ମିଟର ଆକାର) |
ସଂଖ୍ୟା |
୭.୨୧ |
୨ |
ସାମୁହିକ ତାଳିଘରା (୦.୪୦ହେକ୍ଟର ଆକାର) |
ସଂଖ୍ୟା |
୦.୦୩୫ |
ରିହାତିରେ କୃଷି ଯନ୍ତ୍ରପାତି ବିକ୍ରୟ
କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅଭିବୃଦ୍ଧିର ମନ୍ଥର ଗତିରେ ଚିନ୍ତା ପ୍ରକଟ କରି ଜାତୀୟ ଉନ୍ନୟନ ପରିଷଦ ୨୦୦୭ ମସିହା ମଇ ୨୯ ତାରିଖ ବୈଠକରେ ଏକ ସ୍ଵତନ୍ତ୍ର ଅତିରିକ୍ତ କେନ୍ଦ୍ରୀୟ ସହାୟତା ଯୋଜାନ ଆରମ୍ଭ କରିବାକୁ ସଂକଳ୍ପ ନେଇଥିଲେ । ଉପରୋକ୍ତ ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ କୃଷି ବିଭାଗ ଯୋଜନା କମିଶନରଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ମାର୍ଗଦର୍ଶକ ପ୍ରସ୍ତୁତ କରିଥିଲେ ଯାହାକି ଏନ.ଡି. ପି. ନାମରେ ପରିଚିତ ।
ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ମୌଳିକ ବୈଶିଷ୍ଠ୍ୟ
କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଏକ ସାମୁହିକ ବିକାଶ ସାଧନ କରି କୃଷି କ୍ଷେତ୍ରରେ ୧୧ଶ ଯୋଜନା ସମୟରେ ୪% ବାର୍ଷିକ ଅଭିବୃଦ୍ଧି ହାସଲ କରିବା ହେଉଛି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ଲକ୍ଷ୍ୟ ।
ଉଦ୍ଦେଶ୍ୟ
ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ଯୋଜନା ପ୍ରସ୍ତୁତ ପଦ୍ଧତି
ପ୍ରତ୍ୟେକ ଜିଲ୍ଲା ଏକ ଜିଲ୍ଲା କୃଷି ଯୋଜନା (ଡି.ଏ.ପି.) ପ୍ରସ୍ତୁତ କରିବେ । ଏଥିପାଇଁ ଜିଲ୍ଲାରେ, ରାଜ୍ୟରେ କିମ୍ବା ବି.ଆର.ଜି.ଏଫ. ଏସ.ଜି.ଏସ.ୱାଇ. ଭାରତ ନିର୍ମାଣ ଆଦି କେଦ୍ରିୟ ଯୋଜନାରେ ଉପଲବ୍ଧ ସମ୍ବଳକୁ ଅନ୍ତର୍ଭୁକ୍ତ କରାଯିବ । ସମ୍ପ୍ରତି ଥିବା ଯୋଜନା ଗୁଡିକର ସମ୍ମିଶ୍ରଣ ହିଁ ଜିଲ୍ଲା ଯୋଜନା ହେବ ନାହିଁ । ଜିଲ୍ଲାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଉନ୍ନୟନ ଆବଶ୍ୟକତା ହିଁ ପ୍ରକଳ୍ପିତ ହେବ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବିକାଶର ଆପେକ୍ଷିକ ସ୍ଥିତିକୁ ଏହି ଯୋଜନା ଏକ ମାନସିକ ଚିତ୍ର ଭାବେ ଉପସ୍ଥାପନ କରିବା ଦରକାର । ଜିଲ୍ଲା କୃଷି ଯୋଜନା ଆର୍ଥିକ ଆବଶ୍ୟକତା ଓ କୃଷି ଉନ୍ନୟନ ଯୋଜନାର ବିସ୍ତୁତ ବିକାଶ ପାଇଁ ଅର୍ଥଯୋଗାଣ ଉତ୍ସର ବିସ୍ତୁତ ଉପସ୍ଥାପନ କରିବ । ପ୍ରତ୍ୟେକ ଜିଲ୍ଲାର ପ୍ରାକୃତିକ ସମ୍ବଳ ଓ ବୈଷୟିକ ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲା କୃଷି ଯୋଜନା ଓ ମତ୍ସ୍ୟ ପାଳନ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଗ୍ରାମାଞ୍ଚଳ ଉନ୍ନୟନ କାର୍ଯ୍ୟ ,କୃଷି ବିପଣନ ଯୋଜନା, ଜଳଅମଳ ଓ ସଂରକ୍ଷଣ ଯୋଜନା ଆଦିକୁ ସାମିଲ କରିଥାଏ ।
ଜିଲ୍ଲା ଯୋଜନା ଗୁଡିକ ସମନ୍ଵିତ କରି ପ୍ରତ୍ୟେକ ରାଜ୍ୟ ଏକ ରାଜ୍ୟ କୃଷି ଯୋଜନା ପ୍ରସ୍ତୁତ କରିବେ । ଆର.କେ.ଭି.ୱାଇ.ରେ ରାଜ୍ୟ ପାଉଥିବା ମୋଟ ପାଣ୍ଠି ୭୫% ଧାରା ୧ରେ ଉପଲବ୍ଧ ହେବା ଆବଶ୍ୟକ
ଧାରା-୧ଓ ଧାରା -୨ ରେ ବିଭିନ୍ନ ପ୍ରକଳ୍ପ ପାଇଁ ୩୯୫୯.୩୪ ଲକ୍ଷ ଟଙ୍କା ପ୍ରକଳ୍ପ ଖର୍ଚ୍ଚ ଗୃହିତ ହୋଇଛି । ଏହି ପ୍ରକଳ୍ପ ଆର.କେ.ଭି.ୱାଇ.୨୦୦୭ – ୦୮ ରେ କାର୍ଯ୍ୟକାରୀ ହେଉଛି ।
କ୍ର. ସଂ |
ଯୋଜନା ପ୍ରକଳ୍ପ |
ପ୍ରକଳ୍ପ ଖର୍ଚ୍ଚ (ଲକ୍ଷ ଟଙ୍କା ) |
ପ୍ରକଳ୍ପ ପାଇଁ ପ୍ରମୁଖ ଅଧିକାରୀ |
୧ |
ଓଡିଶାର କୃଷି ଉତ୍ପାଦକତା ବୃଦ୍ଧି ପାଇଁ ଅମ୍ଳ ମାଟି ପରିଚାଳନା । |
୧୦୧୦.୦୦ |
ରାଜ୍ୟ ଜୈବ ରସାୟନବିତ୍ |
୨ |
କେବିକେ ଓ ଅନ୍ୟାନ୍ୟ ଜିଲ୍ଲାରେ କୃଷି ଯନ୍ତ୍ରପାତିର ପ୍ରସାର |
୮୦୮.୦୦ |
ଯୁଗ୍ମ କୃଷି ନିର୍ଦ୍ଦେଶକ (ଯାନ୍ତ୍ରିକ) |
୩ |
ସଘନ ଧାନ ଚାଷ ପଦ୍ଧତି (ଶ୍ରୀ) |
୨୫୨.୫୦ |
ଯୁଗ୍ମ କୃଷି ନିର୍ଦ୍ଦେଶକ (ସ୍ଵତନ୍ତ୍ର ଯୋଜନା ଓ ଫସଲ) |
୪ |
ଜିଆ ପ୍ରଜନନ କେନ୍ଦ୍ର ମାଧ୍ୟମରେ ଜୈବିକ କୃଷିର ପ୍ରୋତ୍ସାହନ |
୫୫.୫୫ |
ରାଜ୍ୟ ଜୈବ ରସାୟନବିତ୍ |
୫ |
ନୀଳହରିତ ଶୈବାଳ ଉତ୍ପାଦନ ଜୈବିକ କୃଷି ପାଇଁ ଏକ ପଦକ୍ଷେପ |
୪୧.୮୧ |
ରାଜ୍ୟ ଜୈବ ରସାୟନବିତ୍ |
୬ |
ଗଜପତି, କେନ୍ଦ୍ରାପଡା ଓ ଝାରସୁଗୁଡା ଠାରେ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ |
୧୮୦.୮୦ |
ପରିଚାଳନା ନିର୍ଦ୍ଦେଶକ ଓଡିଶା ରାଜ୍ୟ ବିହନ ନିଗମ ଲିଃ |
୭ |
ଭୁବନେଶ୍ଵର ଓ ସମ୍ବଲପୁରସ୍ଥ କୃଷି ସୂଚନା କେନ୍ଦ୍ରର ଆଧୁନିକୀକରଣ |
୧୧୮.୭୦ |
ଯୁଗ୍ମ କୃଷି ନିର୍ଦ୍ଦେଶକ (ସୂଚନା) |
୮ |
ସମ୍ପ୍ରସାରଣ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଓ ବିକଳ୍ପ ସମ୍ପ୍ରସାରଣ (କୃଷକ ସାଥି) |
୬୨.୭୯ |
ଉପ କୃଷି ନିର୍ଦ୍ଦେଶକ (ଫାର୍ମ ଓ ବିହନ) |
୯ |
ଡାଲିଜାତୀୟ ଓ ତୈଳବୀଜ ଫସଲରେ ଜୈବସାର ପ୍ରୟୋଗ |
୧୦୬.୦୦ |
ଉପ କୃଷି ନିର୍ଦ୍ଦେଶକ (ଡାଲି) |
୧୦ |
କୃଷକ କ୍ଷେତ୍ର ବିଦ୍ୟାଳୟ ମାଧ୍ୟମରେ ସମନ୍ଵିତ ରୋଗ ପୋକ ପରିଚାଳନା । |
୨୪.୦୪ |
ଉପକୃଷି ନିର୍ଦ୍ଦେଶକ (ଉଦ୍ଭିଦ ସୁରକ୍ଷା) |
୧୧ |
ମୃତ୍ତିକା ପରୀକ୍ଷା ସେବାର ଦୃଢୀକରଣ |
୨୦୭.୧୫ |
ଉପ କୃଷି ନିର୍ଦ୍ଦେଶକ (ସମ୍ପ୍ରସାରଣ) |
ମୋଟ ଧାରା -୧ |
୨୮୬୭.୩୪ |
||
୧ |
ସରକାରୀ କୃଷି ଯନ୍ତ୍ରପାତି କାରଖାନା |
୪୪୦.୦୦ |
ଯୁଗ୍ମ କୃଷି ନିର୍ଦ୍ଦେଶକ |
୨ |
ଭିତ୍ତିଭୂମି ବିକାଶ ଓ ତାଲିମ ପ୍ରତିଷ୍ଠାନର ଦୃଢୀକରଣ |
୨୪୫.୦୦ |
ଯୁଗ୍ମ କୃଷି ନିର୍ଦ୍ଦେଶକ (ଫାର୍ମ ଓ ବିହନ) |
୩ |
ବିହନ ସାଇତା ଗୋଦାମ ନିର୍ମାଣ |
୪୦୭.୦୦ |
ପରିଚାଳନା ନିର୍ଦ୍ଦେଶକ ଓଡିଶା ରାଜ୍ୟ ବିହନ ନିଗମ ଲିଃ |
ମୋଟ ଧାରା -୨ |
୧୦୯୨.୦୦ |
||
ସର୍ବମୋଟ |
୩୯୫୯.୩୪ |
ପ୍ରକଳ୍ପ ନିମ୍ନଲିଖିତ କାର୍ଯ୍ୟକାରୀ ହୋଇଥାଏ ।
କ୍ର. ସଂ |
ଯୋଜନା ପ୍ରକଳ୍ପ |
ପ୍ରକଳ୍ପ ଖର୍ଚ୍ଚ |
ପ୍ରକଳ୍ପ ପାଇଁ ପ୍ରମୁଖ ଅଧିକାରୀ |
ଧାରା-୧ |
|||
୧ |
ଶ୍ରୀ ଧାରା |
୧୦୦.୦୦ |
ଯୁଗ୍ମ କୃଷି ନିର୍ଦ୍ଦେଶକ (ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଓ ଫସଲ) |
୨ |
କୃଷି ସୂଚନା କେନ୍ଦ୍ରର ଆଧୂନିକୀକରଣ |
୧୨୦.୭୦ |
ଯୁଗ୍ମ କୃଷି ନିର୍ଦ୍ଦେଶକ (ସୂଚନା) |
୩ |
ପରିସଂଖ୍ୟାନ ଶାଖା (କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ)ର ଦୃଢୀକରଣ |
୨୩.୭୭ |
ମୁଖ୍ୟ ପରିସଂଖ୍ୟାନବିତ |
୪ |
ରାଜ୍ୟରେ ଗୌଣସାର ଓ ଅନୁସାର |
୧୪୫.୪୪ |
ଉପକୃଷି ନିର୍ଦ୍ଦେଶକ ଓ ରାଜ୍ୟ ଜୈବ ରସାୟନବିତ |
୫ |
କୃଷି ସୂଚନା ଉପଦେଷ୍ଟା କେନ୍ଦ୍ର (୧୦୦ଟି)ର କାର୍ଯ୍ୟକାରିତା |
୨୫୦୦.୦୦ |
ଯୁଗ୍ମ କୃଷି ନିର୍ଦ୍ଦେଶକ |
୬ |
ଜିଆଖତ ୟୁନିଟ ସ୍ଥାପନ (୨୫୦୦ଟି) |
୭୬.୫୦ |
ରାଜ୍ୟ ଜୈବ ରାସାୟନବିତ |
୭ |
କନ୍ଧମାଳ ଜିଲ୍ଲାରେ ମକା ଚାଷ ଉନ୍ନୟନ |
୩୧୨.୮୧ |
ଉପକୃଷି ନିର୍ଦ୍ଦେଶକ |
୮ |
କୃଷି ଫାର୍ମର ନବୀକରଣ |
୩୫୮.୨୭ |
ଯୁଗ୍ମ କୃଷି ନିର୍ଦ୍ଦେଶକ |
|
ମୋଟ ଧାରା |
୩୬୩୭.୪୯ |
|
ଧାରା-୨ |
|||
୧ |
ପମ୍ପସେଟର ପ୍ରସାର |
୧୦୨୦.୦୦ |
ଯୁଗ୍ମ କୃଷି ନିର୍ଦ୍ଦେଶକ |
୨ |
କୃଷି ଯନ୍ତ୍ରପାତିର ପ୍ରସାର |
୧୪୧୦.୯୮ |
ଯୁଗ୍ମ କୃଷି ନିର୍ଦ୍ଦେଶକ |
୩ |
ଓଡିଶାର କେବିକେ ଓ ଦକ୍ଷିଣାଞ୍ଚଳ ଜିଲାରେ ଜିପସମ ଯୋଗାଣ |
୧୫୦.୦୦ |
ଉପକୃଷି ନିର୍ଦ୍ଦେଶକ ଓ ସହକାରୀ ପ୍ରକଳ୍ପ ଅଧିକାରୀ |
|
ମୋଟ ଧାରା- ୨ |
୨୫୮୦.୯୮ |
|
|
ସର୍ବ ମୋଟ |
୬୨୧୮.୪୭ |
|
ଯୋଗାଯୋଗ ବ୍ୟକ୍ତି
କ୍ର. ସଂ |
ସ୍ତର |
ଯୋଗାଯୋଗ ବ୍ୟକ୍ତି |
ଫୋନ ନମ୍ବର |
୧ |
ରାଜ୍ୟ |
ସରକାରଙ୍କ ଉପଶାସନ ସଚିବ ଓ ଆର.କେ. ଭି. ୱାଇ ପାଇଁ ରାଜ୍ୟ ନୋଡାଲ ଅଧିକାରୀ, କୃଷି ବିଭାଗ, ଓଡିଶା ଭୁବନେଶ୍ଵର |
୦୬୭୪-୨୩୨୩୦୫୫ |
୨ |
ନିର୍ଦ୍ଦେଶାଳୟ |
ଉପ କୃଷି ନିର୍ଦ୍ଦେଶକ (ଯୋଜନା) |
୦୬୭୪-୨୩୨୩୩୭୭ |
୩ |
ଜିଲ୍ଲା |
ପ୍ରକଳ୍ପ ନିର୍ଦ୍ଦେଶକ ଆତ୍ମା / ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା କୃଷି ଅଧିକାରୀ |
|
ପାରମ୍ପରିକ କୃଷି ପଦ୍ଧତି, ସ୍ୱଳ୍ପ ପୁଞ୍ଜି ନିବେଶ, ସୀମିତ ଜଳସେଚନ ବ୍ୟବସ୍ଥା, ନିମ୍ନ ଜଳବ୍ୟବହାର ଦକ୍ଷତା, ଜମିର କ୍ଷୁଦ୍ର ଆକାର ଯୋଗୁଁ ଓଡିଶାର କୃଷିରେ ସ୍ୱଳ୍ପ ଉତ୍ପାଦକତା ପରିଲିଖିତ ହେଉଛି । ସମ୍ପ୍ରତିକ ପରିସ୍ଥିତିରେ କୃଷି ଉନ୍ନୟନ ଯୋଜନା ସ୍ଵୟଂ ସଂପୂର୍ଣ୍ଣ, ଉତ୍ତମ ସଂଜ୍ଞାଯୁକ୍ତ ଓ କୃଷକ ସମାଜର ସାମଗ୍ରିକ ହିତ ପାଇଁ ଉଦ୍ଧିଷ୍ଟ ହେବା ଆବଶ୍ୟକ । ତେଣୁ ଏହି ପରିପେକ୍ଷରେ ସରକାର ଏକ ଦୂରଦୃଷ୍ଟି ସମ୍ପୂର୍ଣ୍ଣ ନୂତନ କୃଷି ନୀତି ପ୍ରଣୟନ ପାଇଁ ନିଷ୍ପତି ଅନ୍ତତଃପକ୍ଷେ ଆଗାମୀ ୧୦ ବର୍ଷ ପାଇଁ କୃଷି ଉନ୍ନୟନ ଏକ ସ୍ପଷ୍ଟ କାର୍ଯ୍ୟସୂଚୀ ନିର୍ଦ୍ଧାରିତ କରିବ । ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ ନିମ୍ନରେ ପ୍ରଦତ୍ତ ହୋଇଛି ।
କୃଷି ନୀତିର କାର୍ଯ୍ୟକାରିତା
ରାଜ୍ୟ କୃଷି ନୀତିର କାର୍ଯ୍ୟକାରିତା ପାଇଁ ସରକାର ଉପଯୁକ୍ତ ନିୟମ ଓ ପ୍ରସ୍ତାବ ପ୍ରଣୟନ/ମଞ୍ଜୁର କରିବେ । କୃଷକଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରାଯିବ । ଏଥିରେ ପଞ୍ଚାୟତିରାଜ ଅନୁଷ୍ଠାନ ସମେତ ସମସ୍ତ ଅଂଶୀଦାରଙ୍କୁ ଅନ୍ତର୍ଭୁକ୍ତ କରାଯାଇ ସେମାନଙ୍କର ସହଯୋଗରେ ନିମ୍ନ ସ୍ତରରୁ ଉପରକୁ ଯୋଜନା ପ୍ରସ୍ତୁତ କରାଯିବ । ଏହିଭଳି ପ୍ରସ୍ତୁତ କରାଯାଇଥିବା ଜିଲ୍ଲାକୃଷି ଯୋଜନା ଗୁଡିକୁ ସମନ୍ଵିତ କରି ରାଜ୍ୟ କୃଷି ଯୋଜନା ପ୍ରସ୍ତୁତ କରାଯିବ । ଏହି କୃଷି ନୀତିର କାର୍ଯ୍ୟକାରିତା ପାଇଁ ରାଜ୍ୟ ସ୍ତରରେ କୃଷି ବିଭାଗ ଅନ୍ୟ ଆନୁଷଙ୍ଗିକ ବିଭାଗ ସହିତ ସମନ୍ଵିତ ସ୍ଥାପନ କରି ଉପଯୁକ୍ତ ପଦ୍ଧତି ଓ ମାର୍ଗଦର୍ଶନ ପ୍ରସ୍ତୁତ କରିବେ ।
ଓଡିଶାରେ କୃଷି କ୍ଷେତ୍ରରେ ପୁନରୁଥାନ କରି କୃଷକଙ୍କ ଆର୍ଥିକ ଅବସ୍ଥାର ଉନ୍ନତି ଆଣିବା ହେଉଛି ଏହି ନୀତିର ଲକ୍ଷ । ସରକାରଙ୍କ ଏହି ଆଭିମୁଖ୍ୟର ସମନ୍ଵିତ କାର୍ଯ୍ୟକାରିତା ଦ୍ଵାରା ଏକାଦଶ ପଞ୍ଚବାର୍ଷିକ ଯୋଜନାରେ ଲକ୍ଷ୍ୟ ରଖାଯାଇଥିବା ୪ ପ୍ରତିଶତ ବାର୍ଷିକ ଅଭିବୃଦ୍ଧି ହାର ହାସଲ କରାଯିବ ସହ ରାଜ୍ୟର ସମସ୍ତ ନାଗରିକଙ୍କ ପାଇଁ ଖାଦ୍ୟ ଓ ପୁଷ୍ଟି ନିରାପତ୍ତା ସୁନିଶ୍ଚିତ କରାଯିବ ।
ଯୋଗାଯୋଗ ବ୍ୟକ୍ତି
କ୍ର. ସଂ |
ସ୍ତର |
ଯୋଗାଯୋଗ ବ୍ୟକ୍ତି |
ଫୋନ ନମ୍ବର |
୧ |
ରାଜ୍ୟ |
ଉପ କୃଷି ନିର୍ଦ୍ଦେଶକ (ଯୋଜନା) |
୦୬୭୪-୨୩୨୩୩୭୭ |
୨ |
ନିର୍ଦ୍ଦେଶାଳୟ |
ଉପ କୃଷି ନିର୍ଦ୍ଦେଶକ/ଜିଲ୍ଲା କୃଷି ଅଧିକାରୀ |
|
୩ |
ଜିଲ୍ଲା |
ସହକାରୀ କୃଷି ଅଧିକାରୀ |
ଆଧାର - କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ଓଡିଶା ସରକାର
Last Modified : 3/8/2020