‘ପରମ୍ପରାଗତ କୃଷି ବିକାଶ ଯୋଜନା’ ଜାତୀୟ ବୃହତ ପ୍ରକଳ୍ପ ‘ସତତ କୃଷି ପାଇଁ ଜାତୀୟ ନିୟୋଗ’ ର ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଅନ୍ତର୍ଗତ ଏକ ଅଙ୍ଗ ବିଶେଷ । PKVY ରେ ସାମୁହିକ ଭିତ୍ତିରେ PGS ପ୍ରାମାଣିକରଣ ସହ ଜୈବ-ଗ୍ରାମ କୁ ପୋଷ୍ୟ ଭାବେ ନିଆଯାଇ ଜୈବଚାଷକୁ ପ୍ରୋତ୍ସାହନ ଦିଆଯାଇଥାଏ । ପ୍ରତ୍ୟାଶିତ ଫଳାଫଳ ଯୋଜନା ପରିକଳ୍ପନା ପ୍ରମାଣୀକୃତ ଜୈବ କୃଷିକର୍ମ ମାଧ୍ୟମରେ ବ୍ୟବସାୟିକ ଜୈବ ଉତ୍ପାଦ କୁ ପ୍ରୋତ୍ସାହନ । ଏହାର ଉତ୍ପାଦ କୀଟନାଶକ ଅବଶେଷ ମୁକ୍ତ ଏବଂ ଉପଭୋକ୍ତାଙ୍କ ସ୍ୱାସ୍ଥ୍ୟ ବର୍ଦ୍ଧନ କରିବାରେ ସାହାଯ୍ୟ କରେ । ଏହା କୃଷକର ରୋଜଗାର ବୃଦ୍ଧି କରେ ଏବଂ ବ୍ୟବସାୟୀଙ୍କ ପାଇଁ ପ୍ରଚ୍ଛନ୍ନ ବିପଣନ ସୁଯୋଗ ସୃଷ୍ଟି କରେ । ନିବେଶ ଉତ୍ପାଦନ ପାଇଁ ପ୍ରକୃତିକ ସମ୍ବଳର ବିନିଯୋଗକୁ ଏହା ଚାଷୀ ମାନଙ୍କୁ ଉତ୍ସାହିତ କରେ । ପ୍ରକଳ୍ପ କାର୍ଯ୍ୟ।ନ୍ଵୟନ ‘ପରମ୍ପରାଗତ କୃଷି ବିକାଶ ଯୋଜନା’ରେ କୃଷକମାନଙ୍କୁ ଗୋଷ୍ଠୀଭିତ୍ତିକ ଜୈବ କୃଷି ପାଇଁ ପ୍ରେରଣା ଦିଆଯାଏ । ଏହି ଯୋଜନାରେ ୫୦ ଏକର ଜମି ଥାଇ ୫୦ ବା ତଦୁର୍ଦ୍ଧ୍ଵ ଚାଷଙ୍କର ଏକ ସମୂହ ଗଠନ କରାଯାଇଥାଏ । ୩ ବର୍ଷ ମଧ୍ୟରେ ଏହିପରି ୧୦୦୦୦ ସମୂହ ଗଠନ କରାଯାଇ ଏଥିରେ ୫ ଲକ୍ଷ ଏକର ଜମି ଅନ୍ତର୍ଭୁକ୍ତ କରାଯିବ । ପ୍ରାମାଣିକରଣ ପାଇଁ ଚାଷୀଙ୍କର କୌଣସି ଖର୍ଚ ପଡିବ ନାହିଁ । ତିନି ବର୍ଷ ପାଇଁ ପ୍ରତ୍ୟେକ ଚାଷୀଙ୍କୁ ବାର୍ଷିକ ଏକର ପିଛା ଟ ୨୦,୦୦୦/-ଙ୍କା ଚାଷପାଇଁ ବିହନ ବାବଦକୁ ଏବଂ ପରିବହନ ବାବଦକୁ ଦିଆଯିବ । ପାରମ୍ପରିକ ସମ୍ବଳ ବ୍ୟବହାର କରାଯାଇ ଜୈବ କୃଷି କୁ ପ୍ରୋତ୍ସାହନ ଦିଆଯିବା ସହ ବଜାର ସହ ସଂଯୁକ୍ତ କରାଯିବ । ଏହା ଘରୋଇ ଉତ୍ପାଦ ବୃଦ୍ଧି କରିବା ସହ କୃଷକଙ୍କ ସମ୍ପୃକ୍ତି ସହ ଜୈବ ଉତ୍ପାଦର ପ୍ରାମାଣିକରଣ ଦିଗରେ ସାହାଯ୍ୟ କରିବ । ସହାୟତାର ଢାଞ୍ଚା ଓ ସଂଘଟକ ସମୂହ ଦୃଷ୍ଟିକୋଣ ସହ ସହଭାଗୀ ଆଶ୍ଵାସନ ପ୍ରଣାଳୀ ପ୍ରାମାଣିକରଣ ଅଭିଗ୍ରହଣ କୃଷକ ତଥା ସ୍ଥାନୀୟ ଲୋକଙ୍କୁ ନେଇ PGS ପ୍ରାମାଣିକରଣ ନିମନ୍ତେ ୫୦ ଏକର ବିଶିଷ୍ଟ ସମୂହ ଗଠନ ପାଇଁ ପ୍ରେରଣା ଦେବା । ପ୍ରତି କୃଶକ ପିଛା ଟ 200/- ଙ୍କାରେ ଜୈବ କୃଷକ ସମୂହ ଗଠନ ପାଇଁ ସଭା/ ସମାରୋହ ଇତ୍ୟାଦି କରି ଉତ୍ସାହିତ କରିବା । ପ୍ରତି କୃଷକ ପିଛା ଟ 200/- ଙ୍କାରେ ସେମାନଙ୍କୁ exposure ଯାତ୍ରାରେ ନେବା । ସମୂହ ଗଠନ, PGS କୁ କୃଷକ ସମର୍ଥନ ଏବଂ ସମୂହ ମଧ୍ୟରୁ ଜଣଙ୍କୁ ନେତୃତ୍ଵ ସାଧନ ସମ୍ପନ୍ନ ବ୍ୟକ୍ତିତ୍ଵ (LRP) ଚିହ୍ନଟ କରିବା ପ୍ରତି ତାଲିମ ପିଛା ଟ ୨୦,୦୦୦/-ଙ୍କା ହିସାବରେ ସମୂହ ସଭ୍ୟଙ୍କ ପାଇଁ ୩ଟି ତାଲିମ କାର୍ଯ୍ୟକ୍ରମ କରିବେ । PGS ପ୍ରାମାଣିକରଣ ଓ ଗୁଣବତ୍ତା ନିୟନ୍ତ୍ରଣ LRP ମାନଙ୍କୁ ମୁଣ୍ଡପିଛା ଟ 200/- ଙ୍କା ହିସାବରେ ୨-ଦିନିଆ PGS ସଙ୍କ୍ରାନ୍ତିୟ ତାଲିମ ପ୍ରଦାନ । ୨୦ ଜଣ ନେତୃତ୍ଵ ସାଧନ ସମ୍ପନ୍ନ ବ୍ୟକ୍ତିଙ୍କୁ ତାଲିମ୍ ପ୍ରଦାନକାରୀଙ୍କ ପାଇଁ ତାଲିମ୍ କାର୍ଯ୍ୟକ୍ରମରେ ଦିନପିଛା ସମୂହ ପିଛା ଟ ୨୫୦/- ଙ୍କା ହିସାବରେ ୩ ଦିନିଆ ତାଲିମ ପ୍ରଦାନ । ସମୂହ ସଭ୍ୟ ଚାଷୀଙ୍କୁ ମୁଣ୍ଡପିଛା ଟ ୧୦୦/- ଙ୍କ। ହିସାବରେ ଅନ୍-ଲାଇନ୍ ପଞ୍ଜୀକରଣ । ୩ ବର୍ଷ ପାଇଁ ସମୂହ ପିଛା ବର୍ଷକୁ ୨୧ ଥର ମୃତ୍ତିକା ନମୁନା ସଂଗ୍ରହ ଓ ପରୀକ୍ଷା । ସଭ୍ୟ ପିଛା PGS ପ୍ରାମାଣିକରଣ ପାଇଁ ଟ ୧୦୦/- ଙ୍କା ହିସାବରେ ଜୈବ କୃଷିକୁ ପରିବର୍ତ୍ତନ, ବ୍ୟବହୃତ ନିବେଶ, ଅନୂଗମିତ ଫସଲ ସ୍ୱରୂପ, ବ୍ୟବହୃତ ଜୈବ ଖତ ଓ ସାରର ପ୍ରକ୍ରିୟା ପ୍ରଲିଖନ ମୁଣ୍ଡ ପିଛା ଟ ୪୦୦/- ଙ୍କା ହିସାବରେ ସମୂହ ସଭ୍ୟଙ୍କ ଜମି ପରିଦର୍ଶନ (ବର୍ଷକୁ ସମୂହ ପିଛା ୩ ଥର ପରିଦର୍ଶନ) ପ୍ରତି ନମୁନା ବାବଦକୁ ଟ ୧୦,୦୦୦/- ଙ୍କା ହିସାବରେ NABL ଦ୍ଵାରା ବର୍ଷକୁ ସମୂହ ପିଛା ୮ ଥର ନମୁନାର ଅବଶେଷ ବିଶ୍ଳେଷଣ ପ୍ରାମାଣିକରଣ ବ୍ୟୟ ପ୍ରାମାଣିକରଣ ନିମନ୍ତେ ବ୍ୟୟ ଖତ ପରିଚାଳନା ପାଇଁ ଓ ଜୈବିକ ଯବକ୍ଷାରଯାନ ଉତ୍ପତ୍ତି ନିମନ୍ତେ ସମୂହ ଅଭିଗ୍ରହଣ ଜୈବିକ କୃଷି ପାଇଁ କାର୍ଯ୍ୟ ଯୋଜନା ଏକର ପିଛା ଟ ୧୦୦୦/- ଙ୍କା ହିସାବରେ ୫୦ ଏକର ଜମିର ଜୈବିକ ପରିବର୍ତନ ଫସଲ ପ୍ରଣାଳୀ ଉପକ୍ରମ: ୫୦ ଏକାରରେ ଏକର ପିଛା ବାର୍ଷିକ ଟ ୫୦୦/- ଙ୍କାରେ ଜୈବିକ ବିହନ ପ୍ରାପ୍ତି କିମ୍ବା ଜୈବିକ ଚାରା ଉତ୍ପାଦନ କେନ୍ଦ୍ର ସ୍ଥାପନା ଟ ୧,୫୦୦/- ଙ୍କା ପ୍ରତି ଏକର/ ପ୍ରତି ଏକକ ହିସାବରେ ପାରମ୍ପରିକ ଜୈବିକ ନିବେଶ ଏକକ ଯଥା ପଞ୍ଚଗବ୍ୟ, ବିଜାମୃତ ଏବଂ ଜୀବାମୃତ ଉତ୍ପାଦନ । ଏକର ପିଛା ଟ ୨୦୦୦/- ଙ୍କା ହିସାବରେ ୫୦ ଏକର ଜମିରେ ଜୈବିକ ଯବକ୍ଷାରଯାନ ଅମଳ ଚାରା ରୋପଣ ଏକର ପିଛା ଟ ୧୦୦୦/- ଙ୍କା ହିସାବରେ ଜୈବିକ ଉଦ୍ଧରଣ (ଲିମ୍ବ ପିଠା/ ଲିମ୍ବ ତେଲ) ଉତ୍ପାଦନ ଏକକ ସ୍ଥାପନ ସମନ୍ଵିତ ଖତ ପରିଚାଳନା ୫୦ ଏକର ପାଇଁ ଏକର ପିଛା ଟ୫୦୦/- ଙ୍କା ହିସାବରେ ତରଳ ଜୈବିକ ସାର ସହ-ବ୍ୟବସ୍ଥା (ଯବକ୍ଷାରଯାନ ସ୍ଥିରୀକରଣ/ ଫସଫେଟ ସ୍ଥାୟୀକରଣ) ୫୦ ଏକର ପାଇଁ ଏକର ପିଛା ଟ୫୦୦/- ଙ୍କା ହିସାବରେ ତରଳ ଜୈବିକ କୀଟନାଶକ (Trochoderma viridae, Pseudomonas fluorescenes, Metarhizium, Behaviorie Bassina, Pacelomyces, Verticillium) ୫୦ ଏକର ପାଇଁ ଏକର ପିଛା ଟ୫୦୦/- ଙ୍କା ହିସାବରେ ଲିମ୍ବ ତେଲ/ ଲିମ୍ବ ପିଡିଆ ୫୦ ଏକର ପାଇଁ ଏକର ପିଛା ଟ୧୦୦୦/- ଙ୍କା ହିସାବରେ ଫସଫେଟ ସମ୍ପନ୍ନ ଜୈବିକ ଖତ/ Zyme ଦାନା ୫୦ ଏକର ପାଇଁ ଏକର ପିଛା ଟ୫୦୦୦/- ଙ୍କା ହିସାବରେ ଜିଆଖତ (୭’ X ୩’ X ୧’) କଷ୍ଟମ ଭଡା (CHC) ଦେୟ SMAM ଦିଶାନିର୍ଦେଶାବଳୀ ଅନୁଯାୟୀ କୃଷି ଯନ୍ତ୍ରପାତି – ପାୱାର ଟିଲର, Cono Weeder, ଧାନ thresher, Furrow opener, Rose Can, Top Pan Balance) ଉଦ୍ୟାନ ବିଜ୍ଞାନ ପାଇଁ Walk in Tunnel (MIDH ଦିଶାନିର୍ଦେଶାବଳୀ ଅନୁଯାୟୀ) ଗାଈ ଗୁହାଳ/ କୁକୁଡା ଚାଷ/ଘୁଷୁରି ପାଳନ ପାଇଁ ପ୍ରାଣୀ Compost (ଗୋକୁଳ ଯୋଜନା ଦିଶାନିର୍ଦେଶାବଳି ଅନୁଯାୟୀ) ସମୂହ ର ଜୈବିକ ଉତ୍ପାଦନ ପାଇଁ ପ୍ୟାକିଙ୍ଗ, ଲେବଲିଙ୍ଗ ଓ ବ୍ରାଣ୍ଡିଙ୍ଗ ୫୦ ଏକର ପାଇଁ ଏକର ପିଛା ଟ୨,୫୦୦/- ଙ୍କା ହିସାବରେ PGS ଲୋଗୋ ସମ୍ବଳିତ ହୋଲୋଗ୍ରାମ ମୁଦ୍ରଣ ଜୈବିକ ଉତ୍ପାଦ ପାଇଁ ସମୂହ ପିଛା ଟ୧୨,୦୦୦/- ଙ୍କା ହିସାବରେ ପରିବହନ ଖର୍ଚ୍ଚ (୪-ଚକିଆ, ୧.୫ ଟନ୍ ଭାର କ୍ଷମତା ବିଶିଷ୍ଟ ଗାଡି) ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ ଆଧାର - କୃଷି, ସହଯୋଗ ଏବଂ କୃଶକ ମଙ୍ଗଳ ବିଭାଗ, କୃଷି ଓ କୃଶକ ମଙ୍ଗଳ ମନ୍ତ୍ରାଳୟ, ଭାରତ ସରକାର