অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଯୁଗ୍ମ ଦେୟ ଗୋଷ୍ଠୀ (JLG) ଋଣ ଯୋଜନା

ଯୁଗ୍ମ ଦେୟ ଗୋଷ୍ଠୀ (JLG) ଋଣ ଯୋଜନା

ଚାଷୀଙ୍କ ପାଇଁ ନୂଆ ଆଶା :ଦେୟ ଗୋଷ୍ଠୀ ଋଣ ଯୋଜନା

ରାଜ୍ୟ ସରକାର ଭୂମିହିନ ,ପ୍ରକୃତଚାଷୀ ,କ୍ଷୁଦ୍ର ଚାଷୀ ଓ ନାମମାତ୍ର ଚାଷିମାନଙ୍କୁ ଅନୁଷ୍ଠାନିକ ଋଣ ପ୍ରଦାନ ନିମାନେ ଏକ ବିସ୍ତ୍ରୁତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।ରାଜ୍ୟ ସରକାରଙ୍କ ତରଫ ୨ ମାସ ଧରି ରାଜ୍ୟବ୍ୟାପୀ ସମବାଯ ଆପଣଙ୍କ ଦ୍ଵାରଦେଶରେ ଶୀର୍ଷକ କାର୍ଯ୍ୟକ୍ରମରେ ପ୍ରତ୍ୟେକ ପ୍ରାଥମିକ କୃଷିରୁଣ ସମବାୟ ସମିତି ଜୁଲାଇ ୨୦୧୮ ମଧ୍ୟରେ ଅତିକମ୍ରେ ଦାଶଗୋଟି  ଯୁଗ୍ମ ଦେୟ ଗୋଷ୍ଠୀ ଗଠନ କରି ସେଗୁଡିକୁ ଋଣ ଆକାରରେ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ସ୍ଥିର କରାଯାଇଛି ।

ଯୁଗ୍ମ ଦେୟ ଗୋଷ୍ଠୀର ସାଧାରଣ ରୂପରେଖ

ଗୋଟିଏ ଯୁଗ୍ମ ଦେୟ ଗୋଷ୍ଠୀ ସାଧାରଣତଃ ୪ ରୁ ୧୦ ଜଣ ସଭୟଙ୍କୁ ନେଇ ଗଠିତ କରାଯାଇଥାଏ। ମହିଳାମାନେ ମଧ୍ୟ ଯୁଗ୍ମ ଦେୟ ଗୋଷ୍ଠୀ ଗଠନ କରିପାରିବେ ।ଏହା ଏକ ଅଣ ସଂଗଠିତ ଗୋଷ୍ଠୀ ।ସଭ୍ୟମାନେ ମିଳିତଭାବେ ବା ପାରସ୍ପରିକ ଭାବେ ଋଣ ପାଇବା ଓ ପରିଶୋଧ କରିବା ପାଇଁ ପ୍ରାଥମିକ କୃଷିରୁଣ ସମବାୟ ସମିତି ସହିତ ଚୁକ୍ତିନାମା ସମ୍ପାଦନ କରିଥାନ୍ତି ।ଗୋଟିଏ ଯୁଗ୍ମ ଦେୟ ଗୋଷ୍ଠୀର ସଭ୍ୟମାନେ ଏକ ପ୍ରକାର ଅୟଭିତିକ ରୋଜଗାର କାର୍ଯ୍ୟ କରିଥାନ୍ତି ।ଯୁଗ୍ମ ଦେୟ ଗୋଷ୍ଠୀର ସଭ୍ୟମାନେ ମିଳିତ ଭାବେ ଏକ ଯୁଗ୍ମଦେୟ ବୁଝାମଣା ପାତ୍ର ସ୍ଵାକ୍ଷର କରି ପ୍ରାଥମିକ କୃଷିଋଣ ସମବାୟ ସମିତିକୁ ଏହା ପ୍ରଦାନ କରି ଋଣ ପାଇଥାନ୍ତି ଏହି ବୁଝାମଣା ପାତ୍ର ସମିତିରେ ଉପଲବ୍ଧ ହେବ।

ଯୁଗ୍ମ ଦେୟ ଗୋଷ୍ଠୀରେ ସଭ୍ୟ ହେବାର ଯୋଗ୍ୟତା

  • ମିଳିତ ଦେୟ ଗୋଷ୍ଠୀର ସଭ୍ୟମାନେ ପ୍ରାଥମିକ କୃଷିରୁଣ ସମବାୟ ସମିତିର ସଭ୍ୟ ହୋଇଥିବା ଦରକାର।
  • ସମାନ ଆର୍ଥିକ ତଥା ସାମାଜିକ ବ୍ୟବସ୍ଥା ଓ ସ୍ଥିତିରେ ଥିବା ଚାଷ କାମରେ ନିଯୋଜିତ ବ୍ୟକ୍ତି ଯେଉଁମାନେ କି ମିଳିତ ଦେୟ ଗୋଷ୍ଠୀରେ କମ କରିବାକୁ ଅଙ୍ଗାକାରବଦ୍ଧ ଓ ପରସ୍ପର ଜାଣିଥିବେ ଓ ବିଶ୍ଵାସ କରୁଥିବେ ଏବଂ ସମସ୍ତେ ଗୋଟିଏ ଚିନ୍ତାଧାରା ର ବ୍ୟକ୍ତି ହୋଇଥିବେ।
  • ସଭ୍ୟମାନେ ଗୋଟିଏ ଗ୍ରାମରେ ବସ କରୁଥିବେ,ପରସ୍ପରକୁ ଜାଣିଥିବେ ଓ ବିଶ୍ଵାସ କରୁଥିବେ ।କାରଣ ସମସ୍ତେ ମିଳିମିଶି ବ୍ୟକ୍ତିଗତ ଭାବରେ ଋଣ ପରିଶୋଧ ପାଇଁ ଦାୟୀ ରହିବେ ।
  • ଗୋଷ୍ଠୀ ଅନ୍ତର୍ଭୁକ୍ତ ସଭ୍ୟମାନେ କୌଣସି ବ୍ୟାଙ୍କ ବା ବିତୟ ଅନୁଷ୍ଠାନ ରୁ ଋଣ ଆଣି ଋଣ ପରିଶୋଧରେ ଖିଲାପ କରିଥିଲେ,ସେମାନେ ଏହି ଗୋଷ୍ଠୀର ସଭ୍ୟ ହୋଇପାରିବେ ନାହିଁ।
  • ଗୋଟିଏ ପରିବାରର କେବଳ ଜଣେ ମାତ୍ର ସଦସ୍ୟ ସେହି ଗୋଷ୍ଠୀର ସଭ୍ୟ ହୋଇପାରିବେ।

ଯୁଗ୍ମ ଦେୟ ଗୋଷ୍ଠୀ ର କାର୍ଯ୍ୟପ୍ରଣାଳୀ

  • ମିଳିତ ଦେୟ ଗୋଷ୍ଠୀର ସଭ୍ୟମାନେ ସର୍ବସମ୍ମତି କ୍ରମେ ଜଣେ ବ୍ୟକ୍ତିକୁ ଗୋଷ୍ଠୀର ନେତୃତ୍ଵ ନେବାକୁ ମନୋନୀତ କରିବେ ।କାରଣ ଗୋଷ୍ଠୀର ହାନିଲାଭ ,ଏକଟା ,ଶୃଙ୍ଖଳା ଏବଂ ସଭ୍ୟମାନଙ୍କର ସାମଗ୍ରିକ ଲାଭ ଏହି ବ୍ୟକ୍ତି ବିଶେଷ ଉପରେ ନିର୍ଭର କରିଥାଏ ।
  • ଗୋଷ୍ଠୀର ବୈଠକ ନିୟମିତ ହେବା ଉଚିତ ଓ ବୈଠକରେ ସମସ୍ତ ସଭ୍ୟ ଉପସ୍ଥିତ ରହିବା ଦରକାର।ଏହି ବୈଠକ ରେ ଗୋଷ୍ଠୀର ପାରସ୍ପରିକ ସ୍ଵର୍ଥ୍ୟ ଏବଂ ଭଲମନ୍ଦ ସବୁ ଆଲୋଚନା କରାଯିବ ।
  • ସ୍ଵୟଂ ସହାୟତା ନୀତି ଏବଂ ଗୋଷ୍ଠୀଗତ ବଳକୁ ପ୍ରାଧାନ୍ୟ ଦିଆଯିବ। ଗୋଷ୍ଠୀଗତ ସୌହାର୍ଧ୍ୟକୁ ବଜାୟ ରଖିବା ,ଗୋଷ୍ଠୀ ଓ ସଭ୍ୟମାନଙ୍କର ଅଧିକାର,ଦାୟିତ୍ଵ,କାର୍ଯ୍ୟକରିତା ଓ ସମୂହ କ୍ରିୟାଶୀଳତାକୁ ସର୍ବାଧିକ ଗୁରୁତ୍ଵ ଦିଆଯିବ ।

ଯୁଗ୍ମ ଦେୟ ଗୋଷ୍ଠୀର ସଞ୍ଚୟ ଆବଶ୍ୟକତା

ଯୁଗ୍ମ ଦେୟ ଗୋଷ୍ଠୀଗୁଡିକର ସଭ୍ୟମାନଙ୍କୁ ନିୟମିତ ଭାବରେ ସଞ୍ଚଯ କରିବା ନିମନ୍ତେ ପ୍ରସ୍ଚୋହନ ଦେବା ଦରକାର ।ଯୁଗ୍ମ ଦେୟ ଗୋଷ୍ଠୀର ସଭ୍ୟମାନଙ୍କ ନିମାନେ କେନ୍ଦ୍ରୀୟ ସମବାୟ ବ୍ଯାଙ୍କରେ ଗୋଟିଏ  ସାଧାରଣ ସଞ୍ଚୟ ଜମା ଖୋଲି ସଭ୍ୟମାନଙ୍କ ମଧ୍ୟରେ ନିୟମିତ ସଞ୍ଚୟ ଅଭ୍ୟାସକୁ ଉତ୍ସାହିତ କରିବା ।ଏହି ସଞ୍ଚଯ ଖାତାକୁ ଅତିକମ୍ରେ ଦୁଇଜଣ ସଭ୍ୟ ପରିଚାଳନା କରିବେ ଏବଂ ଦୁଇଜଣଙ୍କୁ ଯୁଗ୍ମ ଦେୟ ଗୋଷ୍ଠୀଦ୍ଵାର ନିର୍ଦ୍ଧାରଣ ମାଧ୍ୟମରେ ସ୍ଥିର କରାଯିବ ।

ଫସଲରୁଣ ନିମନ୍ତେ ଯୁଗ୍ମଦେୟ ଗୋଷ୍ଠୀଙ୍କୁ ଋଣ ଲଗାଣ

  • ପ୍ରତ୍ୟେକ ଯୁଗ୍ମ ଦେୟ ଗୋଷ୍ଠୀ ପ୍ରାଥମିକ ଭାବରେ ଗୋଟିଏ ଋଣ  ଉପଲବ୍ଦ୍ଧକାରୀ ୟୁନିଟ। ଏକ ଗୋଷ୍ଠୀର ସମସ୍ତ ସଭ୍ୟମାନେ ଅବଶ୍ୟକତାକୁ ଆକଳନ କରି ଓ ଋଣସିମା କୁ ଭିତ୍ତିକରି ଗୋଷ୍ଠୀର ଫସଲ ପାଇଁ ରଜର ପରିମାଣ ମଞ୍ଜୁର କରାଯିବ ।ଯାହାକି ସମସ୍ତ ସଭ୍ୟଙ୍କ ପାଇଁ ଗୋଷ୍ଠୀ ନାମରେ ମିଳିତ ଭାବେ ଏକକ ଋଣ ରୂପେ ପ୍ରଦାନ କରାଯିବ ।
  • ଏହି ଋଣ ପ୍ରଦାନ ଗୋଟିଏ ବର୍ଷ ପାଇଁ ପ୍ରଦାନ କରାଯାଇଥାଏ।ଋଣ ପ୍ରଦାନ ତାରିଖରୁ ଋଣ ପରିଶୋଧ ଅବଧି ଏକ ବର୍ଷ ରହିବା।
  • ପ୍ରଦତ ଋଣକୁ ପରିଶୋଧ କାଲେ ପ୍ରଦତ ଋଣ ଉପରେ ପରବର୍ତ୍ତୀ ବର୍ଷରେ ଏହାର ଶତକଡା ୨୫ ଭାଗ ଋଣ ମଞ୍ଜୁରୀ ସୀମା ବୃଦ୍ଧି କରାଯିବ ।ଉଦାହରଣସ୍ୱରୂପ ଯଦି ଗୋଟିଏ ଗୋଷ୍ଠୀର ପ୍ରଥମ ବର୍ଷ ଋଣ ମଞ୍ଜୁରୀ ସୀମା ଟ୫୦,୦୦୨୦/- ରେ ସ୍ଥିର କରାଯାଇଥାଏ।ଏବଂ ସେହି ଗୋଷ୍ଠୀ ଯଦି ଏହାକୁ ପରିଶୋଧ କରିଥାଏ,ତେବେ ଦ୍ଵିତୀୟ ବର୍ଷରେ ଗୋଷ୍ଠୀକୁ ତା ୬୨,୫୦୦ /-ପର୍ଯ୍ୟନ୍ତ ଏବଂ ତୃତୀୟ ବର୍ଷରେ ଟ.୭୮,୧୨୫/-ଟଙ୍କା ପର୍ଯ୍ୟନ୍ତ ଋଣ ପାଇବାକୁ ଯୋଗ୍ୟ ହୋଇପାରିବେ।
  • ଆଗରୁ ଗଠିତ ହୋଇ କାର୍ଯ୍ୟ କରୁଥିବା ଯୁଗ୍ମ ଦେୟ ଗୋଷ୍ଠୀଗୁଡିକ ସେହିଭଳି ଭାବରେ ନେଇଥିବା ଋଣ ପରିଶୋଧୋ କରି ଋଣ ନେବାକୁ ଚାହୁନଥିଲେ ସେହିପରି ପରବର୍ତ୍ତୀ ବର୍ଷ ପାଇଁ ଶତକଡା ୨୫ ବୃଦ୍ଧି ହାରାରେ ଋଣ ପାଇବାକୁ ଯୋଗ୍ୟ ହୋଇପାରିବେ ।
  • ଉପରୋକ୍ତ ପ୍ରକାରେ ଗୋଷ୍ଠୀ ଗୁଡିକୁ ପ୍ରଦାନ କରାଯାଉଥିବା ଋଣ ମଞ୍ଜୁରୀ ସୀମା ୩ ବର୍ଷ ପର୍ଯ୍ୟନ୍ତ କାଏମ ରହିବ  ।

ଗୋଷ୍ଠୀର ସଭ୍ୟମାନଙ୍କ ମଧ୍ୟରେ ଯୁଗ୍ମଦେୟ ଚୁକ୍ତି

ପ୍ରତ୍ୟେକ ସଭ୍ୟ ନିଜ ନିଜ ଭିତରେ ଋଣ ପରିଶୋଧ ପାଇଁ ପାରସ୍ପରିକ ଚୁକ୍ତି ଓ ସହମତି ଭିତିରେ ଋଣ ଗ୍ରହଣ କରିବେ ଓ ଋଣ ପରିଶୋଧ ପାଇଁ ସମସ୍ତେ ଉତରଦାୟୀ ରହିବେ,ଏହି ଚୁକ୍ତିର ନକଲ ପରିଶିଷ୍ଟ-୨ ସମିତିରେ ଉପଲବ୍ଧ ହେବ।

ଋଣ ଖସଡା ପ୍ରସ୍ତୁତି

କେନ୍ଦ୍ର ସମବାୟ ବ୍ୟାଙ୍କ ସହାୟତା ରେ ପ୍ରାଥମିକ କୃଷିରୁଣ ସମବାୟ ସମିତିଗୁଡିକ ଯୁଗ୍ମ ଦେୟ ଗୋଷ୍ଠୀଗୁଡିକ ପାଇଁ ଋଣପ୍ରଦାନ ନିମନ୍ତେ ଏକ ଉପଯୁକ୍ତ ଋଣ ଖସଡା ପ୍ରସ୍ତୁତ କରିବେ,ଯାହାକି ଆବଶ୍ୟକ ଋଣଠାରୁ କମ ବା ବେଶୀ ହେବ ନାହିଁ ।ଶସ୍ୟ ଉତ୍ପାଦନ ନିମନ୍ତେ ଆବଶ୍ଯକୀଯ ଋଣ ପାଇଁ ଯୁଗ୍ମ ଦେୟ ଗୋଷ୍ଠୀଗୁଡିକ ପାଇଁ ଏକ କୋହଳ ମନୋଭାବ ନେଇ ସରାଳିକୃତ ଋଣ ଖସଡା ପ୍ରସ୍ତୁତ କରିବା ଦରକାର ।

ଅଂଶଧନ ପ୍ରଦାନ

ଯୁଗ୍ମଦେୟ ଗୋଷ୍ଠୀଙ୍କୁ ଋଣପ୍ରଦାନ ପାଇଁ ପ୍ରାଥମିକ କୃଷିରୁଣ ସମବାୟ ସମିତିରା ଉପବିଧିର ପ୍ରଦତ ସର୍ବନିମ୍ନ ଅଂଶଧନ ପ୍ରକାରେ ଯୁଗ୍ମଦେୟ ଗୋଷ୍ଠୀର ସମସ୍ତ ସଭ୍ୟମାନେ ସେହି ପରିମାଣର ଅଂଶଧନ ସମିତିରେ ପଇଠ କରିବେ ।

ଅତିରିକ୍ତ ବନ୍ଧକ

ଗୋଷ୍ଠୀର ସଭ୍ୟମାନେ ପ୍ରାଥମିକ କୃଷିରୁଣ ସମବାୟ ସମିତି ସହ ଋଣ ପାଇବା ପାଇଁ ଯେଉଁ ଗୋଷ୍ଠୀଗତ ଚୁକ୍ତିନାମା ସ୍ଵାକ୍ଷର କରିବେ ତାହାକୁ ସାମାଜିକ ପ୍ରତିଭୂତି ରୂପେ ବିବେଚନା କରାଯିବ ଏବଂ ଗୋଷ୍ଠୀରେ ସଭ୍ୟମାନଙ୍କ ପରସ୍ପର ଅନ୍ତଃଚାପ ହିଁ ସେମାନଙ୍କର ଋଣ ପରିଶୋଧ ପାଇଁ ସହାୟ ହେବ ।ତେଣୁ ଗୋଷ୍ଠୀ କିମ୍ବା ଗୋଷ୍ଠୀର ସଭ୍ୟମାନେ ପ୍ରାଥମିକ କୃଷିରୁଣ ସମବାୟ ସମିତିଦ୍ଵାରା ପ୍ରଦତ ଯୁଗ୍ମ ଗୋଷ୍ଠୀ ଦେୟ ଋଣ ପାଇବା ପାଇଁ ଆଉ ସ୍ଥାବର ଓ ଅସ୍ଥାବର ସମ୍ପତି ଅତିରିକ୍ତ ବନ୍ଧକ ରୂପେ ଦେବାକୁ ପଡିବ ନାହିଁ?

ପର୍ଜ୍ୟ।ଲୋଚନା ଆଉ ସମୀକ୍ଷା

  • ଯୁଗ୍ମ ଦେୟ ଗୋଷ୍ଠୀ ଗୁଡିକ ରାଜାର ବିନିଯୋଗ ଏବଂ ନିର୍ଦ୍ଧାରିତ ସମୟରେ ପରିଶୋଧ  ନିମନ୍ତେ ଚେଷ୍ଟା କରିବା ଦରକାର ।କେନ୍ଦ୍ର ସମବାୟ ବ୍ୟାଙ୍କ ଏବଂ ପ୍ରାଥମିକ କୃଷିରୁଣ ସମବାୟ ସମିତିଗୁଡିକ ଯୁଗ୍ମ ଦେୟ ଗୋଷ୍ଠୀ ଗୁଡିକ ଋଣ ପରିଶୋଧ ନ ହେବା ଉପରେ ସମସ୍ତ ସଭ୍ୟଙ୍କୁ ମିଳିତ ଭାବରେ ଦାୟୀ କରିବେ ।
  • କେନ୍ଦ୍ର ସମବାୟ ବ୍ୟାଙ୍କର ଲୋନ ଅଫିସର ଏବଂ ପ୍ରାଥମିକ କୃଷିରୁଣ ସମିତିର ସମ୍ପାଦକମାନେ ଯୁଗ୍ମ ଦେୟ ଗୋଷ୍ଠୀର ସଭ୍ୟମାନଙ୍କ ସହିତ ଉପଯୁକ୍ତ ସମନ୍ଵୟ ଓ ସୁସମ୍ପର୍କ ରଖି ସେମାନଙ୍କୁ ଜଣେ ଜଣେ ଉତ୍ତମ ଗ୍ରାହକ ରୂପେ ବିବେଚନା କରିବେ ।
  • ଗୋଷ୍ଠୀ ପ୍ରତ୍ୟେକ ସଭ୍ୟ ଙ୍କ ଋଣ ଆବଶ୍ୟକତା ଓ ଋଣ ସୀମା ଭିତିରେ ନିରୂପଣ କରି ଯୁଗ୍ମ ଦେୟ ଗୋଷ୍ଠୀକୁ ଏକକ ଫସଲଋଣ ପରିମାଣ ମଞ୍ଜୁରୀ କରାଯିବ ।କିନ୍ତୁ ଏହି ଋଣକୁ ଗୋଷ୍ଠୀର ପ୍ରତ୍ୟେକ ସଭ୍ୟକୁ ସେହି ଅନୁପାତରେ ପୃଥକ ଭାବରେ ବଣ୍ଟନ କରାଯିବ ।
  • ଯୁଗ୍ମ ଦେୟ ଗୋଷ୍ଠୀଗୁଡ଼ିକର ଗଠନ,ଋଣ ସଂଯୋଗୀକରଣ ,ଆଦାଯ,ଦକ୍ଷତା ବିକାଶ ଉପରେ ସମବାୟ ସମିତି ସମୂହର ଉପନିବନ୍ଧକ ,ସହବନ୍ଧକ ଏବଂ କେନ୍ଦ୍ର ସମବାୟ ବ୍ୟାଙ୍କରା ସମ୍ପାଦକମାନେ ନିୟମିତ ଭାବରେ ତଦାରଖ କରିବା ଦରକାର ।

ଦକ୍ଷତା ବିକାଶ କାର୍ଯ୍ୟକ୍ରମ

କେନ୍ଦ୍ର ସମବାୟ ବ୍ୟାଙ୍କ ଏବଂ ପ୍ରାଥମିକ କୃଷିରୁଣ ସମବାୟ ସମିତିମାନେ ଯୁଗ୍ମ ଦେୟ ଗୋଷ୍ଠୀ ଗଠନ,କାର୍ଯ୍ୟକାରୀତା ଏବଂ ଏହାର ଉପକାର ଉପରେ ବିଭିନ୍ନ ଷ୍ଟେକ ହୋଲଡର ହୋଇଥିବା ସଂଶ୍ଳିଷ୍ଟ ବ୍ୟକ୍ତି /ଅନୁଷ୍ଠାନ ଏବଂ ଜେ.ଏଲ.ଜି.ର ହିତାଧିକାରୀମାନଙ୍କ ନିମନ୍ତେ ତାଲିମ ଓ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବେ ।କେନ୍ଦ୍ର ସମବାୟ ବ୍ୟାଙ୍କରା କର୍ମଚାରୀ ଏବଂ ପ୍ରାଥମିକ କୃଷିରୁଣ ସମବାୟ ସମିତିର ସମ୍ପାଦକମାନେ ଯୁଗ୍ମ ଦେୟ ଗୋଷ୍ଠୀର ଗଠନ ଓ ଉପକାର ଉପରେ ଜାଣିବା ଦରକାର।

ଯୁଗ୍ମ ଦେୟ ଗୋଷ୍ଠୀ ଗଠନ ଏବଂ କାର୍ଯ୍ୟ ପାଇଁ ପ୍ରୋତ୍ସହନ

ନାବାର୍ଡର ପ୍ରଚଳିତ ସ୍କିମ ରେ ପ୍ରାଥମିକ କୃଷି ଋଣ ସମିତି ପାଇଁ କେନ୍ଦ୍ର ସମବାୟ ବ୍ୟାଙ୍କ ମାନଙ୍କୁ ପ୍ରତି ଯୁଗ୍ମ ଦେୟ ଗୋଷ୍ଠୀ ଗଠନ ପାଇଁ ୨୦୦ ଟଙ୍କା ପ୍ରସ୍ତ୍ସୋହନ ମିଳିବ ।ଏଥିପାଇଁ କେନ୍ଦ୍ର ସମବାୟ ବ୍ୟାଙ୍କ ଯୁଗ୍ମ ଦେୟ ଗୋଷ୍ଠୀ ଗଠନ ଓ ପ୍ରସ୍ତ୍ସୋହନକାରୀ ଅନୁଷ୍ଠାନ ରୂପେ କାର୍ଯ୍ୟ କରିବା ପାଇଁ ଏକ ନାବାର୍ଡ ସହିତ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ଵାକ୍ଷର କରିବେ ।

  • ପ୍ରତି ଯୁଗ୍ମ ଦେୟ ଗୋଷ୍ଠୀକୁ ଋଣ ଲଗାଣ ପରେ ନାବାର୍ଡରୁ ପ୍ରାପ୍ତ ପ୍ରତ୍ସୋହନରା ପ୍ରଥମ କିସ୍ତି ୧୦୦୦ ଟଙ୍କା କୁ ସମବାୟ ବ୍ୟାଙ୍କ ତଥା ଯୁଗ୍ମ ଦେୟ ଗଠନ କରୁଥିବା ପ୍ରାଥମିକ କୃଷିରୁଣ ସମବାୟ ସମିତି କୁ ପଚାଶ ପଚାଶ ପ୍ରତିଶତ ଅନୁପାତରେ ଦିଆଯିବ ।
  • ପ୍ରତ୍ସୋହନର ଦ୍ଵିତୀୟ କିସ୍ତି ଟ.୫୦୦/-କୁ ନାବାର୍ଡ ଗୋଷ୍ଠୀ ଋଣ ଲଗାନର ଏକ ବର୍ଷପରେ ପ୍ରାଥମିକ କୃଷିରୁଣ ସମବାୟ ସମିତିକୁ ପ୍ରଦାନ କରାଯିବ ।ଏଥିପାଇଁ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମତି ପ୍ରଦାନ କରିବେ ଜେ,ଯୁଗ୍ମ ଦେୟ ଗୋଷ୍ଠୀର ସଭ୍ୟମାନେ ନିୟମିତ ଏବଂ ବୀନା ଖିଲାପିରେ ଋଣ ପରିଶୋଧ କରୁଛନ୍ତି ।
  • ପ୍ରତ୍ସୋହନର ତୃତୀୟ କିସ୍ତି ଟ ୫୦୦/- କୁ ନାବାର୍ଡ ଗୋଷ୍ଠୀ ଋଣ ଲଗାନର ଦ୍ଵିତୀୟ ବର୍ଷପରେ ପ୍ରାଥମିକ କୃଷିରୁଣ ସମବାୟ ସମିତିକୁ ଯୋଗାଇ ଦେବ,ଯାହାକି ଋଣ ପ୍ରଦାନ କରିଥିବା ବ୍ୟାଙ୍କ ଜଣାଇବା ଯେ,ଯୁଗ୍ମ ଦେୟ ଗୋଷ୍ଠୀର ପ୍ରତ୍ୟେକ ସଭ୍ୟ ନିୟମିତ ଏବଂ ବିନା ଖିଲାପିରେ ଋଣ ପରିଶୋଧ କରିଛନ୍ତି ।

ପୁନଃ ଋଣ ଲଗାଣ ବ୍ୟବସ୍ଥା

ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ପ୍ରତ୍ୟେକ କେନ୍ଦ୍ର ସମବାୟ ବ୍ୟାଙ୍କ କୁ ସ୍ଵଳ୍ପକାଳୀନ ଋଣପ୍ରଦାନ କ୍ଷେତ୍ରରେ ଲଙ୍କଜ୍ଞର  ହୋଇଥିବା ପ୍ରଚଳିତ ନିୟମ ଓ ସର୍ତ୍ତ  ଅନୁସାରେ ଯୁଗ୍ମ ଦେୟ ଗୋଷ୍ଠୀଗୁଡିକୁ ପାଇଁ ଶତ ପ୍ରତିଶତ ଋଣ ପ୍ରଦାନ କରିବେ ।

ଯୁଗ୍ମ ଦେୟ ଗୋଷ୍ଠୀ କୁ ପ୍ରଦତ ଋଣ ଉପରେ ସୁଧାର ହାର

ଯୁଗ୍ମ ଦେୟ ଗୋଷ୍ଠୀର ପ୍ରତ୍ୟେକ ସଭ୍ୟ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲରୁଣ ଉପରେ ବାର୍ଷିକ ଏକ ପ୍ରତିଶତ ସୁଧହାରରେ ଉପଲବ୍ଧ ହେବ।

ଯୁଗ୍ମ ଦେୟ ଗୋଷ୍ଠୀଗୁଡିକୁ ଋଣ ପ୍ରଦାନ ଉପରେ ମାସିକ ଅଗ୍ରଗତି ରିପୋର୍ଟ ପ୍ରଦାନ

ପ୍ରାଥମିକ କୃଷିରୁଣ ସମବାୟ ସମିତିଠାରୁ କେନ୍ଦ୍ର ସମବାୟ ବ୍ୟାଙ୍କଗୁଡିକ ମାସିକ ଅଗ୍ରଗତି ରିପୋର୍ଟ ପାଇଁ ଏହାକୁ ପରିଶିଷ୍ଟ -୩ ରେ ଥିବା ନିର୍ଦ୍ଧାରିତ ଫର୍ମରେ ନିବନ୍ଧକ ,ସମବାୟ ସମିତି ସମୂହ, ଓଡିଶା ଏବଂ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କକୁ ପ୍ରଦାନ କରିବେ ।

ଆଧାର : କୃଷି  ଜାଗରଣ

Last Modified : 1/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate