ଉପକ୍ରମ
ଓଡ଼ିଶା ସରକାର ୧୯୯୬ ମସିହାରେ ଏକ ରାଜ୍ୟ କୃଷି ନୀତି ଘୋଷଣା କରିଥିଲେ । ଏକ ଦଶନ୍ଧିରୁ ଅଧିକ ବର୍ଷ ପରେ ୨୦୦୮ ମସିହାରେ ରାଜ୍ୟ କୃଷି ନୀତିରେ ପରିବର୍ତ୍ତନ ଅଣାଯାଇ ଏହାର ସୁଯୋଗକୁ ପରିବ୍ୟାପ୍ତ କରାଯାଇଥିଲା ଓ ରାଜ୍ୟ କୃଷିର ବିଭିନ୍ନ ଦିଗକୁ ଏଥିରେ ସାମିଲ କରାଗଲା । ରାଜ୍ୟ କୃଷି ନୀତି ୨୦୦୮ ଦ୍ୱାରା ଓଡ଼ିଶାର କୃଷି କ୍ଷେତ୍ରରେ ଅନେକ ଉନ୍ନତି ସାଧିତ ହୋଇଥିଲା । ଏହା ଘରୋଇ ଉଠା ଜଳସେଚନ ଓ କୃଷି ଶିଳ୍ପ ଅଗ୍ରଗତିରେ ସହାୟକ ହୋଇଥିଲା । ଏହି ସମୟରେ ୧,୦୦,୦୦୦ ଉଠା ଜଳସେଚନ ପ୍ରକଳ୍ପ ସ୍ଥାପିତ ଇଥିଲା ଓ ରାଜ୍ୟରେ ଅନେକ କୃଷିଭିତ୍ତିକ ଶିଳ୍ପର ବିକାଶ ଘଟିଥିଲା । କୃଷି ଯାନ୍ତ୍ରିକୀକରଣ ନୂତନ ସୋପାନରେ ପହଁଞ୍ଚି ପାରିଲା । ୧୯୯୯-୨୦୦୦ ମସିହାରେ ମାତ୍ର ୨୦୦ଗୋଟି ଟ୍ରାକ୍ଟର ବିକ୍ରି ହୋଇଥିବା ବେଳେ ୨୦୧୧-୧୨ରେ ୫,୦୦୦ଗୋଟି ଟ୍ରାକ୍ଟର ବିକ୍ରି ହୋଇଥିଲା । ଓଡ଼ିଶା ପାୱାର ଟିଲର ବିକ୍ରିରେ ସର୍ବଶ୍ରେଷ୍ଠ ରାଜ୍ୟ ଭାବରେ ବିବେଚିତ ହେଲା । କୃଷି କ୍ଷେତ୍ରରେ ନିରନ୍ତର ଓ ଦ୍ରୁତ ଅଭିବୃଦ୍ଧି ସାଧିତ ହୋଇଥିଲା । ରାଜ୍ୟ କୃଷି ନୀତି-୨୦୧୩ ଏହି ଦିଗରେ ଅନ୍ୟ ଏକ ନୂତନ ସୋପାନ । ଏହା ବିଗତ ଦଶନ୍ଧି କୃଷି ସ୍ଥିତିର ଅଭୁ୍ୟଦୟ ଘଟାଇବା ସଙ୍ଗେ ସଙ୍ଗେ ନୂତନ କୃଷକ ପିଢ଼ିକୁ ପ୍ରୋତ୍ସାହିତ କରିବ ଯେଉଁମାନେ କି ନୂତନ ଶତାବ୍ଦୀର ଆହ୍ୱାନକୁ ବିଶ୍ୱାସ ସହିତ ମୁକାବିଲା କରିବାରେ ସକ୍ଷମ ହୋଇପାରିବେ । ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ । ରାଜ୍ୟର ଶତକଡ଼ା ୭୦ଭାଗ ଜନସଂଖ୍ୟା କୃଷି ଉପରେ ନିର୍ଭରଶୀଳ । କୃଷି କ୍ଷେତ୍ରର ମୋଟ୍ ରାଜ୍ୟ ଘରୋଇ ଉତ୍ପାଦକୁ ମାତ୍ର ୧୬ ଶତାଂଶ ଅବଦାନ ଥିବା ସ୍ଥଳେ ୭୦ଶତାଂଶ ଜନସାଧାରଣ କୃଷି ଉପରେ ନିର୍ଭର କରୁଥିବାରୁ ଏହି କ୍ଷେତ୍ରରେ ମୁଣ୍ଡପିଛା ଆୟର ପରିମାଣ ମଧ୍ୟ ଖୁବ୍ କମ୍ । ପରିଣାମତଃ କୃଷିକ୍ଷେତ୍ର ଓ ଅଣକୃଷି କ୍ଷେତ୍ରରେ ମୁଣ୍ଡପିଛା ଆୟର ବୈଷମ୍ୟ ମଧ୍ୟ ଖୁବ୍ ଅଧିକ । କୃଷକଙ୍କ ଆୟବୃଦ୍ଧିକୁ ପ୍ରଭାବିତ କରୁଥିବା ବିଷୟ ସମ୍ବନ୍ଧୀୟ କାର୍ଯ୍ୟକରିବା ଆବଶ୍ୟକ । ନିକଟ ଅତୀତରେ ମୋଟ ଘରୋଇ ଉତ୍ପାଦର ଅଧିକ ଅଭିବୃଦ୍ଧିକୁ ବିବେଚନା କରି ଏହାକୁ ଅଧିକ ସାମୂହିକ କରିବା ପାଇଁ ଏହି ନୀତି ଏକ ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ଆବଶ୍ୟକ କରିଥାଏ । କୃଷି ଅଭିବୃଦ୍ଧିରେ ଅବନତି ଓ କୃଷି କ୍ଷେତ୍ରରୁ ସ୍ୱଳ୍ପ ଲାଭ ତୁଳନାରେ ଅଣକୃଷି କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ବର୍ତ୍ତମାନ ସମୟର ମୁଖ୍ୟ ସମସ୍ୟା । କୃଷକଙ୍କ ନିମନ୍ତେ ଜାତୀୟ ନୀତି ୨୦୦୭ କୃଷି ଉତ୍ପାଦନ ଅପେକ୍ଷା କୃଷକର ଆର୍ଥିକ ସ୍ୱଚ୍ଛଳତା ପାଇଁ ଅଧିକ ଧ୍ୟାନ ଦେବା ଉପରେ ଗୁରୁତ୍ୱ ଦେଇଛି । ଉପଯୁକ୍ତ ନୀତିର ମନ୍ଥର ପ୍ରବର୍ତ୍ତନ ଯୋଗୁଁ କୃଷି କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶ ସମୟସାପେକ୍ଷ ପରିପ୍ରେକ୍ଷୀରେ ବର୍ତ୍ତମାନର ଆବଶ୍ୟକତା ହେଉଛି ଅଧିକ ସରକାରୀ ପୁଞ୍ଜି ନିବେଶ । ଅଧିକ ପୁଞ୍ଜି ନିବେଶ ଉତ୍ପାଦନ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ପୁଞ୍ଜି ସୃଷ୍ଟିରେ ସହାୟକ ହୋଇପାରିବ ଯାହା କୃଷିକ୍ଷେତ୍ର ନିମନ୍ତେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ । ଭାରତର ୭୦% ଲୋକ ଏବେ ବି ଗ୍ରାମାଞ୍ଚଳରେ ବାସ କରୁଛନ୍ତି । ବ୍ୟାପକ ଆର୍ଥିକ ଅଭିବୃଦ୍ଧି ଓ ବିକାଶ ତଥା ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ କୃଷି ଅଭିବୃଦ୍ଧି ଏବେ ବି ଇଞ୍ଜିନ୍ ଭଳି କାର୍ଯ୍ୟ କରୁଛି । ଏହାହିଁ ଖାଦ୍ୟ ନିରାପତ୍ତା ଆଣିଦେବ ଓ ଦାରିଦ୍ର୍ୟ ଦୂରୀକରଣ କରିାରିବ । କୃଷିର ଉନ୍ନତି ନିମନ୍ତେ ତ୍ୱରାନ୍ୱିତ ନିବେଶ ଏକାନ୍ତ ଆବଶ୍ୟକ । ଏହା କୃଷିକୁ ଏକ ଉନ୍ନତ ମାର୍ଗରେ ପରିଚାଳିତ କରିବା ସହିତ ଏହାକୁ ଅନ୍ୟାନ୍ୟ କ୍ଷେତ୍ର ତୁଳନାରେ ଏକ ସମ୍ମାନଜନକ ବୃତ୍ତିରେ ପରିଣତ କରିବ । ବିଶ୍ୱ ବାଣିଜ୍ୟ ସଂଗଠନର ପରବର୍ତ୍ତୀ ଅଧ୍ୟାୟରେ କୃଷି ଉନ୍ନତିର ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଦେଇଛି । ତେଣୁ ପରବର୍ତ୍ତୀ ପରିସ୍ଥିତିରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବର୍ତ୍ତମାନ କୃଷିକ୍ଷେତ୍ର ଆହ୍ୱାନର ସମ୍ମୁଖୀନ ହେବା ନିମନ୍ତେ କୃଷି ନୀତି ପ୍ରଣୟନ କରିବା ଆବଶ୍ୟକ । କେବଳ ଉତ୍ପାଦନ ଓ ଅଭିବୃଦ୍ଧି ଉପରେ ଲକ୍ଷ୍ୟ ଦିଆ ନ ଯାଇ ୨୦୦୮ ବର୍ଷରୁ କୃଷକର ଅର୍ଥନୈତିକ ହିତ ସାଧନ ପୂର୍ବକ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି । ଏହା ରାଜ୍ୟରେ ଏକାଦଶ ଯୋଜନାରେ ଏକ ସୁସଙ୍ଗତ ଅଭିବୃଦ୍ଧି ହାସଲ କରିବାରେ ସହାୟକ ହୋଇଛି । ରାଜ୍ୟ କୃଷି ନୀତି ୨୦୦୮ ସହିତ ସମତାଳରେ କାର୍ଯ୍ୟକରି ନୂତନ ରାଜ୍ୟ କୃଷି ନୀତି ରାଜ୍ୟର ହିତ ସାଧନ କରିବ ।
ଓଡ଼ିଶାରେ କୃଷି
ରାଜ୍ୟର ମୋଟ ଭୌଗୋଳିକ କ୍ଷେତ୍ରଫଳ ହେଉଛି ୧୫୫.୭୧୧ ଲକ୍ଷ ହେକ୍ଟର ଓ ଏହାର ୪୧.୧୬ ପ୍ରତିଶତ ଅର୍ଥାତ୍ ୬୪.୦୯ ଲକ୍ଷ ହେକ୍ଟର ହେଉଛି ଚାଷୋପଯୋଗୀ ଜମି । ଚାଷ କରାଯାଉଥିବା ମୋଟ ଜମିର କ୍ଷେତ୍ରଫଳ ହେଉଛି ୬୧.୫୦ ଲକ୍ଷ ହେକ୍ଟର । ଚାଷୋପଯୋଗୀ ଜମି ମଧ୍ୟରୁ ପ୍ରାୟ ୪୦.୧୭ ଲକ୍ଷ ହେକ୍ଟର ଜମିର ମାଟି ହେଉଛି ଅମ୍ଳୀୟ ଓ ପ୍ରାୟ ୪ ଲକ୍ଷ ହେକ୍ଟର ଜମି ଲବଣ ପ୍ରଭାବିତ । ଏହା ବ୍ୟତୀତ ପ୍ରାୟ ୩ ଲକ୍ଷ ହେକ୍ଟର ଚାଷୋପଯୋଗୀ ଜମି ଜଳମଗ୍ନ ହୋଇ ରହେ । ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଡି.ଏସ୍.ଡ଼ି.ପି.)କୁ କୃଷିର ଅବଦାନ ହେଉଛି ୧୬ ପ୍ରତିଶତ । ସମୁଦାୟ କର୍ମଶକ୍ତିର ୬୫ ପ୍ରତିଶତ ନିଯୁକ୍ତି / ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାଆନ୍ତି । ରାଜ୍ୟରେ ହାରାହାରି ଜମିର ଆକାର ହେଉଛି ୧.୨୫ ହେକ୍ଟର । ମୋଟ ଚାଷୀ ସଂଖ୍ୟାର ୮୩ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ । ମୃତ୍ତିକାର ଗଠନ, ଆର୍ଦ୍ରତା, ସ୍ଥାନର ଉଚ୍ଚତା, ସ୍ଥଳାକୃତି, ଉଦ୍ଭିଦ, ବୃଷ୍ଟିାତ ଓ ଅନ୍ୟାନ୍ୟ କୃଷି ଜଳବାୟୁ ଭିତ୍ତିରେ ରାଜ୍ୟକୁ ୧୦ ଗୋଟି କୃଷି ଜଳବାୟୁ ମଣ୍ଡଳରେ ବିଭକ୍ତ କରାଯାଇଛି । ରାଜ୍ୟରେ ହାରାହାରି ବୃଷ୍ଟିାତ ହେଉଛି ୧୪୫୨ ମି.ମି., ଯାହାର ୮୦ ପ୍ରତିଶତ ମୌସୁମୀ ଋତୁ (ଜୁନ୍-ସେପ୍ଟେମ୍ବର)ରେ ସୀମିତ । ସୃଷ୍ଟି କରାଯାଇଥିବା ମୋଟ ସମ୍ଭାବ୍ୟ ଖରିଫ୍ ଜଳସେଚନ ହେଉଛି ୩୦.୮୯ ଲକ୍ଷ ହେକ୍ଟର ଓ ରବି ଜଳସେଚନ ହେଉଛି ୧୫.୦୧ ଲକ୍ଷ ହେକ୍ଟର । ଧାନ ରାଜ୍ୟର ମୁଖ୍ୟ ଫସଲ ଅଟେ । ରାଜ୍ୟରେ ୨୦୧୨-୧୩ ବର୍ଷରେ ଅଟକଳ କରାଯାଇଥିବା ମୋଟ ଚାଉଳ ଉତ୍ପାଦନ ହେଉଛି ୯୪.୨୯ ଲକ୍ଷ ଟନ୍ । ଏହା ରାଜ୍ୟରେ ଏପର୍ଯ୍ୟନ୍ତ ସର୍ବାଧିକ । ଅତୀତରେ ଅଧିକ ଉତ୍ପାଦନ ରେକର୍ଡ଼ ଥିବା ୨୦୦୭-୦୮ ବର୍ଷରେ ଏହା ହେଉଛି ୭୬.୫୫ ଲକ୍ଷ ଟନ୍ । ଓଡ଼ିଶାରେ କୃଷିର ଉତ୍ପାଦକତା କମ୍ ହେବାର ବହୁତ ଗୁଡ଼ିଏ କାରଣ ରହିଛି । ଏଗୁଡ଼ିକ ହେଲା, ସମସ୍ୟା ବହୁଳ ମାଟି (ଅମ୍ଳୀୟ, ଲୁଣି ଓ ଜଳମଗ୍ନତା), ନିଶ୍ଚିତ ଜଳସେଚନର ଅଭାବ, ସ୍ୱଳ୍ପ ବିହନ ପ୍ରତିବଦଳ ହାର, ସ୍ୱଳ୍ପ ସାର ବ୍ୟବହାର (ଜାତୀୟ ହାର ହେକ୍ଟର ପ୍ରତି ୧୪୦ କି.ଗ୍ରା. ତୁଳନାରେ ରାଜ୍ୟର ହାର ହେକ୍ଟର ପ୍ରତି ୬୩ କି.ଗ୍ରା.), ନିମ୍ନ ହାରରେ ଯାନ୍ତ୍ରିକୀକରଣ ଇତ୍ୟାଦି । ସମ୍ଭାବ୍ୟ ଅମଳ ଓ ଜ୍ଞାନକୌଶଳ ପ୍ରସାରଣରେ ରହିଥିବା ବ୍ୟବଧାନ ଉତ୍ପାଦନ ଓ ଉତ୍ପାଦକତାର ଆଖିଦୃଶିଆ ବୃଦ୍ଧି ନିମନ୍ତେ ରାଜ୍ୟକୁ ଏକ ଉତ୍ତମ ସୁଯୋଗ ପ୍ରଦାନ କରିଥାଏ । ପାହାଡ଼ିଆ ଅଞ୍ଚଳରେ ଉଦ୍ୟାନକୃଷି ଲୋକପ୍ରିୟ ହେଉଛି । ଉଦ୍ୟାନକୃଷି ବିଶେଷତଃ ପନିରିବା ଚାଷ ଓ ଅଣୁ ଜଳସେଚନରେ ଓଡ଼ିଶାରେ ଯଥେଷ୍ଟ ସମ୍ଭାବନା ରହିଛି । ପିଆଜ ସବୁଠୁ ମୁଖ୍ୟ ଉଦ୍ୟାନକୃଷି ଫସଲ । ତା’ପରକୁ ପନିରିବା ରହିଛି । ବ୍ୟବସାୟିକ ଫୁଲଚାଷ ମଧ୍ୟ ବୃଦ୍ଧି ପାଉଛି । ସମ୍ପ୍ରତି ଗଞ୍ଜାମରେ ପ୍ରତିଷ୍ଠା କରାଯାଇଥିବା ଫୁଲ ଉତ୍ପାଦନକାରୀଙ୍କ ବଜାର ଏହି କ୍ଷେତ୍ର ଅଭିବୃଦ୍ଧିର ପୂର୍ବସୂଚକ । ବ୍ୟବସାୟିକ ଗୋପାଳନ ମଧ୍ୟ ଗୁରୁତ୍ୱ ଲାଭ କରୁଛି । ମଧୁର ଓ ଲୁଣି ମାଛ ଚାଷ, ବିଶେଷତଃ ଚିଙ୍ଗୁଡ଼ି ଚାଷ ଅର୍ଥନୀତିରେ ଏକ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଥାଏ । ଚିଙ୍ଗୁଡ଼ି ଓଡ଼ିଶାର ମୁଖ୍ୟ କୃଷି ରପ୍ତାନୀ ଦ୍ରବ୍ୟ । ଜଳସେଚନ ଓ କୃଷି ସାମଗ୍ରୀ ଅଭାବ, କୃଷକମାନଙ୍କ ଦ୍ୱାରା ସ୍ୱଳ୍ପ ପୁଞ୍ଜିନିବେଶ, ପୁରୁଣା ଚାଷ ପଦ୍ଧତି ଓ ବଜାରର ଅଭାବ ଯୋଗୁ ଓଡ଼ିଶାର ଉତ୍ପାଦକତା ଅପେକ୍ଷାକୃତ କମ୍ ରହିଛି । ଏ ସମସ୍ତ ପରିସରରେ ରାଜ୍ୟ କୃଷିନୀତିର ପ୍ରୟାସ ଯୋଗୁ ଏକ ସକ୍ଷମ ପରିବେଶ ସୃଷ୍ଟି କରାଯିବ ।
ଆଭିମୁଖ୍ୟ
ଏବେ ମଧ୍ୟ ଓଡ଼ିଶାର କୃଷି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଉପରେ ନିର୍ଭର କରିଥାଏ । ପାରମ୍ପରିକ କୃଷି ପଦ୍ଧତି, ସ୍ୱଳ୍ପ ପୁଞ୍ଜି ସୃଷ୍ଟି ଓ ସ୍ୱଳ୍ପ ପୁଞ୍ଜି ନିବେଶ, ଅପର୍ଯ୍ୟାପ୍ତ ଜଳସେଚନ ସୁବିଧା, ନିମ୍ନ ଜଳ ବିନିଯୋଗ ଦକ୍ଷତା, କ୍ଷୁଦ୍ର ଜମି ଆକାର ଯୋଗୁ କୃଷିରେ ସ୍ୱଳ୍ପ ଉତ୍ପାଦକତା ପରିଲକ୍ଷିତ ହୋଇଥାଏ । ସାମ୍ପ୍ରତିକ ପରିସ୍ଥିତିରେ କୃଷି ଉନ୍ନୟନ ଯୋଜନା ସାମଗ୍ରିକ, ସ୍ପଷ୍ଟ ସଂଜ୍ଞା ନିରୂଣ କରିବା ଓ କୃଷକ ସମାଜର ହିତସାଧନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଏହି ପୃଷ୍ଠଭୂମିରେ କୃଷି ନୀତି ପ୍ରସ୍ତୁତ କରାଯାଇଛି ଯାହାକି ଭବିଷ୍ୟତବାଦୀ, ଦେଖାଦେଉଥିବା ସମସ୍ୟା ସମାଧାନ ପାଇଁ ନମନୀୟ ହେବ, ସମ୍ଭାବ୍ୟ ଉନ୍ନୟନର ମାର୍ଗ ଚିହ୍ନଟ କରିବ ଓ କୃଷିର ବିକାଶ ପାଇଁ ଏକ ସ୍ପଷ୍ଟ କାର୍ଯ୍ୟସୂଚୀ ବହନ କରିବ । ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ ଗୁଡ଼ିକ ହେଲା :
- ବର୍ତ୍ତମାନର ଜୀବନଧାରଣ କୃଷିକୁ ଏକ ଲାଭଜନକ ବ୍ୟବସାୟିକ କୃଷିରେ ପରିଣତ କରିବା ।
- ଚିରପୋଷ୍ୟମାନ କୃଷି ବିକାଶକୁ ପ୍ରୋତ୍ସାହିତ କରିବ ।
- ବିହନ ପ୍ରତିବଦଳ ହାର ବୃଦ୍ଧି, ଗୁଣାତ୍ମକ ଚାରା ଉପଲବ୍ଧତା, ସମନ୍ୱିତ ଖାଦ୍ୟସାର ପରିଚାଳନା, ସମନ୍ୱିତ ରୋଗପୋକ ପରିଚାଳନା, ଜଳ ପରିଚାଳନା, କୃଷି ଯାନ୍ତ୍ରିକୀକରଣ ଓ ଜ୍ଞାନକୌଶଳର ପ୍ରସାର ଦ୍ୱାରା ମୁଖ୍ୟ ଫସଲ ଗୁଡ଼ିକର ଉତ୍ପାଦକତା ଅନ୍ତତଃପକ୍ଷେ ଜାତୀୟ ହାର ସହିତ ସମକକ୍ଷ କରିବା ।
- ବିଶେଷତଃ, ଉଚ୍ଚଜମି ଓ ମଧ୍ୟମ କିସମ ଜମିରେ ଫସଲ ବିବିଧତାକୁ ଉତ୍ସାହିତ କରିବ ।
- ଶୁଷ୍କାଞ୍ଚଳ ଉଦ୍ୟାନକୃଷି ସମେତ ଉଦ୍ୟାନ ଫସଲ ଚାଷ ଉପରେ ଗୁରୁତ୍ୱ ଦେବ ।
- କୃଷକମାନଙ୍କର ଆୟ ବୃଦ୍ଧି ପାଇଁ କୁକୁଡା ପାଳନ, ଗୋପାଳନ ଓ ମତ୍ସ୍ୟ ଉତ୍ପାଦନ ଉପରେ ଗୁରୁତ୍ୱ ।
- ଆଧୁନିକ କୃଷି ପ୍ରଣାଳୀକୁ ଉତ୍ସାହିତ କରିବା ।
- ଜୈବିକ କୃଷି ପାଇଁ ପ୍ରୋତ୍ସାହନ ଦେବା ।
- ଲୋକମାନଙ୍କ ଭାଗିଦାରୀରେ ଜଳ ବ୍ୟବହାର ଦକ୍ଷତା ବୃଦ୍ଧି କରିବା ।
- ଅମଳ ପରବର୍ତ୍ତୀ ପରିଚାଳନା, ବି ଣନ, କୃଷିଜାତ ଦ୍ରବ୍ୟ ପ୍ରକ୍ରିୟାକରଣ ଓ ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତି ଇତ୍ୟାଦି ପାଇଁ ଘରୋଇ, ସରକାରୀ, ଘରୋଇ-ସରକାରୀ ଭାଗିଦାରୀ (ଚଙ୍କଭକ୍ଷସମ ଚକ୍ସସଙ୍ଖବଗ୍ଧର ଚବକ୍ସଗ୍ଧଦ୍ଭରକ୍ସଗ୍ଦଷସକ୍ଟ୍ର) ଦ୍ୱାରା କୃଷିକ୍ଷେତ୍ରରେ (ଜମିରେ ଓ ଜମି ବାହାରେ) ଦୀର୍ଘ ମିଆଦୀ ପୁଞ୍ଜି ନିବେଶ ବୃଦ୍ଧିର ସୁବିଧା କରିବା ।
- ଚୁକ୍ତିଭିତ୍ତିକ ଓ ଏକ ଚକିଆ ଚାଷକୁ ଉତ୍ସାହିତ କରିବା ।
- କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ପାଇଁ ଋଣ ବ୍ୟବସ୍ଥା କରିବା ।
- ରାଜ୍ୟରେ ପ୍ରତିଯୋଗିତା ସୁଯୋଗ ଥିବା କୃଷିଜାତ ଦ୍ରବ୍ୟଗୁଡ଼ିକର ଉପଯୁକ୍ତ ବି ଣନ ସଂଯୋଗର ସୁବିଧା କରିବା ।
- ବଜାର ସୁବିଧା ଓ ବଜାରଭିତ୍ତିକ ସୂଚନାର ଉନ୍ନତିକରଣ ।
- ଜଳ ବିଭାଜିକା ଅଞ୍ଚଳରେ ପ୍ରାକୃତିକ ସମ୍ବଳର ପରିଚାଳନା, ଅଧିକ ଫସଲ ଉତ୍ପାଦନ, କୃଷି ଓ ଅଣକୃଷି ଆୟ ବୃଦ୍ଧି ନିମନ୍ତେ ସମନ୍ୱିତ ଜଳ ବିଭାଜିକା ଉନ୍ନୟନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ।
- ଜରୁରୀ ଆବଶ୍ୟକତା ଅନୁଯାୟୀ ନିୟନ୍ତ୍ରିତ ଆଇନ୍ ଓ ନିଶ୍ଚିତ ଗୁଣାତ୍ମକ କାର୍ଯ୍ୟକ୍ରମ ନିମନ୍ତେ ଉପଯୁକ୍ତ ଅନୁଷ୍ଠାନ / ସୁଯୋଗ ସୃଷ୍ଟି କରିବା ।
- କ୍ଷେତ୍ର ସଂପ୍ରସାରଣ ବ୍ୟବସ୍ଥାର ପୁନର୍ଗଠନ କରି କୃଷି ସଂପ୍ରସାରଣ କଳର ଭୂମିକା ଓ ଦାୟିତ୍ୱର ପୁନଃ ସଂଜ୍ଞା ନିରୂପଣ କରିବା ।
ଆଧାର - କୃଷି ବିଭାଗ , ଓଡିଶା ସରକାର