ହୋମ / କୃଷି / ନୀତି ଓ ଯ଼ୋଜନା / ରାଜ୍ୟ କୃଷି ନୀତି ୨୦୧୩ / ରାଜ୍ୟ କୃଷି ନୀତି ୨୦୧୩ (ଉଦ୍ୟାନକୃଷି)
ସେଆର କରନ୍ତୁ

ରାଜ୍ୟ କୃଷି ନୀତି ୨୦୧୩ (ଉଦ୍ୟାନକୃଷି)

ରାଜ୍ୟ କୃଷି ନୀତି ୨୦୧୩ ଅନୁଯାୟୀ ଉଦ୍ୟାନକୃଷି ସମ୍ବନ୍ଧିତ ତଥ୍ୟ ।

ଉଦ୍ୟାନକୃଷି

ରାଜ୍ୟ କୃଷି ନୀତି ୨୦୧୩ (ଉଦ୍ୟାନକୃଷି)ଉଦ୍ୟାନକୃଷିର ବିକାଶ ପାଇଁ ଓଡ଼ିଶାରେ କୃଷି ଜଳବାୟୁ ଅତ୍ୟନ୍ତ ଅନୁକୂଳ । ଏପରିକି ଶୁଷ୍କାଞ୍ଚଳରେ ମଧ୍ୟ ଉଦ୍ୟାନକୃଷି ମାଧ୍ୟମରେ ଚାଷୀମାନଙ୍କର ଆର୍ଥିକ ପରିସ୍ଥିତିରେ ଉନ୍ନତି କରାଯିବା ପାଇଁ ଯଥେଷ୍ଟ ସୁଯୋଗ ରହିଛି ।

ଯେହେତୁ ଉଦ୍ୟାନ ଫସଲରୁ ହେକ୍ଟର ପ୍ରତି ଖାଦ୍ୟଶସ୍ୟ ଓ ଡାଲିଜାତୀୟ ଫସଲ ଅପେକ୍ଷା ଅଧିକ ଆୟ ମିଳିଥାଏ, ରାଜ୍ୟରେ ଏ ପ୍ରକାର ଫସଲ ଚାଷ ପାଇଁ ଥିବା ସମ୍ଭାବନାକୁ କ୍ଷେତ୍ର କ୍ଷମତା ମାଧ୍ୟମରେ ହାସଲ କରାଯିବ ।

ଉପଯୁକ୍ତ ଫସଲ ପର୍ଯ୍ୟାୟ ଓ ଉପଯୁକ୍ତ ପ୍ରୋତ୍ସାହନ ନୀତି ପ୍ରଣୟନ ଦ୍ୱାରା ଉଦ୍ୟାନ ଫସଲ ଚାଷ ଜମିର ଆୟତନ ଦ୍ୱିଗୁଣିତ କରାଯାଇ ପାରିବ । ଶୁଷ୍କାଞ୍ଚଳ ଉଦ୍ୟାନ କୃଷି ଦ୍ୱାରା ଚାଷୀମାନଙ୍କୁ ଅତିରିକ୍ତ ରୋଜଗାର ପାଇଁ ଉତ୍ସାହିତ କରାଯିବ ।

ଉଦ୍ୟାନ କୃଷି ଦ୍ୱାରା ଚାଷୀମାନଙ୍କୁ ଅତିରିକ୍ତ ରୋଜଗାର

  • ରାଜ୍ୟ କୃଷି ନୀତି ୨୦୧୩ (ଉଦ୍ୟାନକୃଷି)ଅଧିକାଂଶ ଉଦ୍ୟାନ ଫସଲ ପଚନଶୀଳ ହୋଇଥିବାରୁ କୃଷକମାନଙ୍କୁ ଅଧିକ ଲାଭ ମିଳିବା ପାଇଁ ସାଇତା ସହ ପ୍ରକ୍ରିୟାକରଣ ଓ ବିଣନ ସୁବିଧା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ଆବଶ୍ୟକ । ସେଥିାଇଁ ଏସବୁ ଫସଲର ବିଚ୍ଛୁରିତ ଭାବେ ଚାଷୀମାନଙ୍କ ଦ୍ୱାରା ଚାଷ କରା ନ ଯାଇ ଅଧିକ ପରିମିତ ଜମିରେ ଚାଷ କରାଯିବା ଆବଶ୍ୟକ । ଏଥିାଇଁ ଏକ ଚକିଆ ଚାଷ ଉପରେ ଗୁରୁତ୍ୱ ଦିଆଯିବ । ଏହାଦ୍ୱାରା ପ୍ରକ୍ରିୟାକରଣ ତଥା ବିଣନ ବ୍ୟବସ୍ଥା ପାଇଁ ଯଥେଷ୍ଟ ସୁବିଧା ମିଳିାରିବ ।
  • ଉଦ୍ୟାନ ଫସଲ ଚୁକ୍ତିଭିତ୍ତିକ ଚାଷ ପାଇଁ ଉପଯୁକ୍ତ ଅଟେ । ଏଥିପାଇଁ ଉଦ୍ୟାନ ଫସଲ ଚାଷ କରୁଥିବା ଚାଷୀଙ୍କ ସହିତ ବିଣନ ଚୁକ୍ତି କରିବା ପାଇଁ ସରକାର ଘରୋଇ ଉଦ୍ୟୋଗ ଓ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀମାନଙ୍କୁ ଆନ୍ତରିକ ଭାବେ ଉତ୍ସାହିତ କରାଇବେ ।
  • ରାଜ୍ୟରେ ଯଥେଷ୍ଟ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ସୁବିଧା ନ ଥିବା ହିଁ ଉଦ୍ୟାନ ଫସଲ ଉନ୍ନୟନ କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ । ରାଜ୍ୟ ସରକାର ଶୀତଳଭଣ୍ଡାର ନିର୍ମାଣ ପାଇଁ ରିହାତି ପ୍ରଦାନ ସହ ଅନ୍ୟାନ୍ୟ ପ୍ରୋତ୍ସାହନ ଯୋଗାଇ ଦେବେ ।
  • କଳ କାରଖାନା ଓ ବାଣିଜ୍ୟିକ ଶୁଳ୍କ ଅପେକ୍ଷା ଶୀତଳଭଣ୍ଡାର ପାଇଁ (କୃଷି ଶିଳ୍ପ ଖାଉଟି) ବ୍ୟବହୃତ ବିଦୁ୍ୟତ୍ ଶୁଳ୍କର ସ୍ୱତନ୍ତ୍ର ଦର ନିର୍ଦ୍ଧାରଣ କରାଯିବ ।
  • ରାଜ୍ୟରେ ଉଦ୍ୟାନ କୃଷିର ପ୍ରସାର ପାଇଁ ଯଥେଷ୍ଟ ପରିମାଣର ଉନ୍ନତ ଚାରା ଓ ବିହନ ଉତ୍ପାଦନ କରିବା ହେଉଛି ପ୍ରାଥମିକ ଆବଶ୍ୟକତା । ଉନ୍ନତ ମାନର ଚାରା ଉତ୍ପାଦନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଆଦର୍ଶ ନର୍ସରୀ ଓ ପ୍ରତ୍ୟେକ ବ୍ଲକ୍ରେ ଗୋଟିଏ ଆଦର୍ଶ କ୍ଷୁଦ୍ର ନର୍ସରୀ ସ୍ଥାପନ କରାଯିବ । ରାଜ୍ୟରେ ଥିବା ଉଦ୍ୟାନକୃଷି ଫାର୍ମଗୁଡ଼ିକରେ ବୃହତ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଘରୋଇ ଉଦ୍ୟୋଗୀମାନଙ୍କୁ ଉପଯୁକ୍ତ ମୂଲ୍ୟରେ ଲିଜ୍ ସୂତ୍ରରେ ଦିଆଯିବ । ଏଥିରେ ସେମାନେ ଆଧୁନିକ ଜ୍ଞାନ କୌଶଳ ଓ ଜୈବ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ରାଜ୍ୟ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଚାରା ଉତ୍ପାଦନ କରିାରିବେ । ଏହିଭଳି ବୃହତ୍ ଚାରା ଉତ୍ପାଦନ କେନ୍ଦ୍ର ଘରୋଇ ଓ ସରକାରୀ ଭାଗିଦାରୀରେ ମଧ୍ୟ ସ୍ଥାପନ କରାଯାଇ ପାରିବ । ଏ ସବୁ କେନ୍ଦ୍ରରେ ଚାଷୀମାନଙ୍କୁ ଉଦ୍ୟାନ ଫସଲର ଚାଷ ପ୍ରଣାଳୀ ଓ ଅମଳ ପରବର୍ତ୍ତୀ ପରିଚାଳନା ସମ୍ବନ୍ଧୀୟ ତାଲିମ ଦିଆଯିବ ।
  • ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଶୀତଳଭଣ୍ଡାର ଓ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଆଗ୍ରହୀ ଘରୋଇ ଉଦ୍ୟୋଗୀମାନଙ୍କୁ ଜମି ଖର୍ଚ୍ଚ ବ୍ୟତୀତ ସମସ୍ତ ପୁଞ୍ଜି ନିବେଶ ଉପରେ ଶତକଡ଼ା ୬୦ ଭାଗ ରିହାତି ପ୍ରଦାନ କରାଯାଇ ପ୍ରୋତ୍ସାହିତ କରାଯିବ ।
  • ସହରାଞ୍ଚଳରେ ଘରୋଇ ବଗିଚା ଓ ନର୍ସରୀକୁ ପ୍ରୋତ୍ସାହିତ କରାଯିବ । ରାସ୍ତା କଡ଼ରେ ବୃକ୍ଷରୋପଣ ସହ ସବୁଜିମା ସୃଷ୍ଟି କରିବା ପୌରାଞ୍ଚଳ ସ୍ୱାୟତ୍ତ ସଂସ୍ଥାର ମୁଖ୍ୟ ଆଭିମୁଖ୍ୟ ହେବ।
  • ବିଭିନ୍ନ ଯୋଜନାର ଭିନ୍ନ ଭିନ୍ନ ଉପାଦାନର ମୂଲ୍ୟ ଉପରେ କେନ୍ଦ୍ରୀୟ ସହାୟତା ମିଳିବ ଏବଂ ଆବଶ୍ୟକ ସ୍ଥଳେ ଏହାର ପରିବର୍ତ୍ତନ ମଧ୍ୟ କରାଯିବ ।

ଫୁଲ ଚାଷ

ରାଜ୍ୟ କୃଷି ନୀତି ୨୦୧୩ (ଉଦ୍ୟାନକୃଷି)ଓଡ଼ିଶାର ମୃତ୍ତିକା ଓ ଜଳବାୟୁ ଗୋଲାପ, ରଜନୀଗନ୍ଧା, ଗେଣ୍ଡୁ ଓ ଗ୍ଲାଡିଓଲସ୍ ଫୁଲ ଚାଷ ପାଇଁ ପ୍ରକୃଷ୍ଟ ଅଟେ । ରାଜ୍ୟରେ ଫୁଲର ଚାହିଦା ଖୁବ୍ ଦ୍ରୁତ ଗତିରେ ବଢ଼ି ଚାଲିଛି । ଯଦିଓ ଫୁଲ ଚାଷ ରାଜ୍ୟରେ ପ୍ରାରମ୍ଭିକ ଅବସ୍ଥାରେ ଅଛି ଅଧିକ ପରିମିତ ଜମିରେ ଏହି ଚାଷ କରିବା ପାଇଁ ଚାଷୀମାନଙ୍କର ଆଗ୍ରହ ପ୍ରକାଶ ପାଉଛି । ଯଦିଓ ରାଜ୍ୟରେ ଫୁଲ ଚାଷ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି, ବିକ୍ରି ପାଇଁ ବଜାରର ଅସୁବିଧା ଥିବାରୁ ଚାଷୀମାନେ ଏ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । କ୍ଷୁଦ୍ର ଫୁଲ ଉତ୍ପାଦନକାରୀଙ୍କ ପାଖରେ ଫୁଲ ଚାଷର ଆଧୁନିକ ଜ୍ଞାନ କୌଶଳ ଓ ଫୁଲର ବଜାର ଦର ସୂଚନା ଉପଲବ୍ଧ ହୋଇ ପାରୁନାହିଁ ।

ଏଥି ନିମନ୍ତେ ଫୁଲ ଉତ୍ପାଦନକାରୀ ଚାଷୀମାନଙ୍କର ପାଇଁ ସମବାୟ ସଂସ୍ଥା ଓ ପାଇକାରୀ ବଜାରର ବ୍ୟବସ୍ଥା କରାଯିବ । ଉପଯୁକ୍ତ ଆଗୁଆ ସଂଯୋଗୀକରଣ ଦ୍ୱାରା ଫୁଲଚାଷକୁ ଚୁକ୍ତିଭିତ୍ତିକ କରାଯିବା ପାଇଁ ଉତ୍ସାହିତ କରାଯିବ । ଫୁଲ ଚାଷ ସହିତ ବିକ୍ରିବଟା ଓ ଅନ୍ୟାନ୍ୟ ଅମଳ ପରବର୍ତ୍ତୀ ପରିଚାଳନା ପାଇଁ ଆବଶ୍ୟକୀୟ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ ।

କାଜୁ

ରାଜ୍ୟ କୃଷି ନୀତି ୨୦୧୩ (ଉଦ୍ୟାନକୃଷି)କାଜୁ ରାଜ୍ୟରେ ଚାଷ କରାଯାଉଥିବା ଏକ ମୁଖ୍ୟ ଅର୍ଥକରୀ ଫସଲ । ମହାରାଷ୍ଟ୍ର ଓ ଆନ୍ଧ୍ର୍ରଦେଶ ପରେ ଓଡ଼ିଶା ହେଉଛି ଦେଶର ତୃତୀୟ ବୃହତ୍ତମ କାଜୁ ଉତ୍ପାଦନକାରୀ ରାଜ୍ୟ ।

ବର୍ତ୍ତମାନ ରାଜ୍ୟରେ ୧,୫୦,୦୦୦ ହେକ୍ଟର ଜମିରେ କାଜୁ ଚାଷ କରାଯାଇ ୯୦,୦୦୦ ମେଟ୍ରିକ୍ ଟନ୍ କାଜୁ ଉତ୍ପାଦନ ହେଉଛି । ଯଦିଓ ରାଜ୍ୟର ହାରାହାରି ଉତ୍ପାଦକତା ଜାତୀୟ ହାର ଠାରୁ ଅଧିକ, ଏହାକୁ ଆହୁରି ବଢ଼ାଇବା ପାଇଁ ଯଥେଷ୍ଟ ସୁଯୋଗ ରହିଛି ।

ରାଜ୍ୟରେ ଥିବା ସମୁଦାୟ କାଜୁର ୪୦ ପ୍ରତିଶତ ହେଉଛି ପୁରୁଣା, ଅଣ ଅର୍ଥ ପ୍ରଦାନକାରୀ ଓ ଗଛ ଗୁଡ଼ିକ ଦେଶୀ କିସମର । ଏକ ନିର୍ଦ୍ଧିଷ୍ଟ ସମୟ ଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ସମସ୍ତ ବୟସାଧିକ, ପୁରୁଣା ଲାଭପ୍ରଦ ହେଉନଥିବା ଗଛଗୁଡ଼ିକୁ ଉଠାଇ ସେ ଯାଗାରେ ଅଧିକ ଅମଳକ୍ଷମ କିସମର ନୂତନ ଚାରା ଲଗା ଯିବାର ବ୍ୟବସ୍ଥା କରାଯିବ । ରାଜ୍ୟରେ କାଜୁର ପ୍ରକ୍ରିୟାକରଣ ପାଇଁ ମଧ୍ୟ ପ୍ରାଧାନ୍ୟ ଦିଆଯିବ ।

ନଡ଼ିଆ

ରାଜ୍ୟ କୃଷି ନୀତି ୨୦୧୩ (ଉଦ୍ୟାନକୃଷି)ଦକ୍ଷିଣ ଭାରତର ଚାରୋଟି ରାଜ୍ୟ ପରେ ଓଡ଼ିଶା ହେଉଛି ଦେଶର ପଞ୍ଚମ ବୃହତ୍ତମ ନଡ଼ିଆ ଉତ୍ପାଦନକାରୀ ରାଜ୍ୟ । ରାଜ୍ୟରେ ନଡ଼ିଆର ଉତ୍ପାଦକତା, ଜାତୀୟ ଉତ୍ପାଦକତା ହାର ଠାରୁ ଯଥେଷ୍ଟ କମ୍ । ଏହାର ମୁଖ୍ୟ କାରଣ ହେଲା ରାଜ୍ୟରେ ବୟସାଧିକ ଓ ପୁରୁଣା ନଡ଼ିଆ ଗଛ ରହିଛି ।

ଏକ ନିର୍ଦ୍ଧିଷ୍ଟ ସମୟଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଏଭଳି ପୁରୁଣା ଗଛ ବଦଳରେ ଅଧିକ ଅମଳକ୍ଷମ ନଡ଼ିଆ ଗଛ ଲଗାଯିବ । ଏତଦ୍ ବ୍ୟତୀତ ଭଲ ନଡ଼ିଆ ଗଛ ହେଉଥିବା ଅଞ୍ଚଳରେ ଅଧିକ ଜମିରେ ନଡ଼ିଆ ଗଛ ଚାଷ କରାଯିବ ଓ ଅଧିକ ଲାଭପ୍ରଦ ସଂକର କିସମ ସବୁକୁ ସଠିକ୍ ପ୍ରଣାଳୀରେ ଲଗାଯିବାର ବ୍ୟବସ୍ଥା କରାଯିବ ।

ଆଧାର - କୃଷି ବିଭାଗ , ଓଡିଶା ସରକାର

2.875
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top