ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରାଥମିକ ସମବାୟ ଋଣ ସମିତି ଗୁଡ଼ିକର ନେଟ୍ୱାର୍କ ବୃଦ୍ଧି କରାଯିବ । ଆଦିବାସୀ ଲୋକଙ୍କ ପାଇଁ କୃଷିଋଣ ସହଜରେ ଉପଲବ୍ଧ ହୋଇପାରିବ । ଏହାଦ୍ୱାରା ଆଦିବାସୀ ଅଞ୍ଚଳରେ ତୃଣମୂଳସ୍ତରୀୟ ସମବାୟ ଋଣ ସମିତିଗୁଡ଼ିକୁ କୃଷକଙ୍କ ନିକଟକୁ ନିଆଯାଇପାରିବ । ଏଥିାଇଁ ବର୍ତ୍ତମାନ ଲ୍ୟାମ୍ପରେ ଥିବା ବିଭିନ୍ନ ଗ୍ରାମ ପଞ୍ଚାୟତରେ ଲୋକସଂଖ୍ୟା, ବିଭିନ୍ନ ବ୍ଲକ୍/ ଲ୍ୟାମ୍ପ ଗୁଡ଼ିକର କୃଷି ପରିବାର ସଂଖ୍ୟା ଓ ସଂଯୋଗ ସ୍ଥିତିକୁ ବିବେଚନା କରାଯିବ । କୃଷକମାନଙ୍କୁ ସେମାନଙ୍କ କୃଷିକାର୍ଯ୍ୟ ପାଇଁ ବ୍ୟାଙ୍କ ପଦ୍ଧତିରେ ପର୍ଯ୍ୟାପ୍ତ ପରିମାଣର ଋଣ ଉପଯୁକ୍ତ ସମୟରେ ଯୋଗାଇ ଦେବା ହେଉଛି କିଷାନ କ୍ରେଡ଼ିଟ୍ କାର୍ଡ଼ର ଉଦ୍ଦେଶ୍ୟ । ଏହାଦ୍ୱାରା କୃଷକମାନେ ସ୍ୱଳ୍ପ ଖର୍ଚ୍ଚରେ ଓ ସୁବିଧାରେ ଋଣ ପାଇ ପାରନ୍ତି । କୃଷକମାନେ ଏହି କାର୍ଡ଼ ବ୍ୟବହାର କରି ବିହନ, ସାର, କୀଟନାଶକ ଆଦି କୃଷି ସାମଗ୍ରୀ କ୍ରୟ କରନ୍ତି ଓ ସେମାନଙ୍କ ଉତ୍ପାଦନ ଆବଶ୍ୟକତା ମେଣ୍ଟାଇବା ପାଇଁ ଟଙ୍କା ଉଠାଇଥାନ୍ତି । ରାଜ୍ୟରେ ସମସ୍ତ କୃଷି ପରିବାର ଆନୁଷ୍ଟାନିକ ଋଣ ସୁବିଧା ପାଇ ନଥାନ୍ତି । ଏମାନଙ୍କ ମଧ୍ୟରୁ ଯୋଗ୍ୟ କୃଷକଙ୍କୁ ଦୁଇ ବର୍ଷ ମଧ୍ୟରେ କିଷାନ କ୍ରେଡ଼ିଟ କାର୍ଡ଼ ଯୋଗାଇ ଦିଆଯାଇ ସମବାୟ ଋଣ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯିବ । ଗ୍ରାମସ୍ତରରେ କୃଷକମାନଙ୍କୁ ଋଣ ଯୋଗାଇ ଦେବା ପାଇଁ ସମବାୟ ସମିତି ଗୁଡ଼ିକୁ ପୁନରୁଦ୍ଧାର କରାଯାଉଛି ।
ପ୍ରତ୍ୟେକ କୃଷି ପରିବାରକୁ ବିବିଧ ଉଦ୍ଦେଶ୍ୟ ରେ ମ୍ୟାଗ୍ନେଟିକ୍ କିଷାନ କ୍ରେଡ଼ିଟ୍ କାର୍ଡ଼ ଏ.ଟି.ଏମ୍. କାର୍ଡ଼ ଭଳି କାମ ଦେବ । ଏହାଦ୍ୱାରା କୃଷକମାନଙ୍କୁ ଫସଲ ଋଣ ପାଇବା ପାଇଁ ପ୍ରତି ଋତୁରେ ବ୍ୟାଙ୍କକୁ ଯିବାକୁ ପଡ଼ିବ ନାହିଁ । ଏହି କାର୍ଡ଼ ମଧ୍ୟ ଧାନ କ୍ରୟ କେନ୍ଦ୍ର ପାଇଁ ଚିହ୍ନଟ କାର୍ଡ଼ ଭଳି କାମ ଦେବ । ଏ ସମସ୍ତ ଧାନ କ୍ରୟ କେନ୍ଦ୍ରର ଗୋଟିଏ ପିଓଏସ୍ ଯନ୍ତ୍ର ରହିବ, ଯେଉଁଥିରେ କିଷାନ କ୍ରେଡ଼ିଟ୍ କାର୍ଡ଼ ବ୍ୟବହାର କରି କୃଷକଙ୍କ ପରିଚୟ ଜାଣି ହେବ । ସମୟକ୍ରମେ ସାର ଓ ଅନ୍ୟ ରିହାତି ଗୁଡ଼ିକର ପ୍ରତ୍ୟକ୍ଷ ହସ୍ତାନ୍ତର ପାଇଁ କୃଷକମାନଙ୍କୁ ଚିହ୍ନଟ କରାଯିବ । ସମବାୟ ବ୍ୟାଙ୍କର କିଷାନ କ୍ରେଡ଼ିଟ୍ କାର୍ଡ଼ ପାଇଁ ଯେଉଁ ହାରରେ ନାବାର୍ଡ଼କୁ ଟଙ୍କା ପ୍ରଦାନ କରାଯାଏ, ସେହି ହାରରେ କାର୍ଡ଼ର ମୂଲ୍ୟ ବ୍ୟବସାୟିକ ବ୍ୟାଙ୍କକୁ ପ୍ରଦାନ କରାଯିବ ।
ଓଡ଼ିଶା ସରକାର କୃଷକମାନଙ୍କୁ ସମବାୟ ବ୍ୟାଙ୍କ୍ ମାଧ୍ୟମରେ କମ୍ ସୁଧ ହାରରେ କୃଷି ଋଣ ଯୋଗାଇଛନ୍ତି । କୃଷକ ମାନଙ୍କୁ ୫% ସୁଧ ହାରରେ ଫସଲ ଋଣ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବ୍ୟାଙ୍କ ଗୁଡ଼ିକୁ ସୁଧ ଉପରେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ।
ଆଧାର - କୃଷି ବିଭାଗ , ଓଡିଶା ସରକାର
Last Modified : 1/28/2020