କୃଷି ବିପଣନ କୌଣସି ବ୍ୟକ୍ତି କିମ୍ବା କମ୍ପାନୀ କିମ୍ବା ସମବାୟ ସମିତି ଦ୍ୱାରା “ଘରୋଇ ବଜାର ସ୍ଥାପନ ଓ ଚୁକ୍ତିଭିତ୍ତିକ କୃଷି” କରିବା ନିମନ୍ତେ ୨୦୦୬ ଜୁନ୍ ମାସରେ ଓଡ଼ିଶା କୃଷି ଉତ୍ପାଦ ବିଣନ ଆଇନ୍କୁ ସଂଶୋଧିତ କରାଯାଇଛି । ୧୯୫୮ ମସିହାର ଓ.ଏ.ପି.ଏମ୍. ନିୟମ ଅନୁସାରେ ଓ.ଏ.ପି.ଏମ୍. (ସଂଶୋଧନ) ନିୟମ, ୨୦୦୬କୁ ମଧ୍ୟ ସଂଶୋଧନ କରାଯାଇଛି । କୃଷି ବିଣନ ପାଇଁ ଆଇନ୍ଗତ ଆଧାରର ସଂସ୍କାର ଦ୍ୱାରା କୃଷି ବ୍ୟବସାୟରେ ଘରୋଇ କ୍ଷେତ୍ରର ପୁଞ୍ଜି ନିବେଶ ହେବ ଓ ଚୁକ୍ତିଭିତ୍ତିକ କୃଷି ପାଇଁ ଅନୁମତି ମିଳିବ । ଏହା ଦ୍ୱାରା ରାଜ୍ୟ କୃଷକମାନେ ବିଶେଷ ଭାବେ ଉପକୃତ ହେବେ । ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ଗଞ୍ଜାମ ଓ ଗଜପତି ଜିଲ୍ଲାରେ କପା ଫସଲର ଚୁକ୍ତିଭିତ୍ତିକ ଚାଷ ଆରମ୍ଭ ହୋଇସାରିଛି । ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ତୈଳବୀଜରେ ଚୁକ୍ତିଭିତ୍ତିକ ଚାଷ ଆରମ୍ଭ ହୋଇଛି । ଅନ୍ୟ ଫସଲ ନିମନ୍ତେ ଏହାକୁ ସମ୍ପ୍ରସାରିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଫେଡ଼େରେସନ୍ ମାଧ୍ୟମରେ ନିର୍ଦ୍ଧିଷ୍ଟ ଦ୍ରବ୍ୟ ପାଇଁ ଉପଯୁକ୍ତ ବଜାର ସଂଯୋଗ ନିମନ୍ତେ ଗ୍ରାମୀଣ ଉତ୍ପାଦନକାରୀ ସଂଗଠନ ଗଠନ କରାଯିବ । ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଓ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ତୁଳାଭିଣା ଓ ଗାଙଋିଚାପା କେନ୍ଦ୍ର ସମେତ ଦୁଇଟି ଅତ୍ୟାଧୁନିକ ସମନ୍ୱିତ କପା ବଜାର ସ୍ଥାପନ କରୁଛନ୍ତି । ରାଜ୍ୟ ସରକାର ସମ୍ପ୍ରତି ଥିବା ଅନ୍ୟ କପା ମଣ୍ଡିଗୁଡ଼ିକୁ ଉନ୍ନତ କରିବେ । ଏହାଦ୍ୱାରା କୃଷକମାନେ ସେମାନଙ୍କ ଉତ୍ପାଦକୁ ଅଧିକ ମୂଲ୍ୟରେ ବିକ୍ରି କରିବା ପାଇଁ ଭିତ୍ତିଭୂମି ସୁବିଧା ପାଇବେ । ମକା ନବରଙ୍ଗପୁର ଜିଲ୍ଲାର ମୁଖ୍ୟ ଅର୍ଥକରୀ ଫସଲ ଓ ଏହା ଆଦିବାସୀ ଚାଷୀଙ୍କ ଦ୍ୱାରା ବ୍ୟାପକ ଭାବେ ଚାଷ କରାଯାଇଥାଏ । ରାଜ୍ୟ ସରକାର ନବରଙ୍ଗପୁର ଜିଲ୍ଲାର ଉମରକୋଟ ଓ ରାଇଘର ଠାରେ ଆଦିବାସୀ ଚାଷୀଙ୍କ ହିତ ପାଇଁ ଦୁଇଟି ସ୍ୱତନ୍ତ୍ର ମଣ୍ଡି ପ୍ରତ୍ୟେକଟି ପାଇଁ ୧୫୦ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାପନ କରୁଛନ୍ତି । ନିୟମିତ ବଜାର କମିଟି ଅଧୀନରେ ଆସନ୍ତା ତିନି ବର୍ଷ ମଧ୍ୟରେ ଏ ରାଜ୍ୟର ୧୧୮ ଗୋଟି ବଜାର ପ୍ରାଙ୍ଗଣ ନ ଥିବା ବ୍ଳକରେ କୃଷକଙ୍କ ହିତ ପାଇଁ ବଜାର ପ୍ରାଙ୍ଗଣ ସ୍ଥାପନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉତ୍ପାଦନ କେନ୍ଦ୍ରରୁ ବଜାର ପର୍ଯ୍ୟନ୍ତ ଗ୍ରାମୀଣ ରାସ୍ତା ପର୍ଯ୍ୟାୟକ୍ରମେ ନିର୍ମାଣ କରାଯିବ । ଏହାଦ୍ୱାରା କୃଷକଙ୍କ ଉତ୍ପାଦ ବଜାରରେ ପହଞ୍ଜାଇ ପାରିବ । ଉଦ୍ୟାନକୃଷି ଉତ୍ପାଦ ପାଇଁ ବଜାର ସୁବିଧା : ଉଦ୍ୟାନକୃଷିର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ନିକଟ ଭବିଷ୍ୟତରେ ଯଥେଷ୍ଟ ପରିମାଣର ଫଳ, ପନିରିବା ଓ ଫୁଲ ଉତ୍ପାଦନ କରାଯିବ । ଅମଳ ପରବର୍ତ୍ତୀ ପରିଚାଳନା ଓ ବିଣନର ଭିତ୍ତିଭୂମି ସୃଷ୍ଟି ହୋଇପାରିଲେ ଅଧିକ ଉତ୍ପାଦନର ଧାରାବାହିକତା ରହିାରିବ । ବର୍ତ୍ତମାନର ବିଣନ ପଦ୍ଧତି ହେଉଛି ଖୁବ୍ ଦୀର୍ଘ । ଏଥିରେ ଭଗ୍ନାଂଶ ଯୋଗାଣ ଶୃଙ୍ଖଳ ରହିଛି ଓ ଅଧିକ ନଷ୍ଟ ହୋଇଯାଉଛି । ସେହି ପଦ୍ଧତିରେ ଖାଉଟି ଦେଉଥିବା ମୂଲ୍ୟରୁ ଉତ୍ପାଦନକାରୀ ବେଶୀ ଅଂଶ ପାଉନାହିଁ । ଉତ୍ପାଦଗୁଡ଼ିକରେ ଗୁଣାତ୍ମକ ଓ ସ୍ୱାସ୍ଥ୍ୟ ଦୃଷ୍ଟିରୁ କିଛି ଅଭାବ ପରିଲକ୍ଷିତ ହୋଇଥାଏ । ଏଥିାଇଁ ଏକ ବିକଳ୍ପ ବଜାର ସ୍ଥିତିର ଆବଶ୍ୟକତା ରହିଛି । ଏହା କୃଷକଙ୍କୁ ସେମାନଙ୍କ ଉତ୍ପାଦର ବିକ୍ରିବଟା ପାଇଁ ବହୁ ସୁଯୋଗ ଦେବ । ଏହି ଉଦ୍ଦେଶ୍ୟ ରେ ପ୍ରାନ୍ତୀୟ ବଜାର ସମ୍ବନ୍ଧରେ ପରିକଳ୍ପନା କରାଯାଇଛି । ପ୍ରାନ୍ତୀୟ ବଜାର ପ୍ରାଙ୍ଗଣ ଚକ୍ରନାଭି (ହବ୍) ଓ ସ୍ପୋକ୍ ଆକାରରେ କାର୍ଯ୍ୟ କରିବ । ପ୍ରାନ୍ତୀୟ ବଜାର (ଚକ୍ରନାଭି) ବହୁ ଗୁଡ଼ିଏ ସଂଗ୍ରହ କେନ୍ଦ୍ର (ସ୍ପୋକ୍) ସହିତ ସଂଯୁକ୍ତ ରହିବ । ତିନି ଗୋଟି ପ୍ରାନ୍ତ୍ରୀୟ ବଜାର ପ୍ରାଙ୍ଗଣ ସ୍ଥାପନ କରାଯିବ । ପ୍ରତ୍ୟେକଟି କଟକ, ସମ୍ବଲପୁର ଓ ବ୍ରହ୍ମପୁରର ନିକଟବର୍ତ୍ତୀ ହେବ । ଏହି ପ୍ରାନ୍ତ୍ରୀୟ ବଜାର ପ୍ରାଙ୍ଗଣ ୬୦-୭୦ କୋଟି ଟଙ୍କା ବ୍ୟୟରେ ୫୦-୬୦ ଏକର ପରିମିତ ସ୍ଥାନରେ ସ୍ଥାପନ କରାଯିବ । ଏହି ପ୍ରାନ୍ତ୍ରୀୟ ବଜାର ପ୍ରାଙ୍ଗଣ ସରକାରୀ-ଘରୋଇ ଭାଗିଦାରୀରେ ସ୍ଥାପନ କରାଯିବ । ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ବି କୃଷକ ବିକ୍ରି କରୁଥିବା ଧାନରୁ ଅଧିକ ମୂଲ୍ୟ ପାଇବା ଦରକାର । ଏଥିାଇଁ ସମସ୍ତ ବଜାର ପ୍ରାଙ୍ଗଣ / ଉପ-ବଜାର ପ୍ରାଙ୍ଗଣ/ ଧାନ କ୍ରୟ କରୁଥିବା ଅସ୍ଥାୟୀ କ୍ରୟ କେନ୍ଦ୍ର ଗୁଡ଼ିକରେ ପରିଷ୍କାର କରିବା ଓ ଶୁଖାଇବା, ବର୍ଗୀକରଣ କରିବା, ଓଜନ କରିବା ଓ ଥଳିରେ ଭର୍ତ୍ତି କରିବା ସୁବିଧା ଯୋଗାଇ ଦିଆଯିବ । ଋଣୀ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ପ୍ରାଥମିକ ସମବାୟ ସମିତି (ପ୍ୟାକ୍ସ/ ଲ୍ୟାମ୍ପସ୍) ଗୁଡ଼ିକ ଏହି ବଜାର/ ଉପ-ବଜାର ପ୍ରାଙ୍ଗଣରେ ପରିଷ୍କାର କରିବା ଓ ଶୁଖାଇବା, ବର୍ଗୀକରଣ କରିବା, ଓଜନ କରିବା ଓ ଥଳୀରେ ଭର୍ତ୍ତି କରିବା ପାଇଁ ପର୍ଯ୍ୟାପ୍ତ ସୁବିଧା ଯୋଗାଇ ଦିଆଯିବ । ଅଧିକ ଅର୍ଥକରୀ ଫସଲ ଉତ୍ପାଦନ ନିମନ୍ତେ ରିହାତି ଅର୍ଥ ପ୍ରଦାନ ଏବଂ ଅନ୍ୟାନ୍ୟ ପ୍ରୋତ୍ସାହନ ବ୍ୟବସ୍ଥା ରହିବ । କୃଷି ଉଦ୍ୟୋଗ ଓ କୃଷି ବ୍ୟବସାୟ ମାଧ୍ୟମରେ କୃଷିର ବ୍ୟବସାୟିକରଣକୁ ତ୍ୱରାନ୍ୱିତ କରିବା ପାଇଁ ସ୍ୱଳ୍ପ ହାର ସୁଧରେ ଆର୍ଥିକ ସହାୟତା ଓ ଅନ୍ୟ ଆର୍କଷଣୀୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଘରୋଇ ବଜାର ଓ ରପ୍ତାନୀ ପାଇଁ ଉତ୍ପାଦ ଗୁଡ଼ିକ ଉତ୍ତମ ଗୁଣମାନର ହେବା ଆବଶ୍ୟକ । ଏଥିାଇଁ ସରକାର ମାନ ନିର୍ଦ୍ଧାରଣ ଓ ପରୀକ୍ଷା ପଦ୍ଧତି ବ୍ୟବସ୍ଥା କରିବେ । ରପ୍ତାନୀ ସମ୍ଭାବନା ଥିବା କୃଷି ଓ ଉଦ୍ୟାନକୃଷି ଉତ୍ପାଦ ଗୁଡ଼ିକ ପାଇଁ ସରକାରୀ-ଘରୋଇ ଭାଗୀଦାରୀରେ କୃଷି ରପ୍ତାନୀ ମଣ୍ଡଳ ସ୍ଥାପନ କରାଯିବ । କୃଷିରେ ବିଶ୍ୱ ବାଣିଜ୍ୟ ସଂଗଠନର ରାଜିନାମା ଅନୁଯାୟୀ ଆମଦାନୀ ଉପରେ ପରିମାଣାତ୍ମକ କଟକଣା ଜାରି କରାଯାଇଛି । ବିଶ୍ୱ ବଜାରରେ ମୂଲ୍ୟ ହ୍ରାସ ବୃଦ୍ଧିର କୁ୍ରଭାବରୁ ଉତ୍ପାଦନକାରୀଙ୍କୁ ସୁରକ୍ଷା ଦେବା ପାଇଁ ଦ୍ରବ୍ୟ ଅନୁଯାୟୀ ରଣନୀତି ଓ ବ୍ୟବସ୍ଥା ଗ୍ରହଣ କରାଯିବ । ରପ୍ତାନୀ ପାଇଁ ପ୍ରୋତ୍ସାହନ ବ୍ୟବସ୍ଥା ମଧ୍ୟ କରାଯିବ । କୃଷକମାନଙ୍କ ସ୍ୱାର୍ଥ ରକ୍ଷା ଲାଗି କୃଷି ନିଦେ୍ର୍ଧଶାଳୟ ଅଧିନରେ ଏକ ରାଜ୍ୟ ସ୍ତରୀୟ ବିଶ୍ୱ ବାଣିଜ୍ୟ ସଂଗଠନ ପ୍ରକୋଷ୍ଠ ସ୍ଥାପନ କରାଯାଇଛି । ଏହି ପ୍ରକୋଷ୍ଠ ବିଶ୍ୱବାଣିଜ୍ୟ ସଂଗଠନ ଅଧ୍ୟୟନ କେନ୍ଦ୍ର, ଆଇ.ଆଇ.ଏଫ୍.ଟି., ନୂଆଦିଲ୍ଲୀ, ଓ ଭୁବନେଶ୍ୱର ଏକ୍ସ. ଆଇ.ଏମ୍.ବି. ସହିତ ଯୋଗାଯୋଗ କରୁଛି । ବିଶ୍ୱ ବାଣିଜ୍ୟ ସଂଗଠନ ଅଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ଯେ ସରକାରୀ ଯୋଜନା ଗୁଡ଼ିକ ଓ ବିଶ୍ୱ ବାଣିଜ୍ୟ ସଂଗଠନ କାର୍ଯ୍ୟ ପଦ୍ଧତି ମଧ୍ୟରେ ଅସଙ୍ଗତି ନାହିଁ । ଏହା ମଧ୍ୟ ଭୌଗୋଳିକ ସୂଚକର ପ୍ରୟୋଗ, ଆମ ଆଇ.ପି.ଆର୍.ର ସୁରକ୍ଷା କରିବା ସହିତ ଆମର ନିଆରା ଉତ୍ପାଦ ପାଇଁ ନୂତନ ବଜାର ଆବିଷ୍କାର କରିବ । ଭୌଗୋଳିକ ସୂଚକ ଅନୁଯାୟୀ ଉତ୍ପାଦଗୁଡ଼ିକ ପ୍ରୋତ୍ସାହିତ କରାଯିବ । ଗୁଣାତ୍ମକ ନିଶ୍ଚିତତା, ଗଣ୍ଠିଲିକରଣ ଓ ମାର୍କା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇ ସୁବିଧା ଯୋଗାଇ ଦିଆଯିବ । ଏହା ଦ୍ୱାରା ଆନ୍ତର୍ଜାତିକ ମାନ / ଢାଞ୍ଚା ଅନୁଯାୟୀ କୃଷି ରପ୍ତାନୀ ବୃଦ୍ଧି ପାଇବ ଓ ଜ୍ଞାନକୌଶଳ ସ୍ୱତ୍ୱକୁ ନିଶ୍ଚିତ କରାଯିବ । ସାରା ରାଜ୍ୟରେ ଫଳପ୍ରଦ ଭାବେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍.ଏସ୍.ଏସ୍.ପି.)ଉପରେ ଗୁରୁତ୍ୱ ଦିଆଯିବ । ଫଳରେ ଉତ୍ପାଦିତ ଦ୍ରବ୍ୟରୁ ଅଧିକ ଲାଭ ପ୍ରାପ୍ତିକୁ ସୁନିଶ୍ଚିତ କରାଯିବ । ଭାରତ ନିର୍ମାଣ, ଏମ୍.ଜି.ଏନ୍.ଆର୍.ଇ.ଜି.ଏ., ବି.ଆର୍.ଜି.ଏଫ୍., ପି.ଏମ୍.ଜି.ଏସ୍.ୱାଇ., ଆର୍.ଜି.ଜି.ଭି.ୱାଇ. ଭଳି ଅନ୍ୟାନ୍ୟ ଗ୍ରାମୀଣ ଭିତ୍ତିଭୂମୀ ବିକାଶ କାର୍ଯ୍ୟକ୍ରମ ସହିତ ଫଳପ୍ରଦ ସଂଯୋଗକୁ ପ୍ରୋତ୍ସାହିତ କରାଯିବ । କୃଷି ନୀତିର କାର୍ଯ୍ୟକାରିତା ରାଜ୍ୟ କୃଷି ନୀତି ଛଅ ମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ । ଏଥିାଇଁ ସରକାର ଉପଯୁକ୍ତ ଓ ଆବଶ୍ୟକୀୟ ନିୟମ ଓ ରିଜୋଲୁ୍ୟସନ୍ ପ୍ରସ୍ତୁତ, ସଂଶୋଧନ କିମ୍ବା ଗୃହୀତ କରିବେ । ଜିଲ୍ଲାସ୍ତରରେ କୃଷକମାନଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରାଯିବ । ଏଥିରେ ଅଂଶଗ୍ରହଣ ଓ ନିମ୍ନରୁ ଉଦ୍ଧ୍ୱର୍ ଯୋଜନା ମାଧ୍ୟମରେ ପଞ୍ଚାୟତିରାଜ ଅନୁଷ୍ଠାନର ସଭ୍ୟ ସମେତ ସମସ୍ତ ଭାଗୀଦାରଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଏହି ଜିଲ୍ଲା କୃଷି ଯୋଜନାକୁ ରାଜ୍ୟ କୃଷି ଯୋଜନା ସହିତ ସମନ୍ୱିତ କରାଯିବ । ରାଜ୍ୟସ୍ତରରେ କୃଷି ବିଭାଗ ଅନ୍ୟାନ୍ୟ ଆନୁଷଙ୍ଗିକ ବିଭାଗ ସହିତ ସମନ୍ୱୟ ସ୍ଥାପନ କରି ଏହି ନୀତି କାର୍ଯ୍ୟକାରୀ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବ । କୃଷି ନୀତିର ଲକ୍ଷ୍ୟ ହେଉଛି ଓଡ଼ିଶାର କୃଷି କ୍ଷେତ୍ରକୁ ପୁନରୁଦ୍ରେକ କରିବା ଓ କୃଷକଙ୍କ ଆର୍ଥିକ ଅବସ୍ଥାର ସ୍ଥାୟୀ ଉନ୍ନତି ସାଧନ କରିବା । ସରକାରଙ୍କ ଆଭିମୁଖ୍ୟର ଏକ ସମନ୍ୱିତ କାର୍ଯ୍ୟକାରିତା ନିଶ୍ଚିତ ଭାବେ ବାର୍ଷିକ ଅଭିବୃଦ୍ଧି ହାର ଲକ୍ଷ୍ୟ ହାସଲ କରି ରାଜ୍ୟର ସମସ୍ତ ନାଗରିକଙ୍କ ପାଇଁ ଖାଦ୍ୟ ଓ ପୁଷ୍ଟି ନିରାପତ୍ତାକୁ ନିଶ୍ଚିତ କରିବା । ରାଜ୍ୟ କୃଷି ନୀତିରେ ଥିବା ରିହାତି ବ୍ୟବସ୍ଥା କ୍ର.ସଂ. ଯୋଜନା ରିହାତି ବ୍ୟବସ୍ଥା ୧ କୃଷି ଉଦ୍ୟୋଗ ପାଇଁ ପୁଞ୍ଜି ନିବେଶ ରିହାତି କୃଷି ଉଦ୍ୟୋଗ ପାଇଁ ପୁଞ୍ଜି ନିବେଶ ରିହାତି ସ୍ଥାୟୀ ପୁଞ୍ଜିର ୪୦% (ଜମି ମୂଲ୍ୟ ବ୍ୟତୀତ) ସର୍ବାଧିକ ୫୦.୦୦ ଲକ୍ଷ ଟଙ୍କା (୫୦% ସର୍ବାଧିକ ୫୦.୦୦ ଲକ୍ଷ ଟଙ୍କା ଅନୁସୂଚିତ ଜାତି / ଜନ ଜାତି / ମହିଳା /କୃଷି ଓ ଆନୁଷଙ୍ଗିକ ବିଷୟର ସ୍ନାତକମାନଙ୍କ ପାଇଁ) ୨ ଘରୋଇ ଉଠାଜଳସେଚନ ପ୍ରକଳ୍ପ (ଜଳନିଧି) କ) ଅଗଭୀର ନଳକୂପ ପ୍ରକଳ୍ପ ଖର୍ଚ୍ଚର ୫୦% ସର୍ବାଧିକ ୨୦,୦୦୦ ଟଙ୍କା । ଗୋଟିଏ ପୁଞ୍ଜରେ ୧୦ଗୋଟି କିମ୍ବା ଅଧିକ ଅଗଭୀର ନଳକୂପ ପାଇଁ ସରକାର ବିଦୁ୍ୟତିକରଣ ବାବଦକୁ ପୁଞ୍ଜ ପ୍ରତି ସର୍ବାଧିକ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ବହନ କରିବେ । ଖ) ସେଚକୂପ ପ୍ରକଳ୍ପ ଖର୍ଚ୍ଚର ୭୫% ସର୍ବାଧିକ ୭୫,୦୦୦ ଟଙ୍କା ଗ) ଗଭୀର ନଳକୂପ ପ୍ରକଳ୍ପ ଖର୍ଚ୍ଚର ୭୫% ସର୍ବାଧିକ ୫୦,୦୦୦ ଟଙ୍କା (ବିଦୁ୍ୟତିକରଣ ଖର୍ଚ୍ଚ ବ୍ୟତୀତ) ଅଧିକନ୍ତୁ ଜେନ୍ ସେଟ୍ / ବିଦୁ୍ୟତିକରଣ ଖର୍ଚ୍ଚର ୭୫% ସର୍ବାଧିକ ୫୦,୦୦୦ ଟଙ୍କା (ବିଦୁ୍ୟତିକରଣ ପାଇଁ) ଘ) ନଦୀ ଉଠା / ଭୂପୃଷ୍ଠ ଜଳସେଚନ ପ୍ରକଳ୍ପ ପ୍ରକଳ୍ପ ଖର୍ଚ୍ଚର ୭୫% ସର୍ବାଧିକ ୬୦,୦୦୦ ଟଙ୍କା । ଗୋଷ୍ଠୀ ଭିତ୍ତିକ / ପଞ୍ଜିକୃତ ଅନୁଷ୍ଠାନ ସର୍ବନିମ୍ନ ୪୦ହେକ୍ଟର ସେଚାଞ୍ଚଳ ପାଇଁ ୯୦% ରିହାତି ପାଇବେ । ୩ କୃଷି ଯାନ୍ତ୍ରିକୀକରଣ (କେନ୍ଦ୍ରୀୟ ସହାୟତା ସମେତ, ଯଦି ଉପଲବ୍ଧ ଥାଏ) କ) ଟ୍ରାକ୍ଟର ମୂଲ୍ୟର ୫୦% ସର୍ବାଧିକ ୯୦,୦୦୦ଟଙ୍କା । ୪୦ପି.ଟି. ଓ ଏଚ.ପି. ଟ୍ରାକ୍ଟର ପର୍ଯ୍ୟନ୍ତ । ଖ) ପାୱାରଟିଲର ୧) ୮ବି.ଏଚ.ପି. ଏବଂ ତଦୁଦ୍ଧ୍ୱର୍ ପାୱାରଟିଲର ପାଇଁ ମୂଲ୍ୟର ୫୦%, ସର୍ବାଧିକ ୭୫,୦୦୦ ଟଙ୍କା । ୨) ପାହାଡ଼ିଆ ଅଞ୍ଚଳ ପାଇଁ ୮ ବି.ଏଚ.ପି. ରୁ କମ୍ ହାଲୁକା ଓଜନ ପାୱାରଟିଲରରେ ୫୦% ସର୍ବାଧିକ ୪୦,୦୦୦ ଟଙ୍କା । ଗ) ସ୍ୱୟଂଚାଳିତ ଧାନକଟାଯନ୍ତ୍ର, ଧାନରୁଆ ଯନ୍ତ୍ର ଓ ଅନ୍ୟାନ୍ୟ ଏହିଭଳି ସ୍ୱୟଂଚାଳିତ ଯନ୍ତ୍ର ସ୍ୱୟଂଚାଳିତ ୧) ଧାନ କଟା ଯନ୍ତ୍ର : ମୂଲ୍ୟର ୫୦% ସର୍ବାଧିକ ୮୦,୦୦୦ଟଙ୍କା । ୨) ଧାନ କଟା ଯନ୍ତ୍ର ତଥା ବାଇଣ୍ଡର : ମୂଲ୍ୟର ୫୦% ସର୍ବାଧିକ ୧,୫୦,୦୦୦ଟଙ୍କା । ୩) ପଛରେ ଚାଲିବା ଧାନ ରୁଆ ଯନ୍ତ୍ର : ମୂଲ୍ୟର ୭୫% ସର୍ବାଧିକ ୧,୫୦,୦୦୦ଟଙ୍କା । ୪) ରାଇଡିଂ ଟାଇପ୍ ଧାନରୁଆ ଯନ୍ତ୍ର : ମୂଲ୍ୟର ୭୫% ସର୍ବାଧିକ ୫,୦୦,୦୦୦ଟଙ୍କା । ୩ ବର୍ଷରେ ୩ଟି କିସ୍ତି ୨:୨:୧ ଅନୁାତରେ ଦେବାକୁ ପଡ଼େ । ବ୍ୟକ୍ତିବିଶେଷ/ କୃଷି ସେବା କେନ୍ଦ୍ର/ପ୍ୟାକ୍ସ୍ / ଲ୍ୟାମ୍ପ୍ ଏହାକୁ ନେଇ ପାରିବେ । ୫) ବିଛଣା ତଳି ପାଇଁ ତଳି ଉତ୍ତାରିବା ଯନ୍ତ୍ର: ମୂଲ୍ୟର ୭୫% ସର୍ବାଧିକ ୨,୦୦,୦୦୦ଟଙ୍କା । (ଅନ୍ୟାନ୍ୟ ସ୍ୱୟଂଚାଳିତ ଯନ୍ତ୍ର ଏସ.ଏଲ.ଟି.ସି.ର ଅନୁମୋଦନ କ୍ରମେ ରିହାତିରେ ଅନ୍ତର୍ଭୁକ୍ତ କରାଯିବ ।) ଘ) ସ୍ୱତନ୍ତ୍ର ଶକ୍ତିଚାଳିତ ଯନ୍ତ୍ରପାତି ସ୍ୱତନ୍ତ୍ର ଶକ୍ତି ଚାଳିତ ଯନ୍ତ୍ର ଯଥା ୧) ସମସ୍ତ ପ୍ରକାର ଆକ୍ସିଆଲ୍ ଫ୍ଲୋ ଥ୍ରେସର (ଟ୍ରାକ୍ଟର ଓ ପାୱାରଟିଲର ଚାଳିତ) ମୂଲ୍ୟର ୫୦% ସର୍ବାଧିକ ୭୦,୦୦୦ଟଙ୍କା । ୨) ରୋଟାଭେଟର / ରୋଟାରି ଟିଲର ମୂଲ୍ୟର ୭୫% ସର୍ବାଧିକ ୮୦,୦୦୦ ଟଙ୍କା । ୩) ଅନ୍ୟାନ୍ୟ ଯଥା - ଚିନାବାଦାମ ଖୋଳା ଯନ୍ତ୍ର , ଆଳୁଲଗା ଯନ୍ତ୍ର, ଆଳୁ ଖୋଳା ଯନ୍ତ୍ର, ଶକ୍ତିଚାଳିତ ଘାସବଛା ଯନ୍ତ୍ର, ବ୍ରସ୍ କଟର, ପୋଷ୍ଟ ହୋଲ୍ଡିଗର, ଷ୍ଟ୍ର ରିର : ମୂଲ୍ୟର ୫୦% ସର୍ବାଧିକ ୬୦,୦୦୦ ଟଙ୍କା । ୪) ଅମଳ ପରବର୍ତ୍ତୀ ଯନ୍ତ୍ର ଯଥା- ରବର ରୋଲ ସେଲର, ମିନି ଅଏଲ୍ ମିଲ୍, ମିନି ଡାଲି ପ୍ରକ୍ରିୟାକରଣ ୟୁନିଟ୍, ସମସ୍ତ ପ୍ରକାର କ୍ଲିନର ତଥା ଗ୍ରେଡର, ଶକ୍ତିଚାଳିତ ଚିନାବାଦାମ ଚୋପା ଛଡ଼ାଇବା ଯନ୍ତ୍ର, ମକା ଛଡ଼ାଇବା ଯନ୍ତ୍ର ଓ ଅନ୍ୟାନ୍ୟ ସମ୍ପୃକ୍ତ ଯନ୍ତ୍ର ମୂଲ୍ୟର ୭୫% ସର୍ବାଧିକ ୨,୦୦,୦୦୦ଟଙ୍କା (ଏସ୍.ଏଲ୍.ଟି.ସି.ର ଅନୁମୋଦନ କ୍ରମେ ଅନ୍ୟାନ୍ୟ ଶକ୍ତିଚାଳିତ ଯନ୍ତ୍ରକୁ ରିହାତିରେ ଅନ୍ତର୍ଭୁକ୍ତ କରାଯିବ ।) ଙ) ଶକ୍ତି ଚାଳିତ ଯନ୍ତ୍ରପାତି (ଟ୍ରାକ୍ଟର / ପାୱାର ଟିଲର ଚାଳିତ / ପାରମ୍ପରିକ ଯନ୍ତ୍ରପାତି ଶକ୍ତି ଚାଳିତ ଯନ୍ତ୍ରପାତି ଯଥା ସମସ୍ତ ପ୍ରକାର ଟ୍ରାକ୍ଟର / ପାୱାର ଟିଲର ଚାଳିତ ଯନ୍ତ୍ରପାତି ଯଥା- ୧) ଡିସ୍କପ୍ଲାଓ / ହାରୋ, ସମସ୍ତ ପ୍ରକାର ମୋଡ଼ତ୍ର ଲଙ୍ଗଳ, ସମସ୍ତ ପ୍ରକାର ଟିଲର, ରିଜର, ଲେଭଲର, ପାୱାରଟିଲର ଟ୍ରେଲର ଇତ୍ୟାଦି ମୂଲ୍ୟର ୫୦% ସର୍ବାଧିକ ୨୫,୦୦୦ଟଙ୍କା ୨) ସମସ୍ତ ପ୍ରକାର ମଞ୍ଜି ତଥା ସାର ବୁଣାଯନ୍ତ୍ର, ଜିରୋଟିଲ୍ ତଥା ବିହନ ବୁଣାଯନ୍ତ୍ର, ମୂଲ୍ୟର ୭୫% ସର୍ବାଧିକ ୪୫,୦୦୦ଟଙ୍କା (ଏସ୍.ଏଲ୍.ଟି.ସି.ର ଅନୁମୋଦନ କ୍ରମେ ଅନ୍ୟାନ୍ୟ ସ୍ୱୟଂଚାଳିତ ଯନ୍ତ୍ର ଗୁଡ଼ିକୁ ରିହାତିରେ ଅନ୍ତର୍ଭୁକ୍ତ କରାଯିବ ।) ଚ) ୧) ହସ୍ତଚାଳିତ ଯନ୍ତ୍ରପାତି ୨) ପଶୁଚାଳିତ ଯନ୍ତ୍ରପାତି ମୂଲ୍ୟର ୭୫% ସର୍ବାଧିକ ୬,୦୦୦ ଟଙ୍କା ଛ) ପଶୁଚାଳିତ ଟୁଲ୍ କ୍ୟାରିଅର ମୂଲ୍ୟର ୫୦% ସର୍ବାଧିକ ୧୨,୦୦୦ଟଙ୍କା । ପଶୁଚାଳିତ ସ୍ୱତନ୍ତ୍ର ଯନ୍ତ୍ରାପତି ଯଥା :- କ) ମଲଟି ଟୁଲବାର / କ୍ୟାରିଅର/ ଟ୍ରିକଲ୍ଟର (ସର୍ବନିମ୍ନ ୪ଗୋଟି ଆଟାଚ୍ମେଣ୍ଟ) ଖ) ପ୍ରାକ୍ ଗଜା ଧାନ ବୁଣା ଯନ୍ତ୍ର ଜ) ଶକ୍ତି ଚାଳିତ ଅମଳ ଯନ୍ତ୍ର (ସମସ୍ତ ପ୍ରକାର) ମୂଲ୍ୟର ୫୦% ସର୍ବାଧିକ ୨୪,୦୦୦ ଟଙ୍କା ଝ) ଡିଜେଲ୍ / ଇଲେକ୍ଟ୍ରିକ୍ / ପେଟ୍ରୋଲ / କିରୋସିନି ପମ୍ପସେଟ୍ ୧୦ ବି. ଏଚ.ପି. ପର୍ଯ୍ୟନ୍ତ / ୭.୫କିଲୋୱାଟ ଡିଜେଲ୍ / ଇଲେକ୍ଟ୍ରିକ୍ /ପେଟ୍ରୋଲ /କିରୋସିନି ସେଣ୍ଟି୍ର ଫୁ୍ୟଗାଲ ମନୋବ୍ଲକ ପମ୍ପସେଟ୍ ୧କିଲୋୱାଟ୍ ରୁ ୭.୫ କିଲୋୱାଟ ମୂଲ୍ୟରେ ୫୦% ସର୍ବାଧିକ ୧୫,୦୦୦ଟଙ୍କା ଞ) ଲେଜର ଗାଇଡେଡ୍ ଲେବ୍ଲର ମୂଲ୍ୟର ୭୫% ସର୍ବାଧିକ ୩ଲକ୍ଷ ଟଙ୍କା ଟ) ଫସଲ ସୁରକ୍ଷା ଯନ୍ତ୍ରପାତି ୧) ହସ୍ତଚାଳିତ ମୂଲ୍ୟର ୫୦% ସର୍ବାଧିକ ୧,୬୦୦ଟଙ୍କା ୨) ଶକ୍ତିଚାଳିତ ମୂଲ୍ୟର ୫୦% ସର୍ବାଧିକ ୪,୦୦୦ଟଙ୍କା ୩) ଟ୍ରାକ୍ଟର ମାଉଣ୍ଟେଡ୍ ମୂଲ୍ୟର ୫୦% ସର୍ବାଧିକ ୮,୦୦୦ଟଙ୍କା ୪) ଏରୋବ୍ଲାଷ୍ଟ ସିଞ୍ଚନ ଯନ୍ତ୍ର ମୂଲ୍ୟର ୫୦% ସର୍ବାଧିକ ୫୦,୦୦୦ଟଙ୍କା ଠ) କମ୍ବାଇନ୍ ହାର୍ଭେଷ୍ଟର ୧) ସ୍ୱୟଂଚାଳିତ ଟ୍ରାକ୍ ଟାଇପ୍ ମୂଲ୍ୟର ୫୦% ସର୍ବାଧିକ ୬ଲକ୍ଷ ଟଙ୍କା ୨) ସ୍ୱୟଂଚାଳିତ ହ୍ୱିଲ୍ ଟାଇପ୍ ମୂଲ୍ୟର ୫୦% ସର୍ବାଧିକ ୬ଲକ୍ଷ ଟଙ୍କା ୩) ଟ୍ରାକ୍ଟର ମାଉଣ୍ଟେଡ୍ କମ୍ବାଇନ୍ ମୂଲ୍ୟର ୫୦% ସର୍ବାଧିକ ୫ଲକ୍ଷ ଟଙ୍କା (ଟ୍ରାକ୍ଟରକୁ ବାଦ୍ ଦେଇ କେବଳ କମ୍ବାଇନ୍ ପାଇଁ ରିହାତି ପ୍ରଦାନ କରାଯିବ) ୪) ଯଦି କିଛି ମିଶ୍ରିତ ଥାଏ ଯେକୌଣସି ଉପଯୁକ୍ତ ଯନ୍ତ୍ରପାତି ଏସ୍.ଏଲ୍.ଟି.ସି.ର ଅନୁମୋଦନ କ୍ରମେ ଅନ୍ତର୍ଭୁକ୍ତ କରାଯିବ । ୪. ମୃତ୍ତିକା ପରିଚାଳନା ଅମ୍ଳ ମୃତ୍ତିକା ପରିଚାଳନା ୧) କାଗଜ କଳ ମଣ୍ଡ ପ୍ରୟୋଗ ପାଇଁ ମୂଲ୍ୟର ୫୦% ସହାୟତା ୨) ଜି୍ସମ୍ ପ୍ରୟୋଗ ପାଇଁ ମୂଲ୍ୟର ୫୦% ସହାୟତା । ୫ ଜୈବିକ କୃଷି କ) ଜୈବିକ କୃଷି ମୂଲ୍ୟର ୫୦% ସର୍ବାଧିକ ହେକ୍ଟର ପ୍ରତି ୧୦,୦୦୦ଟଙ୍କା (ହିତାଧିକାରୀ ପ୍ରତି ୪ହେକ୍ଟର) । ଏହା ୩ବର୍ଷ ପର୍ଯ୍ୟନ୍ତ ବିସ୍ତୃତ ହୁଏ । ପ୍ରଥମ ବର୍ଷ ୪,୦୦୦ଟଙ୍କା ଓ ୨ୟ ଓ ତୃତୀୟ ବର୍ଷରେ ୩,୦୦୦ଟଙ୍କା ଲେଖାଏଁ ସହାୟତା । ଏହି କାର୍ଯ୍ୟକ୍ରମ ପ୍ରମାଣିକରଣ ସହିତ ସଂଯୁକ୍ତ ଓ ଏହା ହେକ୍ଟର ପ୍ରତି ୨୦,୦୦୦ ଟଙ୍କା । ଖ) ଜିଆ ଖତ ୟୁନିଟ୍ ମୋଟ ମୂଲ୍ୟର ୫୦% । ଏହାର ଆକାର ୩୦’ଙ୍ଘ୮’ଙ୍ଘ୨.୫’ର ଏକ ସ୍ଥାୟି ଢାଞ୍ଚା । ୟୁନିଟ୍ ପ୍ରତି ୬୦,୦୦୦ ହଜାର ଟଙ୍କା ଆନୁାତିକ ଭାବେ ପ୍ରଦାନ କରାଯିବ । ଏଚ.ଡି.ପି.ଇ. ଜିଆଶଯ୍ୟା ୯୬ ଘନଫୁଟ (୧୨’ଙ୍ଘ୪’ଙ୍ଘ୨’) ପାଇଁ ମୋଟ ମୂଲ୍ୟର ୫୦%, ୟୁନିଟ୍ ପ୍ରତି ୧୦,୦୦୦ ଟଙ୍କା । ୬. କୀଟନାଶକ / ଜୈବ କୀଟନାଶକ ପୋକ ନିୟନ୍ତ୍ରଣ ପାଇଁ କୀଟନାଶକ / ଜୈବ କୀଟନାଶକ ପ୍ରୟୋଗରେ ସହାୟତା । ଦ୍ରବ୍ୟ ମୂଲ୍ୟର ୫୦% ସର୍ବାଧିକ ହେକ୍ଟର ପ୍ରତି ୫୦୦ ଟଙ୍କା । ୧. କ) ଆଦର୍ଶ ନର୍ସରୀ / ବୃହତ ନର୍ସରୀ (୨ ରୁ ୪ ହେକ୍ଟର) ସରକାରୀ ଓ ଘରୋଇ କ୍ଷେତ୍ର ସରକାରୀ କ୍ଷେତ୍ର ପାଇଁ ୧୦୦% ହେକ୍ଟର ପ୍ରତି ୬.୨୫ଲକ୍ଷ ଟଙ୍କା । ଘରୋଇ କ୍ଷେତ୍ର ପାଇଁ କ୍ରେଡିଡ୍ ଲିଙ୍କଡ୍ ବ୍ୟାକ୍ ଏଣ୍ଡେଡ୍ ରିହାତି ମୂଲ୍ୟର ୫୦% । ୟୁନିଟ୍ ପ୍ରତି ସର୍ବାଧିକ ୧୨.୫୦ ଲକ୍ଷ ଟଙ୍କା । ଏଥିାଇଁ ସର୍ବାଧିକ ୪ହେକ୍ଟରର ପ୍ରକଳ୍ପ ଭିତ୍ତିକ କାର୍ଯ୍ୟକ୍ରମ ହେବା ଆବଶ୍ୟକ । ଖ) କ୍ଷୁଦ୍ର ନର୍ସରୀ (୧ ହେକ୍ଟର) ସରକାରୀ ଓ ଘରୋଇ କ୍ଷେତ୍ର ସରକାରୀ କ୍ଷେତ୍ରକୁ ୧୦୦% ହେକ୍ଟର ପ୍ରତି ୬.୨୫ ଲକ୍ଷ ଟଙ୍କା । ଘରୋଇ କ୍ଷେତ୍ର ପାଇଁ ମୂଲ୍ୟର ୫୦% କ୍ରେଡିଟ୍ ଲିଙ୍କଡ୍ ବ୍ୟାକ୍ ଏଣ୍ଡେଡ୍ ରିହାତି ୟୁନିଟ୍ ପ୍ରତି ସର୍ବାଧିକ ୩.୧୨୫ ଲକ୍ଷ ଟଙ୍କା ପ୍ରକଳ୍ପ ଭିତ୍ତିକ କାର୍ଯ୍ୟ ପାଇଁ । ୨ ପନିରିବା ବିହନ ଉତ୍ପାଦନ କ) ସରକାରୀ କ୍ଷେତ୍ର, ଆଇ.ସି.ଏ.ଆର୍., ଏସ୍.ଏ.ୟୁ. ରାଜ୍ୟ ବିଭାଗ ଇତ୍ୟାଦି ମୋଟ ବ୍ୟୟର ୧୦୦% (ସର୍ବାଧିକ ହେକ୍ଟର ପ୍ରତି ୫୦,୦୦୦ ଟଙ୍କା) ଖ) ଘରୋଇ କ୍ଷେତ୍ର ୫୦% ହେକ୍ଟର ପ୍ରତି ସର୍ବାଧିକ ୨୫,୦୦୦ ଟଙ୍କା (ହିତାଧିକାରୀଙ୍କ ପ୍ରତି ସର୍ବାଧିକ ୫ ହେକ୍ଟର) ୩. ବିହନ ଭିତ୍ତିଭୂମି ( ପ୍ରକଳ୍ପ ଭିତ୍ତିକ, ପ୍ରକଳ୍ପ ପ୍ରତି ସର୍ବାଧିକ ୨୦୦ ଲକ୍ଷ ଟଙ୍କା ) କ) ସରକାରୀ କ୍ଷେତ୍ର ମୂଲ୍ୟର ୧୦୦% ଖ) ଘରୋଇ କ୍ଷେତ୍ର ପ୍ରକଳ୍ପ ଖର୍ଚ୍ଚର ୫୦% କ୍ରେଡ଼ିଟ୍ ଲିଙ୍କଡ୍ ବ୍ୟାକ୍ ଏଣ୍ଡେଡ୍ ରିହାତି ୪ ମୁକ୍ତ ସ୍ଥାନରେ ପରିବା ଚାଷ କ) ମୁକ୍ତ ପରାଗଣ ସର୍ବାଧିକ ସହାୟତା ହେକ୍ଟର ପ୍ରତି ୨୨,୫୦୦ (୭୫%) ଟଙ୍କା ଖ) ସଙ୍କର ସର୍ବାଧିକ ସହାୟତା ହେକ୍ଟର ପ୍ରତି ୩୩, ୭୫୦ (୭୫%) ଟଙ୍କା ୫. ୫ ନୂତନ ବଗିଚା ସ୍ଥାପନ (କ୍ଷେତ୍ର ସମ୍ପ୍ରସାରଣ) କ) ଫଳ (ବହୁ ବାର୍ଷିକୀ ) ଆମ୍ବ, ଲିଚୁ, ପିଜୁଳି, ସପେଟା,କମଳା, ଲେମ୍ବୁ ହେକ୍ଟର ପ୍ରତି ସର୍ବାଧିକ ସହାୟତା ଆମ୍ବ - ୨୨, ୦୦୦ ଟଙ୍କା ଲିଚୁ - ୨୯, ୨୩୦ ଟଙ୍କା ପିଜୁଳି - ୨୧,୯୫୦ ଟଙ୍କା ସପେଟା - ୩୭,୦୦୦ ଟଙ୍କା କମଳା ଓ ଲେମ୍ବୁ - ୩୫,୩୪୦ ଟଙ୍କା (ଚାରା ଖର୍ଚ୍ଚ ଓ ସାମଗ୍ରୀ ମୂଲ୍ୟର ୭୫% ତିନୋଟି କିସ୍ତିରେ ୬୦: ୨୦:୨୦, ଦ୍ୱିତୀୟ ବର୍ଷରେ ୭୫% ଓ ତୃତୀୟ ବର୍ଷରେ ୯୦% ଗଛ ବଞ୍ଚିବା ଉପରେ) ଖ) ଉଚ୍ଚ ଘନତ୍ୱ ବଗିଚା (ଆମ୍ବ, ପିଜୁଳି) ହେକ୍ଟର ପ୍ରତି ସର୍ବାଧିକ ସହାୟତା ଆମ୍ବ - ୪୦,୦୦୦ ଟଙ୍କା ପିଜୁଳି - ୩୧,୩୮୭ ଟଙ୍କା (ଚାରା ଖର୍ଚ୍ଚ ଓ ସାମଗ୍ରୀ ମୂଲ୍ୟର ୭୫% ତିନୋଟି କିସ୍ତିରେ ୬୦: ୨୦:୨୦, ଦ୍ୱିତୀୟ ବର୍ଷରେ ୭୫% ଓ ତୃତୀୟ ବର୍ଷରେ ୯୦% ଗଛ ବଞ୍ଚିବା ଉପରେ) ଗ) ଫଳ (ଅଣ ବହୁବାର୍ଷିକୀ ) କଦଳୀ ଓ ସପୁରୀ (ପୁଆ ) ହେକ୍ଟର ପ୍ରତି ସର୍ବାଧିକ ସହାୟତା କଦଳୀ ପୁଆ - ୨୨,୫୦୦ ଟଙ୍କା ସପୁରୀ ପୁଆ - ୩୨,୫୦୦ ଟଙ୍କା (ଚାରା ଖର୍ଚ୍ଚ ଓ ସାମଗ୍ରୀ ମୂଲ୍ୟର ୫୦% ଦୁଇଟି କିସ୍ତିରେ ୭୫:୨୫, ଦ୍ୱିତୀୟ ବର୍ଷ ୯୦% ଗଛ ବଞ୍ଚିବା ଉପରେ) ଘ) ପେଶୀପୋଷଣ କଦଳୀ ପେଶୀପୋଷଣ କଦଳୀ ପାଇଁ ହେକ୍ଟର ପ୍ରତି ସର୍ବାଧିକ ସହାୟତା - ୪୧,୬୦୨ ଟଙ୍କା(ଚାରା ଖର୍ଚ୍ଚ ଓ ସାମଗ୍ରୀ ଖର୍ଚ୍ଚର ୫୦% ) ଙ) ଅନ୍ତଃଫସଲ ଅନ୍ତଃଫସଲ ପାଇଁ ହେକ୍ଟର ପ୍ରତି ସର୍ବାଧିକ ସହାୟତା - >୫୦,୦୦୦ ଟଙ୍କା (ଚାରା ଖର୍ଚ୍ଚ/ ବିହନ ଓ ସାମଗ୍ରୀ ଖର୍ଚ୍ଚର ୭୫% ) ୬ ଫୁଲ ଚାଷ କ) ଗୋଲାପ ଗୋଲାପ ପାଇଁ ହେକ୍ଟର ପ୍ରତି ସର୍ବାଧିକ ସହାୟତା ୨,୫୦,୦୦୦ ଟଙ୍କା (ଚାରାଖର୍ଚ୍ଚ ଓ ସାମଗ୍ରୀ ଖର୍ଚ୍ଚର ୫୦%) ହିତାଧିକାରୀଙ୍କ ପ୍ରତି ସର୍ବାଧିକ ୧ ହେକ୍ଟର । ଖ) ଗେଣ୍ଡୁ ଗେଣ୍ଡୁ ପାଇଁ ହେକ୍ଟର ପ୍ରତି ସର୍ବାଧିକ ସହାୟତା ୫୭,୫୦୦ ଟଙ୍କା (ଚାରାଖର୍ଚ୍ଚ ଓ ସାମଗ୍ରୀ ଖର୍ଚ୍ଚର ୫୦%) ହିତାଧିକାରୀଙ୍କ ପ୍ରତି ସର୍ବାଧିକ ୧ ହେକ୍ଟର । ଗ) ରଜନୀଗନ୍ଧା ରଜନୀଗନ୍ଧା ପାଇଁ ହେକ୍ଟର ପ୍ରତି ସର୍ବାଧିକ ସହାୟତା ୬୦,୦୦୦ ଟଙ୍କା (ଚାରାଖର୍ଚ୍ଚ ଓ ସାମଗ୍ରୀ ଖର୍ଚ୍ଚର ୫୦%) ହିତାଧିକାରୀଙ୍କ ପ୍ରତି ସର୍ବାଧିକ ୧ ହେକ୍ଟର । ଘ) ମଲ୍ଲୀ ମଲ୍ଲୀ ପାଇଁ ହେକ୍ଟର ପ୍ରତି ସର୍ବାଧିକ ସହାୟତା ୬୦,୦୦୦ ଟଙ୍କା (ଚାରାଖର୍ଚ୍ଚ ଓ ସାମଗ୍ରୀ ଖର୍ଚ୍ଚର ୫୦%) ହିତାଧିକାରୀଙ୍କ ପ୍ରତି ସର୍ବାଧିକ ୧ ହେକ୍ଟର । ୭ ମସଲା (ଅଦା / ହଳଦୀ) ଅଦା/ ହଳଦୀ ପାଇଁ ହେକ୍ଟର ପ୍ରତି ସର୍ବାଧିକ ସହାୟତା ୧୨,୫୦୦ ଟଙ୍କା (ବିହନ ଖର୍ଚ୍ଚ ଓ ସାମଗ୍ରୀ ଖର୍ଚ୍ଚର ୫୦%) ହିତାଧିକାରୀଙ୍କ ପ୍ରତି ସର୍ବାଧିକ ୪ ହେକ୍ଟର । ୮ ଛତୁ ଚାଷ ଏକ ୟୁନିଟ୍ ଛତୁ ଚାଷ ପାଇଁ ହେକ୍ଟର ପ୍ରତି ସର୍ବାଧିକ ସହାୟତା ୨୧,୦୦୦ ଟଙ୍କା (ସାମଗ୍ରୀ ଖର୍ଚ୍ଚର ୭୦%) । ୯ ବଗିଚା ଫସଲ କ) କାଜୁ କାଜୁ ପାଇଁ ହେକ୍ଟର ପ୍ରତି ସର୍ବାଧିକ ସହାୟତା ୨୦,୦୦୦ ଟଙ୍କା (ଚାରାଖର୍ଚ୍ଚ ଓ ସାମଗ୍ରୀ ଖର୍ଚ୍ଚର ୭୫%) ତିନୋଟି କିସ୍ତିରେ ୬୦:୨୦:୨୦, ଦ୍ୱିତୀୟ ବର୍ଷ ୭୫% ଓ ତୃତୀୟ ବର୍ଷ ୯୦% ଗଛ ବଞ୍ଚିବା ଉପରେ । ଖ) ନଡ଼ିଆ ନଡ଼ିଆ ପାଇଁ ହେକ୍ଟର ପ୍ରତି ସର୍ବାଧିକ ସହାୟତା ୨୪,୦୦୦ ଟଙ୍କା (ଚାରାଖର୍ଚ୍ଚ ଓ ସାମଗ୍ରୀ ଖର୍ଚ୍ଚର ୫୦%) । ଗ) ପାନ ପାନ ପାଇଁ ୟୁନିଟ୍ (ମୋଟ୍ ୧୦ ସେଣ୍ଟ୍ ଓ ବରଜ ଏରିଆ ୫ ସେଣ୍ଟ୍) ପ୍ରତି ସର୍ବାଧିକ ସହାୟତା ୪୦,୦୦୦ ଟଙ୍କା (ଚାରାଖର୍ଚ୍ଚ ଓ ସାମଗ୍ରୀ ଖର୍ଚ୍ଚର ୫୦%) । ୧୦ ଅମଳ ପରବର୍ତ୍ତୀ ପରିଚାଳନା କ) ପ୍ୟାକ୍ ଗୃହ ୯ମିଟର ଙ୍ଘ ୬ମିଟର ଆକାରର ୟୁନିଟ୍ ପାଇଁ ପୁଞ୍ଜି ଖର୍ଚ୍ଚର ୫୦% ହାରରେ ୩,୦୦,୦୦୦ଟଙ୍କା । ଖ) ଶୀତଳ ଭଣ୍ଡାର ୟୁନିଟ୍ (ନିର୍ମାଣ / ସମ୍ପ୍ରସାରଣ / ଆଧୁନିକୀକରଣ) ସାଧାରଣ ବର୍ଗ ଅଞ୍ଚଳରେ ପୁଞ୍ଜି ମୂଲ୍ୟର ୬୦% ରିହାତି ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ୭୫% କେବଳ ନୂତନ ଜ୍ଞାନକୌଶଳ ଗ୍ରହଣ କରୁଥିବା ୟୁନିଟ୍ ପାଇଁ ଯେଉଁ ଗୁଡ଼ିକରେ ରୋଧକ ଓ ଆର୍ଦ୍ରତା ନିୟନ୍ତ୍ରଣ ବ୍ୟବସ୍ଥା ସହିତ ଶକ୍ତିନିୁଣ, ବହୁ ପ୍ରକୋଷ୍ଠ ସହିତ ଫିନ୍ କଏଲ ଶୀତଳୀକରଣ ପଦ୍ଧତି ରହିଛି । ବିଭାଗ ଦ୍ୱାରା ବୈଷୟିକ ମାନ ପାରାମିଟର ଓ ବିଧିଗ୍ରହଣ କରାଯିବ । ଏଥିରେ ୫,୦୦୦ଟନ୍ ଦକ୍ଷତା ପାଇଁ ଟନ୍ ପ୍ରତି ୬,୦୦୦ଟଙ୍କା ରହିଛି । ଶୀତଳ ଭଣ୍ଡାରର ତାପଜ ରୋଧକ ବର୍ଗିକରଣ ପାଇଁ ପ୍ରକଳ୍ପ ଖର୍ଚ୍ଚ ଟନ୍ ପ୍ରତି ୧,୦୦୦ଟଙ୍କା ଶୀତଳୀକରଣ ପଦ୍ଧତି ଓ ବାୟୁ ପ୍ରବାହ ଇଲେକ୍ଟ୍ରିକ୍ ନିରୋଧକ ଓ ନିରାପତ୍ତା ପଦ୍ଧତି ପାଇଁ ପ୍ରକଳ୍ପ ଖର୍ଚ୍ଚର ଟନ୍ ପ୍ରତି ୨,୦୦୦ଟଙ୍କା ଉପରୋକ୍ତ ପ୍ରକାରେ ରିହାତି ରହିବ । ଗ) ସି.ଏ. / ଏମ୍.ଏ. ସାଇତା ସାଧାରଣ ବର୍ଗ ଅଞ୍ଚଳରେ ପ୍ରକଳ୍ପ ପୁଞ୍ଜିନିବେଶ ଖର୍ଚ୍ଚର ୬୦% ରିହାତି ଓ ଅନୁସୂଚିତ ଅଞ୍ଚଳରେ ୭୫% ରିହାତି ୫,୦୦୦ଟନ୍ କ୍ଷମତା ପାଇଁ ଟନ୍ ପ୍ରତି ୩୨,୦୦୦ଟଙ୍କା । ଘ) ଶୀତଳୀକରଣ ଯାନ/ ଆଧାର ସାଧାରଣ ବର୍ଗ ଅଞ୍ଚଳରେ ପ୍ରକଳ୍ପ ପୁଞ୍ଜିନିବେଶ ଖର୍ଚ୍ଚର ୬୦% ରିହାତି ଓ ଅନୁସୂଚିତ ଅଞ୍ଚଳର ବ୍ୟକ୍ତିଗତ ଉଦ୍ୟୋଗୀ ପାଇଁ ୭୫% ୟୁନିଟ୍ ପ୍ରତି ସର୍ବାଧିକ ଅନୁମତି ଯୋଗ୍ୟ ଖର୍ଚ୍ଚ ୨୪ ଲକ୍ଷ ଟଙ୍କା ହିସାବରେ ୬ଟନ୍ କ୍ଷମତା ପାଇଁ । ଙ) ପ୍ରାଥମିକ / ଭ୍ରାମ୍ୟମାଣ / ସର୍ବନିମ୍ନ ପ୍ରକ୍ରିୟାକରଣ ୟୁନିଟ୍ ସାଧାରଣ ବର୍ଗ ଅଞ୍ଚଳରେ ପ୍ରକଳ୍ପ ପୁଞ୍ଜି ନିବେଶ ଖର୍ଚ୍ଚର ୬୦% ରିହାତି ଅନୁସୂଚିତ ଅଞ୍ଚଳରେ ବ୍ୟକ୍ତିଗତ ଉଦ୍ୟୋଗୀ ପାଇଁ ୭୫% ରିହାତି ୟୁନିଟ୍ ପ୍ରତି ସର୍ବାଧିକ ଅନୁମତି ଯୋଗ୍ୟ ଖର୍ଚ୍ଚ ହେଉଛି ୨୪.୦୦ଲକ୍ଷ ଟଙ୍କା । ଚ) ପ୍ରାକ୍-ଶୀତଳିକରଣ ୟୁନିଟ୍/ ଶୀତଳୀକରଣ ପ୍ରକୋଷ୍ଠ ସାଧାରଣ ବର୍ଗ ଅଞ୍ଚଳରେ ପ୍ରକଳ୍ପ ପୁଞ୍ଜି ନିବେଶ ଖର୍ଚ୍ଚର ୬୦% ରିହାତି ଅନୁସୂଚିତ ଅଞ୍ଚଳରେ ବ୍ୟକ୍ତିଗତ ଉଦ୍ୟୋଗୀ ପାଇଁ ୭୫% ରିହାତି । ୟୁନିଟ୍ ପ୍ରତି ଅନୁମତି ଯୋଗ୍ୟ ଖର୍ଚ୍ଚ ୧୫ଲକ୍ଷ ଟଙ୍କା ହିସାବରେ ୬ଟନ୍ କ୍ଷମତା ପାଇଁ । ଛ) ପିଆଜ ସାଇତା କୋଠି ସର୍ବାଧିକ ୧୦୦ଟନ୍ କ୍ଷମତା ପାଇଁ ମୋଟ ଖର୍ଚ୍ଚର ୫୦% ସର୍ବାଧିକ ଅନୁମତି ଯୋଗ୍ୟ ଖର୍ଚ୍ଚ ଟନ୍ ପ୍ରତି ୪୦୦୦ଟଙ୍କା । ଜ) ସଂରକ୍ଷଣ କେନ୍ଦ୍ର (ସ୍ୱଳ୍ପ ଖର୍ଚ୍ଚ) ମୋଟ ଖର୍ଚ୍ଚର ୫୦%, ପ୍ରତି ନୂତନ କେନ୍ଦ୍ର ପାଇଁ ୨ଲକ୍ଷ ଟଙ୍କା ପ୍ରତି ଉନ୍ନୀତ କେନ୍ଦ୍ର ପାଇଁ ୧ଲକ୍ଷ ଟଙ୍କା । ୧୧ ଉଦ୍ୟାନକୃଷି ଉତ୍ପାଦ ପାଇଁ ବିଣ ଭିତ୍ତିଭୂମୀ ପ୍ରତିଷ୍ଠା କ) ପାଇକାରୀ ବଜାର ସାଧାରଣ ବର୍ଗ ଅଞ୍ଚଳରେ ପୁଞ୍ଜି ଖର୍ଚ୍ଚର ୪୫% ଓ ଅନୁସୂଚିତ ଅଞ୍ଚଳରେ ବ୍ୟକ୍ତିଗତ ଉଦ୍ୟୋଗୀ ପାଇଁ ୫୩.୩୩%, ପ୍ରକଳ୍ପ ପ୍ରତି୧୦୦କୋଟି ଟଙ୍କା । ଖ) ଗ୍ରାମୀଣ /ପ୍ରତ୍ୟକ୍ଷ ବଜାର ସାଧାରଣ ବର୍ଗ ଅଞ୍ଚଳରେ ପୁଞ୍ଜି ଖର୍ଚ୍ଚର ୬୦% ଓ ଅନୁସୂଚିତ ଅଞ୍ଚଳରେ ବ୍ୟକ୍ତିଗତ ଉଦ୍ୟୋଗୀ ପାଇଁ ୭୫% ସର୍ବାଧିକ ଅନୁମତି ଯୋଗ୍ୟ ଖର୍ଚ୍ଚ ୟୁନିଟ୍ ପ୍ରତି ୨୦ଲକ୍ଷ ଟଙ୍କା ।> କାର୍ଯ୍ୟକାରୀ ଭିତ୍ତିଭୂମି ଗ) ସଂଗ୍ରହ, ବଛାବଛି, ବର୍ଗୀକରଣ,ପ୍ୟାକିଂ କେନ୍ଦ୍ର ସାଧାରଣ ବର୍ଗ ଅଞ୍ଚଳରେ ପୁଞ୍ଜି ଖର୍ଚ୍ଚର ୬୦% ଓ ଅନୁସୂଚିତ ଅଞ୍ଚଳରେ ବ୍ୟକ୍ତିଗତ ଉଦ୍ୟୋଗୀ ପାଇଁ ୭୫% । ସର୍ବାଧିକ ଅନୁମତି ଯୋଗ୍ୟ ଖର୍ଚ୍ଚ ୟୁନିଟ୍ ପ୍ରତି୧୫ଲକ୍ଷ ଟଙ୍କା । ୧୨ ସୁରକ୍ଷିତ ଚାଷ କ) ସବୁଜ ଗୃହ (ନଳାକୃତି ଢାଞ୍ଚା) କେନ୍ଦ୍ରୀୟ ରିହାତି ସମେତ ପୁଞ୍ଜି ଖର୍ଚ୍ଚର ୭୦% ହିତାଧିକାରୀ ପ୍ରତି ୪୦୦୦ ବର୍ଗମିଟର, ବର୍ଗମିଟର ପ୍ରତି ୯୩୫ଟଙ୍କା । ଖ) ଆଚ୍ଛାଦିକରଣ ପୁଞ୍ଜି ଖର୍ଚ୍ଚର ୭୦% ହିତାଧିକାରୀ ପ୍ରତି ୨ହେକ୍ଟର । କେନ୍ଦ୍ରୀୟ ରିହାତି ସମେତ ହେକ୍ଟର ପ୍ରତି ୨୦,୦୦୦ଟଙ୍କା । ଗ) ଛାୟାଜାଲ (ନଳାକୃତି ଢାଞ୍ଚା) ପୁଞ୍ଜି ଖର୍ଚ୍ଚର ୭୦% ହିତାଧିକାରୀ ପ୍ରତି ୪୦୦୦ବର୍ଗମିଟର ।କେନ୍ଦ୍ରୀୟ ରିହାତି ସମେତ ବର୍ଗମିଟରକୁ ୬୦୦ଟଙ୍କା । ଘ) ପ୍ଲାଷ୍ଟିକ୍ ଟନେଲ୍ ପୁଞ୍ଜି ଖର୍ଚ୍ଚର ୭୦% ହିତାଧିକାରୀ ପ୍ରତି ୧୦୦୦ ବର୍ଗମିଟର । କେନ୍ଦ୍ରୀୟ ରିହାତି ସମେତ ବର୍ଗମିଟର ପ୍ରତି ୩୦ଟଙ୍କା । ଙ) ଚାରା ଓ ପଲ୍ଲି ହାଉସ୍ / ଛାୟାଜାଲ ଗୃହରେ ଚାଷ କରାଯାଇଥିବା ଅଧିକ ମୂଲ୍ୟଯୁକ୍ତ ପନିରିବା ସାମଗ୍ରୀ ଖର୍ଚ୍ଚ । ପୁଞ୍ଜି ଖର୍ଚ୍ଚର ୭୦% ହିତାଧିକାରୀ ପ୍ରତି ୪୦୦୦ ବର୍ଗମିଟର ।କେନ୍ଦ୍ରୀୟ ରିହାତି ସମେତ ବର୍ଗମିଟର ପ୍ରତି ୧୦୫ଟଙ୍କା । ଚ) ଚାରା ଓ ପଲ୍ଲୀ ହାଉସ୍ / ଛାୟାଜାଲ ଗୃହରେ ଫୁଲ ଚାଷ ସାମଗ୍ରୀ ଖର୍ଚ୍ଚ । ପୁଞ୍ଜି ଖର୍ଚ୍ଚର ୭୦% ହିତାଧିକାରୀ ପ୍ରତି ୪୦୦୦ ବର୍ଗମିଟର । କେନ୍ଦ୍ରୀୟ ରିହାତି ସମେତ ବର୍ଗମିଟର ପ୍ରତି ୫୦୦ଟଙ୍କା । ୧୩ ସମନ୍ୱିତ ଖାଦ୍ୟସାର / ସମନ୍ୱିତ ରୋଗ ପୋକ ପରିଚାଳନାରେ ପ୍ରୋତ୍ସାହନ କ) ସମନ୍ୱିତ ଖାଦ୍ୟସାର ପରିଚାଳନା / ସମନ୍ୱିତ ରୋଗ ପୋକ ପରିଚାଳନା ୫୦% ହେକ୍ଟର ପ୍ରତି ସର୍ବାଧିକ ୧,୦୦୦ଟଙ୍କା, ହିତାଧିକାରୀ ପ୍ରତି ସର୍ବାଧିକ ୪ ହେକ୍ଟର । ଖ) ଜୈବ ନିୟନ୍ତ୍ରଣ ପ୍ରୟୋଗଶାଳା ସରକାରୀ କ୍ଷେତ୍ରରେ ୟୁନିଟ୍ ପ୍ରତି ସର୍ବାଧିକ ୮ ଲକ୍ଷ ଟଙ୍କା ଘରୋଇ କ୍ଷେତ୍ରରେ ୟୁନିଟ୍ ପ୍ରତି ୮ଲକ୍ଷ ଟଙ୍କା ହିସାବରେ ୪୦ ଲକ୍ଷ ଟଙ୍କା କ୍ରେଡିଟ୍ ଲିଙ୍କଡ୍ ବ୍ୟାକ ଏଣ୍ଡେଡ୍ ରିହାତି । ୧୪ ଜୈବିକ କୃଷି କ) ଜୈବିକ କୃଷି ମୂଲ୍ୟର ୫୦% ସର୍ବାଧିକ ହେକ୍ଟର ପ୍ରତି ୧୦,୦୦୦ଟଙ୍କା (ହିତାଧିକାରୀ ପ୍ରତି ୪ହେକ୍ଟର) । ଏହା ୩ବର୍ଷ ପର୍ଯ୍ୟନ୍ତ ବିସ୍ତୃତ ହୁଏ । ପ୍ରଥମ ବର୍ଷ ୪,୦୦୦ଟଙ୍କା ଓ ୨ୟ ଓ ତୃତୀୟ ବର୍ଷରେ ୩,୦୦୦ଟଙ୍କା ଲେଖାଏଁ ସହାୟତା । ଏହି କାର୍ଯ୍ୟକ୍ରମ ପ୍ରମାଣିକରଣ ସହିତ ସଂଯୁକ୍ତ ଓ ଏହା ହେକ୍ଟର ପ୍ରତି ୨୦,୦୦୦ ଟଙ୍କା । ଖ) ଜୈବିକ ପ୍ରମାଣନ ୫୦ ହେକ୍ଟର ପୁଞ୍ଜି ପାଇଁ ୫ଲକ୍ଷ ଟଙ୍କା । ପ୍ରକଳ୍ପ ଭିତ୍ତିରେ ପ୍ରଥମ ବର୍ଷରେ ୧.୫ ଲକ୍ଷ ଟଙ୍କା, ଦ୍ୱିତୀୟ ବର୍ଷରେ ୧.୫ଲକ୍ଷ ଟଙ୍କା ଓ ତୃତୀୟ ବର୍ଷରେ ୨ଲକ୍ଷ ଟଙ୍କା । ଗ) ଜିଆ ଖତ ୟୁନିଟ୍/ ଜୈବିକ ସାମଗ୍ରୀ ଉତ୍ପାଦନ ୟୁନିଟ୍ ମୋଟ ମୂଲ୍ୟର ୫୦% । ଏହାର ଆକାର ୩୦’ଙ୍ଘ୮’ଙ୍ଘ୨.୫’ର ଏକ ସ୍ଥାୟି ଢାଞ୍ଚା । ୟୁନିଟ୍ ପ୍ରତି ୬୦,୦୦୦ ହଜାର ଟଙ୍କା ଆନୁାତିକ ଭାବେ ପ୍ରଦାନ କରାଯିବ । ଏଚ.ଡି.ପି.ଇ. ଜିଆଶଯ୍ୟା ପାଇଁ ୯୬ ଘନଫୁଟ (୧୨’ଙ୍ଘ୪’ଙ୍ଘ୨’) ପାଇଁ ମୋଟ ମୂଲ୍ୟର ୫୦%, ୟୁନିଟ୍ ପ୍ରତି ୧୦,୦୦୦ ଟଙ୍କା । ୧୫ ଜିଆଖତ ୟୁନିଟ୍ ମୋଟ ମୂଲ୍ୟର ୫୦% ଏହାର ଆକାର ୩୦’ଙ୍ଘ୮’ଙ୍ଘ୨.୫’ର ଏକ ସ୍ଥାୟି ଢାଞ୍ଚା । ୟୁନିଟ୍ ପ୍ରତି ୬୦,୦୦୦ ହଜାର ଟଙ୍କା ଆନୁାତିକ ଭାବେ ପ୍ରଦାନ କରାଯିବ । ଏଚ.ଡି.ପି.ଇ. ଜିଆଶଯ୍ୟା ପାଇଁ ୯୬ ଘନଫୁଟ (୧୨’ଙ୍ଘ୪’ଙ୍ଘ୨’) ପାଇଁ ମୋଟ ମୂଲ୍ୟର ୫୦%, ୟୁନିଟ୍ ପ୍ରତି ୧୦,୦୦୦ ଟଙ୍କା । ୧୬ ଅଣୁ ଜଳସେଚନ ବୁନ୍ଦା ସାଧାରଣ ବର୍ଗ କୃଷକଙ୍କ ପାଇଁ ପଦ୍ଧତି ମୂଲ୍ୟର ୮୦% ଓ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ୯୦% । ସାଧାରଣ ବର୍ଗ ପାଇଁ ରିହାତି ପାଇଁ ୪୦:୪୦:୨୦ କେନ୍ଦ୍ର:ରାଜ୍ୟ:ହିତାଧିକାରୀ ଅନୁାତରେ ଏବଂ କ୍ଷୁଦ୍ର ଓ ନାମମାତ୍ର କୃଷକମାନଙ୍କ ପାଇଁ୫୦:୪୦:୧୦ ଅନୁାତରେ । ଫୁଆରା ସାଧାରଣ ବର୍ଗ ପାଇଁ ପଦ୍ଧତି ମୂଲ୍ୟର ୮୦% ଓ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ୯୦% । ସାଧାରଣ ବର୍ଗ ପାଇଁ ରିହାତ ୪୦:୪୦:୨୦ କେନ୍ଦ୍ର:ରାଜ୍ୟ:ହିତାଧିକାରୀ ଅନୁାତରେ ଏବଂ କ୍ଷୁଦ୍ର ଓ ନାମମାତ୍ର କୃଷକମାନଙ୍କ ପାଇଁ ୫୦:୪୦:୧୦ ଅନୁାତରେ । ଏଚ.ଡି.ପି.ଇ. ପାଇପ୍ ୭୫% ସର୍ବାଧିକ ୧୫,୦୦୦ଟଙ୍କା । ଆଧାର - କୃଷି ବିଭାଗ , ଓଡିଶା ସରକାର