ରାଜ୍ୟ କୃଷି ନୀତି ୨୦୧୩ (କୃଷି ସମ୍ପ୍ରସାରଣ)
କୃଷି ସମ୍ପ୍ରସାରଣ
ସାଂପ୍ରତିକ ପରିସ୍ଥିତିରେ ବୈଜ୍ଞାନିକ ଜ୍ଞାନ କୌଶଳ ଓ ଚାଷ ଜମିରେ ଅନୁସରଣ କରାଯାଉଥିବା ପଦ୍ଧତି ମଧ୍ୟରେ ବ୍ୟବଧାନ ବଢ଼ିଛି । କୃଷି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇଁ ଏହି ଜ୍ଞାନ କୌଶଳର ଅଭାବକୁ ଦୂରୀଭୂତ କରାଯିବା ଉଚିତ୍ । ଏହା ସତ୍ୟ ଯେ ବର୍ତ୍ତମାନ ଯୁଗରେ ଚାଷୀମାନେ ବାହାର ଦୁନିଆ ସହ ଯୋଗାଯୋଗ କରିବା ସହିତ ସେମାନଙ୍କସୂଚନା ସଂଗ୍ରହ ଆଗ୍ରହ ମଧ୍ୟ ବଢ଼ିଛି । ବିଗତ ଦୁଇ ଦଶନ୍ଧି ଧରି ସେମାନେ ଦରକାର କରୁଥିବା ସମ୍ପ୍ରସାରଣ ସେବା ଅପେକ୍ଷା ଯଥେଷ୍ଟ ଅଧିକ ଆବଶ୍ୟକ କରୁଛନ୍ତି । ଏଥିପାଇଁ ସମ୍ପ୍ରସାରଣ ସଂସ୍ଥା ଗୁଡ଼ିକ ସେମାନଙ୍କର ସମ୍ପ୍ରସାରଣ କର୍ମୀମାନଙ୍କୁ ପୁନଃ ପ୍ରଶିକ୍ଷଣ ଦେଇ ଅଧିକ କାର୍ଯ୍ୟ ଦକ୍ଷ କରାଇବା ଉଚିତ୍ । ସମ୍ପ୍ରସାରଣ ପଦ୍ଧତି ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ହେବା ଆବଶ୍ୟକ । “କଥାରେ କହିବା” ସମ୍ପ୍ରସାରଣ କାର୍ଯ୍ୟରେ “କାର୍ଯ୍ୟରେ କରିବା” ସମ୍ପ୍ରସାରଣକୁ ପରିବର୍ତ୍ତନ କରାଯିବ । କାର୍ଯ୍ୟକ୍ଷେତ୍ରରେ ଲାଗିାରୁଥିବା ବାର୍ତ୍ତା ଯୋଗାଯୋଗକାରୀ ସଂସ୍ଥାମାନଙ୍କ ନିକଟରେ ପହଞ୍ଚାଇବା ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ।
କୃଷି ସ୍ନାତକମାନଙ୍କୁ କୃଷି କ୍ଷେତ୍ରରେ ପରାମର୍ଶ ପ୍ରଦାନ ପାଇଁ ପ୍ରୋତ୍ସାହିତ କରାଯିବ । ଏହି କୃଷି ପରାମର୍ଶଦାତ୍ତାମାନେ ନୂତନ ଚାଷ ପଦ୍ଧତି ସହ କୃଷି କ୍ଷେତ୍ରରେ ନୂତନ ବୈଷୟିକ କୌଶଳର ପ୍ରୟୋଗ, ବଜାର ସୂଚନା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସହାୟତା ଚାଷୀମାନଙ୍କୁ ଯୋଗାଇ ଦେଇ ସେମାନଙ୍କ ଆର୍ଥିକ ପରିସ୍ଥିତିରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବେ । ସ୍ଥଳ ବିଶେଷରେ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଗ୍ରହଣଯୋଗ୍ୟ ଆବଶ୍ୟକୀୟ ଜ୍ଞାନ କୌଶଳ ବିଷୟରେ ଏମାନଙ୍କୁ କୃଷି ବୈଷୟିକ ବିଶ୍ୱବିଦ୍ୟାଳୟରେ ତାଲିମ ପ୍ରଦାନ କରାଯିବ ।
କୃଷି ବୈଷୟିକ ବିଶ୍ୱବିଦ୍ୟାଳୟରେ ତାଲିମ
- ବର୍ତ୍ତମାନର କୃଷି ସମ୍ପ୍ରସାରଣ ବ୍ୟବସ୍ଥାର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଅଣାଯିବ ।
- ସମସ୍ତ ୩୦ ଗୋଟି ଜିଲ୍ଲାରେ ସମ୍ପ୍ରସାରଣର ପରିବର୍ତ୍ତିତ ମଡେଲ “ଆତ୍ମା” କାର୍ଯ୍ୟକାରୀ କରାଯାଉଛି ।
- “ଆତ୍ମା” ଗୁଡ଼ିକ ଚାଷୀମାନଙ୍କ ପାଇଁ ଜ୍ଞାନର କେନ୍ଦ୍ର ହୋଇ ବିଭିନ୍ନ କୃଷି ସାମଗ୍ରୀ, ଚାଷ କୌଶଳ ଓ ବଜାର ବିଷୟରେ ସୂଚନା ଚାଷୀମାନଙ୍କୁ ଯୋଗାଉଛି ।
“ଆତ୍ମା”ରେ କାର୍ଯ୍ୟ କରୁଥିବା ଚାଷୀମାନଙ୍କୁ ଅଧିକ ତାଲିମ ପ୍ରଦାନ କରାଯାଇ ଓ “ଆତ୍ମା”ରେ ଅଧିକ ଦକ୍ଷ କର୍ମଚାରୀ ନିଯୁକ୍ତି ଦିଆଯାଇଏହାର କାର୍ଯ୍ୟକାରିତାକୁ ଅଧିକ କ୍ରିୟାଶୀଳ କରାଯିବ, ଯଦ୍ଧ୍ୱାରା ଏହା
- କୃଷକଭିତ୍ତିକସମ୍ପ୍ରସାରଣ
- ଗୋଷ୍ଠୀଭିତ୍ତିକସମ୍ପ୍ରସାରଣ
- ବଜାରଭିତ୍ତିକ ସମ୍ପ୍ରସାରଣ
- ବିକଳ୍ପ ସମ୍ପ୍ରସାରଣ
- ପର୍ଯ୍ୟାୟକ୍ରମ ସଂପ୍ରସାରଣ ପଦକ୍ଷେପକୁ ପ୍ରୋତ୍ସାହିତ କରିବେ ।
- ବର୍ତ୍ତମାନର ସମ୍ପ୍ରସାରଣ କାର୍ଯ୍ୟ ସରକାରୀ ପରିସରଭୁକ୍ତ ସଂସ୍ଥା ଦ୍ୱାରା କରାଯାଉଛି । ପରିବର୍ତ୍ତିତ ପରିସ୍ଥିତିରେ ସମ୍ପ୍ରସାରଣ କରିବା ପାଇଁ ସରକାରୀ ସଂସ୍ଥା ବ୍ୟତୀତ ଏଗ୍ରିକ୍ଲିନିକ୍, କୃଷକ ସଂଗଠନ, କୃଷକ କ୍ଷେତ୍ର ବିଦ୍ୟାଳୟ, ସମବାୟ ସଂସ୍ଥା, ପଞ୍ଚାୟତିରାଜ ସଂସ୍ଥା, ବେସରକାରୀ ସଂଗଠନ ଓ ଅର୍ଦ୍ଧ ବୈଷୟିକ ବ୍ୟକ୍ତିଙ୍କ ଦ୍ୱାରା ପ୍ରୋତ୍ସାହିତ କରାଯିବ । କୃଷି ନିର୍ଦ୍ଦେଶାଳୟ ପକ୍ଷରୁ କରାଯାଉଥିବା ପ୍ରଦର୍ଶନ କ୍ଷେତ୍ରରେ ବେସରକାରୀ ସଂଗଠନ ମାନେ ସହଯୋଗ କରୁଛନ୍ତି ।
- କୃଷକମାନଙ୍କ ଦ୍ୱାରା କୃଷକମାନଙ୍କୁ ତାଲିମ ଦେବା ପାଇଁ ଅଗ୍ରଣୀ କୃଷକମାନଙ୍କ କ୍ଷେତରେ କୃଷକ କ୍ଷେତ୍ର ବିଦ୍ୟାଳୟମାନ କରାଯିବା ଉପରେ ଗୁରୁତ୍ୱ ଦିଆଯିବ ।
- ପ୍ରତ୍ୟେକ ଦୁଇଟି ଗ୍ରାମରେ ଜଣେ ଅଗ୍ରଣୀ ଚାଷୀ “କୃଷକ ସାଥୀ” ଭାବରେ କାର୍ଯ୍ୟ କରିବେ । ସେମାନଙ୍କୁ ପର୍ଯ୍ୟାୟ କ୍ରମେ ମନୋନୀତ କରାଯିବ । କୃଷକ ସାଥୀମାନଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ କରାଯିବ । ଏହାଦ୍ୱାରା ସେମାନେ ଗ୍ରାମ ପଞ୍ଚାୟତରେ ଅନ୍ୟ ଚାଷୀମାନଙ୍କ ପାଖରେ ଆଧୁନିକ ଜ୍ଞାନ କୌଶଳ ପହଞ୍ଚାଇବାରେ ଯୋଗସୂତ୍ରକାରୀ ଭାବେ କାର୍ଯ୍ୟ କରିବେ ।
- କୃଷକମାନଙ୍କ ନିକଟକୁ ସୁବିଧାରେ ବୈଷୟିକ ଜ୍ଞାନକୌଶଳ ହସ୍ତାନ୍ତର କରିବା ପାଇଁ କୃଷି ବିଭାଗ ସହ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ, କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଉତ୍ପାଦନ ପ୍ରତିଷ୍ଠାନ ଗୁଡ଼ିକର ଯୋଗାଯୋଗକୁ ସୁଦୃଢ଼ କରାଯିବ । ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକ କୃଷି କ୍ଷେତ୍ରରେ ଗବେଷଣାଯୋଗ୍ୟ ବିଷୟ ପାଇଁ ସଂଯୋଗ କେନ୍ଦ୍ର ହେବେ ।
- କୃଷକ ପରାମର୍ଶଦାତା ଓ ବ୍ଲକସ୍ତରୀୟ ବୈଷୟିକ ଦଳର ବିଶେଷଜ୍ଞଙ୍କ ଦ୍ୱାରା ନିମ୍ନ ସ୍ତରରୁ ଯୋଜନା ମାନ ପ୍ରସ୍ତୁତ କରି ବ୍ଲକ୍ କାର୍ଯ୍ୟ ଯୋଜନାରେ ପ୍ରତିଫଳିତ କରାଯାଇ ତଦନୁଯାୟୀ ବୈଷୟିକ ଜ୍ଞାନର ପ୍ରସାର ଓ ଉପଯୋଗ କରାଯିବ ।
- ପ୍ରତ୍ୟେକ ରାଜସ୍ୱ ଗ୍ରାମରେ “ଗ୍ରାମ କୃଷକ ମଞ୍ଚ” ଗଠନ କରାଯିବ । ଏହାଦ୍ୱାରା ଅଧିକରୁ ଅଧିକ ଚାଷୀଙ୍କ ସହ ସମ୍ପର୍କ ରକ୍ଷା କରାଯାଇ ପାରିବ।
- ସମ୍ପ୍ରସାରଣ ଓ ଗବେଷଣାଭିତ୍ତିକ ଦୀର୍ଘମିଆଦୀ ଯୋଜନା ଦ୍ୱାରା କୃଷକଙ୍କ ସମସ୍ୟା ଚିହ୍ନଟ ଓ କୃଷକ ବୈଜ୍ଞାନିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଦ୍ୱାରା ବୈଷୟିକ ସମସ୍ୟାର ଉପଯୁକ୍ତ ସମାଧାନର ପନ୍ଥା ବାହାର କରିବା ନିମନ୍ତେ ପ୍ରୋତ୍ସାହନ ଦିଆଯିବ ।
- ଆଗ୍ରହୀ କୃଷି ଉଦ୍ୟୋଗୀମାନଙ୍କୁ “ସୂଚନା କେନ୍ଦ୍ର” ସ୍ଥାପନ କରିବା ପାଇଁ ଉତ୍ସାହିତ କରାଯିବ । ପ୍ରତ୍ୟେକ ବ୍ଲକ୍ରେ କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ର ଖୋଲାଯିବ ।
- ରାଜ୍ୟସ୍ତରୀୟ ତାଲିମ କେନ୍ଦ୍ର କୃଷି ସମ୍ପ୍ରସାରଣ ପରିଚାଳନା ପ୍ରତିଷ୍ଠାନ (ଇମେଜ୍) ଓ ଆଞ୍ଚଳିକ ତାଲିମ ଓ ସମ୍ପ୍ରସାରଣ ପ୍ରତିଷ୍ଠାନ (ରାଇଟ୍) ଗୁଡ଼ିକର ଉନ୍ନତିକରଣ କରାଯିବା ସହ ଅତ୍ୟାଧୁନିକ ଉପକରଣ ଯୋଗାଇ ଦିଆଯିବ ଓ ସେଥିରେ ଦକ୍ଷ ତାଲିମଦାତା ମାନଙ୍କୁ ନିଯୁକ୍ତି ଦିଆଯିବ।
- ବ୍ଲକ୍, ଜିଲ୍ଲା ଓ ରାଜ୍ୟସ୍ତରରେ ମନୋନୀତ ଶ୍ରେଷ୍ଠ କୃଷକମାନଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ।
- କୃଷି ବିଭାଗର ସବୁ ସ୍ତରରେ ଥିବା ଅଧିକାରୀମାନଙ୍କ ଜ୍ଞାନ କୌଶଳ ବୃଦ୍ଧି ପାଇଁ ସେମାନଙ୍କୁ ପ୍ରତିଷ୍ଠିତ ସଂସ୍ଥା ଦ୍ୱାରା ତାଲିମ ପ୍ରଦାନର ବ୍ୟବସ୍ଥା କରାଯିବ ।
- ବର୍ତ୍ତମାନର ସାମଗ୍ରୀ ଯୋଗାଣ ବ୍ୟବସ୍ଥାରେ ବିହନ, କୀଟନାଶକ ଇତ୍ୟାଦି କୃଷକମାନଙ୍କୁ ଯୋଗାଇ ଦେବାରେ ଚାପ ରହିଥାଏ । ଏହାକୁ ଜ୍ଞାନ-ଯୋଗାଣ ସମ୍ପ୍ରସାରଣ କାର୍ଯ୍ୟକୁ ବଦଳାଇ ଦିଆଯିବ । ଏଥିରେ କୃଷକମାନଙ୍କୁ ଉପଯୁକ୍ତ ଜ୍ଞାନକୌଶଳ ଓ ଚାଷ ପଦ୍ଧତି ସମ୍ବନ୍ଧୀୟ ଜ୍ଞାନ ସାମଗ୍ରୀ ଯୋଗାଇବାରେ ଚାପ ରହିବ ।
ଆଧାର - କୃଷି ବିଭାଗ , ଓଡିଶା ସରକାର
Last Modified : 1/28/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.