অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୁକୁଡା ପାଳନ

କେତେକ ଜାଣିବା କଥା

ଆମ ରାଜ୍ୟରେ ଶତକଡ଼ା ୮୦ ଭାଗ ଲୋକ ଗାଁ ଗଣ୍ଡାରେ ବାସ କରନ୍ତି ଏବଂ ସେମାନଙ୍କର ପ୍ରଧାନ ଜୀବିକା କୃଷି ଓ ପଶୁପକ୍ଷୀ ପାଳନ । ଆଜିକାଲି ଆମ ରାଜ୍ୟରେ ବହୁତ ଚାଷୀ ଓ ଶିକ୍ଷିତ ଯୁବକମାନେ କୁକୁଡ଼ା ପାଳନକୁ ପ୍ରଧାନ ବ୍ୟବସାୟ ରୂପେ ଆଦରି ନେଲେଣି ଏବଂ ଏହା ଦ୍ଵାରା କିଛିଟା ଆତ୍ମ ନିଯୁକ୍ତି ସଙ୍ଗେ ସଙ୍ଗେ ନିଜର ଆର୍ଥିକ ପରିସ୍ଥିତିକୁ ବଢ଼ାଇ ନେଲେଣି । ଏହିସବୁ ଜାତୀୟ ପକ୍ଷୀମାନଙ୍କ ମଧ୍ୟରେ କୁକୁଡ଼ା, ବତକ, ତର୍କି, ଗିନି କୁକୁଡ଼ା, ଗୁଣ୍ଡୁରି (କ୍ରେଲ୍), ରାଜହଂସ ଓ ଏମୁ ପ୍ରଭୁତି ଅନ୍ତର୍ଗତ । ଏମାନେ ଯୁଗ ଯୁଗ ଧରି ମଣିଷ ଦ୍ଵାରା ପାଳିତ ହୋଇ ମଣିଷକୁ ପ୍ରଚୁର ଅର୍ଥ ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଆସୁଅଛନ୍ତି ।

ଭାରତ ଉପମହାଦେଶୀୟ ଦେଶ ସମୁହ ଓ ଏହାର ସନ୍ନିକଟ କେତେକ ଦେଶ କୁକୁଡ଼ାର ଉତ୍ପତ୍ତିସ୍ଥଳ ବୋଲି ଜଣାଯାଏ । ଏହିସବୁ ଦେଶର ଜଙ୍ଗଲରେ ଏବେ ମଧ୍ୟ ଲାଲ ରୌପ୍ୟ ରଙ୍ଗର ଜଙ୍ଗଲି କୁକୁଡ଼ା ଦେଖିବାକୁ ମିଳେ । କାଳକ୍ରମେ ୟୁରୋପ ଓ ଆମେରିକାର ଉନ୍ନତ ଦେଶ ଗୁଡ଼ିକ ଭାରତୀୟ ଉପମହାଦେଶରୁ ଜଙ୍ଗଲି କୁକୁଡ଼ା ନେଇ ସେଠାରେ କୁକୁଡ଼ାଙ୍କର ବହୁବିଧ ଉନ୍ନତି କରିଛନ୍ତି । ଏଥିସହିତ ବିଭିନ୍ନ କିସମର ସ୍ଵତନ୍ତ୍ର ଅଣ୍ଡା ଉତ୍ପାଦନ ଓ ସ୍ଵତନ୍ତ୍ର ମାଂସ ଉତ୍ପାଦନକାରୀ କୁକୁଡ଼ା ଜାତି ବା ଅନୁଜାତି ସୃଷ୍ଟି କରିପାରିଛନ୍ତି।

ଆମ ଦେଶର ପୁରାତନ କୁକୁଡ଼ା ପାଳନ ପଦ୍ଧତି ଅତି ଅନୁନ୍ନତ ଅଲା । କୁକୁଡ଼ା ପାଳନ କାହାର ମୁଖ୍ୟ ବ୍ୟବସାୟ ନଥିଲା । ଲୋକମାନେ ଜାତିଆ କୁକୁଡ଼ା କଣ ଜାଣି ନଥିଲେ । ପୁରୁଣା ପ୍ରଥା ଅନୁସାରେ ଲୋକମାନେ ଅଳ୍ପ କେତୋଟି ଅଜାତିଆ କୁକୁଡ଼ା ରଖିଥିଲେ । ଦିନ ବେଳେ ସେମାନଙ୍କୁ ବାହାରକୁ ଛାଡ଼ି ଦିଆଯାଉଥିଲା । ସେମାନେ ବାହାରେ ବିଲବାଡ଼ି ନାଳ ନର୍ଦ୍ଦମା ବୁଲି ଯାହା ମିଳୁଥିଲା ଖାଉଥିଲେ ଏବଂ ସଞ୍ଜ ହେଲେ ମାଲିକର ଘରକୁ ଆସି ବାରଣ୍ଡାରେ ବା ଘରେ ଗୋଟିଏ ଛୋଟ ଆବରଣ ତଳେ ଆଶ୍ରୟ ନେଉଥିଲେ । ସେମାନଙ୍କ ପାଇଁ ସ୍ଵତନ୍ତ୍ର ଖାଦ୍ୟ ଦିଆଯାଉ ନଥିଲା । ସେମାନେ ବର୍ଷକୁ ମାତ୍ର ଚାଳିଶ ପଚାଶଟି ଅଣ୍ଡା ଦେଉଥିଲେ । କୁକୁଡ଼ା ପାଳକର କୁକୁଡ଼ାଙ୍କ ରୋଗ ଓ ଔଷଧ ବିଷୟରେ କିଛି ଧାରଣା ନଥିଲା । ଯଦି କେବେ କୌଣସି ମହାମାରୀ ଆସୁଥିଲା। ତେବେ କେତେ ଖଣ୍ଡ ଗାଁର ସବୁତକ କୁକୁଡ଼ା ମରିଯାଉଥିଲେ । କୁକୁଡ଼ା ପାଳକ ଯାହା କିଛି ଅଳ୍ପ ଅଣ୍ଡା ବିନା ଖର୍ଚ୍ଚରେ ପାଉଥିଲା। ସେଥିରେ ସେ ସନ୍ତୁଷ୍ଟ ହେଉଥିଲେ । ଏହି ଦୁଇ ଦଶନ୍ଧିରେ ଭାରତରେ ବିଧିବଦ୍ଧ କୁକୁଡ଼ା ପାଳନ ଅନୁସୃତ ହେବାରୁ ଲୋକ ମାନଙ୍କର କୁକୁଡ଼ା ପାଳନ ପ୍ରତି ଆଗ୍ରହ ବଢ଼ିଲା ଓ ବର୍ତ୍ତମାନ ଏହା ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇପାରିଛି । ଯାହାଫଳରେ ବର୍ତ୍ତମାନ କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ, ଭୂମିହୀନ ଶ୍ରମିକ ଏପରିକି ମହିଳା, ବାଳକ ଓ ବାଳିକାମାନେ କୁକୁଡ଼ା ପାଳନ କରି ପରିବାରର ଆୟ ବୃଦ୍ଧି ସଙ୍ଗେ ସଙ୍ଗେ ନିଜକୁ ମଧ୍ୟ ରୋଜଗାର କ୍ଷମ କରାଇ ପାରୁଛନ୍ତି ।

କୁକୁଡ଼ା ପାଳନର ଉପକାରିତା

  1. କମ୍ ଖର୍ଚ୍ଚ ଓ କମ୍ ସମୟରେ ଚାଷୀ ତାର ଲାଭା°ସ ପାଇପାରିଥାଏ ।
  2. କୁକୁଡ଼ା ପାଳନ ପାଇଁ ଅଳ୍ପ ଜାଗା ଦରକାର । ତେଣୁ କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ, ଭୂମିହୀନ କୃଷି ଶ୍ରମିକ, ଘରେ ବେକାର ରହୁଥିବା ସ୍ତ୍ରୀ ଲୋକ, ଅଧାରୁ ପାଠ ଛାଡ଼ିଦେବା ବାଳକ ଓ ବାଳିକା ମାନେ କୁକୁଡ଼ା ପାଳନ ସହଜରେ କରିପାରିବେ ।
  3. କୁକୁଡ଼ା ମଳ ଅତ୍ୟନ୍ତ ମୂଲ୍ୟବାନ ଖତ । ଏହା ଜମିର ଉର୍ବରତା ବଢ଼ାଇବା ସଙ୍ଗେ ସଙ୍ଗେ ଜମିରୁ ଅଧିକ ଉତ୍ପାଦନ ପାଇବାରେ ସାହାଯ୍ୟ କରିଥାଏ ।
  4. କୁକୁଡ଼ା ପାଳନ ସହ ଅନ୍ୟାନ୍ୟ ଆନୁସଙ୍ଗିକ ଶିଘ୍ର ତଥା କୁକୁଡ଼ା ଛୁଆ ଉତ୍ପାଦନ ଶିଳ୍ପ, କୁକୁଡ଼ା ଦାନା ତିଆରି ଶିଳ୍ପ, କୁକୁଡ଼ା ପାଳନରେ ବ୍ୟବହୃତ ଉପକରଣ ଓ ଯନ୍ତ୍ରପାତି ଉତ୍ପାଦନ ଶିନ୍ଥ, କୁକୁଡ଼ା ଅଣ୍ଡା ଓ ମାଂସଜାତ ପଦାର୍ଥ ପ୍ରସ୍ତୁତି ଶିଳ୍ପ ଓ କୁକୁଡ଼ା ଦାନାରେ ବ୍ୟବହୃତ ବିଭିନ୍ନ ଉପାଦାନର ପ୍ରସ୍ତୁତି ପାଇଁ ବହୁତ ଲୋକଙ୍କୁ କର୍ମ ଯୋଗାଇବାରେ ସାହାଯ୍ୟ କରିଥାଏ ।

ଗତ ୨୦୦୩ ମସିହା ଗୃହପାଳିତ ପଶୁପକ୍ଷୀ ଗଣନା ଅନୁଯାୟୀ ଆମ ରାଜ୍ୟରେ ୧୮୯ ଲକ୍ଷ କୁକୁଡ଼ା ଅଛନ୍ତି ଏବଂ ବର୍ଷକୁ ୨୩୦୦ ଲକ୍ଷରୁ ଅଧିକ ଅଣ୍ଡା ମିଳୁଛି । କିନ୍ତୁ ହାରାହାରି ଜଣେ ଲୋକ ଗୋଟିଏ ବର୍ଷରେ ୪୨ଟି ଅଣ୍ଡା ଏବଂ ୧୨୦୦ ଗ୍ରାମ୍ ମାଂସ ଖାଇବାକୁ ପାଏ ଯାହା ଦେଶ ତଥା ଉନ୍ନତ ରାଜ୍ୟଠାରୁ ବହୁତ କମ୍ । ଆମ ରାଜ୍ୟରେ ବହୁତ ଅଣ୍ଡା ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଆସୁଛି ।

ଆମ ଦେଶ ପୃଥିବୀରେ ଅଣ୍ଡା ଉତ୍ପାଦନରେ ଚତୁର୍ଥ ଏବଂ କୁକୁଡ଼ା ମାଂସ ଉତ୍ପାଦନରେ ପଞ୍ଚମ ସ୍ଥାନ ଅଧୁକାର କରିଛି । କିନ୍ତୁ ଜଣ ପିଛା ଅଣ୍ଡା ଓ କୁକୁଡ଼ା ମାଂସ ଉତ୍ପାଦନରେ ଆମେ ବହୁତ ପଛରେ ପଡ଼ିଅନ୍ତୁ । କେତେକ ଉନ୍ନତ ଦେଶ ଯଥା - ଇଂଲଣ୍ଡ, ଆମେରିକା, ଜାପାନ, ନେଦରଲ୍ୟାଣ୍ଡ୍ ପ୍ରଭୃତି ଦେଶରେ ବାର୍ଷିକ ଜଣ ପିଛା ହାରାହାରି ଅଣ୍ଡା ଖାଇବା ପରିମାଣ ୩୦୦ ଓ ବାର୍ଷିକ ମାଂସ ଖାଇବା ପରିମାଣ ୧୨ କିଲୋରୁ ଉର୍ଦ୍ଧା ଥିଲାବେଳେ ଆମ ରାଜ୍ୟରେ ହାରାହାରି ଜଣେ ଲୋକ ବର୍ଷକୁ ୪୨ ଟି ଅଣ୍ଡା ଓ ୧୨୦୦ ଗ୍ରାମ୍ ମାଂସ ଖାଇବାକୁ ପାଏ । ଏଥିରୁ ଆମ ଦେଶର ୧୨୦ କୋଟିରୁ ଉର୍ଦ୍ଧ ଲୋକଙ୍କ ପାଇଁ କେତେ ପରିମାଣ ଅଣ୍ଡା ଓ ମାଂସ ଉତ୍ପାଦନ ବଢ଼ାଇବାକୁ ପଡ଼ିବ ତାହ ଅନୁମେୟ । ଆମ ଦେଶର ସୁଷମ ଖାଦ୍ୟ ଉପଦେଷ୍ଟା କମିଟିର ସୁପାରିଶ ଅନୁଯାୟୀ ଦେଶର ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଦିନକୁ ଫାଳେ ଅଣ୍ଡା ଓ ୩୦ ଗ୍ରାମ୍ ମାଛ, ମାଂସ ଖାଇବା ଦରକାର, ଯଦ୍ଵାରା ଜଣଙ୍କ ପାଇଁ ବାର୍ଷିକ ୧୮୦ ଟି ଅଣ୍ଡା ଓ ୧୦ କିଲୋରୁ ଅଧିକ ମାଛ ଓ ମାଂସ ଦରକାର । ଏହି ପରିପ୍ରେକ୍ଷୀରେ ଦେଶର କୁକୁଡ଼ା ପାଳନର ବ୍ୟାପକତା ଓ ଆବଶ୍ୟକତା ଯେ କେତେ ତାହା ସହଜରେ ଅନୁମେୟ ।

ଖାଦ୍ୟ ଅଭାବରୁ ଅଣ୍ଡା ଓ ମାଂସର ଗୁରୁତ୍ଵ

ଆମ ଦେଶର ସୁଷମ ପୃଷ୍ଟିସାର ଖାଦ୍ୟ ଅଭାବରେ ଅନେକ ଲୋକ ବିଶେଷ କରି ଶିଶୁ, ଗର୍ଭବତୀ ମହିଳା, ଏପରିକି ଯୁବକ ଯୁବତୀମାନେ ମଧ୍ୟ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ପ୍ରାଣୀଜ ପୁଷ୍ଟସାର ଶରୀର ଗଠନ, ଶରୀର ରକ୍ଷଣାବେକ୍ଷଣ ଓ ଶରୀର କ୍ଷୟ ପାଇଁ ନିହାତି ଦରକାର । ପ୍ରାଣୀଜ ପୃଷ୍ଟିସାର ଖାଦ୍ୟ ମଧ୍ୟରେ ଅଣ୍ଡା, ଦୁଗ୍ଧ, ମାଂସ ଓ ମାଛ ପ୍ରଧାନ ।

ଅଣ୍ଡା ଶରୀର ଗଠନ ଓ ଶରୀର ରକ୍ଷଣା ବେକ୍ଷଣ ପାଇଁ ଦରକାର ହେଉଥିବା ପ୍ରାୟ ସବୁ ପ୍ରକାର ସୁଷମ ଖାଦ୍ୟର ଏକ ପ୍ରାକୃତିକ ଉପାଦାନ । ସବୁ ବୟସର ଲୋକମାନେ ଏହାକୁ ସହଜରେ ହଜମ କରିପାରନ୍ତି । ଗୋଟିଏ ଅଣ୍ଡାରେ ୭୮ କିଲେ। କ୍ୟାଲୋରି ଶକ୍ତି ଅଛି । ଅଣ୍ଡା ଜୀବନିକା (ଭିଟାମିନ୍) ଓ ଧାତବ ଲବଣର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିରେ ଭିଟାମିନ୍ ଏ, ବି. ସି. ଡି ଓ ଇ ବହୁ ପରିମାଣରେ ଅଛି । ଏହାଛଡ଼ା କ୍ୟାଲସିୟମ, ଫସଫରସ୍, ଲୌହ, ମାଙ୍ଗାନିଜ ପ୍ରଭୃତି ଅତ୍ୟାବଶ୍ୟକ ଜୈବିକ ଧାତବ ଲବଣ ଅଣ୍ଡାର କେଶରରେ ପ୍ରଚୁର ପରିମାଣରେ ଅଛି । ପୃଷ୍ଟିସାର ଯୁକ୍ତ ଖାଦ୍ୟ ମଧ୍ୟରେ ଅଣ୍ଡା ସର୍ବୋକୃଷ୍ଣ । ତେଣୁ ଖାଦ୍ୟ ବା ପୋଷକକୁ ବୈଜ୍ଞାନିକମାନେ ଅଣ୍ଡାର ପୁଷ୍ଟିର ମାନ ହିସାବରେ ଧରି ଅନ୍ୟ ପୁଷ୍ଟିସାର ଖାଦ୍ୟର ମାନ ନିର୍ବାରଣ କରିଥାଆନ୍ତି । ଏହାଛଡ଼ା ଅନ୍ୟାନ୍ୟ ପ୍ରାଣୀଜ ପୁଷ୍ଟିସାର ଖାଦ୍ୟ ତୁଳନାରେ ଅଣ୍ଡା ସବୁଠାରୁ ଶସ୍ତା ଓ ଅପମିଶ୍ରଣ ମୁକ୍ତ । ୫୫ ଗ୍ରାମ୍ ଓଜନର ଏକ ଅଣ୍ଡାରେ (ଖୋଳକୁ ବାଦ୍ ଦେଇ) ଥିବା ଖାଦ୍ୟସାର, ଜୀବନିକା ଓ ଧାତବ ଲବଣର ପରିମାଣ –

ପୁଷ୍ଟିସାର (ପ୍ରୋଟିନ୍)

୬.୨ ଗ୍ରାମ୍

ସ୍ନେହସାର

୫.୫ ଗ୍ରାମ୍

ଶ୍ଵେତସାର

୦.୫ ଗ୍ରାମ୍

ଶକ୍ତି ପରିମାଣ

୭୮ କିଲୋକ୍ୟାଲୋରୀ

ଧାତବ ପଦାର୍ଥ (ଫସଫରସ୍, କ୍ୟାଲ୍‌ସିୟମ, ସୋଡ଼ିଅମ୍) ଆୟୋଡିନ୍, କ୍ଳୋରିନ୍, ଗନ୍ଧକ, ଜିଙ୍କ୍ ଓ ତମ୍ବା ପ୍ରଭୃତି) ।

୦.୫୫ ଗ୍ରାମ୍

ଜୀବନିକା (ଭିଟାମିନ୍)

ଭିଟାମିନ୍ ଏ

୫୬୦ ଆଇ.ୟୁ.

ଭିଟାମିନ୍ ଡି

୫୦ ଆଇ.ୟୁ.

ଭିଟାମିନ୍ ଇ

୧ ମି.ଗ୍ରା.

୧୦

ଭିଟାମିନ୍ ବି (ଏକ)

୦.୦୫ ମି.ଗ୍ରା.

୧୧

ଭିଟାମିନ୍ ବି (ଦୁଇ)

୦.୧୪ ମି.ଗ୍ରା.

୧୨

କୋଲିନ୍

୨୯୧ ମି.ଗ୍ରା.

୧୩

ଭିଟାମିନ୍ ବି (ଛଅ)

୬୦ ମାଇକ୍ରୋ ଗ୍ରାମ୍

୧୪

ଭିଟାମିନ୍ ବି (ବାର)

୦.୦୫ ଗ୍ରାମ୍

୧୫

ବାଇଓଟିନ୍

୫.୦୦ଗ୍ରାମ୍

୧୬

ଫଲିକ୍ ଏସିଡ଼୍

୩.୦୦ ଗ୍ରାମ୍

ଡ଼ିଜାଇନ୍ ଅଣ୍ଡା -

ଆଜିକାଲି ଅଣ୍ଡାର ଗୁଣକୁ ବଢ଼ାଇବା ପାଇଁ ଖାଦ୍ୟରେ ବିଭିନ୍ନ ପ୍ରକାର ଦ୍ରବ୍ୟ ଦିଆଯାଇଛି । ଯଥା ଅଣ୍ଡାରେ ଅଧିକ ଆଣ୍ଟିକସିଡ଼ାଣ୍ଟକ୍ ପାଇଁ ଖାଦ୍ୟରେ ଭିଟାମିନ୍ ଘ ଓ ସେଲିନିୟମ୍ ଦିଆଯାଉଛି । ଆଜିକାଲିର ମାନବ ସମାଜ ଖାଦ୍ୟ ଓ ସ୍ଵାସ୍ଥ୍ୟ ପାଇଁ ଅଧିକ ଯତ୍ନବାନ ତା ପାଇଁ କମ୍ କୋଲେଷ୍ଟିଗଲ ଅଣ୍ଡା ମଧ୍ୟ ହୋଇପାରୁଛି ।

କୁକୁଡ଼ା ମାଂସ -

କୁକୁଡ଼ା ମାଂସ ସୁସ୍ଵାଦୁ, ପୃଷ୍ଟିକର ଓ ସହଜରେ ହଜମ ହୁଏ । ଏଥିରେ କମ୍ ପରିମାଣର ଚର୍ବି ଅଂଶ ଥିବାରୁ, ଏହା ରୋଗୀମାନଙ୍କୁ ମଧ୍ୟ ଖାଇବାକୁ ଦିଆଯାଏ । କୁକୁଡ଼ା ଅଣ୍ଡା ପରି ଏଥିରେ ପ୍ରଚୁର ପରିମାଣରେ ବିଭିନ୍ନ ପ୍ରକାରର ଖଣିଜ ଲବଣ ଓ ଜୀବନିକା ଥାଏ । ଦେଶରେ ପ୍ରାଣୀଜ ପୁଷ୍ଟିସାର ଯୁକ୍ତ ଖାଦ୍ୟର ଅଭାବ ପୂରଣ ପାଇଁ ବ୍ରାଏଲର କୁକୁଡ଼ା ପାଳନ ଦ୍ରୁତ ପ୍ରସାର ଲାଭ କରିଛି ।

କୁକୁଡ଼ା ଖତ –

କୁକୁଡ଼ା ଖତ ଏକ ମୂଲ୍ୟବାନ ସାର । ୫୦ଟି କୁକୁଡ଼ା ରହୁଥିବା ଘରୁ ବାର୍ଷିକ ୧ ଟନ୍ ଖତ ଲିଟର ଭାବରେ ବାହାରେ । କୁକୁଡ଼ା ମଳ ମିଶ୍ରିତ ଏକ ଟନ୍ ଲିଟରରେ ୧୩୦ କିଲେ । ଆମୋନିୟମ୍ ସଲ୍‌ଫେଟ୍, ୧୨୦ କିଲୋ ସୁପର ଫସଫେଟ୍, ୪୨ କିଲୋ ପୋଟାସ୍ ଓ ୨୮ କିଲୋ, କାଲ୍ସିୟମ୍ ଥାଏ। ଏହାଛଡ଼ା ବହୁ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ମଧ୍ୟ ଥାଏ ।

କୁକୁଡ଼ା ପାଳନର ରୂପରେଖ

ଛୋଟ ଆକାରର ହେଉ କିମ୍ବା ବଡ଼ ଆକାରର ହେଉ, କୁକୁଡ଼ା ଫାର୍ମ କରିବା ପାଇଁ ପ୍ରଥମେ ନିଜର ମାନସିକ ସ୍ଥିରତା ଓ ଦୃଢ଼ତା ଦରକାର । ଫାର୍ମ କରିବା ପୂର୍ବରୁ କୁକୁଡ଼ା ଫାର୍ମ ସମ୍ପର୍କୀୟ ନିମ୍ନଲିଖିତ ବିଷୟରେ ସମ୍ୟକ୍ ଧାରଣା ଥିବା ଉଚିତ୍ ।

କେଉଁ ଜାଗାରେ କୁକୁଡ଼ା ଫାର୍ମ କରିବା

  • କେଉଁ ସ୍ଥାନରେ କୁକୁଡ଼ା ଫାର୍ମ କରିବ ତା ଉପରେ ସଫଳତା ଓ ବିଫଳତା ନିର୍ଭର କରେ ।  କୁକୁଡ଼ା ଫାର୍ମ କରିବା ପାଇଁ ଆବଶ୍ୟକ ଜମି ଅଳ୍ପ ଦାମରେ ହୋଇଥିବ । ଗମନା ଗମନର ସୁବିଧା, ନିକଟରେ ପାଣି ଓ ବିଜୁଳି ଯୋଗାଣର ସୁ-ବ୍ୟବସ୍ଥା ଓ ନିକଟରୁ ଅଣ୍ଡା ଓ ମାଂସ ବିକ୍ରୟର ବଜାର ଅବା ଦରକାର । ଏହା ସାମାନ୍ୟ ଉଚ୍ଚା ଜାଗା ହେବା ଭଲ ଏବଂ ସନ୍ତସନ୍ତିଆ ହୋଇ ନଥିବ । ଜନବସତି ଠାରୁ ଦୂରରେ ରହିବା ଦରକାର ।

କେଉଁ ଉଦ୍ଦେଶ୍ୟରେ କୁକୁଡ଼ା ପାଳନ କରିବ  -

  • କୁକୁଡ଼ା ପାଳନ ଦ୍ଵିବିଧ, ଯଥା – ଅଣ୍ଡା ପାଇଁ କୁକୁଡ଼ା ପାଳନ ଓ ମାଂସ ପାଇଁ କୁକୁଡ଼ା ପାଳନ । ତେଣୁ ଲୋକଙ୍କର ଚାହିଦା ଓ ବଜାରରେ ସୁବିଧା ଦେଖି କେଉଁ ପ୍ରକାର କୁକୁଡ଼ା ପାଳନ କରାଯିବ ତାହା ପ୍ରଥମେ ସ୍ଥିର କରିବା ଦରକାର ।
  • ଅନ୍ୟାନ୍ୟ ବ୍ୟବସାୟ ତୁଳନାରେ କୁକୁଡ଼ା ପାଳନ ଏକ ସ୍ଵତନ୍ତ୍ର ପ୍ରକାର ବ୍ୟବସାୟ । ଯେଉଁ ବ୍ୟକ୍ତି କୁକୁଡ଼ା ପାଳନ କରିବେ ତାର ନିଜର ଆତ୍ମବିଶ୍ଵାସ, ଇଚ୍ଛା ଓ ସାମର୍ଥ ଅବା ଦରକାର । ତେଣୁ ପ୍ରଥମେ ଅଳ୍ପ କୁକୁଡ଼ା ରଖି, କୁକୁଡ଼ା ପାଳନର ସମ୍ୟକ ଧାରଣା ଆସିଗଲେ, ଅଧିକ ସଂଖ୍ୟାରେ ନିୟମିତ କୁକୁଡ଼ା ପାଳନ କରାଯାଇପାରେ ।

କୁକୁଡ଼ା ଫାର୍ମ ପାଇଁ ଆବଶ୍ୟକ ଅର୍ଥ

କୁକୁଡ଼ା ଫାର୍ମ ପାଇଁ ଅର୍ଥର ଆବଶ୍ୟକତା ଅଛି । କେତେକ ବ୍ୟକ୍ତି ନିଜର ସାମର୍ଥ୍ୟରୁ ଫାର୍ମ କରିପାରିବେ । କୁକୁଡ଼ା ଫାର୍ମ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଜାତୀୟକରଣ ବ୍ୟାଙ୍କୁ ଓ ବିଭିନ୍ନ ଅନୁଦାନ ସଂସ୍ଥା ଦ୍ଵାରା ଆର୍ଥିକ ସୁବିଧା ଯୋଗାଇ ଦେଉଛନ୍ତି । ତେଣୁ ରାଜ୍ୟ ସରକାରଙ୍କର ପଶୁ ଚିକିତ୍ସା ଓ ପଶୁପାଳନ ବିଭାଗ, ରାଜ୍ୟ ସରକାରଙ୍କର କୁକ୍କୁଟ ଉନ୍ନୟନ ସମବାୟ ସଂସ୍ଥା ଓ କୃଷି ବୈଷୟିକ ବିଶ୍ଵବିଦ୍ୟାଳୟର ସାହାଯ୍ୟ ନେଇପାରିବେ ।

ପଶୁପକ୍ଷୀ ବୀମା –

ଆଜିକାଲି କୁକୁଡ଼ା ଫାର୍ମରେ କୁକୁଡ଼ା ଦାମର ଶତକଡ଼ା ୪ ହାରରେ ବୀମା କରାଯାଇଛି । ଯଦି ଆକସ୍ମିକ ଫାର୍ମର କିଛି କ୍ଷତି ହେଲା ବୀମା କମ୍ପାନୀଠାରୁ ଅର୍ଥ ମିଳିଥାଏ । ଏହାର ସଦ୍ ଉପଯୋଗ କରିବା ଉଚିତ୍ । ଉନ୍ନତ ପ୍ରଣାଳୀରେ କୁକୁଡ଼ା ପାଳନ କରିବାକୁ ହେଲେ ନିମ୍ନଲିଖିତ ୫ ଗୋଟି ବିଷୟ ପ୍ରତି ଧାନ ଦେବାକୁ ପଡ଼ିବ ।

  1. ଜାତିଆ ଅଣ୍ଡା ଉତ୍ପାଦନକାରୀ ଓ ମାଂସ ଉତ୍ପାଦନକାରୀ କୁକୁଡ଼ା ପାଳନ ।
  2. ଆବଶ୍ୟକ ପରିମାଣ ସୁଷମ ବା ସନ୍ତୁଳିତ ଦାନାର ସୁବ୍ୟବସ୍ଥା ।
  3. କୁକୁଡ଼ା ଫାର୍ମର ସୁପରିଚାଳନା, କୁକୁଡ଼ାଙ୍କର ଉପଯୁକ୍ତ ପାଳନ ଓ ଯତ୍ନ ।
  4. ନିୟମିତ ରୋଗ ପ୍ରତିରୋଧକ ଓ ଚିକିସ୍ଥାର ବ୍ୟବସ୍ଥା ।
  5. ଉପଯୁକ୍ତ ସମୟରେ କୁକୁଡ଼ା ଅଣ୍ଡା ଓ ମାଂସ ବିକ୍ରୟ ସୁବ୍ୟବସ୍ଥା ।

କୁକୁଡ଼ା ପାଳନରେ କ୍ଷତି କାହିଁକି ହୁଏ ?

  1. ଉନ୍ନତ ଜାତିଆ କୁକୁଡ଼ା ପାଳନ ନକଲେ ବାର୍ଷିକ ଅଣ୍ଡା ଉତ୍ପାଦନ ଓ ଆନୁଯାତିକ ମାଂସ ଉତ୍ପାଦନ ଠିକ୍ ଭାବରେ ହୁଏ ନାହିଁ । ଏଣୁ କୁକୁଡ଼ା ପାଳନ କଲେ ବାର୍ଷିକ ୩୦୦ ରୁ ୩୨୦ ଟି ଅଣ୍ଡା ଦେଇ ପାରୁଥିବା କୁକୁଡ଼ା ଛୁଆ ଓ ୩୫ ରୁ ୪୨ ଦିନ ମଧ୍ୟରେ ଦେଢ଼ କିଲୋ ଓଜନ ହୋଇ ପାରୁଥିବା ବ୍ରାଏଲର ପାଳନ କରିବା ଉଚିତ୍ ।
  2. କୁକୁଡ଼ାମାନଙ୍କୁ ଯଦି କମ୍ ଖାଦ୍ୟ ଦିଆଯାଏ କିମ୍ବା ଉପଯୁକ୍ତ ପରିମାଣର ସୁଷମ ଖାଦ୍ୟ ଦିଆ ନ ଯାଏ, ତେବେ ତାଙ୍କ ଠାରୁ କମ୍ ଅଣ୍ଡା ମିଳିଥାଏ ଓ ବ୍ରଏଲରଙ୍କର ଶରୀର ବୃଦ୍ଧି ବାଧାପ୍ରାପ୍ତ ହୁଏ । ଫଳରେ କ୍ଷତି ହୁଏ । ସନ୍ତୁଳିତ ଦାନା ନ ପାଇଲେ କୁକୁଡ଼ାଙ୍କର ବୁଦ୍ଧି ଠିକ୍ ରୂପେ ହୋଇ ନଥାଏ ଏବଂ ଚାଷୀର କ୍ଷତି ହୋଇଥାଏ ।
  3. କୁକୁଡ଼ାଙ୍କର ଯତ୍ନ ଓ ପାଳନରେ କୌଣସି ତ୍ରୁଟି ହେଲେ ଯଥା ଲିଟରର ଉପଯୁକ୍ତ ଯତ୍ନ ନ ନେଲେ, ବୟସ ଅନୁସାରେ ଖାଦ୍ୟର ଗୁଣ ଓ ପରିମାଣ ଠିକ୍ ନଥିଲେ, ଚୁଡ଼ି’ରେ କୌଣସି ଦୋଷ ତ୍ରୁଟି ହେଲେ, ପରିଷ୍କାର ପାଣି ପିଇବାକୁ ନ ଦେଲେ, କୁକୁଡ଼ା ଘରେ ଆବଶ୍ୟକ ପରିମାଣ ଆଲୋକ, ବାୟୁ ଚଳାଚଳ ନଥିଲେ କିମ୍ବା କୁକୁଡ଼ା ଗୁହ ଓ ଉପକରଣ ପରିଷ୍କାର ପରିଚ୍ଛନ୍ନ ନ ରହିଲେ କୁକୁଡ଼ା ଫାର୍ମରେ କ୍ଷତି ହୋଇଥାଏ ।
  4. କୁକୁଡ଼ା ଘରର ମେଜିଆ ଯଦି ଠିକ୍ ଭାବରେ ହୋଇ ନଥାଏ, ତେବେ ମୂଷା ଉପଦ୍ରବ ବୃଦ୍ଧି ପାଏ । ମୂଷାମାନେ ଛୋଟ ଚିଆଁକୁ ମାରି ଖାଇ ଦିଅନ୍ତି । ବହୁ ପରିମାଣର ଦାନା ଖାଇ ଦିଅନ୍ତି ଓ ନଷ୍ଟ କରି ଦିଅନ୍ତି, ଫଳରେ ଫାର୍ମର ବହୁତ କ୍ଷତି ହୁଏ ।
  5. କୁକୁଡ଼ାମାନଙ୍କ ଠିକ୍ ସମୟରେ ଟୀକା ଦେଇ ଦେବା ଉଚିତ୍ । ନଚେତ ବହୁତ ମାରାମକ ରୋଗ ଯଥା - ରାଣୀକ୍ଷେତ, ମରେକ୍ସ ଇତ୍ୟାଦି ରୋଗ ହୋଇ ଫାର୍ମର ବହୁତ କୁକୁଡ଼ା ମରିଯାଆନ୍ତି । ଫଳରେ ଫାର୍ମର ବହୁତ କ୍ଷତି ହୁଏ ।
  6. କୁକୁଡ଼ାମାନଙ୍କୁ ନିୟମିତ ଭାବରେ କୃମି ଲାଗି ନିରାକରଣ ଔଷଧ ଦେବା ଉଚିତ୍ । ନଚେତ ଅଣ୍ଡା ଉତ୍ପାଦନ କମିଯାଏ ଓ ଶରୀର ବୁଦ୍ଧି ମଧ୍ୟ ବାଧାପ୍ରାପ୍ତ ହୋଇ ଫାର୍ମର କ୍ଷତି ଘଟାଏ ।
  7. ରୋଗାକ୍ରାନ୍ତ, ଅଣ୍ଡା ଦେଇ ପାରୁନଥିବା କୁକୁଡ଼ା ଓ କୁଡୁକୀ କୁକୁଡ଼ାମାନଙ୍କୁ ତୁରନ୍ତ ଫାର୍ମରୁ ବହିଷ୍କାର କରିବା ଉଚିତ୍ । ନଚେତ୍ ସେମାନେ ଅଯଥାରେ ଦାନା ଖାଇ ଫାର୍ମର କ୍ଷତି କରାଇଥାଆନ୍ତି ।
  8. ଅଣ୍ଡା ଓ ମାଂସର ବିକ୍ରୟ ଠିକ୍ ସମୟରେ, ନହୋଇ ପାରିଲେ, ତାହା ନଷ୍ଟ ହୋଇଯାଏ । ଅଧିକ ସମୟ ରହିଲେ ବ୍ରାଏଲର କୁକୁଡ଼ା ଅଧିକ ଖାଇ କମ୍ ବଢ଼ନ୍ତି । ତେଣୁ ଫାର୍ମର ବହୁତ କ୍ଷତି ହୁଏ ।

ପନ୍ଦର ଦିନ ବ୍ୟବଧାନରେ ୨୦୦ଟି ବ୍ରଏଲର ପାଳନର ବାର୍ଷିକ ଲାଭକ୍ଷତି

ପନ୍ଦର ଦିନ ବ୍ୟବଧାନରେ (୨୦୦ +୧୦)ଟି ଲେଖାଏଁ ବ୍ରଏଲର କୁକୁଡ଼ା ଛୁଆ ପାଳିବା ପାଇଁ ଅଣାଯିବ । ପାଞ୍ଚ ସପ୍ତାହରୁ ସାତ ସପ୍ତାହ ବୟସରେ ବ୍ରଏଲର କୁକୁଡ଼ା ବିକ୍ରୟ କରାଯିବ । ଏହିପରି ଭାବରେ ବର୍ଷକୁ ୨୦ ଦଳ କୁକୁଡ଼ା ଛୁଆ ପାଳନ କରି ବିକ୍ରୟ କରାଯିବ । କାରଣ ୨ ମାସ କୁକୁଡ଼ା ଘରକୁ ଖାଲି ରଖାଯାଏ । ଏହି ଫାର୍ମଟି ପାଇଁ କୁକୁଡ଼ା ପାଳନ ନିଜର ଜମି ବ୍ୟବହାର କରିବେ ଓ ନିଜେ ପରିଶ୍ରମ କରିବେ । ଘର ତିଆରି ପାଇଁ ଆବଶ୍ୟକ ଉପକରଣ ପ୍ରଥମ ଆଠ ସପ୍ତାହରେ ୪ଟି ଦଳ ବ୍ରଏଲର ଦାମ, ହାରାହାରି ଦାନା ଖର୍ଚ, ଔଷଧ ଖର୍ଚ୍ଚ ଓ ବୀମା ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଇତ୍ୟାଦି ପାଇଁ ଆବଶ୍ୟକ ମୂଳଧନ କୁକୁଡ଼ା ପାଳନ ସରକାରଙ୍କ ଠାରୁ କିମ୍ବା ସ୍ଵିକୃତି ପ୍ରାପ୍ତ କୌଣସି ବ୍ୟାକ୍‌ରୁ ଗଣ ଆଣିବେ । ପ୍ରତି ବ୍ରଏଲର କୁକୁଡ଼ା ୫ ରୁ ୭ ସପ୍ତାହ ବୟସ ମଧ୍ୟରେ ୩ କି.ଗ୍ରା. ଦାନା ଖାଇ ଏକ କିଲୋ ୫୦୦ ଗ୍ରାମ୍ ଓଜନ ହେବ । ଶତକଡ଼ା ୫ ପ୍ରତିଶତ ମୃତ୍ୟୁ ହିସାବକୁ ନିଆଯିବ । କୁକୁଡ଼ା ଦାମ୍ କିଲେ। ପ୍ରତି ଟ୭୦.୦୦ ବିକ୍ରୟ କରାଯିବ ଓ ଦାନା କିଲୋ ପ୍ରତି ଟ୨୦.୦୦ ହିସାବରେ କିଣାଯାଏ ।

ମୂଳଧନ

ସ୍ଥାୟୀ ମୂଳଧନ :

କୁକୁଡ଼ା ଘର :

ପ୍ରତି ବ୍ରଏଲର କୁକୁଡ଼ା ପାଇଁ ଏକ ବର୍ଗଫୁଟ ହିସାବରେ ଦଳର ୪୦୦ ବ୍ରଏଲର କୁକୁଡ଼ା ପାଇଁ ୪୦୦ ବର୍ଗଫୁଟ ମେଜିଆ ଜାଗା ଘର ଦରକାର । ବଗଫୁଟ ୪୦୦ ଟଙ୍କା ହିସାବରେ ୪୦୦ ବର୍ଗଫୁଟର ।

ଘର ପାଇଁ ଖର୍ଚ୍ଚ

ଟ.୧,୬୦,୦୦୦/-

ବିଦ୍ୟୁତ ବ୍ୟବସ୍ଥା

ଟ.      ୬,୦୦୦/-

କୁକୁଡ଼ା ଉପକରଣ (୪୦୦ କୁକୁଡ଼ା ପାଇଁ, କୁକୁଡ଼ା ପ୍ରତି ଟ୧୦/- ହିସାବରେ)

ଟ.       ୪,୦୦୦/-

ମୋଟ  -  ଟ. ୧,୭୦,୦୦୦/-

ପୌନଃପୌନିକ ମୂଳଧନ (ପ୍ରଥମ ୭ ସପ୍ତାହ ପାଇଁ)

(ବ୍ରଏଲର ଚିଆଁ ଦାମ୍ ବ୍ରଏଲର ଚିଆଁ ପ୍ରତି ଟ.୩୦/- ହିସାବରେ ୪୨୦ ଟି ବ୍ରଏଲର ଚିଆଁର ଦାମ୍ ଶତକଡ଼ା ୫ ମୃତ୍ୟୁ ହାର ହିସାବକୁ ନେଇ ପ୍ରତି ଦଳରେ ୫ ଟି ଲେଖାଏଁ ଅଧିକ ବ୍ରଏଲର କିଣାଯିବ)

ଟ. ୧୨,୦୦୦/-

ଦାନା ଖର୍ଚ୍ଚ

ଯେହେତୁ ପ୍ରଥମ ୭ ସପ୍ତାହରେ ୪ଟି ଦଳ ବିଭିନ୍ନ ଟ.୨୪,୦୦୦/- ବୟସର କୁକୁଡ଼ା ରହିବେ । କୁକୁଡ଼ା ପ୍ରତି ହାରାହାରି ୩ କିଲୋ ହିସାବରେ ଓ କିଲୋ ପ୍ରତି ଟ.୨୦/- ହିସାବରେ ୧୨୪୦ କିଲୋ ଦାନାର ଦାମ୍

ଟ. ୨୪,୦୦୦/-

ଔଷଧ ଖର୍ଚ୍ଚ

କୁକୁଡ଼ା ପ୍ରତି ଟ.୬/- ହିସାବରେ ୪୦୦ ବ୍ରଏଲର କୁକୁଡ଼ା ପାଇଁ ଔଷଧ ଖର୍ଚ୍ଚ

ଟ. ୨,୪୦୦/-

ବୀମା ଖର୍ଚ୍ଚ

କୁକୁଡ଼ା ପ୍ରତି ଟ. ୧/- ହିସାବରେ ୪୨୦ଟି ବ୍ରଏଲର ପାଇଁ

ଟ. ୪୨୦/-

ବିଜୁଳି ଓ ଅନ୍ୟାନ୍ୟ ଖର୍ଚ୍ଚ କୁକୁଡ଼ା ପ୍ରତି  ଟ୫.୦୦ ହିସାବରେ ୪୦୦ ବ୍ରଏଲର ପାଇଁ

ଟ. ୨,୦୦୦/-

ମୋଟ  -  ଟ. ୪୦,୮୨୦ /-

ମୋଟ ଆବଶ୍ୟକ ମୂଳଧନ –

(୧) + (୨) = ୧,୭୦,୦୦୦ + ୪୦,୮୨୦ = ଟ.୨,୧୦, ୮୨୦ /-

ଏକ ବର୍ଷ ପାଇଁ ଖର୍ଚ୍ଚ :

ସ୍ଥାୟୀ ଖର୍ଚ୍ଚ :

ରଣ କରିବା ମୂଳଧନ ଉପରେ ସୁଧ ଟ. ୧୦/- ପ୍ରତିଶତ ହିସାବରେ ଟ, ୧,୭୦,୦୦୦/- ର ବାର୍ଷିକ ସୁଧ

ଟ.୧୭,୦୦୦/-

ଗୃହର ମୂଲ୍ୟ ହାନି (ଶତକଡ଼ା ୧୦ ହିସାବରେ)

ଟ. ୧୬,୦୦୦/-

ଉପକରଣ ମୂଲ୍ୟ ହାନି ଶତକଡ଼ା ୨୦ ହିସାବରେ

ଟ. ୮୦୦/-

ମୋଟ – ଟ. ୩୩, ୮୦୦/-

ଅସ୍ଥାୟୀ ଖର୍ଚ୍ଚ :

ଚିଆଁ ଦାମ୍ :

ଚିଆଁ ପ୍ରତି ଟ.୩୦/- ହିସାବରେ ୪୦୦୦ଟି ଟ, ୧,୨୦,୦୦୦.୦୦ ଚିଆଁର କ୍ରୟ ମୂଲ୍ୟ (୨୦ ଟି ବ୍ୟାଚ୍) ଦାନା ଖର୍ଚ୍ଚ :

ବ୍ରଏଲର କୁକୁଡ଼ା ପ୍ରତି ୩ କି.ଗ୍ରା. ହିସାବରେ ୪୦୦୦ ବ୍ରଏଲର କୁକୁଡ଼ାଙ୍କ ପାଇଁ ୧୨୦୦୦ କି.ଗ୍ରା ଦାନାକୁ କି.ଗ୍ରା. ପ୍ରତି ଟ.୨,୦/- ହିସାବରେ

ଟ.୨,୪୦,୦୦୦.୦୦

ଔଷଧ ଖର୍ଚ୍ଚ

ବ୍ରଏଲର କୁକୁଡ଼ା ପିଛା ଟ୬ /- ଔଷଧ ଖର୍ଚ୍ଚ ହିସାବରେ

ଟ. ୨୪,୦୦୦/-

ବିଜୁଳି ଖର୍ଚ୍ଚ :

ମାସିକ ଟ ୩୦୦/ ହିସାବରେ ୧ ବର୍ଷକୁ

ଟ. ୩, ୬୦୦ /

ବୀମା ଖର୍ଚ୍ଚ :

ବ୍ରଏଲର ପ୍ରତି ଟ. ୧/ ହିସାବରେ

ଟ. ୪,୦୦୦/

ଲିଟର ଓ ଅନ୍ୟାନ୍ୟ ଖର୍ଚ୍ଚ :

କୁକୁଡ଼ା ପ୍ରତି ଟ.୨/ ହିସାବରେ

ଟ. ୮,୦୦୦/

ଟ. ୩,୯୯,୬୦୦/

ମୋଟ ସ୍ଥାୟୀ ଅସ୍ଥାୟୀ ଖର୍ଚ୍ଚ

(୩୩,୮୦୦ + ୩,୯୯,୬୦୦)  =  ଟ. ୪,୩୩,୪୦୦/-

ଆୟ

୪୦୦୦ ବ୍ରଏଲରର ଓଜନ ବ୍ରଏଲର ପ୍ରତି ୧ କି.ଗ୍ରା. ୬୦୦ ଗ୍ରାମ୍ ହିସାବରେ କିଲୋ ଟ.୭୫/- ହିସାବରେ ଆୟ

ଟ. ୪,୮୦,୦୦୦/-

ଖାଲି ଅଖାର ଦାମ୍

ଅଖା ପ୍ରତି ଟ୨୦/ ହିସାବରେ ୨୪୦ଟି

ଟ.୪,୮୦୦/

କୁକୁଡ଼ା ଖତ

ବ୍ରଏଲର ପ୍ରତି ଟ. ୧/- ହିସାବରେ ଖତର ମୂଲ୍ୟ

ଟ. ୪,୦୦୦/-

ମୋଟ ଆୟ = ଟ. ୪,୮୮,୮୮୦/-

ମୋଟ ଲାଭ ୪,୮୮,୮୮୦ – ୪,୩୩,୪୦୦     =          ଟ. ୫୫,୪୮୦ /-

ବ୍ରଏଲର ପ୍ରତି ଲାଭ

ଟ. ୧୩,୮୦ /-

୧୦୦୦ଟି ଅଣ୍ଡା ଦିଆ କୁକୁଡ଼ା ଫାର୍ମର ଲାଭକ୍ଷତି

ପ୍ରଥମେ ୧୦୬୦ଟି ଦିନିକିଆ ଅଣ୍ଡା ଦେବା ଜାତୀୟା କୁକୁଡ଼ା ଛୁଆ କିଣାଯିବ । କୁକୁଡ଼ା ପାଳନ ନିଜର ଜମିରେ ଉକ୍ତ ଫାର୍ମ ପ୍ରତିଷ୍ଠା କରିବ ଓ ନିଜେ କୁକୁଡ଼ା ଫାର୍ମରେ କାର୍ଯ୍ୟ କରିବେ । ଗୃହ ନିର୍ମାଣ ଉପକରଣ ଖର୍ଜି, କୁଆ ଖୋଳେଇ, ମୋଟର ପମ୍ପ, କୁକୁଡ଼ା ଛୁଆ ଖର୍ଭି ଓ କୁକୁଡ଼ା ଛୁଆ ୨୦ ସପ୍ତାହ ବିକ୍ରୟ ପର୍ଯ୍ୟନ୍ତ (ଅଣ୍ଡା ଦେବା ପର୍ଯ୍ୟନ୍ତ) ଆବଶ୍ୟକ ଦାନା, ଔଷଧ, ବୀମା ଖର୍ଚ୍ଚ ଆଦି ଗଣ ଆକାରରେ ଟଙ୍କା ଅଣାଯିବ କିମ୍ବା ନିଜସ୍ଵ ସମ୍ବଳକୁ ଖର୍ଚ୍ଚ କରାଯିବ, ମୂଳଧନ ଉପରେ ୧୨.୫ ହାରରେ ସୁଧ, ଗୃହ ଓ ଉପକରଣ ମୂଲ୍ୟହାନୀ ଆଦି ହିସାବକୁ ନିଆଯାଇ ଲାଭକ୍ଷତି ହିସାବ କରାଯିବ I

ଆବଶ୍ୟକ ମୂଳଧନ :

ସ୍ଥାୟୀ ମୂଳଧନ :

ଜମି :  ଆବଶ୍ୟକ ଜମି, କୁକୁଡ଼ା ପାଳନ ନିଜେ ବହନ କରିବେ ।

ଘର :  ବ୍ରୁଡିଂ ନିର୍ମିର ୫୦୦ ବର୍ଗଫୁଟ ମେଜିଆ ଜାଗା ଗୃହ, ବଢ଼ନ୍ତି ଓ ଅଣ୍ଡାଦିଆ କୁକୁଡ଼ା ପାଇଁ କୁକୁଡ଼ା ପ୍ରତି ୨ ବର୍ଗଫୁଟ ହିସାବରେ ୧,୦୦୦ କୁକୁଡ଼ା ପାଇଁ ୨,୦୦୦ ବର୍ଗଫୁଟ ଦାନା ରଖିବା ଘର ପାଇଁ ୩୦୦ ବର୍ଗଫୁଟ, ହିସାବରେ ମୋଟ ୨, ୮୦୦  ବର୍ଗଫୁଟ ଗୃହର ଦାମ୍ ବର୍ଗଫୁଟ ପ୍ରତି ଟ. ୩୦୦/- ହିସାବରେ (ଟ, ୩୦୦/- x ୨,୮୦୦)  = ଟ.୮,୪୦,୦୦୦/-

କୂଅ ଖୋଳେଇ

ଟ. ୧୦,୦୦୦/-

ମୋଟର ପମ୍ପ

ଟ. ୫,୦୦୦/-

ବିଦ୍ୟୁତ୍ ବ୍ୟବସ୍ଥା

ଟ.୩,୦୦୦/-

କୁକୁଡ଼ା ଉପକରଣ (କୁକୁଡ଼ା ପ୍ରତି ଟ୨୦/- ହିସାବରେ)

ଟ.୨୦,୦୦୦/-

ମୋଟ  - ଟ. ୮,୭୮,୦୦୦/-

ପୌନଃ ପୌନିକ ଖର୍ଚ୍ଚ ବା ଅସ୍ଥାୟୀ ମୂଳଧନ

କୁକୁଡ଼ା ଚିଆଁ ଦାମ୍

ଚିଆଁ ପ୍ରତି ଟ ୧୦/- ହିସାବରେ ୧,୦୬୦ ଚିଆଁର ଦାମ୍ (ଶତକଡ଼ା ୭ ପ୍ରତିଶତ ମୃତ୍ୟୁ ହାରକୁ ମିଶାଇ ଅଧିକ ଛୁଆ କିଣାହେବ)

ଟ. ୧୦,୬୦୦ /-

ଅଣ୍ଡା ଦେବା ପର୍ଯ୍ୟନ୍ତ ଦାନା ଖର୍ଚ୍ଚ କୁକୁଡ଼ା ପ୍ରତି ୭.୫ କିଲୋ ହିସାବରେ ୭,୫୦୦ କିଲୋ ଦାନା ଦାନାର ଦାମ୍ କିଲୋ ପ୍ରତି ଟ୨୦/- ହିସାବରେ

ଟ.୧,୫୦,୦୦୦ /-

ଔଷଧ ଖର୍ଚ୍ଚ କୁକୁଡ଼ା ପ୍ରତି ଗ୧୦/- ହିସାବରେ

ଟ. ୧୦,୦୦୦/-

ଲିଟର ଓ ଅନ୍ୟାନ୍ୟ ଖର୍ଚ୍ଚ କୁକୁଡ଼ା ପ୍ରତି ଟ.୫/- ହିସାବରେ

ଟ.୫,୦୦୦/-

 

ବୀମା ଖର୍ଚ୍ଚ କୁକୁଡ଼ା ପ୍ରତି ଟ. ୨/- ହିସାବରେ ମୂଲିଆ ମଜୁରୀ କୁକୁଡ଼ା ପାଳନ ନିଜେ ଖଟିବେ

ଟ. ୨,୦୦୦/-

ବିଜୁଳି ଖର୍ଚ୍ଚ ମାସକୁ ଟ.୩୦/- ହିସାବରେ ୬ ମାସକୁ

ଟ, ୧.୮୦୦/-

ମୋଟ  ଟ. ୧,୭୯,୪୦୦/-

ବା       ଟ. ୧,୮୦,୦୦୦/-

ସମୁଦାୟ ଆବଶ୍ୟକ ମୂଳଧନ

( ଟ. ୮,୭୮,୦୦୦/- + ଟ. ୧,୮୦,୦୦୦/- )

୧୦, ୫୮, ୦୦୦/-

ସରକାରୀ ଛାଡ଼ ଶତକଡ଼ା ୨୫ ଭାଗ

(-) ୨,୬୪,୦୦୦/-

ମୂଳଧନ

ଟ. ୭,୯୩,୫୦୦/-

ସ୍ଥାୟୀ ଖର୍ଚ୍ଚ

ମୂଳଧନର ସୁଧ

ଶତକଡ଼ା ୧୨.୫ ପ୍ରତିଶତ ହିସାବରେ

ଟ. ୯୯,୧୮୮ /-

ଗୃହର ମୂଲ୍ୟହାନି ଶତକଡ଼ା ୧୦ ଭାଗ

ଟ. ୮୪,୦୦୦/-

କୁକୁଡ଼ା ଉପକରଣ ଓ ପମ୍ପ ଶତକଡ଼ା ୧୫ ପ୍ରତିଶତ ମୂଲ୍ୟ ହାନି ହିସାବରେ

ଟ. ୩, ୭୫୦/-

ମୋଟ -           ଟ. ୧,୮୬,୯୩୮ /-

ବା  ଟ. ୧,୮୭,୦୦୦/-

ଅସ୍ଥାୟୀ ଖର୍ଚ୍ଚ :

ଚିଆଁର ଦାମ୍

ଟ. ୧୦,୬୦୦ /-

ଦାନା ଖର୍ଚ୍ଚ କୁକୁଡ଼ା ପ୍ରତି ୪୭ କିଲୋ ଓ କିଲୋ ପ୍ରତି ଟ.୨୦/- ହିସାବରେ (ଏକ ବର୍ଷ ପାଇଁ)

ଟ.୯, ୪୦,୦୦୦/-

ଔଷଧ ଖର୍ଚ୍ଚ : କୁକୁଡ଼ା ପ୍ରତି ଟ. ୧୦/- ହିସାବରେ

ଟ. ୧୦,୦୦୦/-

ବିଜୁଳି ଖର୍ଚ୍ଚ - ମାସିକ ଟ, ୩୦୦/- ହିସାବରେ ୧୮ ମାସ

ଟ. ୫,୪୦୦/-

ବୀମା ଖର୍ଚ୍ଚ

ଟ.୨,୦୦୦/-

ଅନ୍ୟାନ୍ୟ ଖର୍ଚ୍ଚ – କୁକୁଡ଼ା ପ୍ରତି ଟ.୫/- ହିସାବରେ

ଟ. ୫,୦୦୦/-

ଟ. ୯, ୭୩,୦୦୦/-

ମୋଟ ଖର୍ଚ୍ଚ (ସ୍ଥାୟୀ + ଅସ୍ଥାୟୀ) =    ଟ. ୧୧,୬୦,୦୦୦/-

ଆୟ

ଅଣ୍ଡା ବିକ୍ରୟରୁ ଆୟ - କୁକୁଡ଼ା ପ୍ରତି ହାରାହାରି ୨୯୦ ଟି ହିସାବରେ ଅଣ୍ଡା ଉତ୍ପାଦନ ଓ ଅଣ୍ଡା ପ୍ରତି ୪ ଟଙ୍କା ହିସାବରେ ଅଣ୍ଡାର ବିକ୍ରୟ ମୁଲ୍ୟ

ଟ.୧୧.୬୦,୦୦୦/-

ଅଖା, ବିକ୍ରୟରୁ ଆୟ ୬୭୦ ଟି ଟ,୧୮/- ହିସାବରେ

ଟ. ୧୨.୦୬୦/-

କୁକୁଡ଼ା ଖତ (୨୫ ଟନ୍) ଟ, ୩୦୦/- ଟନ୍ ପ୍ରତି

ଟ. ୭,୫୦୦/-

ଅଣ୍ଡା ଦେଇ ସାରିଲା ପରେ କୁକୁଡ଼ାର ବିକ୍ରୟ ମୂଲ୍ୟ କୁକୁଡ଼ା ପ୍ରତି ଟ. ୪୦/- ହିସାବରେ ୯୦୦ କୁକୁଡ଼ାର ଦାମ୍ ( ମୃତ୍ୟୁକୁ ବାଦ୍ ନେଇ)

ଟ. ୩୬,୦୦୦/-

ଟ. ୧୨,୧୫,୫୬୦ /-

ବା ଟ. ୧୨,୧୫,୦୦୦/-

ଲାଭ

ମୋଟ ଲାଭ = ଟ,୧୨.୧୫.୦୦୦/  – ଟ.୧୧, ୬୦,୦୦୦ =

ଟ. ୫୫, ୦୦୦/

କୁକୁଡ଼ା ପ୍ରତି

ଟ. ୫୫/

କୁକୁଡ଼ା ପ୍ରତି ମାସିକ ଲାଭ

ଟ. ୩,୦୫ ପ.

ଅଧିକ ଜାଣିବା ପାଇଁ - "ଓୟୁଏଟି"

ସଂଗୃହିତ  -

ମୂଳ ବିଷୟବସ୍ତୁ

  • ଡଃ  ଶରତ ଚନ୍ଦ୍ର ମିଶ୍ର
  • ଡଃ  ପ୍ରଶନ୍ନ କୁମାର ମିଶ୍ର
  • ଡଃ  ପ୍ରବୀଣ କୁମାର ଦେହୁରୀ

ସଂଶୋଧିତ ବିଷୟବସ୍ତୁ

  • ଡଃ  ନିରଞ୍ଜନ ପଣ୍ଡା, ପ୍ରାଧ୍ୟାପକ, ପ୍ରାଣୀ ପୁଷ୍ଟି ବିଭାଗ, ଓୟୁଏଟି, ଭୁବନେଶ୍ଵର

Last Modified : 7/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate