ବାର୍ଡ଼ ଫ୍ଲୁ ଏକଭୂତାଣୁ ଜନିତ ରୋଗ । ଯାହା ‘ଏଜିଆନ୍ ଇନ୍ଫ୍ଲୁଏନ୍ଜା ଏ ।' ଶ୍ରେଣୀର ଭାଇରସ୍ ରୁ ବ୍ୟାପିଥାଏ । ଏହି ରୋଗ କୁକୁଡ଼ା ବ୍ୟତୀତ ଅନ୍ୟ ଗୁହପାଳିତ ପକ୍ଷୀ ଏବଂ ମଣିଷଙ୍କୁ ମଧ୍ୟ ବନ୍ୟାପିଥାଏ ।
କୁକୁଡ଼ା ଫାର୍ମରେ ଗୋଟିଏ କୁକୁଡ଼ାକୁ ବାର୍ଡ଼ ଫ୍ଲୁ ହେଲେ ଏହା ଅନ୍ୟ କୁକୁଡାଙ୍କୁ ମଧ୍ୟ ସଂକ୍ରମିତ ହୋଇଥାଏ ।
ତେଣୁ ଫାର୍ମ ପରିବେଶ ସଫାସୁତରା ରଖିବା ସହ ପ୍ରତିଶୋଧକ, ଟୀକା ବ୍ୟବସ୍ଥା ଓ ଆପତ୍ତକାଳୀନ ଅସୁବିଧାକୁ ଏଡାଇବା ପାଇଁ ଚାଷୀମାନେ ସତର୍କତା ଅବଲମ୍ବନ କରିବା ଦରକାର ।
ବାୟୁଜନିତ ସଂକ୍ରମଣ ଏହି ରୋଗର ମୁଖ୍ୟ କାରଣ । ଏହି ରୋଗର ଭୂତାଣୁ ବାୟୁ ଦ୍ଵାରା ଆସି ସୁସ୍ଥ କୁକୁଡାଙ୍କୁ ଆକ୍ରମଣ କରିଥାଏ । ପକ୍ଷୀମାନେ ଶୀତଦିନେ ଏକ ସ୍ଥାନରୁ ଅନ୍ୟ ସ୍ନାନକୁ ଭ୍ରମଣ କରନ୍ତି । ପକ୍ଷୀମାନେ ଭ୍ରମଣ କରିବା ସମୟରେ ଏହି ରୋଗ ସେମାନଙ୍କ ପାଖରୁ ସୁସ୍ଥ କୁକୁଡା ପାଖକୁ ଆସେ । ଜଳଚର ପକ୍ଷୀ ଯଥା ବତକ, ରାଜହଂସମାନଙ୍କର ମଳ ସଂସ୍ପର୍ଶରେ ସୁସ୍ଥ କୁକୁଡାମାନେ ଆସିଲେ ଏହି ରୋଗ ଦେଖାଯାଇଥାଏ ।
ସାଧାରଣତଃ ଦୁଇ ପ୍ରକାର ରୂପରେ ଏହି ରୋଗ କୁକୁଡାଙ୍କୁ ବ୍ୟାପିଥାଏ । କୁକୁଡାଟିକୁ ରୋଗ ଆକ୍ରାନ୍ତ ହେବାର ୩ ଦିନ ପରେ ଲକ୍ଷଣ ପରିଲକ୍ଷିତ ହୁଏ ।
ସ୍ୱଚ୍ଛ କ୍ଷୟକ୍ଷତି କରୁଥବା ବାର୍ଡ଼ ଫ୍ଲୁରୋଗ
କୁକୁଡ଼ା ଏବଂ କୁକୁଡ଼ା ଚିଆଁମାନଙ୍କଠାରେ ଶ୍ଵାସନଳୀ ଜନିତ ରୋଗ, କଫ ଛିଙ୍କ, ଶ୍ଵାସନଳୀରୁ ଘଡ଼ ଘଡ଼ ଶବ୍ଦ ବାହାରିବା, ଆଖିରୁ ପାଣି ନିର୍ଗତ ହେବା ଭଳି ସମସ୍ଯ ଦେଖାଦେଇଥାଏ । ଅଣ୍ଡା ଚିଆଁଙ୍କଠାରେ ଶରୀର ଧିମା ପଡ଼ିଯିବା, ଅଣ୍ଡା ଉତ୍ପାଦନ ହ୍ରାସ ପାଇବା, ଖାଦ୍ୟ, ପାଣି ଗ୍ରହଣ ରୁଖା ଏବଂ ମଇଳା ଦେଖାଯିବା ଏବଂ ଡ଼ାଇରିଆ ଭଳି ଲକ୍ଷଣ ଦେଖାଯାଏ ।
ଅତି କ୍ଷୟକ୍ଷତି କରୁଥିବା ବାର୍ଡ଼ ଫ୍ଲୁ
ଏହି ରୋଗରେ ସମୁଦ୍ର ଉପକୂଳରେ ବସବାସ କରୁଥି ବା ବନ୍ୟପକ୍ଷୀଙ୍କର ହଠାତ ମୃତ୍ୟୁ ଘଟିଥାଏ । ଲକ୍ଷଣ ଦେଖାଦେବା ପୂର୍ବରୁ କୁକୁଡ଼ାମାନଙ୍କର ଏହି ରୋଗରେ ମୃତ୍ୟୁ ଘଟିଥାଏ । ସ୍ନାୟୁଜନିତ ରୋଗ ଯଥା- ମୁଣ୍ଡ ଏବଂ ବେକ କମ୍ପିବା, ଠିଆହେବାକୁ ସକ୍ଷମ ନ ହେବା, ବେକ ବଙ୍କା କରିଦେବା, ଗୋଡ଼ ଏବଂ ମୁଣ୍ଡକୁ ସିଧା ନ କରିପାରିବା ଇତ୍ୟାଦି ଲକ୍ଷଣ ପରିଲକ୍ଷିତ ହୁଏ । ଏହି ରୋଗରେ କୁକୁଡ଼ାମାନଙ୍କର ଚଳପ୍ରଚଳ ଏବଂ ରବିବା କମ୍ ହୋଇଯାଏ । ଖାଦ୍ୟ ଏବଂ ପାଣିଗ୍ରହଣ କମ୍ କରିବା ପରିଲକ୍ଷିତ ହୁଏ, ଅଣ୍ଡା ଦେବା ହଠାତ୍ ବନ୍ଦ ହୋଇଯାଏ, ଶରୀରରେ ଆବୁ ପରି କିଛି ବାହାରେ, ଚର୍ମ ଉପରେ ରକ୍ତ ଛିଟା ଭଳି କିଛି ଲକ୍ଷଣ ଦେଖାଯାଏ । ମୁଣ୍ଡ, ବେକ, ମୁଖ ଏବଂ ଗୋଡ଼ ଫ୍ଲୁଲିଯିବା ସହ ଚର୍ମ ତଳେ ରକ୍ତ ଛିଟା ହେବା ପରିଲକ୍ଷିତ ହୁଏ । କେତେ ମାତ୍ରାରେ ମୁଣ୍ଡ ଅଂଶ ନୀଳ ରଙ୍ଗ ହେବା, ଶରୀରରୁ ପର/ ଲୋମ ଝଡ଼ିଯାଏ ।
କେତେ ପରିମାଣରେ କୁକୁଡ଼ା ଆକ୍ରାନ୍ତ ହୁଅନ୍ତି
ସ୍ୱଚ୍ଛ କ୍ଷୟକ୍ଷତି କରୁଥିବା ବାର୍ଡ଼ ପୁରୋଗରେ ସମସ୍ତ କୁକୁଡ଼ା ଆକ୍ରାନ୍ତ ହୁଅନ୍ତି ସତ, କିନ୍ତୁ ୫ ପ୍ରତିଶତଙ୍କ ମୃତ୍ୟୁ ହୋଇଥାଏ । ଅତି କ୍ଷୟକ୍ଷତି କରୁଥିବା ବାର୍ଡ଼ ପୁରୋଗରେ ଆକ୍ରାନ୍ତ କୁକୁଡାଙ୍କ ମୃତ୍ୟୁ ହେବା ଆଶଙ୍କା ୧୦୦ ପ୍ରତିଶତ ଥାଏ ।
ଏହି ରୋଗର କୌଣସି ବିଦ୍ଧିବଧ ଔଷଧ ନାହିଁ । କେବଳ ରୋଗ ବ୍ୟାପିବା ବନ୍ଦ କରିବାକୁ ଆଣ୍ଟିବାୟୋଟିକ୍ ଏବଂ ଅନ୍ୟ ସାହାଯ୍ୟକାରୀ ଔଷଧ ଦିଆଯାଇପାରେ । ଏହି ରୋଗରୁ ମୁକ୍ତି ପାଇଁ ଇନ୍ ଆକ୍ଟିଭେଟେଡ୍ ଇନ୍ ଫ୍ଲୁଏନ୍ଜା ଭୂତାଣୁ ପ୍ରତିଷେଧକ ଟୀକା ରହିଛି । ଏହି ବିଷୟରେ ଅଧିକ ତଥ୍ୟ ପାଇଁ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
ରୋଗକୁ ଏଡ଼ାଇବେ କିପରି:
ବାର୍ଡ଼ ଫ୍ଲୁ ଏକ ଜୁନେଟିକ୍ ରୋଗ ହୋଇଥିବାରୁ ଏହି ରୋଗ କୁକୁଡ଼ାଙ୍କଠାରୁ ମନୁଷ୍ୟକୁ ମଧ୍ୟ ବ୍ୟାପିଥାଏ । କୁକୁଡ଼ାର ମଳ, କୁକୁଡ଼ାଙ୍କ ସହ ଚଳପ୍ରଚଳ, ଆକ୍ରାନ୍ତ କୁକୁଡ଼ା ମାଂସ ଖାଦ୍ୟରୂପରେ ବ୍ୟବହାର କରିବା ଦ୍ଵାରା ଏହି ରୋଗ ମଣିଷକୁ ବ୍ୟାପିଥାଏ । ଫଳରେ ମଣିଷ ଠାରେ କଫ, ଡ଼ାଇରିଆ, ଶ୍ଵାସନଳୀ ରୁଦ୍ଧ, ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ଦେଖାଦେବା, ଜ୍ୱର ହେବା, ମୁଣ୍ଡ ବିନ୍ଧା ନାକରୁ ପାଣି ବାହାରିବା ଭଳି ଲକ୍ଷଣ ଦେଖାଯାଇଥାଏ । ମନୁଷ୍ୟ ପାଖରେ ଏହି ରୋଗର ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ସଂଗୃହୀତ – ଡା.ରାମେଶ କୁମାର ସାହୁ,ପ୍ରାଣୀ ମହାବିଦ୍ୟାଳୟ
Last Modified : 1/26/2020