অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କେନ୍ଦ୍ରାପଡା ପ୍ରଜାତି ମେଣ୍ଢାକୁ ମିଳିବ ଜାତୀୟ ମାନ୍ୟତା

କେନ୍ଦ୍ରାପଡା ପ୍ରଜାତି ମେଣ୍ଢାକୁ ମିଳିବ ଜାତୀୟ ମାନ୍ୟତା

ଉପକ୍ରମ

କେନ୍ଦ୍ରାପଡା ପ୍ରଜାତିର ମେଣ୍ଢାଙ୍କୁ ଜାତୀୟ ମାନ୍ୟତା ମିଳିବ । ଓଡିଶା ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡିଶା ପ୍ରାଣୀ ସମ୍ପଦ ବିକାଶ ସମିତି ଓ ପ୍ରାଣୀ ଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ଏହି ପ୍ରଜାତିର ମେଣ୍ଢାଙ୍କ ଉପରେ ମିଳିତ ଭାବରେ ଗବେଷଣା ଚାଲିଥିଲା । ଦୀର୍ଘ ୧୨ ମାସର ଗବେଷଣା ପରେ ଏହି ପ୍ରଜାତିର ମେଣ୍ଢାଙ୍କ ନିକଟରେ କେତେକ ବିଶେଷତ୍ଵ ଓ ଗୁଣ ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି । କାରଣ ଏହି ମେଣ୍ଢାଙ୍କ ନିକଟରେ ଫେକବି ନିଉଟେସନ ଗୁଣସୂତ୍ର ବା ଜିନ ନିହିତ ଥିବାରୁ ସେମାନେ ଥରକେ ୨ ରୁ ଅଧିକ ଛୁଆ ଦେବାର ସକ୍ଷମ ହୋଇଥାନ୍ତି । ଗବେଷଣା ରୁ ଜଣାପଡିଛି ଯେ ଏହି ପ୍ରଜାତିର ଶତକଡା ୮୦ପ୍ରତିଶତ ମେଣ୍ଢା ଥରକେ ୨ ରୁ ଅଧିକ ଛୁଆ ଦେଉଥିବା ବେଳେ ୭୧ ପ୍ରତିଶତ ଅଧିକ ଦୁଇଟି ଛୁଆ ୯ ପ୍ରତିଶତ ୩ ଟି ଛୁଆ ଓ ୧ ପ୍ରତିଶତ ମେଣ୍ଢା ଚାରୋଟି ଲେଖାଏଁ ଛୁଆ ଜନ୍ମ କରିଥାନ୍ତି । ତେଣୁ ଏହି ପ୍ରଜାତିର ମେଣ୍ଢା ଅର୍ଥକାରୀ ଓ ଅଧିକ ଛୁଆ ଜନ୍ମ କରୁଥିବା ବିଶ୍ଵର ମେଣ୍ଢାଙ୍କ ମଧ୍ୟରେ ୬ ନମ୍ବର ସ୍ଥାନରେ ରହିଥିବା ବେଳେ ଭାରତରେ ୨ୟ ସ୍ଥାନରେ ରହିଛନ୍ତି ।

ବିଶ୍ଵରେ ଷଷ୍ଠ : ଭାରତରେ ଦ୍ଵିତୀୟ

ଏଥି ପୂର୍ବରୁ ବିଶ୍ଵର ଅଷ୍ଟ୍ରେଲିଆ, ଓ ନିଉଜିଲ୍ୟାଣ୍ଡରେ ଚାରୋଟି ପ୍ରଜାତିର ମେଣ୍ଢାଙ୍କ ଶରୀରରେ ଏହି ଜିନ ଆବିଷ୍କୃତ ହୋଇଥିଲା । ଭାରତରେ ପଶ୍ଚିମବଙ୍ଗର ଗାରୋଲେ ପ୍ରଜାତିର ମେଣ୍ଢାଙ୍କ ଶରୀରରେ ଏହି ଜିନ ପୂର୍ବରୁ ଆବିଷ୍କୃତ ହୋଇଥିଲା ବୋଲି ଗବେଷକ ପ୍ରଫେସର ଡଃ ସୁଶାନ୍ତ କୁମାର ଦାସ କହିଛନ୍ତି । କିନ୍ତୁ ଏହି ୬ଟି ପ୍ରଜାତିର ମେଣ୍ଢାଙ୍କ ମଧ୍ୟରେ କେନ୍ଦ୍ରାପଡା ମେଣ୍ଢା ସବୁଠାରୁ ଉତ୍କୃଷ୍ଟ ପ୍ରମାଣିତ ହୋଇଛି ବୋଲି ଡାକ୍ତର ଦାସ ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡା ମେଣ୍ଢାଙ୍କୁ ଜାତୀୟ ମାନ୍ୟତା

ପୂର୍ବରୁ ରାଜ୍ୟରେ ବିଭିନ୍ନ ଗୋ ପ୍ରଜାତି ଯଥା ବିଞ୍ଚାରପୁର, ଘୁମସରି, ଖରିଆଳ। କୁ ମୋଟୁ ଗାଈକୁ ଜାତୀୟ ମାନ୍ୟତା ମିଳିଥିବା ବେଳେ ଚିଲିକା ଓ କଳାହାଣ୍ଡି ମଇଁଷିକୁ ମଧ୍ୟ ଜାତୀୟ ମାନ୍ୟତା ମିଳିସାରିଛି । ଏବେ କେନ୍ଦ୍ରାପଡା ମେଣ୍ଢା ସହିତ ରାଈଘର ଓ ଘୁମସରୀ ଛେଲି ଜାତୀୟ ମାନ୍ୟତା ପାଇବାକୁ ଯାଉଛି , ଯାହା ରାଜ୍ୟ ପାଇଁ ଏକ ଶୁଭ ଖବର । ରାଜ୍ୟର ବହୁ ଗରିବ ଚାଷୀ ଏହାର ଉପକାର ପାଇ ପାରିବେ । କାରଣ ଏହି ପ୍ରଜାତିର ପ୍ରାଣୀଙ୍କ ସଂରକ୍ଷଣ ଓ ବଂଶବୃଦ୍ଧି ନିମନ୍ତେ ଅଧିକ କେନ୍ଦ୍ରୀୟ ଅନୁଦାନ ମିଳିବ । ଏଥିରୁ ଏହି ମେଣ୍ଢା ଓ ଛେଲି ପାଳନ ପାଇଁ ଚାଷୀ ପ୍ରୋତ୍ସାହନ ପାଇ ପାରିବେ ।

ଆଧାର :ସମାଜ ଖବର କାଗଜ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate