ଗ୍ରୀଷ୍ମଋତୁରେ ଗୃହପାଳିତ ପ୍ରାଣୀଙ୍କର ଉପଯୁକ୍ତ ଯତ୍ନ ନେବା ସକାଶେ ଧ୍ୟାନ ଦେବା ଆବଶ୍ୟକ ଏବଂ ସୁପରିଚାଳନା ନମନ୍ତେ ନକଟସ୍ଥ ପ୍ରାଣୀ ଧ୍ୟାନ ନିରୀକ୍ଷକ ଓ ପ୍ରାଣୀ ଚିକିତ୍ସକଙ୍କ ଠାରୁ ନିୟମିତ ପରାମର୍ଶ ନେବା ଜରୁରୀ।
ଆମ ଓଡ଼ିଶା ଏକ କୃଷିପ୍ରଧ୍ୟାନ ରାଜ୍ୟ। ଏଠାରେ ଅଧ୍ୟାକାଶ ଲୋକ କୃଷି ଓ ଗୋପାଳନ କରି ଜୀବିକା ନିର୍ବାହ କରନ୍ତି । ପ୍ରାୟ ଅଶୀ ପ୍ରତିଶତରୁ ଅଧିକ ଚାଷୀ ପ୍ରାଣୀ ପାଳନକୁ ନିଜର ଜୀବିକା ରୂପେ ଗ୍ରହଣ କରି ପରିବାର ପ୍ରତିପୋଷଣ କରିବା ସହିତ ରାଜ୍ୟ ଅର୍ଥନୀତିର ବିକାଶରେ ମଧ୍ୟ ସହାୟକ ହେଉଛନ୍ତି । ତେଣୁ ଗୃହପାଳିତ ପ୍ରାଣୀ ସଂପଦର ଉପଯୁକ୍ତ ପରିଚାଳନା ଏକାନ୍ତ ଆବଶ୍ୟକ । ଅସନ୍ତୁଳିତ ପରିବେଶ ତଥା ଋତୁଚକ୍ରର ପରିବର୍ତ୍ତନ ବିଭିନ୍ନ ସମୟରେ ଗୋମହିଷାଦି ସଂପଦର ଉତ୍ପାଦନ ଏବଂ ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ । ସାଧାରଣତଃ ଗ୍ରୀଷ୍ମଋତୁ (ଏପ୍ରିଲ-ଜୁନ)ର ପ୍ରଭାବ ପ୍ରାଣୀଙ୍କ ଉପରେ ସର୍ବାଧିକ । ତେଣୁ ଏହି ସମୟରେ ଗୋରୁଙ୍କର ସୁପରିଚାଳନା ଅତ୍ୟନ୍ତ ଜରୁରୀ । ସଠିକ ପରିଚାଳନା ମାଧ୍ୟମରେ ଅଧିକ ତାପମାତ୍ରା ଜନିତ ଅସ୍ଵସ୍ତିକୁ ଅନେକାଂଶରେ ଏଡ଼ାଇ ଦିଆଯାଇପାରିବ । ଏଥିନିମନ୍ତେ ଚାଷା ଭାଇଭଉଣୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ବାୟୁମଣ୍ଡଳର ତାପମାତ୍ରା, ଆପେକ୍ଷିକ ଆର୍ଦ୍ଦିତା, ସୌରତାପ ତଥା ପ୍ରାଣୀ ଶରୀରର ବିପାକୀୟ ଜନିତ ତାପମାତ୍ରା ବୃଦ୍ଧି ହେତୁ ଗୋରୁ ଅତିମାତ୍ରାରେ ଅସ୍ଵସ୍ତି ଅନୁଭବ କରନ୍ତି ।
ବିଭିନ୍ନ ଲକ୍ଷଣଗୁଡ଼ିକ ମଧ୍ୟରେ ଶରୀରର ତାପମାତ୍ରା ୧୦୩ ଫାରେନହିଟରୁ ଅଧିକ, ଶ୍ଵାସକ୍ରିୟାର ହାର ବୃଦ୍ଧି, ଅଧିକ ଲାଳ ଗଡ଼ିବା, ଜିଭ ବାହାରକୁ ବାହାର କରିବା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ । ଏତଦ୍ବ୍ୟତୀତ ଖାଦ୍ୟ ଗ୍ରହଣ ପରିମାଣ ଓ ମାତ୍ରାରେ ହ୍ରାସ ଘଟିବା ହେତୁ ଦୁଗ୍ଧ ଉତ୍ପାଦନ କମିବା ସଙ୍ଗେ ସଙ୍ଗେ ସ୍ଵାସ୍ଥ୍ୟ ଅବସ୍ଥାରେ ମଧ୍ୟ ଅବନତି ଦେଖାଯାଇଥାଏ । କେତେକାଂଶରେ ପ୍ରଚଣ୍ଡ ରୌଦ୍ରତାପ ହେତୁ ପ୍ରଜନନ କ୍ଷମତା ହ୍ରାସ ଏବଂ ବିକ୍ରୟ କରନ୍ତୁ ।
ନବଜାତ ବାଛୁରୀର ମୃତ୍ୟୁହାର ବଢ଼ିଥାଏ । ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ଦ୍ଵାରା ନିମୋନିଆ, ଥନହରା, ଗର୍ଭଶୟ ସଂକ୍ରମଣ ଜନିତ ସମସ୍ୟା ମଧ୍ୟ ପରିଲକ୍ଷିତ ହୋଇଥାଏ । ଅଧିକ ତାପମାତ୍ରା ଜନିତ ଶାରୀରିକ ଅସ୍ଵସ୍ତି। ଅନେକ ଦିନ ଧରି ଲାଗି ରହିଲେ, ପ୍ରାଣୀ ମୃତ୍ୟୁମୁଖରେ ପଡିଥାଏ । ତେଣୁ ଗ୍ରୀଷ୍ମଋତୁରେ ଗୃହପାଳିତ ପ୍ରାଣୀଙ୍କର ଉପଯୁକ୍ତ ଯତ୍ନ ନେବା ନିମନ୍ତେ ଚାଷୀ ଭାଇମାନେ ଧ୍ୟାନ ଦେବା ଆବଶ୍ୟକ ଏବଂ ଗୋରୁଙ୍କ ସ୍ଵାସ୍ଥ୍ୟର ସୁପରିଚାଳନା ନିମନ୍ତେ ନିକଟସ୍ଥ ପ୍ରାଣୀଧନ ନିରୀକ୍ଷକ ଓ ପ୍ରାଣୀ ଚିକିତ୍ସକଙ୍କଠାରୁ ନିୟମିତ ପରାମର୍ଶ ନେବା ଜରୁରୀ ।
ରୌଦ୍ରତାପଜନିତ ପ୍ରଭାବକୁ ହ୍ରାସ କରିବା ନିମନ୍ତେ ଗୋରୁଙ୍କ ପାରିପାର୍ଶ୍ଵିକ ପରିବେଶର ସୁପରିଚାଳନା ଏକାନ୍ତ ପ୍ରୟୋଜନ । ଗୁହାଳର ଲମ୍ବା ଭାଗଟି ସର୍ବଦା ପୂର୍ବ-ପଶ୍ଚିମ ଦିଗରେ ହେବା ଆବଶ୍ୟକ, ଯଦ୍ୱାରା ଗୋରୁମାନେ ପ୍ରତ୍ୟକ୍ଷ ସୌରତାପର ପ୍ରଭାବରେ ଆସିବେ ନାହିଁ। ଗୁହାଳର ଚତୁଃପାର୍ଶ୍ଵରେ ବୃକ୍ଷରୋପଣ କଲେ । ଏହା ଉତ୍ତମ ବାୟୁ ଚଳାଚଳ କରିବାରେ ସହାୟକ ହୋଇଥାଏ । ଗୁହାଳର ଛାତକୁ ଅଧିକ ବିକିରଣ କରୁଥିବା ପଦାର୍ଥରେ ତିଆରି କରିବା, ଧଳା ରଙ୍ଗର ପ୍ରଲେପ ଦେବା ତଥା ଛାତର ଉପରିଭାଗକୁ ଘାସ ବା ନଡାଦେଇ ଘୋଡ଼ାଇ ରଖଲେ ସୌରତାପର ପ୍ରଭାବକୁ କମ୍ କରାଯାଇପାରେ । ଏହାଛଡ଼ା ଅଧିକ ଶକ୍ତିସମ୍ପନ୍ନ ପଙ୍ଖା ବ୍ୟବହାର, ଯାନ୍ତିକ ଉପାୟରେ ଜଳସିଞ୍ଚନ ଦ୍ଵାରା ମଧ୍ୟ ଗୁହାଳ ମଧ୍ୟସ୍ଥ ପରିବେଶର ତାପମାତ୍ରା ଏବଂ ଆର୍ଦ୍ଧତାକୁ ନିୟନ୍ତ୍ରଣ କରାଯାଇପାରେ । ସାଧାରଣତଃ ଖରଦିନେ ସକାଳ ୬ରୁ ୮ଟା ଏବଂ ସନ୍ଧ୍ୟା ୫ଟରୁ ୬ଟା ମଧ୍ୟରେ କ୍ଷୀର ଦୁର୍ଦ୍ଦିବା ଆବଶ୍ୟକ ।
କ୍ଷୀର ଦୁହିବା ପୂର୍ବରୁ ଗାଈଙ୍କ ଉପରେ ଜଳ ସିଞ୍ଚନ ମଧ୍ୟ କେତେକାଂଶରେ ଫଳପ୍ରଦ ହୋଇଥାଏ । ଖରାଦିନେ ଗୋରୁଙ୍କୁ ଅଧିକ ପରିମାଣରେ ବିଶୁଦ୍ଧ, ଥଣ୍ଡା ପାନୀୟ ଜଳ (ଦିନକୁ ୫ ରୁ ୬ ଥର)। ପ୍ରଦାନ କରିବା ଆବଶ୍ୟକ । ଅନ୍ୟ ଋତୁ ଅପେକ୍ଷା ଗ୍ରୀଷ୍ମଋତୁରେ ଦେଢରୁ ଦୁଇଗୁଣ ଅଧିକ ପିଇବା ପାଣି ଦେବା ଜରୁରୀ । ଅଧିକ ଖରରେ ଗୋରୁଙ୍କୁ ବାହାରେ ଛାଡିବା ଅନୁଚିତ । ଆବଶ୍ୟକ ସ୍ଥଳେ ସୂର୍ଯ୍ୟାସ୍ତ ପରେ ମଧ୍ୟ ଗୋରୁଙ୍କୁ ଚରାଇବା ପାଇଁ ପଡିଆକୁ ନିଆଯାଇପାରେ। ଖରାଦିନେ ଗୃହପାଳିତ ପ୍ରାଣୀଙ୍କ ଖାଦ୍ୟ ଅଭ୍ୟାସରେ ମଧ୍ୟ ସାମାନ୍ୟତମ ପରିବର୍ତ୍ତନ କରିବା ଆବଶ୍ୟକ । ସାଧାରଣତଃ ତନ୍ତୁଜାତୀୟ (ନଡ଼ା, କୁଟା, ଘାସ ଇତ୍ୟାଦି) ଏବଂ ଶସ୍ୟ ଜାତୀୟ (ଦାନା, ଚୋକଡ଼, ଚୁନି ଇତ୍ୟାଦି) ୬୦:୩୦ ଅନୁପାତରେ ଦେବା ଦରକାର । ଯେଉଁଠି ପୁଷ୍ଟିସାର ଅନ୍ୟୁନ ୩୫% ରହିବା ଦରକାର । ଖାଦ୍ୟ ସହିତ ଆବଶ୍ୟକ ମୁତାବକ ଖାଦ୍ୟସାର ଓ ଖଣିଜଲବଣ ଦେବା ପ୍ରୟୋଜନ, ଯଦ୍ଵାରା ତାପମାତ୍ରା ବୃଦ୍ଧିଜନିତ ଶାରୀରିକ ଅସ୍ଵସ୍ତିକୁ କମ କରାଯାଇପାରିବ । ପରିଶେଷରେ ଚାଷୀ ଭାଇଭଉଣୀମାନେ ଉପଯୁକ୍ତ ସ୍ଵାସ୍ଥ୍ୟ ଓ ଖାଦ୍ୟ ପରିଚାଳନା, ଆବଶ୍ୟକ ମୁତାବକ ଗୁହାଳ ନିର୍ମାଣ ଏବଂ ପାରିପାର୍ଶ୍ଵିକ ବୃକ୍ଷରୋପଣ ଦ୍ଵାରା ଗୋରୁଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦାଉରୁ ଦୂରେଇ ରଖପାରିବେ । ଏବେ ବୈଜ୍ଞାନିକମାନେ ଉନ୍ନତ ଜ୍ଞାନ ବୌଶଳ ବ୍ୟବହାର କରି ଅଧିକ ତାପମାତ୍ରା ସହ୍ୟ କରିପାରୁଥିବା ଅଧିକ ଉତ୍ପାଦନକ୍ଷମ ପ୍ରଜାତି ସୃଷ୍ଟି କରି ଚାଲିଛନ୍ତି । ଏହାଦ୍ଵାରା ଆମ ଚାଷା ଭାଇମାନେ ବହୁମାତ୍ରାରେ ଉପକୃତ ହେବେ ।
ଲେଖା ଏବଂ ପ୍ରାପ୍ତ – ଅଧ୍ୟାପକ, ଆଗ୍ରୋ ପଲିଟେକ୍ନିକ୍ ସେଣ୍ଟର (ଆନିମଲ ସାଇନ୍ନ), ଓୟୁଏଟି, ମୋ : ୯୪୩୭୬୮୧୬୭୨
Last Modified : 6/23/2020