ଲୁସର୍ଣ୍ଣ ବା ଆଲାଫାଆଲଫା ଗୋଟିଏ ମୁଖ୍ୟ ଗୋଖାଦ୍ୟ ଅଟେ । ସାଧାରଣତଃ ବରସିମ୍ ଚାଷ ପାଇଁ ଯେଉଁ ଅଞ୍ଚଳରେ ଜାଳାଭାବ ହୁଏ, ସେହି ସବୁ ଅଞ୍ଚଳରେ ଲୁସର୍ଣ୍ଣ ଚାଷ କରାଯାଏ । ଏହାର ଚେର ମାଟିର ଗଭୀର ସ୍ତରକୁ ଯାଇଥାଏ । ଲୁସର୍ଣ୍ଣ ଅଣଜଳସେଚିତ ବା ବର୍ଷାଧାର ଜମିରେ ଚାଷ କରାଯାଏ । ଏହାକୁ ବାର୍ଷିକ ବା ବହୁ ବାର୍ଷିକ ଗୋଖାଦ୍ୟ ଫସଲ ଭାବେ ଚାଷ କରାଯାଇ ପାରିବ । ବହୁ ବାର୍ଷିକ ଫସଲରୁ ପ୍ରାୟ ୩-୪ ବର୍ଷ ପର୍ଯ୍ୟନ୍ତ ଗୋଖାଦ୍ୟ ମିଳେ । ଲୁସର୍ଣ୍ଣ ଏକ ପୁଷ୍ଟିକାରକ ଓ ସ୍ଵାଦିଷ୍ଟ ଗୋଖାଦ୍ୟ ଯେଉଁଥିରୁ ଶତକଡା ୧୫ ରୁ ୨୦ ଭାଗ ଆପକ୍ଵ ପୁଷ୍ଟିସାର, ୧୫% କ୍ୟାଲସିୟମ, ୦.୨% ଫସଫରସ୍ ଏବଂ ଅଧିକ ପରିମାଣରେ ଜୀବସାର କ, ଖ ଓ ଘ ରହିଛି । ଲୁସର୍ଣ୍ଣ ଗୋଟିଏ ପୁଷ୍ଟିକାରକ ଖାଦ୍ୟ ହୋଇଥିବାରୁ ଗୋରୁ ଗାଈଙ୍କୁ କମ୍ ପରିମାଣରେ ଖାଇବାକୁ ଦିଆଯାଏ । ପରିମାଣ ବେଶି ହେଲେ ଗାଈଗୋରୁ ବ୍ଲୋଟ ରୋଗରେ ଆକ୍ରାନ୍ତ ହୁଅନ୍ତି । ଏଣୁ ଏହାକୁ ପ୍ରଥମେ ଅଳ୍ପ ପରିମାଣରେ ଦିଆଯିବା ଉଚିତ୍ ଓ ପରେ ଧୀରେ ଧୀରେ ପରିମାଣର ମାତ୍ରା ବଢାଇବା ଉଚିତ୍ । କଞ୍ଚା ଲୁସର୍ଣ୍ଣ ପାଳ କିମ୍ବା ନଡାରେ ଯଥେଷ୍ଟ ପରିମାଣରେ ପୁଷ୍ଟିସାର, କ୍ୟାଲସିୟମ ଓ ଜୀବସାର ଥିବାରୁ ଉକ୍ତ ଗୋଖାଦ୍ୟ ସହିତ ଶସ୍ୟ ବା ଅନ୍ୟାନ୍ୟ ଗୋଖାଦ୍ୟ ଦିଆନଗଲେ ଚଳିବ । ଲୁସର୍ଣ୍ଣ ନଭେମ୍ବର ମାସଠାରୁ ଜୁନ୍ ମାସ ପର୍ଯ୍ୟନ୍ତ କଞ୍ଚା ଗୋଖାଦ୍ୟ ଯୋଗାଇଥାଏ; କିନ୍ତୁ ବରସିମ୍ ମାତ୍ର ଡିସେମ୍ବର ମାସରୁ ଏପ୍ରିଲ ମାସ ପର୍ଯ୍ୟନ୍ତ କଞ୍ଚା ଗୋଖାଦ୍ୟ ଯୋଗାଇଥାଏ ।
ବହୁ ପୁରାତନ କାଳରୁ ପୃଥିବୀରେ ଲୁସର୍ଣ୍ଣ ଚାଷ କରାଯାଉଛି । ଏହାର ଉଦ୍ଭବ କେନ୍ଦ୍ର ଦକ୍ଷିଣ ପଶ୍ଚିମ ଏସିଆ ବୋଲି ବିଶ୍ଵାସ କରାଯାଏ ।
ସାରା ପୃଥିବୀରେ ଲୁସର୍ଣ୍ଣ ଚାଷ ହୁଏ । ଅଧିକମାତ୍ରାରେ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ଆର୍ଜେଣ୍ଟାଇନ, ଭାରତ, ଅଷ୍ଟ୍ରେଲିଆ, ନିୟୁଜଲାଣ୍ଡ, ଫ୍ରାନ୍ସ, ଇଟାଲୀ ରୁଷିଆରେ ଚାଷ କରାଯାଏ । ଭାରତର ପଞ୍ଜାବ, ହରିୟାନା, ଉତ୍ତର ପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର ଏବଂ ତାମିଲନାଡୁରେ ଲୁସର୍ଣ୍ଣ ଚାଷ କରାଯାଏ ।
ଲୁଷର୍ଣ୍ଣ ଶିମ୍ବ ବଂଶୀ ପ୍ରଜାତି ମେଡିକାଗୋ ଓ ଜାତି ସାଟିଭା ଏହା ଗୋଟିଏ ଶାକୀୟ ବାର୍ଷିକ ବା ବହୁ ବାର୍ଷିକ ଉଦ୍ଭିଦ । ଏହାର ଉଚ୍ଚତା ୬୦ ରୁ ୧୫୦ ସେ.ମି. ହୁଏ । ଚେର ଜମିର ଗଭୀର ସ୍ତରକୁ ଯାଇପାରେ । ଆଦିମୂଳରୁ ବହୁ ଶାଖାମୂଳ ମାଟି ଭିତରେ ବିସ୍ତାର ଲାଭ କରିଥାଏ । ଫସଲ ମରୁଡି ସହିପାରେ । କାଣ୍ଡ ସିଧା ଏବଂ ଶାଖାପ୍ରଶାଖା ଗୁଡିକ ମୁକୁଟରୁ ବାହାରି ଥାଏ । ଏହି ମୁକୁଟ ଠାରୁ ପ୍ରାୟ ଚାଳିଶିଟି ପର୍ଯ୍ୟନ୍ତ ଶାଖା ବାହାରିଥାଏ । ପାତ୍ର ତ୍ରିପତ୍ରୀ । ମଧ୍ୟ ପର୍ଣ୍ଣକ ଛୋଟ ଡେମ୍ଫ ବା ନାଶିଥାଏ । ଉପର ଏକ ତୃତୀୟାଂଶ ପତ୍ରଧାର ଦନ୍ତୁରିତ । ପୁଷ୍ପ ପାଟଳ, ନୀଳ, ହଳଦିଆ କିମ୍ବା ଧଳା ବର୍ଣ୍ଣ ହୋଇପାରେ । ମହୁମାଛିମାନଙ୍କ ଦ୍ଵାରା ପୁଷ୍ପମାନଙ୍କର ପରାଗସଙ୍ଗମ ସଂଗଠିତ ହୁଏ । ମଞ୍ଜିଗୁଡିକ ବୃକକ ଆକାରର, ହାଲୁକା ଓ ହଳଦିଆ – ବାଦାମୀ ବର୍ଣ୍ଣ ।
ଦକ୍ଷିଣ ପଶ୍ଚିମ ଏସିଆ ନାତିଶୀତୋଷ୍ଣ ଅଞ୍ଚଳରେ ଲୁସର୍ଣ୍ଣ ଚାଷ କରାଯାଉଥିଲେ ମଧ୍ୟ ଗ୍ରୀଷ୍ମମଣ୍ଡଳରେ ଅବସ୍ଥିତ ବହୁ ଦେଶରେ ଲୁସର୍ଣ୍ଣ ଚାଷ ହୁଏ । ଲୁସର୍ଣ୍ଣ ଉଷ୍ମ, ଶୁଷ୍କ ଏବଂ ଉତ୍ତମ ସୂର୍ଯ୍ୟ କିରଣ ପଡୁଥିବା ଅଞ୍ଚଳରେ ଭଲ ହୁଏ । ଉତ୍ତାପ ଏବଂ ଆର୍ଦ୍ରତା ବୃଦ୍ଧି ପାଇଲେ ଉକ୍ତ ଫସଲ ଭଲ ହୁଏନାହିଁ । ଲୁସର୍ଣ୍ଣ କମ୍ ଉତ୍ତାପ ସହ୍ୟ କରିପାରୁଥିବାରୁ ଏହାକୁ ସମୁଦ୍ର ପତ୍ତନରୁ ନୀଚ୍ଚ ସ୍ଥାନମାନଙ୍କରେ ମଧ୍ୟ ଚାଷ କରାଯାଇପାରେ । ସମୁଦ୍ର ପତ୍ତନର ୧୫୦୦ ମିଟର ଉଚ୍ଚ ସ୍ଥାନମାନଙ୍କରେ ମଧ୍ୟ ଉକ୍ତ ଫସଲର ଚାଷ ହୋଇପାରିବ ।
ଲୁସର୍ଣ୍ଣ ଦୋରସା ନିଗିଡା ମୃତ୍ତିକାରେ ଭଲ ହୁଏ । ପାଣି ଯମୁଥିବା ମଟାଳ ମାଟିରେ ଲୁସର୍ଣ୍ଣ ହୁଏ ନାହିଁ । ଅମ୍ଳ ମୃତ୍ତିକାରେ ଏହା ଭଲ ହୁଏ । ଅତି ଅମ୍ଳ ମୃତ୍ତିକାରେ ଚୂନ ପ୍ରୟୋଗ କରି ମୃତ୍ତିକାକୁ ସୁଧାର କରିବା ପରେ ଲୁସର୍ଣ୍ଣ ଚାଷ କରାଯାଇ ପାରିବ । କିନ୍ତୁ ଲୁସର୍ଣ୍ଣ କ୍ଷାରୀ ମୃତ୍ତିକାରେ ଆଦୌ ଚାଷ କରାଯାଇ ପାରିବ ନାହିଁ ।
ସିରିଆ ନମ୍ବର ୮, ସିରିଆ ନମ୍ବର ୯, କୋ- ୧, ମୁପା, ରାମ୍ବଲର, ଆନନ୍ଦ-୨ ଏନ୍.ଡି.ଆର୍. ଆଇ. ସିଲେକ୍ସନ – ୧, ଆଇ.ଜି.ଏଫ୍.ଆର.ଆଇ – ଏସ୍- ୨୪୪, ଆଇ.ଜି.ଏଫ୍-ଆର.ଆଇ. – ୫୪ କେତେକ କିସମର ଉତ୍ପାଦନ କ୍ଷମତା ଓ ଅନ୍ୟାନ୍ୟ ଗୁର ନିମ୍ନରେ ପ୍ରଦତ୍ତ କରାଗଲା ।
କ୍ରମିକ କିସମ ନମ୍ବର |
ହେକ୍ଟର ପିଛା ବାର୍ଷିକ କଞ୍ଚା ଲୁସର୍ଣ୍ଣ ଅମଳ (କୁଇଣ୍ଟାଲ) |
ବାର୍ଷିକ ମଞ୍ଜି ଅମଳ କୁଇଣ୍ଟାଲ/ହେକ୍ଟର |
ସିରିଆ ନମ୍ବର -୮ |
୫୦୦-୭୦୦ |
୨ରୁ ୩ |
ସିରିଆ ନମ୍ବର -୯ |
୬୦୦-୯୦୦ |
୨.୫ରୁ ୪.୨୫ |
NDRI Selection – 1 |
୧୦୦୦ |
ଥରେ ଚାଷ କଲେ ୬ ବର୍ଷ ପର୍ଯ୍ୟନ୍ତ କଞ୍ଚା ଲୁସର୍ଣ୍ଣ ମିଳେ । |
ରମ୍ବରଲ |
୬୦୦-୯୦୦ |
ଉତ୍ତାପ କମିଗଲେ ସୁଦ୍ଧା ଫସଲର କୌଣସି କ୍ଷତି ହୋଇ ନଥାଏ । |
ଲୁସର୍ଣ୍ଣ ବୁଣିବା ପାଇଁ ଗୁଣ୍ଡା ଚାଷ ଦରକାର ଓ ଜମିରେ ଆବଶ୍ୟକ ପରିମାଣରେ ଆର୍ଦ୍ରତା ଥିବା ଦରକାର । ଗୁଣ୍ଡଚାଷ ଦ୍ଵାରା ବିହନ ମୃତ୍ତିକା ସଂସ୍ପର୍ଶରେ ଆସି ଭଲ ଗଜା ହୁଏ । ଏଣୁ ଜମିକୁ ପ୍ରଥମେ ଲୁହା ଲଙ୍ଗଳରେ ଚାଷ କରି ତତ୍ପରେ ଦେଶୀ ଲଙ୍ଗଳରେ ୩-୪ ଓଡ ଚାଷ କରି ସମତୁଲ କରିବା ଉଚିତ ।
ବିହନ ବୁଣିବା ପୂର୍ବରୁ ଜମିରୁ ଅନାବନା ଘାସ ସମ୍ପୂର୍ଣ୍ଣ ରୂପେ ବାହାର କରିଦେବା ଉଚିତ୍ ।
ସେପ୍ଟେମ୍ବରରୁ ଅକ୍ଟୋବର ମାସ ବିହନ ବୁଣିବା ପାଇଁ ଉପଯୁକ୍ତ ସମୟ । ଭଲ ଗଜା ହେବା ପାଇଁ ବିହନ ସ୍ଵାସ୍ଥ୍ୟବାନ, ହୃଷ୍ଟପୃଷ୍ଟ ଏବଂ ହରିଦ୍ରା-ପିଙ୍ଗଳ ବର୍ଣ୍ଣର ହେବା ଆବଶ୍ୟକ ଓ ମଞ୍ଜି ଚକ୍ ଚକ୍ କରିବା ଉଚିତ୍ । ପ୍ରଥମ କରି ଲୁସର୍ଣ୍ଣ ଚାଷ କରାଯାଉଥିଲେ ବିହନକୁ ରାଇଜୋବିୟମ କଲଚର ସହ ଗୋଳାଇ ବୁଣିବା ଭଲ । ଏହା ଦ୍ଵାରା ଜମିରେ ଯବକ୍ଷାରଜାନ ଗଛର ଚେରରେ ଥିବା ଗୁଟିକାର ଅଣୁଜୀବ ଦ୍ଵାରା ସଂଗ୍ରହ ହୋଇପାରିବ ।
ବିହନକୁ ଛାଟି କିମ୍ବା ଧାଡିରେ ବୁଣାଯାଇପାରିବ । ଛଟାବୁଣା ସମୟରେ ବିହନ ମାଟିର ୧ ରୁ ୨ ସେ.ମି. ଗଭୀରକୁ ଯାଉଛି କି ନାହିଁ ଦୃଷ୍ଟି ଦେବାକୁ ପଡିବ । ଏଣୁ ଛଟାବୁଣା ପରେ ରେକ୍ ଉଇଡର ସାହାଯ୍ୟରେ କିଛି ମାଟି ବିହନ ଉପରେ ଘୋଡାଇ ଦେବା ଦରକାର । ଲୁସର୍ଣ୍ଣ ବିହନଗୁଡିକ ଅତି କ୍ଷୁଦ୍ର ହୋଇଥିବାରୁ ବିହନଗୁଡିକ ମାଟିରେ ୨ ସେ.ମି. ଅଧିକ ଗଭୀରକୁ ନଯିବା ପାଇଁ ଯତ୍ନବାନ ହେବା ଉଚିତ । ଛଟାବୁଣାରେ ହେକ୍ଟରକୁ ୨୦ରୁ ୨୫ କି.ଗ୍ରା. ଲୁସର୍ଣ୍ଣ ବିହନ ଦରକାର ।
ଧାଡିବୁଣା କଲେ ଧାଡି ମଧ୍ୟରେ ବ୍ୟବଧାନ ୨୦ ସେ.ମି. ରହିବା ଉଚିତ୍ । ଏହି କ୍ଷେତ୍ରରେ ବିହନକୁ ଅଳ୍ପ ଗଭୀରରେ ପୋତା ଯାଇପାରେ । ଛୋଟ ଗୋଜି ଲଙ୍ଗଳରେ ଅଗଭୀର ଚାଷ କରି ଲଙ୍ଗଳ ସିଆର ପଛରେ ବିହନ ପକାଯାଏ । ଏହାଦ୍ଵାରା ହେକ୍ଟରକୁ ୧୧ ରୁ ୧୫ କି.ଗ୍ରା. ବିହନ ଆବଶ୍ୟକ ହୋଇଥାଏ ।
ଲୁସର୍ଣ୍ଣ ଗୋଟିଏ ଶିମ୍ବ ଜାତୀୟ ଫସଲ ହୋଇଥିବାରୁ ଏହାର ଚେର ଗୁଟିକାରେ ଥିବା ଅଣୁଜୀବ ଦ୍ଵାରା ବାୟୁମଣ୍ଡଳରୁ ଯବକ୍ଷାରଜାନ ଫସଲକୁ ସହଜରେ ମିଳିଥାଏ । ଏଣୁ ଚେରର ବୃଦ୍ଧି ଓ ବିକାଶ ହୋଇ ଗୁଟିକାରେ ଥିବା ଅଣୁଜୀବଗୁଡିକ ବାୟୁମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରିବାକୁ ସକ୍ଷମ ହେବା ପର୍ଯ୍ୟନ୍ତ କିଛି ଯବକ୍ଷାରଜାନସାର ଫସଲ ପାଇଁ ଆବଶ୍ୟକ ହୋଇଥାଏ । ପ୍ରାୟ ଏକମାସ ବେଳକୁ ବାୟୁମଣ୍ଡଳରୁ ଯବକ୍ଷାଜନା ସଂଗ୍ରହ କରିବା କ୍ଷମତା ଆସିଯାଇଥାଏ । ଏଣୁ ହେକ୍ଟର ପିଛା ୨୦-୨୫ କି.ଗ୍ରା. ଯବକ୍ଷାରଜାନ, ଓ ୬୦ରୁ ୭୫ କି.ଗ୍ରା. ସୁପର ପ୍ରୟୋଗ କରିବାକୁ ପଡିଥାଏ । ଏହାଛଡା ୨୫-୩୦ ଟନ ଗୋବର ଖତ ମଧ୍ୟ ଆବଶ୍ୟକ ହୁଏ । ବୋରନ୍, ଲୌହ ଓ ଜିଙ୍କ୍ ର ଅଭାବ ମେଣ୍ଟାଇବା ପାଇଁ ମଧ୍ୟ ଉପଯୁକ୍ତ ପଦକ୍ଷେପ ନେବା ଉଚିତ୍ । ଫସଲରେ ବୋରନ୍ ର ଅଭାବ ଦେଖାଦେଲେ ୦.୨% ବୋରାକସ୍ ସିଞ୍ଚନ କରାଯାଇପାରେ । କ୍ଷାର ମୃତ୍ତିକାରେ ଲୌହ ଅଭାବ ପଡିଲେ ଗଛ ପାଣ୍ଡୁର ଦେଖାଯାଏ । ଏହି ମୃତ୍ତିକାରେ ଚୂନ ପ୍ରୟୋଗ କଲେ ସୁଫଳ ମିଳିଥାଏ । ପରୀକ୍ଷାରୁ ଜଣାଯାଇଛି ଯେ ୩ରୁ ୪ ସେ.ମି. ଗଭୀରରେ ସାର ପ୍ରୟୋଗ କରାଯାଇ ପାରିଲେ ଶତକଡା ୨୦ ରୁ ୨୫ ଭାଗ ଅଧିକ ଲୁସର୍ଣ୍ଣ ଉତ୍ପାଦନ ହୋଇପାରିବ ।
ଭଲ ଗଜା ପାଇବା ପାଇଁ ପ୍ରଥମେ ଜମିରେ ପାଣି ମଡାଇ ମାଟି ପାଗି ଗଲେ ଚାଷ କରିବା ଉଚିତ୍ । ପ୍ରଥମ ଅବସ୍ଥାରେ ଲୁସର୍ଣ୍ଣର ବୃଦ୍ଧି ନହେଲେ ବିହନ ବୁଣିବାର ୭ରୁ ୧୦ ଦିନ ଅନ୍ତରରେ ଗଛର ବୃଦ୍ଧି ଓ ବିକାଶ ହେବା ପର୍ଯ୍ୟନ୍ତ ପଣି ମଡାଇବା ଦରକାର । ତାପରେ ୨୦-୨୫ ଦିନ ଅନ୍ତରରେ ଜଳସେଚନ କଲେ ଚଳିବ । ଖରାଦିନେ ୧୫-୨୦ ଦିନ ଅନ୍ତରରେ ଜଳସେଚନ କରିବା ଭଲ । ଜମିରେ ଉପଯୁକ୍ତ ଆର୍ଦ୍ରତା ରହିଲେ ଲୁସର୍ଣ୍ଣର ପତ୍ର ଫିକା ସବୁଜ ରହେ : କିନ୍ତୁ ଜଳାଭାବ ରହିଲେ ପତ୍ର ଗୁଡିକ ଗାଢ ସବୁଜ ରଙ୍ଗ ଦେଖାଯାଏ । ଏହି ସମୟରେ ଜଳସେଚନ କରାନଗଲେ ପତ୍ର ଝାଉଁଳିପଡେ । ଲୁସର୍ଣ୍ଣରେ ଜୀବନ କାଳ ମଧ୍ୟରେ ୧୫-୧୮ ଥର ଜଳସେଚନ ଆବଶ୍ୟକ ହୋଇଥାଏ । ବର୍ଷାଦିନେ ଜଳସେଚନର ଆବଶ୍ୟକତା ନଥାଏ ବରଂ ଅଧିକ ଜଳହେଲେ ନିଷ୍କାସନ କରିବା ଦରକାର ।
ବିହନ ଧାଡିରେ ବୁଣିଲେ ଘାସ ଓପାଡିବା କୋଡା ଖୁସା କରିବା ସହଜ ହୁଏ । ପ୍ରଥମ ଘାସ ବଛା ଓ କୋଡା ଖୁସା ୧୫-୨୦ ଦିନ ମଧ୍ୟରେ କରିବା ଦରକାର । ବୁଣିବାର ୫୦-୫୫ ଦିନ ମଧ୍ୟରେ ପ୍ରଥମ କାଟ କରାଯାଏ । ବିହନ ଉତ୍ପାଦନ ପାଇଁ ଘାସ ବଛା ଅତ୍ୟନ୍ତ ଜରୁରୀ । ନିର୍ମୂଳୀ ସବୁଠାରୁ ବେଶୀ କ୍ଷତିକାରକ ତୃଣକ । ନିର୍ମୂଳୀକୁ ବାହାର କରି ପୋଡିଦେବା ଦରକାର । ଏହାର ମଞ୍ଜିହେବାର ପୂର୍ବରୁ ତାକୁ ନଷ୍ଟ କରିଦେବା ଭଲ ।
ଜାନୁୟାରୀ ମାସ ଶେଷରେ ଥରେ କାଟିନେଲା ପରେ ବିହନ ଉତ୍ପାଦନ ପାଇଁ ଫସଲକୁ ଛାଡିଦେବା ଦରକାର । ଫସଲକୁ ଆବଶ୍ୟକ ମୁତାବକ ଜଳସେଚନ କରିବା ଉଚିତ୍ । ଛୁଇଁ ଦେବା ପରେ ଜଳସେଚନ ବନ୍ଦ କରିଦେବା ଦରକାର । ଏହି ଫସଲରେ ପରପରାଗଣ ହେଉଥିବାରୁ ଜମିରେ ୨-୩ଟି ମହୁମାଛି ପାଳନ ବାକ୍ସ ରଖିଲେ ଭଲ ।
ପ୍ରଥମ କାଟ ବୁଣିବାର ୫୫-୩୦ ଦିନ ମଧ୍ୟରେ କରାଯାଏ । ଲୁସର୍ଣ୍ଣ ଭୁପୃଷ୍ଠରୁ ୬୦ ସେ.ମି. ରୁ ଅଧିକ କଟାଯାଏ । ହେକ୍ଟର ପିଛା ୮୦୦-୧୦୦୦ କୁଇଣ୍ଟାଲ କଞ୍ଚା ଗୋଖାଦ୍ୟ ମିଳିବା ସଙ୍ଗେ ସଙ୍ଗେ ୧.୭୫ ରୁ ୨.୫ କୁଇଣ୍ଟାଲ ମଞ୍ଜି ମଧ୍ୟ ଅମଳ କରାଯାଇଥାଏ ।
ମକା, ଜୁଆର, ବାଜରା ଓ ବରଗୁଡି
ଏହି ଫସଲଗୁଡିକର ସଂକ୍ଷିପ୍ତ ଚାଷ ପ୍ରଣାଳୀ ସାରଣୀ ଆକାରରେ ପ୍ରଦତ୍ତ ହୋଇଅଛି । ବିଷଦ ଚାଷ ପ୍ରଣାଳୀ ଏହି ବହିରେ ଅନ୍ୟତ୍ର ଲେଖା ଯାଇଅଛି ।
ଚରା ଫସଲ |
କିସମ |
ବୁଣିବା ସମୟ |
ଧାଡିକୁ ଧାଡି ଗଛକୁ ଗଛ ବ୍ୟବହାର |
ବିହନ ବୁଣିବା ଗଭୀରତା |
ହେକ୍ଟର ପ୍ରତି ଖତ ସାର ପରିମାଣ |
ବ୍ୟବହାର |
ହେକ୍ଟର ପ୍ରତି ଅମଳ |
||||
ମକା |
ବିଜୟା ଲମ୍ବା ଆଫ୍ରିକା ଏଚ୍.ଜି.ଟି.-୩ |
ଜୁନ୍ ସେପ୍ଟେମ୍ବର ମାର୍ଚ୍ଚ |
୩୦ସେ.ମି. ଧାଡିରେ ବୁଣା |
୪ ସେ.ମି. |
ବିହନ |
ଗୋବର ଖତ |
N |
P |
K |
କଞ୍ଚା ହେ. ସାଇଲେଜ |
୪୦୦ କୁଇଣ୍ଟାଲ |
|
|
|
|
|
୩୦ କି.ଗ୍ରା. |
୨୦ ଶଗଡ |
୬୦ |
୩୦ |
୩୦ |
|
|
ଚରା ଫସଲ |
କିସମ |
ବୁଣିବା ସମୟ |
ଧାଡିକୁ ଧାଡି ଗଛକୁ ଗଛ ବ୍ୟବହାର |
ବିହନ ବୁଣିବା ଗଭୀରତା |
ହେକ୍ଟର ପ୍ରତି ଖତ ସାର ପରିମାଣ |
ବ୍ୟବହାର |
ହେକ୍ଟର ପ୍ରତି ଅମଳ |
||||
ସୋରଘମ୍ବ |
ଏମ୍.ପି.ଚାରୀ ପୁସା ଚାରୀ ଉନ୍ନତ ଜୱାର ରାଇଓ ଆଇ.ଏସ୍.ଏ. (୭୭୬) ଏଚ୍.ଡି. – ୩ ସୁଦାନ ଘାସ |
ଜୁନ୍ |
୩୦ ସେ.ମି. ଧାଡିରେ ଘନ ବୁଣା |
୪ ସେ.ମି |
ବିହନ |
ଗୋବର ଖତ |
N |
P |
K |
କଞ୍ଚା ହେ. ସାଇଲେଜ |
୨୫୦ କୁଇଣ୍ଟାଲ |
|
|
|
|
|
୫୦ କି.ଗ୍ରା. |
୨୦ ଶଗଡ |
୬୦ |
୩୦ |
୩୦ |
|
|
ଗଛ ୫୦ ଦିନର ହୋଇଥିବା ବେଳେ ନୂତନ କରି ବାହାରୁଥିବା ପିଲଗୁଡିକରେ ହାଇଡ୍ରୋସାୟାନିକ୍ ଅମ୍ଳ ମୃତ୍ତିକାର ଉପରି ଭାଗରେ ଥାଏ । ମରୁଡି ପଡିଲେ ଏହି ହାଇଡ୍ରୋସାୟାନିକ୍ ଅମ୍ଳ ପରିମାଣ ବୃଦ୍ଧି ପାଏ । ଏଣୁ ଫୁଲ ହେବା ସମୟରେ ଏହି ଫସଲ ଅମଳ କରାଯାଏ । କିନ୍ତୁ ବିହନ ବୁଣିବାର ୫୦ ଦିନ ପୂର୍ବରୁ କେବେହେଲେ ଗୋଖାଦ୍ୟ ଭାବରେ ବ୍ୟବହାର କରିବେ ନାହିଁ ।
ଚରା ଫସଲ |
କିସମ |
ବୁଣିବା ସମୟ |
ଧାଡିକୁ ଧାଡି ଗଛକୁ ଗଛ ବ୍ୟବହାର |
ବିହନ ବୁଣିବା ଗଭୀରତା |
ହେକ୍ଟର ପ୍ରତି ଖତ ସାର ପରିମାଣ |
ବ୍ୟବହାର |
ହେକ୍ଟର ପ୍ରତି ଅମଳ |
||||
ବାଜରା |
ଆଇ.ଏସ୍.ବି. ୨୧ ଜଏଣ୍ଟ ବାଜରା ଟି – ୫୫ |
ଜୁନ୍ |
୩୦ ସେ.ମି. ଧାଡିରେ ଘନ ବୁଣା |
୪ ସେ.ମି |
ବିହନ |
ଗୋବର ଖତ |
N |
P |
K |
କଞ୍ଚା ହେ. ସାଇଲେଜ |
୨୦୦କୁଇଣ୍ଟାଲ |
|
|
|
|
|
୪୦ କି.ଗ୍ରା. |
୨୦ ଶଗଡ |
୩୦ |
୧୫ |
୧୫ |
|
|
ଫୁଲ ଧରିବା ସମୟରେ ଅମଳ କରାଯାଏ । ଏହି ଗଛରେ କିଛି ଅକ୍ଜାଲେଟ୍ ଥାଏ । ଗାଈଗୋରୁଙ୍କୁ ଦେଲାବେଳେ ଏହା ସହିତ ଯଦି ଡାଲି ଜାତୀୟ ଖାଦ୍ୟ ବା ଚିନାବାଦାମ ପିଡିଆ ଦିଆଯାଇ ପାରିବ ନାହିଁ, ତେବେ ୧୫ରୁ ୨୦ ଗ୍ରାମ୍ ଡାଇ କାଲସିୟମ ଫସଫେଟ୍ ଦିଆଯାଏ । ଏହି ଫସଲ ଦୁଇଥର କଟାଯାଇ ପାରିବ ।
ଚରା ଫସଲ |
କିସମ |
ବୁଣିବା ସମୟ |
ଧାଡିକୁ ଧାଡି ଗଛକୁ ଗଛ ବ୍ୟବହାର |
ବିହନ ବୁଣିବା ଗଭୀରତା |
ହେକ୍ଟର ପ୍ରତି ଖତ ସାର ପରିମାଣ |
ବ୍ୟବହାର |
ହେକ୍ଟର ପ୍ରତି ଅମଳ |
||||
ଟିଓସେଣ୍ଟ |
|
ଜୁନ୍ |
୩୦ ସେ.ମି. ଧାଡିରେ ଘନ ବୁଣା |
୪ ସେ.ମି |
ବିହନ |
ଗୋବର ଖତ |
N |
P |
K |
କଞ୍ଚା ହେ. ସାଇଲେଜ |
୨୫୦କୁଇଣ୍ଟାଲ ଦୁଇଥରରେ କଟାଯାଇ ପାରିବ |
|
|
|
|
|
୫୦ କି.ଗ୍ରା. |
୨୦ ଶଗଡ |
୩୦ |
୧୫ |
୧୫ |
|
|
ଚରା ଫସଲ |
କିସମ |
ବୁଣିବା ସମୟ |
ଧାଡିକୁ ଧାଡି ଗଛକୁ ଗଛ ବ୍ୟବହାର |
ବିହନ ବୁଣିବା ଗଭୀରତା |
ହେକ୍ଟର ପ୍ରତି ଖତ ସାର ପରିମାଣ |
ବ୍ୟବହାର |
ହେକ୍ଟର ପ୍ରତି ଅମଳ |
||||
ବରଗୁଡି |
ଆଇ.ଜି.ଏଫ୍.ଆର.ଆଇ ଏସ୍ – ୪୫୦ ଋଷିଆନ ଜାଏଣ୍ଟ କୋ – ୧ ୟୁ.ପି.ସି., ୪୨୦୦୦ ଗ୍ଧ.ଈ ଇସି. – ୪୨୧୬ |
ଜୁନ୍ |
୪୫ ସେ.ମି. X ୧୦ ସେ.ମି. |
୪ ସେ.ମି |
ବିହନ |
ଗୋବର ଖତ |
N |
P |
K |
କଞ୍ଚା ହେ. ସାଇଲେଜ |
୨୫୦କୁଇଣ୍ଟାଲ ଦୁଇଥର କଟାଯାଏ ୪୫ ଦିନ ପରେ ଥରେ ୮୦ ଦିନ |
|
|
|
|
|
୫୦ କି.ଗ୍ରା. |
୧୦ ଶଗଡ |
୨୦ |
୪୦ |
୨୦ |
|
|
ଚରା ଫସଲ |
କିସମ |
ବୁଣିବା ସମୟ |
ଧାଡିକୁ ଧାଡି ଗଛକୁ ଗଛ ବ୍ୟବହାର |
ବିହନ ବୁଣିବା ଗଭୀରତା |
ହେକ୍ଟର ପ୍ରତି ଖତ ସାର ପରିମାଣ |
ବ୍ୟବହାର |
ହେକ୍ଟର ପ୍ରତି ଅମଳ |
||||
ଓଟ୍ |
Kent O.L. – 125 J.H.O.-822 |
ନଭେମ୍ବର |
୩୦ ସେ.ମି. ଧାଡିରେ ଘନବୁଣା |
୪ ସେ.ମି |
ବିହନ |
ଗୋବର ଖତ |
N |
P |
K |
କଞ୍ଚା ହେ. ସାଇଲେଜ |
୨୫୦କୁଇଣ୍ଟାଲ |
|
|
|
|
|
୧୨୫ କି.ଗ୍ରା. |
୨୦ ଶଗଡ |
୮୦ |
୪୦ |
୪୦ |
|
|
ଶତକଡା ୫୦ ଭାଗ ଫୁଲ ହୋଇଗଲେ ଅମଳ କରାଯାଏ । ପ୍ରଥମ କାଟ ଲଗାଇବାର ୪୫ ଦିନ ପରେ ଏବଂ ଦ୍ଵିତୀୟ କାଟ । ଶତକଡା ୫୦ ଭାଗ ଫୁଲ ହେଲାପରେ ।
ହାଇବ୍ରିଡ ନାପିୟର
ଚରା ଫସଲ |
କିସମ |
ବୁଣିବା ସମୟ |
ଧାଡିକୁ ଧାଡି ଗଛକୁ ଗଛ ବ୍ୟବହାର |
ବିହନ ବୁଣିବା ଗଭୀରତା |
ହେକ୍ଟର ପ୍ରତି ଖତ ସାର ପରିମାଣ |
ବ୍ୟବହାର |
ହେକ୍ଟର ପ୍ରତି ଅମଳ |
||||
ହାଇବ୍ରିଡ ନାପିୟର |
|
ଜୁନ୍ ଶେଷ ଠାରୁ ଜୁଲାଇ |
୬୦ ସେ.ମି. X ୬୦ ସେ.ମି. |
୨୭୦୦୦ କଳିକା ଥିବା ଖଣ୍ଡ ଘାସ ଖଣ୍ଡିଗୁଡିରେ ୩ ଟି କଳିକା ଥାଏ । ସେଥିରୁ ଦୁଇଟି ମାଟିଭିତରେ ଅନ୍ୟଟି ମାଟି ଉପରେ ରହିବା ଉଚିତ୍ । ଖଣ୍ଡଟି ତେରଛା ପୋତିବା ଦରକାର |
ବିହନ |
ଗୋବର ଖତ |
N |
P |
K |
କଞ୍ଚା |
୧୫୦୦ ରୁ ୨୦୦୦ ଫସଲ ୩ ବର୍ଷ ଜମିରେ ରହେ । ବର୍ଷକୁ ୬ ଥର କଟାଯାଏ |
|
|
|
|
|
. |
୪୦ ଶଗଡ |
୫୦ |
୪୦ |
୪୦ |
|
|
ଚରା ଫସଲ |
କିସମ |
ବୁଣିବା ସମୟ |
ଧାଡିକୁ ଧାଡି ଗଛକୁ ଗଛ ବ୍ୟବହାର |
ବିହନ ବୁଣିବା ଗଭୀରତା |
ହେକ୍ଟର ପ୍ରତି ଖତ ସାର ପରିମାଣ |
ବ୍ୟବହାର |
ହେକ୍ଟର ପ୍ରତି ଅମଳ |
||||
ଗିନିଘାସ |
|
ଜୁନ୍ ଶେଷ ରୁ ଜୁଲାଇ ପ୍ରଥମ ପକ୍ଷ |
୧୦୦ ସେ.ମି. X ୫୦ ସେ.ମି. |
ନାପିୟର ଘାସ ପରି |
ବିହନ |
ଗୋବର ଖତ |
N |
P |
K |
କଞ୍ଚା |
୧୫୦୦ -୧୬୦୦ ୩ ବର୍ଷ ଜମିରେ ରୁହେ । ବର୍ଷକୁ ୭-୧୦ ଥର କଟାଯାଏ |
|
|
|
|
|
୫୦ କି.ଗ୍ରା ଖଣ୍ଡ. |
୪୦ ଶଗଡ |
୫୦ |
୪୦ |
୪୦ |
|
|
ଚରା ଫସଲ |
କିସମ |
ବୁଣିବା ସମୟ |
ଧାଡିକୁ ଧାଡି ଗଛକୁ ଗଛ ବ୍ୟବହାର |
ବିହନ ବୁଣିବା ଗଭୀରତା |
ହେକ୍ଟର ପ୍ରତି ଖତ ସାର ପରିମାଣ |
ବ୍ୟବହାର |
ହେକ୍ଟର ପ୍ରତି ଅମଳ |
||||
ପାରାଘାସ |
|
ଜୁନ୍ ଶେଷ ରୁ ଜୁଲାଇ ପ୍ରଥମ ପକ୍ଷ |
୬୦ ସେ.ମି. X ୬୦ସେ.ମି. |
ନାପିୟର ଘାସ ପରି |
ବିହନ |
ଗୋବର ଖତ |
N |
P |
K |
କଞ୍ଚା ଖାଲି ଜମିରେ ଚାଷ କରାଯାଏ |
୧୫୦୦ କୁଇଣ୍ଟାଲ ବର୍ଷକୁ ୧୦ ଥର କଟାଯାଏ ୩ ବର୍ଷ ପର୍ଯ୍ୟନ୍ତ ରହେ |
|
|
|
|
|
୫୦ କି.ଗ୍ରା ୧୭୦୦୦ ବଳକା ଥିବା ଖଣ୍ଡ |
୪୦ ଶଗଡ |
୨୦ |
୩୦ |
୩୦ |
|
|
ଆଧାର- ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 1/20/2020