ଥନହରା (ସବୁ ପ୍ରକାରର)
ସାମଗ୍ରୀ
କ. ଘି କୁଆଁରୀ-250 ଗ୍ରାମ;ଖ ॰ହଳଦୀ-50 ଗ୍ରାମ;ଗ.ଚୂନ-15;
ଘ. ଲେମ୍ବୁ-2 ଟା;ଙ.ଗୁଡ-100 ଗ୍ରାମ
ପ୍ରସ୍ତୁତ କରିବାର ବିଧି:
- ସାମଗ୍ରୀ(କ-ଗ) ଲାଲ ରଙ୍ଗ ହେବା ପର୍ଯ୍ୟନ୍ତ ମିଶ୍ରଣ କରନ୍ତୁ
- ଲେମ୍ବୁ ଦୁଇଟି କୁ କାଟି ଫାଳ କରନ୍ତୁ
ପ୍ରୟୋଗ କରିବାରେ ବିଧି:
- ଗୋଟିଏ ମୁଠା ମିଶ୍ରଣ ନେଇ ତାକୁ 150-200 ମିଲି ପାଣି ମିଶାଇ ପତଳା କରନ୍ତୁ ।
- ଥନ ସଫା କରି ଥନ ରେ ଏହି ମିଶ୍ରଣ ଲଗାନ୍ତୁ ।
- ଗୋଟିଏ ଦିନରେ 10 ଥର ଏବଂ ପାଞ୍ଚ ଦିନ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଦୋହରାନ୍ତୁ ।
- ଦୁଇଟି ଲେମ୍ବୁ ଦିନକୁ 2 ଥର ତିନି ଦିନ ପର୍ଯ୍ୟନ୍ତ ଖୁଆନ୍ତୁ ।
ସୂଚନା :
ଯଦି କ୍ଷୀର ରେ ରକ୍ତ ଆସୁ ଥାଏ ତେବେ ଉପରୋକ୍ତ ପ୍ରକ୍ରିୟା ସହିତ ଦୁଇ ମୁଠା ଭେର୍ସୁଙ୍ଗ ପତ୍ର ଏବଂ ଗୁଡ ଦିନକୁ ଦୁଇ ଥର ଭଲ ହେବା ପର୍ଯ୍ୟନ୍ତ ଖୁଆନ୍ତୁ ।
ଚିର ରନ୍ଧ୍ର ଦେଇ କ୍ଷୀର ନ ଆସିବା
ସାମଗ୍ରୀ:
ତାଜା ତୋଳା ହୋଇଥିବା ନିମ ପତ୍ର ର ଡେମ୍ଫ 1 ଟା: ହଳଦୀ ଗୁଣ୍ଡ;ଲହୁଣୀ କିମ୍ବା ଘିଅ
ପ୍ରସ୍ତୁତ କରିବାର ବିଧି:
- ନିମ ପତ୍ର ର ଡେମ୍ଫ କୁ ଚିର ର ଲମ୍ବ ଅନୁସାରେ କାଟନ୍ତୁ
- ହଳଦୀ ଗୁଣ୍ଡ ଏବଂ ଲହୁଣୀ କିମ୍ବା ଘିଅ ର ମିଶ୍ରଣ କୁ ଭଲ ଭାବରେ ନିମ୍ବ ପତ୍ର ଡେମ୍ଫ ରେ ଲଗାନ୍ତୁ ।
ପ୍ରୟୋଗ କରିବାର ବିଧି:
- ପ୍ରଲେପିତ ନିମ୍ବ ପତ୍ର ଡେମ୍ଫ କୁ ଘଡି ଚାଲିବାର ଦିଗ
- କ୍ଷୀର ଦୁହିଂବା ପରେ ପ୍ରତିଥର ତାଜା ପ୍ରଲେପିତ ନିମ୍ବ ପତ୍ର ଡେମ୍ଫ ପୁନଃ ଭର୍ତ୍ତି କରନ୍ତୁ ।
ପହ୍ନାଫୁଲା
ସାମଗ୍ରୀ:
ରାଶି କିମ୍ବା ସୋରିଷ ତେଲ-200 ମି.ଲି; ହଳଦୀ ଗୁଣ୍ଡ-1 ମୁଠା; ରସୁଣ-2 ପାଖୁଡା
ପ୍ରସ୍ତୁତ କରିବାର ବିଧି:
- ତେଲ ଗରମ କରି ସେଥିରେ ହଳଦୀ ଗୁଣ୍ଡ ଏବଂ କଟା ହୋଇ ଥିବା ରସୁଣ ପକାନ୍ତୁ ।
- ଭଲ ଭାବରେ ମିଶାନ୍ତୁ ଏବଂ ବାସ୍ନା ଆସିବା ପରେ ନିଆଁରୁ ଓଲହାଇ ଦିଅନ୍ତି ।
- ଥଣ୍ଡା ହେବାକୁ ଦିଅନ୍ତୁ ।
ପ୍ରୟୋଗ କରିବାର ବିଧି:
- ଫୁଲି ଥିବା ଜାଗା ରେ ଏବଂ ପହ୍ନା ରେ ବଳ ପ୍ରୟୋଗ କରି ଗୋଲାକାର ଢଙ୍ଗ ରେ ଲଗାନ୍ତୁ ।
- ଏହା ଦିନକୁ 4 ଥର ତିନି ଦିନ ପର୍ଯ୍ୟନ୍ତ ଲଗାନ୍ତୁ ।
ସୂଚନା:
ଏହି ମିଶ୍ରଣ ବ୍ୟବହାର କରିବା ପୂର୍ବରୁ ଥନହରା ହୋଇ ନ ଥିବା ସୁନିଶ୍ଚିତ କରନ୍ତୁ ।
ବାଛୁରି ଜନ୍ମ ପରେ ଫୁଲ ନ ପଡିବା
ସାମଗ୍ରୀ:
ଧଳା ମୂଳା -1ଟା; ଭେଣ୍ଡି-15 କେଜି; ଗୁଡ- ଆବଶ୍ୟକତା ଅନୁସାରେ; ଲୁଣ-ଆବଶ୍ୟକତା ଅନୁସାରେ
ପ୍ରସ୍ତୁତ କରିବାର ବିଧି:
- ପ୍ରତ୍ୟେକ ଭେଣ୍ଡି କୁ 2 ଖଡା କରି କାଟନ୍ତୁ ।
ପ୍ରୟୋଗ କରିବାର ବିଧି:
- ଛୁଆ ଜନ୍ମ ର 2 ଘଣ୍ଟା ମଧ୍ୟ ରେ ପଶୁକୁ ଗୋଟିଏ ମୂଳା ଖାଇବାକୁ ଦିଅନ୍ତୁ।
- ଯଦି ବାଛୁରି ଜନ୍ମ 8 ଘଣ୍ଟା ପରେ ମଧ୍ୟ ପାସୁର ଫୁଲ ନ ପଡେ,ଟା ହେଲେ 1.5 କିଲୋ ତାଜା କଟା ହୋଇଥିବା ଭେଣ୍ଡି ଲୁଣ ଏବଂ ଗୁଡ ସାଙ୍ଗ ରେ ଖାଇବାକୁ ଦିଅନ୍ତୁ ।
- ଯଦି ବାଛୁରି ଜନ୍ମ ର 12 ଘଟା ପରେ ମଧ୍ୟ ଫୁଲ ନ ପଡେ ତେବେ ପଶୁ ଶରୀର ପାଖ ଫୁଲରେ ଗଣ୍ଠି ପକାଇ,ଗଣ୍ଠିର 2 ଇଞ୍ଚ ତଳକୁ କାଟି ଦିଅନ୍ତୁ । ଗଣ୍ଠି ପଶୁ ଶରୀରର ଭିତରକୁ ଚାଲିଯିବା ।
- କଦାପି ହାତରେ ଟାଣି ଫୁଲ ବାହାର କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ।
- ଚାରି ସପ୍ତାହ ପର୍ଯ୍ୟନ୍ତ ପ୍ରତି ସପ୍ତାହ ରେ ଠାରେ ପଶୁକୁ ଗୋଟିଏ ମୂଳା ଖାଇବାକୁ ଦିଅନ୍ତୁ ।
ବାରମ୍ବାର ଗରମ ଆସିବା
- ଗାଈ ଗରମ ହେବାର ପ୍ରଥମ କିମ୍ବା ଦ୍ଵିତୀୟ ଦିନ ଉପଚାର ଆରମ୍ଭ କରନ୍ତୁ।
- ଦିନରେ ଠାରେ,ନିମ୍ନଲିଖିତ କ୍ରମ ଅନୁସାରେ ଗୁଡ କିମ୍ବା ଲୁଣ ସହିତ ତାଜା ଅବସ୍ଥା ରେ ଖୁଆନ୍ତୁ ।
- ଗୋଟିଏ ଧଳା ମୂଳା ପ୍ରତିଦିନ 5 ଦିନ ପର୍ଯ୍ୟନ୍ତ ।
- ଗୋଟିଏ ଘି କୁଆଁରୀ ପତ୍ର ପ୍ରତିଦିନ 4 ଦିନ ପର୍ଯ୍ୟନ୍ତ ।
- ଚାରି ମୁଠା ସଜନା ପତ୍ର 4 ଦିନ ପର୍ଯ୍ୟନ୍ତ ।
- ଚାରି ମୁଠା ହାଡ ଭଙ୍ଗା କାଣ୍ଡ 4 ଦିନ ପର୍ଯ୍ୟନ୍ତ ।
- ଚାରି ମୁଠା ଭେର୍ସୁଙ୍ଗ ପତ୍ର,ହଳଦୀ ସହିତ 4 ଦିନ ପର୍ଯ୍ୟନ୍ତ ।
ଗର୍ଭାଶୟ ବା ମଳଦ୍ଵାର ବାହାରକୁ ବାହାରି ଆସିବା
ସାମଗ୍ରୀ:
ଘି କୁଆଁରୀ ରସ-ଗୋଟିଏ ପୁରା ପତ୍ର;ହଳଦୀ ଗୁଣ୍ଡ- ଏକ ଚିମୁଟି;ଲାଜକୁଳୀ ପତ୍ର-ଦୁଇ ମୁଠା
ପ୍ରସ୍ତୁତ କରିବାର ବିଧି:
- ଗୋଟିଏ ଘି କୁଆଁରୀ ପତ୍ର ର ରସ ବାହାର କରନ୍ତୁ ।
- ସେଥିରୁ ଅଠା ଅଂଶ ଦୂର କରିବା ପାଇଁ ବାରମ୍ବାର ଧୋଇ ଦିଅନ୍ତୁ ।
- ଏଥିରେ ଏକ ଚିମୁଟି ହଳଦୀ ମିଶାଇ ଗରମ କରନ୍ତୁ ଏବଂ ଟା ପରେ ଥଣ୍ଡା ହେବାକୁ ଦିଅନ୍ତୁ ।
- ଲାଜକୁଳୀ ପତ୍ରକୁ ପେଶୀ ପେଷ୍ଟ ବନାନ୍ତୁ ।
ପ୍ରୟୋଗ କରିବାର ବିଧି:
- ଶରୀର ବାହାରକୁ ବାହାରି ଆସିଥିବା ଅଂଶକୁ ସଫା କରନ୍ତୁ ।
- ଟା ଉପରେ ଥଣ୍ଡା ହୋଇଥିବା ମିଶ୍ରଣ ଛିଞ୍ଚନ୍ତୁ ।
- ଏହା ଶୁଖିଯିବା ପରେ ଲାଜକୁଳୀ ପତ୍ର ର ପେଷ୍ଟ ଲଗାନ୍ତୁ ।
- ଭଲ ଅବସ୍ଥା ଆସିବା ପର୍ଯ୍ୟନ୍ତ ସପ୍ତାହ ରେ ଠାରେ ଲଗାନ୍ତୁ ।
- ଅଙ୍ଗ ଭିତରକୁ ଯିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା କୁ ଚାଲୁ ରଖନ୍ତୁ ।
ଫାଟୁଆ ପାଟି ଘା
ସାମଗ୍ରୀ:
ଜୀରା-10 ଗ୍ରାମ; ମେଥି-10 ଗ୍ରାମ;ଗୋଲମରୀଚ -10 ଗ୍ରାମ; ହଳଦୀ ଗୁଣ୍ଡ-10 ଗ୍ରାମ;ରସୁଣ-4 ପାଖୁଡା;ନଡିଆ-1 ଟା ;ଗୁଡ-120 ଗ୍ରାମ
ପ୍ରସ୍ତୁତ କରିବାର ବିଧି:
- ପାଣିରେ ଜୀରା,ମେଥି ଏବଂ ଗୋଲମରୀଚ 20-30 ମିନିଟ ପର୍ଯ୍ୟନ୍ତ ଭିଜାନ୍ତୁ ।
- ସମସ୍ତ ସାମଗ୍ରୀ କୁ ପେସନ୍ତୁ ଭଲଭାବରେ ମିଶି ଜୀବ ।
- କୋରା ହୋଇଥିବା ନଡିଆ (1 ଟା) ହାତ ରେ ମିଶାନ୍ତୁ ।
- ପ୍ରତିଥର ଲଗାଇବା ପୂର୍ବରୁ ତାଜା ପ୍ରସ୍ତୁତ କରନ୍ତୁ ।
ପ୍ରୟୋଗ କରିବାର ବିଧି:
- ପାଟି ଭିତରେ,ଜିଭ ରେ ଏବଂ ତାଳୁକା ରେ ଲଗାନ୍ତୁ ।
- ପ୍ରତିଦିନ 3 ଥର 3 ରୁ 5 ଦିନ ପର୍ଯ୍ୟନ୍ତ ଲଗାନ୍ତୁ ।
ଫାଟୁଆ ଖୁରା ଘା
ସାମଗ୍ରୀ:
ଇନ୍ଦ୍ର ମାରିଚ ପତ୍ର-1 ମୁଠା; ରସୁଣ-10 ପାଖୁଡା; ନିମ୍ବ-1 ମୁଠା; ନଡିଆ କିମ୍ବା ରାଶି ତେଲ-250 ମି.ଲି ; ହଳଦୀ ଗୁଣ୍ଡ-20 ଗ୍ରାମ; ମେହେନଦୀ(ମୋହରା) ପତ୍ର-1 ମୁଠା ; ତୁଲସୀ ପତ୍ର-1 ମୁଠା
ପ୍ରସ୍ତୁତ କରିବାର ବିଧି :
- ସମସ୍ତ ସାମଗ୍ରୀ କୁ ଭଲଭାବରେ ପେଶୀ ମିଶାନ୍ତୁ।
- 250 ମି,ଲି ନଡିଆ କିମ୍ବା ରାଶି ତେଲ ମିଶାଇ ଗରମ କରନ୍ତୁ ଟା ପରେ ଥଣ୍ଡା କରନ୍ତୁ ।
ପ୍ରୟୋଗ କରିବାର ବିଧି:
- ଘା ସଫା କରି ଏହି ମିଶ୍ରଣ ଲଗାନ୍ତୁ କିମ୍ବା ସଫା କାନାରେ ଭିଜାଇ ବ୍ୟାଣ୍ଡେଜ ବାନ୍ଧନ୍ତୁ ।
- ଯଦି ଘା ପୋକ ପଡିଯାଇଥାନ୍ତି ତେବେ ପ୍ରଥମ ଦିନ ନଡିଆ ତେଲ ଗନ୍ଧ କର୍ପୁର ମିଶ୍ରଣ ଲଗାନ୍ତୁ କିମ୍ବା ଆତ ପତ୍ର ବାଟି କରି ଲଗାନ୍ତୁ।
ଜ୍ଵର
ସାମଗ୍ରୀ:
ରସୁଣ-2 ପାଖୁଡା; ଧନିଆ-10 ଗ୍ରାମ;ଜୀରା-10 ଗ୍ରାମ ; ତୁଲସୀ ପତ୍ର-1 ମୁଠା;ଶୁଖିଲା ତେଜ ପତ୍ର-10 ଗ୍ରାମ;ଗୋଲମରୀଚ-10 ଗ୍ରାମ;ପାନ ପତ୍ର-5 ଟା;ଚୋଟୋ ପିଆଜ-2 ଟା ହଳଦୀ ଗୁଣ୍ଡ-10 ଗ୍ରାମ;ଚିରେଇତା ପତ୍ର ର ଗୁଣ୍ଡ-20 ଗ୍ରାମ;ଦୟଣା ପତ୍ର-1 ମୁଠା; ନିମ୍ବ ପତ୍ର -1 ମୁଠା ;ଗୁଡ-100 ଗ୍ରାମ
ପ୍ରସ୍ତୁତ କରିବାର ବିଧି:
- ଜୀରା,ଗୋଲମରୀଚ ଏବଂ ଧନିଆ କୁ ପାଣି ରେ 15 ମିନିଟ ପର୍ଯ୍ୟନ୍ତ ଭିଜନ୍ତୁ ।
- ସମସ୍ତ ସାମଗ୍ରୀ କୁ ପେଶୀ ମିଶାନ୍ତୁ ।
ପ୍ରୟୋଗ କରିବାର ବିଧି:
- ମିଶ୍ରଣ କୁ ଚୋଟୋ ଚୋଟୋ ଭାଗ ରେ ବିଭକ୍ତ କରି ସକାଳ ସନ୍ଧ୍ୟା ରେ ଖୁଆନ୍ତୁ ।
ଝାଡା
ସାମଗ୍ରୀ :
ମେଥି-10 ଗ୍ରାମ; ପିଆଜ-1 ଟା; ରସୁଣ-1 ପାଖୁଡା;ଜୀରା-10 ଗ୍ରାମ; ହଳଦୀ-10 ଗ୍ରାମ; ଭେର୍ସୁଙ୍ଗ ପତ୍ର-1 ମୁଠା; ପୋସ୍ତ-5 ଗ୍ରାମ;ଗୋଲମରୀଚ 10 ଗ୍ରାମ;ଗୁଡ-100 ଗ୍ରାମ;ହେଙ୍ଗୁ-5 ଗ୍ରାମ
ପ୍ରସ୍ତୁତ କରିବାର ବିଧି:
- ଜୀରା ,ହେଙ୍ଗୁ,ପୋସ୍ତା ଏବଂ ମେଥି କୁ ଶୁଖିଲା ଭାଜନ୍ତୁ ।
- ପ୍ରସ୍ତୁତ ଗୁଳାଗୁଡିକୁ ଦିନ ରେ ଠାରେ ଖୁଆନ୍ତୁ । ଏହି ପ୍ରକ୍ରିୟା 1 ରୁ 3 ଦିନ ପର୍ଯ୍ୟନ୍ତ କିମ୍ବା ଝାଡା ଠିକ ହେବା ପର୍ଯ୍ୟନ୍ତ ଦୋହରାନ୍ତୁ ।
ପେଟ ଫୁଲା ଏବଂ ବଡ ହଜମି
ସାମଗ୍ରୀ:
ପିଆଜ-100 ଗ୍ରାମ;ରସୁଣ-10 ପାଖୁଡା;ଶୁଖିଲା ଲଙ୍କା -2 ଟା ;ଜୀରା-10 ଗ୍ରାମ;ହଳଦୀ-10 ଗ୍ରାମ;ଗୁଡ-100 ଗ୍ରାମ;ଗୋଲମରିଚ-10 ଗ୍ରାମ; ପାନ ପତ୍ର-10 ଟା;ଅଦା -100 ଗ୍ରାମ
ପ୍ରସ୍ତୁତ କରିବାର ବିଧି:
- ଗୋଲମରିଚ,ଜୀରା ପାଣି ରେ ଅଧ ଘଣ୍ଟା ଭିଜାନ୍ତୁ ।
- ଅନ୍ୟ ସାମଗ୍ରୀ ସହିତ ମିଶାଇ ପେଶୀ ମିଶ୍ରଣ ବନାନ୍ତୁ ।
ପ୍ରୟୋଗ କରିବାର ବିଧି:
- ମିଶ୍ରଣ କୁ ଛୋଟ ଛୋଟ ଗୁଳା ରେ ବିଭକ୍ତ କରନ୍ତୁ ।
- ଛୋଟ ଛୋଟ ଭାଗ କରି ଲୁଣ ମିଶାଇ ଦିନକୁ 3-4 ଥର 3 ଦିନ ପର୍ଯ୍ୟନ୍ତ ଖାଇବାକୁ ଦିଅନ୍ତୁ ।
କୃମି
ସାମଗ୍ରୀ:
ପିଆଜ-1 ଟା; ରସୁଣ-5 ପାଖୁଡା ;ସୋରିଷ-10 ଗ୍ରାମ;ନିମ୍ବ ପତ୍ର-1 ମୁଠା;ଜୀରା-10 ଗ୍ରାମ;କଲରା-50 ଗ୍ରାମ;ହଳଦୀ-5 ଗ୍ରାମ;ଗୋଲ ମରିଚ-5 ଗ୍ରାମ; କଦଳୀ ମଞ୍ଜା-100 ଗ୍ରାମ; ଗାୟସ ପତ୍ର-1 ମୁଠା ; ଗୁଡ-100 ଗ୍ରାମ
ପ୍ରସ୍ତୁତ କରିବାର ବିଧି :
- ପାଣି ରେ ଗୋଲମରିଚ,ଜିରା ଏବଂ ସୋରିଷ 30 ମିନିଟ ପର୍ଯ୍ୟନ୍ତ ଭିଜାନ୍ତୁ ।
- ଏହା କୁ ଅନ୍ୟ ସାମଗ୍ରୀ ସହିତ ପେଶୀ ପେଷ୍ଟ ବନାନ୍ତୁ ।
ପ୍ରୟୋଗ କରିବାର ବିଧି:
- ମିଶ୍ରଣ କୁ ଛୋଟ ଛୋଟ ଗୁଳା ରେ ବିଭକ୍ତ କରନ୍ତୁ ।
- ଛୋଟ ଛୋଟ ଭାଗରେ ଲୁଣ ମିଶାଇ ଦିନକୁ ଥରେ 3 ଦିନ ପର୍ଯ୍ୟନ୍ତ ଖାଇବାକୁ ଦିଅନ୍ତୁ ।
ଟିଙ୍କ/ବାହ୍ୟ ପରଜୀବୀ
ସାମଗ୍ରୀ :
ରସୁଣ-10 ପାଖୁଡା; ନିମ୍ବ ପତ୍ର-1 ମୁଠା;ନିମ୍ବ ଫଳ-1 ମୁଠା; ବଛା କାଣ୍ଡ-10 ଗ୍ରାମ;ହଳଦୀ ଗୁଣ୍ଡ-20 ଗ୍ରାମ;ନାଗ ଅଈରୀ ପତ୍ର-1 ମୁଠା;ତୁଲସୀ ପତ୍ର-1 ମୁଠା
ପ୍ରସ୍ତୁତ କରିବାର ବିଧି:
- ସମସ୍ତ ସାମଗ୍ରୀ କୁ ପେଶୀ ମିଶ୍ରଣ କରନ୍ତୁ।
- ଏକ ଲିଟର ସଫା ପାଣି ମିଶାନ୍ତୁ ।
- ଏକ ସଫା କଣା ରେ ଉପୋରକ୍ତ ମିଶ୍ରଣ କୁ ଛାଣନ୍ତୁ ।
- ଛଣିବା ପରେ ଗୋଟିଏ ସ୍ପ୍ରେ ବୋତଳକୁ ସ୍ଥାନାନ୍ତରଣ କରନ୍ତୁ ।
ପ୍ରୟୋଗ କରିବାର ବିଧି:
- ପାଶୁର ସମଗ୍ର ଶରୀରରେ ସ୍ପ୍ରେ କରନ୍ତୁ ।
- ଗୁହାଳ ରେ ଥିବା ଛିଦ୍ର ଏବଂ ଫାଟ ରେ ମଧ୍ୟ ସ୍ପ୍ରେ କରନ୍ତୁ ।
- ଏହି ମିଶ୍ରଣ କୁ କପଡା ରେ ଭିଜୟ ପଶୁ ଶରୀରରେ ଲଗାଇ ପାରିବେ ।
- ଭଲ ଅବସ୍ଥା ଆସିବା ପର୍ଯ୍ୟନ୍ତ ସପ୍ତାହ ର ଥରେ ଲଗାନ୍ତୁ
- ଏହି ଉପଚାର ଦିନର ଗରମ ସମୟ ର ହିଁ କରନ୍ତୁ ।
ଚିର ରେ ଘା/ ଭାତୁଡି ହେବା/ଚିର ଫାଟିବା
ସାମଗ୍ରୀ:
ରସୁଣ-5 ପାଖୁଡା; ହଳଦୀ-10 ଗ୍ରାମ;ଜୀରା-15 ଗ୍ରାମ;ଦୟଣା ପତ୍ର-1 ମୁଠା ;ନିମ୍ବ ପତ୍ର-1 ମୁଠା; ଲହୁଣୀ କିମ୍ବା ଘିଅ -50 ଗ୍ରାମ
ପ୍ରସ୍ତୁତ କରିବାର ବିଧି :
- ଜୀରା କୁ ପାଣି ରେ 15 ମିନିଟ ପାଇଁ ବତୁରାନ୍ତୁ
- ସମସ୍ତ ସାମଗ୍ରୀ କୁ ପେଶୀ ଭଲ ଭାବରେ ମିଶାନ୍ତୁ
- ଶେଷରେ ଲାହିନୀ ଭଲ ଭାବରେ ମିଶାନ୍ତୁ ।
ପ୍ରସ୍ତୁତ କରିବାର ବିଧି:
- ଜୀରା କୁ ପାଣି ରେ 15 ମିନିଟ ପାଇଁ ବତୁରାନ୍ତୁ ।
- ସମସ୍ତ ସାମଗ୍ରୀ କୁ ପେଶୀ ଭଲ ଭାବରେ ମିଶାନ୍ତୁ
- ଶେଷରେ ଲହୁଣୀ ଭଲ ଭାବରେ ମିଶାନ୍ତୁ ।
ପ୍ରୟୋଗ କରିବାର ବିଧି :
- ଏହି ମିଶ୍ରଣକୁ ପ୍ରଭାବିତ ଜାଗାରେ, ଭଲ ହେବା ପର୍ଯ୍ୟନ୍ତ ବାରମ୍ବାର ଲଗାନ୍ତୁ ।
ଚରମ ସଫା କରି ଶୁଖାଇ ଏହି ମିଶ୍ରଣ କୁ ଲଗାନ୍ତୁ ।
ଆଧାର : ଜାତୀୟ ଦୁଗ୍ଧ ବିକାଶ ସମିତି