ହୋମ / କୃଷି / ପ୍ରାଣୀ ଧନ / ଗୋଖାଦ୍ୟ ଉପଚାରିତା ନଡା
ସେଆର କରନ୍ତୁ

ଗୋଖାଦ୍ୟ ଉପଚାରିତା ନଡା

ଗୋଖାଦ୍ୟ ଉପଚାରିତା ନଡା ବିଷୟରେ ସୂଚନା I

ଧାନନଡା ଗୋଖାଦ୍ୟରେ ପ୍ରମୁଖ ଭୂମିକା

ଆମ ରାଜ୍ୟର ଗୋରୁ ସାଧାରଣତଃ ପଡ଼ିଆରେ ଚରିଥାନ୍ତି। କଞ୍ଚା ଘାସ । ସେମାନଙ୍କୁ ପ୍ରାୟତଃ ବର୍ଷାଦିନେ ହିଁ ମିଳିଥାଏ। କେତେକ ଗୋପାଳକ ଘାସ ଚାଷ କରି ଗୋମହିଷାଦିଙ୍କୁ ବର୍ଷ ସାରା କଞ୍ଚା ଘାସ ଯୋଗାଉଥିଲେ ହେଁ ମୁଖ୍ୟତଃ ଧାନନଡା ଗୋଖାଦ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।  ଗୋପାଳକ ମାନେ ଚାଷୀ ହୋଇଥିବାରୁ  ସେମାନଙ୍କ ପାଖରେ ନଡ଼ା ବା ପାଳ - ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ । ରୋମନ୍ଥନ କରୁଥିବା ପ୍ରାଣୀ ମାନଙ୍କ କ୍ଷେତ୍ରରେ ଧାନନଡା ର ୪୦ରୁ ୫୦ ଭାଗ ହଜମ ହୋଇଥାଏ। ଛଣ ବା ନଡାରେ ୩ରୁ ୫ ପ୍ରତିଶତ ଅଶୋଧିତ  ଶ୍ଵେତସାର ଥାଏ। ଖାଲି ନଡା ଖାଉଥିବା ଗୋରୁଙ୍କ ଖାଦ୍ୟରେ ଶତକଡା ୮ରୁ ୧୦ ଭାଗ ପୃଷ୍ଟିସାର ରହିବା ଆବଶ୍ୟକ । ନଡାରେ ୦.୦୨ରୁ ୦.୧୬ ପ୍ରତିଶତ ଫସ୍‌ଫରସ୍ ଥାଏ। ଗୋମହିଷାଦଙ୍କର ଶରୀର ବୃଦ୍ଧି ଓ ପ୍ରଜନନ ଲାଗି ଶତକଡ଼ା ୦.୩୧ ପ୍ରତିଶତ – ଫସ୍‌ଫରସ୍ ଦରକାର। ସେହିପରି  ଗୋଖାଦ୍ୟରେ ଶତକଡ଼ା ୦.୪ ପ୍ରତିଶତ  କ୍ୟାଲସିୟମ ରହିବା ଦରକାର । କିନ୍ତୁ ନଡାରେ ଏତେ ପରିମାଣର କ୍ୟାଲସିୟମ ନଥିବା ବେଳେ ପର୍ଯ୍ୟାପ୍ତ ପରିମାଣର ତମ୍ବା ବା କପର ମଧ୍ୟ ନଥାଏ । ଏହାଛଡ଼ା ନଡାରେ ସିଲିକା ଭାଗ କମ ଥାଏ । ଉତ୍ତମ ହଜମ ଶକ୍ତି ବୃଦ୍ଧି, ଖାଦ୍ୟ ବୃଦ୍ଧି, ଶରୀର ବୃଦ୍ଧି ଏବଂ ପ୍ରଜନନ ଶକ୍ତି ବୃଦ୍ଧି ପାଇଁ ନଡା ଗୁଡିକୁ ଉପଚାରିତ କରାଯାଇଥାଏ। ଛଣର ଉପଚାରକୁ ୩ ଭାଗରେ ବିଭକ୍ତ କରିପାରିବା । ପ୍ରଥମଟି ଭୌତିକ, ଦ୍ଵିତୀୟଟି ରାସାୟନିକ ଏବଂ ତୃତୀୟଟି ଜୀବ ବିଜ୍ଞାନୀୟ ।  ଚୂନାକରି, ରାନ୍ଧିକରି ଭୌତିକ ଉପାୟରେ ଗୋଖାଦ୍ୟରେ ପୋଷକତତ୍ତ୍ଵ ବୃଦ୍ଧି କରାଯାଇପାରେ । ଅଣୁ ଜୀବଙ୍କ ଦ୍ଵାରା ଜୀବ ବିଜ୍ଞାନୀୟ ଉପଚାର କରାଯାଇପାରେ । ମାତ୍ର ୩ଟି ଉପଚାର ମରୁ ରାସାୟନିକ ଉପଚାର ସର୍ବୋକୃଷ୍ଟ ।

ନଡା ରୁଚିକର

ନଡାକୁ ୟୁରିଆ, କ୍ୟାଲସିୟମ ହାଇଡ୍ରୋସାଇଡ ଦ୍ଵାରା ଉପଚାରିତ କଲେ ନଡା ରୁଚିକର ହୋଇ ଖାଦ୍ୟ ଗ୍ରହଣ । ବୁଦ୍ଧି ସଙ୍ଗେ ସଙ୍ଗେ ଦୁଗ୍ଧ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଥାଏ । ଛଣ ବା ନଡାକୁ ୟୁରିଆ ଦ୍ଵାରା ଉପଚାରିତ କରିଲେ ପାଣିରେ ୟୁରିଆରୁ ଆମୋନିଆ ନିର୍ଗତ ହୋଇଥାଏ। ୟୁରିଆ ବଜାର ଏବଂ ଗାଁ ଗହଳରେ ପ୍ରଚୁର ପରିମାଣରେ ମିଳୁଥିବା,ଉପଚାର ପ୍ରକ୍ରିୟା ସହଜ ହୋଇଥିବା ଏବଂ ମୂଲ୍ୟ ଶସ୍ତା ହୋଇଥିବାରୁ ଏହାର ଉପଯୋଗ ବହୁଳ ଭାବରେ ହେଉଛି ।

ଛଣ ବା ନଡାକୁ କିପରି ଗାଈକୁ ଦେବେ

ଛଣ ବା ନଡାକୁ ଗୋରୁଙ୍କୁ ସିଧାସଳଖ ଖାଇବାକୁ ଦେବା ଦ୍ଵାରା ସେମାନେ ସମ୍ପୂର୍ଣ୍ଣ ରୂପେ ଏହାକୁ ଖାଇ ପାରି ନଥାନ୍ତି ଏବଂ ରୁଚିକର ନହେବା ଦ୍ଵାରା ନଷ୍ଟ କରିଥାନ୍ତି। ସାଧାରଣତଃ ଗୋପାଳକମାନେ ଘାସକୁ ଘାସକଟା ଯନ୍ତ୍ର ଏବଂ ନଡାକୁ ଭୁଷି କଟା ପନିକିରେ କାଟି । ଭୁଷି ହିସାବରେ ଖାଇବାକୁ ଦେଇଥାନ୍ତି। । ବଦ୍ଧିତ ଦୁଗ୍ଧ ଉତ୍ପାଦନ, ଦାନା ଖର୍ଚ୍ଚ ହ୍ରାସ ପାଇଁ ନଡ଼ାକୁ ଉପଚାରିତ କରିବା ଆବଶ୍ୟକ । ନଡ଼ାକୁ ଟିକିଟିକି କରି କାଟି ବା ଭୁଷି କାଟି ଛୋଟ ନଡ଼ାଖଣ୍ଡ ଗୁଡ଼ିକୁ ଇଉରିଆ ଦ୍ରବଣ, ଲୁଣ, ଗୁଡ଼, କ୍ୟାସିୟମ୍ ପାଉଡର, ମକାଗୁଣ୍ଡ, ସୋୟାବିନଗୁଣ୍ଡ, କପାମଞ୍ଜି ଗୁଣ୍ଡ ମିଶାଇ ଉପଚାରିତ କରନ୍ତୁ। ଉପଚାରିତ ନଡ଼ା ସୁସ୍ଵାଦୁ ହେବା ସଙ୍ଗେ ସଙ୍ଗେ ଏହାର ଦ୍ରବ୍ୟଗୁଣ ବୃଦ୍ଧି ପାଇଥାଏ। ସହଜରେ ହଜମ ହୁଏ ଏବଂ ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଥାଏ।

ନଡ଼ାକୁ ୧ ଇଞ୍ଚ ବା ୨ ଇଞ୍ଚ ଲମ୍ବାରେ ଭୁଷିକଟା ପନିକି କିମ୍ବା ଘାସକଟା ଯନ୍ତ୍ରରେ କାଟନ୍ତୁ । ଛୋଟ ନଡ଼ାଖଣ୍ଡଗୁଡ଼ିକୁ ୧୨ ଘଣ୍ଟା ପାଣିରେ ବତୁରାଇ ଛାଣି ରଖନ୍ତୁ । ଗୋଟିଏ ପାତ୍ରରେ ଏକ ଲିଟର ପାଣି ନେଇ ୧୦୦ ଗ୍ରାମ ଇଉରିଆ, ୧୦୦ ଗ୍ରାମ ଲୁଣ, ୨୦୦ ଗ୍ରାମ କ୍ୟାଲସିୟମ୍ ପାଉଡର, ୨୦୦ ଗ୍ରାମ କାଣ୍ଟିଗୁଡ଼ ବା ରାବଗୁଡ଼ ମିଶାଇ ଏକ ଦ୍ରବଣ ତିଆରି କରନ୍ତୁ । ପୂର୍ବରୁ ପକା ଚଟାଣ କିମ୍ବା ପଲିଥିନ ଉପରେ ଖେଳାଯାଇଥିବା ୧୦ କି.ଗ୍ରା. ଭିଜା ନଡ଼ା ଉପରେ ଉପରୋକ୍ତ ଦ୍ରବଣକୁ ପାଣି ଝରାରେ ସିଞ୍ଚନ କରନ୍ତୁ ଏବଂ ୧୫୦ ଗ୍ରାମ ମକାଗୁଣ୍ଡକୁ ତା’ ଉପରେ ଛିଞ୍ଚି ହାତରେ ଭଲଭାବେ ଗୋଳାନ୍ତୁ ନଡ଼ା ଉପଚାରିତ ହେବାର । ୩ରୁ ୪ ଘଣ୍ଟା ପରେ ଗୋ ମହିଷାଦିଙ୍କୁ ଖାଇବାକୁ ଦିଅନ୍ତୁ ଗୋଟିଏ ଦୁଧିଆଳୀ  । ଗାଈକୁ ଥରକେ ୪ କିଗ୍ରା ହିସାବରେ ଦିନକୁ ୪ ଥର ଉପଚାରିତ ନଡ଼ା ଖାଇବାକୁ ଦିଅନ୍ତୁ । ଗର୍ଭବତୀ ଗାଈ, ଛଡ଼ା ଏବଂ ବାଛୁରୀଙ୍କୁ ଉପଚାରିତ ନଡ଼ା ଦିଅନ୍ତୁ ନାହିଁ। ବଳଦ ଏବଂ ପଡ଼ିଆ ଗାଈଙ୍କୁ ଉପଚାରିତ ନଡ଼ା ଖାଇବାକୁ ଦେଇ ଦାନା ଖର୍ଚ୍ଚ ହ୍ରାସ କରାଯାଇପାରେ । ଉପଚାରିତ ନଡ଼ା ପାଇଁ ଧାର୍ଯ୍ୟ ୟୁରିଆର ପରିମାଣଠାରୁ ଇଉରିଆ । ଯେପରି ଅଧିକ ନ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

ଛୋଟ ଛୋଟ ନଡ଼ାକୁ ଭିଜାଇ ବାମ୍ଫ ଦେଇ ମଧ୍ୟ ଗାଈକୁ ଖାଇବାକୁ ଦିଆଯାଇପାରେ । ସୋଡ଼ିୟମ, କ୍ୟାଲସିୟମ, ପୋଟାସିୟମ, ହାଇକ୍ରୋସାଇଡ ଏବଂ ଆମୋନିଆରେ ମଧ୍ୟ ନଡ଼ାକୁ ଉପଚାରିତ କରାଯାଇପାରିବ। ଜୀବ ବିଜ୍ଞାନୀୟ ପଦ୍ଧତିରେ କବକ ବା ଫିମ୍ପି ଦ୍ଵାରା ମଧ୍ୟ ନଡ଼ାକୁ ଉପଚାରିତ କରାଯାଇପାରିବ । ୟୁରିଆ ଦ୍ଵାରା ନଡ଼ାର ଉପଚାର ସବୁଠୁ ଶସ୍ତା ହେଲେ ମଧ୍ୟ କବକଙ୍କ ଦ୍ଵାରା  ଉପଚାର ସବୁଠୁ ନିରାପଦ ପ୍ରକ୍ରିୟା ଏବଂ ପରିବେଶର ସୁରକ୍ଷା ମଧ୍ୟ କରିଥାଏ। ।

ଉପଚାରିତ ନଡ଼ା ଖାଇଲେ ଗୋ । ମହିଷାଦିଙ୍କର ନଡ଼ା ଖାଇବା ବଢ଼ି, ସ୍ଵାସ୍ଥ୍ୟ ଭଲ ରହେ, ଚର୍ମ ଚିକ୍କଣ ଦିଶେ, ଗୋଖାଦ୍ୟ ଖର୍ଚ୍ଚ କମ୍ ହେବା ସଙ୍ଗେସଙ୍ଗେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଥାଏ । ତେଣୁ କମ୍ ଖର୍ଚ୍ଚରେ ଗୋଖାଦ୍ୟରେ ପୁଷ୍ଟିସାର, ଖଣିଜ ଦ୍ରବ୍ୟର ଆବଶ୍ୟକତା ପୂରଣ ଲାଗି ଉପଚାରିତ ନଡ଼ା ଅନ୍ୟ ଏକ ସହଜ ଏବଂ ଉପାଦେୟ ଉପାୟ।

ସଂଗୃହିତ - ଚୌଧୁରୀ ବିଚିତ୍ରାନନ୍ଦ ପ୍ରହରାଜ

 

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top