অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗୋପାଳନ ପାଇଁ ଘାସଚାଷ

ଉନ୍ନତ କମିସର ଘାସ

ତୃଣଜାତୀୟ ଖାଦ୍ୟ ବା ଘାସ ଗୋରୁଙ୍କ ପ୍ରଧାନ ଖାଦ୍ୟ । ଉନ୍ନତ କମିସର ଘାସ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହିତ ଗୋପାଳନ ବ୍ୟବସାୟୀକୁ ଅଧିକ ଲାଭଜନକ କରିଥାଏ । କାରଣ ସବୁଜ ଘାସରେ ଯଥେଷ୍ଟ ମାତ୍ରାରେ ଶ୍ଵେତସାର, ପୃଷ୍ଟିସାର, ଭିଟାମିନ୍, ଧାତବ ଲବଣ ଭରପୂର ଥିବାରୁ ଦୁଗ୍ଧ ଉତ୍ପାଦନରେ ସହାୟକ ହେବା ସଙ୍ଗେ ସଙ୍ଗେ ଗାଈର ସ୍ୱାସ୍ଥ୍ୟ ବିକାଶ,ପ୍ରଜନନ ଦକ୍ଷତା ତଥା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ ।

ସାରଣୀ -୧

ଘାସର ନାମ

ଏକର ପ୍ରତି ଆବଶ୍ୟକ ବିହନ

ଏକର ପ୍ରତି ଅମଳ

ମକା

୨୦କି.ଗ୍ରା.

୧୨୦ କୁଇଣ୍ଟାଲ

ସୋରଗମ୍

୨୦କି.ଗ୍ରା.

୧୫୦ କୁଇଣ୍ଟାଲ

ବାଜରା

୪କି.ଗ୍ରା.

୧୦୦ କୁଇଣ୍ଟାଲ

ଯବଧାନ

୪୦କି.ଗ୍ରା.

୧୨୦ କୁଇଣ୍ଟାଲ

ବରଗୁଡି

୧୫କି.ଗ୍ରା.

୮୦ କୁଇଣ୍ଟାଲ

ଗୁଆଁର

୧୦କି.ଗ୍ରା.

୮୦ କୁଇଣ୍ଟାଲ

ବରସିମ୍

୧୦କି.ଗ୍ରା.

୧୫୦ କୁଇଣ୍ଟାଲ

ଲୁସର୍ନ

୧୦କି.ଗ୍ରା.

୧୫୦ କୁଇଣ୍ଟାଲ

ଚାଇନିଜ କ୍ୟାବେଜ୍

୪କି.ଗ୍ରା.

୮୦ କୁଇଣ୍ଟାଲ

ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ହେତୁ ଚାରଣ ଭୂମିଗୁଡିକ ବିଭିନ୍ନ ଉପାୟରେ ନିୟୋଜିତ ହୋଇଯାଇଛି । ତେଣୁ ଗୋରୁଙ୍କ ଘାସ ଆବଶ୍ୟକତା ପୂରଣ କରିବାପାଇଁ ଘାସଚାଷ ହିଁ ଏକମାତ୍ର ବିକଳ୍ପ ପନ୍ଥା । ସମୟ ଅନୁସାରେ ଉତ୍ପାଦିତ ଘାସକୁ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ଯଥା-୧ ଋତୁକାଳୀନ ଘାସ ଓ ୨-ବହୁ ବର୍ଷୀୟ ଘାସ । ସେହିପରି ଘାସରେ ରହିଥିବା ଖାଦ୍ୟସାର ଅନୁସାରେ ଘାସକୁ ଦୁଇଟି ବିଭାଗରେ ବିଭକ୍ତି କରାଯାଇଛି । ଯଥା ୧. ଶସ୍ୟଜାତୀୟ ଘାସ – ଅଧିକ ଶ୍ଵେତସାର ଯୁକ୍ତ, ୨. ଛୁଇଁ ଜାତୀୟ ଘାସ – ଅଧିକ ପୃଷ୍ଟିସାର ଯୁକ୍ତ । ଗାଈମାନଙ୍କୁ ଉପରୋକ୍ତ ୨ କିସମ ଘାସ – ଯଥା ଶସ୍ୟଜାତୀୟ ଘାସ ୨ ଭାଗ ଓ ଛୁଇଁ ଜାତୀୟ ଘାସ ୧ ଭାଗ ହିସାବରେ ଖୁଆଇଲେ ଅଧିକ ଲାଭ ମିଳିଥାଏ ।

ଋତୁକାଳୀନ ଘାସଚାଷ

ବର୍ଷର ବିଭିନ୍ନ ଋତୁରେ ଅର୍ଥାତ୍ ଗ୍ରୀଷ୍ମ, ବର୍ଷା ଓ ଶୀତଋତୁରେ ଚାଷ କରାଯାଇଥିବା ଘାସକୁ ଋତୁକାଳୀନ ଘାସ କୁହାଯାଏ ବର୍ଷାଦିନେ ଶସ୍ୟଜାତୀୟ ଘାସ ଯଥା – ମକା ସୋରଗମ୍, ବାଜରା ଓ ଛୁଇଁ ଜାତୀୟ ଘାସ ଯଥା – ଗୁଆଁର, ବରଗୁଡି, ରାଇସ୍ ବିନ୍ ଇତ୍ୟାଦି ଚାଷ କରାଯାଇଥାଏ । ଜଳସେଚନରେ ବ୍ୟବସ୍ଥା ଥିଲେ ଉପରୋକ୍ତ ଘାସ କିସମଗୁଡ଼ିକ ଗ୍ରୀଷ୍ମଋତୁରେ ମଧ୍ୟ ଚାଷ କରାଯାଇପାରେ । ସେହିପରି ଶୀତଋତୁରେ ଜଳସେଚିତ ଅଞ୍ଚଳରେ ଶସ୍ୟ ଜାତୀୟ ଘାସ ଯଥା - ଯବଧାନ ଓ ଛୁଇଁ ଜାତୀୟ ଘାସ ବରସିସ୍, ଲୁସର୍ନ, ଚାଇନିଜ କେବେଜ୍ ଇତ୍ୟାଦି ଚାଷ ହୋଇଥାଏ ।

ଚାଷ ପ୍ରଣାଳୀ

ଅନ୍ୟାନ୍ୟ ଖାଦ୍ୟ ଫସଲ ତୁଳନାରେ ଘାସ ଫସଲ ଲାଗି ଅପେକ୍ଷାକୃତ କମ୍ ଜଳର ଆବଶ୍ୟକତା ରହିଥାଏ । ଏହି ଫସଲ ପାଇଁ ଉଚ୍ଚା ନିଗିଡା ଜମି ଚୟନ କରିବା ଆବଶ୍ୟକ । ଜମି ଚୟନ ପରେ ଏହାକୁ ହଳକରି ମାଟିଗୁଣ୍ଡ କରିବା ଓ ଏକର ପ୍ରତି ୧୦୦କି.ଗ୍ରା. ସୁପର ଫସ୍ ଫେଟ୍ ସାର କିମ୍ବା ୫୦ କି.ଗ୍ରା. ଡିଏପି ସାର, ୧୫କି.ଗ୍ରା. ପଟାସ ସାର ୨-୩ ଟ୍ରାକ୍ଟର ଟ୍ରଲି ଶଢା ଗୋବରଖତ ପ୍ରଯୋଗକରି ମଞ୍ଜି ବୁଣାଯାଏ । ମାତ୍ର ଶୀତଦିନିଆ ବରସିସ୍, ଲୁସର୍ନ ଘାସ ମଞ୍ଜିକୁ ମାଟି ଗୁଣ୍ଡକରି ଛୋଟ ପଟାଳି ପ୍ରସ୍ତୁତ କରି ଠିଆପାଣିରେ ବୁଣିଲେ ଅଧିକ ଅମଳ ମିଳିଥାଏ । ସମସ୍ତ ଫସଲ ବୁଣିବାର ୨-୩ ସପ୍ତାହ ଅନ୍ତରରେ ଏକର ପ୍ରତି ୧୫-୨୦ କି.ଗ୍ରା. ୟୁରିଆ ସାର ପ୍ରୟୋଗ କରାଯାଏ ଓ ସୋରଗମ୍ ଜାତୀୟ ଘାସ ଯାହାକି ଏକରୁ ଅଧିକ ଥର ଅମଳ ଦେଇଥାଏ ସେହି କ୍ଷେତ୍ରରେ ପ୍ରତ୍ୟେକ ଅମଳ ପରେ ୟୁରିଆ ସାର ପ୍ରୟୋଗ କରିବା ଆବଶ୍ୟକ । ସୋରଗମ୍ ଓ ବାଜରା ଇତ୍ୟାଦି ଘାସ ଫୁଲ ଉଡାଇବା ସମୟରେ ମକା ମଞ୍ଜି କ୍ଷୀର ଢୋକିବା ସମୟରେ ବରଗୁଡି ଓ ଗୁଆଁର ଫସଲ ଛୁଇଁ ଧରିବା ଅବସ୍ଥାରେ ଅମଳ କରାଯାଇଥାଏ । ବରସିସ୍ ଲୁସର୍ନ ଇତ୍ୟାଦି ଫସଲ ବୁଣିବାର ୪୫ ରୁ ୬୦ ଦିନ ମଧ୍ୟରେ ପ୍ରଥମ ଅମଳ ମିଳିଥାଏ ଓ ପରବର୍ତ୍ତୀ ପ୍ରତି ୩୦-୩୫ ଦିନ ଅନ୍ତରରେ ୩-୪ ଥର ଘାସ ଅମଳ କରାଯାଇଥାଏ । ଋତୁକାଳୀନ ଘାସଚାଷ ପାଇଁ ଆବଶ୍ୟକ ବିହନ ପରିମାଣ ଓ ଘାସ ଉତ୍ପାଦନ ତାଲିକା (ସାରଣୀ-୧) ।

ସବୁଦିନିଆ ଘାସଚାଷ

ଯେଉଁ ଘାସ ଫସଲ ଜମିରେ ଥରେ, ରୋପଣ କଲେ ତାହା କ୍ରମାଗତ ଭାବେ ୪-୫ ବର୍ଷ ପର୍ଯ୍ୟନ୍ତ ଅମଳ ଦେଇଥାଏ, ତାହାକୁ ବହୁବର୍ଷୀୟ ଘାସ କୁହାଯାଏ। କେତେକ ପ୍ରଧାନ ବହୁବର୍ଷୀୟ ଘାସ ଫସଲ ହେଲା - ସଙ୍କର, ହାତିଆ,ଗିନି, ପାରା, କଙ୍ଗେ । ସିଗ୍ ନାଲ୍, ଷ୍ଟାଇଲୋ, ହ୍ୟୁମିଡିକୋଲା ଇତ୍ୟାଦି । ଅନ୍ୟାନ୍ୟ ଫସଲ ପରି ଜମି ପ୍ରସ୍ତୁତ ସମୟରେ ଏକର ପ୍ରତି ୨-୩ ଟ୍ରାକ୍ଟର ଟ୍ରଲି ଶଢ । ଗୋବରଖତ, ୧୦୦ କି.ଗ୍ରା. ସିଙ୍ଗଲ ସୁପର ଫସ୍ ଫେଟ୍ ୧୫କି.ଗ୍ରା. ପଟାସ ସାର ପ୍ରୟୋଗ କରାଯାଏ । ସଙ୍କର ହାତିଆ, ଗିନି, ପାରା ଓ ହ୍ୟୁମିଡିକୋଲା ଇତ୍ୟାଦି ଘାସର ମୂଳ ବା କାଣ୍ଡ ଧାଡିରେ ରୋପଣ କରାଯାଏ । ସଙ୍କର ହାତିଆ, ଗିନି ଇତ୍ୟାଦି ଉଚ୍ଚା ନିଗିଡା ଜମିରେ ଓ ପାରା ସନ୍ତସନ୍ତିଆ ଖାଲୁଆ ଜମିରେ ଭଲ ବଢିଥାଏ । ମୂଳ ବା କାଣ୍ଡ ରୋପଣରେ ୨-୩ ସପ୍ତାହ ପରେ ଓ ପ୍ରତ୍ୟେକ ଅମଳ ପରେ ଏକର ପିଛା ୧୦-୨୦ କି.ଗ୍ରା. ୟୁରିଆ ସାର ପ୍ରୟୋଗ କାଲେ ଅଧିକ ଅମଳ ମିଳିଥାଏ । ପ୍ରାୟ ୨ ମାସରେ ପ୍ରଥମ ଅମଳ ଓ ପ୍ରତି ୪୫-୫୦ ଦିନ ଅନ୍ତରରେ ଏହିପରି ପ୍ରାୟ ୩-୪ ବର୍ଷ ପର୍ଯ୍ୟନ୍ତ ଘାସ ଚାଷ ଅମଳ ମିଳିଥାଏ ।

ସାରଣୀ -୨

ଘାସର ନାମ

ଏକର ପ୍ରତି କାଣ୍ଡ/ମୂଳ/ମଞ୍ଜି ପରିମାଣ

ଏକର ପ୍ରତି ଅମଳ ପରିମାଣ

ସଙ୍କର ହାତିଆ

୧୦୦୦୦ ଖଣ୍ଡ

୧୦୦୦ କୁଇଣ୍ଟାଲ

ଗିନି

୧୨୦୦୦ ଖଣ୍ଡ

୩୫୦ କୁଇଣ୍ଟାଲ

ପାରା

୨୦୦୦୦ ଖଣ୍ଡ

୩୫୦ କୁଇଣ୍ଟାଲ

କଙ୍ଗୋ ସିଗ୍ ନାଲ

୧୫୦୦୦ ଖଣ୍ଡ

୩୫୦ କୁଇଣ୍ଟାଲ

ହ୍ୟୁମିଡିକୋଲା

୪୦୦୦୦ ଖଣ୍ଡ

୩୫୦ କୁଇଣ୍ଟାଲ

ଷ୍ଟାଇଲୋ, ସିରାଟ୍ରୋ, ସେଣ୍ଟ୍ରାସିମା

୫ କି.ଗ୍ରା. ମଞ୍ଜି

୨୦୦ କୁଇଣ୍ଟାଲ

ଷ୍ଟାଇଲୋ ସିରାଟ୍ରୋ, ଲୁସର୍ନ ଇତ୍ୟାଦି ଘାସ ମଞ୍ଜି ବୁଣା ଯାଇଥାଏ ଓ ଏଥିରୁ ବର୍ଷକୁ ୩-୪ ଥର ଘାସ ଉତ୍ପାଦନ ମିଳିଥାଏ । ସଙ୍କର ହାତିଆ ଘାସରେ ଜଳସେଚନର ଆବଶ୍ୟକତା ଥିଲାବେଳେ ଅନ୍ୟ ବହୁବର୍ଷୀୟ ଘାସ କିସମଗୁଡିକ ମରୁଡି ସହଣୀଯୁକ୍ତ । ଋତୁକାଳୀନ ଘାସ ଚାଷ ପାଇଁ ଆବଶ୍ୟକ ବିହନ ପରିମାଣ ଓ ଘାସ ଉତ୍ପାଦନ ତାଲିକା (ସାରଣୀ-୨) ।

ସଂଗୃହିତ -କେଶବ କୁମାର ମହାପାତ୍ର,ସହକାରୀ ତୃଣ ଉନ୍ନୟନ ଅଧିକାରୀ, ଜିଲା ମୁଖ୍ୟ,ପ୍ରାଣୀ ଚିକିତ୍ସା କାର୍ଯ୍ୟଳୟ ଖପୁରିଆ,କଟକ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate