অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୌଦ୍ଧ ଜିଲ୍ଲାର ପ୍ରାଣୀ ସମ୍ପଦ ବିକାଶ ସୂଚନା

ପଶୁପାଳନ ବିଭାଗ ସମ୍ବନ୍ଧରେ

ପ୍ରାଣୀ ସମ୍ପଦ, ଓଡିଶା ଗ୍ରାମାଞ୍ଚଳ ର ଜୀବିକା ନିର୍ବାହର ମୁଖ୍ୟ ଉତ୍ସ । ଗ୍ରାମାଞ୍ଚଳର ୮୦ % ପରିବାର କୌଣସି ନା କୌଣସି ଗୃହପାଳିତ ପ୍ରାଣୀ ପାଳନ କରି ଜୀବିକା ନିର୍ବାହ କରନ୍ତି ଏବଂ ପ୍ରାଣୀପାଳନ ରୁ ଅତିରିକ୍ତ ଆୟ କରିଥାନ୍ତି । ପ୍ରାଣୀପାଳନ ଓ କୁକୁଡା ଚାଷ ଅତିରିକ୍ତ ଆୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରେ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରେ । କୃଷି ପରେ ପ୍ରାଣୀପାଳନ ଓ ପକ୍ଷୀପାଳନ ହେଉଛି ଗ୍ରାମ୍ୟ ଅର୍ଥନୀତିର ମୁଖ୍ୟ ଦିଗ ,ଯାହାର ଶତକଡା ୪ ଭାଗ ସମଗ୍ର ରାଜ୍ୟ ଘରୋଇ ଉତ୍ପାଦ ର ଅବଦାନ ରହିଅଛି ।

ଏହି ବିଭାଗ ପ୍ରାଣୀ ମାନଙ୍କର ପ୍ରଜନନ ,ପରିପାଳନ ,ରୋଗନିରାକରଣ ଏବଂ ଶୁଦ୍ଧ କ୍ଷୀର ,ମାଂସ ଓ ଅଣ୍ଡା ଉତ୍ପାଦନ ପାଇଁ ସର୍ବଦା ଚେଷ୍ଟିତ । ଜନସାଧାରଣଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସଙ୍ଗେ ସଙ୍ଗେ ଗ୍ରାମାଞ୍ଚଳର ଲୋକମାନଙ୍କୁ ଅତିରିକ୍ତ ରୋଜଗାରର ପନ୍ଥା ଯୋଗାଇଥାଏ । ଏହି ବିଭାଗ ମଧ୍ୟ ପ୍ରାଣୀ ଓ ପକ୍ଷୀ ମାନଙ୍କଠାରୁ ମଣିଷ ମାନଙ୍କୁ ସଂକ୍ରମିତ ହେଉଥିବା ରୋଗ ନିରାକରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହି ବିଭାଗରେ ଆମ ଜିଲ୍ଲାରେ ୧ ଟି ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ , ୬ ଟି ପ୍ରାଣୀ ଚିକିତ୍ସାଳୟ ,ଓ ୧ ଟି ତୃଣ ଓ ମଞ୍ଜି ଉତ୍ପାଦନ ଫାର୍ମ ରହିଅଛି ।

ଲକ୍ଷ୍ୟ

  • ପ୍ରାଣୀ ସମ୍ପଦ ବିକାଶ ବିଭାଗ ,ଓଡିଶାର ଗ୍ରାମ୍ୟ ଅର୍ଥନୀତି ଓ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବା ମୁଖ୍ୟ ଉଦ୍ଦେଶ୍ୟ ।
  • କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଗୋପାଳନ ମାଧ୍ୟମରେ ଜୀବନ ଧାରଣର ପନ୍ଥା ନିର୍ଦ୍ଧାରଣ କରିବା।
  • ଛେଳି, ମେଣ୍ଢା ଓ ଘୁଷୁରୀ ଚାଷ ମାଧ୍ୟମରେ ଗରିବ ପରିବାର ର ଉନ୍ନତି କରିବା ।
  • ବାଡିଅଗଣାରେ କୁକୁଡା ପାଳନ ଦ୍ଵାରା ଗ୍ରାମ୍ୟ ମହିଳା ଓ ଭୂମିହୀନ ଚାଷୀ ମାନଙ୍କର ରୋଜଗାର ପନ୍ଥା ସୃଷ୍ଟି ଓ ଉନ୍ନତୀକରଣ।
  • ଦୁଗ୍ଧ ,ମାଂସ ଓ ଅଣ୍ଡା ଉତ୍ପାଦନରେ ସ୍ଵାବଲମ୍ବୀ ହେବା ।
  • ମୁଣ୍ଡ ପିଛା କ୍ଷୀର ,ଅଣ୍ଡା ଓ ମାଂସ ର ଆବଶ୍ୟକତା /ଚାହିଦା ବୃଦ୍ଧି କରିବା ।
  • ଗୋଖାଦ୍ୟ ଓ ଘାସଚାଷ ମାଧ୍ୟମରେ ଗୋପାଳନର ଖର୍ଚ କମ କରିବା ।
  • ମାନଙ୍କ ଦ୍ଵାରଦେଶ ରେ ପ୍ରାଣୀ ପାଳନ ସମ୍ବନ୍ଧୀୟ ସମସ୍ତ ସେବା ଯୋଗାଇଦେବା ।

ସମ୍ପୂର୍ଣ କାର୍ଯ୍ୟ ପନ୍ଥା

  • ପ୍ରାଣୀ ଚିକିତ୍ସା ସେବା – ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଦ୍ଵାରା ଅପହଞ୍ଚ ଦୂରତାରେ ଚିକିତ୍ସା ସେବା ଯୋଗାଇବା ।
  • କୃତ୍ରିମ ପ୍ରଜନନ ସେବା (କୃତ୍ରିମ ପ୍ରଜନନ କେନ୍ଦ୍ର ଦ୍ଵାରା ଓ ଦ୍ଵାରଦେଶ ସେବା ମାଧ୍ୟମରେ ) |
  • ପ୍ରତିଷେଧକ ଟୀକାକରଣ (ରୋଗ ପ୍ରତିଷେଧକ ତଥା ପ୍ରାଣୀ ମାନଙ୍କଠାରୁ ମଣିଷକୁ ସଂକ୍ରମିତ କରୁଥିବା ରୋଗର ନିରାକରଣ ଓ ପ୍ରତିଷେଧକ ) |
  • ଗୋବତ୍ସା ଧରାଣ ।
  • ପ୍ରଶିକ୍ଷଣ ଶିବିର ମାଧ୍ୟମରେ ଚାଷୀମାନଙ୍କର ଦକ୍ଷତା ବୃଦ୍ଧି ।
  • ଋତୁକାଳୀନ ଓ ସବୁଦିନିଆ ଘାସଚାଷ ।
  • ଗୋବନ୍ଧ୍ୟା ନିରାକରଣ ଶିବିର ।
  • ବାଡିଅଗଣାରେ କୁକୁଡା ପାଳନ ।
  • ସୁଲଭ ମୂଲ୍ୟରେ ପ୍ରାଣୀ ସମ୍ପଦର ବୀମାକରଣ ।
  • ବ୍ୟାଙ୍କଋଣ ମାଧ୍ୟମରେ ଗୋପାଳନ ,ଛେଳିପାଳନ ଓ ପକ୍ଷୀପାଳନ ନିମନ୍ତେ ପ୍ରୋତ୍ସାହନ ।
  • ସ୍ଥାନୀୟ ଉନ୍ନତ ନସଲର ଗୋରୁଗାଈ ତଥା ପ୍ରାଣୀସମ୍ପଦର ରକ୍ଷଣା ବେକ୍ଷଣ ।
  • କ୍ଷୁଦ୍ର ଛେଳି ମେଣ୍ଢା ଫାର୍ମ ଗଠନ ପାଇଁ ପ୍ରୋତ୍ସାହନ ।
  • ବୃହତ ଚାଷୀଙ୍କ ନିମନ୍ତେ କୃଷି ଉଦ୍ୟୋଗ ବିକାଶ ଜରିଆରେ ଅଣ୍ଡାଦିଆ କୁକୁଡା ଓ ଛେଳିମେଣ୍ଢା ପାଳନ ।

ସେବାର ବିବରଣୀ

ସେବା ନାମ

ବିବରଣୀ

କୃତ୍ରିମ ପ୍ରଜନନ

ପ୍ରତ୍ୟେକ ବ୍ଲକ ସଦର ଚିକିତ୍ସାଳୟରେ ସେବା ଉପଲବ୍ଧ ।

ଚିକିତ୍ସାସେବା ପ୍ରଦାନ

ପ୍ରତ୍ୟେକ ବ୍ଲକ ସଦର ଚିକିତ୍ସାଳୟରେ ସେବା ଉପଲବ୍ଧ ।

ଧରାଣ(ଗୋବତ୍ସା ଓ ବୋଦା )

ପ୍ରତ୍ୟେକ ବ୍ଲକ ସଦର ଚିକିତ୍ସାଳୟରେ ସେବା ଉପଲବ୍ଧ ।

ଟୀକାକରଣ

ପ୍ରତ୍ୟେକ ବ୍ଲକ ସଦର ଚିକିତ୍ସାଳୟରେ ସେବା ଉପଲବ୍ଧ ।

ଚାଷୀ ପ୍ରଶିକ୍ଷଣ

ପ୍ରାଣୀଚିକିତ୍ସାଳୟ ମାନଙ୍କରେ ଦକ୍ଷତା ବୃଦ୍ଧି ନିମନ୍ତେ (N.L.M ଓ R.K.V.Y) ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ ।

ତୃଣ ଉନ୍ନୟନ

(N.L.M ଓ R.K.V.Y) ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ ।

କୁକୁଡା ପାଳନ ଓ ଉନ୍ନୟନ

N.L.M ଜରିଆରେ

କ୍ଷୁଦ୍ର ଛେଳି ମେଣ୍ଢା ଫାର୍ମ ଗଠନ

ରାଜ୍ୟ ଯୋଜନା(ପ୍ରଜନନ ଉନ୍ନତିକରଣ ) ନିମନ୍ତେ ।

କୃଷି ଉଦ୍ୟୋଗ ବିକାଶ ମାଧ୍ୟମରେ ଗୋପାଳନ, ଛେଳିମେଣ୍ଢା ଓ କୁକୁଡାପାଳନ

D.E.D.S (NABARD) ଜରିଆରେ  ଓ ପ୍ରତ୍ୟେକ ଚିକିତ୍ସାଳଯରେ ।

ପ୍ରାଣୀମାନଙ୍କର ବୀମାକରଣ

N.L.M ମାଧ୍ୟମରେ ଓ ପ୍ରତ୍ୟେକ ଚିକିତ୍ସାଳଯରେ

ଭ୍ରାମ୍ୟମାଣ ଚିକିତ୍ସା ସେବା

ଅପହଞ୍ଚ ଦୂରତାରେ ଚିକିତ୍ସା ସେବା ଯୋଗାଇବା  (ପ୍ରତ୍ୟେକ ବ୍ଲକ )

ରୋଗ ନିଦାନ ପରୀକ୍ଷା

ପ୍ରତ୍ୟେକ ବ୍ଲକ ଚିକିତ୍ସାଳୟ ଓ ଜିଲ୍ଲା ରୋଗ ନିଦାନ ପରୀକ୍ଷାଗାର ,ନୂଆପଡା ।

କାର୍ଯ୍ୟକ୍ରମ ଓ ପରିକଳ୍ପନାର ନାମ

ଏହି କାର୍ଯ୍ୟାଳୟରେ ଚାଲୁଥିବା କାର୍ଯ୍ୟକ୍ରମ ଗୁଡିକର ନାମ ଯଥା କୃଷି ଉଦ୍ୟୋଗ ବିକାଶ,ସବୁଦିନିଆ ସବୁଜ ଘାସ ଚାଷ,ପ୍ରାଣୀସମ୍ପଦ ର ବୀମାକାରଣ,ବାଡିଅଗଣା ରେ କୁକୁଡା ପାଳନ ଏବଂ କ୍ଷୁଦ୍ର ଛେଳି ମେଣ୍ଢା ଫାର୍ମ ଗଠନ ।

ଆଧାର - "ବୌଦ୍ଧ ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା ସରକାର"

Last Modified : 1/13/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate