অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଥେଇଲେରିଓସିସ୍ ରୋଗର ନିୟନ୍ତ୍ରଣ

ଥେଇଲେରିଓସିସ୍ ରୋଗର ନିୟନ୍ତ୍ରଣ

ସାଧାରଣତଃ ଗୋରୁଙ୍କଠାରେ ଟିଙ୍କ ଦ୍ଵାରା ୬ଟି ଜାତିର ଏକକୋଷୀ ପ୍ରାଣୀ ଜନିତ ରକ୍ତ କୃମି ଥେଇଲେରିଆ ଯୋଗୁ ହୋଇଥାଏ। ତନ୍ମଧ୍ୟରେ ମୁଖ୍ୟତଃ ଦୁଇଟ ଜାତର ଥେଇଲେରିଆ ରକ୍ତ କୃମି ଯଥା – ସେ ଥଇଲେରିଆ ଆନୁଲାଟା ଏବଂ ଥେଇଲେରିଆ ପ୍ରାର୍ଭା ଉତ୍ପାଦନକ୍ଷମ ସଙ୍କର ଗାଈଙ୍କଠାରେ ଦେଖାଦେବା ଯୋଗୁ ଦୁଗ୍ଧ ଉତ୍ପାଦନରେ ପ୍ରତିବନ୍ଧକ ସୃଷ୍ଟି ହେବା ସହିତ ଗୋପାଳକଙ୍କର ଆର୍ଥକ କ୍ଷତି ଘଟିଥାଏ ।

ଆମ ରାଜ୍ୟରେ ଗୋସମ୍ପଦର ବିକାଶ ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲାଗି ବିଭିନ୍ନ ମାରାମ୍ବକ ରୋଗର ଦମନ ନିମନ୍ତେ ଥୋଇଲେରିଆ, ଫାଟୁଆ, ବୁୋସଲା, ଆନ୍ଥାକୁ ଆଦି ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସରକାର କାର୍ଯ୍ୟକାରୀ କରୁଛନ୍ତି । ତନ୍ମଧ୍ୟରେ ଥୋଇଲେରିଓସିସ୍ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ୟତମ । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା...

  • ମିଶନ୍ ଢାଞ୍ଚାରେ ଥେଇଲେରିଆରୋଗ ବିରୋଧରେ ପ୍ରତିଷେଧକ ଟିକା ପ୍ରଦାନ।
  • ଥେଇଲେରିଆ ରୋଗର ତୁରନ୍ତ ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା।
  • ଟିଙ୍କଙ୍କ ବଂଶବୃଦ୍ଧି ରୋକିବା ସହିତ ଗୁହାଳ ଓ ଖଳାବାଡ଼ିର ପରିଷ୍କାର ପରିଚ୍ଛନ୍ନତା ।
  • କୀଟ ନିୟନ୍ତ୍ରଣ ସମ୍ପର୍କିତ ସକ୍ରିୟ ଜନସଚେତନା କାର୍ଯ୍ୟକ୍ରମ ଆୟୋଜନ ।
  • ଥେଇଲେରିଆ ରୋଗର ପର୍ଯ୍ୟବେକ୍ଷଣ, ପ୍ରକାର ଭେଦ ଅନୁଶୀଳନ, ଗବେଷଣା ଏବଂ ପରୀକ୍ଷାଗାରରୁ କ୍ଷେତ୍ରସ୍ତରୀୟ ପର୍ଯ୍ୟନ୍ତ ବୈଷୟିକ ଜ୍ଞାନ କୌଶଳ ସ୍ଥାନାନ୍ତର ।

ସାଧାରଣତଃ ଗୋରୁଙ୍କ ଠାରେ ଟିଙ୍କ ଦ୍ଵାରା ୬ଟି ଜାତିର ଏକକୋଷୀ ପ୍ରାଣୀ ଜନିତ ରକ୍ତ କୃମି ଥେଇଲେରିଆ ଯୋଗୁ ହୋଇଥାଏ । ତନ୍ମଧ୍ୟରେ ମୁଖ୍ୟତଃ ଦୁଇଟି ଜାତିର ଥେଇଲେରିଆ ରକ୍ତ କୃମି ଯଥା – ଥେଇଲେରିଆ ଆନୁଲାଟା ଏବଂ ଥେଇଲେରିଆ ପ୍ରାର୍ଭା ଉତ୍ପାଦନ କ୍ଷମ ସଙ୍କର ଗାଈଙ୍କଠାରେ ଦେଖାଦେବା  ଯୋଗୁ ଦୁଗ୍ଧ ଉତ୍ପାଦନରେ ପ୍ରତିବନ୍ଧକ ସୃଷ୍ଟି ହେବା ସହିତ ଗୋପାଳକଙ୍କର ଆର୍ଥକ କ୍ଷତି ଘଟିଥାଏ । ଦେଶୀ ଗୋରୁଙ୍କର ଏହି ରୋଗ ବିରୋଧରେ ରୋଗପ୍ରତିରୋଧକ ଶକ୍ତି ଅଧିକ ଥିବା ହେତୁ ସେମାନେ ଏହି ରୋଗରେ କମ୍ପୀଡ଼ିତ ହୁଅନ୍ତି ବା ଉକ୍ତ ରୋଗର ବାହକ ସାଜିଥାନ୍ତି ।

ପ୍ରତିଷେଧକ ବ୍ୟବସ୍ଥା

ସଙ୍କର ଓ ବିଦେଶୀ ଗାଈଙ୍କଠାରେ ଥେଇଲେରିଓସିସ୍ ଟିକା ଥେଇଲେରିଆ ଆନୁଲାଟା ଦ୍ଵାରା ହେଉଥିବା ଥେଇଲେରିଓସିସ୍ ରୋଗର ପ୍ରତିଷେଧକ ଟିକା ଅଦ୍ୟାବଧି ଅନୁମୋଦିତ ହୋଇଅଛି । ଏହି ଟିକାକୁ ରକ୍ଷାଭ୍ୟାକ୍ - ଟି ଭ୍ୟାକ୍ସିନ୍ ମଧ୍ୟ କୁହାଯାଏ । ଏହି ରକ୍ଷା ଭଗ୍ନ୍ୟାକ୍ଟି ଟିକା ଲିଙ୍ଗୋତ୍କୃଷ୍ଟ ସେଲ୍ କଲୁର୍  ମଧ୍ୟରେ ଥେଇଲେରିଆ  ରକ୍ତ କୃମିର ଜୀବନ୍ତ ସାଇଜେଣ୍ଟ ବୃଦ୍ଧି କରାଯାଇ ପରୀକ୍ଷାଗାରର କ୍ଷୁଦ୍ରପ୍ରାଣୀଙ୍କଠାରେ ବହୁବାର ପାସେଜ୍ କରାଯିବା ସଙ୍ଗେ ସଙ୍ଗେ ଦୀର୍ଘ ସମୟ ଶକ୍ତି ହ୍ରାସ କରାଯାଇ ପ୍ରସ୍ତୁତ କରାଯାଇଥାଏ ।

ଏହି କ୍ରମକ୍ଷୀଣ ସାଇଜେଣ୍ଟ କ୍ଲିନକାଲ୍ ରୋଗ ସୃଷ୍ଟ କରିବାରେ ସକ୍ଷମ ହୋଇ ନ ଥାଏ । ଏହି ରୋଗ ବିରୋଧରେ ପ୍ରତିରୋଧକ ଶକ୍ତି ଉତ୍ପନ୍ନ ହୋଇଥିବା ଗୋରୁଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଉକ୍ତ ରୋଗର ବାହକ ସାଜିଥିବା ଏହି ଚିଙ୍କ ଯେତେ କାମୁଡ଼ିଲେ ମଧ୍ୟ ଏହି ରୋଗ ଆଉ ହୋଇ ନ ଥାଏ । ଯେଉଁ ଅଞ୍ଚଳରେ ଟିକା ଦିଆଯାଇଥିବା ପ୍ରାଣୀଙ୍କୁ ଯଦି ନିୟମିତ ଭାବେ ଟିଙ୍କ  କାମୁଡ଼େ କିମ୍ବା ଟିଙ୍କ ସଂସ୍ପର୍ଶରେ ବାରମ୍ବାର ଆସିଥାନ୍ତି, ତେବେ ଉକ୍ତ ପ୍ରାଣୀଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କ୍ରମାଗତ ଭାବରେ ବୃଦ୍ଧି ପାଇଥାଏ । ଯାହା ଫଳରେ ପ୍ରାଣୀଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ଜୀବନବ୍ୟାପୀ ଅର୍ପଣ କରିଥାଏ । ଯଦି ପ୍ରାଣୀଙ୍କୁ ଟିଙ୍କ ମୁକ୍ତ ଅବସ୍ଥାରେ ରଖାଯାଏ, ତେବେ ପ୍ରାଣୀଙ୍କୁ ପ୍ରତି ତିନିବର୍ଷରେ ଥରେ ଏହିଟିକା ଦେବାକୁ ପଡ଼ିବ ।

ଟିକାର ମାତ୍ରା

ଗାଈ,ବଳଦ ଏବଂ ବାଛୁରି - ୩ ମି.ଲି., ବେକର ମଧ୍ୟବର୍ତ୍ତୀ ଚମଡ଼ା ତଳେ ଦିଆଯିବା ଆବଶ୍ୟକ ।

ଟିକା ଦେବା ପଦ୍ଧତି

  • ଦୁଇମାସ ବା ତଦୂର୍ବ ବୟସର ଗାଈ, ବଳଦ ଓ ବାଛୁରୀଙ୍କୁ ଥେଇଲେରିଆ ଟିକା ଦେବା ଆବଶ୍ୟକ । ଆଡ଼ଭାନସ୍ ଗର୍ଭ ଥିବା ଗାଈ ବା ଛଡ଼ାଙ୍କୁ ଏହିଟିକା ଦେବା ଅନୁଚିତ ।
  • ସାଧାରଣତଃ ଏହି ଟିକା ଦିଆହେବାର ୬ ସପ୍ତାହ ପରେ ପ୍ରାଣୀଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ଉତ୍ପନ୍ନ ହୁଏ ।

ଥେଇଲେରିଆ ଭ୍ୟାକ୍ସିନ୍ ଦିଆଯିବା ଦିନଠାରୁ ୮ ସପ୍ତାହ ପର୍ଯ୍ୟନ୍ତ ଅନ୍ୟ କୌଣସି ଟିକା ଦେବା ଅନୁଚିତ ।

ସଂଗୃହିତ  - ଡା. ବୀରକିଶୋର ପରିଡା


© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate