ହୋମ / କୃଷି / ପ୍ରାଣୀ ଧନ / ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ କେତେକ ଦିଗପ୍ରତି ଧ୍ୟାନ
ସେଆର କରନ୍ତୁ

ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ କେତେକ ଦିଗପ୍ରତି ଧ୍ୟାନ

ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ କେତେକ ଦିଗପ୍ରତି ଧ୍ୟାନ ଦେବେ ସେବିଷୟରେ ସୂଚନା .

ସାରା ପୃଥିବୀରେ କ୍ଷୀର ଉତ୍ପାଦନ କ୍ଷେତ୍ରରେ ଭାରତ ପ୍ରଥମ । ସ୍ଥାନରେ ରହିଛି ଏକଥା ସତ, କିନ୍ତୁ ଆମ । ଦେଶରେ ବହୁ ସଂଖ୍ୟାରେ ଗୋପାଳନ ହେଉଥିବା ବେଳେ ବାର୍ଷିକ ହାରାହାରି । ଦୁଗ୍ଧ ଉତ୍ପାଦନ ଅନ୍ୟାନ୍ୟ ୟୁରୋପୀୟ ଦେଶ ତୁଳନାରେ ବହୁତ କମ । ପୃଥିବୀରେ ଗାଈଙ୍କ ପିଛା ହାରାହାରି ବାର୍ଷିକ ଦୁଗ୍ଧ ଉତ୍ପାଦନ କ୍ଷମତା ପ୍ରାୟ ୨୨୦୦ ଲିଟର । ହୋଇଥିବାବେଳେ ଭାରତରେ ଏହା ମାତ୍ର ୯୮୭ ଲିଟର ରହିଛି। ସାଧାରଣତଃ ଜଣେ ସୁସ୍ଥ ଲୋକ ପାଇଁ ଦୈନିକ ଅଧା ଲିଟର କ୍ଷୀର ଆବଶ୍ୟକ ଭାରତରେ ଦୈନିକ ମୁଣ୍ଡପିଛା ୩୭୫ ଗ୍ରାମ କ୍ଷୀର ଉତ୍ପାଦନ ହେଉଛି। ପୁଣି ଆମ ରାଜ୍ୟରେ ଏହାର ପରିମାଣ ମାତ୍ର ୧୭୮ଗ୍ରାମ । ତେଣୁ କ୍ଷୀରର ଆବଶ୍ୟକତା  ଓ ଉତ୍ପାଦନ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି। ଫଳରେ ଆମ ଦେଶରେ ଅଧିକାଂଶ ଶିଶୁ ଏବଂ ମହିଳା ଆବଶ୍ୟକ ପରିମାଣରେ କ୍ଷୀର ପାଉ ନଥିବାରୁ । ପୃଷ୍ଟିସାର ଅଭାବଜନିତ ରୋଗରେ ଶିକାର ହୋଇଥାନ୍ତି । ଆମ ପାଖରେ ଥିବା ଏତେ ସଂଖ୍ୟକ ଗାଈଙ୍କର ଦୁଗ୍ଧ ଉତ୍ପାଦନ କ୍ଷମତା । ବଢାଇ ପାରିଲେ ଉତ୍ପାଦନ ଓ ଆବଶ୍ୟକତା  କ୍ଷେତ୍ରରେ ଥିବା ପାର୍ଥକ୍ୟ କମିବା ସଂଗେ ସଂଗେ ଖାଦ୍ୟାଭାବ ଜନିତ ରୋଗକୁ ରୋକାଯାଇ ପାରିବ। ଚାଷୀମାନେ ମଧ୍ୟ ପ୍ରଚୁର ପରିମାଣରେ କ୍ଷୀର ଉତ୍ପାଦନ କରି ଆର୍ଥିକ କ୍ଷେତ୍ରରେ ସ୍ଵାବଲମ୍ବୀ ହୋଇପାରିବେ । ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଜଣେ ଗୋପାଳକ ନିମ୍ନୋକ୍ତ ୭ଟି ସୂତ୍ର ପ୍ରତି ବିଶେଷ  ଧ୍ୟାନ ଦେଇପାରିବେ ।

ପଡିଆ ସମୟରେ ଗାଈର ବିଶେଷ ଯତ୍ନ

ଗାଈ ଗୋଟିଏ ବାଛୁରୀ ଜନ୍ମଦେବାଠାରୁ ଆଉ ଗୋଟିଏ ବାଛୁରୀ ଜନ୍ମ ଦେବା ସମୟକୁ ସ୍ତନ୍ୟଦାନ ଚକ୍ର ବା  ଲାକ୍ଟେସନାଲ ସାଇକେଲ କୁହାଯାଏ। ଏହାକୁ ୪ ଭାଗରେ ବିଭକ୍ତ କରାଯାଇଛି। ଯଥା ପ୍ରାତଃକାଳୀନ ସ୍ତନ୍ୟଦାନ (ଆରଲି ଲାକ୍ଟେସନ), ମଧ୍ୟମ ସ୍ତନ୍ୟଦାନ(ମିଡ ଲାକ୍ଟେସନ), ବିଳମ୍ବିତ ସ୍ତନ୍ୟଦାନ(ଲେଟ ଲାକ୍ଟେସନ), ପଡ଼ିଆ ସମୟ (ଡ୍ରାଏ ପିରିୟଡ) । ପ୍ରଥମ ତିନୋଟି ପ୍ରତ୍ୟେକ ୧୨୦ ଦିନ ଏବଂ ଶେଷ ଭାଗଟିକୁ ପଡିଆ ସମୟ କୁହାଯାଏ । ଏହା ସାଧାରଣତଃ ୬୦ରୁ ୬୫ ଦିନ ପର୍ଯ୍ୟନ୍ତ ହୋଇଥାଏ । ଏହି ସମୟରେ ଗାଈ କୌଣସି କ୍ଷୀର ଉତ୍ପାଦନ କରି ନ ଥାଏ। ଯାହା । ଫଳରେ କି ଚାଷୀ ଭାଇ ମାନେ ଏହି ସମୟରେ ଗାଈଙ୍କୁ ଅବହେଳା କରିଥାନ୍ତି। କିନ୍ତୁ ଏହା ଆଦୌ ଠିକ ନୁହେଁ । ପାଳନ କ୍ଷେତ୍ରରେ ଗାଈଟିକୁ ବିଶେଷ ଦୃଷ୍ଟି ନ ଦେବା ଫଳରେ ଉଭୟ ଗର୍ଭସ୍ଥ ଶାବକ ଏବଂ ଗାଈ ପ୍ରତି କ୍ଷତି ପହଞ୍ଚି ଥାଏ । ପ୍ରସବର ପରବର୍ତ୍ତୀ ଅବସ୍ଥାରେ ଆନୁପାତିକ ପରିମାଣରେ କ୍ଷୀର ମିଳି ନ ଥାଏ। ତେଣୁ ଗୋପାଳକ ଏହି ସମୟରେ ଗାଈକୁ ଉପଯୁକ୍ତ ସନ୍ତୁଳିତ ସବୁଜ ଗୋ ଖାଦ୍ୟ, କ୍ୟାଲସିୟମ ଯୁକ୍ତ ଖାଦ୍ୟ, ଶୁଖିଲା ନଡ଼ା, ଲବଣ, ମିନେରାଲ ପାଉଡର ଆଦି ଡାକ୍ତରଙ୍କ ପରାମର୍ଶ କ୍ରମେ ଦେଲେ ଗାଇଟି ପ୍ରସବପରେ ଠିକ ପରିମାଣରେ କ୍ଷୀର ଉତ୍ପାଦନ କରିପାରିବ।

ପ୍ରସବ ସଂଗେ ସଂଗେ ଉପଯୁକ୍ତ ଖାଦ୍ୟ ପ୍ରଦାନ

ଏପରି ଦେଖା ଦେଇଥାଏ ଯେ ଚାଷୀ ଭାଇମାନେ ଗାଈ ପ୍ରସବ ପରେ ପରେ ଅରୁଆ ଚାଉଳ, ଲାଉ, ପରିବା, ବିରି, ମୁଗ ଆଦି ରାନ୍ଧି ଖାଇବାକୁ ଦେଇଥାନ୍ତି, ଯାହାଦ୍ୱାରା ପ୍ରସବିତ ଗାଈଟି ଖାଦ୍ୟ ହଜମ ନ କରିପାରିବା ଯୋଗୁଁ ପାକସ୍ଥଳୀରେ ଖାଦ୍ୟ ବିଷକ୍ରିୟା ହୋଇଥାଏ ଏବଂ କ୍ଷୀର ଉତ୍ପାଦନ କମ ହୋଇଯାଏ । ଏପରି କି ବିଷକ୍ରିୟା ବୃଦ୍ଧି ଫଳରେ ଗାଈର ମୃତ୍ୟୁ ଆଶଙ୍କା ଦେଖା ଦେଇଥାଏ । ଗାଈଟି ପ୍ରସବ କରିବାଠାରୁ ଅତି କମରେ ସପ୍ତାହ ପର୍ଯ୍ୟନ୍ତ ୧୫ରୁ ୨୫ ଲିଟର ଉଷୁମ ପାଣି, ୫ରୁ ୧୦ କିଗ୍ରା ସବୁଜ ଘାସ, ୧ରୁ ୨ କିଗ୍ରା ମିଶ୍ରିତ ଦାନା ଖାଇବାକୁ ଦିଅନ୍ତୁ ।

ଦୁଗ୍ଧ ଜ୍ଵର (ମିଲ୍ସ ଫିଭର)  ପ୍ରତି ଧ୍ୟାନ

ପ୍ରସବର ସପ୍ତାହ ମଧ୍ୟରେ ଗାଈ ରକ୍ତରେ କ୍ୟାଲସିୟମର ପରିମାଣ ଅଭାବ ପରିଲକ୍ଷିତ ହୋଇଥାଏ । ଫଳରେ ଗାଈଟି ଅସୁସ୍ଥ ହୋଇ ଆଉ ଠିଆ ହୋଇପାରି ନଥାଏ। ବେକ ଭାଙ୍ଗି ଦୀର୍ଘ ନିଃଶ୍ଵାସ ଛାଡିଥାଏ । ଏହା ଅଧିକ କ୍ଷୀର ଉତ୍ପାଦନ କରୁଥିବା ଗାଈଙ୍କ କ୍ଷେତ୍ରରେ ପରିଲକ୍ଷିତ ହୋଇଥାଏ। ତେଣୁ ଗାଈକୁ ପ୍ରସବର ୧୫ ଦିନ ପୂର୍ବରୁ କ୍ୟାଲସିୟମ  ଯୁକ୍ତ ଟନିକ ଦିଆଯାଇଥିଲେ ଦୁଗ୍ଧ  ଜ୍ଵର ହେବାର ଆଶଙ୍କା କମିଥାଏ।

ଥନର ଯତ୍ନ

ଗାଈର ଥନ (ପହ୍ନା) ହେଉଛି ମୁଖ୍ୟ ଅଂଗ ଥରେ ଏହା ଖରାପ ହେଲେ ସବୁଦିନ ପାଇଁ ଦୁଗ୍ଧ ଦେବାର କ୍ଷମତା କମିଯାଇଥାଏ। ତେଣୁ ଥନର ବିଶେଷ ଯତ୍ନ ନିହାତି ଆବଶ୍ୟକ। ।  ଯଥା ଥନରେ ମଇଳା ଲାଗିବାକୁ ଦିଅନ୍ତୁ ନାହିଁ। ଦୁହିଁବା ପୂର୍ବରୁ ଏବଂ ପରେ ଆଣ୍ଟି ସେକ ଲୋସନ ଦ୍ଵାରା ଧୋଇ ସଫା କରନ୍ତୁ। ଦୁହିଁବା ପରେ ଗାଈକୁ ଖାଇବାକୁ ଦିଅନ୍ତୁ । କାରଣ ଗାଈଟି ଅତି କମରେ କ୍ଷୀର ଦୁହେଁ ପରେ ଅଧ ଘଣ୍ଟା ଠିଆ ହେବା ଆବଶ୍ୟକ । ଯଦି କ୍ଷୀର ଦୁହେଁ ପରେ ଗାଈଟି ଶୋଇ ପଡେ ଚୀରର ରନ୍ଧ୍ର ବାଟ ଦେଇ ରୋଗ ଜୀବାଣୁ ପହ୍ମାକୁ ପ୍ରବେଶ କରି ବିଭିନ୍ନ ପଦ୍ଭାଜନିତ ରୋଗ ସୃଷ୍ଟି କରିଥାଏ।

ଖାଦ୍ୟ ପ୍ରତି ବିଶେଷ ଧ୍ୟାନ

ସାଧାରଣତଃ ଗୋଟିଏ ଦୁଧିଆଳି ଗାଈକୁ ଦୈନିକ ୨୦ ରୁ ୨୫ କେଜି ସବୁଜ ଗୋ ଖାଦ୍ୟ ଦିଅନ୍ତୁ । ୧୦ କେଜି ଶୁଖିଲା ନଡ଼ା,୫୦ ଗ୍ରାମ ମିନେରାଲ,୫୦ ଗ୍ରାମ ଲବଣ ଦିଅନ୍ତୁ । ଭରଣ ପୋଷଣ ପାଇଁ ଦୈନିକ ଅଢେଇ କେଜି ସନ୍ତୁଳିତ ଦାନା ଏବଂ ପ୍ରତ୍ୟେକ ଅଢେଇ କେଜି କ୍ଷୀର ଉତ୍ପାଦନ ପାଇଁ ୧ କିଗ୍ରା ସନ୍ତୁଳିତ ଦାନା ଦେବା ଭଲ ତା ଛଡା ଦୈନିକ ୩୦ ଲିଟର ସ୍ଵଚ୍ଚ ପାଣି ପିଇବାକୁ ଦିଅନ୍ତୁ ।

ଆବଶ୍ୟକ ଚିକିତ୍ସା

ଗାଈ ତଥା ବାଛୁରୀର ଗୋବରକୁ ନିୟମିତ ପରୀକ୍ଷା କରି କୃମିନାଶକ ଔଷଧ ଦିଅନ୍ତୁ। ଫାଟୁଆ, ସାହାଣ, ଆନ୍ଥ୍ରକ୍ସ, ଚର୍ମ ବିଣ୍ଡି, ବ୍ରସେଲା ଆଦି ରୋଗ ପାଇଁ ନିୟମିତ ଟିକାକରଣ କରାନ୍ତୁ । ସେହିପରି ବାଛୁରୀକୁ ମଧ୍ୟ ବଜବଜିଆ, ଫାଟୁଆ ଆଦି ଟିକା ନିୟମିତ ଦିଅନ୍ତୁ ।  କୃମି ନାଶକ ଓ ଟିକାକରଣ କରାଇବା ଫଳରେ ଗାଈଟି ନୀରୋଗ ରହି ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିଥାଏ।

ଅନ୍ୟାନ୍ୟ ଦିଗ

ଅନ୍ଧ ବିଶ୍ଵାସରେ ବଶବର୍ତ୍ତୀ ହୋଇ କ୍ଷୀର ଉଡ଼ିଯିବା,କ୍ଷୀର ହରଣ ଆଦିର ବିଶ୍ଵାସ କରିବା ଉଚିତ ନୁହେଁ। ଡାକ୍ତରୀ ଚିକିତ୍ସା ଦ୍ଵାରା କ୍ଷୀର ଉତ୍ପାଦନ କ୍ଷମତା ଫେରିଆସିଥାଏ। ପ୍ରତ୍ୟେକ ଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଗାଈକୁ ଖାଇବାକୁ ଦିଅନ୍ତୁ। ଦୈନିକ ଦୁଇଥର ଗାଈକୁ ସଫାସୁତୁରା କରନ୍ତୁ । ଦିନକୁ ତିନିଥର ଗୁହାଳ ସଫା କରନ୍ତୁ। ଗୁହାଳ ତଥା ଗାଈଙ୍କୁ ମଶା,ମାଛି, ଟିଙ୍କମାନଙ୍କ କବଳରୁ ରକ୍ଷା କରନ୍ତୁ। ପ୍ରତ୍ୟେକ ଦିନ ଠିକ୍ ସମୟରେ ନିର୍ଦ୍ଦିଷ୍ଟ ଦୁହାଁଳି ଦ୍ଵାରା ଗାଈ ଦୁହାଁନ୍ତୁ  । ଗାଈକୁ ସିଧାସଳଖ ଟାଣ ଖରାରେ ନ ବାନ୍ଧି ଦିନରେ ଅଳ୍ପ ସମୟ ଚରିବା ପାଇଁ ବାହାରକୁ ଛାଡନ୍ତୁ ଗାଈଙ୍କୁ ସଫାସୁତୁରା, ଶୁଖିଲା, ସୁସ୍ଥ ଏବଂ ଚାପମୁକ୍ତ ପରିବେଶରେ ପାଳନ କରନ୍ତୁ ।

ସଂଗୃହିତ - ଡା. ନିରାକାର ଜେନା,  ପ୍ରାଣୀ ଚିକିତ୍ସକ,ଧୂଷୁରୀ, ଭଦ୍ରକ

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top