ଟିକାକରଣ ଜୀବାଣୁ ବା ଭୂତାଣୁ ମୁକ୍ତ ସଂକ୍ରାମକ ରୋଗ ସୃଷ୍ଟିକାରକ ଜୀବାଣୁ ଓ ଭୂତାଣୁଙ୍କୁ ପ୍ରାଣୀ ଶରୀରରୁ ନାଶ କରିବା ପାଇଁ ପ୍ରତିଷେଧକ ଟିକା ଦିଆଯାଏ । ଏହା ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିଥାଏ । ଟିକା ମାଧ୍ୟମରେ ରୋଗର ଜୀବାଣୁ ବା ଭୂତାଣୁକୁ ମୃତ ବା ଜୀବନ୍ତ ସ୍ଥିତିରେ ପ୍ରାଣୀ ଶରୀରକୁ ପ୍ରବେଶ କରାଯାଏ । ଆଉ କେତେକ ଜୀବନ୍ତ ଜୀବାଣକୁ ଆକର୍ମଣ୍ୟ କରି ଟିକା ମାଧ୍ୟମରେ ଦିଆଯାଏ । ଏହା ଦ୍ଵାରା ସେମାନେ ପ୍ରାଣୀ ଶରୀରରେ ରୋଗ ସୃଷ୍ଟି କରିପାରନ୍ତି ନାହିଁ । ଟିକା ଦେଉଥିବା ବୈଷୟିକ କର୍ମଚାରୀ ଓ ପ୍ରାଣୀପାଳକମାନେ ପ୍ରତିଷେଧକ । ଟିକାର ସଫଳ ପ୍ରୟୋଗ ଉପରେ ଧ୍ୟାନ ଦେବା ଆବଶ୍ୟକ । ଉଚ୍ଚମାନର ଟିକାକରଣ କରାଯିବା ସତ୍ତେ ସମୟ ସମୟରେ ବାସ୍ତବ ପ୍ରତିଷେଧକ ଶକ୍ତି ଶରୀରରେ ସୃଷ୍ଟି ହୋଇପାରେ ନାହିଁ । ଏହାକୁ ଟିକାର ବିଫଳତା କହନ୍ତି । ଟିକା ବିଫଳତାର କାରଣ ଶୀତଳି କରଣ ପଦ୍ଧତିର ଅନିୟମିତତା ଟିକାଗୁଡ଼ିକୁ ସଂରକ୍ଷଣ ସ୍ଥାନଠାରୁ ଟିକା ଦିଆଯାଉଥିବା ସ୍ଥାନ ପର୍ଯ୍ୟନ୍ତ ଶୀତଳ ଅବସ୍ଥାରେ ରଖିବା ବିଧେୟ । ଏଥୁପାଇଁ ତାପ ନିୟନ୍ୱିତ ବାକ୍ସରେ ବରଫ ମାଧ୍ୟମରେ ଟିକା ରଖି ସ୍ଥାନାନ୍ତର କରାଯାଏ । ଏହାକୁ “ଶୀତଳ ଶୃଙ୍ଖଳ ବ୍ୟବସ୍ଥା” କୁହାଯାଏ । ଆମେ ଦେଉଥିବା ଫାଟୁଆ କୁକୁରଙ୍କ ପାର୍କୋ, ଜଳାନ୍ତକ, କୁକୁଡ଼ାଙ୍କ ଘୁମା ରୋଗ ଛେଳିଙ୍କ ପିମିଆର ଓ ଛେଳି ବସନ୍ତା ଇତ୍ୟାଦି ଭୂତାଣୁ ଜନିତ ଟିକା ସହ ଟିଟାନସ୍ ଟକସଏଡ଼ ଉପରୋକ୍ତ ଶୀତଳ ଶୃଙ୍ଖଳାରେ କରାଯିବା ଉଚିତ୍ । ଏହି ବ୍ୟବସ୍ଥାରେ ତୁଟି ଉପୁଜିଲେ ଟିକାର ଗୁଣାତ୍ମକ ମାନ ନଷ୍ଟ ହୁଏ । ଦୁର୍ବଳ ବା ରୋଗାଗ୍ରସ୍ତ ପ୍ରାଣୀଙ୍କ ଶରୀରରେ ପ୍ରତିଷେଧକ ଟିକା ଯଥାର୍ଥ ଭାବେ କାମ କରିନଥାଏ । କୃମି ଦ୍ଵାରା ଆକ୍ରାନ୍ତ ପ୍ରାଣୀଙ୍କୁ ଟିକା ଦେବା ପୂର୍ବରୁ କୃମିନାଶକ ଔଷଧ ଦେବା ଉଚିତ୍ । ରୋଗ ଜନିତ ଚାପ ସହିତ ଟିକା ଜନିତ ଚାପ ପ୍ରାଣୀ ଶରୀରେ ଅନ୍ୟ ରୋଗ ସୃଷ୍ଟି କରେ । ଜନ୍ମ ପରେ ମା'ଠାରୁ ଦୁଗ୍ଧ ପାନ କରୁଥିବା ଢୁଆ ମା' ପାଖରୁ ରୋଗ ପ୍ରତିଷେଧକ ଶକ୍ତି ପ୍ରାପ୍ତ କରେ । ଏହାକୁ ମାର୍ଚନାଲ ଆଣ୍ଟିବଡ଼ି କୁହନ୍ତି । ଏହି ରୋଗ ନିରୋଧକ ଶକ୍ତି ଏକ ମାସରୁ ୩ ମାସ ପର୍ଯ୍ୟନ୍ତ ରହେ । ମା'ଠାରୁ ଉତ୍ପନ୍ନ ହୋଇଥିବା ଆଣ୍ଟିବଡ଼ି ଟିକାର କାର୍ଯ୍ୟକୁ ବ୍ୟାହତ କରେ । ତେଣୁ ଏହି ଆଣ୍ଟିବଡ଼ି ଥିବା ସମୟ ପର୍ଯ୍ୟନ୍ତ ଟିକା ସଫଳକାମୀ ହୁଏନି । ଟିକାର ଉପଯୁକ୍ତ ସଂରକ୍ଷଣ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବା ଉଚିତ୍ । ମୃତ ଜୀବାଣୁ ବା ଭୂତାଣୁ ଟିକା ଓ ଟକ୍ସଏଡ଼ ଟିକାକୁ ଫ୍ରିଜ୍ ରେ ୪ ଡ଼ିଗ୍ରୀ ସେଣ୍ଟିଗ୍ରେଡ଼୍ ରେ ରଖାଯାଏ । ଜୀବନ୍ତ ଭୂତାଣୁ ଟିକାକୁ ୦ଡ଼ିଗ୍ରୀ ସେଲସିଅସ ରେ ରଖିବା ଉଚିତ । ଟିକା ସଂରକ୍ଷଣ ପାଇଁ ଉର୍ଦ୍ଦିଷ୍ଟ ତାପମାତ୍ରାକୁ ଗୁରୁତ୍ଵ ଦେବା ଜରୁରି । ପୁନଶ୍ଚ ପ୍ରାଣୀକୁ ଟିକାକରଣ କରିବା ଦ୍ଵାରା ପ୍ରତିଷେଧକ ବ୍ୟବସ୍ଥା ଯଥାର୍ଥ ହୋଇଥାଏ । ବାଛୁରୀମାନଙ୍କୁ ଦିଆଯାଉଥିବା ବଜବଜିଆ ରୋଗର ଟିକା ପ୍ରଥମ ଓ ଦଶମ ଦିନରେ ଦୁଇଥର ନଦେବା ଦ୍ଵାରା ଏହି ରୋଗ ହୋଇପାରେ । ଟିକା ଦେବା ପରେ ଓ ଶରୀରରେ ପ୍ରତିଷେଧକ ଶକ୍ତି ଉତ୍ପନ୍ନ ହେବା ସମୟ ମଧରେ ରୋଗ ସୃଷ୍ଟିକାରୀ ଜୀବାଣୁ ସଂସ୍ପର୍ଶରେ ପ୍ରାଣୀ ଆସିବା ଦ୍ଵାରା ଟିକା କାମ କରିନଥାଏ । ସକାଳ ଓ ସଂଧା ସମୟରେ ଟିକାକରଣ କରିବା ଉଚିତ୍ । କେତେକ ରୋଗର ‘ବୃଷ୍ଟର ଟିକା' ଥାଏ । ପ୍ରଥମ ଟିକା ଦେବାର ୧୦ ଦିନ ପରେ ପୁନଶ୍ଚ ପ୍ରାଣୀକୁ ଟୀକାକରଣ କରିବା ଦ୍ଵାରା ପ୍ରତିଷେଧକ ବ୍ୟବସ୍ଥା ଯଥାର୍ଥ ହୋଇଥାଏ । ବାଛୁରୀମାନଙ୍କୁ ଦିଆଯାଉଥିବା ବଜବଜିଆ ରୋଗର ଟିକା ପ୍ରଥମ ଓ ଦଶମ ଦିନରେ ଦୁଇଥର ନଦେବା ଦ୍ଵାରା ଏହି ରୋଗ ହୋଇପାରେ । କୌଣସି ଅଞ୍ଚଳରେ କେଉଁ ପ୍ରକାର ରୋଗ ବ୍ୟାପୁଛି ଏହା ସଠିକ୍ ଭାବେ ନିରୂପଣ କରି ଉକ୍ତ ରୋଗର ପ୍ରତିଷେଧକ ଟିକାକରଣ କରିବା ଉଚିତ । ଟିକାକରଣ ସମୟରେ ପ୍ରାଣୀର ବୟସ, ଶରୀର ଓଜନକୁ ଧାନ ଦେଇ ମାତ୍ରାନୁଯାୟୀ ଟିକା ନଦେଲେ ଏହା ସଫଳ ହୁଏ ନାହିଁ । କେତେ ଟିକା ପାଣିରେ ଘୁମା ରୋଗର ପ୍ରଥମ ଟିକା ଲାସେଟା ଏଫ୍-୧ ନାକପୁଡ଼ାରେ ଏବଂ ଏହି ପରି କେଉଁ ଟିକା ଚର୍ମ ତଳେ ଓ ମାଂସପେଶୀରେ ମଧ୍ୟ ଦେବାର ବିଧି ସଠିକ୍ ଅବଲମ୍ବନ ନ କଲେ ଟିକାକରଣ ବିଫଳ ହୁଏ । ଆଧାର – ଡ଼ା. ଅମିତାଭ ପଣ୍ଡା, ଉପ ନିର୍ଦେଶକ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ,